“ଡବଲ୍ ଇଞ୍ଜିନ୍ ସରକାର ଆଦିବାସୀ ସମ୍ପ୍ରଦାୟ ଏବଂ ମହିଳାଙ୍କ କଲ୍ୟାଣ ପାଇଁ ସେବା ପ୍ରଦାନର ଆବେଗ ସହିତ କାର୍ଯ୍ୟ କରୁଛି”
“ଆମେ ନିଶ୍ଚିତ କରିବା ଉଚିତ ଯେ ପ୍ରଗତିର ଏହି ଯାତ୍ରାରେ ଆମର ମା’ ଏବଂ ଝିଅମାନେ ଯେଭଳି ପଛରେ ରହି ନଯାଆନ୍ତି”
“ଲୋକୋମୋଟିଭ୍ ଉତ୍ପାଦନ ସହିତ ଦାହୋଡ୍ ମେକ୍ ଇନ୍ ଇଣ୍ଡିଆ ଅଭିଯାନରେ ସହଯୋଗ କରିବ”

 

ଭାରତ ମାତାକି ଜୟ,

ଭାରତ ମାତାକି ଜୟ !

ମୁଁ ସର୍ବପ୍ରଥମେ ଦାହୋଡର ଲୋକମାନଙ୍କଠାରୁ କ୍ଷମା ମାଗିବାକୁ ଚାହୁଁଛି । ପ୍ରଥମେ ମୁଁ କିଛି ସମୟ ହିନ୍ଦୀରେ କହିବି, ଏବଂ ଏହା ପରେ ମୁଁ ମୋ ନିଜ ଘରେ ମୋ ନିଜ ଭାଷାରେ କହିବି ।

ଗୁଜରାଟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ୍‌, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ, ଦେଶର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ, ମନ୍ତ୍ରୀପରିଷଦର ସହଯୋଗୀ ଦର୍ଶନା ବେନ୍ ଜରଦୋଷ, ସଂସଦରେ ମୋର ବରିଷ୍ଠ ସହଯୋଗୀ, ଗୁଜରାଟ ପ୍ରଦେଶ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଶ୍ରୀ ସି. ଆର୍‌. ପାଟିଲ୍‌, ଗୁଜରାଟ ରାଜ୍ୟ ସରକାରଙ୍କର ମନ୍ତ୍ରୀଗଣ, ସାଂସଦ ଏବଂ ବିଧାୟକଗଣ, ଏବଂ ବହୁତ ସଂଖ୍ୟାରେ ଏଠାରେ ଉପସ୍ଥିତ, ମୋର ପ୍ରିୟ ଆଦିବାସୀ ଭାଇ ଏବଂ ଭଉଣୀମାନେ ।

ଆଜି ଏଠାରେ ଆଦିବାସୀ ଅଂଚଳର ଲକ୍ଷ ଲକ୍ଷ ଭାଇଭଉଣୀ ଆମ ସମସ୍ତଙ୍କୁ ଆଶୀର୍ବାଦ ଦେବା ପାଇଁ ଉପସ୍ଥିତ ହୋଇଛନ୍ତି । ଆମର ପୂର୍ବରୁ ମାନ୍ୟତା ରହିଆସିଛି ଯେ, ଆମେ ଯେଉଁ ସ୍ଥାନରେ ରହିଥାଉ, ଯେଉଁ ପରିବେଶରେ ବସବାସ କରିଥାଉ, ତାହାର ବହୁତ ପ୍ରଭାବ ଆମ ଜୀବନରେ ପଡିଥାଏ । ମୋର ସାର୍ବଜନୀନ ଜୀବନର ପ୍ରାରମ୍ଭିକ ପର୍ଯ୍ୟାୟରେ, ଯେତେବେଳେ ମୁଁ ଜୀବନର ଏକ ଅଧ୍ୟାୟ ଆରମ୍ଭ କରିଥିଲି, ଉମରଗାଓଁରୁ ଅମ୍ବାଜୀ ପର୍ଯ୍ୟନ୍ତ, ଭାରତର ଏହି ଅଂଚଳ, ଗୁଜରାଟର ଏହି ପୂର୍ବ ଅଂଚଳ, ଉମରଗାଓଁରୁ ଅମ୍ବାଜୀ, ମୋର ଆଦିବାସୀ ଭାଇଭଉଣୀ ମାନଙ୍କର ସମଗ୍ର କ୍ଷେତ୍ର, ମୋର କାର୍ଯ୍ୟକ୍ଷେତ୍ର ଥିଲା । ଆଦିବାସୀ ମାନଙ୍କ ମଧ୍ୟରେ ରହିବା, ସେମାନଙ୍କ ଭଳି ଜୀବନ ବିତେଇବା, ସେମାନଙ୍କୁ ବୁଝିବା, ସେମାନଙ୍କ ସହିତ ବଂଚିବା, ଏସବୁ ମୋର କାର୍ଯ୍ୟ ଥିଲା । ସାରା ଜୀବନ ପାଇଁ ପ୍ରାରମ୍ଭିକ ବର୍ଷ ଗୁଡିକରେ ମୋର ଏହି ଆଦିବାସୀ ମାତା, ଭଉଣୀ, ଭାଇମାନେ ଯେଉଁ ମାର୍ଗଦର୍ଶନ କରିଛନ୍ତି, ମୋତେ ବହୁତ କିଛି ଶିଖାଇଛନ୍ତି, ସେଥିରୁ ମୋତେ ଆଜି ଆପଣମାନଙ୍କ ପାଇଁ କିଛି କରିବା ନିମନ୍ତେ ପ୍ରେରଣା ମିଳୁଛି ।

ଆଦିବାସୀ ଲୋକ ମାନଙ୍କର ଜୀବନକୁ ମୁଁ ବହୁତ ନିକଟରୁ ଦେଖିଛି ଏବଂ ମୁଁ ମଥା ନୁଆଇଁ କହି ପାରିବି ଯେ ଗୁଜରାଟ ହେଉ ବା ମଧ୍ୟପ୍ରଦେଶ ହେଉ, କିମ୍ବା ଛତିଶଗଡ ହେଉ, ବା ଝାଡଖଣ୍ଡ ହେଉ, ହିନ୍ଦୁସ୍ତାନର କୌଣସି ଆଦିବାସୀ ଅଂଚଳ ହେଉ, ମୁଁ କହି ପାରିବି ଯେ, ମୋର ଆଦିବାସୀ ଭାଇଭଉଣୀ ମାନଙ୍କର ଜୀବନ ଅର୍ଥାତ୍ ପାଣି ଭଳି ପବିତ୍ର ଏବଂ ନୂତନ ଆଲୋକ ଭଳି ସୌମ୍ୟ ହୋଇଥାଏ । ଏଠାରେ ଦାହୋଡରେ ମୁଁ ଅନେକ ପରିବାର ସହିତ ରହିଛି ଏବଂ ସମଗ୍ର ଅଂଚଳରେ ବହୁତ ସମୟ ବିତେଇଛି । ଆଜି ମୋତେ ଆପଣ ସମସ୍ତଙ୍କ ସହିତ ମିଶିବା ପାଇଁ, ଆପଣ ସମସ୍ତଙ୍କର ଦର୍ଶନ କରିବା ପାଇଁ ସୌଭାଗ୍ୟ ଲାଭ ହୋଇଛି ।

ଭାଇ- ଭଉଣୀମାନେ,

ଏହି କାରଣରୁ ପ୍ରଥମେ ଗୁଜରାଟରେ ଏବଂ ଏବେ ସମଗ୍ର ଦେଶରେ ଆଦିବାସୀ ସମାଜର, ବିଶେଷ ରୂପରେ ଆମର ଭଉଣୀ – ଝିଅ ମାନଙ୍କର ଛୋଟ ଛୋଟ ସମସ୍ୟାକୁ ଦୂର କରିବାର ମାଧ୍ୟମ ହୋଇ ଆଜି ଭାରତ ସରକାର, ଗୁଜରାଟ ସରକାର, ଏହି ଡବଲ ଇଞ୍ଜିନ୍‌ର ସରକାର ଏକ ସେବା ଭାବ ନେଇ କାର୍ଯ୍ୟ କରୁଛନ୍ତି ।

ଭାଇ- ଭଉଣୀମାନେ,

ଏହି ଶୃଙ୍ଖଳାରେ ଆଜି ଦାହୋଡ ଏବଂ ପଂଚମାର୍ଗର ବିକାଶ ସହିତ ଯୋଡି ହୋଇ ରହିଥିବା ୨୨ ହଜାର କୋଟି ଟଙ୍କାରୁ ଅଧିକ ପ୍ରକଳ୍ପ ଗୁଡିକର ଲୋକାର୍ପଣ ଏବଂ ଶିଳାନ୍ୟାସ କରାଯାଇଛି । ଯେଉଁ ପ୍ରକଳ୍ପ ଗୁଡିକର ଆଜି ଉଦ୍‌ଘାଟନ ହୋଇଛି, ସେଥିରେ ଏକ ପାନୀୟ ଜଳ  ସହିତ ଯୋଡି ହୋଇଥିବା ଯୋଜନା ରହିଛି ଏବଂ ଦ୍ୱିତୀୟ ଦାହୋଡର ସ୍ମାର୍ଟ ସିଟି ସହିତ ଯୋଡି ହୋଇ ରହିଥିବା ଅନେକ ପ୍ରକଳ୍ପ ରହିଛି । ଏହି ଜଳ ପ୍ରକଳ୍ପରୁ ଦାହୋଡର ଶହ ଶହ ଗ୍ରାମ ଗୁଡିକର ମାଆ – ଭଉଣୀ ମାନଙ୍କର ଜୀବନ ବହୁତ ସହଜ ହୋଇ ପାରିବ ।

ବନ୍ଧୁଗଣ,

ଏହି ସମଗ୍ର ଅଂଚଳର ସ୍ୱାର୍ଥ ସହିତ ଜଡିତ ଆହୁରି ଏକ ବଡ କାର୍ଯ୍ୟ ଆଜି ଆରମ୍ଭ ହୋଇଛି । ଦାହୋଡ ଏବେ ମେକ୍ ଇନ୍ ଇଣ୍ଡିଆର ଏକ ବହୁତ ବଡ କେନ୍ଦ୍ର ହେବାକୁ ଯାଉଛି । ଦାସତ୍ୱ ସମୟରେ ଏଠାରେ ଷ୍ଟିମ୍ ଲୋକୋମୋଟିଭ୍ ପାଇଁ ଯେଉଁ ୱାର୍କସପ୍ (କାର୍ଯ୍ୟଶାଳା) ତିଆରି ହୋଇଥିଲା ତାହା ଏବେ ମେକ୍ ଇନ୍ ଇଣ୍ଡିଆକୁ ଆଗକୁ ବଢ଼େଇବ । ଏବେ ଦାହୋଡର ପରେଲ୍‌ରେ ୨୦ ହଜାର କୋଟି ଟଙ୍କାର କାରଖାନା ସ୍ଥାପିତ ହେବାକୁ ଯାଉଛି ।

ମୁଁ ଯେତେବେଳେ ଦାହୋଡ ଆସୁଥିଲି, ସନ୍ଧ୍ୟାବେଳେ ପରେଲ୍‌ର ସେହି ସର୍କିଟ୍ କ୍ୱାଟରକୁ ଯିବାର ସୁଯୋଗ ମିଳୁଥିଲା ଏବଂ ମୋତେ ଛୋଟ ଛୋଟ ପାହାଡ ମଧ୍ୟରେ ପରେଲ୍‌ର ଅଂଚଳ ବହୁତ ପସନ୍ଦ ଆସୁଥିଲା । ମୋତେ ପ୍ରକୃତି ସହିତ ବଂଚିବାର, କିଛି ସମୟ ରହିବାର ସୁଯୋଗ ମିଳୁଥିଲା । କିନ୍ତୁ ହୃଦୟରେ ଏକ ଦୁଃଖ ରହୁଥିଲା । ମୁଁ ମୋ ଆଖି ସାମନାରେ ଦେଖୁଥିଲି ଯେ ଧୀରେ - ଧୀରେ ଆମର ରେଳ କ୍ଷେତ୍ର, ଆମର ଏହି ପରେଲ୍ ସମ୍ପୂର୍ଣ୍ଣ ଭାବରେ ନିଷ୍ପ୍ରାଣ ହୋଇ ଯାଉଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ହେବା ପରେ ମୋର ସ୍ୱପ୍ନ ଥିଲା ଯେ, ମୁଁ ପୁଣି ଥରେ ଏଥିରେ ପ୍ରାଣ ଭରିବି, ଏହାକୁ ସୁନ୍ଦର କରିବି, ଏବଂ ଆଜି ମୋର ଏହି ସ୍ୱପ୍ନ ପୂଣଣ ହେଉଛି । ମୋର ଦାହୋଡରେ, ଏହି ସମ୍ପୂର୍ଣ୍ଣ ଆଦିବାସୀ କ୍ଷେତ୍ରରେ ୨୦ ହଜାର କୋଟି ଟଙ୍କା ନିବେଶ ହେଉଛି, ଯାହା ଫଳରେ ହଜାର ହଜାର ଯୁବକ ଯୁବତୀଙ୍କୁ ରୋଜଗାରର ଅବସର ମିଳିବାକୁ ଯାଉଛି ।

ଏବେ ଭାରତୀୟ ରେଳର ଆଧୁନିକୀକରଣ ହେଉଛି, ଦ୍ରୁତ ଗତିରେ ବିଦ୍ୟୁତିକରଣ ହେବାରେ ଲାଗିଛି । ମାଲ୍ ଗାଡି ପାଇଁ ଭିନ୍ନ ରାସ୍ତା ଅର୍ଥାତ୍ କେବଳ ମାଲ୍ ପରିବହନ ନିମନ୍ତେ ଉତ୍ସର୍ଗୀକୃତ ରାସ୍ତା ତିଆରି କରାଯାଉଛି । ଏହା ଉପରେ ଯେପରି ମାଲ୍ ଗାଡି ଦ୍ରୁତ ଗତିରେ ଯାଇପାରିବ, ଯାହା ଫଳରେ ମାଲ୍ - ପରିବହନ ଦ୍ରୁତ ଗତିରେ ହୋଇପାରିବ, ଶସ୍ତା ହେବ, ଏଥି ପାଇଁ ଦେଶରେ ଲୋକୋମୋଟିଭ୍ ତିଆରି କରାଯିବାର ଆବଶ୍ୟକତା ରହିଛି । ଏହି ବିଦ୍ୟୁତ୍‌ଚାଳିତ ଲୋକୋମୋଟିଭ୍‌ର ମଧ୍ୟ ବିଦେଶରେ ଚାହିଦା ବଢ଼ିବାରେ ଲାଗିଛି । ଏହି ଚାହିଦାକୁ ପୂରଣ କରିବା କ୍ଷେତ୍ରରେ ଦାହୋଡ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଏବଂ ମୋର ଦାହୋଡର ଯୁବକଯୁବତୀ ମାନେ, ଯେତେବେଳେ ଆପଣମାନଙ୍କୁ ବିଶ୍ୱର କୌଣସି ଦେଶକୁ ଯିବାକୁ ପଡିବ, ଏହା କେବେ ନା କେବେ ତ ନିଶ୍ଚିତ ହେବ, ଆପଣମାନଙ୍କୁ ଦାହୋଡରେ ତିଆରି ହୋଇଥିବା ଲୋକୋମୋଟିଭ୍ ବିଶ୍ୱର ଅନେକ ଦେଶରେ ଚାଲୁଥିବାର ଦେଖିବାକୁ ମିଳିବ । ଯେଉଁଦିନ ତାହାକୁ ଦେଖିବ, ଆପଣ ମାନଙ୍କର ହୃଦୟକୁ ଖୁସି ମିଳିବ ।

ଭାରତ ଏବେ ବିଶ୍ୱର କିଛି ବଛା ବଛା ରାଷ୍ଟ୍ରମାନଙ୍କ ମଧ୍ୟରୁ ଗୋଟିଏ, ଯାହା ୯ ହଜାର ହର୍ସ ପାୱାରର ଶକ୍ତିଶାଳୀ ଲୋକୋମୋଟିଭ୍ ତିଆରି କରିଥାଏ । ଏହି ନୂତନ କାରଖାନା ମାଧ୍ୟମରେ ନୂତନ ଯୁବକଯୁବତୀମାନଙ୍କୁ ରୋଜଗାର ମିଳିବ, ଆଖପାଖରେ ନୂତନ ବାଣିଜ୍ୟ ବ୍ୟବସାୟର ସମ୍ଭାବନା ମଧ୍ୟ ସୃଷ୍ଟି ହେବ । ଆପଣ କଳ୍ପନା କରିପାରିବେ ଯେ, ଏକ ନୂତନ ଦାହୋଡ ସୃଷ୍ଟି ହେବ । କେବେ କେବେ ଏହା ଲାଗିଥାଏ ଯେ, ଆମର ଦାହୋଡ ବରୋଦା ତୁଳନାରେ ଆଗକୁ ଯିବା ପାଇଁ ପରିଶ୍ରମ କରି ଆଗକୁ ଉଠିବ । 

ଆପଣ ମାନଙ୍କର ଉତ୍ସାହ ଏବଂ ଆଗ୍ରହ ଦେଖି ମୋତେ ଏମିତି ଲାଗୁଛି ଯେ, ବନ୍ଧୁଗଣ, ମୁଁ ଦାହୋଡରେ ଜୀବନର ଅନେକ ଦଶକ ବିତେଇଛି । ଏମିତି ଏକ ସମୟ ଥିଲା, ମୁଁ ସ୍କୁଟରରେ ଆସୁଥିଲି, ବସ୍ ରେ ଆସୁଥିଲିଏ ସେବେ ଠାରୁ ଆଜି ପର୍ଯ୍ୟନ୍ତ ଅନେକ କାର୍ଯ୍ୟ କରିଛି । ମୁଖ୍ୟମନ୍ତ୍ରୀ ଥିଲି, ସେବେଠାରୁ ବହୁତ କାର୍ଯ୍ୟକ୍ରମ କରିଛି । କିନ୍ତୁ ଆଜି ମୋତେ ଗର୍ବ ଅନୁଭବ ହେଉଛି ଯେ, ମୁଁ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲି , ସେତେବେଳେ ଏଭଳି କୌଣସି ବଡ କାର୍ଯ୍ୟକ୍ରମ କରି ପାରିନଥିଲି । ଏବଂ ଆଜି ଗୁଜୁରାଟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ରଭାଇ ପଟେଲ୍ ଏହି କାମ କରି ଦେଖାଇଛନ୍ତି, ଯାହା ପୂର୍ବରୁ ମୁଁ କରି ପାରି ନଥିଲି, ଯାହା ଫଳରେ ଏତେ ବିଶାଳ ଜନସମୁଦ୍ର ମୋ ଆଗରେ ଅଛନ୍ତି । ମୁଁ ଭୂପେନ୍ଦ୍ର ଭାଇଙ୍କୁ, ସି. ଆର୍‌, ପାଟିଲ୍‌ଙ୍କୁ ଏବଂ ତାଙ୍କର ସମଗ୍ର ଗୋଷ୍ଠୀକୁ ଏଥିପାଇଁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । 

ଭାଇ – ଭଊଣୀମାନେ, ପ୍ରଗତିର ରାସ୍ତାରେ ଗୋଟିଏ କଥା ନିଶ୍ଚିତ ଯେ, ଆମକୁ ଯେତେ ପ୍ରଗତି କରିବାର ଅଛି କରି ପାରିବା, କିନ୍ତୁ ଯେପରି ଆମର ପ୍ରଗତିର ପଥରେ ଆମର ମାଆ ଏବଂ ଭଉଣୀମାନେ ପଛରେ ପଡି ନଯାଆନ୍ତି । ମାଆମାନେ ଏବଂ ଭଉଣୀମାନେ ସମାନ ଭାବରେ ପ୍ରଗତି କ୍ଷେତ୍ରରେ କାନ୍ଧକୁ କାନ୍ଧ ମିଶାଇ ଆଗକୁ ବଢ଼ନ୍ତୁ ଏବଂ ଏଥି ପାଇଁ ମୋର ଯୋଜନା ଗୁଡିକର କେନ୍ଦ୍ର ବିନ୍ଦୁରେ ମୋର ମାଆ – ଭଉଣୀମାନେ,  ସେମାନଙ୍କ ଶକ୍ତିକୁ  ବିକାଶ କ୍ଷେତ୍ରରେ  କିପରି ଉପଯୋଗ କରା ଯାଇ ପାରିବ ଇତ୍ୟାଦି ରହିଥାଏ । ଏଠାରେ ଜଳର କଷ୍ଟ ଦେଖାଗଲେ, ପ୍ରଥମେ ମାଆ ଏବଂ ଭଉଣୀମାନଙ୍କୁ କଷ୍ଟ ହେବ । ଏବଂ ଏଥିପାଇଁ ମୁଁ ସଙ୍କଳ୍ପ ନେଇଛି, ମୋତେ ନଳ ଦ୍ୱାରା ଘର ଘରକୁ ଜଳ ଯୋଗାଣ କରିବାର ଅଛି । ଏବଂ ଅଳ୍ପ କିଛି ଦିନ ଭିତରେ ମୁଁ ଏହି କାମ ମଧ୍ୟ ମୋର ମାଆ ଏବଂ ଭଉଣୀ ମାନଙ୍କର ଆଶୀର୍ବାଦରେ ସମ୍ପୂର୍ଣ୍ଣ କରିବାକୁ ଯାଉଛି । ଆପଣଙ୍କ ଘରେ ପାଣି ପହଂଚୁ ଏବଂ ପାଣିଦାର ଲୋକ ମାନଙ୍କର ପାଣି ଦ୍ୱାରା ସେବା ନିମନ୍ତେ ମୋତେ ସୁଯୋଗ ମିଳୁ । ଅଢ଼େଇ ବର୍ଷରେ ମୁଁ ଛଅ କୋଟିରୁ ଅଧିକ ପରିବାରକୁ ପାଇପ୍‌ଲାଇନ୍ ମାଧ୍ୟମରେ ଜଳ ଯୋଗାଣ କରିବାରେ ସଫଳ ରହିଛି । ଗୁଜରାଟରେ ମଧ୍ୟ ଆମର ପରିବାର ମଧ୍ୟରୁ ପାଂଚ ଲକ୍ଷ ପରିବାରକୁ ନଳ ମାଧ୍ୟମରେ ଜଳ ଯୋଗାଣ କରାଯାଇ ସାରିଛି, ଏବଂ ଆଗାମୀ ଦିନ ମାନଙ୍କରେ ଏହି କାର୍ଯ୍ୟ ଦ୍ରୁତ ଗତିରେ ହେବାକୁ ଯାଉଛି ।

ଭାଇ – ଭଉଣୀମାନେ,

କରୋନା ଭଳି ବିପଦ ଆସିଲା, ଏବେ ବି କରୋନା ଯାଇ ନାହିଁ, ବିଶ୍ୱରେ ଯୁଦ୍ଧର ଖବର , ଯୁଦ୍ଧର ଘଟଣା ସମୂହ ସମ୍ପର୍କରେ ଆପଣ ମାନେ ଜାଣୁଥିବେ, କରୋନାର ବିପଦ କ’ଣ କମ୍ ନଥିଲା, ତା ସାଙ୍ଗକୁ ପୁଣି ନୂଆ ବିପଦ, ଅନିଶ୍ଚିତତା ମଧ୍ୟରେ ଆମେ ଆଗକୁ ବଢ଼ିବାରେ ଲାଗିଛେ । ଏବଂ ସମସ୍ୟାପୂର୍ଣ୍ଣ ଦିନ ଗୁଡିକରେ ମଧ୍ୟ ସରକାର ଗରିବମାନଙ୍କୁ ଭୁଲି ନାହାନ୍ତି । ଏବଂ ମୋ ପାଇଁ ଗରିବ, ମୋର ଆଦିବାସୀ, ମୋର ଦଳିତ, ମୋର ଓବିସି ସମାଜର ଅନ୍ତିମ ବ୍ୟକ୍ତିକୁ ମାନବର ସୁଖ ପ୍ରଦାନ କରିବା ଏବଂ ସେମାନଙ୍କର ଧ୍ୟାନ ରଖିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି କାରଣରୁ ଯେତେବେଳେ ସହର ଗୁଡିକ ବନ୍ଦ ହୋଇ ଯାଇଥିଲା, ସହରରେ କାମ କରୁଥିବା ଆମ ଦାହୋଡର ଲୋକମାନେ ରାସ୍ତାରେ ବହୁତ କାମ କରୁଥିଲେ, ପ୍ରଥମେ ସବୁ ବନ୍ଦ ହେଲା, ସେମାନେ ଫେରିଗଲେ । ସେତେବେଳେ ଯେମିତି ଗରିବ ଲୋକମାନଙ୍କ ଘରେ ଚୁଲି ଜଳି ପାରିବ, ମୁଁ ସଚେତନ ରହିଲି । ଏବଂ ଆଜି ପ୍ରାୟ ଦୁଇ ବର୍ଷ ହେବାକୁ ଯାଉଛି, ଗରିବ ଲୋକମାନଙ୍କ ଘରକୁ ମାଗଣାରେ ଖାଦ୍ୟଶସ୍ୟ ଦିଆଯାଇ ବିଶ୍ୱର ବୃହତ୍‌ରୁ ବୃହତ୍ ଶକ୍ତି ଆମେ ତିଆରି କରିଛେ ।

ମୁଁ ସ୍ୱପ୍ନ ଦେଖିଛି ଯେ, ମୋର ଗରିବ ଆଦିବାସୀ ଲୋକ ମାନଙ୍କୁ ନିଜର ପକ୍କା ଘର ମିଳୁ, ସେମାନଙ୍କୁ ଶୌଚାଳୟ ମିଳୁ, ସେମାନଙ୍କୁ ବିଦ୍ୟୁତ୍ ମିଳୁ, ସେମାନଙ୍କୁ ଗ୍ୟାସ୍ ଚୁଲା ମିଳୁ, ସେମାନଙ୍କ ଗାଁ ପାଖରେ ଭଲ କଲ୍ୟାଣ କେନ୍ଦ୍ର (ୱେଲ୍‌ନେସ୍ ସେଂଟର) ହେଉ, ଡାକ୍ତରଖାନା ହେଉ, ସେମାନଙ୍କୁ ୧୦୮ର ସେବା ଉପଲବ୍ଧ ହେଉ । ସେମାନଙ୍କୁ ପଢ଼ିବା ପାଇଁ ଭଲ ସ୍କୁଲ୍ ମିଳୁ, ଗ୍ରାମକୁ ଯିବା ପାଇଁ ଭଲ ସଡକ ମିଳୁ, ଏଭଳି ସମସ୍ତ ଚିନ୍ତା, ଏକା ସାଙ୍ଗରେ ଗୁଜରାଟର ଗ୍ରାମ ଗୁଡିକରେ ପହଂଚୁ, ସେଥିପାଇଁ ଭାରତ ସରକାର ଏବଂ ରାଜ୍ୟ ସରକାର କାନ୍ଧରେ କାନ୍ଧ ମିଶାଇ କାମ କରୁଛନ୍ତି । ଏବଂ ଏଥିପାଇଁ ଆମେ ଆଉ ଏକ ପାଦ ଆଗକୁ ବଢ଼ୁଛେ ।

ଅପ୍ଟିକାଲ୍ ଫାଇବର ନେଟୱର୍କ, ଏବେ ଆପଣମାନଙ୍କ ପାଖକୁ ଆସିବା ସମୟରେ ଭାରତ ସରକାର ଏବଂ ଗୁଜରାଟ ସରକାରଙ୍କର ଭିନ୍ନ ଭିନ୍ନ ଯୋଜନା, ଯାହାର ହିତାଧିକାରୀ ଭାଇ – ଭଉଣୀମାନେ ଅଟନ୍ତି, ସେମାନଙ୍କ ସହିତ ବସିଥିଲି, ସେମାନଙ୍କର ଅନୁଭୂତି ଶୁଣିଲି, ମୋ ପାଇଁ ଏହା ଏତେ ବଡ ଆନନ୍ଦ ଥିଲା, ଏତେ ଖୁସିର କଥା ଥିଲା ମୁଁ ତାହା ଶବ୍ଦରେ ମଧ୍ୟ ପ୍ରକାଶ କରି ପାରିବି ନାହିଁ । ମୋତେ ଖୁସି ଲାଗିବ ଯେତେବେଳେ ମୁଁ ପଂଚମ, ସପ୍ତମ ପଢ଼ିଥିବା ମୋର ଭଉଣୀମାନଙ୍କୁ, ବିଦ୍ୟାଳୟର ମାଟି ମାଡିନଥିବା ମୋର ଏହି ମାଆ ଏବଂ ଭଉଣୀମାନଙ୍କୁ ଏମିତି କହିବି ଯେ, ଆମେ ଆମର ଧରିତ୍ରୀମାତାକୁ ରାସାୟନିକ ପଦାର୍ଥରୁ ମୁକ୍ତ କରୁଛେ, ଆମେ ସଙ୍କଳ୍ପ ନେଇଛେ ଯେ, ଆମେ ଜୈବିକ ଚାଷ କରୁଛେ, ଆମର ପନିପରିବା ଅହମ୍ମଦାବାଦର ବଜାରରେ ବିକ୍ରି ହେଉଛି । ଏବଂ ଦୁଇ ଗୁଣା ଦରରେ ବିକ୍ରି ହେଉଛି, ମୋ ସହିତ ମୋର ଆଦିବାସୀ ଗ୍ରାମର ମାଆ ଏବଂ ଭଉଣୀମାନେ ଯେତେବେବେ କଥା ହେଉଥିଲେ, ସେତେବେଳେ ମୁଁ ସେମାନଙ୍କ ଆଖିରେ ଉଜ୍ଜ୍ୱଳତାକୁ ସ୍ପଷ୍ଟ ଦେଖି ପାରୁଥିଲି । ଏମିତି ସମୟ ଥିଲା, ମୋର ମନେ ଅଛି, ଦାହୋଡରେ ଫୁଲ ଫଳର କ୍ଷେତ୍ର ଖୁବ୍ ଜୋରସୋର୍‌ରେ କରା ଯାଉଥିଲା, ଏବଂ ମୋର ମଧ୍ୟ ମନେ ଅଛି ଏଠାକାର ଫୁଲ ସେହି ସମୟରେ ମୁମ୍ବାଇରେ ପହଂଚୁ ଥିଲା । ସେଠାର ମାତା ମାନେ ଆମ ଫୁଲ ବ୍ୟବହାର କରୁଥିଲେ, ସେଠାରେ ଦେବତା ଏବଂ ଭଗବାନଙ୍କ ନିକଟରେ ଆମର ଫୁଲ ଅର୍ପଣ କରା ଯାଉଥିଲା । ଏତେ ପରିମାଣରେ ଫୁଲ ବଗିଚା, ଏବେ ଆମର କୃଷକମାନେ ଜୈବିକ କୃଷି ଆଡକୁ ମୁହାଁଇଛନ୍ତି । ଏବଂ ଯେତେବେଳେ ଆଦିବାସୀ ଭାଇ ଏବେ ବଡ ପରିବର୍ତନ ଆଣୁଛି, ଯେତେବେଳେ ତୁମକୁ ବୁଝି ଯିବାର ଅଛି,  ଏବଂ ସମସ୍ତଙ୍କୁ ଏହି ପରିବର୍ତନ ଆଣିବାକୁ ପଡିବ, ଆଦିବାସୀମାନେ ଆରମ୍ଭ କରୁଛନ୍ତି ମାନେ ସମସ୍ତଙ୍କୁ ଏହା କରିବାକୁ ପଡିବ । ଏବଂ ଦାହୋଡ ଏହା କରି ଦେଖାଇଛି ।

ଆଜି ମୋତେ ଏକ ଦିବ୍ୟାଙ୍ଗ ଦମ୍ପତିକୁ ଭୋଟିବାର ସୁଯୋଗ ମିଳିଲା, ଏବଂ ମୋତେ ଏହି କଥା ପାଇଁ ଆଶ୍ଚର୍ଯ୍ୟ ଲାଗିଲା ଯେ, ସେମାନେ କହିଲେ ସରକାର ହଜାର ଟଙ୍କାର ସାହାଯ୍ୟ ଦେଇଛନ୍ତି, ସେମାନେ ସାଧାରଣ ସେବା କେନ୍ଦ୍ର (କମନ୍ ସର୍ଭିସ ସେଂଟର) ଆରମ୍ଭ କରିଥିଲେ, କିନ୍ତୁ ସେଠାରେ ଅଟକି ନଥିଲେ, ଏବଂ ସେ ମୋତେ କହିଥିଲେ ଯେ, ଆଜ୍ଞା, ମୁଁ ଦିବ୍ୟାଙ୍ଗ ଅଟେ ଏବଂ ଆପଣ ମୋର ଏମତି ସାହାଯ୍ୟ କରିଛନ୍ତି ଯେ, ମୁଁ ସଙ୍କଳ୍ପ କରିଛି, ମୋର ଗ୍ରାମର ସମସ୍ତ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ମୁଁ ସେବା ଯୋଗାଇବି, କିନ୍ତୁ ତା ଠାରୁ କୌଣସି ଟଙ୍କା ନେବି ନାହିଁ, ମୁଁ ସେହି ପରିବାରକୁ ସଲାମ କରୁଛି । ଭାଇମାନେ, ମୋର ଆଦିବାସୀ ପରିବାରର ସଂସ୍କାରକୁ ଦେଖନ୍ତୁ, ସେମାନଙ୍କ ସଂସ୍କାର ଏପରି ଯେ, ଆମକୁ ସେଥିରୁ ଶିଖିବାକୁ ମିଳୁଛି । ଆମର ବନବନ୍ଧୁ କଲ୍ୟାଣ ଯୋଜନା, ଜନଜାତୀୟ ପରିବାର ଗୁଡିକ ସେଥିପାଇଁ ନିଜର ଚିନ୍ତା କରୁଥିଲେ, ଆମର ଦକ୍ଷିଣ ଗୁଜରାଟରେ ବିଶେଷ କରି ସିକଲସେଲ୍‌ର ରୋଗ, ଏତେ ସରକାର ଆସି ଗଲେଣି, ସିକିଲସେଲ୍‌କୁ ନେଇ ଚିନ୍ତା କରିବାର ଯାହା ମୂଳ କାରଣ ଅଟେ, ସେହି କାମକୁ ଆମେ ହାତକୁ ନେଇଛେ, ଏବଂ ଆଜି ସିକଲସେଲ୍‌କୁ ନେଇ ବଡ ଆକାରରେ କାର୍ଯ୍ୟ ଚାଲୁ ରହିଛି । ଏବଂ ମୁଁ ମୋର ଆଦିବାସୀ ପରିବାରକୁ ଏହି ବିଶ୍ୱାସ ଦେଉଛି ଯେ, ବିଜ୍ଞାନ ନିଶ୍ଚିତ ରୂପରେ ଆମର ସାହାଯ୍ୟ କରିବ, ବୈଜ୍ଞାନିକ ଏହା ଉପରେ ଗବେଷଣା କରୁଛନ୍ତି, ଏବଂ ବର୍ଷ ବର୍ଷ ଧରି ଏହି ପ୍ରକାରର ସିକଲସେଲ୍‌ର ରୋଗର କାରଣ କଣ, ଯାହା ପାଇଁ ବିଶେଷ ରୂପରେ ମୋର ଆଦିବାସୀ ପୁଅଝିଅ ମାନଙ୍କୁ କଷ୍ଟ ସହିବାକୁ ପଡୁଛି, ଏଭଳି ବିପଦରୁ ମୁକ୍ତ କରିବା ନିମନ୍ତେ ଆମକୁ ପଠିନ ପରିଶ୍ରମ କରିବାକୁ ପଡୁଛି ।

ଭାଇ ଏବଂ ଭଉଣୀ ମାନେ,

ଏହା ଆଜାଦୀର ଅମୃତ ମହୋତ୍ସବ ସମୟ ଅଟେ, ଦେଶ ଆଜାଦୀର ୭୫ ତମ ବର୍ଷ ପାଳନ କରୁଛି, କିନ୍ତୁ ଏହି ଦେଶର ଦୁର୍ଭାଗ୍ୟ ଏହା ଯେ, ଏ ଭିତରେ ସାତଟି ଦଶନ୍ଧି ବିତିଗଲାଣି, କିନ୍ତୁ ସ୍ୱାଧୀନତା ପାଇଁ ଯେଉଁମାନେ ମୂଳ ଲଢ଼େଇରେ ସାମିଲ୍ ହୋଇଥିଲେ, ସେମାନଙ୍କ ସହିତ ଇତିହାସ ଲୁଚକାଳି ଖେଳୁଛି, ସେମାନଙ୍କୁ ସେମାନଙ୍କର ହକ୍ ମିଳି ନାହିଁ, ଯେତେବେଳେ ମୁଁ ଗୁଜରାଟରେ ଥିଲି, ସେଥିପାଇଁ ପଦକ୍ଷେପ ନେଇଥିଲି । ଆପଣମାନେ ୨୦- ୨୨ ବର୍ଷ ବୟସ୍କ ବିର୍ସା ମୁଣ୍ଡଙ୍କ କଥା ଶୁଣିଥିବେ, ଭଗବାନ ବିର୍ସାମୁଣ୍ଡା ଜଣେ ଆଦିବାସୀ ନବଯୁବକ ଥିଲେ, ଭଗବାନ ବିର୍ସାମୁଣ୍ଡା ୧୮୫୭ର ସ୍ୱତନ୍ତ୍ର ସଂଗ୍ରାମର ନେତୃତ୍ୱ ନେଇ ଇଂରେଜ ମାନଙ୍କର ମୁଣ୍ଡ ଖରାପ କରି ଦେଇଥିଲେ । ଏବଂ ତାଙ୍କୁ ଲୋକମାନେ ଭୁଲି ଯାଇଥିଲେ, ଆଜି ଆମେ ଭଗବାନ ବିର୍ସାମୁଣ୍ଡାଙ୍କର ଏକ ଭବ୍ୟ ମ୍ୟୁଜିୟମ୍ ଝାଡଖଣ୍ଡରେ  ନିର୍ମାଣ କରି ସାରିଛେ ।

ଭାଇ – ଭଉଣୀମାନେ,

ମୁଁ ଦାହୋଡର ଭାଇଭଉଣୀମାନଙ୍କୁ ଅନୁରୋଧ କରୁଛି ଯେ, ବିଶେଷ କରି ଶିକ୍ଷିତ ଲୋକ ମାନଙ୍କୁ ଅନୁରୋଧ କରୁଛି ଯେ, ସେମାନେ ଜାଣିଥିବେ, ଅଗଷ୍ଟ ୧୫, ଜାନୁଆରୀ ୨୬, ମେ ପହିଲାକୁ ଭିନ୍ନ ଭିନ୍ନ ଜିଲ୍ଲାରେ ପାଳନ କରୁଥିଲେ । ଥରେ ଯେତେବେଳେ ଦାହୋଡରେ ଏକ ଉତ୍ସବ ଥିଲା, ସେତେବେଳେ ଦାହୋଡ ଭିତରେ ଦାହୋଡର ଆଦିବାସୀ ଲୋକମାନେ କେମିତି ନେତୃତ୍ୱ ନେଇଥିଲେ, କିଭଳି ମୋର୍ଚ୍ଚା ସମ୍ଭାଳି ଥିଲେ, ଆମର ଦେବଗଡ ବାରିୟାରେ ଆଦିବାସୀ ମାନେ ୨୨ ଦିନ ପର୍ଯ୍ୟନ୍ତ ଯୁଦ୍ଧ ଜାରି ରଖିଥିଲେ, ଆମର ମାନଗଡ ପର୍ବତ ଶ୍ରେଣୀରେ ଆମ ଆଦିବାସୀ ମାନେ ଇଂରେଜ ମାନଙ୍କୁ ନାକେଦମ୍ କରି ଦେଇଥିଲେ । ଏବଂ ଆମେ ଗୋବିନ୍ଦଗୁରୁଙ୍କୁ ମଧ୍ୟ ଭୁଲି ପାରିବା ନାହିଁ, ଏବଂ ମାନଗଡରେ ଗୋବିନ୍ଦଗୁରୁଙ୍କର ସ୍ମାରକୀ ତିଆରି କରି ଆଜି ବି ଆମେ ତାଙ୍କର ବଳିଦାନକୁ ମନେ ରଖିଛୁ, ଯେଉଁ କାର୍ଯ୍ୟକୁ ଆମ ସରକାର କରିଛନ୍ତି । ଆଜି ମୁଁ ଦେଶକୁ କହିବା ପାଇଁ ଚାହୁଁଛି ଯେ, ଏବଂ ଦାହୋଡର ସ୍କୁଲ୍ ଗୁଡିକୁ କହିବାକୁ ଚାହୁଁଛି, ଶିକ୍ଷକ ମାନଙ୍କୁ ଅନୁରୋଧ କରୁଛି ଯେ, ୧୮୫୭ର ସ୍ୱତନ୍ତ୍ର ସଂଗ୍ରାମରେ , ଦେବଗଡର ବରିଆ ହେଉ, ଲିମଖେଡା ହେଉ, ଲିମଡି ହେଉ, ଦାହୋଦ ହେଉ, ସନ୍ଥରାମପୁର ହେଉ, ଝାଲୋଦ ହେଉ କୌଣସି ଏମିତି ସ୍ଥାନ ନଥିଲା, ଯେଉଁ ସ୍ଥାନର ଆଦିବାସୀ ତୀର କମାଣ ନେଇ ଇଂରେଜ ମାନଙ୍କ ଆଗରେ ରଣକ୍ଷେତ୍ରରେ ଓହ୍ଲାଇ ନଥିଲେ, ଇତିହାସରେ ଏହା ଲେଖା ହୋଇଛି, ଏବଂ କାହାକୁ ଫାଶି ହୋଇଥିଲା, ଏବଂ ଯେଉଁଭଳି ହତ୍ୟାକାଣ୍ଡ ଇଂରେଜମାନେ ଜାଲିଆନାବାଲା ବାଗରେ କରିଥିଲେ, ସେହିଭଳି ହତ୍ୟାକାଣ୍ଡ ଆମର ଏହି ଆଦିବାସୀ ଅଂଚଳରେ ମଧ୍ୟ ହୋଇଥିଲା । କିନ୍ତୁ ଇତିହାସ ଏହି ସବୁକୁ ଭୁଲେଇ ଦେଇଛି, ଆଜାଦୀ/ ସ୍ୱାଧୀନତାର ୭୫ ତମ ବର୍ଷ ପୂରଣ ଅବସରରେ ଏହି ସମସ୍ତ ଜିନିଷରୁ ଆମର ଆଦିବାସୀ ଭାଇ ଏବଂ ଭଉଣୀମାନଙ୍କୁ ଯେପରି ପ୍ରେରଣା ମିଳିବ, ସହରରେ ରହୁଥିବା ନୂତନ ପିଢ଼ିକୁ ପ୍ରେରଣା ମିଳିବ, ଏବଂ ଏଥିପାଇଁ ସ୍କୁଲ୍‌ରେ ନାଟକ ଲେଖାଯାଉ, ତାହା ଉପରେ ଗୀତ ଲେଖା ଯାଉ , ଏହି ନାଟକକୁ ସ୍କୁଲ୍‌ରେ ପ୍ରଦର୍ଶିତ କରାଯାଉ, ଏବଂ ସେହି ସମୟର ଘଟଣାକୁ ଲୋକମାନଙ୍କୁ ଜଣେଇ ଦିଆଯିବ, ଗୋବିନ୍ଦଗୁରୁଙ୍କର ଯେଉଁ ବଳିଦାନ ଥିଲା, ଗୋବିନ୍ଦଗୁରୁଙ୍କର ଯେଉଁ ଶକ୍ତି ଥିଲା, ଯାହାକୁ ଆମର ଆଦିବାସୀ ସମାଜ ପୂଜା କରୁଛି, କିନ୍ତୁ ଆଗାମୀ ପିଢ଼ିକୁ ମଧ୍ୟ ଏ ସମ୍ପର୍କରେ ସୂଚନା ମିଳୁ, ସେଥିପାଇଁ ଆମକୁ ପ୍ରୟାସ କରିବା ଜରୁରୀ ।

ଭାଇ ଏବଂ ଭଉଣୀମାନେ,

ଆମର ଜନଜାତୀୟ ସମାଜ, ମୋର ମନରେ ଏକ ସ୍ୱପ୍ନ ଥିଲା, ଯେ ମୋର ଆଦିବାସୀ ପୁଅ ଝିଅ ଡାକ୍ତର ହୁଅନ୍ତୁ, ନର୍ସିଂ କ୍ଷେତ୍ରରେ ପ୍ରବେଶ କରନ୍ତୁ, ଯେତେବେଳେ ମୁଁ ଗୁଜରାଟରେ ମୁଖ୍ୟମନ୍ତ୍ରୀ ହୋଇଥିଲି, ସେତେବେଳେ ଉମରଗାଓଁରୁ ଅମ୍ବାଜୀ, ସମସ୍ତ ଆଦିବାସୀ ବିସ୍ତାର/ କ୍ଷେତ୍ରରେ ସ୍କୁଲ୍ ଥିଲା, କିନ୍ତୁ ବିଜ୍ଞାନଭିତିକ ସ୍କୁଲ୍ ନଥିଲା । ଯେତେବେଳେ ବିଜ୍ଞାନଭିତିକ ସ୍କୁଲ୍ ରହିବ ନାହିଁ, ତାହା ହେଲେ ମୋର ଆଦିବାସୀ ପୁଅ କିମ୍ବା ଝିଅ ମାନେ କିପରି ଇଞ୍ଜିନିୟର ହୋଇ ପାରିବେ, ଡାକ୍ତର ହୋଇ ପାରିବେ, ସେଥିପାଇଁ ମୁଁ ବିଜ୍ଞାନ ସ୍କୁଲ୍ ଗୁଡିକର ଶୁଭାରମ୍ଭ କରିଥିଲି । ଆଦିବାସୀ ମାନଙ୍କର ପ୍ରତ୍ୟେକ ତହସିଲ୍‌ରେ କିପରି ବିଜ୍ଞାନ ସ୍କୁଲ୍ ଖୋଲିବି ଏବଂ ମୁଁ ଆଜି ବହୁତ ଖୁସି ଯେ, ଆଦିବାସୀ ଜିଲ୍ଲା ଗୁଡିକରେ ମେଡିକାଲ୍ କଲେଜ୍‌, ଡିପ୍ଲୋମା ଇଞ୍ଜିନିୟରିଂ କଲେଜ, ନର୍ସିର୍ଂ କଲେଜ ଚାଲୁଅଛି ଏବଂ ମୋର ଆଦିବାସୀ ପୁଅ ଝିଅମାନେ ଡାକ୍ତର ହେବା ନିମନ୍ତେ ଖୁବ୍ ତତ୍ପର ହୋଇ ପଡିଛନ୍ତି । ଏଠାରୁ ଛାତ୍ରମାନେ ବିଦେଶକୁ ଅଭ୍ୟାସ ନିମନ୍ତେ ଯାଇଛନ୍ତି, ଭାରତ ସରକାରଙ୍କ ଯୋଜନା ଆଧାରରେ ବିଦେଶକୁ ପଢ଼ିବାକୁ ଯାଇଛନ୍ତି, ଭାଇ ଏବଂ ଭଉଣୀମାନେ ଆପଣମାନେ ଅନୁଭବ କରି ପାରୁଥିବେ ପ୍ରଗତିର ଦିଗ କେଉଁଭଳି ରହିଛି, ଏହାର ପଥ ଆମେ ତିଆରି କରିଛେ, ଏବଂ ଏହି ମାର୍ଗରେ ଆମେମାନେ ଚାଲିଛେ ।

ଆଜି ସାରା ଦେଶରେ ପାଖାପାଖି ସାଢ଼େ ସାତ ଶହ ଏକଲବ୍ୟ ମଡେଲ୍ ସ୍କୁଲ୍ , ଅର୍ଥାତ୍ ପାଖାପାଖି ସମସ୍ତ ଜିଲ୍ଲାରେ ଏକଲବ୍ୟ ମଡେଲ୍ ସ୍କୁଲ୍ ରହିଛି ଏବଂ ଲକ୍ଷ୍ୟ ପୂରଣ କରିବା ପାଇଁ କାର୍ଯ୍ୟ କରାଯାଉଛି । ଆମର ଜନଜାତୀୟ ସମୁଦାୟର ପିଲାମାନଙ୍କ ପାଇଁ ଯେପରି ଏକଲବ୍ୟ ସ୍କୁଲ୍ ପରିସରରେ ଆଧୁନିକରୁ ଆଧୁନିକ ଶିକ୍ଷା ମିଳିପାରିବ ଆମେ ସେ ସମ୍ପର୍କରେ ଚିନ୍ତା କରୁଛୁ ।

ସ୍ୱାଧୀନତା ପରେ ୧୮ଟି ଟ୍ରାଇବାଲ୍ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍ ନିର୍ମାଣ ହୋଇଛି, ସାତ ଦଶକରେ ମାତ୍ର ୧୮ଟି, ମୋର ଆଦିବାସୀ ଭାଇ ଏବଂ ଭଉଣୀମାନେ ମୋତେ ଆଶୀର୍ବାଦ ଦିଅନ୍ତୁ, ମୁଁ ସାତ ବର୍ଷରେ ଆଉ ୯ଟି ନିର୍ମାଣ କରିଦେଇଛି । ପ୍ରଗତି କିଭଳି ହୋଇଥାଏ, ଏବଂ କେତେ ବଡ ପରିମାଣରେ ପ୍ରଗତି ହୋଇଥାଏ ଏହା ତାର ଏକ ଉଦାହରଣ ଅଟେ । ପ୍ରଗତି କିପରି ହେବ ସେ ସମ୍ପର୍କରେ ଆମେ ଚିନ୍ତା କଲୁ, ଏଥିପାଇଁ ମୁଁ ଆଉ ଏକ କାର୍ଯ୍ୟ ହାତକୁ ନେଇଛି, ସେହି ସମୟରେ ମଧ୍ୟ ମୋର ମନେ ଅଛି, ମୁଁ ଯେତେବେଳେ ଲୋକ ମାନଙ୍କ ପାଖକୁ ଯାଉଥିଲି, ସେଥିପାଇଁ ମୋତେ ଛୋଟରୁ ଛୋଟ କଥା ମଧ୍ୟ ଜାଣିବାକୁ ମିଳୁଥିଲା, ୧୦୮ ସେବା ଆମେ ଦେଉଥିଲୁ, ମୁଁ ଦାହୋଡକୁ ଆସିଥିଲି, ମୋ ସହିତ କିଛି ଭଉଣୀ ଦେଖା କରିଥିଲେ, ଯେତେବେଳେ ଏଠାକୁ ଆସୁଥିଲି ସେମାନଙ୍କ ଘରକୁ ଖାଇବାକୁ ଯାଉଥିଲି । ସେତେବେଳେ ଏସହି ଭଉଣୀମାନେ ମୋତେ କହିଥିଲେ ଯେ, ଆଜ୍ଞା ୧୦୮ରେ ଆପଣ ଏକ କାମ କରନ୍ତୁ, ମୁଁ କହିଲି କ’ଣ କରିବି, ଏଠାରେ ଯେତେବେଳେ ଲୋକମାନଙ୍କୁ ସାପ କାମୁଡି ଦେଇଥାଏ ସେମାନଙ୍କୁ ୧୦୮ରେ ଡାକ୍ତରଖାନାକୁ ନେଇ ଯିବା ସମୟରେ ସେମାନଙ୍କ ଦେହରେ ବିଷ ଚରି ଯାଉଥିଲା, ଏବଂ ଆମ ପରିବାରର ଲୋକ ମାନଙ୍କର ମୃତ୍ୟୁ ସାପ କାମୁଡିବା କାରଣରୁ ହୋଇ ଯାଉଥିଲା । ଦକ୍ଷିଣ ଗୁଜରାଟରେ ମଧ୍ୟ ଏହି ସମସ୍ୟା, ମଧ୍ୟ ଗୁଜରାଟ, ଉତର ଗୁଜରାଟରେ ମଧ୍ୟ ସେହି ସମସ୍ୟା, ମୁଁ ନିଷ୍ପତି ନେଲି ସାପ କାମୁଡିବା ରୋଗୀକୁ ତୁରନ୍ତ ଯେଉଁ ଇଞ୍ଜେକସନ୍ ଦେବାକୁ ହୁଏ, ସେହି ଇଞ୍ଜେକସନ୍ ରହିବ, ଯାହା ଫଳରେ ଲୋକମାନଙ୍କୁ ବଂଚେଇ ହେବ, ଆଜି ୧୦୮ରେ ସେହି ସେବା ଚାଲୁ ରହିଛି ।

ପଶୁପାଳନ, ଆଜି ଆମର ପଂଚମହଲର ଡେରୀ ସମ୍ପର୍କରେ ଚାରିଆଡେ ପ୍ରଚାର ହେଉଛି, ଆଜି ଏହାର ନାମ ଚାରିଆଡେ ବିଖ୍ୟାତ ହୋଇଗଲାଣି, ନହେଲେ ପୂର୍ବରୁ ତା ସମ୍ପର୍କରେ କେହି ପଚାରୁ ନଥିଲେ । ବିକାଶର ସମସ୍ତ କ୍ଷେତ୍ର ଆଗକୁ ବଢ଼ୁ, ସଖୀ ମଣ୍ଡଳକୁ ନେଇ ମୁଁ ବହୁତ ଖୁସି, ପାଖାପାଖି ପ୍ରତ୍ୟେକ ଗାଁରେ ସଖୀମଣ୍ଡଳ ଚାଲୁ ରହିଛି । ଏବଂ ଭଉଣୀମାନେ ନିଜେ ସଖୀମଣ୍ଡଳର ନେତୃତ୍ୱ ନେଉଛନ୍ତି । ଏବଂ ତାହାର ଲାଭ ମୋର ଶହ ଶହ , ହଜାର ହଜାର ଆଦିବାସୀ କୁଟମ୍ବମାନଙ୍କୁ ମିଳୁଛି, ପ୍ରଥମତଃ ବିତୀୟ ପ୍ରଗତି, ଦ୍ୱିତୀୟତଃ ଆଧୁନିକ ଚାଷ, ତୃତୀୟତଃ, ଘର ଜୀବନର ସୁଖ ସୁବିଧା ନିମନ୍ତେ ପାଣି ହେଉ, ବିଦ୍ୟୁତ୍ ହେଉ, ଶୌଚାଳୟ ହେଉ, ଏମିତି ଛୋଟ ଛୋଟ କଥା ଏବଂ ଛୁଆମାନଙ୍କ ପାଇଁ ଯେଉଁଠାରେ ପଢ଼ିବାର ଅଛି ସେପର୍ଯ୍ୟନ୍ତ ପଢ଼ିପାରିବେ, ଏଭଳି ବ୍ୟବସ୍ଥା, ଏମିତି ଚାରି ଦିଗରେ ପ୍ରଗତିର କାର୍ଯ୍ୟ ଆମେ କରୁଛେ । ସେତେବେଳେ, ଯେତେବେଳେ କି ମୁଁ ଦାହୋଡ ଜିଲ୍ଲାରେ ସମ୍ବୋଧନ କରୁଛି, ଏବଂ ଅମରଗାଓଁରୁ ଅମ୍ଭାଜୀ ପର୍ଯ୍ୟନ୍ତ ମୋର ସମସ୍ତ ଆଦିବାସୀ ନେତା ମଂଚ ଉପରେ ବସିଛନ୍ତି, ସମସ୍ତ ନେତୃବୃନ୍ଦ ମଧ୍ୟ ଏଠାରେ ଉପସ୍ଥିତ ଅଛନ୍ତି, ମୋର ଏକ ଇଛା ଅଛି, ଲହି ଇଛାକୁ ଆପଣମାନେ ପୂରଣ କରି ଦିଅନ୍ତୁ । କରିବେ ଆପଣମାନେ? ଟିକେ ହାତକୁ ଉପରକୁ କରି ମୋତେ ବିଶ୍ୱାସ ଦିଅନ୍ତୁ, ପୂରଣ କରିବେ ନା? ସତରେ, ଏହି କ୍ୟାମେରା ସବୁ ରେକର୍ଡ କରୁଛି । ମୁଁ ପୁଣି ଯାଂଚ କରିବି, କରିବେ ନା ସମସ୍ତେ, ଆପଣମାନେ ମୋତେ କେବେ ବି ନିରାଶ କରିବେ ନାହିଁ ବୋଲି ମୁଁ ଜାଣିଛି, ଏବଂ ଯଦି କେବଳ ମୋର ଆଦିବାସୀ ଭାଇ କୁହନ୍ତି ଯେ, ସେମାନେ କରିବେ, ତେବେ ମୁଁ ଜାଣିଛି ଯେ, ଆପଣମାନେ ମଧ୍ୟ କରିବେ, ଆଜାଦୀର ୭୫ ତମ ବର୍ଷକୁ ଆମେମାନେ ପାଳନ କରୁଛେ, ସମସ୍ତ ଜିଲ୍ଲାରେ ଆଦିବାସୀ କ୍ଷେତ୍ରରେ ଆମେ ୭୫ଟି ବଡ ପୁଷ୍କରିଣୀ ତିଆରି କରିପାରିବା? ଏବେ ଠାରୁ କାମ ଆରମ୍ଭ କରିବା ଏବଂ ପ୍ରତି ଜିଲ୍ଲାରେ ୭୫ଟି ପୁଷ୍କରିଣୀ ତିଆରି ହୋଇଯିବ, ଏବଂ ବର୍ଷା ଜଳ ଏଥିରେ ପ୍ରବେଶ କରିବ,  ତାହାର ସଙ୍କଳ୍ପ ନେବା, ଆମର ଅମ୍ବାଜୀଠାରୁ ଉମରଗାଓଁ ପର୍ଯ୍ୟନ୍ତ ଜଳମୟ ହୋଇଯିବ । ଏବଂ ଏହା ସହିତ ଏଠାକାର ଜୀବନ ପାଣିମୟ ହୋଇଯିବ । ଏବଂ ଏଥିପାଇଁ ଆଜାଦୀର ଅମୃତ ମହୋତ୍ସବକୁ ଆମେ ଜଳମୟ ହେବା ପାଇଁ ପାଣିର ଉତ୍ସବ କରିବା, ପାଣି ନିମନ୍ତେ ପୋଖରୀ ସୃଷ୍ଟି କରି ଏକ ନୂତନ ଶିଖର ଛୁଇଁବା  ଏବଂ ଆଜାଦୀର ୭୫ ବର୍ଷର ଯେଉଁ ଅମୃତ କାଳ ଚାଲିଛି, ଏବଂ ଆଜାଦୀର ୧୦୦ ବର୍ଷ ପୂରଣ ହେବା ନିମନ୍ତେ ମଝିରେ ଯେଉଁ ୨୫ ବର୍ଷ ର ଅମୃତ ସମୟ ରହିଛି, ଆଜି ଯେଉଁ ୧୮ -୨୦ ବର୍ଷର ଯୁବକ ରହିଛନ୍ତି ସେମାନେ ସେହି ସମୟରେ ସମାଜର ନେତୃତ୍ୱ କରୁଥିବେ, ସେତେବେଳେ ଦେଶ ଯେଭଳି ଶିଖରରେ ପହଂଚିବ, ସେଥିପାଇଁ ଦୃଢ଼ତାର ସହିତ କାମ କରିବା ପାଇଁ ଏହା ପ୍ରକୃତ ସମୟ ଅଟେ । ଏବଂ ମୋର ବିଶ୍ୱାସ ଯେ, ମୋର ଆଦିବାସୀ ଭାଇ ଏବଂ ଭଉଣୀମାନେ ଏହି କାମ କରିବାରେ କେହି ବି ପଛଘୁଂଚା ଦେବେ ନାହିଁ, ମୋର ଗୁଜରାଟ କେବେ ବି ପଛଘୁଂଚା ଦେବ ନାହିଁ, ଏହା ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ରହିଛି । ଆପଣମାନେ ଏତେ ପରିମାଣରେ ଆସିଛନ୍ତି, ଆଶୀର୍ବାଦ ଦେଇଛନ୍ତି, ମାନସମ୍ମାନ ଦେଇଛନ୍ତି , ମୁଁ ଆପଣଙ୍କ ଘରର ଜଣେ ଲୋକ । ଆପଣଙ୍କ ମଝିରେ ଅଳ୍ପ ଟିକେ ବଡ ହୋଇଛି । ବହୁତ କିଛି ଆପଣ ମାନଙ୍କଠାରୁ ଶିଖି ଆଗକୁ ବଢ଼ିଛି । ମୋ ଉପରେ ଆପଣ ମାନଙ୍କର ଅନେକ ଋଣ ରହିଛି, ଏବଂ ଏଥିପାଇଁ ଯେତେବେଳେ ବି ଆପଣଙ୍କର ଋଣ ଶୁଝିବାର ସୁଯୋଗ ମିଳିବ, ତେବେ ମୁଁ ଏହାକୁ ହାତଛଡା ହେବାକୁ ଦିଏ ନାହିଁ । ଏବଂ ମୋର କ୍ଷେତ୍ର/ ବିସ୍ତାରର ଋଣ ଶୁଝିବା ପାଇଁ ଚେଷ୍ଟା କରିଥାଏ । ପୁଣି ଥରେ ଆଦିବାସୀ ସମାଜର, ଆଜାଦୀର ସମସ୍ତ ଯୋଦ୍ଧା ମାନଙ୍କୁ ଆଦରପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ସେମାନଙ୍କୁ ନମସ୍କାର କରୁଛି । ଏବଂ ଆଗାମୀ ପିଢ଼ିକୁ ଏବେର ଭାରତକୁ ଆଗକୁ ନେଇ ଯିବା ପାଇଁ କାନ୍ଧକୁ କାନ୍ଧ ମିଶାଇ ଆଗକୁ ବଢ଼ିବା ପାଇଁ ଆହ୍ୱାନ ହେଉଛି, ସମସ୍ତଙ୍କୁ ଶୁଭକାମନା ଦେଉଛି ।

ମୋ ସହିତ ସମସ୍ତେ କୁହନ୍ତୁ

ଭାରତ ମାତା କି – ଜୟ

ଭାରତ ମାତା କି – ଜୟ

ଭାରତ ମାତା କି – ଜୟ

ବହୁତ ବହୁତ ଧନ୍ୟବାଦ !

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
UPI reigns supreme in digital payments kingdom

Media Coverage

UPI reigns supreme in digital payments kingdom
NM on the go

Nm on the go

Always be the first to hear from the PM. Get the App Now!
...
Assam Chief Minister meets PM Modi
December 02, 2024