ମୁମ୍ବାଇରେ ଯାତ୍ରା ଓ ସଂଯୋଗକୁ ନୂତନ ଗତି ଦେବ ନୂତନ ବିମାନବନ୍ଦର ଓ ଭୂତଳ ମେଟ୍ରୋ: ପ୍ରଧାନମନ୍ତ୍ରୀ
ଏକ ବିକଶିତ ଭାରତ ହେଉଛି ଯେଉଁଠାରେ ଗତି ଏବଂ ପ୍ରଗତି ଉଭୟ ରହିଥାଏ, ଯେଉଁଠାରେ ଜନ କଲ୍ୟାଣ ସର୍ବୋପରି ହୋଇଥାଏ ଏବଂ ସରକାରୀ ଯୋଜନାଗୁଡ଼ିକ ପ୍ରତ୍ୟେକ ନାଗରିକଙ୍କ ଜୀବନକୁ ସହଜ କରିଥାଏ : ପ୍ରଧାନମନ୍ତ୍ରୀ
ଉଡାଣ ଯୋଜନାକୁ ଧନ୍ୟବାଦ, ଗତ ଦଶନ୍ଧିରେ ପ୍ରଥମ ଥର ପାଇଁ ଲକ୍ଷ ଲକ୍ଷ ଲୋକ ବିମାନ ଯାତ୍ରା କରିଛନ୍ତି, ସେମାନଙ୍କର ସ୍ୱପ୍ନ ପୂରଣ କରିଛନ୍ତି : ପ୍ରଧାନମନ୍ତ୍ରୀ
ନୂତନ ବିମାନବନ୍ଦର ଏବଂ ଉଡାଣ ଯୋଜନା ବିମାନ ଯାତ୍ରାକୁ ସହଜ କରିଛି ଏବଂ ଭାରତକୁ ବିଶ୍ୱର ତୃତୀୟ ବୃହତ ଘରୋଇ ବିମାନ ଚଳାଚଳ ବଜାର କରିଛି : ପ୍ରଧାନମନ୍ତ୍ରୀ
ଆଜି, ଭାରତ ବିଶ୍ୱର ସବୁଠାରୁ ଯୁବ ଦେଶ ; ଆମର ଶକ୍ତି ଆମର ଯୁବପିଢ଼ି ମଧ୍ୟରେ ନିହିତ : ପ୍ରଧାନମନ୍ତ୍ରୀ
ଆମ ପାଇଁ, ଆମ ଦେଶ ଏବଂ ଏହାର ନାଗରିକଙ୍କ ସୁରକ୍ଷା ଅପେକ୍ଷା ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କରି, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଏବଂ ଲୋକାର୍ପଣ କରିଛନ୍ତି। ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ସ୍ୱାଗତ କରି, ପ୍ରଧାନମନ୍ତ୍ରୀ ଉପସ୍ଥିତ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ। ସେ ଏବେ ପାଳିତ ହୋଇଥିବା ବିଜୟା ଦଶମୀ ଏବଂ କୋଜାଗରୀ ପୂର୍ଣ୍ଣିମା ସମ୍ପର୍କରେ କହିଥିଲେ ଏବଂ ଆଗାମୀ ଦୀପାବଳି ଉତ୍ସବ ପାଇଁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ , ମୁମ୍ବାଇର ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି, ସହରରେ ଏବେ ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନବନ୍ଦର ହେବା ସହିତ, ଏହି ବିମାନବନ୍ଦର ଏହି ଅଞ୍ଚଳକୁ ଏସିଆର ସର୍ବବୃହତ ସଂଯୋଗ କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସେ ଏହା ମଧ୍ୟ କହିଛନ୍ତି ଯେ, ମୁମ୍ବାଇରେ ଏବେ ଏକ ସମ୍ପୂର୍ଣ୍ଣ ଭୂତଳ ମେଟ୍ରୋ ଅଛି, ଯାହା ଯାତ୍ରାକୁ ସହଜ କରିବ ଏବଂ ଯାତ୍ରୀମାନଙ୍କ ପାଇଁ ସମୟ ବଞ୍ଚାଇବ। ଶ୍ରୀ ମୋଦୀ ଭୂତଳ ମେଟ୍ରୋକୁ ବିକାଶଶୀଳ ଭାରତର ଏକ ଜୀବନ୍ତ ପ୍ରତୀକ ଭାବରେ ବର୍ଣ୍ଣନା କରିଥିଲେ । ସେ କହିଥିଲ ମୁମ୍ବାଇ ଭଳି ଏକ ବ୍ୟସ୍ତବହୁଳ ସହରରେ ଐତିହାସିକ କୋଠାଗୁଡ଼ିକୁ ସଂରକ୍ଷଣ କରି ଏହି ଉଲ୍ଲେଖନୀୟ ମେଟ୍ରୋ ଭୂତଳରେ ନିର୍ମାଣ କରାଯାଇଛି। ସେ ପ୍ରକଳ୍ପରେ ସାମିଲ ଶ୍ରମିକ ଏବଂ ଇଞ୍ଜିନିୟରମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

 

ଭାରତ ଏହାର ଯୁବପିଢ଼ି ପାଇଁ ଅଗଣିତ ସୁଯୋଗ ପ୍ରଦାନ କରୁଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ଆଇଟିଆଇକୁ ଶିଳ୍ପ ସହିତ ଯୋଡ଼ିବା ପାଇଁ ୬୦ ହଜାର କୋଟି ଟଙ୍କାର ‘ପ୍ରଧାନମନ୍ତ୍ରୀ ସେତୁ ଯୋଜନା’ର ସମ୍ପ୍ରତି ଶୁଭାରମ୍ଭ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଆଜିଠାରୁ, ମହାରାଷ୍ଟ୍ର ସରକାର ଶହ ଶହ ଆଇଟିଆଇ ଏବଂ ବୈଷୟିକ ବିଦ୍ୟାଳୟରେ ନୂତନ କାର୍ଯ୍ୟକ୍ରମ ପ୍ରଚଳନ କରିଛନ୍ତି। ଏହି ପଦକ୍ଷେପଗୁଡ଼ିକ ମାଧ୍ୟମରେ, ଛାତ୍ରଛାତ୍ରୀମାନେ ଡ୍ରୋନ୍, ରୋବୋଟିକ୍ସ, ବୈଦ୍ୟୁତିକ ଯାନବାହନ, ସୌରଶକ୍ତି ଏବଂ ସବୁଜ ହାଇଡ୍ରୋଜେନ୍ ଭଳି ଉଦୀୟମାନ ପ୍ରଯୁକ୍ତି ବିଦ୍ୟାରେ ତାଲିମ ପାଇବେ। ସେ ମହାରାଷ୍ଟ୍ରର ଯୁବପିଢ଼ିଙ୍କୁ ତାଙ୍କର ଶୁଭକାମନା ଜଣାଇଥିଲେ।

ଶ୍ରୀ ମୋଦୀ ସମାଜ ଏବଂ କୃଷକମାନଙ୍କ ପ୍ରତି ତାଙ୍କର ଉତ୍ସର୍ଗୀକୃତ ସେବାକୁ ମନେ ପକାଇ ମହାରାଷ୍ଟ୍ରର ବରପୁତ୍ର ଜନନେତା ଶ୍ରୀ ଡି. ବି. ପାଟିଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ମନ୍ତବ୍ୟ ଦେଇଥିଲେ ଯେ, ଶ୍ରୀ ପାଟିଲଙ୍କ ସେବା ମନୋଭାବ ସମସ୍ତଙ୍କ ପାଇଁ ପ୍ରେରଣା, ଏବଂ ତାଙ୍କ ଜୀବନ  ସାର୍ବଜନୀନ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ପ୍ରେରଣା ଦେଇ ଚାଲିବ।

ଶ୍ରୀ ମୋଦୀ କହିଛନ୍ତି, "ଆଜି ସମଗ୍ର ଦେଶ ଏକ ବିକଶିତ ଭାରତର ସଂକଳ୍ପ ପୂରଣ କରିବା ପାଇଁ ପ୍ରତିବଦ୍ଧ - ଏକ ଭାରତ ଯାହା ଗତି ଏବଂ ପ୍ରଗତି ଉଭୟ ଦ୍ୱାରା ପରିଭାଷିତ, ଯେଉଁଠାରେ ଜନ କଲ୍ୟାଣ ସର୍ବୋପରି ଏବଂ ସରକାରୀ ଯୋଜନାଗୁଡ଼ିକ ନାଗରିକମାନଙ୍କ ପାଇଁ ଜୀବନକୁ ସହଜ କରିଥାଏ।" ଏହି ଆତ୍ମା ଗତ ଏଗାର ବର୍ଷ ଧରି ଦେଶର ପ୍ରତ୍ୟେକ କୋଣରେ ବିକାଶ ପ୍ରୟାସକୁ ମାର୍ଗଦର୍ଶନ କରିଛି। ଯେ ଯେତେବେଳେ "ବନ୍ଦେ ଭାରତ" ସେମି-ହାଇସ୍ପିଡ୍ ଟ୍ରେନଗୁଡ଼ିକ ଟ୍ରାକରେ ଚାଲିଥାଏ, ଯେତେବେଳେ ବୁଲେଟ୍ ଟ୍ରେନ୍ ପ୍ରକଳ୍ପଗୁଡ଼ିକ ଗତି ପାଏ, ଯେତେବେଳେ ପ୍ରଶସ୍ତ ରାଜପଥ ଏବଂ ଏକ୍ସପ୍ରେସୱେ ନୂତନ ସହରଗୁଡ଼ିକୁ ସଂଯୋଗ କରେ, ଯେତେବେଳେ ପର୍ବତ ମଧ୍ୟ ଦେଇ ଲମ୍ବା ସୁଡ଼ଙ୍ଗ ନିର୍ମାଣ ହୁଏ ଏବଂ ଯେତେବେଳେ ଉଚ୍ଚ ସମୁଦ୍ର ସେତୁ ଦୂର କୂଳକୁ ସଂଯୋଗ କରେ, ସେତେବେଳେ ଭାରତର ଗତି ଏବଂ ପ୍ରଗତି ସ୍ପଷ୍ଟ ଭାବରେ ଦୃଶ୍ୟମାନ ହୁଏ। ସେ କହିଥିଲେ ଯେ ଏପରି ପ୍ରଗତି ଭାରତର ଯୁବପିଢ଼ିଙ୍କ ଆକାଂକ୍ଷାକୁ ନୂତନ ଡେଣା ପ୍ରଦାନ କରେ।

 

ଶ୍ରୀ ମୋଦୀ କହିଥିଲେ ଯେ, ଆଜିର କାର୍ଯ୍ୟକ୍ରମ ଭାରତର ବିକାଶ ଯାତ୍ରାର ଗତିକୁ ଜାରି ରଖିଛି। ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଏକ ବିକଶିତ ଭାରତର ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଥିବା ପ୍ରକଳ୍ପ ବୋଲି ସେ ଆଲୋକପାତ କରିଥିଲେ । ଛତ୍ରପତି ଶିବାଜୀ ମହାରାଜଙ୍କ ଭୂମିରେ ନିର୍ମିତ, ବିମାନବନ୍ଦରଟି ପଦ୍ମ ଫୁଲ ପରି ଆକୃତିର, ସଂସ୍କୃତି ଏବଂ ସମୃଦ୍ଧିର ପ୍ରତୀକ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ନୂତନ ବିମାନବନ୍ଦର ମହାରାଷ୍ଟ୍ରର ଚାଷୀମାନଙ୍କୁ ୟୁରୋପ ଏବଂ ମଧ୍ୟପ୍ରାଚ୍ୟର ସୁପରମାର୍କେଟ୍ ସହିତ ସଂଯୋଗ କରିବ, ଯାହା ଫଳରେ ତାଜା ଉତ୍ପାଦ, ଫଳ, ପନିପରିବା ଏବଂ ମତ୍ସ୍ୟଜାତ ଦ୍ରବ୍ୟ ବିଶ୍ୱ ବଜାରରେ ଶୀଘ୍ର ପହଞ୍ଚିପାରିବ। ସେ ଉଲ୍ଲେଖ କରିଛନ୍ତି ଯେ ଏହି ବିମାନବନ୍ଦର ନିକଟସ୍ଥ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ପାଇଁ ରପ୍ତାନି ଖର୍ଚ୍ଚ ହ୍ରାସ କରିବ, ନିବେଶକୁ ବୃଦ୍ଧି କରିବ ଏବଂ ନୂତନ ଉଦ୍ୟୋଗ ପ୍ରତିଷ୍ଠା କରିବ। ନୂତନ ବିମାନବନ୍ଦର ପାଇଁ ସେ ମହାରାଷ୍ଟ୍ର ଏବଂ ମୁମ୍ବାଇର ଲୋକମାନଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ସ୍ୱପ୍ନକୁ ସାକାର କରିବାର ଦୃଢ଼ ସଂକଳ୍ପ ଏବଂ ନାଗରିକମାନଙ୍କୁ ଦ୍ରୁତ ବିକାଶ ପ୍ରଦାନ କରିବାର ଦୃଢ଼ ଇଚ୍ଛାଶକ୍ତି ଥାଏ, ସେତେବେଳେ ଫଳାଫଳ ଅନିବାର୍ଯ୍ୟ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଭାରତର ବିମାନ ଚଳାଚଳ କ୍ଷେତ୍ର ଏହି ପ୍ରଗତିରେ ଏକ ପ୍ରମୁଖ ଉଦାହରଣ। ଦାୟିତ୍ୱ ଗ୍ରହଣ କରିବା ପରେ ୨୦୧୪ରେ ତାଙ୍କ ଅଭିଭାଷଣକୁ ମନେ ପକାଇ ଶ୍ରୀ ମୋଦୀ ତାଙ୍କର ଦୃଷ୍ଟିକୋଣକୁ ଦୋହରାଇଥିଲେ ଯେ ଯେଉଁମାନେ ଚପଲ ପିନ୍ଧିଛନ୍ତି ସେମାନେ ମଧ୍ୟ ବିମାନରେ ଯାତ୍ରା କରିପାରିବେ। ଏହି ସ୍ୱପ୍ନକୁ ସାକାର କରିବା ପାଇଁ, ଦେଶବ୍ୟାପୀ ନୂତନ ବିମାନବନ୍ଦର ନିର୍ମାଣ ଅତ୍ୟନ୍ତ ଜରୁରୀ ଥିଲା। ସେ କହିଥିଲେ ଯେ ସରକାର ଏହି ମିଶନକୁ ଗମ୍ଭୀରତାର ସହିତ ନେଇଛନ୍ତି ଏବଂ ଗତ ଏଗାର ବର୍ଷ ମଧ୍ୟରେ ଗୋଟିଏ ପରେ ଗୋଟିଏ ନୂତନ ବିମାନବନ୍ଦର ନିର୍ମାଣ କରାଯାଇଛି। ୨୦୧୪ରେ ଭାରତରେ କେବଳ ୭୪ ଟି ବିମାନବନ୍ଦର ଥିଲା; ଆଜି ଏହି ସଂଖ୍ୟା ୧୬୦ ଅତିକ୍ରମ କରିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଛୋଟ ସହରଗୁଡ଼ିକରେ ବିମାନବନ୍ଦର ନିର୍ମାଣ ଯୋଗୁଁ ଲୋକମାନଙ୍କୁ ନୂତନ ବିମାନ ଯାତ୍ରା ବିକଳ୍ପ ପ୍ରଦାନ କରାଯାଇଛି। ଆର୍ଥିକ ପ୍ରତିବନ୍ଧକ ଦୂର କରିବା ପାଇଁ, ସରକାର ଉଡାଣ ଯୋଜନା ଆରମ୍ଭ କରିଛନ୍ତି, ଯାହାର ଲକ୍ଷ୍ୟ ସାଧାରଣ ନାଗରିକଙ୍କ ପାଇଁ ବିମାନ ଟିକେଟକୁ ସୁଲଭ କରିବା। ଗତ ଦଶନ୍ଧି ମଧ୍ୟରେ, ଲକ୍ଷ ଲକ୍ଷ ଲୋକ ଏହି ଯୋଜନା ଅଧୀନରେ ପ୍ରଥମ ଥର ପାଇଁ ବିମାନରେ ଯାତ୍ରା କରିଛନ୍ତି, ଯାହା ଏକ ଦୀର୍ଘକାଳୀନ ସ୍ୱପ୍ନକୁ ପୂରଣ କରିଛି ବୋଲି ସେ ଉଲ୍ଲେଖ କରିଛନ୍ତି।

 

ନୂତନ ବିମାନବନ୍ଦର ନିର୍ମାଣ ଏବଂ ଉଡାଣ ଯୋଜନା ଦ୍ୱାରା ନାଗରିକମାନଙ୍କୁ ପ୍ରଦାନ କରାଯାଇଥିବା ସୁବିଧା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ, ଭାରତ ଏବେ ବିଶ୍ୱର ତୃତୀୟ ସର୍ବବୃହତ ଘରୋଇ ବିମାନ ଚଳାଚଳ ବଜାର ପାଲଟିଛି। ଭାରତୀୟ ବିମାନ କମ୍ପାନୀଗୁଡ଼ିକ ନିରନ୍ତର ବିସ୍ତାର କରୁଛନ୍ତି ଏବଂ ଶହ ଶହ ନୂତନ ବିମାନ ପାଇଁ ଅର୍ଡର ଦେଉଛନ୍ତି ବୋଲି ସେ କହିଛନ୍ତି। ଏହି ଅଭିବୃଦ୍ଧି ପାଇଲଟ୍, କ୍ୟାବିନ କ୍ରୁ, ଇଞ୍ଜିନିୟର ଏବଂ ଗ୍ରାଉଣ୍ଡ ୱାର୍କରଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି।

ଯେପରି ବିମାନ ସଂଖ୍ୟା ବୃଦ୍ଧି ପାଉଛି, ରକ୍ଷଣାବେକ୍ଷଣ ଏବଂ ମରାମତି କାର୍ଯ୍ୟର ଚାହିଦା ମଧ୍ୟ ବୃଦ୍ଧି ପାଉଛି, ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଭାରତ ଏହି ଆବଶ୍ୟକତା ପୂରଣ କରିବା ପାଇଁ ଘରୋଇ ଭାବରେ ନୂତନ ସୁବିଧା ବିକଶିତ କରୁଛି। ସେ ଗୁରୁତ୍ୱାରୋପ କରିଛନ୍ତି ଯେ ଆମର ଲକ୍ଷ୍ୟ ହେଉଛି ଏହି ଦଶନ୍ଧି ଶେଷ ସୁଦ୍ଧା ଭାରତକୁ ଏକ ପ୍ରମୁଖ ଏମଆରଓ (ରକ୍ଷଣାବେକ୍ଷଣ, ମରାମତି ଏବଂ ଓଭରହଲ୍) କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବା। ସେ ଆହୁରି କହିଛନ୍ତି ଯେ, ଏହି ପଦକ୍ଷେପ ଭାରତର ଯୁବପିଢ଼ିଙ୍କ ପାଇଁ ଅଗଣିତ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି।

 

"ଭାରତ ବିଶ୍ୱର ସବୁଠାରୁ ଯୁବ ଦେଶ, ଏବଂ ଏହାର ଶକ୍ତି ଏହାର ଯୁବପିଢ଼ିଙ୍କ ମଧ୍ୟରେ ନିହିତ," ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ଗୁରୁତ୍ୱାରୋପ କରିଛନ୍ତି ଯେ, ପ୍ରତ୍ୟେକ ସରକାରୀ ନୀତି ଯୁବପିଢ଼ିଙ୍କ ପାଇଁ ସର୍ବାଧିକ ନିଯୁକ୍ତି ସୁଯୋଗ ଉପରେ ଧ୍ୟାନ କେନ୍ଦ୍ରିତ କରିଥାଏ। ୭୬ ହଜାର କୋଟି ଟଙ୍କାର ବାଧବନ ବନ୍ଦର ପ୍ରକଳ୍ପର ଉଦାହରଣ ଦେଇ ସେ କହିଛନ୍ତି ଯେ ଭିତ୍ତିଭୂମିରେ ବୃଦ୍ଧି ପାଉଥିବା ନିବେଶ ନିଯୁକ୍ତି ସୃଷ୍ଟି କରିଥାଏ। ସେ ଆହୁରି କହିଛନ୍ତି ଯେ, ଯେତେବେଳେ ବାଣିଜ୍ୟ ବିସ୍ତାର ହୁଏ ଏବଂ ଲଜିଷ୍ଟିକ୍ସ କ୍ଷେତ୍ର ବୃଦ୍ଧି ପାଏ, ସେତେବେଳେ ନିଯୁକ୍ତି ସୃଷ୍ଟି ହୁଏ।

 

ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି ଯେ , ଭାରତ ସେହି ମୂଲ୍ୟବୋଧ ଉପରେ ଆଧାରିତ ଯେଉଁଠାରେ ଜାତୀୟ ନୀତି ରାଜନୀତିର ଆଧାର ଗଠନ କରେ। ସରକାରଙ୍କ ପାଇଁ, ଭିତ୍ତିଭୂମିରେ ଖର୍ଚ୍ଚ ହେଉଥିବା ପ୍ରତ୍ୟେକ ଟଙ୍କା ନାଗରିକଙ୍କ ସୁବିଧା ଏବଂ କ୍ଷମତା ବୃଦ୍ଧି କରିବାର ଏକ ମାଧ୍ୟମ। ସେ ଏହାକୁ ଦେଶର ରାଜନୈତିକ ଦୃଶ୍ୟପଟ ସହିତ ତୁଳନା କରିଥିଲେ, ଯାହା ଜନ କଲ୍ୟାଣ ଅପେକ୍ଷା କ୍ଷମତାକୁ ପ୍ରାଥମିକତା ଦିଏ। ସେ କହିଥିଲେ ଯେ ଏପରି ଲୋକମାନେ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରନ୍ତି ଏବଂ ଘୋଟାଲା ଏବଂ ଦୁର୍ନୀତି ମାଧ୍ୟମରେ ପ୍ରକଳ୍ପଗୁଡ଼ିକୁ ପଥଚ୍ୟୁତ କରନ୍ତି, ଏବଂ ଦେଶ ଦଶନ୍ଧି ଧରି ଏପରି କୁଶାସନର ସାକ୍ଷୀ ହୋଇ ରହିଛି।

ଆଜି ଉଦଘାଟନ ହୋଇଥିବା ମେଟ୍ରୋ ଲାଇନ ପାଇଁ ପୂର୍ବ ସରକାରମାନଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ମନେ ପକାଇ ଶ୍ରୀ ମୋଦୀ ଏହାର ଶିଳାନ୍ୟାସ ଉତ୍ସବରେ ତାଙ୍କର ଅଂଶଗ୍ରହଣକୁ ମନେ ପକାଇଥିଲେ, ଯାହା ମୁମ୍ବାଇର ଲକ୍ଷ ଲକ୍ଷ ପରିବାରଙ୍କୁ କଷ୍ଟ ଦୂର କରିବା ପାଇଁ ଆଶା ଦେଇଥିଲା। ତଥାପି, ସେ କହିଥିଲେ ଯେ, ପରବର୍ତ୍ତୀ ସରକାର ଏହି ପ୍ରକଳ୍ପକୁ ବନ୍ଦ କରିଦେଇଥିଲେ, ଯାହା ଫଳରେ ଦେଶକୁ ହଜାର ହଜାର କୋଟି ଟଙ୍କାର କ୍ଷତି ପହଞ୍ଚିଥିଲା ଏବଂ ବର୍ଷ ବର୍ଷ ଧରି ଲୋକମାନଙ୍କୁ ଅନେକ ଅସୁବିଧା ଭୋଗିବାକୁ ପଡିଥିଲା। ପ୍ରଧାନମନ୍ତ୍ରୀ ଏହି ମେଟ୍ରୋ ଲାଇନ ସମ୍ପୂର୍ଣ୍ଣ ହେବା ସହିତ, ଯେଉଁ ଯାତ୍ରା ପାଇଁ ପୂର୍ବରୁ ଦୁଇରୁ ଅଢ଼େଇ ଘଣ୍ଟା ସମୟ ଲାଗୁଥିଲା ତାହା ଏବେ ମାତ୍ର ୩୦ ରୁ ୪୦ ମିନିଟରେ ସମ୍ପୂର୍ଣ ହେବ ବୋଲି ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ , ମୁମ୍ବାଇ ଭଳି ସହରରେ, ଯେଉଁଠାରେ ପ୍ରତ୍ୟେକ ମିନିଟର ହିସାବ କରାଯାଏ, ନାଗରିକମାନେ ତିନିରୁ ଚାରି ବର୍ଷ ଧରି ଏହି ସୁବିଧାରୁ ବଞ୍ଚିତ ହୋଇଥିଲେ, ଏହାକୁ ଏକ ଘୋର ଅନ୍ୟାୟ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, "ଗତ ଏଗାର ବର୍ଷ ଧରି, ସରକାର ନାଗରିକଙ୍କ ଜୀବନକୁ ସହଜ କରିବା ଉପରେ ଧ୍ୟାନ ଦେଉଛନ୍ତି।" ସେ ଜୋର ଦେଇ ଉଲ୍ଲେଖ କରିଥିଲେ ଯେ ରେଳ, ରାସ୍ତା, ବିମାନବନ୍ଦର, ମେଟ୍ରୋ ଏବଂ ଇଲେକ୍ଟ୍ରିକ୍ ବସ୍ ଭଳି ଭିତ୍ତିଭୂମିରେ ଅଭୂତପୂର୍ବ ନିବେଶ କରାଯାଉଛି। ସେ ଅଟଳ ସେତୁ ଏବଂ କୋଷ୍ଟାଲ ରୋଡ୍ ଭଳି ପ୍ରକଳ୍ପଗୁଡ଼ିକୁ ଏହି ବିକାଶର ଉଦାହରଣ ଭାବରେ ଉଲ୍ଲେଖ କରିଥିଲେ।

 

ଶ୍ରୀ ମୋଦୀ ଆହୁରି କହିଛନ୍ତି ଯେ ଯାତ୍ରୀମାନଙ୍କୁ ଅସୁବିଧା ବିନା ମୋଡ୍ ପରିବର୍ତ୍ତନ କରିବାର ଆବଶ୍ୟକତାକୁ ଦୂର କରି, ନିର୍ବିଘ୍ନ ଯାତ୍ରା ସୁନିଶ୍ଚିତ କରିବା ପାଇଁ ସମସ୍ତ ପରିବହନ ପଦ୍ଧତିକୁ ଏକୀକୃତ କରିବା ଲାଗି ପ୍ରୟାସ ଚାଲିଛି। ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ, ଭାରତ "ଏକ ରାଷ୍ଟ୍ର, ଏକ ଗତିଶୀଳତା" ଦୃଷ୍ଟିକୋଣ ଆଡ଼କୁ ଆଗକୁ ବଢ଼ୁଛି। ମୁମ୍ବାଇ ୱାନ୍ ଆପ୍ ଏହି ଦିଗରେ ଆଉ ଏକ ପଦକ୍ଷେପ, ଯାହା ନାଗରିକମାନଙ୍କୁ ଟିକେଟ୍ ପାଇଁ ଲମ୍ବା ଧାଡ଼ିରୁ ରକ୍ଷା କରିପାରିବ ବୋଲି ସେ କହିଛନ୍ତି। ଏହି ଆପ୍ କୁ ବ୍ୟବହାର କରି, ସ୍ଥାନୀୟ ଟ୍ରେନ୍, ବସ୍, ମେଟ୍ରୋ ଏବଂ ଟ୍ୟାକ୍ସିରେ ଗୋଟିଏ ଟିକେଟ୍ ବ୍ୟବହାର କରାଯାଇପାରିବ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ , ଭାରତର ଆର୍ଥିକ ରାଜଧାନୀ ଏବଂ ଏହାର ସବୁଠାରୁ ସ୍ପନ୍ଦନଶୀଳ ସହର ମଧ୍ୟରୁ ଗୋଟିଏ ମୁମ୍ବାଇକୁ ୨୦୦୮ ଆକ୍ରମଣରେ ଆତଙ୍କବାଦୀମାନେ ଟାର୍ଗେଟ କରିଥିଲେ। ସେ ମନ୍ତବ୍ୟ ଦେଇଛନ୍ତି ଯେ, ସେତେବେଳେ କ୍ଷମତାରେ ଥିବା ସରକାର ଦୁର୍ବଳତାର ବାର୍ତ୍ତା ଦେଇ ଆତଙ୍କବାଦ ନିକଟରେ ଆତ୍ମସମର୍ପଣ କରିଥିଲେ। ଶ୍ରୀ ମୋଦୀ ଜଣେ ବରିଷ୍ଠ ବିରୋଧୀ ଦଳ ନେତା ଏବଂ ପୂର୍ବତନ ଗୃହମନ୍ତ୍ରୀଙ୍କ ଦ୍ୱାରା ସମ୍ପ୍ରତି ପ୍ରକାଶିତ ଏକ ପ୍ରକାଶନକୁ ଉଲ୍ଲେଖ କରିଥିଲେ, ଯେଉଁଥିରେ ସେ ଦାବି କରିଛନ୍ତି ଯେ ମୁମ୍ବାଇ ଆକ୍ରମଣ ପରେ, ଭାରତର ସଶସ୍ତ୍ର ବାହିନୀ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଥିଲେ। ସେ ସେଥିରେ ଉଲ୍ଲେଖ କରିଛନ୍ତି ଯେ ସମଗ୍ର ଦେଶ ଏପରି କାର୍ଯ୍ୟକୁ ସମର୍ଥନ କରିଥିଲା। ତଥାପି, ବିରୋଧୀ ନେତାଙ୍କ ଅନୁଯାୟୀ, ଏକ ବିଦେଶୀ ଦେଶର ଚାପ ଯୋଗୁଁ ସରକାର ସାମରିକ ପ୍ରତିକ୍ରିୟାକୁ ସ୍ଥଗିତ ରଖିଥିଲେ। ପ୍ରଧାନମନ୍ତ୍ରୀ ବିରୋଧୀ ଦଳକୁ ଏହି ନିଷ୍ପତ୍ତିକୁ କିଏ ପ୍ରଭାବିତ କରିଛି ତାହା ସ୍ପଷ୍ଟ କରିବାକୁ ଦାବି କରି କହିଥିଲେ ଯେ, ଏହା ମୁମ୍ବାଇ ଏବଂ ଦେଶର ଭାବନାକୁ ଆଘାତ ଦେଇଛି। ସେ ଜୋର ଦେଇ କହିଥିଲେ ଯେ, ବିରୋଧୀ ଦଳର ଦୁର୍ବଳତା ଆତଙ୍କବାଦୀଙ୍କୁ ସାହସ ଦେଇଛି ଏବଂ ଜାତୀୟ ସୁରକ୍ଷାକୁ ବିପଦରେ ପକାଇଛି, ଦେଶର ନିରୀହ ଲୋକମାନଙ୍କ ଜୀବନ ଯାଇଛି।

"ଆମ ସରକାରଙ୍କ ପାଇଁ, ଦେଶ ଏବଂ ଏହାର ନାଗରିକଙ୍କ ସୁରକ୍ଷା ଅପେକ୍ଷା ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ," ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଜିର ଭାରତ ଶତ୍ରୁର କ୍ଷେତ୍ରରେ ପ୍ରବେଶ କରି ପୂର୍ଣ୍ଣ ଶକ୍ତି ସହିତ ଜବାବ ଦିଏ, ଯେପରି ଅପରେସନ ସିନ୍ଦୂର ସମୟରେ ସାରା ବିଶ୍ୱରେ ଦେଖାଯାଇଛି ଏବଂ ସ୍ୱୀକୃତି ପାଇଛି।

ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ଗରିବ, ନବ-ମଧ୍ୟବିତ୍ତ ବର୍ଗ ଏବଂ ମଧ୍ୟବିତ୍ତ ବର୍ଗଙ୍କୁ ସଶକ୍ତ କରିବା ଏକ ଜାତୀୟ ପ୍ରାଥମିକତା। ସେ କହିଥିଲେ ଯେ, ଯେତେବେଳେ ଏହି ପରିବାରଗୁଡ଼ିକ ସୁବିଧା ଏବଂ ସମ୍ମାନ ପାଆନ୍ତି, ସେମାନଙ୍କର କ୍ଷମତା ବୃଦ୍ଧି ପାଏ ଏବଂ ନାଗରିକଙ୍କ ସାମୂହିକ ଶକ୍ତି ଦେଶକୁ ମଜବୁତ କରେ। ସେ ଆଲୋକପାତ କରିଥିଲେ ଯେ, ସାମ୍ପ୍ରତିକ ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର ଅନେକ ସାମଗ୍ରୀକୁ ଅଧିକ ସୁଲଭ କରିଛି, ଲୋକଙ୍କ କ୍ରୟ ଶକ୍ତିକୁ ଆହୁରି ବୃଦ୍ଧି କରିଛି। ବଜାରର ତଥ୍ୟକୁ ଉଦ୍ଧୃତ କରି ସେ କହିଛନ୍ତି ଯେ,  ଏହି ନବରାତ୍ରିର ପାର୍ବଣ ଋତୁରେ ବହୁ ବର୍ଷର ବିକ୍ରୟ ରେକର୍ଡ ଭାଙ୍ଗିଛି, ରେକର୍ଡ ସଂଖ୍ୟକ ଲୋକ ସ୍କୁଟର, ବାଇକ୍, ଟେଲିଭିଜନ, ରେଫ୍ରିଜରେଟର ଏବଂ ୱାଶିଂ ମେସିନ୍ କ୍ରୟ କରିଛନ୍ତି।

 

ସରକାର ନାଗରିକଙ୍କ ଜୀବନରେ ଉନ୍ନତି ଆଣିବା ଏବଂ ଦେଶକୁ ସୁଦୃଢ଼ ​​କରିବା ପାଇଁ ପଦକ୍ଷେପ ନେବା ଜାରି ରଖିବେ ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ସମସ୍ତଙ୍କୁ ସ୍ୱଦେଶୀକୁ ଗ୍ରହଣ କରିବାକୁ ଏବଂ ଗର୍ବର ସହିତ "ଏହା ସ୍ୱଦେଶୀ" - ଏକ ମନ୍ତ୍ର ଯାହା ପ୍ରତ୍ୟେକ ଘରେ ଏବଂ ବଜାରରେ ପ୍ରତିଧ୍ୱନିତ ହେବା ଉଚିତ ବୋଲି ଘୋଷଣା କରିବାକୁ ଅନୁରୋଧ କରିଥିଲେ । ଯେତେବେଳେ ପ୍ରତ୍ୟେକ ନାଗରିକ ସ୍ୱଦେଶୀ ପୋଷାକ ଏବଂ ଜୋତା କିଣନ୍ତି, ଘରକୁ ସ୍ୱଦେଶୀ ଉତ୍ପାଦ ଆଣନ୍ତି ଏବଂ ସ୍ୱଦେଶୀ ଉପହାର ଦିଅନ୍ତି, ସେତେବେଳେ ଦେଶର ସମ୍ପତ୍ତି ଦେଶ ଭିତରେ ରହିଥାଏ। ସେ କହିଥିଲେ ଯେ, ଏହା ଭାରତୀୟ ଶ୍ରମିକମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ ଏବଂ ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ କଳ୍ପନା କରିବାକୁ ଉତ୍ସାହିତ କରିଥିଲେ ଯେ, ଯେତେବେଳେ ସମଗ୍ର ଦେଶ ସ୍ୱଦେଶୀକୁ ଗ୍ରହଣ କରିବ ସେତେବେଳେ ଭାରତ କେତେ ଅଧିକ ଶକ୍ତି ପାଇବ।

ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ ଯେ , ମହାରାଷ୍ଟ୍ର ସର୍ବଦା ଭାରତର ବିକାଶକୁ ତ୍ୱରାନ୍ୱିତ କରିବାରେ ଆଗରେ ରହିଛି।  ତାଙ୍କ କେନ୍ଦ୍ର ଏବଂ ରାଜ୍ୟ ସରକାର ମହାରାଷ୍ଟ୍ରର ପ୍ରତ୍ୟେକ ସହର ଏବଂ ଗ୍ରାମର କ୍ଷମତା ବୃଦ୍ଧି ପାଇଁ ଅକ୍ଲାନ୍ତ ପରିଶ୍ରମ ଜାରି ରଖିବେ ଏବଂ ସେ ସମସ୍ତଙ୍କୁ ସେମାନଙ୍କର ବିକାଶ ପଦକ୍ଷେପ ପାଇଁ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନାଭିସ୍, କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାମଦାସ ଅଠାୱଲେ, ଶ୍ରୀ ରାମମୋହନ ନାଇଡୁ କିଞ୍ଜାରାପୁ, ଶ୍ରୀ ମୁରଲୀଧର ମୋହୋଲ, ଭାରତରେ ଜାପାନର ରାଷ୍ଟ୍ରଦୂତ ଶ୍ରୀ କେଇଚି ଓନୋ ଏବଂ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ।

ପୃଷ୍ଠଭୂମି

ଭାରତକୁ ଏକ ବିଶ୍ୱସ୍ତରୀୟ ବିମାନ ଚଳାଚଳ କେନ୍ଦ୍ର କରିବା ପାଇଁ ତାଙ୍କ ଦୃଷ୍ଟିକୋଣ ଅନୁଯାୟୀ, ପ୍ରଧାନମନ୍ତ୍ରୀ ପ୍ରାୟ ୧୯,୬୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର (ଏନଏମଆଇଏ)ର ପ୍ରଥମ ପର୍ଯ୍ୟାୟର ଉଦଘାଟନ କରିଥିଲେ।

 

ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ହେଉଛି ଭାରତର ସର୍ବବୃହତ ଗ୍ରୀନଫିଲ୍ଡ ବିମାନବନ୍ଦର ପ୍ରକଳ୍ପ, ଯାହା ଏକ ସରକାରୀ - ଘରୋଇ ସହଭାଗୀତା (ପିପିପି) ଅଧୀନରେ ବିକଶିତ ହୋଇଛି। ମୁମ୍ବାଇ ମହାନଗର ଅଞ୍ଚଳର ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନବନ୍ଦର ଭାବରେ, ଏନଏମଆଇଏ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର (ସିଏସଏମଆଇଏ) ସହିତ ମିଳିତ ଭାବରେ ଭିଡ଼ ହ୍ରାସ କରିବା ଏବଂ ମୁମ୍ବାଇକୁ ବିଶ୍ୱ ବହୁ-ବିମାନବନ୍ଦର ବ୍ୟବସ୍ଥାରେ ସଂଯୁକ୍ତ କରିବା ପାଇଁ କାମ କରିବ। ୧,୧୬୦ ହେକ୍ଟର କ୍ଷେତ୍ରଫଳ ସହିତ ବିଶ୍ୱର ସବୁଠାରୁ ଦକ୍ଷ ବିମାନବନ୍ଦର ମଧ୍ୟରୁ ଗୋଟିଏ ଭାବରେ ଡିଜାଇନ୍ କରାଯାଇଥିବା ଏହି ବିମାନବନ୍ଦର ଶେଷରେ ବାର୍ଷିକ ୯୦ ନିୟୁତ ଯାତ୍ରୀ (ଏମପିପିଏ) ଏବଂ ୩.୨୫ ନିୟୁତ ମେଟ୍ରିକ୍ ଟନ୍ କାର୍ଗୋ ପରିଚାଳନା କରିବ।

ଏହାର ଅନନ୍ୟ ବୈଶିଷ୍ଟ୍ୟଗୁଡ଼ିକ ମଧ୍ୟରେ ଏକ ଅଟୋମେଟେଡ୍ ପିପୁଲ ମୁଭର (ଏପିଏମ୍), ଏକ ପରିବହନ ବ୍ୟବସ୍ଥା ଯାହା ସୁଗମ ଆନ୍ତଃ-ଟର୍ମିନାଲ ସ୍ଥାନାନ୍ତର ପାଇଁ ସମସ୍ତ ଚାରୋଟି ଯାତ୍ରୀ ଟର୍ମିନାଲକୁ ସଂଯୋଗ କରିବ, ଏବଂ ଏକ ଲ୍ୟାଣ୍ଡସାଇଡ୍ ଏପିଏମ୍ ଯାହା ସହରର ଭିତ୍ତିଭୂମିକୁ ସଂଯୋଗ କରିବ। ସ୍ଥାୟୀ ଅଭ୍ୟାସ ଅନୁଯାୟୀ, ବିମାନବନ୍ଦରରେ ସ୍ଥାୟୀ ବିମାନ ଇନ୍ଧନ (ଏସଏଏଫ୍) ପାଇଁ ଉତ୍ସର୍ଗୀକୃତ ସଂରକ୍ଷଣ, ପ୍ରାୟ ୪୭ ମେଗାୱାଟ୍ ସୌରଶକ୍ତି ଉତ୍ପାଦନ ଏବଂ ସାରା ସହରରେ ସାଧାରଣ ସଂଯୋଗ ପାଇଁ ଇଭି ବସ୍ ସେବା ଅନ୍ତର୍ଭୁକ୍ତ ହେବ। ଏନଏମଆଇଏ ଦେଶର ପ୍ରଥମ ବିମାନବନ୍ଦର ହେବ , ଯାହା ଜଳ ଟ୍ୟାକ୍ସି ଦ୍ୱାରା ସଂଯୋଗ ହେବ।

ପ୍ରଧାନମନ୍ତ୍ରୀ ପ୍ରାୟ ୧୨,୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଆଚାର୍ଯ୍ୟ ଆତ୍ରେ ଚୌକରୁ କଫ୍ ପରେଡ୍ ପର୍ଯ୍ୟନ୍ତ ବିସ୍ତାରିତ ମୁମ୍ବାଇ ମେଟ୍ରୋ ଲାଇନ ୩ର ପର୍ଯ୍ୟାୟ ୨ବି ଉଦଘାଟନ କରିଥିଲେ। ସେ ୩୭,୨୭୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ସମ୍ପୂର୍ଣ୍ଣ ମୁମ୍ବାଇ ମେଟ୍ରୋ ଲାଇନ ୩ (ଆକ୍ୱା ଲାଇନ)କୁ ମଧ୍ୟ ଦେଶକୁ ଉତ୍ସର୍ଗ କରିଥିଲେ, ଯାହା ସହରର ସହରାଞ୍ଚଳ ପରିବହନ ପରିବର୍ତ୍ତନରେ ଏକ ପ୍ରମୁଖ ମାଇଲଖୁଣ୍ଟ।

 

ମୁମ୍ବାଇର ପ୍ରଥମ ଏବଂ ଏକମାତ୍ର ସମ୍ପୂର୍ଣ୍ଣ ଭୂତଳ ମେଟ୍ରୋ ଲାଇନ ଭାବରେ, ଏହି ପ୍ରକଳ୍ପ ମୁମ୍ବାଇ ମହାନଗର କ୍ଷେତ୍ର (ଏମଏମଆର୍)ରେ ଯାତାୟାତକୁ ପୁନଃପରିଭାଷିତ କରିବ ଏବଂ ଲକ୍ଷ ଲକ୍ଷ ବାସିନ୍ଦାଙ୍କ ପାଇଁ ଏକ ଦ୍ରୁତ, ଅଧିକ ଦକ୍ଷ ଏବଂ ଆଧୁନିକ ପରିବହନ ସମାଧାନ ପ୍ରଦାନ କରିବ।

କଫ୍ ପରେଡ୍ ରୁ ଆରେ ଜେଭିଏଲଆର୍ ପର୍ଯ୍ୟନ୍ତ ୩୩.୫ କିଲୋମିଟର ଲମ୍ବ ମୁମ୍ବାଇ ମେଟ୍ରୋ ଲାଇନ ୩,୨୭ ଟି ଷ୍ଟେସନ ସହିତ, ଦୈନିକ ୧.୩ ନିୟୁତ ଯାତ୍ରୀଙ୍କୁ ସେବା ଯୋଗାଇବ। ପ୍ରକଳ୍ପର ଶେଷ ପର୍ଯ୍ୟାୟ ୨ବି ଦକ୍ଷିଣ ମୁମ୍ବାଇର ଐତିହ୍ୟ ଏବଂ ସାଂସ୍କୃତିକ ଜିଲ୍ଲା, ଯେପରିକି ଫୋର୍ଟ, କାଲା ଘୋଡା ଏବଂ ମରିନ୍ ଡ୍ରାଇଭ୍ ସହିତ ସୁଗମ ସଂଯୋଗ ପ୍ରଦାନ କରିବ, ଏବଂ ବମ୍ବେ ହାଇକୋର୍ଟ, ମନ୍ତ୍ରଣାଳୟ, ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ), ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ) ଏବଂ ନରିମାନ ପଏଣ୍ଟ ସମେତ ପ୍ରମୁଖ ପ୍ରଶାସନିକ ଏବଂ ଆର୍ଥିକ କେନ୍ଦ୍ରଗୁଡ଼ିକୁ ସିଧାସଳଖ ସଂଯୋଗ ପ୍ରଦାନ କରିବ।

ମେଟ୍ରୋ ଲାଇନ ୩ ରେଳବାଇ, ବିମାନବନ୍ଦର, ଅନ୍ୟାନ୍ୟ ମେଟ୍ରୋ ଲାଇନ ଏବଂ ମୋନୋରେଲ ସେବା ସମେତ ପରିବହନର ଅନ୍ୟାନ୍ୟ ପଦ୍ଧତି ସହିତ ଦକ୍ଷ ସମନ୍ୱୟ ସୁନିଶ୍ଚିତ କରିବା ପାଇଁ ଡିଜାଇନ୍ କରାଯାଇଛି, ଯାହା ଦ୍ଵାରା ଶେଷ ମାଇଲ ସଂଯୋଗୀକରଣରେ ଉନ୍ନତି ଆସିବ ଏବଂ ମହାନଗର ଅଞ୍ଚଳରେ ଭିଡ଼ ହ୍ରାସ ହେବ।

ପ୍ରଧାନମନ୍ତ୍ରୀ ମେଟ୍ରୋ, ମୋନୋରେଲ, ଉପନଗରୀୟ ରେଳବାଇ ଏବଂ ବସ୍ ପିଟିଓ ରେ ୧୧ଟି ସାର୍ବଜନୀନ ପରିବହନ ଅପରେଟର (ପିଟିଓ) ପାଇଁ "ମୁମ୍ବାଇ ୱାନ୍" - ଏକ ଏକୀକୃତ ସାଧାରଣ ଗତିଶୀଳତା ଆପ୍ - ମଧ୍ୟ ଲଞ୍ଚ କରିଥିଲେ। ଏଥିରେ ମୁମ୍ବାଇ ମେଟ୍ରୋ ଲାଇନ୍ ୨ଏ ଏବଂ ୭, ମୁମ୍ବାଇ ମେଟ୍ରୋ ଲାଇନ୍ ୩, ମୁମ୍ବାଇ ମେଟ୍ରୋ ଲାଇନ୍ ୧, ମୁମ୍ବାଇ ମୋନୋରେଲ୍, ନଭି ମୁମ୍ବାଇ ମେଟ୍ରୋ, ମୁମ୍ବାଇ ଉପନଗରୀୟ ରେଳବାଇ, ବ୍ରିହନ୍ମୁମ୍ବାଇ ବିଦ୍ୟୁତ୍ ଯୋଗାଣ ଏବଂ ପରିବହନ (ବିଇଏସଟି), ଥାନେ ମ୍ୟୁନିସିପାଲ୍ ପରିବହନ, ମୀରା ଭୟନ୍ଦର ମ୍ୟୁନିସିପାଲ୍ ପରିବହନ, କଲ୍ୟାଣ ଡୋମ୍ବିଭାଲି ମ୍ୟୁନିସିପାଲ୍ ପରିବହନ, ଏବଂ ନଭି ମୁମ୍ବାଇ ମ୍ୟୁନିସିପାଲ୍ ପରିବହନ ଅନ୍ତର୍ଭୁକ୍ତ।

ମୁମ୍ବାଇ ୱାନ୍ ଆପ୍ ଯାତ୍ରୀମାନଙ୍କୁ ଅନେକ ସୁବିଧା ପ୍ରଦାନ କରେ, ଯେଉଁଥିରେ ଏକାଧିକ ସାର୍ବଜନୀନ ପରିବହନ ଅପରେଟରଙ୍କ ମଧ୍ୟରେ ସମନ୍ୱିତ ମୋବାଇଲ୍ ଟିକେଟିଂ, ଡିଜିଟାଲ୍ କାରବାରକୁ ପ୍ରୋତ୍ସାହିତ କରି ଧାଡ଼ି ଦୂର କରିବା ଏବଂ ପରିବହନର ଅନେକ ପଦ୍ଧତି ସହିତ ଜଡିତ ଯାତ୍ରା ପାଇଁ ଏକକ ଗତିଶୀଳ ଟିକେଟ୍ ମାଧ୍ୟମରେ ନିର୍ବିଘ୍ନ ମଲ୍ଟିମୋଡାଲ୍ ସଂଯୋଗ ଅନ୍ତର୍ଭୁକ୍ତ। ଏହା ବିଳମ୍ବ, ବିକଳ୍ପ ମାର୍ଗ ଏବଂ ଆନୁମାନିକ ଆଗମନ ସମୟ ସମ୍ପର୍କରେ ରିଅଲ୍-ଟାଇମ୍ ଯାତ୍ରା ଅପଡେଟ୍, ନିକଟବର୍ତ୍ତୀ ଷ୍ଟେସନ, ଆକର୍ଷଣ ଏବଂ ଆକର୍ଷଣୀୟ ସ୍ଥାନଗୁଡ଼ିକର ମାନଚିତ୍ର-ଆଧାରିତ ସୂଚନା ଏବଂ ଯାତ୍ରୀ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏକ ଏସଓଏସ ବୈଶିଷ୍ଟ୍ୟ ମଧ୍ୟ ପ୍ରଦାନ କରେ। ଏହି କାର୍ଯ୍ୟକ୍ରମ, ୪୦୦ ସରକାରୀ ଆଇଟିଆଇ ଏବଂ ୧୫୦ ସରକାରୀ ବୈଷୟିକ ଉଚ୍ଚଶିକ୍ଷା ବିଦ୍ୟାଳୟରେ ଆରମ୍ଭ ହେବାକୁ ଯାଉଛି, ଶିଳ୍ପ ଆବଶ୍ୟକତା ସହିତ ଦକ୍ଷତା ବିକାଶକୁ ସମନ୍ୱିତ କରି ନିଯୁକ୍ତି ବୃଦ୍ଧି କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ହେବ। ଷ୍ଟେପ୍ ୨,୫୦୦ ନୂତନ ତାଲିମ ବ୍ୟାଚ୍ ପ୍ରତିଷ୍ଠା କରିବ, ଯେଉଁଥିରେ ମହିଳାଙ୍କ ପାଇଁ ୩୬୪ ଟି ସ୍ୱତନ୍ତ୍ର ବ୍ୟାଚ୍ ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ (ଆଇଓଟି), ବୈଦ୍ୟୁତିକ ଯାନବାହନ (ଇଭି), ସୌର ଶକ୍ତି, ଏବଂ ଆଡିଟିଭ୍ ମ୍ୟାନୁଫ୍ୟାକଚରିଂ ଭଳି ଉଦୀୟମାନ ପ୍ରଯୁକ୍ତିବିଦ୍ୟା ପାଠ୍ୟକ୍ରମରେ ୪୦୮ ଟି ବ୍ୟାଚ୍ ଅନ୍ତର୍ଭୁକ୍ତ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Sanand 2.0's swift semicon wave accelerates India's chip ambitions

Media Coverage

Sanand 2.0's swift semicon wave accelerates India's chip ambitions
NM on the go

Nm on the go

Always be the first to hear from the PM. Get the App Now!
...
The government places great emphasis on bringing a 'technology culture' to agriculture: PM Modi
March 06, 2026
This year’s Union Budget gives a strong push to agriculture and rural transformation : PM
Government has continuously strengthened the agriculture sector ,major efforts have reduced the risks for farmers and provided them with basic economic security: PM
If we scale high-value agriculture together, it will transform agriculture into a globally competitive sector: PM
As export-oriented production increases, employment will be created in rural areas through processing and value addition: PM
Fisheries can become a major platform for export growth, a high-value, high-impact sector of rural prosperity: PM
The government is developing digital public infrastructure for agriculture through AgriStack: PM
Technology delivers results when systems adopt it, institutions integrate it, and entrepreneurs build innovations on it: PM

नमस्कार !

बजट वेबिनार सीरीज के तीसरे वेबिनार में, मैं आप सभी का अभिनंदन करता हूं। इससे पहले, टेक्नोलॉजी, रिफॉर्म्स और इकोनॉमिक ग्रोथ जैसे अहम विषयों पर दो वेबिनार हो चुके हैं। आज, Rural Economy और Agriculture जैसे अहम सेक्टर पर चर्चा हो रही है। आप सभी ने बजट निर्माण में अपने मूल्यवान सुझावों से बहुत सहयोग दिया, और आपने देखा होगा बजट में आप सबके सुझाव रिफ्लेक्ट हो रहे हैं, बहुत काम आए हैं। लेकिन अब बजट आ चुका है, अब बजट के बाद उसके full potential का लाभ देश को मिले, इस दिशा में भी आपका अनुभव, आपके सुझाव और सरल तरीके से बजट का सर्वाधिक लोगों को लाभ हो। बजट का पाई-पाई पैसा जिस हेतु से दिया गया है, उसको परिपूर्ण कैसे करें? जल्द से जल्द कैसे करें? आपके सुझाव ये वेबिनार के लिए बहुत अहम है।

साथियों,

आप सभी जानते हैं, कृषि, एग्रीकल्चर, विश्वकर्मा, ये सब हमारी अर्थव्यवस्था का मुख्य आधार है। एग्रीकल्चर, भारत की लॉन्ग टर्म डेवलपमेंट जर्नी का Strategic Pillar भी है, और इसी सोच के साथ हमारी सरकार ने कृषि सेक्टर को लगातार मजबूत किया है। करीब 10 करोड़ किसानों को 4 लाख करोड़ रुपए से अधिक की पीएम किसान सम्मान निधि मिली है। MSP में हुए Reforms से अब किसानों को डेढ़ गुना तक रिटर्न मिल रहा है। इंस्टिट्यूशनल क्रेडिट कवरेज 75 प्रतिशत से अधिक हो चुका है। पीएम फसल बीमा योजना के तहत लगभग 2 लाख करोड़ रुपए के क्लेम सेटल किए गए हैं। ऐसे अनेक प्रयासों से किसानों का रिस्क बहुत कम हुआ है, और उन्हें एक बेसिक इकोनॉमिक सिक्योरिटी मिली है। इससे कृषि क्षेत्र का आत्मविश्वास भी बढ़ा है। आज खाद्यान्न और दालों से लेकर तिलहन तक देश रिकॉर्ड उत्पादन कर रहा है। लेकिन अब, जब 21वीं सदी का दूसरा क्वार्टर शुरू हो चुका है, 25 साल बीत चुके हैं, तब कृषि क्षेत्र को नई ऊर्जा से भरना भी उतना ही आवश्यक है। इस साल के बजट में इस दिशा में नए प्रयास हुए हैं। मुझे विश्वास है, इस वेबिनार में आप सभी के बीच हुई चर्चा, इससे निकले सुझाव, बजट प्रावधानों को जल्द से जल्द जमीन पर उतारने में मदद करेंगे।

साथियों,

आज दुनिया के बाजार खुल रहे हैं, ग्लोबल डिमांड बदल रही है। इस वेबिनार में अपनी खेती को एक्सपोर्ट ओरिएंटेड बनाने पर भी ज्यादा से ज्यादा चर्चा आवश्य़क है। हमारे पास Diverse Climate है, हमें इसका पूरा फायदा उठाना है। एग्रो क्लाइमेटिक जोन, उस विषय में हम बहुत समृद्ध है। इस साल का बजट इन सब बातों के लिए अनगिनत नए अवसर देने वाला बजट है। प्रोडक्टिविटी बढ़ाने की दिशा तय करता है, और एक्सपोर्ट स्ट्रेंथ को बढ़ावा देता है। बजट में हमने high value agriculture पर फोकस किया है। नारियल, काजू, कोको, चंदन, ऐसे उत्पादों के regional-specific promotion की बात कही है, और आपको मालूम है, दक्षिण के हमारे जो राज्य हैं खासकर केरल है, तमिलनाडु है, नारियल की पैदावार बहुत करते हैं। लेकिन अब वो क्रॉप, वो सारे पेड़ इतने पुराने हो चुके हैं कि उसकी वो क्षमता नहीं रही है। केरल के किसानों को अतिरिक्त लाभ हो, तमिलनाडु के किसानों को अतिरिक्त लाभ हो। इसलिए इस बार कोकोनट पर एक विशेष बल दिया गया है, जिसका फायदा आने वाले दिनों में हमारे इन किसानों को मिलेगा।

साथियों,

नॉर्थ ईस्ट की तरफ देखें, अगरवुड बहुत कम लोगों को मालूम है, जो ये अगरबत्ती शब्द है ना, वो अगरवुड से आया हुआ है। अब हिमालयन राज्यों में टेम्परेट नट क्रॉप्स, और इन्हें बढ़ावा देने का प्रस्ताव बजट में रखा गया है। जब एक्सपोर्ट ओरिएंटेड प्रोडक्शन बढ़ेगा, तो ग्रामीण क्षेत्रों में प्रोसेसिंग और वैल्यू एडिशन के जरिए रोजगार सृजन होगा। इस दिशा में एक coordinated action कैसे हो, आप सभी स्टेकहोल्डर्स मिलकर जरूर मंथन करें। अगर हम मिलकर High Value Agriculture को स्केल करते हैं, तो ये एग्रीकल्चर को ग्लोबली कंपेटिटिव सेक्टर में बदल सकता है। एग्री experts, इंडस्ट्री और किसान एक साथ कैसे आएं, किसानों को ग्लोबल मार्केट से जोड़ने के लिए किस तरह से गोल्स सेट किए जाएं, क्वालिटी, ब्रांडिंग और स्टैंडर्ड्स, ऐसे हर पहलू, इन सबको कैसे प्रमोट किया जाए, इन सारे विषयों पर चर्चा, इस वेबिनार को, इसके महत्व को बढ़ाएंगे। मैं एक और बात आपसे कहना चाहूंगा। आज दुनिया हेल्थ के संबंध में ज्यादा कॉनशियस है। होलिस्टिक हेल्थ केयर और उसमें ऑर्गेनिक डाइट, ऑर्गेनिक फूड, इस पर बहुत रुचि है। भारत में हमें केमिकल फ्री खेती पर बल देना ही होगा, हमें नेचुरल फार्मिंग पर बल देना होगा। नेचुरल फार्मिंग से, केमिकल फ्री प्रोडक्ट से दुनिया के बाजार तक पहुंचने में हमारे लिए एक राजमार्ग बन जाता है। उसके लिए सर्टिफिकेशन, लेबोरेटरी ये सारी व्यवस्थाएं सरकार सोच रही है। लेकिन आप लोग इसमें भी जरूर अपने विचार रखिए।

साथियों,

एक्सपोर्ट बढ़ाने में एक बहुत बड़ा फैक्टर फिशरीज सेक्टर का पोटेंशियल भी है। भारत दुनिया का दूसरा सबसे बड़ा मछली उत्पादक देश भी है। आज हमारे अलग-अलग तरह के जलाशय, तालाब, ये सब मिलाकर लगभग 4 लाख टन मछली उत्पादन होता है। जबकि इसमें 20 लाख टन अतिरिक्त उत्पादन की संभावना मौजूद है। अब विचार कीजिए आप, 4 लाख टन से हम अतिरिक्त 20 लाख टन जोड़ दें, तो हमारे गरीब मछुआरे भाई-बहन हैं, उनकी जिंदगी कैसी बदल जाएगी। हमारे पास Rural Income को डायवर्सिफाई करने का अवसर है। फिशरीज एक्सपोर्ट ग्रोथ का बड़ा प्लेटफॉर्म बन सकता है, दुनिया में इसकी मांग है। इस वेबिनार से अगर बहुत ही प्रैक्टिकल सुझाव निकलते हैं, तो कैसे रिज़रवॉयर, उसकी पोटेंशियल की सटीक मैपिंग की जाए, कैसे क्लस्टर प्लानिंग की जाए, कैसे फिशरीज डिपार्टमेंट और लोकल कम्युनिटी के बीच मजबूत कोऑर्डिनेशन हो, तो बहुत ही उत्तम होगा। हैचरी, फीड, प्रोसेसिंग, ब्रांडिंग, एक्सपोर्ट, उसके लिए आवश्यक लॉजिस्टिक्स, हर स्तर पर हमें नए बिजनेस मॉडल विकसित करने ही होंगे। ये Rural Prosperity, ग्रामीण समृद्धि के लिए, वहां की हाई वैल्यू, हाई इम्पैक्ट सेक्टर के रूप में परिवर्तित करने का एक अवसर है हमारे लिए, और इस दिशा में भी हम सबको मिलकर काम करना है, और आप आज जो मंथन करेंगे, उसके लिए, उस कार्य के लिए रास्ता बनेगा।

साथियों,

पशुपालन सेक्टर, ग्रामीण इकोनॉमी का हाई ग्रोथ पिलर है। भारत आज दुनिया का सबसे बड़ा मिल्क प्रोड्यूसर है, Egg प्रोडक्शन में हम दूसरे स्थान पर है। हमें इसे और आगे ले जाने के लिए ब्रीडिंग क्वालिटी, डिजीज प्रिवेंशन और साइंटिफिक मैनेजमेंट पर फोकस करना होगा। एक और अहम विषय पशुधन के स्वास्थ्य का भी है। मैं जब One Earth One Health की बात करता हूं, तो उसमें पौधा हो या पशु, सबके स्वास्थ्य की बात शामिल है। भारत अब वैक्सीन उत्पादन में आत्मनिर्भर है। फुट एंड माउथ डिजीज, उससे पशुओं को बचाने के लिए सवा सौ करोड़ से अधिक डोज पशुओं को लगाई जा चुकी है। राष्ट्रीय गोकुल मिशन के तहत टेक्नोलॉजी का विस्तार किया जा रहा है। हमारी सरकार में अब पशुपालन क्षेत्र के किसानों को किसान क्रेडिट कार्ड का भी लाभ मिल रहा है। निजी निवेश को प्रोत्साहित करने के लिए एनिमल हसबेंड्री इंफ्रास्ट्रक्चर डेवलपमेंट फंड की शुरुआत भी की गई है, और आपको ये पता है हम लोगों ने गोबरधन योजना लागू की है। गांव के पशुओं के निकलने वाला मलमूत्र है, गांव का जो वेस्ट है, कूड़ा-कचरा है। हम गोबरधन योजना में इसका उपयोग करके गांव भी स्वच्छ रख सकते हैं, दूध से आय होती है, तो गोबर से भी आय हो सकती है, और एनर्जी सिक्योरिटी की दिशा में गैस सप्लाई में भी ये गोबरधन बहुत बड़ा योगदान दे सकता है। ये मल्टीपर्पज बेनिफिट वाला काम है, और गांव के लिए बहुत उपयोगी है। मैं चाहूंगा कि सभी राज्य सरकारें इसको प्राथमिकता दें, इसको आगे बढ़ाएं।

साथियों,

हमने पिछले अनुभवों से समझा है कि केवल एक ही फसल पर टिके रहना किसान के लिए जोखिम भरा है। इससे आय के विकल्प भी सीमित हो जाते हैं। इसलिए, हम crop diversification पर फोकस कर रहे हैं। इसके अलावा, National Mission on Edible Oils And Pulses, National Mission on Natural Farming, ये सभी एग्रीकल्चर सेक्टर की ताकत बढ़ा रहे हैं।

साथियों,

आप भी जानते हैं एग्रीकल्चर स्टेट सब्जेक्ट है, राज्यों का भी एक बड़ा एग्रीकल्चर बजट होता है, हमें राज्यों को भी निरंतर प्रेरित करना है कि वो अपना दायित्व निभाने में, हम उनको कैसे मदद दें, हमारे सुझाव उनको कैसे काम आएं। राज्य का भी एक-एक पैसा जो गांव के लिए, किसान के लिए तय हुआ है, वो सही उपयोग हो। हमें बजट प्रावधानों को जिला स्तर तक मजबूत करना होगा। तभी नई पॉलिसीज का ज्यादा से ज्यादा फायदा उठाया जा सकता है।

साथियों,

ये टेक्नोलॉजी की सदी है और सरकार का बहुत जोर एग्रीकल्चर में टेक्नोलॉजी कल्चर लाने पर भी है। आज e-NAM के माध्यम से मार्केट एक्सेस का डेमोक्रेटाइजेशन हुआ है। सरकार एग्रीस्टैक के जरिए, एग्रीकल्चर के लिए डिजिटल पब्लिक इंफ्रास्ट्रक्चर विकसित कर रही है। इसके तहत डिजिटल पहचान, यानी किसान आईडी बनाई जा रही है। अब तक लगभग 9 करोड़ किसानों की किसान आईडी बन चुकी है, और लगभग 30 करोड़ भूमि पार्सलों का डिजिटल सर्वे किया गया है। भारत-विस्तार जैसे AI आधारित प्लेटफॉर्म, रिसर्च इंस्टीट्यूशंस और किसानों के बीच की दूरी कम कर रहे हैं।

लेकिन साथियों,

टेक्नोलॉजी तभी परिणाम देती है, जब सिस्टम उसे अपनाएं, संस्थाएं उसे इंटीग्रेट करें और एंटरप्रेन्योर्स उस पर इनोवेशन खड़ा करें। इस वेबिनार में आपको इससे जुड़े सुझावों को मजबूती से सामने लाना होगा। हम टेक्नोलॉजी को कैसे सही तरीके से इंटीग्रेट करें, इस दिशा में इस वेबिनार से निकले सुझावों की बहुत बड़ी भूमिका होगी।

साथियों,

हमारी सरकार ग्रामीण समृद्धि के निर्माण के लिए प्रतिबद्ध है। प्रधानमंत्री आवास योजना, स्वामित्व योजना, पीएम ग्रामीण सड़क योजना, स्वयं सहायता समूहों को आर्थिक मदद, इसने रूरल इकोनॉमी को निरंतर मजबूत किया है। लखपति दीदी अभियान की सफलता को भी हमें नई ऊंचाई देनी है। अभी तक गांव की 3 करोड़ महिलाओं को लखपति दीदी बनाने में हम सफल हो चुके हैं। अब 2029 तक, 2029 तक 3 करोड़ में और 3 करोड़ जोड़ना है, और 3 करोड़ और लखपति दीदियां बनाने का लक्ष्य तय किया गया है। ये लक्ष्य और तेजी से कैसे प्राप्त किया जाए, इसे लेकर भी आपके सुझाव महत्वपूर्ण होंगे।

साथियों,

देश में स्टोरेज का बहुत बड़ा अभियान चल रहा है। लाखों गोदाम बनाए जा रहे हैं। स्टोरेज के अलावा एग्री एंटरप्रेन्योर्स प्रोसेसिंग, सप्लाई चैन, एग्री-टेक, एग्री-फिनटेक, एक्सपोर्ट, इन सब में इनोवेशन और निवेश बढ़ाना आज समय की मांग है। मुझे विश्वास है आज जो आप मंथन करेंगे, उससे निकले अमृत से ग्रामीण अर्थव्यवस्था को नई ऊर्जा मिलेगी। आप सबको इस वेबिनार के लिए मेरी बहुत-बहुत शुभकामनाएं हैं, और मुझे पूरा विश्वास है कि जमीन से जुड़े हुए विचार, जड़ों से जुड़े हुए विचार, इस बजट को सफल बनाने के लिए, गांव-गांव तक पहुंचाने के लिए बहुत काम आएंगे। आपको बहुत-बहुत शुभकामनाएं।

बहुत-बहुत धन्यवाद। नमस्कार।