ବିଶ୍ୱର ଭାରତ ଉପରେ ଭରସା ଏବଂ ବିଶ୍ୱାସ ଅଛି, ଆଉ ଭାରତ ସହିତ ସେମିକଣ୍ଡକ୍ଟରର ଭବିଷ୍ୟତ ନିର୍ମାଣ ଲାଗି ବିଶ୍ୱ ପ୍ରସ୍ତୁତ ରହିଛି: ପ୍ରଧାନମନ୍ତ୍ରୀ
ଚିପଗୁଡ଼ିକ ଡିଜିଟାଲ ହୀରା: ପ୍ରଧାନମନ୍ତ୍ରୀ
କାଗଜପତ୍ର କାମ ଯେତେ କମ୍‌ ହେବ, ୱେଫର୍‌ କାମ ସେତେ ଶୀଘ୍ର ଆରମ୍ଭ ହୋଇପାରିବ: ପ୍ରଧାନମନ୍ତ୍ରୀ
ଭାରତର ସବୁଠୁ ଛୋଟ୍‌ ଚିପ୍‌ ଖୁବଶୀଘ୍ର ବିଶ୍ୱର ସବୁଠୁ ବଡ଼ ପରିବର୍ତ୍ତନର ମୂଳଦୁଆ ସ୍ଥାପନ କରିବ : ପ୍ରଧାନମନ୍ତ୍ରୀ
ସେଦିନ ଆଉ ଦୂର ନୁହେଁ ଯେତେବେଳେ ଦୁନିଆ କହିବ- ଭାରତରେ ଡିଜାଇନ୍‌ ଓ ନିର୍ମାଣ ହୋଇଥିବା ସାମଗ୍ରୀକୁ ବିଶ୍ୱ ଭରସା କରୁଛି : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଆଜି ନୂଆଦିଲ୍ଲୀର ଯଶୋଭୂମିଠାରେ ସେମିକନ୍ ଇଣ୍ଡିଆ - ୨୦୨୫ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଭାରତର ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଭାରତ ଏବଂ ବିଦେଶର ସେମିକଣ୍ଡକ୍ଟର ଶିଳ୍ପର ସିଇଓ ଏବଂ ସେମାନଙ୍କ ସହଯୋଗୀଙ୍କ ଉପସ୍ଥିତିକୁ ସ୍ୱୀକାର କରିଛନ୍ତି। ସେ ବିଭିନ୍ନ ଦେଶରୁ ଆସିଥିବା ବିଶିଷ୍ଟ ଅତିଥି, ଷ୍ଟାର୍ଟ-ଅପ୍ ସହ ଜଡିତ ଉଦ୍ୟୋଗୀ ଏବଂ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିଛନ୍ତି।

ଶ୍ରୀ ମୋଦୀ କହିଛନ୍ତି, ସେ ଗତକାଲି ରାତିରେ ଜାପାନ ଏବଂ ଚୀନ ଗସ୍ତରୁ ଫେରିଛନ୍ତି। ଆଜି ସେ ଯଶୋଭୂମିରେ ଏପରି ଦର୍ଶକଙ୍କ ଗହଣରେ ଉପସ୍ଥିତ ଅଛନ୍ତି, ଯେଉଁମାନେ ଆକାଂକ୍ଷା ଏବଂ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ରହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଯୁକ୍ତିବିଦ୍ୟା ପ୍ରତି ତାଙ୍କର ଆଗ୍ରହ ସର୍ବଦା ସ୍ୱାଭାବିକ ଏବଂ ଏ ବିଷୟରେ ସମସ୍ତେ ପରିଚିତ । ତାଙ୍କର ସାମ୍ପ୍ରତିକ ଜାପାନ ଗସ୍ତ ସମୟରେ, ତାଙ୍କୁ ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ସହ ଟୋକିଓ ଇଲେକ୍ଟ୍ରୋନ୍ କାରଖାନା ପରିଦର୍ଶନ କରିବାର ସୁଯୋଗ ମିଳିଥିଲା। ସେହି କମ୍ପାନୀର ସିଇଓ ଆଜି ମଧ୍ୟ ଦର୍ଶକଙ୍କ ଗହଣରେ ଉପସ୍ଥିତ ଅଛନ୍ତି। ପ୍ରଯୁକ୍ତିବିଦ୍ୟା ପ୍ରତି ତାଙ୍କର ଆଗ୍ରହ ତାଙ୍କୁ ବାରମ୍ବାର ଏପରି ସମାବେଶ ଆଡ଼କୁ ଆକର୍ଷିତ କରିଥାଏ। ଆଜି ଦର୍ଶକଙ୍କ ମଧ୍ୟରେ ଉପସ୍ଥିତ ରହିବା ତାଙ୍କୁ ବହୁତ ଆନନ୍ଦ ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

ଶ୍ରୀ ମୋଦୀ କହିଥିଲେ, ଆଜିର ସମାରୋହରେ ପ୍ରାୟ ୪୦ରୁ ୫୦ଟି ଦେଶର ପ୍ରତିନିଧିତ୍ୱ ସହିତ ବିଶ୍ୱର ବିଭିନ୍ନ ସ୍ଥାନରୁ ସେମିକଣ୍ଡକ୍ଟର କ୍ଷେତ୍ରର ବିଶେଷଜ୍ଞମାନେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଭାରତର ନବସୃଜନ ଏବଂ ଯୁବଶକ୍ତିର ଉପସ୍ଥିତି ମଧ୍ୟ ରହିଛି । ଏହି ଅନନ୍ୟ ମିଶ୍ରଣ ଏକ ସ୍ପଷ୍ଟ ବାର୍ତ୍ତା ଦେଇଥାଏ, ‘‘ବିଶ୍ୱ ଭାରତକୁ ବିଶ୍ୱାସ ଓ ଭରସା କରୁଛି ଏବଂ ଭାରତ ସହିତ ସେମିକଣ୍ଡକ୍ଟର ଭବିଷ୍ୟତ ନିର୍ମାଣ କରିବାକୁ ବିଶ୍ୱ ପ୍ରସ୍ତୁତ ରହିଛି।’’ ପ୍ରଧାନମନ୍ତ୍ରୀ ସେମିକନ୍ ଇଣ୍ଡିଆରେ ଯୋଗ ଦେଇଥିବା ସମସ୍ତ ବିଶିଷ୍ଟ ଅତିଥିଙ୍କୁ ସ୍ୱାଗତ କରିଥିଲେ। ସେମାନେ ଏକ ବିକଶିତ ଏବଂ ଆତ୍ମନିର୍ଭରଶୀଳ ରାଷ୍ଟ୍ର ଆଡକୁ ଭାରତର ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ନିକଟରେ ପ୍ରକାଶ ପାଇଥିବା ଚଳିତ ବର୍ଷର ପ୍ରଥମ ତ୍ରୈମାସର ଜିଡିପି ଅଭିବୃଦ୍ଧି ସଂଖ୍ୟା ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଭାରତର ଅଭିବୃଦ୍ଧି ପୁଣିଥରେ ସବୁ ଆକଳନ, ପ୍ରତ୍ୟାଶା ଏବଂ ପୂର୍ବାନୁମାନକୁ ପଛରେ ପକାଇ ଦେଇଛି। ସେ କହିଥିଲେ, ସାରା ବିଶ୍ୱର ବିଭିନ୍ନ ଅର୍ଥବ୍ୟବସ୍ଥା ନାନା ସମସ୍ୟାର ସାମନା କରୁଛନ୍ତି। ଆର୍ଥିକ ସ୍ୱାର୍ଥ ଦ୍ୱାରା ପରିଚାଳିତ ଆହ୍ୱାନ ସତ୍ତ୍ୱେ ଭାରତ ୭.୮ ପ୍ରତିଶତ ବିକାଶ ହାର ହାସଲ କରିଛି। ଉତ୍ପାଦନ, ସେବା, କୃଷି ଏବଂ ନିର୍ମାଣ ସମେତ ସବୁ କ୍ଷେତ୍ରରେ ଅଭିବୃଦ୍ଧି ସ୍ପଷ୍ଟ ରୂପେ ପରିଲକ୍ଷିତ ହୋଇଛି। ଅର୍ଥବ୍ୟବସ୍ଥାକୁ ନେଇ ରହିଥିବା ଉତ୍ସାହ ସବୁଆଡ଼େ ଦେଖିବାକୁ ମିଳୁଛି। ଭାରତର ଦ୍ରୁତ ଅଭିବୃଦ୍ଧି ଶିଳ୍ପ ଏବଂ ପ୍ରତ୍ୟେକ ନାଗରିକଙ୍କ ମଧ୍ୟରେ ନୂତନ ଊର୍ଜା ସଞ୍ଚାର କରୁଛି। ଅଭିବୃଦ୍ଧିର ଏହି ଗତିପଥ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବା ଦିଗରେ ଦ୍ରୁତ ଗତିରେ ଆଗେଇ ନେଉଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

‘‘ତେଲ ଥିଲା କଳା ସୁନା, କିନ୍ତୁ ଚିପ୍ସଗୁଡ଼ିକ ଡିଜିଟାଲ ଡାଇମଣ୍ଡ।’’ ସେମିକଣ୍ଡକ୍ଟର ଦୁନିଆରେ ଏହି ଚର୍ଚ୍ଚିତ ଉକ୍ତିକୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପୂର୍ବ ଦଶନ୍ଧି ତୈଳ ଦ୍ୱାରା ପରିଭାଷିତ ହୋଇଥିଲା। ତୈଳ କୂପ ଜରିଆରେ ଦୁନିଆର ଭାଗ୍ୟ ନିର୍ଦ୍ଧାରଣ ହୋଇଥିଲା। ଏସବୁ କୂପରୁ କେତେ ପେଟ୍ରୋଲିୟମ ଉତ୍ପାଦିତ ହେଉଛି, ତାହାକୁ ଆଧାର କରି ବିଶ୍ୱ ଅର୍ଥବ୍ୟବସ୍ଥାର ଉତ୍ଥାନପତନ ହେଉଥିଲା। ତେବେ ଏକବିଂଶ ଶତାବ୍ଦୀର ସାମର୍ଥ୍ୟ କ୍ଷୁଦ୍ର ଚିପ୍‌ ଉପରେ ନ୍ୟସ୍ତ ରହିଛି ବୋଲି ସେ ଜୋର ଦେଇ କହିଥିଲେ। କ୍ଷୁଦ୍ରାକୃତି ହେବା ସତ୍ତ୍ୱେ ଏସବୁ ଚିପରେ ବିଶ୍ୱର ପ୍ରଗତିକୁ ଉଲ୍ଲେଖନୀୟ ଭାବେ ବୃଦ୍ଧି କରିବାର ଅପାର ସମ୍ଭାବନା ରହିଛି । ଶ୍ରୀ ମୋଦୀ କହିଥିଲେ, ବିଶ୍ୱ ସେମିକଣ୍ଡକ୍ଟର ବଜାରର ଆକାର ୬୦୦ ବିଲିୟନ ଡଲାରରେ ପହଞ୍ଚି ସାରିଛି। ଆଗାମୀ ଦିନରେ ଏହା ୧ ଟ୍ରିଲିୟନ ଡଲାର ଅତିକ୍ରମ କରିବ। ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତ ଯେଭଳି ଗତିରେ ଅଗ୍ରସର ହେଉଛି, ତା’କୁ ଦେଖିଲେ ୧ ଟ୍ରିଲିୟନ ଡଲାର ବଜାରରେ ଭାରତ ଏକ ବଡ଼ ଅଂଶଧନ ହାସଲ କରିବ ବୋଲି ସେ ଦୃଢ଼ ବିଶ୍ୱାସ ପ୍ରକଟ କରିଥିଲେ ।

 

ଭାରତ ଯେଉଁ ଗତିରେ ଆଗକୁ ବଢ଼ୁଛି ତାହା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, ୨୦୨୧ ମସିହାରେ ସେମିକନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା। ୨୦୨୩ ସୁଦ୍ଧା ଭାରତର ପ୍ରଥମ ସେମିକଣ୍ଡକ୍ଟର ପ୍ଲାଣ୍ଟକୁ ମଞ୍ଜୁର କରାଯାଇଥିଲା। ୨୦୨୪ରେ ଆହୁରି କିଛି ପ୍ଲାଣ୍ଟକୁ ମଞ୍ଜୁରି ମିଳିଥିଲା। ୨୦୨୫ରେ ପାଞ୍ଚଟି ଅତିରିକ୍ତ ସେମିକଣ୍ଡକ୍ଟର ପ୍ଲାଣ୍ଟକୁ ଅନୁମୋଦନ କରାଯାଇଛି । ବର୍ତ୍ତମାନ ମୋଟ୍‌ ୧୦ଟି ସେମିକଣ୍ଡକ୍ଟର ପ୍ରକଳ୍ପ ଚାଲିଛି। ଏଥିରେ ୧୮ ବିଲିୟନ ଡଲାରରୁ ଅଧିକ, ଅର୍ଥାତ୍‌ ୧.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ସାମିଲ ରହିଛି। ଏହା ଭାରତ ପ୍ରତି ବଢ଼ୁଥିବା ବିଶ୍ୱାସକୁ ପ୍ରତିଫଳିତ କରୁଛି ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ।

ଶ୍ରୀ ମୋଦୀ ସେମିକଣ୍ଡକ୍ଟର ଶିଳ୍ପ କ୍ଷେତ୍ରର ପ୍ରଗତି ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ସେ କହିଥିଲେ, ଫାଇଲ୍ ରୁ କାରଖାନା ପର୍ଯ୍ୟନ୍ତ ସମୟ ଯେତେ କମ ହେବ ଏବଂ କାଗଜପତ୍ର ଯେତେ କମ ହେବ, ସେତେ ଶୀଘ୍ର ୱେଫର କାର୍ଯ୍ୟ ଆରମ୍ଭ ହୋଇପାରିବ। ସରକାର ଏହି ପଦ୍ଧତିରେ ଏବେ କାମ କରୁଛନ୍ତି। ଜାତୀୟ ଏକକ ୱିଣ୍ଡୋ ସିଷ୍ଟମ କାର୍ଯ୍ୟକାରୀ କରାଯାଇଛି, ଯାହା କେନ୍ଦ୍ର ଏବଂ ରାଜ୍ୟ ଉଭୟଙ୍କ ସମସ୍ତ ଅନୁମୋଦନକୁ ଗୋଟିଏ ପ୍ଲାଟଫର୍ମରେ ଉପଲବ୍ଧ କରିପାରିବ। ଫଳସ୍ୱରୂପ, ନିବେଶକମାନଙ୍କୁ ବ୍ୟାପକ କାଗଜପତ୍ରରୁ ସମସ୍ୟାରୁ ମୁକ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ଗୋଟିଏ ପ୍ଲଗ୍-ଏଣ୍ଡ-ପ୍ଲେ ଭିତ୍ତିଭୂମି ମଡେଲ ଅଧୀନରେ ଦେଶବ୍ୟାପୀ ସେମିକଣ୍ଡକ୍ଟର ପାର୍କ ବିକଶିତ କରାଯାଉଛି, ଯାହା ଜମି, ବିଦ୍ୟୁତ୍ ଯୋଗାଣ, ବନ୍ଦର ଓ ବିମାନବନ୍ଦର ସଂଯୋଗୀକରଣ ଏବଂ ଏକ ଦକ୍ଷ ଶ୍ରମିକ ପୁଲ ଭଳି ସୁବିଧା ପ୍ରଦାନ କରିଥାଏ। ଯେତେବେଳେ ଏପରି ଭିତ୍ତିଭୂମିକୁ ପ୍ରୋତ୍ସାହନ ସହିତ ଯୋଡାଯାଏ, ସେତେବେଳେ ଶିଳ୍ପ ଅଭିବୃଦ୍ଧି ଅନିବାର୍ଯ୍ୟ ବୋଲି ସେ ଦୃଢ଼ ଭାବେ କହିଥିଲେ। ପିଏଲଆଇ ପ୍ରୋତ୍ସାହନ କିମ୍ବା ଡିଜାଇନ୍ ଆଧାରି ଅନୁଦାନ ମାଧ୍ୟମରେ, ଭାରତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁ କ୍ଷମତା ପ୍ରଦାନ କରୁଛି। ଏହି କାରଣରୁ ନିବେଶ ପ୍ରବାହ ଜାରି ରହିଛି ବୋଲି ସେ କହିଥିଲେ । ଭାରତ ବ୍ୟାକଏଣ୍ଡ କାର୍ଯ୍ୟରୁ ଆଗକୁ ବଢ଼ି ଏକ ପୂର୍ଣ୍ଣ-ଷ୍ଟାକ୍ ସେମିକଣ୍ଡକ୍ଟର ରାଷ୍ଟ୍ର ହେବା ଦିଗରେ ଅଗ୍ରସର ହେଉଛି ବୋଲି ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ସେ କହିଥିଲେ, ସେହି ଦିନ ଆଉ ବେଶୀ ଦୂର ନାହିଁ ଯେତେବେଳେ ଭାରତର ସବୁଠାରୁ ଛୋଟ ଚିପ୍ ବିଶ୍ୱର ସବୁଠାରୁ ବଡ଼ ପରିବର୍ତ୍ତନ ଆଣିବ। ‘‘ଆମର ଯାତ୍ରା ବିଳମ୍ବରେ ଆରମ୍ଭ ହୋଇଥିଲା... କିନ୍ତୁ ଏବେ ଆମକୁ କିଛି ରୋକିପାରିବ ନାହିଁ’’, ପ୍ରଧାନମନ୍ତ୍ରୀ କହିଥିଲେ। ସିଜି ପାୱାରର ପ୍ରଥମ ପ୍ଲାଣ୍ଟ ଅଗଷ୍ଟ ୨୮ରେ, ମାତ୍ର ୪-୫ ଦିନ ପୂର୍ବରୁ କାର୍ଯ୍ୟକ୍ଷମ ହୋଇଥିବା ସେ ସୂଚନା ଦେଇଥିଲେ । ସେ ଆହୁରି ମଧ୍ୟ କହିଥିଲେ, କେନ୍ସର ପାଇଲଟ୍ ପ୍ଲାଣ୍ଟ ମଧ୍ୟ ଆରମ୍ଭ ହେବାକୁ ଯାଉଛି। ମାଇକ୍ରୋନ୍ ଏବଂ ଟାଟାରୁ ପରୀକ୍ଷଣ ଚିପ୍ସ ପୂର୍ବରୁ ଉତ୍ପାଦନ ହେଉଛି। ଚଳିତ ବର୍ଷ ବାଣିଜ୍ୟିକ ଚିପ୍ ଉତ୍ପାଦନ ଆରମ୍ଭ ହେବ, ଯାହା ଭାରତ ସେମିକଣ୍ଡକ୍ଟର କ୍ଷେତ୍ରରେ କରୁଥିବା ଦ୍ରୁତ ପ୍ରଗତିକୁ ସ୍ପଷ୍ଟ କରେ ବୋଲି ସେ କହିଥିଲେ।

ଭାରତର ସେମିକଣ୍ଡକ୍ଟର ସଫଳତାର କାହାଣୀ କେବଳ ଏକ ଊର୍ଦ୍ଧ୍ବମୁଖୀ କିମ୍ବା ଗୋଟିଏ ପ୍ରଯୁକ୍ତିବିଦ୍ୟା ମଧ୍ୟରେ ସୀମିତ ନୁହେଁ ବୋଲି ଜୋର ଦେଇ ଶ୍ରୀ ମୋଦୀ କହିଥିଲେ, ଭାରତ ଏକ ବ୍ୟାପକ ଇକୋସିଷ୍ଟମ ନିର୍ମାଣ କରୁଛି ଯାହା ଦେଶ ମଧ୍ୟରେ ଡିଜାଇନ୍, ଉତ୍ପାଦନ, ପ୍ୟାକେଜିଂ ଏବଂ ଉଚ୍ଚ-ପ୍ରଯୁକ୍ତିବିଦ୍ୟା ଉପକରଣଗୁଡ଼ିକୁ ସାମିଲ କରିଥାଏ। ସେମିକଣ୍ଡକ୍ଟର ମିଶନ କେବଳ ଗୋଟିଏ ଫ୍ୟାବ୍ ପ୍ରତିଷ୍ଠା କିମ୍ବା ଗୋଟିଏ ଚିପ୍ ଉତ୍ପାଦନ କରିବାରେ ସୀମିତ ନୁହେଁ। ବରଂ, ଭାରତ ଏକ ଦୃଢ଼ ସେମିକଣ୍ଡକ୍ଟର ଇକୋସିଷ୍ଟମ ସୃଷ୍ଟି କରୁଛି ଯାହା ଦେଶକୁ ଆତ୍ମନିର୍ଭରଶୀଳ ଏବଂ ବିଶ୍ୱ ସ୍ତରରେ ପ୍ରତିଯୋଗିତାମୂଳକ କରିବ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବେ କହିଥିଲେ ।

 

ଭାରତର ସେମିକଣ୍ଡକ୍ଟର ମିଶନର ଆଉ ଏକ ପ୍ରମୁଖ ବୈଶିଷ୍ଟ୍ୟ ଉପରେ ଗୁରୁତ୍ୱ ଦେଇ ଶ୍ରୀ ମୋଦୀ କହିଥିଲେ, ଭାରତ ବିଶ୍ୱର ସବୁଠାରୁ ଉନ୍ନତ ପ୍ରଯୁକ୍ତିବିଦ୍ୟା ସହିତ ଏହି କ୍ଷେତ୍ରରେ ଆଗକୁ ବଢ଼ୁଛି। ସେ କହିଥିଲେ, ଘରୋଇ ଭାବରେ ନିର୍ମିତ ଚିପ୍ସ ମାଧ୍ୟମରେ ଉଦୀୟମାନ ପ୍ରଯୁକ୍ତିବିଦ୍ୟାକୁ ସଶକ୍ତ କରିବା ଉପରେ ଭାରତର ଧ୍ୟାନ ହେଉଛି। ନୋଏଡା ଏବଂ ବେଙ୍ଗାଲୁରୁରେ ବିକଶିତ ହେଉଥିବା ଡିଜାଇନ୍ କେନ୍ଦ୍ରଗୁଡ଼ିକ ବିଶ୍ୱର ସବୁଠାରୁ ଉନ୍ନତ ଚିପ୍ସ ଉପରେ କାର୍ଯ୍ୟ କରୁଛନ୍ତି, ଯାହା କୋଟି କୋଟି ଟ୍ରାଞ୍ଜିଷ୍ଟର ସଂରକ୍ଷଣ କରିପାରିବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ସେ ଗୁରୁତ୍ୱାରୋପ କରି କହିଥିଲେ, ଏହି ଚିପ୍ସ ଏକବିଂଶ ଶତାବ୍ଦୀର ଇମର୍ସିଭ୍‌ ପ୍ରଯୁକ୍ତିବିଦ୍ୟାକୁ ଶକ୍ତି ପ୍ରଦାନ କରିବ। ବିଶ୍ୱ ସେମିକଣ୍ଡକ୍ଟର କ୍ଷେତ୍ର ଦ୍ୱାରା ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଦୃଢ଼ ଭାବେ କହିଥିଲେ, ଭାରତ ଏହି ସମସ୍ୟାଗୁଡ଼ିକୁ ଦୂର କରିବା ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରୁଛି। ସେ କହିଥିଲେ, ସହରଗୁଡ଼ିକରେ ଉଚ୍ଚ କୋଠା ଏବଂ ପ୍ରଭାବଶାଳୀ ଭୌତିକ ଭିତ୍ତିଭୂମି ଦୃଶ୍ୟମାନ ହେଉଥିବା ବେଳେ, ସେମାନଙ୍କର ମୂଳଦୁଆ ଇସ୍ପାତରେ ରହିଛି। ସେହିପରି, ଭାରତର ଡିଜିଟାଲ୍ ଭିତ୍ତିଭୂମିର ମୂଳଦୁଆ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଉପରେ ନିର୍ମିତ। ବର୍ତ୍ତମାନ ଜାତୀୟ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ମିଶନ ଉପରେ କାର୍ଯ୍ୟ କରୁଛି ଏବଂ ଘରୋଇ ସ୍ତରରେ ବିରଳ ଖଣିଜ ପଦାର୍ଥର ଚାହିଦା ପୂରଣ କରିବାକୁ ପ୍ରତିବଦ୍ଧ। ଗତ ଚାରି ବର୍ଷ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ପ୍ରକଳ୍ପରେ ଗୁରୁତ୍ୱପୂର୍ଣ୍ଣ ପ୍ରଗତି ହୋଇଛି ବୋଲି ସେ କହିଥିଲେ।

ସେମିକଣ୍ଡକ୍ଟର କ୍ଷେତ୍ରର ଅଭିବୃଦ୍ଧିରେ ସରକାର ଷ୍ଟାର୍ଟ-ଅପ୍ ଏବଂ ଏମଏସଏମଇ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାର ପରିକଳ୍ପନା କରୁଥିବା ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ସେ କହିଥିଲେ, ଭାରତ ବିଶ୍ୱର ସେମିକଣ୍ଡକ୍ଟର ଡିଜାଇନ୍ ପ୍ରତିଭାର ୨୦ ପ୍ରତିଶତ ଯୋଗଦାନ ଦେଇଥାଏ ଏବଂ ଦେଶର ଯୁବପିଢ଼ି ସେମିକଣ୍ଡକ୍ଟର ଶିଳ୍ପ ପାଇଁ ସର୍ବବୃହତ ମାନବ ପୁଞ୍ଜି କାରଖାନାର ପ୍ରତିନିଧିତ୍ୱ କରନ୍ତି। ଯୁବ ଉଦ୍ୟୋଗୀ, ନବସୃଜନକାରୀ ଏବଂ ଷ୍ଟାର୍ଟ-ଅପଗୁଡ଼ିକୁ ସମ୍ବୋଧିତ କରି ଶ୍ରୀ ମୋଦୀ ସେମାନଙ୍କୁ ଆଗକୁ ଆସିବାକୁ ଆହ୍ୱାନ ଦେବା ସହ ସରକାର ସେମାନଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ଠିଆ ହୋଇଛି ବୋଲି ଆଶ୍ୱାସନା ଦେଇଥିଲେ। ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ଡିଜାଇନ୍ ଆଧାରିତ ପ୍ରୋତ୍ସାହନ ଯୋଜନା ଏବଂ ଚିପ୍ସ-ଟୁ-ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ସ୍ୱତନ୍ତ୍ର ଭାବରେ ସେମାନଙ୍କ ପାଇଁ ଡିଜାଇନ୍ କରାଯାଇଛି। ସେ ଏହା ମଧ୍ୟ ଘୋଷଣା କରିଥିଲେ ଯେ ଡିଜାଇନ୍ ଆଧାରିତ ପ୍ରୋତ୍ସାହନ ଯୋଜନା ଏହାର ଉଦ୍ଦେଶ୍ୟକୁ ଭଲ ଭାବରେ ପୂରଣ କରିବା ପାଇଁ ପୁନର୍ଗଠିତ କରାଯାଉଛି। ସରକାର ଏହି କ୍ଷେତ୍ରରେ ଭାରତୀୟ ବୌଦ୍ଧିକ ସମ୍ପତ୍ତି (ଆଇପି) ବିକାଶ କରିବାକୁ ପ୍ରତିବଦ୍ଧ। ସମ୍ପ୍ରତି ଆରମ୍ଭ ହୋଇଥିବା ଜାତୀୟ ଗବେଷଣା ପାଣ୍ଠି ମଧ୍ୟ ରଣନୀତିକ ସମ୍ପର୍କ ମାଧ୍ୟମରେ ଏହି ପ୍ରୟାସକୁ ସମର୍ଥନ କରିବ ବୋଲି ସେ କହିଥିଲେ । ଶ୍ରୀ ମୋଦୀ କହିଥିଲେ, ଅନେକ ରାଜ୍ୟ ସେମିକଣ୍ଡକ୍ଟର ମିଶନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରୁଛନ୍ତି, ଅନେକ ଏହି କ୍ଷେତ୍ର ପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ କରିଛନ୍ତି । ଏହି ରାଜ୍ୟଗୁଡ଼ିକ ସମର୍ପିତ ଭିତ୍ତିଭୂମି ବିକାଶ ଉପରେ ଧ୍ୟାନ ଦେଉଛନ୍ତି। ସମସ୍ତ ରାଜ୍ୟକୁ ପରସ୍ପର ସହିତ ସୁସ୍ଥ ପ୍ରତିଯୋଗିତାରେ ସାମିଲ ହେବାକୁ ସେ ଆହ୍ୱାନ କରିଥିଲେ, ଯାହା ଦ୍ୱାରା ସେମିକଣ୍ଡକ୍ଟର ଇକୋସିଷ୍ଟମ ନିର୍ମାଣ ସହିତ ସେମାନଙ୍କ ଅଞ୍ଚଳରେ ନିବେଶ ଅନୁକୂଳ ପରିବେଶ ବୃଦ୍ଧି ପାଇବ।

ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତର ମନ୍ତ୍ର ଅନୁସରଣ କରି ଏହି ପର୍ଯ୍ୟାୟରେ ପହଞ୍ଚିଛି। ପରବର୍ତ୍ତୀ ପିଢ଼ିର ସଂସ୍କାରର ଏକ ନୂତନ ପର୍ଯ୍ୟାୟ ଖୁବ୍ ଶୀଘ୍ର ଆରମ୍ଭ ହେବ। ଭାରତ ସେମିକଣ୍ଡକ୍ଟର ମିଶନର ପରବର୍ତ୍ତୀ ପର୍ଯ୍ୟାୟ ଉପରେ କାର୍ଯ୍ୟ ଚାଲିଛି ବୋଲି ସେ କହିଥିଲେ । ଉପସ୍ଥିତ ସମସ୍ତ ନିବେଶକଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଖୋଲା ହୃଦୟରେ ସ୍ୱାଗତ କରିବାକୁ ଭାରତର ପ୍ରସ୍ତୁତି ବିଷୟରେ କହିଥିଲେ । ସେ କହିଥିଲେ, ଡିଜାଇନ୍ ପ୍ରସ୍ତୁତ। ମାସ୍କ ଅନୁକୂଳ ରହିଛି । ଏବେ ସଠିକ୍ କାର୍ଯ୍ୟକାରିତା ଏବଂ ସ୍ତର ହାସଲ କରିବାର ସମୟ। ଭାରତର ନୀତିଗୁଡ଼ିକ କ୍ଷଣସ୍ଥାୟୀ ସଙ୍କେତ ନୁହେଁ ବରଂ ଦୀର୍ଘକାଳୀନ ପ୍ରତିଶ୍ରୁତି । ତେଣୁ ପ୍ରତ୍ୟେକ ନିବେଶକଙ୍କ ଆବଶ୍ୟକତା ପୂରଣ କରାଯିବ ବୋଲି ଆଶ୍ୱାସନା ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ସେହି ଦିନ ଆଉ ବେଶୀ ଦୂରରେ ନାହିଁ ଯେତେବେଳେ ବିଶ୍ୱ କହିବ: ଭାରତରେ ଡିଜାଇନ୍, ଭାରତରେ ନିର୍ମିତ ସାମଗ୍ରୀକୁ ବିଶ୍ୱ ଭରସା କରୁଛି । ଭାରତର ପ୍ରତ୍ୟେକ ପ୍ରୟାସ ସଫଳ ହେଉ, ପ୍ରତ୍ୟେକ ଉଦ୍ୟମ ନବସୃଜନରେ ପରିପୂର୍ଣ୍ଣ ହେଉ ଏବଂ ଯାତ୍ରା ତ୍ରୁଟିମୁକ୍ତ ଏବଂ ଉଚ୍ଚ-ପ୍ରଦର୍ଶନକାରୀ ହେଉ ବୋଲି ଇଚ୍ଛା ପ୍ରକାଶ କରି ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣ ଶେଷ କରିଥିଲେ।

 

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଜିତିନ ପ୍ରସାଦ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ରେଖା ଗୁପ୍ତା, ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ସେମିକନ୍ ଇଣ୍ଡିଆ - ୨୦୨୫ ହେଉଛି ଏକ ତିନି ଦିନିଆ ସମ୍ମିଳନୀ, ଯାହା ୨ ରୁ ୪ ସେପ୍ଟେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି । ଭାରତରେ ଏକ ଦୃଢ଼, ସ୍ଥିର ଏବଂ ଦୀର୍ଘସ୍ଥାୟୀ ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ଆଗକୁ ବଢାଇବା ଉପରେ ଏଥିରେ ବିଚାରବିମର୍ଶ କରାଯିବ। ସମ୍ମିଳନୀରେ ସେମିକନ୍ ଇଣ୍ଡିଆ କାର୍ଯ୍ୟକ୍ରମର ପ୍ରଗତି, ସେମିକଣ୍ଡକ୍ଟର ଫ୍ୟାବ୍ ଏବଂ ଉନ୍ନତ ପ୍ୟାକେଜିଂ ପ୍ରକଳ୍ପ, ଭିତ୍ତିଭୂମି ପ୍ରସ୍ତୁତି, ସ୍ମାର୍ଟ ଉତ୍ପାଦନ, ଗବେଷଣା ଏବଂ ବିକାଶ ଏବଂ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ନବସୃଜନ, ନିବେଶ ସୁଯୋଗ, ରାଜ୍ୟସ୍ତରୀୟ ନୀତି କାର୍ଯ୍ୟାନ୍ୱୟନ, ଇତ୍ୟାଦି ଉପରେ ଅଧିବେଶନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହାସହିତ, ସମ୍ମିଳନୀରେ ଡିଜାଇନ୍ ଆଧାରିତ ପ୍ରୋତ୍ସାହନ ଯୋଜନା ଅଧୀନରେ ପଦକ୍ଷେପ, ଷ୍ଟାର୍ଟଅପ୍ ଇକୋସିଷ୍ଟମର ଅଭିବୃଦ୍ଧି, ଅନ୍ତର୍ଜାତୀୟ ସହଯୋଗ ଏବଂ ଭାରତର ସେମିକଣ୍ଡକ୍ଟର କ୍ଷେତ୍ର ପାଇଁ ଭବିଷ୍ୟତ ରୋଡମ୍ୟାପ୍ ଉପରେ ଆଲୋକପାତ କରାଯିବ।

 

ସମ୍ମିଳନୀରେ ୨୦,୭୫୦ରୁ ଅଧିକ ଅଂଶଗ୍ରହଣକାରୀ ଭାଗ ନେଉଛନ୍ତି, ଯେଉଁଥିରେ ୪୮ ରୁ ଅଧିକ ଦେଶର ୨,୫୦୦ ରୁ ଅଧିକ ପ୍ରତିନିଧି, ୧୫୦ରୁ ଅଧିକ ବକ୍ତା, ୫୦ରୁ ଅଧିକ ବିଶ୍ୱ ନେତା ଏବଂ ୩୫୦ରୁ ଅଧିକ ପ୍ରଦର୍ଶକ ସାମିଲ ହେବେ। ଏଥିରେ ୬ଟି ଦେଶର ଗୋଲଟେବୁଲ ଆଲୋଚନା, ବିଭିନ୍ନ ଦେଶର ପାଭିଲିୟନ୍ ଏବଂ କର୍ମଶକ୍ତି ବିକାଶ ଓ ଷ୍ଟାର୍ଟ-ଅପ୍ ପାଇଁ ସମର୍ପିତ ପାଭିଲିୟନ୍ ମଧ୍ୟ ଅନ୍ତର୍ଭୁକ୍ତ ହେବ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
38 Per Cent Women In Rural And Semi-Urban Use UPI Weekly For Daily Essentials: Survey

Media Coverage

38 Per Cent Women In Rural And Semi-Urban Use UPI Weekly For Daily Essentials: Survey
NM on the go

Nm on the go

Always be the first to hear from the PM. Get the App Now!
...
The government places great emphasis on bringing a 'technology culture' to agriculture: PM Modi
March 06, 2026
This year’s Union Budget gives a strong push to agriculture and rural transformation : PM
Government has continuously strengthened the agriculture sector ,major efforts have reduced the risks for farmers and provided them with basic economic security: PM
If we scale high-value agriculture together, it will transform agriculture into a globally competitive sector: PM
As export-oriented production increases, employment will be created in rural areas through processing and value addition: PM
Fisheries can become a major platform for export growth, a high-value, high-impact sector of rural prosperity: PM
The government is developing digital public infrastructure for agriculture through AgriStack: PM
Technology delivers results when systems adopt it, institutions integrate it, and entrepreneurs build innovations on it: PM

नमस्कार !

बजट वेबिनार सीरीज के तीसरे वेबिनार में, मैं आप सभी का अभिनंदन करता हूं। इससे पहले, टेक्नोलॉजी, रिफॉर्म्स और इकोनॉमिक ग्रोथ जैसे अहम विषयों पर दो वेबिनार हो चुके हैं। आज, Rural Economy और Agriculture जैसे अहम सेक्टर पर चर्चा हो रही है। आप सभी ने बजट निर्माण में अपने मूल्यवान सुझावों से बहुत सहयोग दिया, और आपने देखा होगा बजट में आप सबके सुझाव रिफ्लेक्ट हो रहे हैं, बहुत काम आए हैं। लेकिन अब बजट आ चुका है, अब बजट के बाद उसके full potential का लाभ देश को मिले, इस दिशा में भी आपका अनुभव, आपके सुझाव और सरल तरीके से बजट का सर्वाधिक लोगों को लाभ हो। बजट का पाई-पाई पैसा जिस हेतु से दिया गया है, उसको परिपूर्ण कैसे करें? जल्द से जल्द कैसे करें? आपके सुझाव ये वेबिनार के लिए बहुत अहम है।

साथियों,

आप सभी जानते हैं, कृषि, एग्रीकल्चर, विश्वकर्मा, ये सब हमारी अर्थव्यवस्था का मुख्य आधार है। एग्रीकल्चर, भारत की लॉन्ग टर्म डेवलपमेंट जर्नी का Strategic Pillar भी है, और इसी सोच के साथ हमारी सरकार ने कृषि सेक्टर को लगातार मजबूत किया है। करीब 10 करोड़ किसानों को 4 लाख करोड़ रुपए से अधिक की पीएम किसान सम्मान निधि मिली है। MSP में हुए Reforms से अब किसानों को डेढ़ गुना तक रिटर्न मिल रहा है। इंस्टिट्यूशनल क्रेडिट कवरेज 75 प्रतिशत से अधिक हो चुका है। पीएम फसल बीमा योजना के तहत लगभग 2 लाख करोड़ रुपए के क्लेम सेटल किए गए हैं। ऐसे अनेक प्रयासों से किसानों का रिस्क बहुत कम हुआ है, और उन्हें एक बेसिक इकोनॉमिक सिक्योरिटी मिली है। इससे कृषि क्षेत्र का आत्मविश्वास भी बढ़ा है। आज खाद्यान्न और दालों से लेकर तिलहन तक देश रिकॉर्ड उत्पादन कर रहा है। लेकिन अब, जब 21वीं सदी का दूसरा क्वार्टर शुरू हो चुका है, 25 साल बीत चुके हैं, तब कृषि क्षेत्र को नई ऊर्जा से भरना भी उतना ही आवश्यक है। इस साल के बजट में इस दिशा में नए प्रयास हुए हैं। मुझे विश्वास है, इस वेबिनार में आप सभी के बीच हुई चर्चा, इससे निकले सुझाव, बजट प्रावधानों को जल्द से जल्द जमीन पर उतारने में मदद करेंगे।

साथियों,

आज दुनिया के बाजार खुल रहे हैं, ग्लोबल डिमांड बदल रही है। इस वेबिनार में अपनी खेती को एक्सपोर्ट ओरिएंटेड बनाने पर भी ज्यादा से ज्यादा चर्चा आवश्य़क है। हमारे पास Diverse Climate है, हमें इसका पूरा फायदा उठाना है। एग्रो क्लाइमेटिक जोन, उस विषय में हम बहुत समृद्ध है। इस साल का बजट इन सब बातों के लिए अनगिनत नए अवसर देने वाला बजट है। प्रोडक्टिविटी बढ़ाने की दिशा तय करता है, और एक्सपोर्ट स्ट्रेंथ को बढ़ावा देता है। बजट में हमने high value agriculture पर फोकस किया है। नारियल, काजू, कोको, चंदन, ऐसे उत्पादों के regional-specific promotion की बात कही है, और आपको मालूम है, दक्षिण के हमारे जो राज्य हैं खासकर केरल है, तमिलनाडु है, नारियल की पैदावार बहुत करते हैं। लेकिन अब वो क्रॉप, वो सारे पेड़ इतने पुराने हो चुके हैं कि उसकी वो क्षमता नहीं रही है। केरल के किसानों को अतिरिक्त लाभ हो, तमिलनाडु के किसानों को अतिरिक्त लाभ हो। इसलिए इस बार कोकोनट पर एक विशेष बल दिया गया है, जिसका फायदा आने वाले दिनों में हमारे इन किसानों को मिलेगा।

साथियों,

नॉर्थ ईस्ट की तरफ देखें, अगरवुड बहुत कम लोगों को मालूम है, जो ये अगरबत्ती शब्द है ना, वो अगरवुड से आया हुआ है। अब हिमालयन राज्यों में टेम्परेट नट क्रॉप्स, और इन्हें बढ़ावा देने का प्रस्ताव बजट में रखा गया है। जब एक्सपोर्ट ओरिएंटेड प्रोडक्शन बढ़ेगा, तो ग्रामीण क्षेत्रों में प्रोसेसिंग और वैल्यू एडिशन के जरिए रोजगार सृजन होगा। इस दिशा में एक coordinated action कैसे हो, आप सभी स्टेकहोल्डर्स मिलकर जरूर मंथन करें। अगर हम मिलकर High Value Agriculture को स्केल करते हैं, तो ये एग्रीकल्चर को ग्लोबली कंपेटिटिव सेक्टर में बदल सकता है। एग्री experts, इंडस्ट्री और किसान एक साथ कैसे आएं, किसानों को ग्लोबल मार्केट से जोड़ने के लिए किस तरह से गोल्स सेट किए जाएं, क्वालिटी, ब्रांडिंग और स्टैंडर्ड्स, ऐसे हर पहलू, इन सबको कैसे प्रमोट किया जाए, इन सारे विषयों पर चर्चा, इस वेबिनार को, इसके महत्व को बढ़ाएंगे। मैं एक और बात आपसे कहना चाहूंगा। आज दुनिया हेल्थ के संबंध में ज्यादा कॉनशियस है। होलिस्टिक हेल्थ केयर और उसमें ऑर्गेनिक डाइट, ऑर्गेनिक फूड, इस पर बहुत रुचि है। भारत में हमें केमिकल फ्री खेती पर बल देना ही होगा, हमें नेचुरल फार्मिंग पर बल देना होगा। नेचुरल फार्मिंग से, केमिकल फ्री प्रोडक्ट से दुनिया के बाजार तक पहुंचने में हमारे लिए एक राजमार्ग बन जाता है। उसके लिए सर्टिफिकेशन, लेबोरेटरी ये सारी व्यवस्थाएं सरकार सोच रही है। लेकिन आप लोग इसमें भी जरूर अपने विचार रखिए।

साथियों,

एक्सपोर्ट बढ़ाने में एक बहुत बड़ा फैक्टर फिशरीज सेक्टर का पोटेंशियल भी है। भारत दुनिया का दूसरा सबसे बड़ा मछली उत्पादक देश भी है। आज हमारे अलग-अलग तरह के जलाशय, तालाब, ये सब मिलाकर लगभग 4 लाख टन मछली उत्पादन होता है। जबकि इसमें 20 लाख टन अतिरिक्त उत्पादन की संभावना मौजूद है। अब विचार कीजिए आप, 4 लाख टन से हम अतिरिक्त 20 लाख टन जोड़ दें, तो हमारे गरीब मछुआरे भाई-बहन हैं, उनकी जिंदगी कैसी बदल जाएगी। हमारे पास Rural Income को डायवर्सिफाई करने का अवसर है। फिशरीज एक्सपोर्ट ग्रोथ का बड़ा प्लेटफॉर्म बन सकता है, दुनिया में इसकी मांग है। इस वेबिनार से अगर बहुत ही प्रैक्टिकल सुझाव निकलते हैं, तो कैसे रिज़रवॉयर, उसकी पोटेंशियल की सटीक मैपिंग की जाए, कैसे क्लस्टर प्लानिंग की जाए, कैसे फिशरीज डिपार्टमेंट और लोकल कम्युनिटी के बीच मजबूत कोऑर्डिनेशन हो, तो बहुत ही उत्तम होगा। हैचरी, फीड, प्रोसेसिंग, ब्रांडिंग, एक्सपोर्ट, उसके लिए आवश्यक लॉजिस्टिक्स, हर स्तर पर हमें नए बिजनेस मॉडल विकसित करने ही होंगे। ये Rural Prosperity, ग्रामीण समृद्धि के लिए, वहां की हाई वैल्यू, हाई इम्पैक्ट सेक्टर के रूप में परिवर्तित करने का एक अवसर है हमारे लिए, और इस दिशा में भी हम सबको मिलकर काम करना है, और आप आज जो मंथन करेंगे, उसके लिए, उस कार्य के लिए रास्ता बनेगा।

साथियों,

पशुपालन सेक्टर, ग्रामीण इकोनॉमी का हाई ग्रोथ पिलर है। भारत आज दुनिया का सबसे बड़ा मिल्क प्रोड्यूसर है, Egg प्रोडक्शन में हम दूसरे स्थान पर है। हमें इसे और आगे ले जाने के लिए ब्रीडिंग क्वालिटी, डिजीज प्रिवेंशन और साइंटिफिक मैनेजमेंट पर फोकस करना होगा। एक और अहम विषय पशुधन के स्वास्थ्य का भी है। मैं जब One Earth One Health की बात करता हूं, तो उसमें पौधा हो या पशु, सबके स्वास्थ्य की बात शामिल है। भारत अब वैक्सीन उत्पादन में आत्मनिर्भर है। फुट एंड माउथ डिजीज, उससे पशुओं को बचाने के लिए सवा सौ करोड़ से अधिक डोज पशुओं को लगाई जा चुकी है। राष्ट्रीय गोकुल मिशन के तहत टेक्नोलॉजी का विस्तार किया जा रहा है। हमारी सरकार में अब पशुपालन क्षेत्र के किसानों को किसान क्रेडिट कार्ड का भी लाभ मिल रहा है। निजी निवेश को प्रोत्साहित करने के लिए एनिमल हसबेंड्री इंफ्रास्ट्रक्चर डेवलपमेंट फंड की शुरुआत भी की गई है, और आपको ये पता है हम लोगों ने गोबरधन योजना लागू की है। गांव के पशुओं के निकलने वाला मलमूत्र है, गांव का जो वेस्ट है, कूड़ा-कचरा है। हम गोबरधन योजना में इसका उपयोग करके गांव भी स्वच्छ रख सकते हैं, दूध से आय होती है, तो गोबर से भी आय हो सकती है, और एनर्जी सिक्योरिटी की दिशा में गैस सप्लाई में भी ये गोबरधन बहुत बड़ा योगदान दे सकता है। ये मल्टीपर्पज बेनिफिट वाला काम है, और गांव के लिए बहुत उपयोगी है। मैं चाहूंगा कि सभी राज्य सरकारें इसको प्राथमिकता दें, इसको आगे बढ़ाएं।

साथियों,

हमने पिछले अनुभवों से समझा है कि केवल एक ही फसल पर टिके रहना किसान के लिए जोखिम भरा है। इससे आय के विकल्प भी सीमित हो जाते हैं। इसलिए, हम crop diversification पर फोकस कर रहे हैं। इसके अलावा, National Mission on Edible Oils And Pulses, National Mission on Natural Farming, ये सभी एग्रीकल्चर सेक्टर की ताकत बढ़ा रहे हैं।

साथियों,

आप भी जानते हैं एग्रीकल्चर स्टेट सब्जेक्ट है, राज्यों का भी एक बड़ा एग्रीकल्चर बजट होता है, हमें राज्यों को भी निरंतर प्रेरित करना है कि वो अपना दायित्व निभाने में, हम उनको कैसे मदद दें, हमारे सुझाव उनको कैसे काम आएं। राज्य का भी एक-एक पैसा जो गांव के लिए, किसान के लिए तय हुआ है, वो सही उपयोग हो। हमें बजट प्रावधानों को जिला स्तर तक मजबूत करना होगा। तभी नई पॉलिसीज का ज्यादा से ज्यादा फायदा उठाया जा सकता है।

साथियों,

ये टेक्नोलॉजी की सदी है और सरकार का बहुत जोर एग्रीकल्चर में टेक्नोलॉजी कल्चर लाने पर भी है। आज e-NAM के माध्यम से मार्केट एक्सेस का डेमोक्रेटाइजेशन हुआ है। सरकार एग्रीस्टैक के जरिए, एग्रीकल्चर के लिए डिजिटल पब्लिक इंफ्रास्ट्रक्चर विकसित कर रही है। इसके तहत डिजिटल पहचान, यानी किसान आईडी बनाई जा रही है। अब तक लगभग 9 करोड़ किसानों की किसान आईडी बन चुकी है, और लगभग 30 करोड़ भूमि पार्सलों का डिजिटल सर्वे किया गया है। भारत-विस्तार जैसे AI आधारित प्लेटफॉर्म, रिसर्च इंस्टीट्यूशंस और किसानों के बीच की दूरी कम कर रहे हैं।

लेकिन साथियों,

टेक्नोलॉजी तभी परिणाम देती है, जब सिस्टम उसे अपनाएं, संस्थाएं उसे इंटीग्रेट करें और एंटरप्रेन्योर्स उस पर इनोवेशन खड़ा करें। इस वेबिनार में आपको इससे जुड़े सुझावों को मजबूती से सामने लाना होगा। हम टेक्नोलॉजी को कैसे सही तरीके से इंटीग्रेट करें, इस दिशा में इस वेबिनार से निकले सुझावों की बहुत बड़ी भूमिका होगी।

साथियों,

हमारी सरकार ग्रामीण समृद्धि के निर्माण के लिए प्रतिबद्ध है। प्रधानमंत्री आवास योजना, स्वामित्व योजना, पीएम ग्रामीण सड़क योजना, स्वयं सहायता समूहों को आर्थिक मदद, इसने रूरल इकोनॉमी को निरंतर मजबूत किया है। लखपति दीदी अभियान की सफलता को भी हमें नई ऊंचाई देनी है। अभी तक गांव की 3 करोड़ महिलाओं को लखपति दीदी बनाने में हम सफल हो चुके हैं। अब 2029 तक, 2029 तक 3 करोड़ में और 3 करोड़ जोड़ना है, और 3 करोड़ और लखपति दीदियां बनाने का लक्ष्य तय किया गया है। ये लक्ष्य और तेजी से कैसे प्राप्त किया जाए, इसे लेकर भी आपके सुझाव महत्वपूर्ण होंगे।

साथियों,

देश में स्टोरेज का बहुत बड़ा अभियान चल रहा है। लाखों गोदाम बनाए जा रहे हैं। स्टोरेज के अलावा एग्री एंटरप्रेन्योर्स प्रोसेसिंग, सप्लाई चैन, एग्री-टेक, एग्री-फिनटेक, एक्सपोर्ट, इन सब में इनोवेशन और निवेश बढ़ाना आज समय की मांग है। मुझे विश्वास है आज जो आप मंथन करेंगे, उससे निकले अमृत से ग्रामीण अर्थव्यवस्था को नई ऊर्जा मिलेगी। आप सबको इस वेबिनार के लिए मेरी बहुत-बहुत शुभकामनाएं हैं, और मुझे पूरा विश्वास है कि जमीन से जुड़े हुए विचार, जड़ों से जुड़े हुए विचार, इस बजट को सफल बनाने के लिए, गांव-गांव तक पहुंचाने के लिए बहुत काम आएंगे। आपको बहुत-बहुत शुभकामनाएं।

बहुत-बहुत धन्यवाद। नमस्कार।