• "ଜାତୀୟ କ୍ରୀଡ଼ା ଭାରତର ଅସାଧାରଣ କ୍ରୀଡ଼ା ଦକ୍ଷତାକୁ ପ୍ରଦର୍ଶିତ କରିଥାଏ"
• ‘‘ଭାରତର କୋଣ ଅନୁକୋଣରେ ରହିଛି ପ୍ରତିଭା । ତେଣୁ ୨୦୧୪ ପରେ ଆମେ କ୍ରୀଡ଼ା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଜାତୀୟ ପ୍ରତିବଦ୍ଧତା ଗ୍ରହଣ କରିଥିଲୁ’’
• "ଗୋଆର ଆଭା ତୁଳନା ବାହାରେ"
• ‘‘କ୍ରୀଡ଼ା ଜଗତରେ ଭାରତର ସାମ୍ପ୍ରତିକ ସଫଳତା ପ୍ରତ୍ୟେକ ଯୁବ କ୍ରୀଡ଼ାବିତଙ୍କ ପାଇଁ ଏକ ବଡ଼ ପ୍ରେରଣା’’
• ‘‘ଖେଲୋ ଇଣ୍ଡିଆ ଜରିଆରେ ପ୍ରତିଭାକୁ ଆବିଷ୍କାର କରିବା, ସେମାନଙ୍କୁ ପୋଷଣ କରିବା ଏବଂ ଟପ୍ସ ଦ୍ୱାରା ଅଲିମ୍ପିକ୍ସ ପୋଡିୟମ୍ ଶେଷ କରିବା ପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଦେବା ଓ ମନୋବଳ ବଢ଼ାଇବାକୂ ଆମର ଯୋଜନା ରହିଛି’’
• ‘‘ଭାରତ ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି କରୁଛି ଏବଂ ଆଜି ଅଭୂତପୂର୍ବ ମାନଦଣ୍ଡ ସ୍ଥାପିତ କରୁଛି’’
• ‘‘ଭାରତର ବେଗ ଓ ବ୍ୟାପକତା ସହ ତୁଳନା କରିବା କଷ୍ଟକର’’
• ‘‘ମୋ ଭାରତ ଭାରତର ଯୁବ ଶକ୍ତିକୁ ବିକଶିତ ଭାରତର ଯୁବ ଶକ୍ତିରେ ପରିଣତ କରିବାର ଏକ ମାଧ୍ୟମ ହେବ’’
• ‘‘୨୦୩୦ରେ ଯୁବ ଅଲିମ୍ପିକ୍ସ ଓ ୨୦୩୬ରେ ଅଲିମ୍ପିକ୍ସ ଆୟୋଜନ କରିବାକୁ ଭାରତ ପ୍ରସ୍ତୁତ ରହିଛି। ଅଲିମ୍ପିକ୍ସ ଆୟୋଜନ ପାଇଁ ଆମର ଆକାଂକ୍ଷା କେବଳ ଭାବନାରେ ସୀମିତ ନୁହେଁ । ବରଂ ଏହା ପଛରେ କିଛି ଠୋସ୍ କାରଣ ରହିଛି।’’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୋଆର ମଡ଼ଗାଓ ସ୍ଥିତ ପଣ୍ଡିତ ଜବାହରଲାଲ ନେହରୁ ଷ୍ଟାଡିୟମରେ ୩୭ତମ ଜାତୀୟ କ୍ରୀଡ଼ାକୁ ଉଦଘାଟନ କରିଛନ୍ତି । ଅକ୍ଟୋବର ୨୬ରୁ ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି କ୍ରୀଡ଼ାରେ ଦେଶର ୧୦,୦୦୦ରୁ ଅଧିକ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିବେ, ଯେଉଁମାନେ ୨୮ଟି କ୍ରୀଡ଼ାଙ୍ଗନରେ ୪୩ରୁ ଅଧିକ କ୍ରୀଡ଼ା ବର୍ଗରେ ଭାଗ ନେବେ।

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ କ୍ରୀଡ଼ାର ମହାକୁମ୍ଭର ଯାତ୍ରା ଗୋଆରେ ପହଞ୍ଚିଛି ଏବଂ ପରିବେଶ ରଙ୍ଗ, ତରଙ୍ଗ, ଉତ୍ସାହ ଏବଂ ଦୁଃସାହସିକତାରେ ପରିପୂର୍ଣ୍ଣ । "ଗୋଆର ଆଭା ଭଳି କିଛି ନାହିଁ", ଶ୍ରୀ ମୋଦୀ ଜୋର ଦେଇ କହିଥିଲେ । ସେ ଗୋଆବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ୩୭ତମ ଜାତୀୟ କ୍ରୀଡ଼ା ପାଇଁ ଶୁଭେଚ୍ଛା ଜଣାଇଥିଲେ। ଦେଶର କ୍ରୀଡ଼ା କ୍ଷେତ୍ରରେ ଗୋଆର ଅବଦାନ ଉପରେ ପ୍ରଧାନମନ୍ତ୍ରୀ​ ଆଲୋକପାତ କରିଥିଲେ ଏବଂ ଫୁଟବଲ ପ୍ରତି ଗୋଆର ଭଲପାଇବା ବିଷୟରେ ଉଲ୍ଲେଖ କରିଥିଲେ। କ୍ରୀଡ଼ାପ୍ରିୟ  ଗୋଆରେ ଜାତୀୟ କ୍ରୀଡ଼ା ଆୟୋଜନ ହେବା ଉତ୍ସାହଜନକ ବୋଲି ସେ କହିଛନ୍ତି ।

 

ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ, ଜାତୀୟ କ୍ରୀଡ଼ା ଏଭଳି ଏକ ସମୟରେ ଆୟୋଜନ ହେଉଛି ଯେତେବେଳେ ଦେଶ କ୍ରୀଡ଼ା ଜଗତରେ ନୂଆ ସଫଳତା ହାସଲ କରୁଛି । ଏସୀୟ କ୍ରୀଡ଼ାରେ ୭୦ ବର୍ଷର ରେକର୍ଡ ଭାଙ୍ଗିଥିବା ସଫଳତା ବିଷୟରେ ସେ ଉଲ୍ଲେଖ କରିବା ସହ ଚଳିତ ଏସୀୟ ପାରା ଗେମ୍ସ ବିଷୟରେ ମଧ୍ୟ କହିଥିଲେ ଯେଉଁଠାରେ ପୂର୍ବର ସମସ୍ତ ରେକର୍ଡ ଅତିକ୍ରମ କରି ଦେଶର କ୍ରୀଡ଼ାବିତ୍‌ମାନେ ୭୦ରୁ ଅଧିକ ପଦକ ହାସଲ କରିଥିବା ସେ କହିଥିଲେ। ସେ ନିକଟରେ ଶେଷ ହୋଇଥିବା ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯେଉଁଠାରେ ଭାରତ ଇତିହାସ ରଚିଥିଲା । କ୍ରୀଡ଼ା ଜଗତରେ ଭାରତର ସାମ୍ପ୍ରତିକ ସଫଳତା ପ୍ରତ୍ୟେକ ଯୁବ କ୍ରୀଡ଼ାବିତଙ୍କ ପାଇଁ ଏକ ବଡ଼ ପ୍ରେରଣା ବୋଲି ଶ୍ରୀ ମୋଦୀ କହିଥିଲେ। ଜାତୀୟ କ୍ରୀଡ଼ାକୁ ପ୍ରତ୍ୟେକ ଯୁବ କ୍ରୀଡ଼ାବିତଙ୍କ ପାଇଁ ଏକ ଦୃଢ଼ ଲଞ୍ଚପ୍ୟାଡ୍ ବା ମୂଳଦୁଆ ଭାବେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସେମାନଙ୍କ ଲାଗି ରହିଥିବା ଥିବା ବିଭିନ୍ନ ସୁଯୋଗ ଉପରେ ଆଲୋକପାତ କରିଥିଲେ । ଖେଳାଳୀମାନଙ୍କୁ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ସେ ଆହ୍ୱାନ କରିଥିଲେ।

ଭାରତରେ ପ୍ରତିଭାର ଅଭାବ ନାହିଁ ଏବଂ ବଞ୍ଚିତ ସତ୍ତ୍ୱେ ଦେଶ ଚାମ୍ପିୟନ ସୃଷ୍ଟି କରିଛି, ତଥାପି ପଦକ ତାଲିକାରେ ଖରାପ ପ୍ରଦର୍ଶନ ସର୍ବଦା ଦେଶବାସୀଙ୍କୁ ମାନ୍ୟତା ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀ ଜୋର୍‌ ଦେଇ କହିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ କ୍ରୀଡ଼ା ଭିତ୍ତିଭୂମି, ଚୟନ ପ୍ରକ୍ରିୟା, କ୍ରୀଡ଼ାବିତ୍‌ମାନଙ୍କ ପାଇଁ ଆର୍ଥିକ ସହାୟତା ଯୋଜନା, ପ୍ରଶିକ୍ଷଣ ଯୋଜନା ଏବଂ ସମାଜର ମାନସିକତାରେ ୨୦୧୪ ପରେ ଆସିଥିବା ପରିବର୍ତ୍ତନ ବିଷୟରେ ବର୍ଣ୍ଣନା କରିଥିଲେ। ଏହିପରି ଭାବେ ଆମେ କ୍ରୀଡ଼ା କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ବାଧକ ଦୂର କରିଥିଲୁ। ପ୍ରତିଭା ଆବିଷ୍କାରଠାରୁ ଆରମ୍ଭ କରି ଅଲିମ୍ପିକ୍ସ ପୋଡିୟମ୍ ପର୍ଯ୍ୟନ୍ତ ସରକାର ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

୯ ବର୍ଷ ପୂର୍ବର କ୍ରୀଡ଼ା ବଜେଟ୍ ତୁଳନାରେ ଚଳିତ ବର୍ଷର କ୍ରୀଡ଼ା ବଜେଟ୍ ତିନି ଗୁଣ ଅଧିକ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ଖେଲୋ ଇଣ୍ଡିଆ ଏବଂ ଟପ୍ସ ଭଳି ପଦକ୍ଷେପର ନୂତନ ବ୍ୟବସ୍ଥା ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟରୁ ପ୍ରତିଭାବାନ କ୍ରୀଡ଼ାବିତ୍‌ଙ୍କୁ ଖୋଜୁଛି ବୋଲି ସେ କହିଥିଲେ। ସେ କହିଥିଲେ ଯେ ଟପ୍ସରେ ଶ୍ରେଷ୍ଠ ଆଥଲେଟମାନେ ବିଶ୍ୱର ଶ୍ରେଷ୍ଠ ପ୍ରଶିକ୍ଷଣ ପାଉଛନ୍ତି ଏବଂ ୩୦୦୦ ଆଥଲେଟ୍ ଖେଲୋ ଇଣ୍ଡିଆରେ ପ୍ରଶିକ୍ଷଣ ନେଉଛନ୍ତି। ଖେଳାଳିଙ୍କୁ ବାର୍ଷିକ ୬ ଲକ୍ଷ ଟଙ୍କାର ବୃତ୍ତି ମିଳୁଛି। ଖେଲୋ ଇଣ୍ଡିଆ ଅଧୀନରେ ଆବିଷ୍କୃତ ପ୍ରାୟ ୧୨୫ ଜଣ ଖେଳାଳି ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରି ୩୬ ପଦକ ଜିତିଥିଲେ। ଖେଲୋ ଇଣ୍ଡିଆ ଜରିଆରେ ପ୍ରତିଭାକୁ ଆବିଷ୍କାର କରିବା,  ସେମାନଙ୍କୁ ପୋଷଣ କରିବା ଏବଂ ଟପ୍ସ ଦ୍ୱାରା ଅଲିମ୍ପିକ୍ସ ପୋଡିୟମରେ ପହଞ୍ଚିବା ପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଓ ଦୃଢ଼ ମନୋବଳ ପ୍ରଦାନ କରିବା ଆମର  ଯୋଜନା ବୋଲି ସେ କହିଥିଲେ ।

ଯେକୌଣସି ଦେଶର କ୍ରୀଡ଼ା କ୍ଷେତ୍ରର ଅଗ୍ରଗତି ଏହାର ଅର୍ଥବ୍ୟବସ୍ଥାର ପ୍ରଗତି ସହିତ ସିଧାସଳଖ ଜଡ଼ିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଦେଶରେ ଏକ ନକାରାତ୍ମକ ବାତାବରଣ କ୍ରୀଡ଼ା କ୍ଷେତ୍ର ତଥା ଦୈନନ୍ଦିନ ଜୀବନରେ ପ୍ରତିଫଳିତ ହେଉଥିବା ବେଳେ କ୍ରୀଡ଼ାକ୍ଷେତ୍ରରେ ଭାରତର ସାମ୍ପ୍ରତିକ ସଫଳତା ଏହାର ସାମଗ୍ରିକ ସଫଳତାର କାହାଣୀ ସହ ସମାନ ବୋଲି ସେ ଦର୍ଶାଇଥିଲେ। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଭାରତ ନୂତନ ରେକର୍ଡ ଭାଙ୍ଗିଛି ଏବଂ ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢୁଛି । ‘‘ଭାରତର ଗତି ଏବଂ ବ୍ୟାପକତା ସହିତ ମେଳ କରିବା କଷ୍ଟକର’’, ସେ ଗୁରୁତ୍ୱାରୋପ କରିଥିଲେ । ବିଗତ ୩୦ ଦିନ ମଧ୍ୟରେ ଭାରତର ସଫଳତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯଦି ଦେଶ ସମାନ ପରିମାଣରେ ଏବଂ ଦ୍ରୁତ ଗତିରେ ଆଗକୁ ବଢିବ, ତେବେ ମୋଦୀ ହିଁ ଯୁବପିଢ଼ିଙ୍କ ଉଜ୍ଜ୍ୱଳ ଭବିଷ୍ୟତର ଗ୍ୟାରେଣ୍ଟି ଦେଇପାରିବେ । ଏହାର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ନାରୀ ଶକ୍ତି ବନ୍ଦନ ଅଧିନିୟମ ପାରିତ ହେବା, ଗଗନଯାନର ସଫଳ ପରୀକ୍ଷଣ, ଭାରତର ପ୍ରଥମ ରାପିଡ୍ ରେଳ 'ନମୋ ଭାରତ'ର ଉଦଘାଟନ, ବେଙ୍ଗାଲୁରୁ ମେଟ୍ରୋର ସମ୍ପ୍ରସାରଣ, ଜମ୍ମୁ ଓ କଶ୍ମୀରର ପ୍ରଥମ ଭିଷ୍ଟା ଡୋମ୍ ଟ୍ରେନ୍ ସେବା, ଦିଲ୍ଲୀ-ବଡୋଦରା ଏକ୍ସପ୍ରେସୱେର ଉଦଘାଟନ, ଜି-୨୦ ଶିଖର ସମ୍ମିଳନୀର ସଫଳ ଆୟୋଜନ, ୬ ଲକ୍ଷ କୋଟି ଟଙ୍କାର ଚୁକ୍ତି ହୋଇଥିବା ଗ୍ଲୋବାଲ୍ ମେରିଟାଇମ୍ ଶିଖର ସମ୍ମିଳନୀ ବିଷୟରେ ସେ ଉଲ୍ଲେଖ କରିଥିଲେ। ଇସ୍ରାଏଲରୁ ଭାରତୀୟଙ୍କୁ ଫେରାଇ ଆଣିଥିବା ଅପରେସନ ଅଜୟ, ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ନୌ ସେବାର ଆରମ୍ଭ, 5-ଜି ଉପଭୋକ୍ତା ସଂଖ୍ୟାରେ ଭାରତର ଶ୍ରେଷ୍ଠ ୩ ଟି ଦେଶ ମଧ୍ୟରେ ସ୍ଥାନ ପାଇବା, ଆପଲ ପରେ ଗୁଗଲ ଭାରତରେ ସ୍ମାର୍ଟଫୋନ୍ ତିଆରି କରିବା ପାଇଁ ନିକଟରେ ଘୋଷଣା କରିବା ଏବଂ ଦେଶରେ ଫଳ ଏବଂ ପନିପରିବା ଉତ୍ପାଦନରେ ଏକ ନୂତନ ରେକର୍ଡ ଆଦି ସଫଳତା ଦେଶକୁ ମିଳିଛି । ‘‘ଏହା ମାତ୍ର ତାଲିକାର  ଅଧା’’, ସେ କହିଥିଲେ ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ ଚାଲିଥିବା ସମସ୍ତ କାର୍ଯ୍ୟର ମୂଳରେ ଦେଶର ଯୁବବର୍ଗ ଅଛନ୍ତି । ସେ ନୂଆ ପ୍ଲାଟଫର୍ମ 'ମୋ ଭାରତ' ବିଷୟରେ ଆଲୋଚନା କରିଥିଲେ ଯାହା କି ଯୁବପିଢ଼ିଙ୍କୁ ପରସ୍ପର ମଧ୍ୟରେ ଏବଂ ଦେଶର ଯୋଜନା ସହିତ ଯୋଡ଼ିବା ପାଇଁ ଏକ ୱାନ୍ ଷ୍ଟପ୍ ସେଣ୍ଟର ହେବ ଯାହା ଦ୍ୱାରା ସେମାନେ ସେମାନଙ୍କର ସାମର୍ଥ୍ୟକୁ ଉପଲବ୍ଧ କରିବା ଏବଂ ରାଷ୍ଟ୍ର ନିର୍ମାଣରେ ଯୋଗଦାନ କରିବାର ସର୍ବାଧିକ ସୁଯୋଗ ପାଇପାରିବେ । ଭାରତର ଯୁବ ଶକ୍ତିକୁ ବିକଶିତ ଭାରତର ଯୁବ ଶକ୍ତିରେ ପରିଣତ କରିବା ପାଇଁ ଏହା ଏକ ମାଧ୍ୟମ ହେବ। ଆଗାମୀ ଏକତା ଦିବସରେ ପ୍ରଧାନମନ୍ତ୍ରୀ ଏହି ଅଭିଯାନର ଶୁଭାରମ୍ଭ କରିବେ । ଏହି ଦିନ ‘ରନ୍ ଫର୍ ୟୁନିଟି’ର ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଉ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଆଜି ଯେତେବେଳେ ଉଭୟ ଭାରତର ସଂକଳ୍ପ ଓ ପ୍ରୟାସ ଏତେ ବିଶାଳ, ସେତେବେଳେ ଭାରତର ଆକାଂକ୍ଷା ଉଚ୍ଚ ହେବା ସ୍ୱାଭାବିକ। ‘‘ସେଥିପାଇଁ ଆଇଓସି ଅଧିବେଶନରେ ମୁଁ ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷା ରଖିଥିଲି। ମୁଁ ଅଲିମ୍ପିକ୍ସର ସର୍ବୋଚ୍ଚ କମିଟିକୁ ଆଶ୍ୱାସନା ଦେଇଥିଲି ଯେ ଭାରତ ୨୦୩୦ରେ ଯୁବ ଅଲିମ୍ପିକ୍ସ ଏବଂ ୨୦୩୬ରେ ଅଲିମ୍ପିକ୍ସ ଆୟୋଜନ କରିବାକୁ ପ୍ରସ୍ତୁତ ଅଛି। ଅଲିମ୍ପିକ୍ସ ଆୟୋଜନ ପାଇଁ ଆମର ଆକାଂକ୍ଷା କେବଳ ଭାବନାରେ ସୀମିତ ନୁହେଁ । ବରଂ ଏହା ପଛରେ କିଛି ଠୋସ୍ କାରଣ ରହିଛି। ୨୦୩୬ରେ ଭାରତର ଅର୍ଥନୀତି ଏବଂ ଭିତ୍ତିଭୂମି ସହଜରେ ଅଲିମ୍ପିକ୍ସ ଆୟୋଜନ କରିବା ସ୍ଥିତିରେ ରହିବ’’, ପ୍ରଧାନମନ୍ତ୍ରୀ କହିଥିଲେ।

 

"ଆମର ଜାତୀୟ କ୍ରୀଡ଼ା ମଧ୍ୟ ଏକ ଭାରତ, ଶ୍ରେଷ୍ଠ ଭାରତର ପ୍ରତୀକ", ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଏହା ଭାରତର ପ୍ରତ୍ୟେକ ରାଜ୍ୟ ପାଇଁ ଏହାର ସାମର୍ଥ୍ୟ ପ୍ରଦର୍ଶନ କରିବାର ଏକ ଉତ୍ତମ ମାଧ୍ୟମ । ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ଗୋଆ ସରକାର ଏବଂ ଗୋଆବାସୀଙ୍କ ପ୍ରସ୍ତୁତିକୁ ସେ ପ୍ରଶଂସା କରିଥିଲେ। ଏଠାରେ ସୃଷ୍ଟି ହୋଇଥିବା କ୍ରୀଡ଼ା ଭିତ୍ତିଭୂମି ଆଗାମୀ ଅନେକ ଦଶନ୍ଧି ପର୍ଯ୍ୟନ୍ତ ଗୋଆର ଯୁବକମାନଙ୍କ ପାଇଁ ଉପଯୋଗୀ ହେବ ଏବଂ ଏହି ମାଟି ଦେଶ ପାଇଁ ଅନେକ ନୂତନ ଖେଳାଳି ସୃଷ୍ଟି କରିବ । ଭବିଷ୍ୟତରେ ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ପାଇଁ ଏହି ଭିତ୍ତିଭୂମିକୁ ବ୍ୟବହାର କରାଯିବ ବୋଲି ସେ କହିଥିଲେ। ଗତ କିଛି ବର୍ଷ ମଧ୍ୟରେ ଗୋଆରେ ଯୋଗାଯୋଗ ସମ୍ବନ୍ଧୀୟ ଆଧୁନିକ ଭିତ୍ତିଭୂମି ମଧ୍ୟ ନିର୍ମାଣ କରାଯାଇଛି। ଜାତୀୟ କ୍ରୀଡ଼ା ଗୋଆର ପର୍ଯ୍ୟଟନ ଏବଂ ଅର୍ଥବ୍ୟବସ୍ଥାକୁ ବିଶେଷ ଭାବେ ଲାଭାନ୍ୱିତ କରିବ ।

ପ୍ରଧାନମନ୍ତ୍ରୀ ଗୋଆକୁ ଉତ୍ସବର ଭୂମି ଭାବରେ ସ୍ୱୀକାର କରିଥିଲେ ଏବଂ ଗୋଆ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଆୟୋଜନ ବିଷୟରେ ସେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଅନ୍ତର୍ଜାତୀୟ ସମ୍ମିଳନୀ ଏବଂ ଶିଖର ସମ୍ମିଳନୀର କେନ୍ଦ୍ର ଭାବରେ ରାଜ୍ୟର ମର୍ଯ୍ୟାଦା ବଢ଼ୁଛି । ୨୦୧୬ ବ୍ରିକ୍ସ ସମ୍ମିଳନୀ ଏବଂ ଅନେକ ଜି-୨୦ ସମ୍ମିଳନୀ ବୈଠକ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଜି-୨୦ ଦ୍ୱାରା ‘ଦୀର୍ଘସ୍ଥାୟୀ ପର୍ଯ୍ୟଟନ ପାଇଁ ଗୋଆ ରୋଡ୍ ମ୍ୟାପ୍' ଗ୍ରହଣ କରାଯାଇଥିବାରୁ ଖୁସି ବ୍ୟକ୍ତ କରିଥିଲେ ।

 

ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ କ୍ରୀଡ଼ାବିତମାନଙ୍କୁ ପ୍ରତ୍ୟେକ ପରିସ୍ଥିତିରେ, ଯେକୌଣସି କ୍ଷେତ୍ରରେ, ଯେକୌଣସି ଚ୍ୟାଲେଞ୍ଜରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଆହ୍ୱାନ କରିଥିଲେ। ‘‘ଆମେ ଏହି ସୁଯୋଗ କୁ ହାତଛଡ଼ା କରିବା ଉଚିତ ନୁହେଁ। ଏହି ଆହ୍ୱାନରେ ମୁଁ ୩୭ତମ ଜାତୀୟ କ୍ରୀଡ଼ା ଆରମ୍ଭ କରିବାକୁ ଘୋଷଣା କରୁଛି। ଆପଣ ସମସ୍ତ ଆଥଲେଟଙ୍କୁ ପୁଣି ଅନେକ ଅନେକ ଶୁଭେଚ୍ଛା । ଗୋଆ ପ୍ରସ୍ତୁତ ଅଛି", ସେ ଶେଷରେ କହିଥିଲେ।

ଏହି ଅବସରରେ ଗୋଆର ରାଜ୍ୟପାଳ ଶ୍ରୀ ପିଏସ୍ ଶ୍ରୀଧରନ ପିଲ୍ଲାଇ, ଗୋଆର ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରମୋଦ ସାୱନ୍ତ, କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ଏବଂ ଭାରତୀୟ ଅଲିମ୍ପିକ୍ ସଂଘର ସଭାପତି ଡ. ପିଟି ଉଷା ପ୍ରମୁଖ ଉପସ୍ଥିତ ଥିଲେ।

 

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶରେ କ୍ରୀଡ଼ା ସଂସ୍କୃତିରେ ବ୍ୟାପକ ପରିବର୍ତନ ଆସିଛି ନିରନ୍ତର ସରକାରୀ ସହାୟତା ସହାୟତାରେ ଅନ୍ତର୍ଜାତୀୟ ସ୍ତରରେ କ୍ରୀଡ଼ାବିତମାନଙ୍କ ପ୍ରଦର୍ଶନରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହୋଇଛି। ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ଚିହ୍ନଟ କରିବା ଏବଂ କ୍ରୀଡ଼ାର ଲୋକପ୍ରିୟତାକୁ ଆହୁରି ବଢ଼ାଇବା ପାଇଁ ଜାତୀୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନର ମହତ୍ୱକୁ ସ୍ୱୀକାର କରି ଦେଶରେ ଜାତୀୟ କ୍ରୀଡ଼ା ଆୟୋଜନ କରାଯାଉଛି।

 

ପ୍ରଥମ ଥର ପାଇଁ ଗୋଆରେ ଜାତୀୟ କ୍ରୀଡ଼ା ଆୟୋଜନ କରାଯାଉଛି। ଅକ୍ଟୋବର ୨୬ରୁ ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଏହି କ୍ରୀଡ଼ା ଅନୁଷ୍ଠିତ ହେବ। ଦେଶବ୍ୟାପୀ ୧୦ ହଜାରରୁ ଅଧିକ ଆଥଲେଟ୍ ୨୮ ଟି କ୍ରୀଡ଼ାସ୍ଥଳୀରେ ୪୩ରୁ ଅଧିକ କ୍ରୀଡ଼ା ବର୍ଗରେ ଭାଗ ନେବେ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Government launches common landing portal for unclaimed financial assets

Media Coverage

Government launches common landing portal for unclaimed financial assets
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets people of Goa on Goa Statehood Day
May 30, 2026

The Prime Minister, Shri Narendra Modi, today extended his greetings to the people of Goa on the occasion of Goa Statehood Day.

The Prime Minister said that Goa is widely known for its vibrant culture, rich heritage, natural beauty and warm-hearted people.

The Prime Minister noted that the occasion is an opportunity to remember with gratitude all those who worked tirelessly for the progress and identity of Goa.

The Prime Minister expressed hope that Goa will continue to prosper and play an important role in building a Viksit Bharat.

Shri Modi also prayed for the good health and prosperity of every Goan.

The Prime Minister wrote on X;

“Greetings to the people of Goa on the special occasion of Goa Statehood Day. Goa’s vibrant culture, rich heritage, natural beauty and warm-hearted people are widely known. This day is also an opportunity to remember with gratitude all those who worked tirelessly for its progress and identity. May Goa continue to prosper and play an important role in building a Viksit Bharat. Praying for the good health and prosperity of every Goan.”