ବିଶ୍ୱର ଭାରତ ଉପରେ ଭରସା ଏବଂ ବିଶ୍ୱାସ ଅଛି, ଆଉ ଭାରତ ସହିତ ସେମିକଣ୍ଡକ୍ଟରର ଭବିଷ୍ୟତ ନିର୍ମାଣ ଲାଗି ବିଶ୍ୱ ପ୍ରସ୍ତୁତ ରହିଛି: ପ୍ରଧାନମନ୍ତ୍ରୀ
ଚିପଗୁଡ଼ିକ ଡିଜିଟାଲ ହୀରା: ପ୍ରଧାନମନ୍ତ୍ରୀ
କାଗଜପତ୍ର କାମ ଯେତେ କମ୍‌ ହେବ, ୱେଫର୍‌ କାମ ସେତେ ଶୀଘ୍ର ଆରମ୍ଭ ହୋଇପାରିବ: ପ୍ରଧାନମନ୍ତ୍ରୀ
ଭାରତର ସବୁଠୁ ଛୋଟ୍‌ ଚିପ୍‌ ଖୁବଶୀଘ୍ର ବିଶ୍ୱର ସବୁଠୁ ବଡ଼ ପରିବର୍ତ୍ତନର ମୂଳଦୁଆ ସ୍ଥାପନ କରିବ : ପ୍ରଧାନମନ୍ତ୍ରୀ
ସେଦିନ ଆଉ ଦୂର ନୁହେଁ ଯେତେବେଳେ ଦୁନିଆ କହିବ- ଭାରତରେ ଡିଜାଇନ୍‌ ଓ ନିର୍ମାଣ ହୋଇଥିବା ସାମଗ୍ରୀକୁ ବିଶ୍ୱ ଭରସା କରୁଛି : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଆଜି ନୂଆଦିଲ୍ଲୀର ଯଶୋଭୂମିଠାରେ ସେମିକନ୍ ଇଣ୍ଡିଆ - ୨୦୨୫ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଭାରତର ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଭାରତ ଏବଂ ବିଦେଶର ସେମିକଣ୍ଡକ୍ଟର ଶିଳ୍ପର ସିଇଓ ଏବଂ ସେମାନଙ୍କ ସହଯୋଗୀଙ୍କ ଉପସ୍ଥିତିକୁ ସ୍ୱୀକାର କରିଛନ୍ତି। ସେ ବିଭିନ୍ନ ଦେଶରୁ ଆସିଥିବା ବିଶିଷ୍ଟ ଅତିଥି, ଷ୍ଟାର୍ଟ-ଅପ୍ ସହ ଜଡିତ ଉଦ୍ୟୋଗୀ ଏବଂ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିଛନ୍ତି।

ଶ୍ରୀ ମୋଦୀ କହିଛନ୍ତି, ସେ ଗତକାଲି ରାତିରେ ଜାପାନ ଏବଂ ଚୀନ ଗସ୍ତରୁ ଫେରିଛନ୍ତି। ଆଜି ସେ ଯଶୋଭୂମିରେ ଏପରି ଦର୍ଶକଙ୍କ ଗହଣରେ ଉପସ୍ଥିତ ଅଛନ୍ତି, ଯେଉଁମାନେ ଆକାଂକ୍ଷା ଏବଂ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ରହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଯୁକ୍ତିବିଦ୍ୟା ପ୍ରତି ତାଙ୍କର ଆଗ୍ରହ ସର୍ବଦା ସ୍ୱାଭାବିକ ଏବଂ ଏ ବିଷୟରେ ସମସ୍ତେ ପରିଚିତ । ତାଙ୍କର ସାମ୍ପ୍ରତିକ ଜାପାନ ଗସ୍ତ ସମୟରେ, ତାଙ୍କୁ ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ସହ ଟୋକିଓ ଇଲେକ୍ଟ୍ରୋନ୍ କାରଖାନା ପରିଦର୍ଶନ କରିବାର ସୁଯୋଗ ମିଳିଥିଲା। ସେହି କମ୍ପାନୀର ସିଇଓ ଆଜି ମଧ୍ୟ ଦର୍ଶକଙ୍କ ଗହଣରେ ଉପସ୍ଥିତ ଅଛନ୍ତି। ପ୍ରଯୁକ୍ତିବିଦ୍ୟା ପ୍ରତି ତାଙ୍କର ଆଗ୍ରହ ତାଙ୍କୁ ବାରମ୍ବାର ଏପରି ସମାବେଶ ଆଡ଼କୁ ଆକର୍ଷିତ କରିଥାଏ। ଆଜି ଦର୍ଶକଙ୍କ ମଧ୍ୟରେ ଉପସ୍ଥିତ ରହିବା ତାଙ୍କୁ ବହୁତ ଆନନ୍ଦ ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

ଶ୍ରୀ ମୋଦୀ କହିଥିଲେ, ଆଜିର ସମାରୋହରେ ପ୍ରାୟ ୪୦ରୁ ୫୦ଟି ଦେଶର ପ୍ରତିନିଧିତ୍ୱ ସହିତ ବିଶ୍ୱର ବିଭିନ୍ନ ସ୍ଥାନରୁ ସେମିକଣ୍ଡକ୍ଟର କ୍ଷେତ୍ରର ବିଶେଷଜ୍ଞମାନେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଭାରତର ନବସୃଜନ ଏବଂ ଯୁବଶକ୍ତିର ଉପସ୍ଥିତି ମଧ୍ୟ ରହିଛି । ଏହି ଅନନ୍ୟ ମିଶ୍ରଣ ଏକ ସ୍ପଷ୍ଟ ବାର୍ତ୍ତା ଦେଇଥାଏ, ‘‘ବିଶ୍ୱ ଭାରତକୁ ବିଶ୍ୱାସ ଓ ଭରସା କରୁଛି ଏବଂ ଭାରତ ସହିତ ସେମିକଣ୍ଡକ୍ଟର ଭବିଷ୍ୟତ ନିର୍ମାଣ କରିବାକୁ ବିଶ୍ୱ ପ୍ରସ୍ତୁତ ରହିଛି।’’ ପ୍ରଧାନମନ୍ତ୍ରୀ ସେମିକନ୍ ଇଣ୍ଡିଆରେ ଯୋଗ ଦେଇଥିବା ସମସ୍ତ ବିଶିଷ୍ଟ ଅତିଥିଙ୍କୁ ସ୍ୱାଗତ କରିଥିଲେ। ସେମାନେ ଏକ ବିକଶିତ ଏବଂ ଆତ୍ମନିର୍ଭରଶୀଳ ରାଷ୍ଟ୍ର ଆଡକୁ ଭାରତର ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ନିକଟରେ ପ୍ରକାଶ ପାଇଥିବା ଚଳିତ ବର୍ଷର ପ୍ରଥମ ତ୍ରୈମାସର ଜିଡିପି ଅଭିବୃଦ୍ଧି ସଂଖ୍ୟା ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଭାରତର ଅଭିବୃଦ୍ଧି ପୁଣିଥରେ ସବୁ ଆକଳନ, ପ୍ରତ୍ୟାଶା ଏବଂ ପୂର୍ବାନୁମାନକୁ ପଛରେ ପକାଇ ଦେଇଛି। ସେ କହିଥିଲେ, ସାରା ବିଶ୍ୱର ବିଭିନ୍ନ ଅର୍ଥବ୍ୟବସ୍ଥା ନାନା ସମସ୍ୟାର ସାମନା କରୁଛନ୍ତି। ଆର୍ଥିକ ସ୍ୱାର୍ଥ ଦ୍ୱାରା ପରିଚାଳିତ ଆହ୍ୱାନ ସତ୍ତ୍ୱେ ଭାରତ ୭.୮ ପ୍ରତିଶତ ବିକାଶ ହାର ହାସଲ କରିଛି। ଉତ୍ପାଦନ, ସେବା, କୃଷି ଏବଂ ନିର୍ମାଣ ସମେତ ସବୁ କ୍ଷେତ୍ରରେ ଅଭିବୃଦ୍ଧି ସ୍ପଷ୍ଟ ରୂପେ ପରିଲକ୍ଷିତ ହୋଇଛି। ଅର୍ଥବ୍ୟବସ୍ଥାକୁ ନେଇ ରହିଥିବା ଉତ୍ସାହ ସବୁଆଡ଼େ ଦେଖିବାକୁ ମିଳୁଛି। ଭାରତର ଦ୍ରୁତ ଅଭିବୃଦ୍ଧି ଶିଳ୍ପ ଏବଂ ପ୍ରତ୍ୟେକ ନାଗରିକଙ୍କ ମଧ୍ୟରେ ନୂତନ ଊର୍ଜା ସଞ୍ଚାର କରୁଛି। ଅଭିବୃଦ୍ଧିର ଏହି ଗତିପଥ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବା ଦିଗରେ ଦ୍ରୁତ ଗତିରେ ଆଗେଇ ନେଉଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

‘‘ତେଲ ଥିଲା କଳା ସୁନା, କିନ୍ତୁ ଚିପ୍ସଗୁଡ଼ିକ ଡିଜିଟାଲ ଡାଇମଣ୍ଡ।’’ ସେମିକଣ୍ଡକ୍ଟର ଦୁନିଆରେ ଏହି ଚର୍ଚ୍ଚିତ ଉକ୍ତିକୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପୂର୍ବ ଦଶନ୍ଧି ତୈଳ ଦ୍ୱାରା ପରିଭାଷିତ ହୋଇଥିଲା। ତୈଳ କୂପ ଜରିଆରେ ଦୁନିଆର ଭାଗ୍ୟ ନିର୍ଦ୍ଧାରଣ ହୋଇଥିଲା। ଏସବୁ କୂପରୁ କେତେ ପେଟ୍ରୋଲିୟମ ଉତ୍ପାଦିତ ହେଉଛି, ତାହାକୁ ଆଧାର କରି ବିଶ୍ୱ ଅର୍ଥବ୍ୟବସ୍ଥାର ଉତ୍ଥାନପତନ ହେଉଥିଲା। ତେବେ ଏକବିଂଶ ଶତାବ୍ଦୀର ସାମର୍ଥ୍ୟ କ୍ଷୁଦ୍ର ଚିପ୍‌ ଉପରେ ନ୍ୟସ୍ତ ରହିଛି ବୋଲି ସେ ଜୋର ଦେଇ କହିଥିଲେ। କ୍ଷୁଦ୍ରାକୃତି ହେବା ସତ୍ତ୍ୱେ ଏସବୁ ଚିପରେ ବିଶ୍ୱର ପ୍ରଗତିକୁ ଉଲ୍ଲେଖନୀୟ ଭାବେ ବୃଦ୍ଧି କରିବାର ଅପାର ସମ୍ଭାବନା ରହିଛି । ଶ୍ରୀ ମୋଦୀ କହିଥିଲେ, ବିଶ୍ୱ ସେମିକଣ୍ଡକ୍ଟର ବଜାରର ଆକାର ୬୦୦ ବିଲିୟନ ଡଲାରରେ ପହଞ୍ଚି ସାରିଛି। ଆଗାମୀ ଦିନରେ ଏହା ୧ ଟ୍ରିଲିୟନ ଡଲାର ଅତିକ୍ରମ କରିବ। ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତ ଯେଭଳି ଗତିରେ ଅଗ୍ରସର ହେଉଛି, ତା’କୁ ଦେଖିଲେ ୧ ଟ୍ରିଲିୟନ ଡଲାର ବଜାରରେ ଭାରତ ଏକ ବଡ଼ ଅଂଶଧନ ହାସଲ କରିବ ବୋଲି ସେ ଦୃଢ଼ ବିଶ୍ୱାସ ପ୍ରକଟ କରିଥିଲେ ।

 

ଭାରତ ଯେଉଁ ଗତିରେ ଆଗକୁ ବଢ଼ୁଛି ତାହା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, ୨୦୨୧ ମସିହାରେ ସେମିକନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା। ୨୦୨୩ ସୁଦ୍ଧା ଭାରତର ପ୍ରଥମ ସେମିକଣ୍ଡକ୍ଟର ପ୍ଲାଣ୍ଟକୁ ମଞ୍ଜୁର କରାଯାଇଥିଲା। ୨୦୨୪ରେ ଆହୁରି କିଛି ପ୍ଲାଣ୍ଟକୁ ମଞ୍ଜୁରି ମିଳିଥିଲା। ୨୦୨୫ରେ ପାଞ୍ଚଟି ଅତିରିକ୍ତ ସେମିକଣ୍ଡକ୍ଟର ପ୍ଲାଣ୍ଟକୁ ଅନୁମୋଦନ କରାଯାଇଛି । ବର୍ତ୍ତମାନ ମୋଟ୍‌ ୧୦ଟି ସେମିକଣ୍ଡକ୍ଟର ପ୍ରକଳ୍ପ ଚାଲିଛି। ଏଥିରେ ୧୮ ବିଲିୟନ ଡଲାରରୁ ଅଧିକ, ଅର୍ଥାତ୍‌ ୧.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ସାମିଲ ରହିଛି। ଏହା ଭାରତ ପ୍ରତି ବଢ଼ୁଥିବା ବିଶ୍ୱାସକୁ ପ୍ରତିଫଳିତ କରୁଛି ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ।

ଶ୍ରୀ ମୋଦୀ ସେମିକଣ୍ଡକ୍ଟର ଶିଳ୍ପ କ୍ଷେତ୍ରର ପ୍ରଗତି ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ସେ କହିଥିଲେ, ଫାଇଲ୍ ରୁ କାରଖାନା ପର୍ଯ୍ୟନ୍ତ ସମୟ ଯେତେ କମ ହେବ ଏବଂ କାଗଜପତ୍ର ଯେତେ କମ ହେବ, ସେତେ ଶୀଘ୍ର ୱେଫର କାର୍ଯ୍ୟ ଆରମ୍ଭ ହୋଇପାରିବ। ସରକାର ଏହି ପଦ୍ଧତିରେ ଏବେ କାମ କରୁଛନ୍ତି। ଜାତୀୟ ଏକକ ୱିଣ୍ଡୋ ସିଷ୍ଟମ କାର୍ଯ୍ୟକାରୀ କରାଯାଇଛି, ଯାହା କେନ୍ଦ୍ର ଏବଂ ରାଜ୍ୟ ଉଭୟଙ୍କ ସମସ୍ତ ଅନୁମୋଦନକୁ ଗୋଟିଏ ପ୍ଲାଟଫର୍ମରେ ଉପଲବ୍ଧ କରିପାରିବ। ଫଳସ୍ୱରୂପ, ନିବେଶକମାନଙ୍କୁ ବ୍ୟାପକ କାଗଜପତ୍ରରୁ ସମସ୍ୟାରୁ ମୁକ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ଗୋଟିଏ ପ୍ଲଗ୍-ଏଣ୍ଡ-ପ୍ଲେ ଭିତ୍ତିଭୂମି ମଡେଲ ଅଧୀନରେ ଦେଶବ୍ୟାପୀ ସେମିକଣ୍ଡକ୍ଟର ପାର୍କ ବିକଶିତ କରାଯାଉଛି, ଯାହା ଜମି, ବିଦ୍ୟୁତ୍ ଯୋଗାଣ, ବନ୍ଦର ଓ ବିମାନବନ୍ଦର ସଂଯୋଗୀକରଣ ଏବଂ ଏକ ଦକ୍ଷ ଶ୍ରମିକ ପୁଲ ଭଳି ସୁବିଧା ପ୍ରଦାନ କରିଥାଏ। ଯେତେବେଳେ ଏପରି ଭିତ୍ତିଭୂମିକୁ ପ୍ରୋତ୍ସାହନ ସହିତ ଯୋଡାଯାଏ, ସେତେବେଳେ ଶିଳ୍ପ ଅଭିବୃଦ୍ଧି ଅନିବାର୍ଯ୍ୟ ବୋଲି ସେ ଦୃଢ଼ ଭାବେ କହିଥିଲେ। ପିଏଲଆଇ ପ୍ରୋତ୍ସାହନ କିମ୍ବା ଡିଜାଇନ୍ ଆଧାରି ଅନୁଦାନ ମାଧ୍ୟମରେ, ଭାରତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁ କ୍ଷମତା ପ୍ରଦାନ କରୁଛି। ଏହି କାରଣରୁ ନିବେଶ ପ୍ରବାହ ଜାରି ରହିଛି ବୋଲି ସେ କହିଥିଲେ । ଭାରତ ବ୍ୟାକଏଣ୍ଡ କାର୍ଯ୍ୟରୁ ଆଗକୁ ବଢ଼ି ଏକ ପୂର୍ଣ୍ଣ-ଷ୍ଟାକ୍ ସେମିକଣ୍ଡକ୍ଟର ରାଷ୍ଟ୍ର ହେବା ଦିଗରେ ଅଗ୍ରସର ହେଉଛି ବୋଲି ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ସେ କହିଥିଲେ, ସେହି ଦିନ ଆଉ ବେଶୀ ଦୂର ନାହିଁ ଯେତେବେଳେ ଭାରତର ସବୁଠାରୁ ଛୋଟ ଚିପ୍ ବିଶ୍ୱର ସବୁଠାରୁ ବଡ଼ ପରିବର୍ତ୍ତନ ଆଣିବ। ‘‘ଆମର ଯାତ୍ରା ବିଳମ୍ବରେ ଆରମ୍ଭ ହୋଇଥିଲା... କିନ୍ତୁ ଏବେ ଆମକୁ କିଛି ରୋକିପାରିବ ନାହିଁ’’, ପ୍ରଧାନମନ୍ତ୍ରୀ କହିଥିଲେ। ସିଜି ପାୱାରର ପ୍ରଥମ ପ୍ଲାଣ୍ଟ ଅଗଷ୍ଟ ୨୮ରେ, ମାତ୍ର ୪-୫ ଦିନ ପୂର୍ବରୁ କାର୍ଯ୍ୟକ୍ଷମ ହୋଇଥିବା ସେ ସୂଚନା ଦେଇଥିଲେ । ସେ ଆହୁରି ମଧ୍ୟ କହିଥିଲେ, କେନ୍ସର ପାଇଲଟ୍ ପ୍ଲାଣ୍ଟ ମଧ୍ୟ ଆରମ୍ଭ ହେବାକୁ ଯାଉଛି। ମାଇକ୍ରୋନ୍ ଏବଂ ଟାଟାରୁ ପରୀକ୍ଷଣ ଚିପ୍ସ ପୂର୍ବରୁ ଉତ୍ପାଦନ ହେଉଛି। ଚଳିତ ବର୍ଷ ବାଣିଜ୍ୟିକ ଚିପ୍ ଉତ୍ପାଦନ ଆରମ୍ଭ ହେବ, ଯାହା ଭାରତ ସେମିକଣ୍ଡକ୍ଟର କ୍ଷେତ୍ରରେ କରୁଥିବା ଦ୍ରୁତ ପ୍ରଗତିକୁ ସ୍ପଷ୍ଟ କରେ ବୋଲି ସେ କହିଥିଲେ।

ଭାରତର ସେମିକଣ୍ଡକ୍ଟର ସଫଳତାର କାହାଣୀ କେବଳ ଏକ ଊର୍ଦ୍ଧ୍ବମୁଖୀ କିମ୍ବା ଗୋଟିଏ ପ୍ରଯୁକ୍ତିବିଦ୍ୟା ମଧ୍ୟରେ ସୀମିତ ନୁହେଁ ବୋଲି ଜୋର ଦେଇ ଶ୍ରୀ ମୋଦୀ କହିଥିଲେ, ଭାରତ ଏକ ବ୍ୟାପକ ଇକୋସିଷ୍ଟମ ନିର୍ମାଣ କରୁଛି ଯାହା ଦେଶ ମଧ୍ୟରେ ଡିଜାଇନ୍, ଉତ୍ପାଦନ, ପ୍ୟାକେଜିଂ ଏବଂ ଉଚ୍ଚ-ପ୍ରଯୁକ୍ତିବିଦ୍ୟା ଉପକରଣଗୁଡ଼ିକୁ ସାମିଲ କରିଥାଏ। ସେମିକଣ୍ଡକ୍ଟର ମିଶନ କେବଳ ଗୋଟିଏ ଫ୍ୟାବ୍ ପ୍ରତିଷ୍ଠା କିମ୍ବା ଗୋଟିଏ ଚିପ୍ ଉତ୍ପାଦନ କରିବାରେ ସୀମିତ ନୁହେଁ। ବରଂ, ଭାରତ ଏକ ଦୃଢ଼ ସେମିକଣ୍ଡକ୍ଟର ଇକୋସିଷ୍ଟମ ସୃଷ୍ଟି କରୁଛି ଯାହା ଦେଶକୁ ଆତ୍ମନିର୍ଭରଶୀଳ ଏବଂ ବିଶ୍ୱ ସ୍ତରରେ ପ୍ରତିଯୋଗିତାମୂଳକ କରିବ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବେ କହିଥିଲେ ।

 

ଭାରତର ସେମିକଣ୍ଡକ୍ଟର ମିଶନର ଆଉ ଏକ ପ୍ରମୁଖ ବୈଶିଷ୍ଟ୍ୟ ଉପରେ ଗୁରୁତ୍ୱ ଦେଇ ଶ୍ରୀ ମୋଦୀ କହିଥିଲେ, ଭାରତ ବିଶ୍ୱର ସବୁଠାରୁ ଉନ୍ନତ ପ୍ରଯୁକ୍ତିବିଦ୍ୟା ସହିତ ଏହି କ୍ଷେତ୍ରରେ ଆଗକୁ ବଢ଼ୁଛି। ସେ କହିଥିଲେ, ଘରୋଇ ଭାବରେ ନିର୍ମିତ ଚିପ୍ସ ମାଧ୍ୟମରେ ଉଦୀୟମାନ ପ୍ରଯୁକ୍ତିବିଦ୍ୟାକୁ ସଶକ୍ତ କରିବା ଉପରେ ଭାରତର ଧ୍ୟାନ ହେଉଛି। ନୋଏଡା ଏବଂ ବେଙ୍ଗାଲୁରୁରେ ବିକଶିତ ହେଉଥିବା ଡିଜାଇନ୍ କେନ୍ଦ୍ରଗୁଡ଼ିକ ବିଶ୍ୱର ସବୁଠାରୁ ଉନ୍ନତ ଚିପ୍ସ ଉପରେ କାର୍ଯ୍ୟ କରୁଛନ୍ତି, ଯାହା କୋଟି କୋଟି ଟ୍ରାଞ୍ଜିଷ୍ଟର ସଂରକ୍ଷଣ କରିପାରିବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ସେ ଗୁରୁତ୍ୱାରୋପ କରି କହିଥିଲେ, ଏହି ଚିପ୍ସ ଏକବିଂଶ ଶତାବ୍ଦୀର ଇମର୍ସିଭ୍‌ ପ୍ରଯୁକ୍ତିବିଦ୍ୟାକୁ ଶକ୍ତି ପ୍ରଦାନ କରିବ। ବିଶ୍ୱ ସେମିକଣ୍ଡକ୍ଟର କ୍ଷେତ୍ର ଦ୍ୱାରା ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଦୃଢ଼ ଭାବେ କହିଥିଲେ, ଭାରତ ଏହି ସମସ୍ୟାଗୁଡ଼ିକୁ ଦୂର କରିବା ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରୁଛି। ସେ କହିଥିଲେ, ସହରଗୁଡ଼ିକରେ ଉଚ୍ଚ କୋଠା ଏବଂ ପ୍ରଭାବଶାଳୀ ଭୌତିକ ଭିତ୍ତିଭୂମି ଦୃଶ୍ୟମାନ ହେଉଥିବା ବେଳେ, ସେମାନଙ୍କର ମୂଳଦୁଆ ଇସ୍ପାତରେ ରହିଛି। ସେହିପରି, ଭାରତର ଡିଜିଟାଲ୍ ଭିତ୍ତିଭୂମିର ମୂଳଦୁଆ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଉପରେ ନିର୍ମିତ। ବର୍ତ୍ତମାନ ଜାତୀୟ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ମିଶନ ଉପରେ କାର୍ଯ୍ୟ କରୁଛି ଏବଂ ଘରୋଇ ସ୍ତରରେ ବିରଳ ଖଣିଜ ପଦାର୍ଥର ଚାହିଦା ପୂରଣ କରିବାକୁ ପ୍ରତିବଦ୍ଧ। ଗତ ଚାରି ବର୍ଷ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ପ୍ରକଳ୍ପରେ ଗୁରୁତ୍ୱପୂର୍ଣ୍ଣ ପ୍ରଗତି ହୋଇଛି ବୋଲି ସେ କହିଥିଲେ।

ସେମିକଣ୍ଡକ୍ଟର କ୍ଷେତ୍ରର ଅଭିବୃଦ୍ଧିରେ ସରକାର ଷ୍ଟାର୍ଟ-ଅପ୍ ଏବଂ ଏମଏସଏମଇ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାର ପରିକଳ୍ପନା କରୁଥିବା ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ସେ କହିଥିଲେ, ଭାରତ ବିଶ୍ୱର ସେମିକଣ୍ଡକ୍ଟର ଡିଜାଇନ୍ ପ୍ରତିଭାର ୨୦ ପ୍ରତିଶତ ଯୋଗଦାନ ଦେଇଥାଏ ଏବଂ ଦେଶର ଯୁବପିଢ଼ି ସେମିକଣ୍ଡକ୍ଟର ଶିଳ୍ପ ପାଇଁ ସର୍ବବୃହତ ମାନବ ପୁଞ୍ଜି କାରଖାନାର ପ୍ରତିନିଧିତ୍ୱ କରନ୍ତି। ଯୁବ ଉଦ୍ୟୋଗୀ, ନବସୃଜନକାରୀ ଏବଂ ଷ୍ଟାର୍ଟ-ଅପଗୁଡ଼ିକୁ ସମ୍ବୋଧିତ କରି ଶ୍ରୀ ମୋଦୀ ସେମାନଙ୍କୁ ଆଗକୁ ଆସିବାକୁ ଆହ୍ୱାନ ଦେବା ସହ ସରକାର ସେମାନଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ଠିଆ ହୋଇଛି ବୋଲି ଆଶ୍ୱାସନା ଦେଇଥିଲେ। ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ଡିଜାଇନ୍ ଆଧାରିତ ପ୍ରୋତ୍ସାହନ ଯୋଜନା ଏବଂ ଚିପ୍ସ-ଟୁ-ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ସ୍ୱତନ୍ତ୍ର ଭାବରେ ସେମାନଙ୍କ ପାଇଁ ଡିଜାଇନ୍ କରାଯାଇଛି। ସେ ଏହା ମଧ୍ୟ ଘୋଷଣା କରିଥିଲେ ଯେ ଡିଜାଇନ୍ ଆଧାରିତ ପ୍ରୋତ୍ସାହନ ଯୋଜନା ଏହାର ଉଦ୍ଦେଶ୍ୟକୁ ଭଲ ଭାବରେ ପୂରଣ କରିବା ପାଇଁ ପୁନର୍ଗଠିତ କରାଯାଉଛି। ସରକାର ଏହି କ୍ଷେତ୍ରରେ ଭାରତୀୟ ବୌଦ୍ଧିକ ସମ୍ପତ୍ତି (ଆଇପି) ବିକାଶ କରିବାକୁ ପ୍ରତିବଦ୍ଧ। ସମ୍ପ୍ରତି ଆରମ୍ଭ ହୋଇଥିବା ଜାତୀୟ ଗବେଷଣା ପାଣ୍ଠି ମଧ୍ୟ ରଣନୀତିକ ସମ୍ପର୍କ ମାଧ୍ୟମରେ ଏହି ପ୍ରୟାସକୁ ସମର୍ଥନ କରିବ ବୋଲି ସେ କହିଥିଲେ । ଶ୍ରୀ ମୋଦୀ କହିଥିଲେ, ଅନେକ ରାଜ୍ୟ ସେମିକଣ୍ଡକ୍ଟର ମିଶନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରୁଛନ୍ତି, ଅନେକ ଏହି କ୍ଷେତ୍ର ପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ କରିଛନ୍ତି । ଏହି ରାଜ୍ୟଗୁଡ଼ିକ ସମର୍ପିତ ଭିତ୍ତିଭୂମି ବିକାଶ ଉପରେ ଧ୍ୟାନ ଦେଉଛନ୍ତି। ସମସ୍ତ ରାଜ୍ୟକୁ ପରସ୍ପର ସହିତ ସୁସ୍ଥ ପ୍ରତିଯୋଗିତାରେ ସାମିଲ ହେବାକୁ ସେ ଆହ୍ୱାନ କରିଥିଲେ, ଯାହା ଦ୍ୱାରା ସେମିକଣ୍ଡକ୍ଟର ଇକୋସିଷ୍ଟମ ନିର୍ମାଣ ସହିତ ସେମାନଙ୍କ ଅଞ୍ଚଳରେ ନିବେଶ ଅନୁକୂଳ ପରିବେଶ ବୃଦ୍ଧି ପାଇବ।

ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତର ମନ୍ତ୍ର ଅନୁସରଣ କରି ଏହି ପର୍ଯ୍ୟାୟରେ ପହଞ୍ଚିଛି। ପରବର୍ତ୍ତୀ ପିଢ଼ିର ସଂସ୍କାରର ଏକ ନୂତନ ପର୍ଯ୍ୟାୟ ଖୁବ୍ ଶୀଘ୍ର ଆରମ୍ଭ ହେବ। ଭାରତ ସେମିକଣ୍ଡକ୍ଟର ମିଶନର ପରବର୍ତ୍ତୀ ପର୍ଯ୍ୟାୟ ଉପରେ କାର୍ଯ୍ୟ ଚାଲିଛି ବୋଲି ସେ କହିଥିଲେ । ଉପସ୍ଥିତ ସମସ୍ତ ନିବେଶକଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଖୋଲା ହୃଦୟରେ ସ୍ୱାଗତ କରିବାକୁ ଭାରତର ପ୍ରସ୍ତୁତି ବିଷୟରେ କହିଥିଲେ । ସେ କହିଥିଲେ, ଡିଜାଇନ୍ ପ୍ରସ୍ତୁତ। ମାସ୍କ ଅନୁକୂଳ ରହିଛି । ଏବେ ସଠିକ୍ କାର୍ଯ୍ୟକାରିତା ଏବଂ ସ୍ତର ହାସଲ କରିବାର ସମୟ। ଭାରତର ନୀତିଗୁଡ଼ିକ କ୍ଷଣସ୍ଥାୟୀ ସଙ୍କେତ ନୁହେଁ ବରଂ ଦୀର୍ଘକାଳୀନ ପ୍ରତିଶ୍ରୁତି । ତେଣୁ ପ୍ରତ୍ୟେକ ନିବେଶକଙ୍କ ଆବଶ୍ୟକତା ପୂରଣ କରାଯିବ ବୋଲି ଆଶ୍ୱାସନା ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ସେହି ଦିନ ଆଉ ବେଶୀ ଦୂରରେ ନାହିଁ ଯେତେବେଳେ ବିଶ୍ୱ କହିବ: ଭାରତରେ ଡିଜାଇନ୍, ଭାରତରେ ନିର୍ମିତ ସାମଗ୍ରୀକୁ ବିଶ୍ୱ ଭରସା କରୁଛି । ଭାରତର ପ୍ରତ୍ୟେକ ପ୍ରୟାସ ସଫଳ ହେଉ, ପ୍ରତ୍ୟେକ ଉଦ୍ୟମ ନବସୃଜନରେ ପରିପୂର୍ଣ୍ଣ ହେଉ ଏବଂ ଯାତ୍ରା ତ୍ରୁଟିମୁକ୍ତ ଏବଂ ଉଚ୍ଚ-ପ୍ରଦର୍ଶନକାରୀ ହେଉ ବୋଲି ଇଚ୍ଛା ପ୍ରକାଶ କରି ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣ ଶେଷ କରିଥିଲେ।

 

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଜିତିନ ପ୍ରସାଦ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ରେଖା ଗୁପ୍ତା, ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ସେମିକନ୍ ଇଣ୍ଡିଆ - ୨୦୨୫ ହେଉଛି ଏକ ତିନି ଦିନିଆ ସମ୍ମିଳନୀ, ଯାହା ୨ ରୁ ୪ ସେପ୍ଟେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି । ଭାରତରେ ଏକ ଦୃଢ଼, ସ୍ଥିର ଏବଂ ଦୀର୍ଘସ୍ଥାୟୀ ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ଆଗକୁ ବଢାଇବା ଉପରେ ଏଥିରେ ବିଚାରବିମର୍ଶ କରାଯିବ। ସମ୍ମିଳନୀରେ ସେମିକନ୍ ଇଣ୍ଡିଆ କାର୍ଯ୍ୟକ୍ରମର ପ୍ରଗତି, ସେମିକଣ୍ଡକ୍ଟର ଫ୍ୟାବ୍ ଏବଂ ଉନ୍ନତ ପ୍ୟାକେଜିଂ ପ୍ରକଳ୍ପ, ଭିତ୍ତିଭୂମି ପ୍ରସ୍ତୁତି, ସ୍ମାର୍ଟ ଉତ୍ପାଦନ, ଗବେଷଣା ଏବଂ ବିକାଶ ଏବଂ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ନବସୃଜନ, ନିବେଶ ସୁଯୋଗ, ରାଜ୍ୟସ୍ତରୀୟ ନୀତି କାର୍ଯ୍ୟାନ୍ୱୟନ, ଇତ୍ୟାଦି ଉପରେ ଅଧିବେଶନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହାସହିତ, ସମ୍ମିଳନୀରେ ଡିଜାଇନ୍ ଆଧାରିତ ପ୍ରୋତ୍ସାହନ ଯୋଜନା ଅଧୀନରେ ପଦକ୍ଷେପ, ଷ୍ଟାର୍ଟଅପ୍ ଇକୋସିଷ୍ଟମର ଅଭିବୃଦ୍ଧି, ଅନ୍ତର୍ଜାତୀୟ ସହଯୋଗ ଏବଂ ଭାରତର ସେମିକଣ୍ଡକ୍ଟର କ୍ଷେତ୍ର ପାଇଁ ଭବିଷ୍ୟତ ରୋଡମ୍ୟାପ୍ ଉପରେ ଆଲୋକପାତ କରାଯିବ।

 

ସମ୍ମିଳନୀରେ ୨୦,୭୫୦ରୁ ଅଧିକ ଅଂଶଗ୍ରହଣକାରୀ ଭାଗ ନେଉଛନ୍ତି, ଯେଉଁଥିରେ ୪୮ ରୁ ଅଧିକ ଦେଶର ୨,୫୦୦ ରୁ ଅଧିକ ପ୍ରତିନିଧି, ୧୫୦ରୁ ଅଧିକ ବକ୍ତା, ୫୦ରୁ ଅଧିକ ବିଶ୍ୱ ନେତା ଏବଂ ୩୫୦ରୁ ଅଧିକ ପ୍ରଦର୍ଶକ ସାମିଲ ହେବେ। ଏଥିରେ ୬ଟି ଦେଶର ଗୋଲଟେବୁଲ ଆଲୋଚନା, ବିଭିନ୍ନ ଦେଶର ପାଭିଲିୟନ୍ ଏବଂ କର୍ମଶକ୍ତି ବିକାଶ ଓ ଷ୍ଟାର୍ଟ-ଅପ୍ ପାଇଁ ସମର୍ପିତ ପାଭିଲିୟନ୍ ମଧ୍ୟ ଅନ୍ତର୍ଭୁକ୍ତ ହେବ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's electronics exports cross $47 billion in 2025 on iPhone push

Media Coverage

India's electronics exports cross $47 billion in 2025 on iPhone push
NM on the go

Nm on the go

Always be the first to hear from the PM. Get the App Now!
...
List of Outcomes: Visit of His Highness Sheikh Mohamed bin Zayed Al Nahyan, President of UAE to India
January 19, 2026
S.NoAgreements / MoUs / LoIsObjectives

1

Letter of Intent on Investment Cooperation between the Government of Gujarat, Republic of India and the Ministry of Investment of the United Arab Emirates for Development of Dholera Special Investment region

To pursue investment cooperation for UAE partnership in development of the Special Investment Region in Dholera, Gujarat. The envisioned partnership would include the development of key strategic infrastructure, including an international airport, a pilot training school, a maintenance, repair and overhaul (MRO) facility, a greenfield port, a smart urban township, railway connectivity, and energy infrastructure.

2

Letter of Intent between the Indian National Space Promotion and Authorisation Centre (IN-SPACe) of India and the Space Agency of the United Arab Emirates for a Joint Initiative to Enable Space Industry Development and Commercial Collaboration

To pursue India-UAE partnership in developing joint infrastructure for space and commercialization, including launch complexes, manufacturing and technology zones, incubation centre and accelerator for space start-ups, training institute and exchange programmes.

3

Letter of Intent between the Republic of India and the United Arab Emirates on the Strategic Defence Partnership

Work together to establish Strategic Defence Partnership Framework Agreement and expand defence cooperation across a number of areas, including defence industrial collaboration, defence innovation and advanced technology, training, education and doctrine, special operations and interoperability, cyber space, counter terrorism.

4

Sales & Purchase Agreement (SPA) between Hindustan Petroleum Corporation Limited, (HPCL) and the Abu Dhabi National Oil Company Gas (ADNOC Gas)

The long-term Agreement provides for purchase of 0.5 MMPTA LNG by HPCL from ADNOC Gas over a period of 10 years starting from 2028.

5

MoU on Food Safety and Technical requirements between Agricultural and Processed Food Products Export Development Authority (APEDA), Ministry of Commerce and Industry of India, and the Ministry of Climate Change and Environment of the United Arab Emirates.

The MoU provides for sanitary and quality parameters to facilitate the trade, exchange, promotion of cooperation in the food sector, and to encourage rice, food products and other agricultural products exports from India to UAE. It will benefit the farmers from India and contribute to food security of the UAE.

S.NoAnnouncementsObjective

6

Establishment of a supercomputing cluster in India.

It has been agreed in principle that C-DAC India and G-42 company of the UAE will collaborate to set up a supercomputing cluster in India. The initiative will be part of the AI India Mission and once established the facility be available to private and public sector for research, application development and commercial use.

7

Double bilateral Trade to US$ 200 billion by 2032

The two sides agreed to double bilateral trade to over US$ 200 billion by 2032. The focus will also be on linking MSME industries on both sides and promote new markets through initiatives like Bharat Mart, Virtual Trade Corridor and Bharat-Africa Setu.

8

Promote bilateral Civil Nuclear Cooperation

To capitalise on the new opportunities created by the Sustainable Harnessing and Advancement of Nuclear Energy for Transforming India (SHANTI) Act 2025, it was agreed to develop a partnership in advance nuclear technologies, including development and deployment of large nuclear reactors and Small Modular Reactors (SMRs) and cooperation in advance reactor systems, nuclear power plant operations and maintenance, and Nuclear Safety.

9

Setting up of offices and operations of UAE companies –First Abu Dhabi Bank (FAB) and DP World in the GIFT City in Gujarat

The First Abu Dhabi Bank will have a branch in GIFT that will promote trade and investment ties. DP World will have operations from the GIFT City, including for leasing of ships for its global operations.

10

Explore Establishment of ‘Digital/ Data Embassies’

It has been agreed that both sides would explore the possibility of setting up Digital Embassies under mutually recognised sovereignty arrangements.

11

Establishment of a ‘House of India’ in Abu Dhabi

It has been agreed in Principle that India and UAE will cooperate on a flagship project to establish a cultural space consisting of, among others, a museum of Indian art, heritage and archaeology in Abu Dhabi.

12

Promotion of Youth Exchanges

It has been agreed in principle to work towards arranging visits of a group of youth delegates from either country to foster deeper understanding, academic and research collaboration, and cultural bonds between the future generations.