ପ୍ରବାସୀ ଭାରତୀୟଙ୍କ ପାଇଁ ଏକ ସ୍ୱତନ୍ତ୍ର ପର୍ଯ୍ୟଟକ ଟ୍ରେନ୍ ‘ପ୍ରବାସୀ ଭାରତୀୟ ଏକ୍ସପ୍ରେସ୍’ର ଉଦଘାଟନୀ ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ଭାରତ ଏବଂ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ପ୍ରବାସୀ ଭାରତୀୟ ଦିବସ ଏକ ଅନୁଷ୍ଠାନରେ ପରିଣତ ହୋଇଛି: ପ୍ରଧାନମନ୍ତ୍ରୀ
ଭବିଷ୍ୟତ, ଯୁଦ୍ଧରେ ନୁହେଁ, ବୁଦ୍ଧଙ୍କଠାରେ ରହିଛି: ପ୍ରଧାନମନ୍ତ୍ରୀ
ଆମେ କେବଳ ଗଣତନ୍ତ୍ରର ଜନନୀ ନୋହୁଁ; ଗଣତନ୍ତ୍ର ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ: ପ୍ରଧାନମନ୍ତ୍ରୀ
ଏକବିଂଶ ଶତାବ୍ଦୀରେ ଭାରତ ଅଭୂତପୂର୍ବ ଗତି ଓ ବ୍ୟାପକତାର ସହିତ ଆଗକୁ ବଢ଼ୁଛି: ପ୍ରଧାନମନ୍ତ୍ରୀ
ଆଜିର ଭାରତ କେବଳ ନିଜର ମତକୁ ଦୃଢ଼ତାର ସହ ପ୍ରତିପାଦିତ କରୁନାହିଁ, ବରଂ ଗ୍ଲୋବାଲ୍‌ ସାଉଥର ସ୍ୱରକୁ ମଧ୍ୟ ଦୃଢ଼ତାର ସହ ଉପସ୍ଥାପନ କରୁଛି: ପ୍ରଧାନମନ୍ତ୍ରୀ
କୁଶଳୀ ପ୍ରତିଭାର ବୈଶ୍ବିକ ଚାହିଦା ପୂରଣ କରିବାର ସମ୍ଭାବନା ଭାରତ ପାଖରେ ରହିଛି: ପ୍ରଧାନମନ୍ତ୍ରୀ
ସଙ୍କଟ ସମୟରେ ପ୍ରବାସୀ ଭାରତୀୟମାନେ ଯେଉଁଠି ଥାଆନ୍ତୁ ନା କାହିଁକି, ସେମାନଙ୍କୁ ସାହାଯ୍ୟ କରିବା ଆମର ଦାୟିତ୍ୱ ବୋଲି ଆମେ ବିଚାର କରୁ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ଭୁବନେଶ୍ୱରରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ସମସ୍ତ ପ୍ରତିନିଧି ଏବଂ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ, ଆଜି ଏଠାରେ ପରିବେଷିତ ଉଦଘାଟନୀ ସଂଗୀତ ଭବିଷ୍ୟତରେ ସାରା ବିଶ୍ୱରେ ଆୟୋଜିତ ହେବାକୁ ଥିବା ବିଭିନ୍ନ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ପରିବେଷଣ କରାଯିବ। ସେ ଗ୍ରାମୀ ପୁରସ୍କାର ବିଜେତା କଳାକାର ରିକି କେଜ ଏବଂ ତାଙ୍କ ଦଳକୁ ଏଭଳି ଚମତ୍କାର ଉପସ୍ଥାପନା ପାଇଁ ପ୍ରଶଂସା କରିଛନ୍ତି। ଏହି ଗୀତରେ ପ୍ରବାସୀ ଭାରତୀୟଙ୍କ ଭାବନା ଏବଂ ଅନୁଭୂତି ରହିଥିବା ସେ କହିଛନ୍ତି।

ମୁଖ୍ୟ ଅତିଥି ତ୍ରିନିଦାଦ ଓ ଟୋବାଗୋର ରାଷ୍ଟ୍ରପତି ମହମହିମ କ୍ରିଷ୍ଟିନ କାର୍ଲା କାଙ୍ଗାଲୁଙ୍କୁ ତାଙ୍କର ସ୍ନେହପୂର୍ଣ୍ଣ ଏବଂ ଉଦାର ଭିଡିଓ ବାର୍ତ୍ତା ପାଇଁ ଧନ୍ୟବାଦ ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେ ଭାରତର ପ୍ରଗତି ବିଷୟରେ ବକ୍ତବ୍ୟ ରଖିଛନ୍ତି ଏବଂ ତାଙ୍କର ଉକ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କ ଉପରେ ପ୍ରଭାବ ପକାଇଛି । ବର୍ତ୍ତମାନ ଭାରତରେ ସମୃଦ୍ଧ ପର୍ବପର୍ବାଣୀ ଏବଂ ଉତ୍ସବର ସମୟ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେ, ଆଉ କିଛି ଦିନ ମଧ୍ୟରେ ପ୍ରୟାଗରାଜରେ ମହାକୁମ୍ଭ ଆରମ୍ଭ ହେବ। ଏହାସହିତ ମକର ସଂକ୍ରାନ୍ତି, ଲୋହରୀ, ପୋଙ୍ଗଲ ଏବଂ ମାଘ, ବିହୁ ପର୍ବ ମଧ୍ୟ ଆସୁଛି। ସବୁଆଡେ ଏକ ଆନନ୍ଦର ବାତାବରଣ ରହିଥିବା ମଧ୍ୟ ସେ କହିଛନ୍ତି । ୧୯୧୫ ମସିହା ଆଜିର ଦିନରେ ମହାତ୍ମା ଗାନ୍ଧୀ ଦୀର୍ଘ ଦିନ ବିଦେଶରେ ରହିବା ପରେ ଭାରତ ଫେରିଥିବା କଥା ସ୍ମରଣ କରି ଶ୍ରୀ ମୋଦୀ କହିଛନ୍ତି ଯେ ଏଭଳି ଏକ ଚମତ୍କାର ସମୟରେ ଭାରତରେ ପ୍ରବାସୀ ଭାରତୀୟଙ୍କ ଉପସ୍ଥିତି ଉତ୍ସବର ଉତ୍ସାହକୁ ଅନେକ ଗୁଣ ବୃଦ୍ଧି କରିଛି । ପ୍ରବାସୀ ଭାରତୀୟ ଦିବସ (ପିବିଡି)ର ଏହି ସଂସ୍କରଣ ଅନ୍ୟ ଏକ କାରଣରୁ ସ୍ୱତନ୍ତ୍ର ବୋଲି ଉଲ୍ଲେଖ କରି ସେ କହିଛନ୍ତି, ଏହି କାର୍ଯ୍ୟକ୍ରମ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ପାଳନର କିଛି ଦିନ ପରେ ଆୟୋଜିତ ହୋଇଛି, ଯାହାଙ୍କ ଦୂରଦୃଷ୍ଟି ପିବିଡି ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ଏବଂ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ବନ୍ଧନକୁ ମଜବୁତ କରିବା ପାଇଁ ପ୍ରବାସୀ ଭାରତୀୟ ଦିବସ ଏକ ଅନୁଷ୍ଠାନରେ ପରିଣତ ହୋଇଛି। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଆମେ ମିଳିତ ଭାବେ ଭାରତ, ଭାରତୀୟତା, ଆମର ସଂସ୍କୃତି ଏବଂ ପ୍ରଗତିର ଉତ୍ସବ ପାଳନ କରିବା ସହିତ ଆମ ମୂଳଦୁଆ ସହ ଯୋଡ଼ି ହୋଇପାରୁଛୁ।

 

‘‘ଓଡ଼ିଶାର ମହାନ ଭୂମି, ଯେଉଁଠାରେ ଆମେ ଏକତ୍ରିତ ହୋଇଛୁ, ତାହା ଭାରତର ସମୃଦ୍ଧ ଐତିହ୍ୟର ପ୍ରତିଫଳନ’’, ବୋଲି ଶ୍ରୀ ମୋଦୀ କହିଛନ୍ତି । ସେ ଆହୁରି କହିଛନ୍ତି, ଓଡ଼ିଶାରେ ପ୍ରତ୍ୟେକ ପାଦ ଆଗକୁ ବଢ଼ାଇବା ସହିତ ଆମେ ଆମ ଐତିହ୍ୟକୁ ଅନୁଭବ କରିପାରିବା। ଉଦୟଗିରି ଓ ଖଣ୍ଡଗିରିର ଐତିହାସିକ ଗୁମ୍ଫା, କିମ୍ବା ଚମତ୍କାର କୋଣାର୍କ ସୂର୍ଯ୍ୟ ମନ୍ଦିର କିମ୍ବା ତାମ୍ରଲିପ୍ତି, ମାଣିକପାଟଣା ଓ ପାଲୁରର ପ୍ରାଚୀନ ବନ୍ଦର, ଯେଉଁ ସ୍ଥାନକୁ ଗସ୍ତ କଲେ ମଧ୍ୟ ଯେକେହି ଏହି ଗୌରବ ଅନୁଭବ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଶହ ଶହ ବର୍ଷ ପୂର୍ବେ ଓଡ଼ିଶାର ବ୍ୟବସାୟୀ ଏବଂ ବଣିକମାନେ ବାଲି, ସୁମାତ୍ରା ଏବଂ ଜାଭା ଭଳି ସ୍ଥାନକୁ ଦୀର୍ଘ ସାମୁଦ୍ରିକ ଯାତ୍ରା କରିଥିଲେ ବୋଲି ଉଲ୍ଲେଖ କରି ସେ କହିଛନ୍ତି ଯେ, ଏହାର ସ୍ମୃତିରେ ଆଜି ମଧ୍ୟ ଓଡ଼ିଶାରେ ବାଲି ଯାତ୍ରା ପାଳନ କରାଯାଉଛି। ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ସ୍ଥାନ ଧଉଳି ଶାନ୍ତିର ପ୍ରତୀକ। ସମଗ୍ର ବିଶ୍ୱ ଯେତେବେଳେ ଖଡ଼ଗର ମାର୍ଗ ବାଛି ସାମ୍ରାଜ୍ୟ ବିସ୍ତାର କରୁଥିଲା, ସମ୍ରାଟ ଅଶୋକ ଏଠାରେ ଶାନ୍ତିର ମାର୍ଗ ବାଛିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଭବିଷ୍ୟତ ଯୁଦ୍ଧରେ ନୁହେଁ ବରଂ ବୁଦ୍ଧଙ୍କ ଉପରେ ନିର୍ଭର କରେ ବୋଲି ଭାରତର ଏହି ପରମ୍ପରା ବିଶ୍ୱକୁ ବାର୍ତ୍ତା ଦେଉଛି । ଓଡ଼ିଶାର ଭୂମିକୁ ସମସ୍ତଙ୍କୁ ସ୍ୱାଗତ କରିବା ତାଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ଶ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଛନ୍ତି, ସେ ସର୍ବଦା ପ୍ରବାସୀ ଭାରତୀୟମାନଙ୍କୁ ଭାରତର ସଦଭାବନା ଦୂତ ଭାବେ ବିବେଚନା କରିଆସିଛନ୍ତି। ସାରା ବିଶ୍ୱରେ ଥିବା ସାଥୀ ଭାରତୀୟମାନଙ୍କୁ ଭେଟିବା ଏବଂ ସେମାନଙ୍କ ସହ କଥାବାର୍ତ୍ତା କରିବାରେ ଖୁସି ବ୍ୟକ୍ତ କରି ସେ କହିଛନ୍ତି ଯେ, ସେମାନଙ୍କଠାରୁ ମିଳିଥିବା ଭଲ ପାଇବା ଓ ଆଶୀର୍ବାଦ ଅବିସ୍ମରଣୀୟ ଏବଂ ସର୍ବଦା ତାଙ୍କର ମନେ ରହିବ।

ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟମାନଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଇବା ସହ ବିଶ୍ୱ ମଞ୍ଚରେ ତାଙ୍କୁ ଗୌରବାନ୍ୱିତ କରିବା ଲାଗି ସୁଯୋଗ ଦେଇଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ଗତ ଦଶନ୍ଧି ମଧ୍ୟରେ ସେ ବିଶ୍ୱର ଅନେକ ନେତାମାନଙ୍କୁ ଭେଟିଛନ୍ତି, ଯେଉଁମାନେ ସମସ୍ତେ ପ୍ରବାସୀ ଭାରତୀୟମାନଙ୍କୁ ସେମାନଙ୍କ ସାମାଜିକ ମୂଲ୍ୟବୋଧ ଏବଂ ନିଜ ନିଜ ସମାଜରେ ଅବଦାନ ପାଇଁ ପ୍ରଶଂସା କରିଛନ୍ତି।

 

ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ କେବଳ ଗଣତନ୍ତ୍ରର ଜନନୀ ନୁହେଁ, ବରଂ ଗଣତନ୍ତ୍ର ଭାରତୀୟ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଭାରତୀୟମାନେ ସ୍ୱାଭାବିକ ଭାବେ ବିବିଧତାକୁ ଗ୍ରହଣ କରନ୍ତି ଏବଂ ସ୍ଥାନୀୟ ନିୟମ ଓ ପରମ୍ପରାକୁ ସମ୍ମାନ ଦେଇ ସେମାନେ ଯେଉଁ ସମାଜରେ ଯୋଗ ଦିଅନ୍ତି ସେଥିରେ ନିରବଚ୍ଛିନ୍ନ ଭାବେ ସାମିଲ ହୁଅନ୍ତି। ଶ୍ରୀ ମୋଦୀ କହିଛନ୍ତି, ଭାରତୀୟମାନେ ପ୍ରବାସ କରୁଥିବା ଦେଶଗୁଡ଼ିକର ସଚ୍ଚୋଟତାର ସହ ସେବା କରୁଛନ୍ତି, ସେମାନଙ୍କ ବିକାଶ ଓ ସମୃଦ୍ଧି ଦିଗରେ ଯୋଗଦାନ କରୁଛନ୍ତି ଏବଂ ଭାରତକୁ ସର୍ବଦା ସେମାନଙ୍କ ହୃଦୟର ନିକଟତର ରଖିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେମାନେ ଭାରତର ପ୍ରତ୍ୟେକ ଖୁସି ଏବଂ ସଫଳତାକୁ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରନ୍ତି।

ଏକବିଂଶ ଶତାବ୍ଦୀର ଭାରତର ଅଭୂତପୂର୍ବ ଗତି ଓ ବିକାଶର ବ୍ୟାପକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମାତ୍ର ୧୦ ବର୍ଷ ମଧ୍ୟରେ ଭାରତ ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିଛି ଏବଂ ବିଶ୍ୱର ଦଶମ ସର୍ବବୃହତ ଅର୍ଥବ୍ୟବସ୍ଥାରୁ ପଞ୍ଚମ ସର୍ବବୃହତ ଅର୍ଥବ୍ୟବସ୍ଥାକୁ ଉନ୍ନୀତ ହୋଇଛି। ଭାରତ ଖୁବଶୀଘ୍ର ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥାରେ ପରିଣତ ହେବ ବୋଲି ସେ ବିଶ୍ୱାସ ପ୍ରକଟ କରିଛନ୍ତି।

ଚନ୍ଦ୍ରଯାନ ମିଶନ ଶିବ-ଶକ୍ତି ବିନ୍ଦୁରେ ପହଞ୍ଚିବା ଏବଂ ଡିଜିଟାଲ୍ ଇଣ୍ଡିଆର ଶକ୍ତିର ବିଶ୍ୱସ୍ତରୀୟ ସ୍ୱୀକୃତି ଭଳି ଭାରତର ସଫଳତା ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଛନ୍ତି, ଭାରତର ପ୍ରତ୍ୟେକ କ୍ଷେତ୍ର ଅକ୍ଷୟ ଶକ୍ତି, ବିମାନ ଚଳାଚଳ, ବୈଦ୍ୟୁତିକ ଗତିଶୀଳତା, ମେଟ୍ରୋ ନେଟୱାର୍କ ଏବଂ ବୁଲେଟ୍ ଟ୍ରେନ୍ ପ୍ରକଳ୍ପରେ ରେକର୍ଡ ଭାଙ୍ଗି ନୂତନ ଉଚ୍ଚତାକୁ ଅଗ୍ରସର ହେଉଛି। ଭାରତ ଏବେ ‘ମେଡ୍ ଇନ୍ ଇଣ୍ଡିଆ’ ଯୁଦ୍ଧ ବିମାନ ଏବଂ ପରିବହନ ବିମାନ ନିର୍ମାଣ କରୁଛି। ପ୍ରଧାନମନ୍ତ୍ରୀ ଏପରି ଏକ ଭବିଷ୍ୟତର ପରିକଳ୍ପନା କରିଛନ୍ତି ଯେଉଁଠାରେ ଲୋକମାନେ ‘ମେଡ ଇନ୍ ଇଣ୍ଡିଆ’ ବିମାନରେ ପ୍ରବାସୀ ଭାରତୀୟ ଦିବସ ପାଇଁ ଭାରତ ଯାତ୍ରା କରିବେ।

 

ଏହାର ସଫଳତା ଓ ସମ୍ଭାବନା କାରଣରୁ ଭାରତର କ୍ରମବର୍ଦ୍ଧିଷ୍ଣୁ ବୈଶ୍ୱିକ ଭୂମିକାକୁ ରେଖାଙ୍କିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଆଜିର ଭାରତ କେବଳ ନିଜର ଆଭିମୁଖ୍ୟକୁ ଦୃଢ଼ତାର ସହ ପ୍ରତିପାଦିତ କରୁନାହିଁ, ବରଂ ଗ୍ଲୋବାଲ ସାଉଥ୍‌ର ସ୍ୱରକୁ ମଧ୍ୟ ସୁଦୃଢ଼ କରୁଛି।’’ ଆଫ୍ରିକୀୟ ସଂଘକୁ ଜି-୨୦ର ସ୍ଥାୟୀ ସଦସ୍ୟ କରିବା ଲାଗି ଭାରତର ପ୍ରସ୍ତାବ ପ୍ରତି ସର୍ବସମ୍ମତ ସମର୍ଥନ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହ ‘‘ମାନବିକତା ପ୍ରଥମ’’ ପ୍ରତି ଭାରତର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ଶ୍ରୀ ମୋଦୀ ଭାରତୀୟ ପ୍ରତିଭାର ବୈଶ୍ୱିକ ସ୍ୱୀକୃତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ଭାରତୀୟ ପେସାଦାରମାନେ ପ୍ରମୁଖ କମ୍ପାନୀଗୁଡ଼ିକ ମାଧ୍ୟମରେ ବୈଶ୍ୱିକ ଅଭିବୃଦ୍ଧିରେ ଯୋଗଦାନ କରୁଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ସମ୍ମାନ ଗ୍ରହଣ କରିଥିବା ପ୍ରବାସୀ ଭାରତୀୟ ମାନଙ୍କୁ ଶୁଭେଚ୍ଛା ଜଣାଇ ସେ କହିଛନ୍ତି, ବିଶ୍ୱର ଦକ୍ଷତା ଚାହିଦା ପୂରଣ କରିବା ସହିତ ଭାରତ ଅନେକ ଦଶନ୍ଧି ଧରି ବିଶ୍ୱର ସର୍ବକନିଷ୍ଠ ଏବଂ ସବୁଠାରୁ କୁଶଳୀ ଜନସଂଖ୍ୟା ଥିବା ଦେଶ ହୋଇ ରହିବ। ସେ ଗୁରୁତ୍ୱାରୋପ କରି କହିଛନ୍ତି, ଅନେକ ଦେଶ ଏବେ କୁଶଳୀ ଭାରତୀୟ ଯୁବକମାନଙ୍କୁ ସ୍ୱାଗତ କରୁଛନ୍ତି ଏବଂ ନିରନ୍ତର ଦକ୍ଷତା ବିକାଶ, ପୁନଃଦକ୍ଷତା ବିକାଶ ଏବଂ ଉନ୍ନତ ଦକ୍ଷତା ବିକାଶ ପ୍ରୟାସ ଜରିଆରେ ବିଦେଶ ଯାଉଥିବା ଭାରତୀୟମାନେ ଯେପରି ଉଚ୍ଚକୌଶଳ ସମ୍ପନ୍ନ ହୋଇପାରିବେ ତାହା ସୁନିଶ୍ଚିତ କରିବା ଲାଗି ଭାରତ ସରକାର ପ୍ରତିଶ୍ରୁତିବଦ୍ଧ।

 

ପ୍ରବାସୀ ଭାରତୀୟଙ୍କ ପାଇଁ ସୁବିଧା ଓ ଆରାମର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ସେମାନଙ୍କ ସୁରକ୍ଷା ଓ କଲ୍ୟାଣ ସର୍ବୋଚ୍ଚ ପ୍ରାଥମିକତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସଙ୍କଟ ସମୟରେ ପ୍ରବାସୀ ଭାରତୀୟଙ୍କୁ ସାହାଯ୍ୟ କରିବା ଭାରତର ଦାୟିତ୍ୱ, ଯାହା ଭାରତର ବୈଦେଶିକ ନୀତିର ଏକ ପ୍ରମୁଖ ସିଦ୍ଧାନ୍ତକୁ ପ୍ରତିଫଳିତ କରେ ବୋଲି ଶ୍ରୀ ମୋଦୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ଦଶନ୍ଧି ମଧ୍ୟରେ ବିଶ୍ୱବ୍ୟାପୀ ଭାରତୀୟ ଦୂତାବାସ ଏବଂ କାର୍ଯ୍ୟାଳୟଗୁଡ଼ିକ ସମ୍ବେଦନଶୀଳ ଓ ସକ୍ରିୟ ରହିଆସିଛନ୍ତି।

ପୂର୍ବରୁ ପ୍ରବାସୀ ଲୋକମାନଙ୍କୁ ଦୀର୍ଘ ଦୂରତା ଯାତ୍ରା କରିବାକୁ ପଡ଼ୁଥିଲା ଏବଂ ଦୂତାବାସ ସୁବିଧା ପାଇବା ପାଇଁ ଦିନ ଦିନ ଅପେକ୍ଷା କରିବାକୁ ପଡ଼ୁଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେମାନଙ୍କର ତିକ୍ତ ଅନୁଭୂତିକୁ ଦୃଷ୍ଟିରେ ରଖି ଗତ ଦୁଇ ବର୍ଷ ମଧ୍ୟରେ ୧୪ଟି ନୂତନ ଦୂତାବାସ ଏବଂ ବାଣିଜ୍ୟ ଦୂତାବାସ ଖୋଲିବା ସହିତ ଏହି ସମସ୍ୟାଗୁଡ଼ିକର ସମାଧାନ କରାଯାଉଛି ବୋଲି ସେ କହିଥିଲେ । ଶ୍ରୀ ମୋଦୀ ଆହୁରି ମଧ୍ୟ କହିଥିଲେ, ମରିସସର ସପ୍ତମ ପିଢ଼ି ଏବଂ ସୁରିନାମ, ମାର୍ଟିନିକ ଏବଂ ଗୁଆଡେଲୋପର ଷଷ୍ଠ ପିଢ଼ିର ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି(ପିଆଇଓ)ଙ୍କୁ ସାମିଲ କରିବା ଲାଗି ଓସିଆଇ କାର୍ଡର ପରିସର ବୃଦ୍ଧି କରାଯାଇଛି।

ପ୍ରଧାନମନ୍ତ୍ରୀ ବିଶ୍ୱବ୍ୟାପୀ ପ୍ରବାସୀ ଭାରତୀୟଙ୍କ ଗୁରୁତ୍ୱପୂର୍ଣ୍ଣ ଇତିହାସ ଉପରେ ଆଲୋକପାତ କରିଥିଲେ ଏବଂ ସେମାନଙ୍କ ସଫଳତାକୁ ଭାରତୀୟ ଐତିହ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ଅଭିହିତ କରିଥିଲେ । ଏହି ଆକର୍ଷଣୀୟ ଏବଂ ପ୍ରେରଣାଦାୟୀ କାହାଣୀଗୁଡ଼ିକୁ ଆମର ସହଭାଗୀ ଐତିହ୍ୟ ଏବଂ ପରମ୍ପରାର ଅଂଶବିଶେଷ ଭାବେ ବାଣ୍ଟିବା, ପ୍ରଦର୍ଶିତ କରିବା ଏବଂ ସଂରକ୍ଷିତ କରାଯିବା ଉଚିତ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ‘ମନ କୀ ବାତ’ର ସଦ୍ୟ ସଂସ୍କରଣରେ ଆଲୋଚିତ ବିଷୟବସ୍ତୁ ବିଷୟରେ କହିଥିଲେ। ସେ କହିଥିଲେ, ଶହ ଶହ ବର୍ଷ ପୂର୍ବେ ଗୁଜରାଟର କିଛି ପରିବାର ଓମାନକୁ ଯାଇଥିଲେ। ସେମାନଙ୍କର ୨୫୦ ବର୍ଷର ଯାତ୍ରାକୁ ପ୍ରେରଣାଦାୟୀ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ସମ୍ପ୍ରଦାୟ ସହ ଜଡ଼ିତ ହଜାର ହଜାର କାଗଜପତ୍ରକୁ ଡିଜିଟାଲ ରୂପ ଦେବା ପାଇଁ ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଛି । ସେ ଆହୁରି କହିଥିଲେ, ଗୋଟିଏ ‘ଓରାଲ୍‌ ହିଷ୍ଟ୍ରୀ ପ୍ରୋଜେକ୍ଟ’ ଆୟୋଜନ କରାଯାଇଛି ଯେଉଁଥିରେ ଏହି ସମ୍ପ୍ରଦାୟର ବରିଷ୍ଠ ସଦସ୍ୟମାନେ ସେମାନଙ୍କର ଅନୁଭୂତି ବିଷୟରେ କହିଛନ୍ତି । ଆଜିର କାର୍ଯ୍ୟକ୍ରମରେ ସେହିସବୁ ପରିବାରର କିଛି ସଦସ୍ୟ ଅଂଶଗ୍ରହଣ କରିବା ଆନନ୍ଦର ବିଷୟ ବୋଲି ସେ କହିଥିଲେ।

 

ବିଭିନ୍ନ ଦେଶରେ ପ୍ରବାସୀମାନଙ୍କ ସହିତ ସମାନ ପ୍ରୟାସ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ‘‘ଗିରମିଟିଆ’’ ଭାଇ ଓ ଭଉଣୀମାନଙ୍କ ଉଦାହରଣ ଦେଇଥିଲେ। ଭାରତର କେଉଁ ଗ୍ରାମ ଏବଂ ସହରରୁ ସେମାନେ ଆସିଛନ୍ତି ଏବଂ କେଉଁଠାରେ ସେମାନେ ବସବାସ କରିଛନ୍ତି ତାହା ଚିହ୍ନଟ କରିବା ପାଇଁ ଏକ ଡାଟାବେସ୍ ପ୍ରସ୍ତୁତ କରିବାକୁ ସେ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନଙ୍କ ଜୀବନର ଦସ୍ତାବିଜ ପ୍ରସ୍ତୁତ କରିବା, ସେମାନେ କିପରି ଆହ୍ୱାନଗୁଡ଼ିକୁ ସୁଯୋଗରେ ପରିଣତ କଲେ, ତାହା ଚଳଚ୍ଚିତ୍ର ଏବଂ ଡକ୍ୟୁମେଣ୍ଟାରୀ ଜରିଆରେ ପ୍ରଦର୍ଶିତ ହୋଇପାରିବ। ଗିରମିଟିଆ ପରମ୍ପରାର ଅଧ୍ୟୟନ ଏବଂ ଗବେଷଣାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ଏଥିପାଇଁ ଏକ ବିଶ୍ୱବିଦ୍ୟାଳୟ ଚେୟାର ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଥିଲେ। ନିୟମିତ ଭାବେ ବିଶ୍ୱ ଗିରମିଟିଆ ସମ୍ମିଳନୀ ଆୟୋଜନ କରିବା ଲାଗି ମଧ୍ୟ ସେ ଅନୁରୋଧ କରିଥିଲେ ଏବଂ ଏହି ସମ୍ଭାବନାଗୁଡ଼ିକୁ ଅନ୍ୱେଷଣ କରିବା ତଥା ଏହି ପଦକ୍ଷେପଗୁଡ଼ିକୁ ଆଗକୁ ବଢ଼ାଇବା ଦିଗରେ କାର୍ଯ୍ୟ କରିବା ଲାଗି ପ୍ରଧାନମନ୍ତ୍ରୀ ତାଙ୍କର ସହଯୋଗୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଆଧୁନିକ ଭାରତ ବିକାଶ ଏବଂ ଐତିହ୍ୟର ମନ୍ତ୍ର ସହିତ ଆଗକୁ ବଢ଼ୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ, ଜି-୨୦ ବୈଠକ ସମୟରେ ସାରା ଦେଶରେ ଅଧିବେଶନମାନ ଆୟୋଜିତ ହୋଇଥିଲା, ଯାହାଦ୍ୱାରା ବିଶ୍ୱକୁ ଭାରତର ବିବିଧତାର ପ୍ରତ୍ୟକ୍ଷ ଅନୁଭବ ମିଳିପାରିଥିଲା। କାଶୀ-ତାମିଲ ସଙ୍ଗମମ, କାଶୀ ତେଲୁଗୁ ସଙ୍ଗମ ଓ ସୌରାଷ୍ଟ୍ର ତାମିଲ ସଙ୍ଗମମ ଭଳି କାର୍ଯ୍ୟକ୍ରମ ବିଷୟରେ ସେ ଗର୍ବର ସହ ଉଲ୍ଲେଖ କରିଥିଲେ। ଆଗାମୀ ସନ୍ଥ ଥିରୁଭଲ୍ଲୁଭର ଦିବସ ଉପରେ ଆଲୋକପାତ କରିଥିଲେ ଏବଂ ତାଙ୍କ ଶିକ୍ଷାର ପ୍ରସାର ପାଇଁ ଥିରୁଭଲ୍ଲୁଭର ସଂସ୍କୃତି କେନ୍ଦ୍ର ପ୍ରତିଷ୍ଠା କରିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ସେ କହିଥିଲେ ଯେ ସିଙ୍ଗାପୁରରେ ପ୍ରଥମ କେନ୍ଦ୍ର ଆରମ୍ଭ ହୋଇଛି ଏବଂ ଆମେରିକାର ହ୍ୟୁଷ୍ଟନ ବିଶ୍ୱବିଦ୍ୟାଳୟରେ ଏକ ଥିରୁଭଲ୍ଲୁଭର ଚେୟାର ପ୍ରତିଷ୍ଠା କରାଯାଉଛି। ଏହି ପ୍ରୟାସର ଉଦ୍ଦେଶ୍ୟ ହେଉଛି ତାମିଲ ଭାଷା ଓ ଐତିହ୍ୟ ତଥା ଭାରତର ଐତିହ୍ୟକୁ ବିଶ୍ୱର ପ୍ରତ୍ୟେକ କୋଣରେ ପହଞ୍ଚାଇବା ବୋଲି ଶ୍ରୀ ମୋଦୀ କହିଥିଲେ ।

 

ଭାରତର ଐତିହ୍ୟ ସ୍ଥଳଗୁଡ଼ିକୁ ଯୋଡ଼ିବା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାମାୟଣ ଏକ୍ସପ୍ରେସ୍ ଭଳି ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ଭଗବାନ ରାମ ଏବଂ ସୀତା ମାତାଙ୍କ ସହ ଜଡ଼ିତ ସ୍ଥାନଗୁଡ଼ିକୁ ଯାତାୟାତ ସୁବିଧା ଯୋଗାଇଦେଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ଗୌରବ ଟ୍ରେନ୍ ସାରା ଦେଶର ଗୁରୁତ୍ୱପୂର୍ଣ୍ଣ ଐତିହ୍ୟ ସ୍ଥଳକୁ ସଂଯୋଗ କରିଛି । ସେମି-ହାଇ-ସ୍ପିଡ୍ ବନ୍ଦେ ଭାରତ ଟ୍ରେନ୍ ଭାରତର ପ୍ରମୁଖ ଐତିହ୍ୟ କେନ୍ଦ୍ରଗୁଡ଼ିକୁ ସଂଯୋଗ କରିଛି। ଏକ ସ୍ୱତନ୍ତ୍ର ପ୍ରବାସୀ ଭାରତୀୟ ଏକ୍ସପ୍ରେସ୍ ଟ୍ରେନର ଶୁଭାରମ୍ଭ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ଏହା ପ୍ରାୟ ୧୫୦ଜଣ ଯାତ୍ରୀଙ୍କୁ ପର୍ଯ୍ୟଟନ ଏବଂ ଆସ୍ଥା ସହ ଜଡ଼ିତ ୧୭ଟି ଗନ୍ତବ୍ୟସ୍ଥଳକୁ ନେଇଯିବ। ସେ ଓଡ଼ିଶାର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପରିଦର୍ଶନ କରିବାକୁ ସମସ୍ତଙ୍କୁ ଉତ୍ସାହିତ କରିଥିଲେ ଏବଂ ପ୍ରୟାଗରାଜରେ ଆଗାମୀ ମହାକୁମ୍ଭରେ ଯୋଗ ଦେଇ ଏହି ବିରଳ ସୁଯୋଗର ଲାଭ ଉଠାଇବା ପାଇଁ ଲୋକଙ୍କୁ ଅନୁରୋଧ କରିଥିଲେ।

୧୯୪୭ ମସିହାରେ ଭାରତର ସ୍ୱାଧୀନତାରେ ପ୍ରବାସୀ ଭାରତୀୟଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଧାନମନ୍ତ୍ରୀ ସ୍ୱୀକାର କରିଥିଲେ ଏବଂ କହିଥିଲେ ଯେ ପ୍ରବାସୀ ଭାରତୀୟମାନେ ଭାରତର ବିକାଶରେ ଯୋଗଦାନ ଜାରି ରଖିଛନ୍ତି, ଯାହାଦ୍ୱାରା ଭାରତ ବିଶ୍ୱର ସର୍ବାଧିକ ଅର୍ଥହସ୍ତାନ୍ତର  ପ୍ରାପ୍ତ କରୁଥିବା ରାଷ୍ଟ୍ରରେ ପରିଣତ ହୋଇଛି। ୨୦୪୭ ମସିହା ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ମୋଦୀ ପ୍ରବାସୀ ଭାରତୀୟଙ୍କ ଆର୍ଥିକ ସେବା ଏବଂ ନିବେଶ ଆବଶ୍ୟକତାକୁ ପୂରଣ କରିବାରେ ଗିଫ୍ଟ ସିଟି ଇକୋସିଷ୍ଟମର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏଥିସହିତ ବିକାଶ ଦିଗରେ ଭାରତର ଯାତ୍ରାକୁ ସୁଦୃଢ଼ କରିବା ପାଇଁ ଏହାର ଲାଭ ଉଠାଇବା ପାଇଁ ପ୍ରବାସୀମାନଙ୍କୁ ସେ ଉତ୍ସାହିତ କରିଥିଲେ। ଶ୍ରୀ ମୋଦୀ କହିଥିଲେ, ପ୍ରବାସୀ ଭାରତୀୟଙ୍କ ପ୍ରତ୍ୟେକ ପ୍ରୟାସ ଭାରତର ପ୍ରଗତିରେ ସହାୟକ ହୋଇଥାଏ। ଐତିହ୍ୟ ପର୍ଯ୍ୟଟନର ସମ୍ଭାବନା ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ ଯେ ଭାରତ କେବଳ ଏହାର ପ୍ରମୁଖ ମେଟ୍ରୋ ସହରଗୁଡ଼ିକ ମଧ୍ୟରେ ସୀମିତ ନୁହେଁ, ବରଂ ଏହା ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ସହର ଏବଂ ଗାଁରେ ମଧ୍ୟ ବ୍ୟାପି ରହିଛି, ଯାହା ଭାରତର ଐତିହ୍ୟକୁ ପ୍ରଦର୍ଶିତ କରିଥାଏ। ପରବର୍ତ୍ତୀ ଭାରତ ଗସ୍ତରେ ଅତି କମରେ ପାଞ୍ଚ ଜଣ ବନ୍ଧୁଙ୍କୁ ଆଣିବାକୁ ପ୍ରଧାନମନ୍ତ୍ରୀ ପ୍ରବାସୀମାନଙ୍କୁ ଉତ୍ସାହିତ କରିଥିଲେ, ଯାହା ସେମାନଙ୍କୁ ଭାରତର ଅନ୍ୱେଷଣ ଏବଂ ଜାଣିବା ଲାଗି ଅନୁପ୍ରାଣିତ କରିବ।

 

ଭାରତକୁ ଭଲ ଭାବେ ବୁଝିବା ପାଇଁ ‘ଭାରତ କୋ ଜାନିଏ’ କୁଇଜରେ ଅଂଶଗ୍ରହଣ କରିବା ଲାଗି ଶ୍ରୀ ମୋଦୀ ପ୍ରବାସୀ ଯୁବବର୍ଗଙ୍କୁ ନିବେଦନ କରିଥିଲେ। ‘ଷ୍ଟଡି ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମ ଏବଂ ଆଇ.ସି.ସି.ଆର୍. ଛାତ୍ରବୃତ୍ତି ଯୋଜନାର ଲାଭ ଉଠାଇବା ପାଇଁ ସେମାନଙ୍କୁ ସେ ଉତ୍ସାହିତ କରିଥିଲେ। ପ୍ରବାସୀ ଭାରତୀୟ ବସବାସ କରୁଥିବା ଦେଶଗୁଡ଼ିକରେ ଭାରତର ପ୍ରକୃତ ଇତିହାସର ପ୍ରସାର କରିବାର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଏହି ଦେଶଗୁଡ଼ିକର ବର୍ତ୍ତମାନର ପିଢ଼ି ଭାରତର ସମୃଦ୍ଧି, ଦୀର୍ଘକାଳୀନ ପରାଧୀନତା ଏବଂ ସଂଘର୍ଷ ବିଷୟରେ ଅବଗତ ନଥାଇପାରନ୍ତି। ଭାରତର ପ୍ରକୃତ ଇତିହାସକୁ ବିଶ୍ୱ ସହ ବାଣ୍ଟିବା ପାଇଁ ସେ ପ୍ରବାସୀ ଭାରତୀୟମାନଙ୍କୁ ଅନୁରୋଧ କରିଥିଲେ।

‘‘ଭାରତକୁ ଏବେ ବିଶ୍ୱବନ୍ଧୁ ଭାବେ ସ୍ୱୀକୃତି ମିଳିଛି’’ ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟମାନଙ୍କୁ ସେମାନଙ୍କ ପ୍ରୟାସକୁ ବୃଦ୍ଧି କରି ଏହି ବୈଶ୍ୱିକ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ଅନୁରୋଧ କରିଥିଲେ। ନିଜ ନିଜ ଦେଶରେ, ବିଶେଷ କରି ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ପୁରସ୍କାର ସମାରୋହ ଆୟୋଜନ କରିବାକୁ ସେ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାହିତ୍ୟ, କଳା ଓ ହସ୍ତଶିଳ୍ପ, ଚଳଚ୍ଚିତ୍ର ଓ ଥିଏଟର ଭଳି ବିଭିନ୍ନ କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇପାରିବ। ଭାରତୀୟ ଦୂତାବାସ ଓ ବାଣିଜ୍ୟ ଦୂତାବାସଗୁଡ଼ିକର ସହାୟତାରେ ସଫଳ ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିବା ଲାଗି ସେ ପ୍ରବାସୀ ଭାରତୀୟମାନଙ୍କୁ ଉତ୍ସାହିତ କରିଥିଲେ। ଏହା ସ୍ଥାନୀୟ ଲୋକଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କ ଏବଂ ଭାବପ୍ରବଣ ବନ୍ଧନକୁ ବୃଦ୍ଧି କରିବ ବୋଲି ସେ କହିଥିଲେ।

 

ସ୍ଥାନୀୟ ଭାରତୀୟ ଉତ୍ପାଦକୁ ବିଶ୍ୱସ୍ତରୀୟ କରିବାରେ ପ୍ରବାସୀ ଭାରତୀୟଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ସେମାନଙ୍କୁ ‘‘ମେଡ୍ ଇନ୍ ଇଣ୍ଡିଆ’’ ଖାଦ୍ୟ ପ୍ୟାକେଟ୍, ପୋଷାକ ଏବଂ ଅନ୍ୟାନ୍ୟ ସାମଗ୍ରୀ ସ୍ଥାନୀୟ କିମ୍ବା ଅନଲାଇନ୍ କିଣିବାକୁ ଅନୁରୋଧ କରିଥିଲେ । ଏହି ଉତ୍ପାଦଗୁଡ଼ିକୁ ସେମାନଙ୍କ ରୋଷେଇ ଘର, ଡ୍ରଇଂ ରୁମ୍ ଏବଂ ଉପହାରରେ ଅନ୍ତର୍ଭୁକ୍ତ କରିବାକୁ ସେ ନିବେଦନ କରିଥିଲେ। ସେ କହିଥିଲେ ଯେ ଏକ ବିକଶିତ ଭାରତ ଗଠନ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ହେବ। 

ମା’ ଓ ପୃଥିବୀମାତାଙ୍କ ପାଇଁ ଆଉ ଏକ ନିବେଦନ କରି ପ୍ରଧାନମନ୍ତ୍ରୀ ତାଙ୍କର ସଦ୍ୟ ଗୁୟାନା ଗସ୍ତ ବିଷୟରେ ସ୍ମରଣ କରିଥିଲେ ଯେଉଁଥିରେ ସେ ‘‘ଏକ ପେଡ୍‌ ମା’ କେ ନାମ୍‌’’ ଅଭିଯାନରେ ଗୁୟାନା ରାଷ୍ଟ୍ରପତିଙ୍କ ସହ ସାମିଲ ହୋଇଥିଲେ। ସେ କହିଥିଲେ ଯେ ଭାରତରେ ଲକ୍ଷ ଲକ୍ଷ ଲୋକ ଏହା କରିସାରିଛନ୍ତି। ପ୍ରବାସୀମାନେ ଯେଉଁଠି ଥାଆନ୍ତୁ ନା କାହିଁକି, ସେମାନଙ୍କ ମା’ଙ୍କ ନାମରେ ଏକ ବୃକ୍ଷ କିମ୍ବା ଚାରା ଲଗାଇବା ପାଇଁ ଶ୍ରୀ ମୋଦୀ ପ୍ରୋତ୍ସାହିତ କରିଥିଲେ। ଯେତେବେଳେ ସେମାନେ ଭାରତରୁ ଫେରିବେ, ସେମାନେ ଏକ ବିକଶିତ ଭାରତର ସଂକଳ୍ପକୁ ନିଜ ସହିତ ନେଇଯିବେ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ ବିଶ୍ୱାସ ପ୍ରକଟ କରିଥିଲେ । ଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମ୍ପଦ ସହିତ ଏକ ସମୃଦ୍ଧ ୨୦୨୫ କାମନା କରିଥିଲେ ଏବଂ ସେମାନଙ୍କୁ ଭାରତକୁ ସ୍ୱାଗତ କରିଥିଲେ।

ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି, ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର, ଶ୍ରୀ ଅଶ୍ୱିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସୁଶ୍ରୀ ଶୋଭା କରନ୍ଦଲାଜେ, କିର୍ତ୍ତି ବର୍ଦ୍ଧନ ସିଂ, ଶ୍ରୀ ପବିତ୍ର ମାର୍ଗାରିଟାଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ଅତିଥିମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

 

ପୃଷ୍ଠଭୂମି

ପ୍ରବାସୀ ଭାରତୀୟ ଦିବସ (ପି.ବି.ଡି.) ସମ୍ମିଳନୀ ହେଉଛି ଭାରତ ସରକାରଙ୍କ ଏକ ଫ୍ଲାଗସିପ୍ କାର୍ଯ୍ୟକ୍ରମ ଯାହା ପ୍ରବାସୀ ଭାରତୀୟଙ୍କ ସହ ଯୋଡ଼ି ହେବା ଏବଂ ସେମାନଙ୍କୁ ପରସ୍ପର ସହ ଭାବ ବିନିମୟ କରିବାରେ ସକ୍ଷମ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିଥାଏ। ଓଡ଼ିଶା ରାଜ୍ୟ ସରକାରଙ୍କ ସହଭାଗିତାରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ୮ରୁ ୧୦ ଜାନୁଆରୀ, ୨୦୨୫ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେଉଛି। ଚଳିତ ପି.ବି.ଡି. ସମ୍ମିଳନୀର ବିଷୟବସ୍ତୁ ହେଉଛି ‘‘ଏକ ବିକଶିତ ଭାରତ ପାଇଁ ପ୍ରବାସୀଙ୍କ ଯୋଗଦାନ’’। ପି.ବି.ଡି. ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ୫୦ରୁ ଅଧିକ ଦେଶରୁ ବହୁ ସଂଖ୍ୟକ ପ୍ରବାସୀ ଭାରତୀୟ ସଦସ୍ୟ ପଞ୍ଜିକରଣ କରିଛନ୍ତି।

ପ୍ରବାସୀ ଭାରତୀୟଙ୍କ ପାଇଁ ଏକ ସ୍ୱତନ୍ତ୍ର ପର୍ଯ୍ୟଟକ ଟ୍ରେନ୍, ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଉଦଘାଟନୀ ଯାତ୍ରାକୁ ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ, ଯାହା ଦିଲ୍ଲୀର ନିଜାମୁଦ୍ଦିନ ରେଳ ଷ୍ଟେସନରୁ ପ୍ରସ୍ଥାନ କରିବ ଏବଂ ତିନି ସପ୍ତାହ ପାଇଁ ପର୍ଯ୍ୟଟନ ଏବଂ ଧାର୍ମିକ ଗୁରୁତ୍ୱ ବହନ କରୁଥିବା ଭାରତର ଏକାଧିକ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିବ। ପ୍ରବାସୀ ତୀର୍ଥ ଦର୍ଶନ ଯୋଜନା ଅଧୀନରେ ପ୍ରବାସୀ ଭାରତୀୟ ଏକ୍ସପ୍ରେସ୍ ପରିଚାଳିତ ହେବ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
MSME exports touch Rs 9.52 lakh crore in April–September FY26: Govt tells Parliament

Media Coverage

MSME exports touch Rs 9.52 lakh crore in April–September FY26: Govt tells Parliament
NM on the go

Nm on the go

Always be the first to hear from the PM. Get the App Now!
...
Assam has picked up a new momentum of development: PM Modi at the foundation stone laying of Ammonia-Urea Fertilizer Project in Namrup
December 21, 2025
Assam has picked up a new momentum of development: PM
Our government is placing farmers' welfare at the centre of all its efforts: PM
Initiatives like PM Dhan Dhanya Krishi Yojana and the Dalhan Atmanirbharta Mission are launched to promote farming and support farmers: PM
Guided by the vision of Sabka Saath, Sabka Vikas, our efforts have transformed the lives of poor: PM

उज्जनिर रायज केने आसे? आपुनालुकोलोई मुर अंतोरिक मोरोम आरु स्रद्धा जासिसु।

असम के गवर्नर लक्ष्मण प्रसाद आचार्य जी, मुख्यमंत्री हिमंता बिस्वा शर्मा जी, केंद्र में मेरे सहयोगी और यहीं के आपके प्रतिनिधि, असम के पूर्व मुख्यमंत्री, सर्बानंद सोनोवाल जी, असम सरकार के मंत्रीगण, सांसद, विधायक, अन्य महानुभाव, और विशाल संख्या में आए हुए, हम सबको आशीर्वाद देने के लिए आए हुए, मेरे सभी भाइयों और बहनों, जितने लोग पंडाल में हैं, उससे ज्यादा मुझे वहां बाहर दिखते हैं।

सौलुंग सुकाफा और महावीर लसित बोरफुकन जैसे वीरों की ये धरती, भीमबर देउरी, शहीद कुसल कुवर, मोरान राजा बोडौसा, मालती मेम, इंदिरा मिरी, स्वर्गदेव सर्वानंद सिंह और वीरांगना सती साध`नी की ये भूमि, मैं उजनी असम की इस महान मिट्टी को श्रद्धापूर्वक नमन करता हूँ।

साथियों,

मैं देख रहा हूँ, सामने दूर-दूर तक आप सब इतनी बड़ी संख्या में अपना उत्साह, अपना उमंग, अपना स्नेह बरसा रहे हैं। और खासकर, मेरी माताएँ बहनें, इतनी विशाल संख्या में आप जो प्यार और आशीर्वाद लेकर आईं हैं, ये हमारी सबसे बड़ी शक्ति है, सबसे बड़ी ऊर्जा है, एक अद्भुत अनुभूति है। मेरी बहुत सी बहनें असम के चाय बगानों की खुशबू लेकर यहां उपस्थित हैं। चाय की ये खुशबू मेरे और असम के रिश्तों में एक अलग ही ऐहसास पैदा करती है। मैं आप सभी को प्रणाम करता हूँ। इस स्नेह और प्यार के लिए मैं हृदय से आप सबका आभार करता हूँ।

साथियों,

आज असम और पूरे नॉर्थ ईस्ट के लिए बहुत बड़ा दिन है। नामरूप और डिब्रुगढ़ को लंबे समय से जिसका इंतज़ार था, वो सपना भी आज पूरा हो रहा है, आज इस पूरे इलाके में औद्योगिक प्रगति का नया अध्याय शुरू हो रहा है। अभी थोड़ी देर पहले मैंने यहां अमोनिया–यूरिया फर्टिलाइज़र प्लांट का भूमि पूजन किया है। डिब्रुगढ़ आने से पहले गुवाहाटी में एयरपोर्ट के एक टर्मिनल का उद्घाटन भी हुआ है। आज हर कोई कह रहा है, असम विकास की एक नई रफ्तार पकड़ चुका है। मैं आपको बताना चाहता हूँ, अभी आप जो देख रहे हैं, जो अनुभव कर रहे हैं, ये तो एक शुरुआत है। हमें तो असम को बहुत आगे लेकर के जाना है, आप सबको साथ लेकर के आगे बढ़ना है। असम की जो ताकत और असम की भूमिका ओहोम साम्राज्य के दौर में थी, विकसित भारत में असम वैसी ही ताकतवर भूमि बनाएंगे। नए उद्योगों की शुरुआत, आधुनिक इनफ्रास्ट्रक्चर का निर्माण, Semiconductors, उसकी manufacturing, कृषि के क्षेत्र में नए अवसर, टी-गार्डेन्स और उनके वर्कर्स की उन्नति, पर्यटन में बढ़ती संभावनाएं, असम हर क्षेत्र में आगे बढ़ रहा है। मैं आप सभी को और देश के सभी किसान भाई-बहनों को इस आधुनिक फर्टिलाइज़र प्लांट के लिए बहुत-बहुत शुभकामनाएँ देता हूँ। मैं आपको गुवाहटी एयरपोर्ट के नए टर्मिनल के लिए भी बधाई देता हूँ। बीजेपी की डबल इंजन सरकार में, उद्योग और कनेक्टिविटी की ये जुगलबंदी, असम के सपनों को पूरा कर रही है, और साथ ही हमारे युवाओं को नए सपने देखने का हौसला भी दे रही है।

साथियों,

विकसित भारत के निर्माण में देश के किसानों की, यहां के अन्नदाताओं की बहुत बड़ी भूमिका है। इसलिए हमारी सरकार किसानों के हितों को सर्वोपरि रखते हुए दिन-रात काम कर रही है। यहां आप सभी को किसान हितैषी योजनाओं का लाभ दिया जा रहा है। कृषि कल्याण की योजनाओं के बीच, ये भी जरूरी है कि हमारे किसानों को खाद की निरंतर सप्लाई मिलती रहे। आने वाले समय में ये यूरिया कारख़ाना यह सुनिश्चित करेगा। इस फर्टिलाइज़र प्रोजेक्ट पर करीब 11 हजार करोड़ रुपए खर्च किए जाएंगे। यहां हर साल 12 लाख मीट्रिक टन से ज्यादा खाद बनेगी। जब उत्पादन यहीं होगा, तो सप्लाई तेज होगी। लॉजिस्टिक खर्च घटेगा।

साथियों,

नामरूप की ये यूनिट रोजगार-स्वरोजगार के हजारों नए अवसर भी बनाएगी। प्लांट के शुरू होते ही अनेकों लोगों को यहीं पर स्थायी नौकरी भी मिलेगी। इसके अलावा जो काम प्लांट के साथ जुड़ा होता है, मरम्मत हो, सप्लाई हो, कंस्ट्रक्शन का बहुत बड़ी मात्रा में काम होगा, यानी अनेक काम होते हैं, इन सबमें भी यहां के स्थानीय लोगों को और खासकर के मेरे नौजवानों को रोजगार मिलेगा।

लेकिन भाइयों बहनों,

आप सोचिए, किसानों के कल्याण के लिए काम बीजेपी सरकार आने के बाद ही क्यों हो रहा है? हमारा नामरूप तो दशकों से खाद उत्पादन का केंद्र था। एक समय था, जब यहां बनी खाद से नॉर्थ ईस्ट के खेतों को ताकत मिलती थी। किसानों की फसलों को सहारा मिलता था। जब देश के कई हिस्सों में खाद की आपूर्ति चुनौती बनी, तब भी नामरूप किसानों के लिए उम्मीद बना रहा। लेकिन, पुराने कारखानों की टेक्नालजी समय के साथ पुरानी होती गई, और काँग्रेस की सरकारों ने कोई ध्यान नहीं दिया। नतीजा ये हुआ कि, नामरूप प्लांट की कई यूनिट्स इसी वजह से बंद होती गईं। पूरे नॉर्थ ईस्ट के किसान परेशान होते रहे, देश के किसानों को भी तकलीफ हुई, उनकी आमदनी पर चोट पड़ती रही, खेती में तकलीफ़ें बढ़ती गईं, लेकिन, काँग्रेस वालों ने इस समस्या का कोई हल ही नहीं निकाला, वो अपनी मस्ती में ही रहे। आज हमारी डबल इंजन सरकार, काँग्रेस द्वारा पैदा की गई उन समस्याओं का समाधान भी कर रही है।

साथियों,

असम की तरह ही, देश के दूसरे राज्यों में भी खाद की कितनी ही फ़ैक्टरियां बंद हो गईं थीं। आप याद करिए, तब किसानों के क्या हालात थे? यूरिया के लिए किसानों को लाइनों में लगना पड़ता था। यूरिया की दुकानों पर पुलिस लगानी पड़ती थी। पुलिस किसानों पर लाठी बरसाती थी।

भाइयों बहनों,

काँग्रेस ने जिन हालातों को बिगाड़ा था, हमारी सरकार उन्हें सुधारने के लिए एडी-चोटी की ताकत लगा रही है। और इन्होंने इतना बुरा किया,इतना बुरा किया कि, 11 साल से मेहनत करने के बाद भी, अभी मुझे और बहुत कुछ करना बाकी है। काँग्रेस के दौर में फर्टिलाइज़र्स फ़ैक्टरियां बंद होती थीं। जबकि हमारी सरकार ने गोरखपुर, सिंदरी, बरौनी, रामागुंडम जैसे अनेक प्लांट्स शुरू किए हैं। इस क्षेत्र में प्राइवेट सेक्टर को भी बढ़ावा दिया जा रहा है। आज इसी का नतीजा है, हम यूरिया के क्षेत्र में आने वाले कुछ समय में आत्मनिर्भर हो सके, उस दिशा में मजबूती से कदम रख रहे हैं।

साथियों,

2014 में देश में सिर्फ 225 लाख मीट्रिक टन यूरिया का ही उत्पादन होता था। आपको आंकड़ा याद रहेगा? आंकड़ा याद रहेगा? मैं आपने मुझे काम दिया 10-11 साल पहले, तब उत्पादन होता था 225 लाख मीट्रिक टन। ये आंकड़ा याद रखिए। पिछले 10-11 साल की मेहनत में हमने उत्पादन बढ़ाकर के करीब 306 लाख मीट्रिक टन तक पहुंच चुका है। लेकिन हमें यहां रूकना नहीं है, क्योंकि अभी भी बहुत करने की जरूरत है। जो काम उनको उस समय करना था, नहीं किया, और इसलिए मुझे थोड़ा एक्स्ट्रा मेहनत करनी पड़ रही है। और अभी हमें हर साल करीब 380 लाख मीट्रिक टन यूरिया की जरूरत पड़ती है। हम 306 पर पहुंचे हैं, 70-80 और करना है। लेकिन मैं देशवासियों को विश्वास दिलाता हूं, हम जिस प्रकार से मेहनत कर रहे हैं, जिस प्रकार से योजना बना रहे हैं और जिस प्रकार से मेरे किसान भाई-बहन हमें आशीर्वाद दे रहे हैं, हम हो सके उतना जल्दी इस गैप को भरने में कोई कमी नहीं रखेंगे।

और भाइयों और बहनों,

मैं आपको एक और बात बताना चाहता हूं, आपके हितों को लेकर हमारी सरकार बहुत ज्यादा संवेदनशील है। जो यूरिया हमें महंगे दामों पर विदेशों से मंगाना पड़ता है, हम उसकी भी चोट अपने किसानों पर नहीं पड़ने देते। बीजेपी सरकार सब्सिडी देकर वो भार सरकार खुद उठाती है। भारत के किसानों को सिर्फ 300 रुपए में यूरिया की बोरी मिलती है, उस एक बोरी के बदले भारत सरकार को दूसरे देशों को, जहां से हम बोरी लाते हैं, करीब-करीब 3 हजार रुपए देने पड़ते हैं। अब आप सोचिए, हम लाते हैं 3000 में, और देते हैं 300 में। यह सारा बोझ देश के किसानों पर हम नहीं पड़ने देते। ये सारा बोझ सरकार खुद भरती है। ताकि मेरे देश के किसान भाई बहनों पर बोझ ना आए। लेकिन मैं किसान भाई बहनों को भी कहूंगा, कि आपको भी मेरी मदद करनी होगी और वह मेरी मदद है इतना ही नहीं, मेरे किसान भाई-बहन आपकी भी मदद है, और वो है यह धरती माता को बचाना। हम धरती माता को अगर नहीं बचाएंगे तो यूरिया की कितने ही थैले डाल दें, यह धरती मां हमें कुछ नहीं देगी और इसलिए जैसे शरीर में बीमारी हो जाए, तो दवाई भी हिसाब से लेनी पड़ती है, दो गोली की जरूरत है, चार गोली खा लें, तो शरीर को फायदा नहीं नुकसान हो जाता है। वैसा ही इस धरती मां को भी अगर हम जरूरत से ज्यादा पड़ोस वाला ज्यादा बोरी डालता है, इसलिए मैं भी बोरी डाल दूं। इस प्रकार से अगर करते रहेंगे तो यह धरती मां हमसे रूठ जाएगी। यूरिया खिला खिलाकर के हमें धरती माता को मारने का कोई हक नहीं है। यह हमारी मां है, हमें उस मां को भी बचाना है।

साथियों,

आज बीज से बाजार तक भाजपा सरकार किसानों के साथ खड़ी है। खेत के काम के लिए सीधे खाते में पैसे पहुंचाए जा रहे हैं, ताकि किसान को उधार के लिए भटकना न पड़े। अब तक पीएम किसान सम्मान निधि के लगभग 4 लाख करोड़ रुपए किसानों के खाते में भेजे गए हैं। आंकड़ा याद रहेगा? भूल जाएंगे? 4 लाख करोड़ रूपया मेरे देश के किसानों के खाते में सीधे जमा किए हैं। इसी साल, किसानों की मदद के लिए 35 हजार करोड़ रुपए की दो योजनाएं नई योजनाएं शुरू की हैं 35 हजार करोड़। पीएम धन धान्य कृषि योजना और दलहन आत्मनिर्भरता मिशन, इससे खेती को बढ़ावा मिलेगा।

साथियों,

हम किसानों की हर जरूरत को ध्यान रखते हुए काम कर रहे हैं। खराब मौसम की वजह से फसल नुकसान होने पर किसान को फसल बीमा योजना का सहारा मिल रहा है। फसल का सही दाम मिले, इसके लिए खरीद की व्यवस्था सुधारी गई है। हमारी सरकार का साफ मानना है कि देश तभी आगे बढ़ेगा, जब मेरा किसान मजबूत होगा। और इसके लिए हर संभव प्रयास किए जा रहे हैं।

साथियों,

केंद्र में हमारी सरकार बनने के बाद हमने किसान क्रेडिट कार्ड की सुविधा से पशुपालकों और मछलीपालकों को भी जोड़ दिया था। किसान क्रेडिट कार्ड, KCC, ये KCC की सुविधा मिलने के बाद हमारे पशुपालक, हमारे मछली पालन करने वाले इन सबको खूब लाभ उठा रहा है। KCC से इस साल किसानों को, ये आंकड़ा भी याद रखो, KCC से इस साल किसानों को 10 लाख करोड़ रुपये से ज्यादा की मदद दी गई है। 10 लाख करोड़ रुपया। बायो-फर्टिलाइजर पर GST कम होने से भी किसानों को बहुत फायदा हुआ है। भाजपा सरकार भारत के किसानों को नैचुरल फार्मिंग के लिए भी बहुत प्रोत्साहन दे रही है। और मैं तो चाहूंगा असम के अंदर कुछ तहसील ऐसे आने चाहिए आगे, जो शत प्रतिशत नेचुरल फार्मिंग करते हैं। आप देखिए हिंदुस्तान को असम दिशा दिखा सकता है। असम का किसान देश को दिशा दिखा सकता है। हमने National Mission On Natural Farming शुरू की, आज लाखों किसान इससे जुड़ चुके हैं। बीते कुछ सालों में देश में 10 हजार किसान उत्पाद संघ- FPO’s बने हैं। नॉर्थ ईस्ट को विशेष ध्यान में रखते हुए हमारी सरकार ने खाद्य तेलों- पाम ऑयल से जुड़ा मिशन भी शुरू किया। ये मिशन भारत को खाद्य तेल के मामले में आत्मनिर्भर तो बनाएगा ही, यहां के किसानों की आय भी बढ़ाएगा।

साथियों,

यहां इस क्षेत्र में बड़ी संख्या में हमारे टी-गार्डन वर्कर्स भी हैं। ये भाजपा की ही सरकार है जिसने असम के साढ़े सात लाख टी-गार्डन वर्कर्स के जनधन बैंक खाते खुलवाए। अब बैंकिंग व्यवस्था से जुड़ने की वजह से इन वर्कर्स के बैंक खातों में सीधे पैसे भेजे जाने की सुविधा मिली है। हमारी सरकार टी-गार्डन वाले क्षेत्रों में स्कूल, रोड, बिजली, पानी, अस्पताल की सुविधाएं बढ़ा रही है।

साथियों,

हमारी सरकार सबका साथ सबका विकास के मंत्र के साथ आगे बढ़ रही है। हमारा ये विजन, देश के गरीब वर्ग के जीवन में बहुत बड़ा बदलाव लेकर आया है। पिछले 11 वर्षों में हमारे प्रयासों से, योजनाओं से, योजनाओं को धरती पर उतारने के कारण 25 करोड़ लोग, ये आंकड़ा भी याद रखना, 25 करोड़ लोग गरीबी से बाहर निकले हैं। देश में एक नियो मिडिल क्लास तैयार हुआ है। ये इसलिए हुआ है, क्योंकि बीते वर्षों में भारत के गरीब परिवारों के जीवन-स्तर में निरंतर सुधार हुआ है। कुछ ताजा आंकड़े आए हैं, जो भारत में हो रहे बदलावों के प्रतीक हैं।

साथियों,

और मैं मीडिया में ये सारी चीजें बहुत काम आती हैं, और इसलिए मैं आपसे आग्रह करता हूं मैं जो बातें बताता हूं जरा याद रख के औरों को बताना।

साथियों,

पहले गांवों के सबसे गरीब परिवारों में, 10 परिवारों में से 1 के पास बाइक तक होती नहीं थी। 10 में से 1 के पास भी नहीं होती थी। अभी जो सर्वे आए हैं, अब गांव में रहने वाले करीब–करीब आधे परिवारों के पास बाइक या कार होती है। इतना ही नहीं मोबाइल फोन तो लगभग हर घर में पहुंच चुके हैं। फ्रिज जैसी चीज़ें, जो पहले “लग्ज़री” मानी जाती थीं, अब ये हमारे नियो मिडल क्लास के घरों में भी नजर आने लगी है। आज गांवों की रसोई में भी वो जगह बना चुका है। नए आंकड़े बता रहे हैं कि स्मार्टफोन के बावजूद, गांव में टीवी रखने का चलन भी बढ़ रहा है। ये बदलाव अपने आप नहीं हुआ। ये बदलाव इसलिए हुआ है क्योंकि आज देश का गरीब सशक्त हो रहा है, दूर-दराज के क्षेत्रों में रहने वाले गरीब तक भी विकास का लाभ पहुंचने लगा है।

साथियों,

भाजपा की डबल इंजन सरकार गरीबों, आदिवासियों, युवाओं और महिलाओं की सरकार है। इसीलिए, हमारी सरकार असम और नॉर्थ ईस्ट में दशकों की हिंसा खत्म करने में जुटी है। हमारी सरकार ने हमेशा असम की पहचान और असम की संस्कृति को सर्वोपरि रखा है। भाजपा सरकार असमिया गौरव के प्रतीकों को हर मंच पर हाइलाइट करती है। इसलिए, हम गर्व से महावीर लसित बोरफुकन की 125 फीट की प्रतिमा बनाते हैं, हम असम के गौरव भूपेन हजारिका की जन्म शताब्दी का वर्ष मनाते हैं। हम असम की कला और शिल्प को, असम के गोमोशा को दुनिया में पहचान दिलाते हैं, अभी कुछ दिन पहले ही Russia के राष्ट्रपति श्रीमान पुतिन यहां आए थे, जब दिल्ली में आए, तो मैंने बड़े गर्व के साथ उनको असम की ब्लैक-टी गिफ्ट किया था। हम असम की मान-मर्यादा बढ़ाने वाले हर काम को प्राथमिकता देते हैं।

लेकिन भाइयों बहनों,

भाजपा जब ये काम करती है तो सबसे ज्यादा तकलीफ काँग्रेस को होती है। आपको याद होगा, जब हमारी सरकार ने भूपेन दा को भारत रत्न दिया था, तो काँग्रेस ने खुलकर उसका विरोध किया था। काँग्रेस के राष्ट्रीय अध्यक्ष ने कहा था कि, मोदी नाचने-गाने वालों को भारत रत्न दे रहा है। मुझे बताइए, ये भूपेन दा का अपमान है कि नहीं है? कला संस्कृति का अपमान है कि नहीं है? असम का अपमान है कि नहीं है? ये कांग्रेस दिन रात करती है, अपमान करना। हमने असम में सेमीकंडक्टर यूनिट लगवाई, तो भी कांग्रेस ने इसका विरोध किया। आप मत भूलिए, यही काँग्रेस सरकार थी, जिसने इतने दशकों तक टी कम्यूनिटी के भाई-बहनों को जमीन के अधिकार नहीं मिलने दिये! बीजेपी की सरकार ने उन्हें जमीन के अधिकार भी दिये और गरिमापूर्ण जीवन भी दिया। और मैं तो चाय वाला हूं, मैं नहीं करूंगा तो कौन करेगा? ये कांग्रेस अब भी देशविरोधी सोच को आगे बढ़ा रही है। ये लोग असम के जंगल जमीन पर उन बांग्लादेशी घुसपैठियों को बसाना चाहते हैं। जिनसे इनका वोट बैंक मजबूत होता है, आप बर्बाद हो जाए, उनको इनकी परवाह नहीं है, उनको अपनी वोट बैंक मजबूत करनी है।

भाइयों बहनों,

काँग्रेस को असम और असम के लोगों से, आप लोगों की पहचान से कोई लेना देना नहीं है। इनको केवल सत्ता,सरकार और फिर जो काम पहले करते थे, वो करने में इंटरेस्ट है। इसीलिए, इन्हें अवैध बांग्लादेशी घुसपैठिए ज्यादा अच्छे लगते हैं। अवैध घुसपैठियों को काँग्रेस ने ही बसाया, और काँग्रेस ही उन्हें बचा रही है। इसीलिए, काँग्रेस पार्टी वोटर लिस्ट के शुद्धिकरण का विरोध कर रही है। तुष्टीकरण और वोटबैंक के इस काँग्रेसी जहर से हमें असम को बचाकर रखना है। मैं आज आपको एक गारंटी देता हूं, असम की पहचान, और असम के सम्मान की रक्षा के लिए भाजपा, बीजेपी फौलाद बनकर आपके साथ खड़ी है।

साथियों,

विकसित भारत के निर्माण में, आपके ये आशीर्वाद यही मेरी ताकत है। आपका ये प्यार यही मेरी पूंजी है। और इसीलिए पल-पल आपके लिए जीने का मुझे आनंद आता है। विकसित भारत के निर्माण में पूर्वी भारत की, हमारे नॉर्थ ईस्ट की भूमिका लगातार बढ़ रही है। मैंने पहले भी कहा है कि पूर्वी भारत, भारत के विकास का ग्रोथ इंजन बनेगा। नामरूप की ये नई यूनिट इसी बदलाव की मिसाल है। यहां जो खाद बनेगी, वो सिर्फ असम के खेतों तक नहीं रुकेगी। ये बिहार, झारखंड, पश्चिम बंगाल और पूर्वी उत्तर प्रदेश तक पहुंचेगी। ये कोई छोटी बात नहीं है। ये देश की खाद जरूरत में नॉर्थ ईस्ट की भागीदारी है। नामरूप जैसे प्रोजेक्ट, ये दिखाते हैं कि, आने वाले समय में नॉर्थ ईस्ट, आत्मनिर्भर भारत का बहुत बड़ा केंद्र बनकर उभरेगा। सच्चे अर्थ में अष्टलक्ष्मी बन के रहेगा। मैं एक बार फिर आप सभी को नए फर्टिलाइजर प्लांट की बधाई देता हूं। मेरे साथ बोलिए-

भारत माता की जय।

भारत माता की जय।

और इस वर्ष तो वंदे मातरम के 150 साल हमारे गौरवपूर्ण पल, आइए हम सब बोलें-

वंदे मातरम्।

वंदे मातरम्।

वंदे मातरम्।

वंदे मातरम्।

वंदे मातरम्।

वंदे मातरम्।

वंदे मातरम्।

वंदे मातरम्।

वंदे मातरम्।