“ଯଦି ସରକାରଙ୍କ ଦୃଦୟ ଓ ଅଭିପ୍ରାୟ ଜନସାଧାରଣଙ୍କ ସମସ୍ୟାକୁ ନେଇ ସମ୍ବେଦନଶୀଳ ନ ହୁଏ, ତେବେ ଉପଯୁକ୍ତ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୃଷ୍ଟି ଅସମ୍ଭବ”
“ଗୁଜରାଟରେ କାର୍ଯ୍ୟ ଓ ସଫଳତା ଏତେ ଅଧିକ ଯେ ଅନେକ ସମୟରେ ଏହାକୁ ଗଣିବା ମଧ୍ୟ କଷ୍ଟକର”
“ଆଜି ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଓ ସବ୍‌କା ପ୍ରୟାସ ସରକାର ଗୁଜରାଟରେ ଅବିଶ୍ରାନ୍ତ କାର୍ଯ୍ୟ କରୁଛି”
“ଯେତେବେଳେ ସରକାର ସମ୍ବେଦନଶୀଳ, ତାହା ହେଲେ ସମାଜ ସବୁଠାରୁ ଅଧିକ ସୁବିଧା ପାଏ ଓ ଏଥିରେ ସମାଜର ଦୁର୍ବଳ ଶ୍ରେଣୀ, ମା’ ଓ ଭଉଣୀମାନେ ମଧ୍ୟ ଲାଭାନ୍ୱିତ ହୋଇଥାନ୍ତି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦର ଆସରୱା ସିଭିଲ ହସ୍‌ପିଟାଲରେ ୧୨୭୫କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି ।

 ଘଟଣାସ୍ଥଳରେ ପହଞ୍ôଚବା ପରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ବୁଲି ଦେଖିଲେ । ପରେ ପ୍ରଧାନମନ୍ତ୍ରୀ  ମଞ୍ଚରେ ପହଞ୍ôଚବା ପରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ପ୍ରଧାନମନ୍ତ୍ରୀ ଫଳକ ଉନ୍ମୋଚନ କରି ଜାତି ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକଳ୍ପ (ଆଇ)  ମଞ୍ଜୁଶ୍ରୀ ମିଲ ପରିସରରେ ବୃକକ୍ ରୋଗ ଗବେଷଣା କେନ୍ଦ୍ର ପ୍ରତିଷ୍ଠା (ଆଇଆଇ) ଆସରୱା ସିଭିଲ ହସ୍‌ପିଟାଲ ପରିସରରେ ଗୁଜରାଟ କର୍କଟ ରୋଗ ଗବେଷଣା ପ୍ରତିଷ୍ଠାନ ଭବନ (ଆଇଆଇଆଇ)ୟୁଏନ ମେହେଟ୍ଟା ହସ୍‌ପିଟାଲ ଛାତ୍ରାବାସ (ଆଇଭି) ଏକ ରାଜ୍ୟ ଏକ ଡାଇଲେସିସ ଅଧୀନ ଗୁଜରାଟ ଡାଇଲେସିସ କାର୍ଯ୍ୟକ୍ରମ ଓ (ଭି)ଗୁଜରାଟ ରାଜ୍ୟ କେମୋ କାର୍ଯ୍ୟକ୍ରମ ଉତ୍ସର୍ଗ କରିଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ (୧) ଗୁଜରାଟ ଭେଷଜ ମହାବିଦ୍ୟାଳୟ ଗୋଧ୍ରା, (୨) ସୋଲାର ଜିଏମଇଆରଏସ୍ ମେଡିକାଲ କଲେଜ ନୂତନ ସୁପରି ସ୍ପେଶିଆଲିଟି ହସ୍‌ପିଟାଲ (୩) ଅସରୱା ସିଭିଲ ହସ୍‌ପିଟାଲରେ  ମେଡିକାଲ ବାଳିକା ଭେଷଜ ମହାବିଦ୍ୟାଳୟ(୪) ଅସରୱା ରେନ ବସେରା ସିଭିଲ ହସ୍‌ପିଟାଲ (୫) ୧୨୫ ଶଯ୍ୟା ବିଶିଷ୍ଟ ଭିଲୋଦା ଜିଲ୍ଲା ହସ୍‌ପିଟାଲ ୬)ଅନାଦାର ଠାରେ ୧୦୦ ଶଯ୍ୟା ବିଶିଷ୍ଟି ଉପ ଜିଲ୍ଳା ହସ୍‌ପିଟାଲଶିଳାନ୍ୟାସ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋରଭା ହଡାଙ୍କ ସିଏଚସି, ଜିଏମଏଲଆରଏସ ଜୁନାଗଡ ଓ ସିଏଚସି ୱାଘାଇଠାରେ ରୋଗୀମାନଙ୍କ ସହ କଥାବାର୍ତ୍ତା କରିଥିଲେ ।

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଗୁଜରାଟର ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଦିବସ । ପ୍ରକଳ୍ପ ସହିତ ସଂଶ୍ଳିଷ୍ଟ ସମସ୍ତଙ୍କୁ ନିଧାର୍ଯ୍ୟ ସମୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରି୍‌ଥିବାରୁ ସେ ଅଭିନନ୍ଦନ ଜଣାଇଥିଲେ । ବିଶ୍ୱର ଅତ୍ୟାଧୁନିକ ଭେଷଜ ପ୍ରଯୁକ୍ତି ଭିତ୍ତିଭୂମି, ଉନ୍ନତ ଚିକିତ୍ସା, ଗୁଜରାଟ ଜନସାଧାରଣଙ୍କୁ ଯୋଗାଇ ଦିଆଯିବା ଦ୍ୱାରା ସମାଜର ମଧ୍ୟ ଉନ୍ନତି ହେବ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେଉଁମାନେ ଘରୋଇ ଚିକିତ୍ସାଳୟ ସୁବିଧା ପାଇବା ଅର୍ଥ ଖର୍ଚ୍ଚ କରିବାକୁ ଅକ୍ଷମ, ସେମାନେ ଏହି ସରକାରୀ ଡାକ୍ତରଖାନାର ସହାୟତା ନେବେ ଓ ସେଠାକାର ଚିକିତ୍ସାଧିକାରୀମାନେ ସେମାନଙ୍କ ଭଲମନ୍ଦ ଖବର ବୁଝିବେ । ପ୍ରଧାନମନ୍ତ୍ରୀ କିପରି ପ୍ରାୟ ସାଢେ ତିନିବର୍ଷ ପୂର୍ବେ ୧୨ଶହ ଶଯ୍ୟା ବିଶିଷ୍ଟ ମାଆ-ଶିଶୁ ସ୍ୱତନ୍ତ୍ର ସୁବିଧା ଯୁକ୍ତ ହସ୍‌ପିଟାଲ ଉଦ୍‌ଘାଯନ କରିଥିଲେ ତା’ର ସ୍ମୃତିଚାରଣ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବୃକ୍‌କ ରୋଗ ପ୍ରତିଷ୍ଠାନ ଓ ୟୁଏନ ମେହେଟ୍ଟା ହୃଦରୋଗ ହସ୍‌ପିଟାଲର ସାମର୍ଥ୍ୟ ଓ ସେବା ସୁବିଧାର ସମ୍ପ୍ରସାରଣ କରାଯାଉଛି । ଗୁଜରାଟ କର୍କଟ ଗବେଷଣା ପ୍ରତିଷ୍ଠାନରେ ମଧ୍ୟ ଅସ୍ଥି ମଜ୍ଜା ପ୍ରତିରୋପଣ ସୁବିଧାକୁ ଉନ୍ନୀତ କରାଯାଉଛି । ଏହା ଦେଶର ପ୍ରଥମ ସରକାରୀ ହସ୍‌ପିଟାଲ ଯେଉଁଠି ଅତ୍ୟାଧୁନିକ ବୈଷୟିକ ଜ୍ଞାନଯୁକ୍ତ “ସାଇବର-ନାଇଫ” ଉପଲବ୍ଧ ହେବ” ବୋଲି ସେ କହିଥିଲେ ।

ସେ କହିଥିଲେ ଯେ ଗୁଜରାଟ ଦ୍ରୁତଗତିରେ ସେ ବିକାଶର ଶିଖର ସ୍ପର୍ଶ କରିବାରେ ଲାଗିଛି । ଗୁଜରାଟରେ ବିକାଶର ଗତି, କାର୍ଯ୍ୟ ଓ ସଫଳତା ଏବେ ଅଧିକ ଯେ ଅନେକ ସମୟରେ ଏହାର ପ୍ରଗତି ମଧ୍ୟ କଷ୍ଟକର ହୋଇଥାଏ ବୋଲି ସେ କହିଥିଲେ ।

୨୦-୨୫ବର୍ଷ ପୂର୍ବେ ଗୁଜରାଟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନଗ୍ରସରତା, ଶିକ୍ଷା,  ପରିଚାଳନା ଅବ୍ୟବସ୍ଥା, ବିଦ୍ୟୁତ ଅଭାବ, ଆଇନ ଶୃଙ୍ଖଳା କ୍ଷେତ୍ରରେ ପ୍ରଶାସନିକ ଅବ୍ୟବସ୍ଥା ଇତ୍ୟାଦି ଯଥେଷ୍ଟ ରହିଥିଲା । ଏହାର ମୂଳରେ ଥିଲା ଭୋଟ ବ୍ୟାଙ୍କ ରାଜନୀତି । ସମସ୍ତ ବ୍ୟବସ୍ଥାର ପ୍ରତିକାର କରି ଗୁଜରାଟ ଆଜି ଆଗେଇ ଚାଲିଛି ବୋଲି ସେ କହିଥିଲେ । ଆଜି ହାଇଟେକ ହସ୍‌ପିଟାଲ ପ୍ରସଙ୍ଗ ଉଠିଲେ ଗୁଜରାଟ ସବୁଠାରୁ ଉର୍ଦ୍ଧ୍ୱରେ । ଶିକ୍ଷାନୁଷ୍ଠାନର ଦୃଷ୍ଟିରୁ କେହି ଗୁଜରାଟର ସମକକ୍ଷ ନୁହଁନ୍ତି । ଗୁଜରାଟ ଆଜି ଆଗେଇବା ସହ ସଫଳତାର ନୂତନ ଶିଖର ଛୁଇଁଛି ବୋଲି ସେ କହିଥିଲେ । ସେହିପରି ଜଳ, ବିଦ୍ୟୁତ, ଆଇନ ଓ ଶୃଙ୍ଖଳା ପରିସ୍ଥିତି କ୍ଷେତ୍ରରେ ଗୁଜରାଟରେ ଅଭୂତପୂର୍ବ ପରିବର୍ତ୍ତନ ଆସିଛି । ଆଜି ସବ୍‌କା ସାଥ, ସବ୍‌କା ବିାକଶ, ସବ୍‌କା ବିଶ୍ୱାସ ଓ ସବ୍‌କା ପ୍ରୟାସ ଜରିଆରେ ଗୁଜରାଟ ସରକାର ଅକ୍ଲାନ୍ତ ପରିଶ୍ରମ କରୁଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଉନ୍ମୋଚିତ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପ ଗୁଜରାଟକୁ ଏକ ନୂତନ ପରିଚୟ ଦେଇଛି ଓ ତାହା ଗୁଜରାଟବାସୀଙ୍କ ସାମର୍ଥ୍ୟର ପ୍ରତୀକ । ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ସହ ଗୁଜରାଟବାସୀ ତାଙ୍କ ରାଜ୍ୟ ବିଶ୍ୱର ସର୍ବୋତ୍ତମ ସ୍ୱାସ୍ଥ୍ୟ ସୁବିଧାର ସମକକ୍ଷ ବୋଲି ଗର୍ବିତ ଅନୁଭବ କରିବେ ବୋଲି ସେ କହିଥିଲେ । ଏହା ମଧ୍ୟ ଗୁଜରାଟ ଭେଷଜ ପର୍ଯ୍ୟଟନ ବିଭବ ବୃଦ୍ଧି କରିବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଭିପ୍ରାୟ ଓ ନୀତି ଉଭୟ ଉତ୍ତମ ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ଆବଶ୍ୟକ । “ଯଦି ସରକାରଙ୍କ ମନ ଓ ଅଭିପ୍ରାୟ ଜନସାଧାରଣଙ୍କ ସମସ୍ୟା ପ୍ରତି ସମ୍ବେଦନଶୀଳ ନ ହୁଏ, ତେବେ ଉପଯୁକ୍ତ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୃଷ୍ଟି ସମ୍ଭବ ନୁହଁ” ବୋଲି ସେ କହିଥିଲେ । ଯେତେବେଳେ ସାମଗ୍ରିକ କାର୍ଯ୍ୟକୁ ପୂର୍ଣ୍ଣ ପ୍ରାଣରେ କରାଯାଏ, ସେତେବେଳେ ଏହାର ଫଳାଫଳ ମଧ୍ୟ ସୁଦୁରପ୍ରସାରୀ ହୁଏ । “ଗୁଜରାଟର ଏହା ହିଁ ସଫଳତାର ମନ୍ତ୍ର” ବୋଲି ସେ କହିଥିଲେ ।

ଭେଷଜ ବିଜ୍ଞାନର ସାଦୃଶ୍ୟକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଭାବେ “ଶଲ୍ୟ ଚିକିତ୍ସା’କୁ ପ୍ରୟୋଗାତ୍ମକ ଭଙ୍ଗୀରେ ଦେଖିଲେ । ତାହାହେଲା  ଅନାବଶ୍ୟକ ଜିନିଷକୁ ବଳପୂର୍ବକ ଓ ଉଦ୍ଦେଶ୍ୟମୂଳକ ଭାବେ ବାହାର କରିବା । ଦ୍ୱିତୀୟତଃ ଭେଷଜ ତାହା ହେଲୋ, ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ନବୋନ୍ମେଷର ପ୍ରୟୋଗ । ତୃତୀୟ ଯତ୍ନ ଯାହା ହେଉଛି, ସ୍ୱାସ୍ଥ୍ୟ ବ୍ୟବସ୍ଥାର ଉନ୍ନତି ପାଇଁ ସମ୍ବେଦନଶୀଳତା । ଗୁଜରାଟ ହେଉଛି ପ୍ରଥମ ରାଜ୍ୟ ଯେ ପ୍ରାଣୀଙ୍କ ଯତ୍ନ ପାଇଁ ପଦକ୍ଷେପ ନେଇଥିଲା । ରୋଗର ପ୍ରକୃତି ଓ ବୈଶ୍ୱିକ ମହାମାରୀ ଦୃଷ୍ଟିରୁ ଏକ ବିଶ୍ୱ, ଏକ ସ୍ୱାସ୍ଥ୍ୟ ଅଭିଯାନକୁ ମଜବୁତ କରିବାକୁ ହେବ । ସରକାର ଯତ୍ନବାନ ହୋଇ ସବୁ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । “ଆମେ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ଦୁଃଖ କଷ୍ଟରେ ସହଭାଗୀ ହେଲୁ” ବୋଲି ସେ କହିଥିଲେ । ଜନସାଧାରଣଙ୍କ ସହଭାଗିତା ଦ୍ୱାରା ସେମାନଙ୍କୁ ଯୋଗାଯୋଗ କରିବା ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ବ୍ୟବସ୍ଥା ସୁସ୍ଥ, ଗୁଜରାଟରେ ସ୍ୱାସ୍ଥ୍ୟ କ୍ଷେତ୍ର ମଧ୍ୟ ସୁସ୍ଥ ଓ ଗୁଜରାଟକୁ ଦେଶରେ ଏକ ଦୃଷ୍ଟାନ୍ତଭାବେ ଗ୍ରହଣ କରାଯାଇଥାଏ ।

ଗୁଜରାଟରୁ ଶିଖିଥିବା ବିଷୟ ସବୁ ସେ କେନ୍ଦ୍ର ସରକାର କ୍ଷେତ୍ରରେ ପ୍ରୟୋଗ କରିଥିବା ଦୃଢୋକ୍ତି ସହ  ପ୍ରକାଶ କରିଥିଲେ । ଗତ ଆଠବର୍ଷ ମଧ୍ୟରେ କେନ୍ଦ୍ର ସରକାର ଦେଶର ବିଭିନ୍ନ ସ୍ଥାନରେ ୨୨ଟି ଏମ୍ସ ପ୍ରତିଷ୍ଠା କରିଛନ୍ତି ଓ ଗୁଜରାଟ ମଧ୍ୟ ତାହା ଦ୍ୱାରା ଲାଭବାନ ହୋଇଛି । “ଗୁଜରାଟ   ଏହାର ପ୍ରଥମ ଏମ୍ସ ରାଜକୋଟରେ ପାଇଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଗୁଜରାଟର ସ୍ୱାସ୍ଥ୍ୟ କ୍ଷେତ୍ରରେ ହୋଇଥିବା କାର୍ଯ୍ୟକୁ ନେଇ ସେ କହିଥିଲେ ଯେ ସେଦିନ ଆଉ ଦୂର ନାହିଁ ଯେତେବେଳେ ଭେଷଜ ଗବେଷଣା କ୍ଷେତ୍ରରେ ଗୁଜରାଟ ଉତ୍କର୍ଷ ସାଧନ କରିବ । ଜୈବ ପ୍ରଯୁକ୍ତି ଓ ଫର୍ମା ଗବେଷଣା କ୍ଷେତ୍ରରେ ମଧ୍ୟ ବିଶ୍ୱସ୍ତରରେ ନାଁ କମାଇବ ।

 ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେେବେଳ ସରକାର ସମ୍ବେଦନଶୀଳ ସେତେବେଳେ ସମାଜ ସବୁଠାରୁ ଅଧିକ ସୁବିଧା ପାଏ ଓ ଏଥିରେ ସମାଜର ଦୁର୍ବଳ ଶ୍ରେଣୀ ମା’ ଓ ଭଉଣୀମାନେ ମଧ୍ୟ ଉପକୃତ ହୋଇଥାନ୍ତି । ଯେତେବେଳେ ମାତୃ-ଶିଶୁ ମୃତ୍ୟୁ ହାର ଗମ୍ଭୀର ଚିନ୍ତାର ବିଷୟ ହୋଇଥିଲା ଓ ତତ୍କାଳୀନ ସରକାର ଏଭଳି ଦୁର୍ଭାଗ୍ୟଜନକ ସ୍ଥିତି ପାଇଁ ଭାଗ୍ୟକୁ ଦୋଷ ଦେଉଥିଲେ, ସେତେବେଳେ ଆମ ସରକାର ମା’ ଓ ଶିଶୁଙ୍କ  ରକ୍ଷା ପାଇଁ ଅଣ୍ଟା ଭିଡିଥିଲା ବୋଲି ସେ କହିଥିଲେ ।  ଗେତ ୨୦ବର୍ଷ ମଧ୍ୟରେ ଶ୍ରୀ ମୋଦି କହିଥିଲେ ଯେ “ ଆମେ ଆବଶ୍ୟକ ନୀତିର ମସୁଧା ତିଆରି କରି ପ୍ରୟୋଗ ଫଳରେ ମୃତ୍ୟୁ ହାର ଆଶାତୀତ ଭାବେ ହ୍ରାସ ପାଇଥିଲା ।” “ବେଟୀ ବଚାଓ, ବେଟି ପଢାଓ” ଅଭିଯାନ  ପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ନବଜାତକ ପୁତ୍ର ତୁଳନାରେ କନ୍ୟା ଜନ୍ମ ଅଧିକ ହୋଇଛି । ଏଥିପାଇଁ ଗୁଜରାଟ ସରକାରଙ୍କ ଯୋଜନା “ଚିରଞ୍ଜିବୀ ଓ “ଖିଲିଖିଲାହତ”କୁ ପ୍ରଧାନମନ୍ତ୍ରୀ ଶ୍ରେୟ ଦେଇଥିଲେ । ଗୁଜରାଟର ଉଦ୍ୟମ ଓ ସଫଳତା କେନ୍ଦ୍ର ସରକାରଙ୍କୁ ଇନ୍ଦ୍ରଧନୁଷ ଓ ମାତୃବନ୍ଦନା  ଅଭିଯାନ ହାତକୁ ନେବାକୁ ପଥ ପ୍ରଦର୍ଶନ କରିଥିଲା ।

ଉଦ୍‌ଯାପନୀ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଗରିବ ଓ ଅବହେଳିତ ନିମନ୍ତେ ଆୟୁଷ୍ମାନ ଭାରତ ଯୋଜନାର ଉପାଦେୟତା ଉପରେ କହିଥିଲେ । ଡବଲ ଇଞ୍ଜିନ ସରକାରଙ୍କ ବ୍ରକ୍ତି ନେଇ ସେ କହିଥିଲେ ଯେ ଆୟୁଷ୍ମାନ ଭାରତ ଓ ମୁଖ୍ୟଯନ୍ତ୍ରୀ ଅମ୍ରିତମ ଯୋଜନା ଗୁଜରାଟରେ ଗରିବ ଲୋକମାନଙ୍କ ସ୍ୱାସ୍ଥ୍ୟ ଆବଶ୍ୟକତା ପୂରଣ କରିପାରିଛିି । “ଶିକ୍ଷା ଓ ସ୍ୱାସ୍ଥ୍ୟ ଦୁଇଟି କ୍ଷେତ୍ର କେବଳ ଭବିଷ୍ୟତରେ ସେ ଦିଗ ସ୍ଥିର କରିବାରେ ସକ୍ଷମ, କେବଳ ବର୍ତ୍ତମାନର ନୁହେଁ” ବୋଲି ସେ କହିଥିଲେ । ୨୦୧୯ରେ ୧୨୦୦ ଶଯ୍ୟା ବିଶିଷ୍ଟ ସିଭିଲ ହସ୍‌ପିଟାଲର ଉଦାହରଣ ଦେଇ ଏହି ହସ୍‌ପିଟାଲ ବୃହତ୍ତମ ସ୍ୱାସ୍ଥ୍ୟ  ସେବା କେନ୍ଦ୍ରଭାବେ  କୋଭିଡ-୧୯ ମହାମାରୀ କାଳରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସେ କହିଥିଲେ । ଏହି ଏକମାତ୍ର ସ୍ୱାସ୍ଥ୍ୟ କେନ୍ଦ୍ର ହଜାର ହଜାର ରୋଗୀ ଜୀବନ ଓ ବୈଶ୍ୱିକ ମହାମାରୀ କାଳରେ ବଞ୍ଚାଇପାରିଥିଲା । ବର୍ତ୍ତମାନର ଅବସ୍ଥାନର ଉନ୍ନତି ସହ ଭବିଷ୍ୟତ ପାଇଁ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଉଥିଲେ । “ମୁଁ ଆପଣ ଓ ଆପଣଙ୍କ ପରିବାର ରୋଗଠାରୁ ଦୂରେଇ ରହୁ ବୋଲି ଆଶା କରୁଛି” ବୋଲି ସେ କହିଥିଲେ ।

ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ,ସାଂସଦ ସଦସ୍ୟ ଶ୍ରୀ ସି.ଆର ପାଟିଲ, ଶ୍ରୀ ନରହରି ଅମୀନ, ଶ୍ରୀ କିିର୍ତ୍ତର୍ୀ ଭାଇ ସୋଲାଙ୍ଗୀ, ଶ୍ରୀ ହସମୁଖ ଭାଇ ପଟେଲ ଏହି ଅବସରରେ ଉପସ୍ଥିତ ଥିଲେ ।

ପୃଷ୍ଟଭୂମି- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦର ଆସରୱା ସିଭିଲ ହସ୍‌ପିଟାଲ ପରିସରରେ ୧୨୭୫କୋଟି ଟଙ୍କାର ବିିଭିନ୍ନ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଥିଲେ । ଗରିବ ରୋଗୀଙ୍କ ପରିବାର ପାଇଁ ଆଶ୍ରୟ ସ୍ଥଳର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଥିଲେ । ପ୍ରଧାନମନ୍ତ୍ରୀ ହୃଦୟଯତ୍ନ ନିମନ୍ତେ ଅତ୍ୟାଧୁନିକ ସୁବିଥା ତଥା ଛାତ୍ରବ।।ସ ଭବନ ୟୁଏନ ମହେଟ୍ଟା ହୃଦୟ ଚିକିତ୍ସା ପ୍ରତିଷ୍ଠାନ ଓ ଗବେଷଣଶ କେନ୍ଦ୍ର ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗଅ କରିବା ସହ ବୃକକ୍ ଚିକିତ୍ସା ପ୍ରତିଷ୍ଠାନର ନୂତନ ହସ୍‌ପିଟାଲ ଭବନ ଓ ଗବେଷଣା କେନ୍ଦ୍ର ଓ ଗୁଜରାଟ କର୍କଟ ଏବଂ ଗବେଷଣା କେନ୍ଦ୍ରର ନୂତନ ଭବନକୁ ମଧ୍ୟ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Policy paralysis’ to ‘dynamism’: PM Modi returns to SRCC, maps India’s growth in 13 years

Media Coverage

‘Policy paralysis’ to ‘dynamism’: PM Modi returns to SRCC, maps India’s growth in 13 years
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares moments from his metro journey to and from the SRCC programme
September 05, 2026

Prime Minister Shri Narendra Modi today shared glimpses of his metro journey while traveling to and from the SRCC programme.

In a post on X, the Prime Minister shared:

"Metro moments…

On the way to the SRCC programme and back."