“ଡବଲ୍ ଇଞ୍ଜିନ୍ ସରକାର ଆଦିବାସୀ ସମ୍ପ୍ରଦାୟ ଏବଂ ମହିଳାଙ୍କ କଲ୍ୟାଣ ପାଇଁ ସେବା ପ୍ରଦାନର ଆବେଗ ସହିତ କାର୍ଯ୍ୟ କରୁଛି”
“ଆମେ ନିଶ୍ଚିତ କରିବା ଉଚିତ ଯେ ପ୍ରଗତିର ଏହି ଯାତ୍ରାରେ ଆମର ମା’ ଏବଂ ଝିଅମାନେ ଯେଭଳି ପଛରେ ରହି ନଯାଆନ୍ତି”
“ଲୋକୋମୋଟିଭ୍ ଉତ୍ପାଦନ ସହିତ ଦାହୋଡ୍ ମେକ୍ ଇନ୍ ଇଣ୍ଡିଆ ଅଭିଯାନରେ ସହଯୋଗ କରିବ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦାହୋଡରେ ଥିବା ଆଦିବାସୀ ମହା ସମ୍ମେଳନରେ ଯୋଗ ଦେଇ ସେଠାରେ ପ୍ରାୟ ୨୨,୦୦୦ କୋଟି ଟଙ୍କାର ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇବା ସହିତ ଉଦ୍‍ଘାଟନ କରିଛନ୍ତି । ୧୪୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି । ସେ ପ୍ରାୟ ୮୪୦ କୋଟି ଟଙ୍କା ମୂଲ୍ୟର ନର୍ମଦା ନଦୀ ଅବବାହିକାରେ ର୍ନିମିତ ଦାହୋଡ ଜିଲ୍ଲା ଦକ୍ଷିଣ କ୍ଷେତ୍ର ଆଞ୍ଚଳିକ ଜଳ ଯୋଗାଣ ଯୋଜନାର ଉଦଘାଟନ କରିଛନ୍ତି । ଏହା ଦାହୋଡ ଜିଲ୍ଲା ଏବଂ ଦେବଗଡ ବାରିଆ ସହରର ପ୍ରାୟ ୨୮୦ ଗାଁର ଜଳ ଯୋଗାଣ ଆବଶ୍ୟକତାକୁ ପୂରଣ କରିବ । ପ୍ରଧାନମନ୍ତ୍ରୀ ପ୍ରାୟ ୩୩୫ କୋଟି ଟଙ୍କା ମୂଲ୍ୟର ଦାହୋଡ ସ୍ମାର୍ଟ ସିଟିର ପାଞ୍ଚଟି ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର (ଆଇସିସିସି) ସୌଧ, ବୋହି ଯାଉଥିବା ଜଳ ପାଇଁ ଡ୍ରେନେଜ୍ ବ୍ୟବସ୍ଥା, ସ୍ୱେରେଜ୍ କାର୍ଯ୍ୟ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ଏବଂ ବର୍ଷା ଜଳ ଅମଳ ବ୍ୟବସ୍ଥା ଆଦି ଅନ୍ତର୍ଭୁକ୍ତ । ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଅଧୀନରେ ୧୨୦କୋଟି ଟଙ୍କା ମୂଲ୍ୟର ସୁବିଧା ପଞ୍ଚମହଲ ଏବଂ ଦାହୋଡ ଜିଲ୍ଲାର ୧୦,୦୦୦ ଆଦିବାସୀଙ୍କୁ ପ୍ରଦାନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଅନ୍ୟଗୁଡିକ ମଧ୍ୟରେ ୬୬ କେଭି ଘୋଡିଅଳ ସବଷ୍ଟେସନ୍‌, ପଞ୍ଚାୟତ ଗୃହ, ଅଙ୍ଗନବାଡି କେନ୍ଦ୍ର ଆଦି ଉଦଘାଟନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଦାହୋଡରେ ଥିବା ଉତ୍ପାଦନ ୟୁନିଟରେ ୯୦୦୦ ଏଚପି ଇଲେକ୍ଟ୍ରିକ୍ ଲୋକୋମୋଟିଭ୍ ଉତ୍ପାଦନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପର ମୂଲ୍ୟ ପାଖାପାଖି ୨୦,୦୦୦ କୋଟି ଟଙ୍କା ରହିଛି । ବାଷ୍ପ ଚାଳିତ ଲୋକୋମୋଟିଭଗୁଡିକର ପର୍ଯ୍ୟାୟକ୍ରମେ ମରାମତି ପାଇଁ ୧୯୨୬ ମସିହାରେ ସ୍ଥାପିତ ହୋଇଥିବା ଦାହୋଡ୍ କାରଖାନାର ଭିତ୍ତିଭୂମି ଉନ୍ନତି ସହିତ ଦୈଦ୍ୟୁତିକ ଲୋକୋମୋଟିଭ୍ ଉତ୍ପାଦନ ୟୁନିଟକୁ ଉନ୍ନିତ କରାଯିବ । ଏହା ୧୦,୦୦୦ ରୁ ଅଧିକ ଲୋକଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ରୋଜଗାର ଯୋଗାଇବ । ପ୍ରଧାନମନ୍ତ୍ରୀ ପ୍ରାୟ ୫୫୦ କୋଟି ଟଙ୍କା ମୂଲ୍ୟର ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିରେ ପ୍ରାୟ ୩୦୦ କୋଟି ଟଙ୍କା ମୂଲ୍ୟର ଜଳ ଯୋଗାଣ ସମ୍ବନ୍ଧୀୟ ପ୍ରକଳ୍ପ ଅନ୍ତର୍ଭୁକ୍ତ, ପ୍ରାୟ ୧୭୫ କୋଟି ଟଙ୍କା ମୂଲ୍ୟର ଦାହୋଡ୍ ସ୍ମାର୍ଟ ସିଟି ପ୍ରକଳ୍ପ, ଦୁଧିମତି ନଦୀ ପ୍ରକଳ୍ପ, ଘୋଡିଆରେ ଗେଟ୍‍କୋ ସବଷ୍ଟେସନ୍ ସହିତ ଜଡିତ କାର୍ଯ୍ୟ ଆଦି ରହିଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, ଗୁଜୁରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ରଭାଇ ପଟେଲ ଏବଂ ଗୁଜୁରାଟ ସରକାରଙ୍କ ବହୁ ମନ୍ତ୍ରୀ ଉପସ୍ଥିତ ଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟ ସହ ତାଙ୍କର ଦୀର୍ଘ ଦିନର ସମ୍ପର୍କକୁ ମନେ ପକାଇଛନ୍ତି ଏବଂ ତାଙ୍କୁ ଦେଶର ସେବା କରିବାକୁ ପ୍ରେରଣା ଦେଇଥିବାରୁ ସେମାନଙ୍କ ଆଶୀର୍ବାଦକୁ ଶ୍ରେୟ ଦେଇଛନ୍ତି । ଏକ କାର୍ଯ୍ୟ ପାଇଁ ସେ ସେମାନଙ୍କର ସମର୍ଥନ ଏବଂ ଆଶୀର୍ବାଦକୁ ମଧ୍ୟ ଶ୍ରେୟ ଦେଇଛନ୍ତି ଯେଉଁଠାରେ ଆଦିବାସୀ ସମ୍ପ୍ରଦାୟର ସମସ୍ତ ସମସ୍ୟା ଏବଂ ବିଶେଷ ଭାବରେ ମହିଳାଙ୍କ ସମସ୍ୟା କେନ୍ଦ୍ର ତଥା ରାଜ୍ୟରେ ଡବଲ୍ ଇଞ୍ଜିନ୍ ସରକାରଙ୍କ ଦ୍ୱାରା ସମାଧାନ କରାଯାଉଛି । ଆଜି ଉଦଘାଟିତ ହୋଇଥିବା ପ୍ରକଳ୍ପଗୁଡିକ ମଧ୍ୟରୁ ଗୋଟିଏ ହେଉଛି ପାନୀୟ ଜଳ ସହ ଜଡିତ ଏକ ଯୋଜନା ଏବଂ ଅନ୍ୟଟି ଦାହୋଡକୁ ସ୍ମାର୍ଟ ସିଟି କରିବା ସହ ଜଡିତ ଏକ ପ୍ରକଳ୍ପ ବୋଲି ସେ କହିଛନ୍ତି । ଏହାଦ୍ୱାରା ଏହି ଅଞ୍ଚଳର ମା’ ଏବଂ ଝିଅମାନଙ୍କ ପାଇଁ ଜୀବନ ସହଜ ହେବ । ସେ କହିଛନ୍ତି ଯେ ଦାହୋଡ ଉତ୍ପାଦନ ୟୁନିଟରେ ୨୦୦୦୦ କୋଟି ଟଙ୍କା ମୂଲ୍ୟର ୯୦୦୦ ଏଚପି ଇଲେକ୍ଟ୍ରିକ୍ ଲୋକୋମୋଟିଭ୍ ତିଆରି ହେବାକୁ ଯାଉଥିବାରୁ ମେକ୍ ଇନ୍ ଇଣ୍ଡିଆ ଅଭିଯାନରେ ଦାହୋଡ୍ ସହଯୋଗ କରିବ । ସେ ମନେ ପକାଇଲେ ଯେ ବହୁ ବର୍ଷ ପୂର୍ବେ ସେ ଯେତେବେଳେ ଦାହୋଡର ରେଳବାଇ ଅଞ୍ଚଳ ସେବକ କ୍ୱାର୍ଟର୍ସ ପରିଦର୍ଶନ କରିଥିଲେ ସେ ସମୟରେ କିପରି ଏହି ଇଲାକା ଶୁଷ୍କ ଅଞ୍ଚଳ ଥିଲା । ସେ ଏହି ଅଞ୍ଚଳର ରେଳବାଇକୁ ପୁନର୍ଜୀବିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଏବଂ ସେହି ସ୍ୱପ୍ନ ସାକାର ହେବାପରେ ଆଜି ଖୁସି ବ୍ୟକ୍ତ କରିଥିଲେ । ସେ କହିଛନ୍ତି ଯେ ଏହି ବିପୁଳ ପୁଞ୍ଜି ବିନିଯୋଗ ଅଞ୍ଚଳର ଯୁବକମାନଙ୍କୁ ନୂତନ ସୁଯୋଗ ପ୍ରଦାନ କରିବ । ସେ କହିଛନ୍ତି ଯେ ରେଳବାଇ ସବୁ ଦିଗରେ ନବୀକରଣ ହେଉଛି ଏବଂ ଏହିପରି ଉନ୍ନତ ଲୋକୋମୋଟିଭ୍ ଉତ୍ପାଦନ ଭାରତର ଦକ୍ଷତାର ସୂଚକ ଅଟେ । ବିଦେଶରେ ବୈଦ୍ୟୁତିକ ଲୋକୋମୋଟିଭର ଚାହିଦା ବଢୁଛି । ଏହି ଚାହିଦା ପୂରଣ କରିବାରେ ଦାହୋଡ ଏକ ବଡ଼ ଭୂମିକା ଗ୍ରହଣ କରିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ବର୍ତ୍ତମାନ ଦୁନିଆର ଅଳ୍ପ କେତେକ ଦେଶ ମଧ୍ୟରୁ  ଅନ୍ୟତମ ଯିଏ ୯,୦୦୦ ହର୍ଷପାୱାର ବିଶିଷ୍ଟ ଲୋକୋମୋଟିଭ ତିଆରି କରୁଛି ।

ଗୁଜୁରାଟୀରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରଗତି ଯାତ୍ରାରେ ଆମର ମା ଏବଂ ଝିଅମାନେ ଯେପରି ପଛରେ ରହି ନଯାଆନ୍ତି ତାହା ଆମେ ନିଶ୍ଚିତ କରିବା ଉଚିତ୍‍ । ସେଥିପାଇଁ ସରକାରଙ୍କ ସମସ୍ତ ଯୋଜନାର କେନ୍ଦ୍ରରେ ମହିଳାଙ୍କ ଜୀବନ ସହଜତା ଏବଂ ସଶକ୍ତିକରଣ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ଜଳ ଅଭାବର ଉଦାହରଣ ଦେଇଛନ୍ତି ଯାହା ପ୍ରଥମେ ମହିଳାମାନଙ୍କୁ ପ୍ରଭାବିତ କରିଥାଏ, ସେଥିପାଇଁ ପ୍ରତ୍ୟେକ ପରିବାରକୁ ଟ୍ୟାପ୍ ଯୋଗେ ଜଳ ଯୋଗାଇବାକୁ ସରକାର ପ୍ରତିଶ୍ରୁତିବଦ୍ଧ । ଗତ କିଛି ବର୍ଷ ମଧ୍ୟରେ ୬ କୋଟି ପରିବାର ଟ୍ୟାପ୍ ୱାଟର ସୁବିଧା ପାଇଛନ୍ତି । ଗୁଜୁରାଟରେ ୫ଲକ୍ଷ ଆଦିବାସୀ ପରିବାର ଟ୍ୟାପ୍ ଜଳର ସୁବିଧା ପାଇଛନ୍ତି । ଆଗାମୀ ଦିନରେ ଏହି ଅଭିଯାନ ତ୍ୱରାନ୍ୱିତ ହେବ । ମହାମାରୀ ଏବଂ ଯୁଦ୍ଧର କଠିନ ସମୟରେ ସରକାର ଏସଟି, ଏସସି, ଓବିସି ଏବଂ ପ୍ରବାସୀ ଶ୍ରମିକଙ୍କ ପରି ସମ୍ବେଦନଶୀଳ ଗୋଷ୍ଠିର କଲ୍ୟାଣ ସୁନିଶ୍ଚିତ କରିଛନ୍ତି ବୋଲି ସେ କହିଛନ୍ତି । ଏହା ସୁନିଶ୍ଚିତ କରାଯାଇଥିଲା ଯେ କୌଣସି ଗରିବ ପରିବାର ଭୋକିଲା ଶୋଇବେ ନାହିଁ ଏବଂ ଦୁଇ ବର୍ଷରୁ ଅଧିକ ସମୟ ପାଇଁ ୮୦ କୋଟିରୁ ଅଧିକ ଲୋକଙ୍କୁ ମାଗଣା ରାସନ ଯୋଗାଇ ଦିଆଯାଉଛି । ସେ ତାଙ୍କ ପ୍ରତିଶ୍ରୁତି ଦୋହରାଇଛନ୍ତି ଯେ ପ୍ରତ୍ୟେକ ଆଦିବାସୀ ପରିବାରରେ ଶୌଚାଳୟ, ଗ୍ୟାସ ସଂଯୋଗ, ବିଦ୍ୟୁତ, ଜଳ ସଂଯୋଗ ସହିତ ପକ୍କା ଘର ରହିବା ଉଚିତ । ତାଙ୍କ ଗାଁରେ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର, ଶିକ୍ଷା, ଆମ୍ବୁଲାନ୍ସ ଏବଂ ରାସ୍ତା ରହିବା ଉଚିତ । ଏହା ହାସଲ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ହିତାଧିକାରୀମାନେ ପ୍ରାକୃତିକ ଚାଷ ଭଳି ଦେଶର ସେବା ପ୍ରକଳ୍ପର ଉଦ୍ୟମ କରୁଥିବା ଦେଖି ସେ ତାଙ୍କର ଅପାର ଆନନ୍ଦ ପ୍ରକାଶ କରିଛନ୍ତି । ସିକିଲ ସେଲ୍‍ ରୋଗକୁ ମଧ୍ୟ ସରକାର ସମାଧାନ କରିଛନ୍ତି ।

ଆଜାଦି କା ଅମୃତ ମହୋତ୍ସବ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅନେକ ପ୍ରକୃତ ସ୍ୱାଧୀନତା ସଂଗ୍ରାମୀ ସେମାନଙ୍କର ଉଚିତ ମାନ୍ୟତା ପାଇ ନାହାଁନ୍ତି । ଭଗବାନ୍ ର୍ବିସା ମୁଣ୍ଡାଙ୍କ ପରି ସମ୍ମାନଜନକ ଯୋଦ୍ଧାମାନଙ୍କୁ ଦିଆଯାଇଥିବା ସ୍ୱୀକୃତି ବିଷୟରେ ସେ କହିଥିଲେ । ସେ ସ୍ଥାନୀୟ ଶିକ୍ଷକମାନଙ୍କୁ ଦାହୋଡରେ ହୋଇଥିବା ହତ୍ୟାକାଣ୍ଡ ବିଷୟରେ ଶିକ୍ଷା ଦେବାକୁ କହିଥିଲେ ଯାହା ଜାଲିଆନୱାଲା ବାଗ ହତ୍ୟାକାଣ୍ଡ ପରି ଥିଲା, ଯାହା ଦ୍ୱାରା ନୂତନ ପୀଢି ଏହି ଘଟଣା ବିଷୟରେ ଜାଣିପାରିବେ । ଅଞ୍ଚଳର ବିକାଶ ବିଷୟରେ ଉଲ୍ଲେଖ କରି ତୁଳନାତ୍ମକ ଭାବେ ସେ କହିଥିଲେ ଯେ ଏମିତି ଏକ ସମୟ ଥିଲା ଯେତେବେଳେ ଏହି ଅଞ୍ଚଳରେ ଗୋଟିଏ ହେଲେ ବିଜ୍ଞାନ ବିଦ୍ୟାଳୟ ନଥିଲା । ବର୍ତ୍ତମାନ ମେଡିକାଲ ଏବଂ ନର୍ସିଂ କଲେଜଗୁଡ଼ିକ ଆସୁଛି, ଯୁବକମାନେ ବିଦେଶକୁ ଅଧ୍ୟୟନ ପାଇଁ ଯାଉଛନ୍ତି ଏବଂ ଏକଲବ୍ୟ ମଡେଲ ସ୍କୁଲ ପ୍ରତିଷ୍ଠା କରାଯାଉଛି । ଆଦିବାସୀ ଗବେଷଣା ପ୍ରତିଷ୍ଠାନଗୁଡ଼ିକର ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ୧୦୮ ଆମ୍ବୁଲାନ୍ସ ସୁବିଧାରେ କିଭଳି ସାପ କାମୁଡ଼ା ଇଞ୍ଜେକ୍ସନ ଯୋଗାଇ ଦିଆଯାଉଛି ତାହା ସେ ମନେ ପକାଇଦେଇଥିଲେ ।

ପରିଶେଷରେ, ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଜିଲ୍ଲାରେ ର୍ନିମାଣ ହେବାକୁ ଥିବା ୭୫ ସରୋଭର ପାଇଁ ସେ ତାଙ୍କର ଅନୁରୋଧକୁ ଦୋହରାଇଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
FIIs pour over $1 billion into Indian stocks, biggest weekly buying since June 2025

Media Coverage

FIIs pour over $1 billion into Indian stocks, biggest weekly buying since June 2025
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over loss of lives due to boat capsizing in South 24 Parganas district of West Bengal
July 13, 2026
Prime Minister announces ex-gratia

The Prime Minister, Shri Narendra Modi has expressed deep grief over the loss of lives due to the capsizing of a boat in the South 24 Parganas district of West Bengal.

The Prime Minister conveyed his thoughts to the bereaved families in this hour of grief and prayed for the speedy recovery of the injured.

The Prime Minister announced that an ex-gratia of Rs. 2 lakh from the Prime Minister’s National Relief Fund (PMNRF) would be given to the next of kin of each deceased. The injured would be given Rs. 50,000.

The Prime Minister’s Office posted on X;

“The loss of lives due to the capsizing of a boat in the South 24 Parganas district of West Bengal is deeply painful. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi”