“ଭାରତୀୟ ଇତିହାସରେ ମିରଟ କେବଳ ଏକ ମାମୁଲି ସହର ନୁହେଁ ବରଂ ସଂସ୍କୃତି ଓ ଶକ୍ତିର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର”
“ଦେଶରେ କ୍ରୀଡା ବଞ୍ଚି ରହିବା ପାଇଁ ଯୁବଶକ୍ତିର କ୍ରୀଡା ପ୍ରତି ବିଶ୍ୱାସ ଓ ସେମାନେ କ୍ରୀଡାକୁ ବୃତ୍ତି ଭାବେ ଗ୍ରହଣ କରିବାକୁ ପ୍ରୋତ୍ସାହନ ଦେବା ଉଚିତ । ଏହା ମୋର ସଂକଳ୍ପ, ମୋର ସ୍ୱପ୍ନ”
“ଗ୍ରାମ ଓ ଛୋଟ ଛୋଟ ସହରଗୁଡିକରେ କ୍ରୀଡା ଭିତ୍ତିଭୂମି ସୁଦୃଢ଼ ହେବା ଯୋଗୁଁ ଏହି ସବୁ ସ୍ଥାନରୁ କ୍ରୀଡାବିତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି”
“କ୍ରୀଡା ବାତାବରଣ ସୁଗମ ଓ ନୂତନ ଖେଳଗୁଡିକ ସହ ନୂତନ ସମ୍ଭାବନା ମଧ୍ୟ ସୃଷ୍ଟି ହୋଇଛି । ଏଥିପାଇଁ ସମାଜରେ ବିଶ୍ୱାସ ଜନ୍ମିବା ସହ କ୍ରୀଡା ମଧ୍ୟ ସଠିକ ଦିଗରେ ଗତି କରୁଛି”
“ମିରଟ କେବଳ ଭୋକାଲ ଫର ଲୋକାଲ ନୁହେଁ, ଏହା ଲୋକାଲକୁ ଗ୍ଲୋବାଲରେ ପରିଣତ କରୁଛି”
“ଆମର ଲକ୍ଷ୍ୟ ସ୍ପଷ୍ଟ, ଯୁବଶକ୍ତି କେବଳ ରୋଲ ମଡେଲ ହେବେ ନାହିଁ ସେମାନେ ରୋଡ ମଡେଲଙ୍କୁ ଚିହ୍ନିବେ ମଧ୍ୟ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୨.୦୧.୨୦୨୨) ଉତ୍ତରପ୍ରଦେଶର ମିରଟଠାରେ ମେଜର ଧ୍ୟାନଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପ୍ରାୟ ସାତଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି କ୍ରୀଡା ବିଶ୍ୱବିଦ୍ୟାଳୟରେ ଅତ୍ୟାଧୁନିକ କ୍ରୀଡା ଭିତ୍ତିଭୂମି ସହ ସିନ୍ଥେଟିକ୍ ହକି ଟ୍ରାକ, ଫୁଟବଲ, ବାସ୍କେଟବଲ, ଭଲିବଲ୍‌, ହ୍ୟାଣ୍ଡବଲ, କବାଡି ପଡିଆ, ଲନ୍ ଟେନିସ କୋର୍ଟ, ଜିମ୍ନାସିୟମ, ସିନ୍ଥେଟିକ ଦୌଡ ଷ୍ଟାଡିୟମ, ସନ୍ତରଣଗାର, ବହୁମୁଖୀ ପ୍ରେକ୍ଷାଳୟ ରହିଛି । ଏହାଛଡା ଏହି ବିଶ୍ୱବିଦ୍ୟାଳୟରେ ବନ୍ଧୁକଚାଳନା, ସ୍କ୍ୱାଶ୍‌, ଜିମ୍ନାଷ୍ଟିକ, ଭାରୋତ୍ତୋଳନ, ତୀରନ୍ଦାଜୀ, ଖୋଲା ଓ ପାଲଟଣା ଡଙ୍ଗା ଚାଳନା ଓ ଅନ୍ୟାନ୍ୟ ସୁବିଧାମାନ ରହିବ । ଏହି ବିଶ୍ୱବିଦ୍ୟାଳୟରେ ୫୪୦ଲେଖାଏଁ ପୁରୁଷ ଓ ମହିଳା କ୍ରୀଡାବିତ୍ ଏହିପରି ୧୦୮୦ଜଣଙ୍କୁ ତାଲିମ ଦେବାର ସାମର୍ଥ୍ୟ ରହିଛି ।

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ସ୍ୱାଧୀନ ଭାରତକୁ ଏକ ନୂତନ ଦିଗଦର୍ଶନ ଦେବାରେ ମିରଟ ଓ ଏହାର ଆଖାପାଖ ଅଞ୍ଚଳର   ଏକ ବିଶେଷ ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଅଞ୍ଚଳର ଅନେକ ଲୋକ  ଦେଶର ସୁରକ୍ଷା ଦିଗରେ ପ୍ରାଣ ବଳୀ ଦେଇଥିବାବେଳେ ଖେଳପଡିଆରେ ଅନେକ ସେମାନଙ୍କ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରିଛନ୍ତି । ଏହି ଅଞ୍ଚଳର ଜନସାଧାରଣ ଦେଶପ୍ରେମର ବହ୍ନି ଉଦ୍‌ଜୀବିତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

“ଭାରତୀୟ ଇତିହାସରେ ମିରଟ କେବଳ ଏକ ସହର ହୋଇ ରହିନାହିଁ । ଏହା ସଂସ୍କୃୃତି ଓ ଶକ୍ତିର ଏକ କେନ୍ଦ୍ରଭାବେ ଉଭା ହୋଇଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସ୍ୱାଧୀନତା ସଂଗ୍ରହାଳୟ, ଅମର ଯବାନ ଜ୍ୟୋତି ଓ ବାବା ଅଘରନାଥ ଜୀଙ୍କ ମନ୍ଦିର ବିଷୟ ଖୁବ୍ ଉଲ୍ଲସିତ ହୋଇ ବର୍ଣ୍ଣନା କରିଥିଲେ ।

ପ୍ରଧାନମନ୍ତ୍ରୀ ମିରଟ୍‌ରେ ଖୁବ୍ ସକ୍ରିୟ ଥିବା ମେଜର ଧ୍ୟାନଚାନ୍ଦଙ୍କ ସ୍ମୃତିଚାରଣ କରିଥିଲେ । ଅଳ୍ପ କେଇ ମାସ ପୂର୍ବରୁ କେନ୍ଦ୍ର ସରକାର ଦେଶର ସର୍ବବୃହତ କ୍ରୀଡା ସମ୍ମାନକୁ ଏହି ମହାନ କ୍ରୀଡା ପ୍ରତିଭାଙ୍କ ନାମରେ ନାମିତ କରିଛନ୍ତି । ମିରଟର କ୍ରୀଡା ବିଶ୍ୱବିଦ୍ୟାଳୟକୁ ଆଜି ମେଜର ଧ୍ୟାନଚାନ୍ଦଙ୍କ ନାମରେ ନାମିତ କରାଗଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 ଉତ୍ତରପ୍ରଦେଶରେ ଆଗରୁ ମାଫିଆ ଓ ଅପରାଧୀମାନେ ସେମାନଙ୍କ ଖେଳ ଖେଳୁଥିଲେ ଓ ତାହା ଆଜି ବଦଳି ଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଦିନଥିଲା ଯେତେବେଳେ ବେଆଇନ ଅଧିଗ୍ରହଣ, ଝିଅମାନଙ୍କ ଉତ୍ପୀଡନ ଖୁଲମଖୁଲା ଚାଲିଥିଲା । ସେ ଅତୀତରେ ଆଇନ ଶାସନହୀନତା ଓ ଅସୁରକ୍ଷିତ ଅବସ୍ଥା ବିଷୟରେ ଲୋକଙ୍କୁ ସ୍ମରଣ କରାଇଦେଇଥିଲେ । ବର୍ତ୍ତମାନ ଯୋଗୀ ସରକାର ଅପରାଧୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଥିବାରୁ ତାହାର ପ୍ରଶଂସା କରିଥିଲେ । ଏହି ପରିବର୍ତ୍ତନ ଝିଅମାନଙ୍କ ମନରେ ଆତ୍ମବିଶ୍ୱାସ ସଂଚାର କରିବା ସହ ସମଗ୍ର ଦେଶରେ ପ୍ରଶଂସା ଆଣିଦେଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୁବଶକ୍ତି ହେଉଛି ନବଭାରତର ଭିତ୍ତିପ୍ରସ୍ତର ଓ ସମ୍ପ୍ରସାରଣର ଉତ୍ସ ସଦୃଶ । ଯୁବଶକ୍ତି ଦେଶ ଗଠନ ଓ ନେତୃତ୍ୱର ଆଧାର । ଆମ ଯୁବଶକ୍ତିର ଉଭୟ ପାରମ୍ପରିକ ଓ ଆଧୁନିକତାରା ଜ୍ଞାନ ରହିଛି । ଯୁବଶକ୍ତି ଆଗେଇଲେ ଦେଶ ମଧ୍ୟ ଆଗେଇବ । ଭାରତ ଯେଉଁଆଡେ ଯିବ ବିଶ୍ୱ ମଧ୍ୟ ସେହିଆଡେ ଅଗ୍ରସର ହେବ ।

ପ୍ରଧାନମନ୍ତ୍ରୀ ଭାରତୀୟ ଖେଳାଳୀମାନକୁ ଦେଇଥିବା  ଚାରିଟି ବିଷୟ ଉପରେ  ଆଲୋକପାତ କରିଥିଲେ । ସେଗୁଡିକ ହେଲା ସମ୍ବଳ, ତାଲିମ ପାଇଁ  ଆଧୁନିକ ସୁବିଧା ସୁଯୋଗ, ଆର୍ନ୍ତଜାତିକ କ୍ରୀଡା କ୍ଷେତ୍ରରେ ଅଂଶଗ୍ରହଣ  ଓ ଶିକ୍ଷା ଏବଂ ବଛାବଛିରେ ସ୍ୱଚ୍ଛତା । ଦେଶର କ୍ରୀଡାକୁ ବଂଚାଇ  ରଖିବାକୁ ହେଲେ ଯୁବଶକ୍ତିର କ୍ରୀଡା ଉପରେ ଆସ୍ଥା ଓ କ୍ରୀଡାକୁ ପେଶାଭାବେ ଗ୍ରହଣ କରିବାର ଇଚ୍ଛା ରହିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । “ଏହା ମୋର ସଂକଳ୍ପ ଓ ସ୍ୱପ୍ନ ମଧ୍ୟ । ମୁଁ ଚାହେଁ ଆମର ଯୁବକଯୁବତୀମାନେ କ୍ରୀଡାକୁ ଅନ୍ୟାନ୍ୟ ବୃତ୍ତି ଭଳି ଗ୍ରହଣ କରନ୍ତୁ  ବୋଲି ସେ କହିଥିଲେ । ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର କ୍ରୀଡାକୁ କର୍ମନିଯୁକ୍ତି ସହ ସଂଯୋଗ କରିଛନ୍ତି । ଟାର୍ଗେଟ ଅଲିମ୍ପିକକ୍ସ ପୋଡିୟମ(ଟପ୍‌ସ) ଭଳି ଯୋଜନା୍ ଉଚ୍ଚମାନର କ୍ରୀଡାବିତମାନଙ୍କୁ ସର୍ବୋଚ୍ଚସ୍ତରରେ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବା ପାଇଁ ସୁଯୋଗ ଦେଉଛି । ଖେଲୋଇଣ୍ଡିଆ ଅଭିଯାନ ଖୁବ୍ କମ୍ ସମୟରୁ କ୍ରୀଡା ପ୍ରତିଭା ଚିହ୍ନଟ କରି ସେମାନଙ୍କୁ ଆନ୍ତର୍ଜାତିକ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତ କରୁଛି । ନିକଟରେ ଅଲିମ୍ପିକ୍ସ ଓ ପାରା ଅଲିମ୍ପକ୍ସରେ ନବଭାରତର କ୍ରୀଡା ନୈପୁଣ୍ୟ ଏହାର ପ୍ରମାଣ ଦେଉଛି । ଗ୍ରାମାଂଚଳ ଓ ଛୋଟ ଛୋଟ ସହରରେ କ୍ରୀଡା ଭିତ୍ତିଭୂମି ଉପଲବ୍ଧ କରାଯିବା ଦ୍ୱାରା ଏହିସବୁ ସହରରୁ କ୍ରୀଡାବିତ୍‌ଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି ।

ନୂତନ ଜାତୀୟ ଶିକ୍ଷାନୀତିରେ କ୍ରୀଡାକୁ ଅଗ୍ରାଧିକାର ଦିଆଯାଇଥିବା ପ୍ରଧାନମନ୍ତ୍ରୀ କହିଥିଲେ । କ୍ରୀଡାକୁ ବିଜ୍ଞାନ, କଳା ଓ ଅନ୍ୟାନ୍ୟ ପାଠ୍ୟବିଷୟ ଶ୍ରେଣୀରେ ରଖାଯାଇଛି । ଆଗରୁ କ୍ରୀଡା ପାଠ ବର୍ହିଭୂତ କାର୍ଯ୍ୟକଳାପ ପରିସରଭୁକ୍ତ ଥିବାବେଳେ ଏବେ ଏହା ବିଦ୍ୟାଳୟ ପାଠକ୍ରମରେ ରହିଛି । ଖେଳ, ଖେଳ ପରିଚାଳନା, ଖେଳ ସମ୍ପର୍କୀତ ଲେଖାଲେଖି, କ୍ରୀଡା ମନସ୍ତତ୍ୱ,କ୍ରୀଡା ବାତାରବଣରେ ନୂତନ ସମ୍ଭାବନା ସୃଷ୍ଟି କରିଛି । ଏହାଫଳରେ ସମାଜ କ୍ରୀଡା ପ୍ରତି ଆସ୍ଥାଭାଜନ ହେବା ସହ କ୍ରୀଡା ଠିକ୍ ବାଟରେ ଯାଉଛି । ସମ୍ପଦ ଓ କ୍ରୀଡା ସଂସ୍କୃତି ସହ କ୍ରୀଡା ବିକଶିତ ହେବା ଦ୍ୱାରା କ୍ରୀଡା ବିଶ୍ୱବିଦ୍ୟାଳୟ ଏ ଦିଗରେ  ଏକ ବଡ ଭୂମିକା ଗ୍ରହଣ କରିବ । ମିରଟର କ୍ରୀଡା ସଂସ୍କୃତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ  ଏହି ନଗରୀ ଶହେଟି ଦେଶକୁ କ୍ରୀଡା ସାମଗ୍ରୀ ରପ୍ତାନୀ କରୁଛି । ଏଥିସହ ମିରଟ କେବଳ ଭୋକାଲ ଫର ଲୋକାଲ ନୁହଁ , ବରଂ ଲୋକାଲରୁ ଗ୍ଲୋବାଲ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଡବଲ ଇଞ୍ଜିନ ସରକାର ଉତ୍ତରପ୍ରଦେଶରେ ଅନେକ ବିଶ୍ୱବିଦ୍ୟାଳୟ ସ୍ଥାପନ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଗୋରଖପୁରରେ ମହାଯୋଗୀ ଗୁରୁ ଗୋରଖନାଥ ଆୟୁଷ ବିଶ୍ୱବିଦ୍ୟାଳୟ, ପ୍ର୍ରୟାଗରରାଜରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଆଇନ ବିଶ୍ୱବିଦ୍ୟାଳୟ, ଲକ୍ଷ୍ନୌରେ ଷ୍ଟେଟ ଇନ୍‌ଷ୍ଟିଚ୍ୟୁଟ ଅଫ ଫରେନସିକ୍ ସାଇନ୍ସ, ଆଲିଗଡରେ ରାଜା ମହେନ୍ଦ୍ର ପ୍ରତାପ ସିଂ ରାଜ୍ୟ ବିଶ୍ୱ ବିଦ୍ୟାଳୟ, ଶାହାରାନପୁରରେ ମା ଶାକମ୍ବରୀ ବିଶ୍ୱବିଦ୍ୟାଳୟ ଏବଂ ମିରଟରେ ମେଜର ଧ୍ୟାନଚାନ୍ଦ କ୍ରୀଡା  ବିଶ୍ୱବିଦ୍ୟାଳୟ ଇତ୍ୟାଦି । ଆମର ଲକ୍ଷ୍ୟ ହେଉଛି ଖୁବ୍ ପରିଷ୍କାର । ଯୁବ ସମାଜ  ନିଜେ କେବଳ ରୋଲ ମଡେଲ ହେବେ ନାହିଁ ବରଂ ସେମାନେ ରୋଡ ମଡେଲଙ୍କୁ ମଧ୍ୟ ସ୍ୱୀକୃତୀ ଦେବେ’ ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାମୀତ୍ୱ ଯୋଜନାରେ ୨୩ଲକ୍ଷରୁ ଅଧିକ ପଟ୍ଟା ୭୫ଟି ଜିଲ୍ଲାରେ ପ୍ରଦାନ କରାଯାଇଛି ।ପିଏମ୍ ସମ୍ମାନନିଧି ଯୋଜନାରେ ଚାଷୀମାନେ କୋଟି କୋଟି ଟଙ୍କା ସେମାନଙ୍କ ଖାତାରେ ପାଉଛନ୍ତି । ଆଖୁଚାଷୀମାନଙ୍କୁ ରେକର୍ଡ ପରିମାଣର ଅର୍ଥ ପଇଠ କରାଯାଇଛି । ଉତ୍ତରପ୍ରଦେଶରୁ ବାର ହଜାର କୋଟି ଟଙ୍କାରା ଇଥାନେଲ କିଣାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାରଙ୍କ ଭୂମିକା ଜଣେ ଅଭିଭାବକଙ୍କ ଭଳି  । ସରକାର ଯୋଗ୍ୟତା ଥିବା ବ୍ୟକ୍ତିଙ୍କୁ  ପ୍ରୋତ୍ସାହିତ କରିବା ଓ ଯୁବସମାଜର ଭୂଲଭଟକାକୁ ହତବୁଦ୍ଧି ବୋଲି ବିଚେଚନା କରିବେ ନାହିଁ । ଯୁବକ ଯୁବତୀମାନଙ୍କୁ ରେକର୍ଡ ସଂଖ୍ୟକ ସରକାରୀ ଚାକିରି ଯୋଗାଇ ଦେଇଥିବାରୁ ପ୍ରଧାନମନ୍ତ୍ରୀ ବର୍ତ୍ତମାନର ଉତ୍ତରପ୍ରଦେଶ ସରକାରଙ୍କୁ ଅଭିନନ୍ଦନ ଜଣାଇଥିଲେ । ଆଇଟିଆଇରୁ ତାଲିମ ପାଇଥିବା ହଜାର ହଜାର ଯୁବକ-ଯୁବତୀଙ୍କୁ ବଡ ବଡ କମ୍ପାନୀରେ କର୍ମନିଯୁକ୍ତି ମିଳିଛି । ଜାତୀୟ ଶିକ୍ଷାନବୀସ ଯୋଜନା ଓ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରୁ ବହୁ ଯୁବକ ଯୁବତୀ ଉପକୃତ ହୋଇଛନ୍ତି । ମିରଟ ମଧ୍ୟ ଗଙ୍ଗା ଏକ୍ସପ୍ରେସ ୱେ ଓ ରାପିଡ ରେଳ ଟ୍ରାନଜିଟ୍ ସିଷ୍ଟମ ଓ ମେଟ୍ରୋ ଯୋଗୁଁ ସଂଯୋଗର ପେଣ୍ଠସ୍ଥଳ ପାଲଟିଛି ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India records highest-ever startup surge with 55,200 recognised in FY26

Media Coverage

India records highest-ever startup surge with 55,200 recognised in FY26
NM on the go

Nm on the go

Always be the first to hear from the PM. Get the App Now!
...
Cabinet approves Continuation of Pradhan Mantri Gram Sadak Yojana-III till March 2028
April 18, 2026

The Union Cabinet, chaired by the Prime Minister Shri Narendra Modi, today has given its approval for the continuation of Pradhan Mantri Gram Sadak Yojana-III (PMGSY-III) beyond March 2025 upto March 2028. It involves consolidation of Through Routes and Major Rural Links connecting habitations to Gramin Agricultural Markets (GrAMs), Higher Secondary Schools and Hospitals. The revised outlay of the scheme will be Rs.83,977 crore.

The Cabinet further, amongst other things, approved the following:

  • Extension of timeline till March 2028 for completion of roads and bridges in plain areas and roads in hilly areas.
  • Extension of timeline till March 2029 for completion of bridges in hilly areas.
  • Works sanctioned before 31.03.2025 but un-awarded till now may be taken up for tender/award.
  • Long Span Bridges (LSBs) (161 Nos. with estimated cost of Rs.961 crore) pending for sanction but lying on the alignment of already sanctioned roads may be sanctioned and tendered/awarded.
  • Revision of outlay to Rs. 83,977 crore from original outlay of Rs.80,250 crore.

Benefits:

The extension of the timeline of PMGSY-III will enable the full realization of its intended socio-economic benefits by ensuring completion of targeted upgradation of rural roads. It will significantly boost the rural economy and trade by enhancing market access for agricultural and non-farm products, reducing transportation time and costs, and thereby improving rural incomes. Improved connectivity will facilitate better access to education and healthcare institutions, ensuring timely delivery of essential services, particularly in remote and underserved areas.

The continued implementation will also generate substantial employment opportunities, both directly through construction activities and indirectly by promoting rural enterprises and services. Overall, the extension will contribute to inclusive and sustainable development by bridging the rural-urban divide and advancing the vision of Viksit Bharat 2047.