“ଯଦି ସରକାରଙ୍କ ଦୃଦୟ ଓ ଅଭିପ୍ରାୟ ଜନସାଧାରଣଙ୍କ ସମସ୍ୟାକୁ ନେଇ ସମ୍ବେଦନଶୀଳ ନ ହୁଏ, ତେବେ ଉପଯୁକ୍ତ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୃଷ୍ଟି ଅସମ୍ଭବ”
“ଗୁଜରାଟରେ କାର୍ଯ୍ୟ ଓ ସଫଳତା ଏତେ ଅଧିକ ଯେ ଅନେକ ସମୟରେ ଏହାକୁ ଗଣିବା ମଧ୍ୟ କଷ୍ଟକର”
“ଆଜି ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଓ ସବ୍‌କା ପ୍ରୟାସ ସରକାର ଗୁଜରାଟରେ ଅବିଶ୍ରାନ୍ତ କାର୍ଯ୍ୟ କରୁଛି”
“ଯେତେବେଳେ ସରକାର ସମ୍ବେଦନଶୀଳ, ତାହା ହେଲେ ସମାଜ ସବୁଠାରୁ ଅଧିକ ସୁବିଧା ପାଏ ଓ ଏଥିରେ ସମାଜର ଦୁର୍ବଳ ଶ୍ରେଣୀ, ମା’ ଓ ଭଉଣୀମାନେ ମଧ୍ୟ ଲାଭାନ୍ୱିତ ହୋଇଥାନ୍ତି”

ନମସ୍ତେ ଭାଇମାନେ !

 ଆଜି ଗୁଜରାଟର ସ୍ୱାସ୍ଥ୍ୟ ସୁବିଧା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ । ମୁଁ ଭୂପେନ୍ଦ୍ର ଭାଇ, ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ସମସ୍ତ ସଂସଦ ସଦସ୍ୟ, ବିଧାୟକଗଣ ଓ ନିଗମ କର୍ମକର୍ତ୍ତା ଯେଉଁମାନେ ମଞ୍ଚ ଉପରେ ଅଛନ୍ତି, ତଥା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଦ୍ରୁତଗତିରେ ଆଗେଇ ନେବାରେ ଲାଗିପଡିଛନ୍ତି ସେମାନଙ୍କୁ ଅଭିନନ୍ଦନ ଜଣାଉଛି ।

ବିଶ୍ୱର ସବୁଠାରୁ ଅତ୍ୟାଧୁନିକ ମେଡିକାଲ ପ୍ରଯୁକ୍ତିବିଦ୍ୟା, ଉନ୍ନତ ସୁବିଧା ଓ ଭେଷଜ ଭିତ୍ତିଭୂମି ଏଣିକି ଆମର ଅହମ୍ମଦାବାଦ ଓ ଗୁଜରାଟରେ ଉପଲବ୍ଧ ହେବ ଓ ସମାଜର ସାଧାରଣ ଲୋକ ଯେଉଁମାନେ ଘରୋଇ ହସ୍‌ପିଟାଲ ଯାଇପାରିବେ ନାହିଁ ସେମାନେ ଏହାର ସୁବିଧା ନେଇପାରିବେ । ଏହି ସରକାରୀ ଡାକ୍ତରଖାନାର କର୍ମଚାରୀଗଣ ସେମାନଙ୍କୁ ୨୪ଘଣ୍ଟା ସେବା ପ୍ରଦାନ କରିବେ । ଭାଇ ଓ ଭଉଣୀମାନେ ପ୍ରାୟ ସାଢେ ତିନିବର୍ଷ ପୂର୍ବରୁ ମୋତେ ୧୨୦୦ଶଯ୍ୟା ବିଶିଷ୍ଟ ଏକ ମା’-ଶିଶୁ ସୁପର ସ୍ପେଶିଆଲିଟି ହସ୍‌ପିଟାଲ ଉଦ୍‌ଘାଟନ କରିବା ସୁଯୋଗ ମିଳିଥିଲା । ଆଜି ଖୁବ୍ ଅଳ୍ପ ଦିନର ବ୍ୟବଧାନ ମଧ୍ୟରେ ଏହି ଚିକିତ୍ସା ପରିସର ଏକ ଭବ୍ୟ ଆକାର ନେଇପାରିଛି । ସେହିପରି ବୃକକ୍ ରୋଗ ପ୍ରତିଷ୍ଠାନ ଓ ୟୁଏନ୍ ମେହେଟ୍ଟା ହୃଦରୋଗ ପ୍ରତିଷ୍ଠାନ ମଧ୍ୟ ନିଜର ସାମର୍ଥ୍ୟ ଓ ସେବା ବୃଦ୍ଧି କରିବାରେ ଲାଗିଚନ୍ତି । ଗୁଜରାଟ କର୍କଟ ଗବେଷଣା  ପ୍ରତିଷ୍ଠାନରେ ଅସ୍ଥି ମଜ୍ଜା ପ୍ରତିରୋପଣ ସୁବିଧା ମଧ୍ୟ ଉପଲବ୍ଧ ହେଉଛି । ଏହା ଦେଶର ପ୍ରଥମ ହସ୍‌ପିଟାଲ ହେବ ଯେଉଁଠି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସାଇବାର ନାଇଫ ଉପଲବ୍ଧ ହେବ । ବେଳେବେଳେ ଗୁଜରାଟର କାର୍ଯ୍ୟ ଓ ସଫଳତା ଏତେ ବ୍ୟାପକ ହୋଇଯାଏ ଯେ ଏହାର ଗଣତି ମଧ୍ୟ କଷ୍ଟକର ହୋଇପଡେ । ଏମିତି ଅନେକ କିଛି ଦେଶରେ ରହିଛି ଯାହା ଗୁଜରାଟ ପ୍ରଥମ କରି ଦେଖାଇଛି ।

ମୁଁ ଏହି ସଫଳତା ନିମନ୍ତେ ଆପଣ ସମସ୍ତଙ୍କୁ ଓ ଗୁଜରାଟବାସୀଙ୍କୁ ଅଭିନନ୍ଦନ ଜଣାଉଛି । ମୁଁ କଠିନ ପରିଶ୍ରମ ସହ ଏହି ସବୁ ଯୋଜନାର ସଫଳତା ପାଇଁ ବିଶେଷକରି ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲଙ୍କୁୁ ପ୍ରଶଂସା କରିଚି ।

ବନ୍ଧୁଗଣ,

 ଆଜି ମୁଁ ସ୍ୱାସ୍ଥ୍ୟ ସମ୍ପର୍କୀତ ଗୁଜରାଟର ଏକ କାର୍ଯ୍ୟକ୍ରମ ସମ୍ପର୍କରେ କହିବାକୁ ଯାଉଛି । ଏହି ଯାତ୍ରା ବିଭିନ୍ନ ରୋଗର ଆରୋଗ୍ୟଲାଭ । ଆପଣମାନେ ଆଶ୍ଚର୍ଯ୍ୟ ହେଉଥିବେ ଯେ ମୋଦୀ କାହିଁକି ହସ୍‌ପିଟାଲ ପାଇଁ ଉଦ୍ଦିଷ୍ଟ  କାର୍ଯ୍ୟକ୍ରମ ରୋଗ ଓ ନିଦାନ ସମ୍ପର୍କରେ ଆଲୋଚନା କରୁଛି ବୋଲି ମୁଁ ଚିକିତ୍ସା  ନୁହେଁ ମାତ୍ର ମତେ ଏହି ସବୁ ରୋଗକୁ ଭଲ କରିବାକୁ ପଡିବ । ୨୦-୨୫ ବର୍ଷ ଆଗରୁ ଗୁଜରାଟ ଅନେକ ରୋଗର ଶିକାର ହୋଇଥିଲା । ଗୋଟିଏ ରୋଗ ଥିଲା, ତାହା ହେଉଛି ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନଗ୍ରସରତା । ଦ୍ୱିତୀୟ ହେଉଛି ଶିକ୍ଷା କ୍ଷେତ୍ରରେ ଅସାଧୁ ଉପାୟ ଅବଲମ୍ବନ । ତୃତୀୟ ହେଲା ବିଜୁଳି ଅଭାବ । ଚତୁର୍ଥ ହେଲା ପାଣି ସମସ୍ୟା । ପଞ୍ଚମ ହେଉଛି ବ୍ୟାପକ କୁପ୍ରଶାସନ । ଷଷ୍ଠ ହେଉଛି ଖରାପ ଆଇନ ଶୃଙ୍ଖଳା ସ୍ଥିତି । ଏ ସମସ୍ତ ରୋଗର ମୂଳରେ ଥିଲା ଗୋଟିଏ ଭୋଟ ବ୍ୟାଙ୍କ ରାଜନୀତି । ବୟସ୍କ ଓ ପୂର୍ବ ପିଢିର ଜନସାଧାରଣ ଯେଉଁମାନେ ଏଠାରେ ଉପସ୍ଥିତି ସେମାନେ ଏଥିନେି ଅବଗତ ଥିବେ । ଗୁଜରାଟରେ ଏଭଳି ପରିସ୍ଥିତି ୨୦-୨୫ବର୍ଷ ଆଗରୁ ଥିଲା । ଯୁବ ଗୋଷ୍ଠୀଙ୍କୁ ଭଲ ଶିକ୍ଷା ପାଇଁ ଅନ୍ୟ ରାଜ୍ୟକୁ ଯିବାକୁ ପଡୁଥିଲା । ଲୋକମାନଙ୍କୁ ଉତ୍ତମ ଉପଚାର ପାଇଁ ସଂଘର୍ଷ କରିବାକୁ ପଡୁଥିଲା । ଲୋକଙ୍କୁ ବିଜୁଳି ପାଇଁ ଅପେକ୍ଷା କରିବାକୁ ହେଉଥିଲା । ସେମାନଙ୍କୁ ସବୁଦିନ ଦୁର୍ନୀତି ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିର ସାମ୍ନା କରିବାକୁ ହେଉଥିଲା । ମାତ୍ର ସେସବୁ ରୋଗକୁ ପଛରେ ପକାଇ ଆଜି ଗୁଜରାଟ ଆଗେଇ ଚାଲିଛି । ସେଥିପାଇଁ ଆଜି ଆମେ ରାଜ୍ୟକୁ ଅନେକ ରୋଗରୁ ମୁକ୍ତ କରିବାକୁ ଅନେକ ଅଭିଯାନ ଚଳାଇଛୁ । ଆଜି ହାଇଟେକ ହସ୍‌ପିଟାଲ ଦୃଷ୍ଟିରୁ ବିଚାର କଲେ ଗୁଜରାଟ ସବୁଠାରୁ ଆଗରେ । ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ଥିଲି ସେତେବେଳେ ମତେ ଅନେକ ସମୟରେ ସିଭିଲ ହସ୍‌ପିଟାଲ ଗସ୍ତ କରିବାକୁ ପଡୁଥିଲା । ସେତେବେଳେ ମଧ୍ୟପ୍ରଦେଶ ଓ ରାଜସ୍ଥାନରୁ ଅନେକ ରୋଗୀ ସିଭିଲ ହସ୍‌ପିଟାଲକୁ ରୋଗ ଉପଶମ ପାଇଁ ଆସିଥିଲେ ।

ବନ୍ଧୁଗଣ,

ଦେଶର ଖ୍ୟାତନାମା ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟ ଦୃଷ୍ଟିରୁ ବିଚାରକଲେ ଆଜି ଗୁଜରାଟର କୌଣସି ତୁଳନା ନାହିଁ । ଗୁଜରାଟରେ ଜଳ, ଶକ୍ତି ଓ ଆଇନ ଶୃଙ୍ଖଳା ପରିସ୍ଥିତିରେ ଆଖିଦୃଶିଆ ଉନ୍ନତି ହୋଇଛି । ଆଜି ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଓ ସବ୍‌କା ପ୍ରୟାସ  ସରକାର ଗୁଜରାଟର କଲ୍ୟାଣ ପାଇଁ ନିରବଚ୍ଛିନ୍ନ କାର୍ଯ୍ୟ କରୁଛି ।

ବନ୍ଧୁଗଣ,

ଆଜି ଅହମ୍ମଦାବାଦର ଏହି ହାଇଟେକ ମେଡିସିଟି ଓ ଅନ୍ୟାନ୍ୟ  ସ୍ୱାସ୍ଥ୍ୟ ସମ୍ପର୍କୀତ ସେବା ଗୁଜରାଟକୁ ଏକ ନୂତନ ପରିଚୟ ଦେଇଛି । ଏହା କେବଳ ଏକ କଲ୍ୟାଣ ପ୍ରତିଷ୍ଠାନ ନୁହେଁ, ଏହା ଗୁଜରାଟ ଜନସାଧାରଣ ସାମର୍ଥ୍ୟର ପ୍ରତୀକ । ଗୁଜରାଟବାସୀ ମେଡିସିଟିରୁ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ ନେଇ ଗର୍ବିତ ମଧ୍ୟ ହେବେ । ଗୁଜରାଟରେ ଥିବା ମେଡିକାଲ ପର୍ଯ୍ୟଟନ ସାମର୍ଥ୍ୟ ମଧ୍ୟ ପ୍ରୋତ୍ସାହନ ପାଇବ ।

ବନ୍ଧୁଗଣ,

ଆମେ ଅନେକ ସମୟରେ ଶୁଣିଛୁ ଏକ ସୁସ୍ଥ ଶରୀର ପାଇଁ ସୁସ୍ଥ ମନର ଆବଶ୍ୟକତା ରହିଛି । ଏହା ସରକାରଙ୍କ କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ । ଯଦି ସରକାରମାନେ ସୁସ୍ଥ ନୁହଁନ୍ତି, ସେମାନଙ୍କ ଅଭିପ୍ରାୟ ସ୍ପଷ୍ଟ ନୁହେଁ ଓ ଲୋକମାନଙ୍କ ନିମନ୍ତେ ସମ୍ବେଦନଶୀଳତାର ଅଭାବ ରହିଛି, ତେବେ ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମି ମଧ୍ୟ ଦୁର୍ବଳ ହେବ। ଗୁଜରାଟର ଜନସାଧାରଣ ୨୦-୨୨ ବର୍ଷ ଆଗରୁ ଅନେକ କଷ୍ଟ ସହ୍ୟ କରିଛନ୍ତି । ଆପଣ ଯାଉଥିବା ଅଧିକାଂଶ ଡାକ୍ତର ଆପଣମାନଙ୍କୁ ତିନିଟି ଉପଦେଶ ଦେବେ । ସେମାନେ ଆପଣମାନଙ୍କୁ ତିନିଟି ବିକଳ୍ପ ସମ୍ପର୍କରେ କହିବେ । ପ୍ରଥମେ ସେମାନେ କହିବେ ଯେ ଆପଣମାନେ ଔଷଧ ସେବା ଦ୍ୱାରା ଭଲ ହୋଇଯିବେ । ଯେତେବେଳେ ଔଷଧ କାମ ନ କରେ ସେମାନେ ଶଲ୍ୟ ଚିକିତ୍ସା ସଦସ୍ୟଙ୍କୁ ଔଷଧ ଓ ଶଲ୍ୟ ଚିକିତ୍ସା ସହ ରୋଗୀର ଯତ୍ନ ନେବାକୁ ପରାମର୍ଶ ଦେବେ ।

ଆମ ସରକାର ଗୁଜରାଟର ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ଆଣିବା ନିମନ୍ତେ ଏହି ସବୁ ପଦ୍ଧତି ବ୍ୟବହାର କରିଥାଏ। ଯାହା ରୋଗୀକୁ ପରମର୍ଶ ଦିଆଯାଇଥାଏ । ମୁଁ ରାଜ୍ୟରେ ପ୍ରଚଳିତ ବ୍ୟବସ୍ଥାରେ ସେଇୟା କରିବାକୁ ଚାହିଁବି । ଡାକ୍ତର  ଶଲ୍ୟ ଚିକିତ୍ସା ସୁପାରିସ୍ କରନ୍ତି । ମୋ ପାଇଁ ଏହା ପୁରୁଣା ସରକାରୀ ପଦ୍ଧତିର ବଳପୂର୍ବକ ପରିବର୍ତ୍ତନ।

ଅକାର୍ଯ୍ୟରେ କଇଁଚି ମାରି ଶୀଥିଳତା ଓ ଦୁର୍ନୀତି ବିରୁଦ୍ଧରେ ପଦକ୍ଷେପ ପାଇଁ ମୋର ଶଲ୍ୟ ଚିକିତ୍ସା । ଦ୍ୱିତୀୟ ହେଲା ଔଷଧ । ମୋ ନିମନ୍ତେ ଏଥିରେ ନୂତନ ବ୍ୟବସ୍ଥାକୁ ବିକଶିତ କରାଇବା ପାଇଁ ଅନବରତ ଉଦ୍ୟମ, ମାନବ ସମ୍ବଳ ବିକାଶ, ଭିତ୍ତିଭୂମି ବିକାଶ, ନବୋନ୍ମେଷ, ନୂତନ ହସ୍‌ପିଟାଲ ନିର୍ମାଣ ଓ ସେହିପରି ଅନେକ ପଦକ୍ଷେପ ଏବଂ ତୃତୀୟରେ ଯତ୍ନ । ଗୁଜରାଟର ସ୍ୱାସ୍ଥ୍ୟ କ୍ଷେତ୍ରକୁ ସୁଧାରିବା ନିମନ୍ତେ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଆମେ ଯତ୍ନର ସହ କାମ କରୁ ଆମେ ଲୋକଙ୍କ ସାଙ୍ଗରେ ମିଶି ସେମାନଙ୍କ ଦୁଃଖ କଷ୍ଟରେ ଭାଗି ହେଉ । ଆଜି ମୁଁ ଅତ୍ୟନ୍ତ ବିନମ୍ରତାର ସହ କହିବାକୁ ଚାହୁଁଛି ଯେ ଗୁଜରାଟ ଦେଶର ପ୍ରଥମ ରାଜ୍ୟ ଯେ କେବଳ ମଣିଷ ପାଇଁ ନୁହେଁ ପ୍ରାଣୀଙ୍କ ନିମନ୍ତେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥିଲା । ରାଜ୍ୟ ବାହାର ଜନସାଧାରଣ ଏହାକୁ ଅଦଭୂତ ବିବେଚନା କଲେ ମଧ୍ୟ ମୁଁ କହେ ଯେ ପ୍ରାଣୀମାନଙ୍କ ଦାନ୍ତ ଓ ଆଖିର ଉପଚାର ଜରୁରୀ ।

ଭାଇ ଓ ଭଉଣୀମାନେ,

ଜନ ସହଭାଗିତାର ନିମନ୍ତେ ଆମର ଉଦ୍ୟମ  ରହିଛି । କରୋନା କାଳରେ ମୁଁ ଜି-୨୦ଶିଖର ସମ୍ମିଳନୀରେ ଉଦ୍‌ବୋଧନ ଦେଉଥିଲି । ବିଶ୍ୱର ଏହି ସାଂଘାତିକ ସ୍ଥିତିରେ ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ ଅଭିଯାନ ନିମନ୍ତେ ମୁଁ ଯୁକ୍ତି କଲି । ମୁଁ  ଗରିବମାନଙ୍କୁ ସାହାଯ୍ୟ ପାଇଁ ଆହ୍ୱାନ  ଜଣାଇଲି । ଆମେ ଦେଖିଲୁ କେତେକ ଦେଶ କରୋନା କାଳରେ ଚାରିରୁ ପାଞ୍ଚ ଥର ଟିକା ନେଇ ସାରିଥିବା ବେଳେ ଅନେକ ଦେଶର ଗରିବ ଲୋକମାନେ ଗୋଟିଏ ହେଲେ ମଧ୍ୟ ଟିକା ମାତ୍ରା ନେଇ ନାହାଁନ୍ତି । ତାହା ମତେ ଖୁବ୍ କଷ୍ଟ ଦେଲା ।  ତେଣୁ ଆମେ ସ୍ଥିର କଲୁ ବିଶ୍ୱର ଟିକାକରଣ ନିମନ୍ତେ, ଯାହା ଫଳରେ ପୃଥିବୀର କେଉଁଠି ମଧ୍ୟ କେହି ବିନା ଟୀକା ଯୋଗୁଁ ପ୍ରାଣ ହରାଇବେ ନାହିଁ । ଆମେ ସମସ୍ତେ ଦେଖିଲୁ ଯେତେବେଳେ ବ୍ୟବସ୍ଥା ସୁସ୍ଥ ଗୁଜରାଟର ସ୍ୱାସ୍ଥ୍ୟ କ୍ଷେତ୍ର ମଧ୍ୟ ସୁସ୍ଥ । ଦେଶରେ ଜନସାଧାରଣ ଗୁଜରାଟର ଦୃଷ୍ଟାନ୍ତ ଦେବାରେ ଲାଗିଲେ ।

ବନ୍ଧୁଗଣ,

ଯେତେବେଳେ ପୂର୍ଣ୍ଣପ୍ରାଣରେ ପ୍ରୟାସ ହୁଏ ସାମଗ୍ରିକ ବିଚାରକୁ ନେଇ, ଯେତେବେଳେ ଫଳାଫଳ ମଧ୍ୟ ବହୁମୁଖୀ ହୋଇଥାଏ । ଏହା ହିଁ ଗୁଜରାଟ ସଫଳତାର ମନ୍ତ୍ର । ଆଜି ଗୁଜରାଟରେ ହସ୍‌ପିଟାଲ ଓ ଡାକ୍ତରଥିବା ବେଳେ ଯୁବ ସମାଜ ପାଇଁ ଚିକିତ୍ସକ ହେବା ପାଇଁ ସୁଯୋଗ ରହିଛି । ୨୦-୨୨ ବର୍ଷ ପୂର୍ବରୁ ଏଭଳି ଏକ ବିରାଟ ରାଜ୍ୟରେ କେବଳ ନଅଟି ଭେଷଜ ମହାବିଦ୍ୟାଳୟ ରହିଥିଲା । ଯେତେବେଳେ କମ୍ ଭେଷଜ ମହାବିଦ୍ୟାଳୟ  ରହିବ ସେତେବେଳେ କମ୍ ବ୍ୟୟ ସାପେକ୍ଷ ଓ ଉତ୍ତମ ଉପଚାର ପାଇବାର ପରିସର ମଧ୍ୟ ସୀମିତ ହୋଇଥାଏ । ଆଜି ୩୬ଟି ମେଡିକାଲ କଲେଜ ସେମାନଙ୍କ ସେବା ପ୍ରଦାନ କରୁଛନ୍ତି । ୨୦ବର୍ଷ ପୂର୍ବରୁ ଗୁଜରାଟରେ ସରକାରୀ ଡାକ୍ତରଖାନା ଗୁଡିକରେ ପ୍ରାୟ ୧୫ହଜାର ଶଯ୍ୟା ଥିଲା । ସେ ଯାଗାରେ ଆଜି ଏହା ୬୦ହଜାରକୁ ବୃଦ୍ଧି ପାଇଛି । ଆଗରୁ ଉଭୟ ମେଡିକାଲ ସ୍ୱାତ୍ତକ ଓ ସାତ୍ତକୋତ୍ତର ଶ୍ରେଶୀ ପାଇଁ ୨୨୦୦ସ୍ଥାନ ଥିବାବେଳେ ତାହା ଏବେ ୮୫୦୦କୁ ବୃଦ୍ଧି ପାଇଛି । ମହାବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେଉଥିବା ଚିକିତ୍ସକମାନେ ଗୁଜରାଟ ରାଜ୍ୟର କୋଣେ ଅନୁକୋଣ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ କରୁଛନ୍ତି । ଆଜି ହଜାର ହଜାର ଉପକେନ୍ଦ୍ର, ସିଏଚସି, ପିଏଚ୍‌ସି ଓ ସୁଧାର କେନ୍ଦ୍ର ମାନ ଗୁଜରାଟରେ ସ୍ଥାପିତ ହୋଇଛି ।

ବନ୍ଧୁଗଣ,

ମୁଁ ଗୁଜରାଟରେ ଯାହା ଶିଖିଲି ତାହା ମୁଁ ଦିଲ୍ଲୀ ଗଲାପରେ ବହୁତ କାମରେ ଆସିଲା । ସେହି ଦୂରଦୃଷ୍ଟି ନେଇ ଆମେ କେନ୍ଦ୍ରରେ ମଧ୍ୟ  ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ କାମ କଲୁ । ଗତ ଆଠ ବର୍ଷ ମଧ୍ୟରେ ଆମେ ଦେଶର ବିଭିନ୍ନ ସ୍ଥାନରେ ୨୨ଟି ନୂତନ ଏଏମ୍ସ ପ୍ରତିଷ୍ଠା କରିଛୁ । ଗୁଜରାଟ ମଧ୍ୟ ଏହାର ପ୍ରଥମ ଏଏମ୍ସ ରାଜକୋଟରେ ପାଇଛି । ଏହି ପ୍ରକାର ଗୁଜରାଟ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ ହୋଇଛି । ସେଦିନ ଆଉ ଡେରୀ ନାହିଁ ଯେତେବେଳେ, ବିଶ୍ୱରେ ଗୁଜରାଟକୁ ନେଇ ଏହାର ଭେଷଜ, ଫାର୍ମା ଓ ଜୈବ ପ୍ରଯୁକ୍ତି ଗବେଷଣା ଆଲୋଚନା ହେବ । ଡବଲ ଇଞ୍ଜିନ ସରକାରର ଧ୍ୟାନ ଏହା ଉପରେ କେନ୍ଦ୍ରୀତ ହୋଇଛି ।

ବନ୍ଧୁଗଣ,

ଯେତେବେଳେ ସମ୍ବେଦନଶୀଳତା ସମ୍ବଳ ସହିତ ମିଶିଯାଏ, ସେତେବେଳେ ସମ୍ବଳ ସେବାର ଶ୍ରେଷ୍ଠ ମାଧ୍ୟମ ବନିଯାଏ । ଯେଉଁଠି ଅନୁକମ୍ପା ନାହିଁ ସେଠାରେ ସମ୍ବଳ ସ୍ୱାର୍ଥ ଓ ଦୁର୍ନୀତି ଦ୍ୱାରା କବଳିତ ହୋଇଯାଏ । ସେ ଦୃଷ୍ଟିରୁ ମୁଁ ମୂଳରୁ ସମ୍ବେଦନଶୀଳତା କଥା କହୁଛି ଓ ଆପଣମାନଙ୍କୁ  ଖରାପ ପ୍ରଶାସନିକ ବ୍ୟବସ୍ଥା ନେଇ କହିଛି। ଏବେ ବ୍ୟବସ୍ଥାରେ ପରିବର୍ତ୍ତନ ଆସିଛି । ଏହି ସମ୍ବେଦନଶୀଳତା  ଓ ସ୍ୱଚ୍ଛତା ଯୋଗୁଁ ଅହମ୍ବଦାବାଦରେ ମେଡିସିଟି ସୃଷ୍ଟି ହେବା ସହ କର୍କଟ ପ୍ରତିଷ୍ଠାନର ଆଧୁନିକୀକରଣ ହୋଇଛି । ସେହିପରି ଗୁଜରାଟର ପ୍ରତ୍ୟେକ ଜିଲ୍ଲାରେ  କେମୋଥୋରାପୀ ସୁବିଧା ହୋଇଛି ଯାହା ଫଳରେ ଗ୍ରାମାଞ୍ଚଳକୁ ଆସୁଥିବା ଲୋକମାନେ କେମୋଥେରାପୀ ନିମନ୍ତେ ଏତେତେଣେ ଧାଁ ଧଉଡ କରିବାକୁ ପଡିବ ନାହିଁ । ଆପଣ ଗୁଜରାଟରେ ଯେଉଁଠି ଥାଆନ୍ତୁ ନା କାହିଁକି ଆପଣ କେମୋଥେରାପୀ ଉପଚାର ସୁବିଧା ଆପଣଙ୍କ ନିଜ ଜିଲ୍ଲାରେ ପାଇପାରିବେ । ସେହିପରି ଜଟିଳ ସ୍ୱାସ୍ଥ୍ୟ ଯତ୍ନ ସୁବିଧା ଯେପରିକି ଡାଇଲେସିସ୍ ଭୂପେନ୍ଦ୍ର ଭାଇଙ୍କ ସରକାର ତାଲୁକାସ୍ତରରେ ଉପଲବ୍ଧ କରାଇଛନ୍ତି । ଗୁଜରାଟରେ ବାହାନ ଜରିଆରେ ମଧ୍ୟ ଡାଇଲେସିସ୍ ବ୍ୟବସ୍ଥା କରାଯାଇଛି । ଯାହା ଯୋଗୁଁ ରୋଗୀ ଜରୁରୀ ପରିସ୍ଥିତିରେ ତା  ଘରେ ଏହି ସୁବିଧା ପାଇପାରିବ । ଆଜି ଆଠମହଲା ବିଶିଷ୍ଟ ରେନ ବସେରା (ଆଶ୍ରୟସ୍ଥଳୀ) ମଧ୍ୟ ଏଠାରେ ଉଦ୍‌ଘାଟିତ ହୋଇଛି । ଡାଇଲେସିସ୍ କଥା ବିଚାର କଲେ ସାରା ଭାରତବର୍ଷରେ ଏହା ଖରାପ ଅବସ୍ଥାରେ ରହିଛି । ଡାଇଲେସିସ ନେଉଥିବା ରୋଗୀଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ତାହା ନେବାକୁ ପଡିଥାଏ । ମୁଁ ବିଶ୍ୱରରେ ପ୍ରମୁଖ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟରତ ଓ ଜନସାଧାରଣଙ୍କ ସହ କଥାବର୍ତ୍ତା  ହୋଇଛି । ଭାରତରେ ପ୍ରତ୍ୟେକ ଜିଲ୍ଲାରେ ଡାଇଲେସିସ୍ କେନ୍ଦ୍ର ସ୍ଥାପନ ପାଇଁ ଚେଷ୍ଟା କରୁଥିବା ମୁଁ ସେମାନଙ୍କୁ ଜଣାଇଛି । ଗୁଜରାଟରେ ତହସିଲ ସ୍ତରରେ ଏକ କାର୍ଯ୍ୟ ଚାଲିଥିବାବେଳେ, ମୁଁ ଏହାକୁ ଦେଶର ପ୍ରତ୍ୟେକ ଜିଲ୍ଲାସ୍ତରରେ ବ୍ୟବସ୍ଥା କରିବାକୁ ଯୋଜନା କରିଛି । ଏ ଦିଗରେ ଦ୍ରୁତ ଅଗ୍ରଗତି ହୋଇଛି ।

ବନ୍ଧୁଗଣ,

ଯେପରି କୌଣସି ରୋଗୀର ପରିବାର ଅସୁବିଧାରେ ନ ପଡନ୍ତି ତାହା ଗୁଜରାଟ ସରକାର ସୁନିଶ୍ଚିତ କରିଛନ୍ତି । ଦେଶ ଏହି ଦିଗରେ ଚାଲିଛି । ଦେଶରେ ଏଥିପାଇଁ ଅଗ୍ରାଧିକାର ଦିଆଯାଇଛି ।

 ବନ୍ଧୁଗଣ,

ଯେତେବେଳେ ସରକାର ସମ୍ବେଦନଶୀଳ ହୁଅନ୍ତି, ସମାଜର ଦୁର୍ବଳ ଶ୍ରେଣୀ, ମଧ୍ୟବିତ୍ତ ପରିବାର, ମା’ ଓ ଭଉଣୀ ମାନେ ଏଥିରେ ସବୁଠାରୁ ଅଧିକ ସୁବିଧା ପାଇଥାନ୍ତି । ଆଗରୁ ଗୁଜରାଟରେ ମା’ ଓ ଶିଶୁ ମୃତ୍ୟୁହାର ଉଦ୍‌ବେଗର ବିଷୟ ହୋଇଥିବା ବେଳେ ତତ୍କାଳୀନ ସରକାର ଏହାକୁ ଭାଗ୍ୟ ଉପରେ ଛାଡି ଦେଇଥିଲେ । ଆମେ ଯେତେବେଳେ ଦେଖିଲୁ ଏହା ଆମ ମା’ ଓ ଭଉଣୀଙ୍କ ଜୀବନର ପ୍ରଶ୍ନ । ଏଥିପାଇଁ ଦୋଷ କାହାର  ଓ ତାକୁ ଭାଗ୍ୟ ଉପରେ ଲଦି ଦେବା ଠିକ୍ ହେବ ନାହିଁ । ଗତ ୨୦ବର୍ଷ ଧରି ଆମେ ନିରବଚ୍ଛିନ୍ନ ଭାବେ ନୀତି ନିର୍ଦ୍ଧାରଣ କରି ସେଗୁଡିକ ତ୍ୱରାନ୍ୱିତ କରିବାରେ ଲାଗିଲୁ  ।  ଆଜି ଗୁଜରାଟରେ ଶିଶୁ-ମାତୃ ମୃତ୍ୟୁହାର ଆଶାତୀତ ଭାବେ ହ୍ରାସ ପାଇଛି । ମା’ର ଜୀବନ ରକ୍ଷା ହେବା ସହ ଶିଶୁ ମଧ୍ୟ ବିଶ୍ୱରେ ନିଜର ବିକାଶ ପଥରେ ଅଗ୍ରସର ହେଉଛି । ‘ବେଟୀ ବଚାଓ,ବେଟୀ ପଢାଓ’ ଅଭିଯାନ ଫଳରେ ପ୍ରଥମ ଥର ପାଇଁ ପୁଅ ତୁଳନାରେ ଝିଅ ଜନ୍ମ ସଂଖ୍ୟା ବୃଦ୍ଧି ପାଇଛି । ଏହା ପଛରେ ଗୁଜରାଟ ସରକାରଙ୍କ ‘ଚିରଞ୍ଜିବୀ’ ଓ ‘ଖିଲଖଲାହତ’ ଯୋଜନାର ଅବଦାନ ମଧ୍ୟ ରହିଛି। ଗୁଜରାଟ ସରକାରଙ୍କ ଏହି ସଫଳତା ଦେବାକୁ ‘ଇନ୍ଦ୍ରଧନୁଷ’ ‘ମାତୃ ବନ୍ଦନା’ ଯୋଜନା ତ୍ୱରାନ୍ୱିତ କରିବାକୁ ଉତ୍ସାହିତ କରିଛି ।

ବନ୍ଧୁଗଣ,

ଆଜି ଗରିବ ଲୋକର ମୁକ୍ତ ଚିକିତ୍ସା ପାଇଁ ଦେଶରେ ଆୟୁଷ୍ମାନ ଭାରତ ଭଳି ଯୋଜନା ଉପଲବ୍ଧ ରହିଛି । ‘ଆୟୁଷ୍ମାନ ଭାରତ’ ଓ ‘ମୁଖ୍ୟମନ୍ତ୍ରୀ ଅମୃତମ୍ ଯୋଜନା’ ଗରିବମାନଙ୍କ କଷ୍ଟ ଲାଘବ କରିବାରେ ସହାୟକ ହୋଇଛି, ଏହା ହିଁ ଡବଲ ଇଞ୍ଜିନ ସରକାରଙ୍କ ଶକ୍ତି ।  ଶିକ୍ଷା ଓ ସ୍ୱାସ୍ଥ୍ୟ ହେଉଛି ଦୁଇଟି କ୍ଷେତ୍ର ଯାହା କେବଳ ବର୍ତ୍ତମାନ କ’ଣ  ହେବ ସ୍ଥିର କରେ ନାହିଁ, ତାହା ଭବିଷ୍ୟତ ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥାଏ । ଉଦାହରଣ ସ୍ୱରୂପ ୨୦୧୯ରେ ସିଭିଲ ହସ୍‌ପିଟାଲରେ ୧୨୦୦ ଶଯ୍ୟାରେ ସୁବିଧା ଥିଲା । ବର୍ଷକ ପରେ ଯେତେବେଳେ ବୈଶ୍ୱିକ ମହାମାରୀ ଦେଖାଦେଲା ଏହି ହସ୍‌ପିଟାଲ ହିଁ ବୃହତ୍ତମ କେନ୍ଦ୍ର ଭାବେ ଉଭା ହେଲା । କେତେ ଜୀବନ ଏହି ସ୍ୱାସ୍ଥ୍ୟ ଭିତ୍ତିଭୂମି ବଞ୍ଚାଇ ପାରିଥିଲା  । ସେହିପର ଅହମ୍ମଦାବାଦର ଏଏମ୍‌ସି’ଏସ ଏସଭିପି ହସ୍‌ପିଟାଲ ୨୦୧୯ରେ କାର୍ଯ୍ୟ ଆରମ୍ଭ କଲା  ଏହି ହସ୍‌ପିଟାଲ ମଧ୍ୟ ବୈଶ୍ୱିକ ମହାମାରୀ ମୁକାବିଲା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଗୁଜରାଟରେ ଏହି ଅତ୍ୟାଧୁନିକ ଭେଷଜ ଭିତ୍ତିଭୂମି ଗତ ୨୦ବର୍ଷ ମଧ୍ୟରେ ନ ଥିଲେ ଚିନ୍ତା କରନ୍ତୁ, ବୈଶ୍ୱିକ ମହାମାରୀ କାଳରେ କ’ଣ ଅବସ୍ଥା ହୋଇଥାନ୍ତା ? ଆମକୁ ବର୍ତ୍ତମାନର ଉନ୍ନତି ଆଣି ଗୁଜରାଟର ଭବିଷ୍ୟତ ସୁରକ୍ଷିତ କରିବାକୁ ପଡିବ । ମୁଁ ନିଶ୍ଚିତ ଯେ ଗୁଜରାଟ ଏହି ବିକାଶର ଗତିକୁ ଆଗକୁ ବଢାଇଲେ ଏହାକୁ ନୂତନ ଶିଖରରେ ପହଞ୍ଚାଇବ । ଆପଣମାନଙ୍କ ଆଶୀର୍ବାଦ ଅଧିକରୁ ଅଧିକ ହେବା ସହ ସେହି ଶକ୍ତି ନେଇ ଆମେ ଆପଣମାନଙ୍କ ସେବା ଅଧିକରୁ ଅଧିକ କରିବୁ । ମୁଁ ଆପଣ ସମସ୍ତଙ୍କର  ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି । ଆପଣମାନେ ସୁସ୍ଥ ରହିବା ସହ ପରିବାରକୁ ମଧ୍ୟ ସୁସ୍ଥ ରଖନ୍ତୁ । ଏଥି ସହ ମୁଁ ମୋର ବକ୍ତବ୍ୟ ସମାପନ କରୁଛି ।

ଅଶେଷ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total

Media Coverage

Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total
NM on the go

Nm on the go

Always be the first to hear from the PM. Get the App Now!
...
PM’s Departure Statement ahead of visit to Uzbekistan and Kyrgyz Republic
August 29, 2026

I am embarking on a visit to the Republic of Uzbekistan and the Kyrgyz Republic from 29 August-1 September 2026.

At the invitation of President Shavkat Mirziyoyev, I will visit Tashkent on 29-30 August for a State Visit. In recent years, India-Uzbekistan Strategic Partnership has seen significant advancement. I look forward to my discussions with President Mirziyoyev on further deepening our cooperation in trade and investment, digital connectivity, defence, energy, and on advancing our shared visions of Viksit Bharat and Yangi Uzbekistan. I will also visit the Shastri Memorial and the Mahatma Gandhi Centre at the Tashkent State University of Oriental Studies, a tribute to the close cultural and people-to-people ties that bind our two countries.

From Tashkent, at the invitation of the President of the Kyrgyz Republic, H.E. Mr. Sadyr Zhaparov, I will travel to Bishkek to participate in the 26th SCO Summit, marking 25 years of this important organisation. India has been an active and constructive member of the SCO since 2017. I look forward to advancing India’s vision for the region, anchored in Security, Connectivity and Opportunity, and to working with fellow members for a region free from the scourge of terrorism, separatism and extremism, which continue to threaten peace and stability in our neighbourhood and beyond.

I also look forward to meeting President Zhaparov and other SCO leaders, and to attend the Opening Ceremony of the 6th World Nomad Games, a celebration of the rich living heritage of Central Asia that India holds in deep respect.

I am confident that this visit will strengthen India’s strategic partnerships in Central Asia, deepen our civilisational connect with the region, and advance our shared pursuit of peace, stability and prosperity, values that lie at the heart of India’s engagement with the world.