ମୁମ୍ବାଇରେ ଯାତ୍ରା ଓ ସଂଯୋଗକୁ ନୂତନ ଗତି ଦେବ ନୂତନ ବିମାନବନ୍ଦର ଓ ଭୂତଳ ମେଟ୍ରୋ: ପ୍ରଧାନମନ୍ତ୍ରୀ
ଏକ ବିକଶିତ ଭାରତ ହେଉଛି ଯେଉଁଠାରେ ଗତି ଏବଂ ପ୍ରଗତି ଉଭୟ ରହିଥାଏ, ଯେଉଁଠାରେ ଜନ କଲ୍ୟାଣ ସର୍ବୋପରି ହୋଇଥାଏ ଏବଂ ସରକାରୀ ଯୋଜନାଗୁଡ଼ିକ ପ୍ରତ୍ୟେକ ନାଗରିକଙ୍କ ଜୀବନକୁ ସହଜ କରିଥାଏ : ପ୍ରଧାନମନ୍ତ୍ରୀ
ଉଡାଣ ଯୋଜନାକୁ ଧନ୍ୟବାଦ, ଗତ ଦଶନ୍ଧିରେ ପ୍ରଥମ ଥର ପାଇଁ ଲକ୍ଷ ଲକ୍ଷ ଲୋକ ବିମାନ ଯାତ୍ରା କରିଛନ୍ତି, ସେମାନଙ୍କର ସ୍ୱପ୍ନ ପୂରଣ କରିଛନ୍ତି : ପ୍ରଧାନମନ୍ତ୍ରୀ
ନୂତନ ବିମାନବନ୍ଦର ଏବଂ ଉଡାଣ ଯୋଜନା ବିମାନ ଯାତ୍ରାକୁ ସହଜ କରିଛି ଏବଂ ଭାରତକୁ ବିଶ୍ୱର ତୃତୀୟ ବୃହତ ଘରୋଇ ବିମାନ ଚଳାଚଳ ବଜାର କରିଛି : ପ୍ରଧାନମନ୍ତ୍ରୀ
ଆଜି, ଭାରତ ବିଶ୍ୱର ସବୁଠାରୁ ଯୁବ ଦେଶ ; ଆମର ଶକ୍ତି ଆମର ଯୁବପିଢ଼ି ମଧ୍ୟରେ ନିହିତ : ପ୍ରଧାନମନ୍ତ୍ରୀ
ଆମ ପାଇଁ, ଆମ ଦେଶ ଏବଂ ଏହାର ନାଗରିକଙ୍କ ସୁରକ୍ଷା ଅପେକ୍ଷା ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ : ପ୍ରଧାନମନ୍ତ୍ରୀ

ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀମାନ ଆଚାର୍ଯ୍ୟ ଦେବବ୍ରତ ଜୀ, ଏଠାକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଥିବା ମୋର ସହଯୋଗୀ ରାମଦାସ ଅଠାଓ୍ୱଲେ ଜୀ, କେଆର୍ ନାଇଡୁ ଜୀ, ମୁରଳୀଧର ମୋହୋଳ ଜୀ, ମହାରାଷ୍ଟ୍ର ସରକାରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଜୀ, ଅଜିତ ପାଓ୍ୱାର ଜୀ, ଅନ୍ୟ ମନ୍ତ୍ରୀଗଣ, ଭାରତରେ ଅବସ୍ଥାପିତ ଜାପାନର ରାଷ୍ଟ୍ରଦୂତ କେଇଜି ଓନୋ ଜୀ, ଅନ୍ୟ ମହାନୁଭବ, ଭାଇ ଓ ଭଉଣୀମାନେ!

 

ବିଜୟାଦଶମୀ ଝାଲି, କୋଜାଗରୀ ପୂର୍ଣ୍ଣିମା ଝାଲୀ … ଆଣି ଆତା ଦହା ଦିବନ୍ନି ଦିବାଚ୍ଛୀ, ତୁମହାଲ୍ଲା ୟା ସର୍ବାସାଠୀ ସୁପ ସୁପ ଶୁଭେଚ୍ଛା ଦେତୋ।

 

ବନ୍ଧୁଗଣ,

ଆଜି ମୁମ୍ୱାଇର ଦୀର୍ଘ ପ୍ରତୀକ୍ଷାର ଅନ୍ତ ହୋଇଛି। ମୁମ୍ୱାଇକୁ ଏବେ ମିଳି ଯାଇଛି ନିଜର ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନ ବନ୍ଦର। ଏହି ବିମାନ ବନ୍ଦର ଏହି ଅଞ୍ଚଳକୁ ଏସିଆର ସବୁଠୁ ବଡ଼ କନେକ୍‌ଟିଭିଟି ହବ୍ ରୂପରେ ଗଢ଼ି ତୋଳିବାରେ ବଡ଼ ଭୂମିକା ଗ୍ରହଣ କରିବ। ଆଜି ମୁମ୍ୱାଇକୁ ସଂପୂର୍ଣ୍ଣ ଭାବେ ଭୂତଳ ମେଟ୍ରୋ ମଧ୍ୟ ମିଳିଯାଇଛି। ଏହା ଦ୍ୱାରା ମୁମ୍ୱାଇରେ ଗମନାଗମନ ଆହୁରି ସହଜ ହେବ, ଲୋକଙ୍କ ସମୟ ବଞ୍ଚିଯିବ। ଏହି ଭୂତଳ ମେଟ୍ରୋ ହେଉଛି ବିକଶିତ ହେଉଥିବା ଭାରତର ଜୀବନ୍ତ ପ୍ରତୀକ। ଐତିହାସିକ କୋଠାଗୁଡ଼ିକୁ ସୁରକ୍ଷିତ ରଖି ମୁମ୍ୱାଇ ପରି ବ୍ୟସ୍ତବହୁଳ ସହରରେ ମାଟି ତଳେ ଏହି ଆକର୍ଷଣୀୟ ମେଟ୍ରୋ ନିର୍ମାଣ କରାଯାଇଛି। ଏହି ପ୍ରକଳ୍ପ ନିର୍ମାଣ କରିଥିବା ଶ୍ରମିକ ଓ ଇଂଜିନିୟରମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି।

 

ବନ୍ଧୁଗଣ,

ଏହି ସମୟ ହେଉଛି ଭାରତର ଯୁବବର୍ଗଙ୍କ ପାଇଁ ଅସଂଖ୍ୟ ସୁଯୋଗର ସମୟ। କିଛି ଦିନ ଆଗରୁ ଦେଶର ଅନେକ ଆଇଟିଆଇକୁ ଶିଳ୍ପଜଗତ ସହିତ ଯୋଡ଼ିବାକୁ ୬୦ ହଜାର କୋଟି ଟଙ୍କାର ପିଏମ୍ ସେତୁ ଯୋଜନାର ଶୁଭାରମ୍ଭ କରାଯାଇଛି। ଆଜିଠୁ ମହାରାଷ୍ଟ୍ର ସରକାର ଶତାଧିକ ଆଇଟିଆଇ ଓ ଟେକ୍ନିକାଲ ସ୍କୁଲରେ ନୂଆ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହା ଦ୍ୱାରା ସ୍କୁଲରେ ପଢୁଥିବା ପିଲାଙ୍କୁ ମଧ୍ୟ ଡ୍ରୋନ, ରୋବୋଟିକ୍ସ, ଇଲେକଟ୍ରିକ ଗାଡ଼ି, ସୌର ଶକ୍ତି, ସବୁଜ ହାଇଡ୍ରୋଜନ ଏପରି ଅସଂଖ୍ୟ ନୂଆ ଟେକ୍ନୋଲଜିର ପ୍ରଶିକ୍ଷଣ ମିଳି ପାରିବ। ମୁଁ ମହାରାଷ୍ଟ୍ରର ଯୁବବର୍ଗକୁ ବହୁତ ବହୁତ ଶୁଭକାମନା ଦେଉଛି।

 

ବନ୍ଧୁଗଣ,

ଆଜିର ଏହି ବିରାଟ ଅବସରରେ ମୁଁ ମହାରାଷ୍ଟ୍ରର ସୁପୁତ୍ର ଲୋକନେତା ଦି. ବା. ପାଟିଲ ଜୀ ଙ୍କୁ ମଧ୍ୟ ସ୍ମରଣ କରୁଛି। ସେ ସମାଜ ପାଇଁ, ଚାଷୀଙ୍କ ପାଇଁ ଯେଉଁ ସେବା ମନୋଭାବ ନେଇ କାମ କରିଛନ୍ତି, ତାହା ହେଉଛି ଆମ ସମସ୍ତଙ୍କ ପ୍ରେରଣା । ତାଙ୍କର ଜୀବନ, ସାମାଜିକ ଜୀବନରେ କାମ କରୁଥିବା ଲୋକଙ୍କୁ ସବୁବେଳେ ପ୍ରୋତ୍ସାହିତ କରିବ।

ବନ୍ଧୁଗଣ,

ଆଜି ପୂରା ଦେଶ, ବିକଶିତ ଭାରତର ସଂକଳ୍ପର ସିଦ୍ଧିରେ ଲାଗି ପଡ଼ିଛି। ବିକଶିତ ଭାରତ ଅର୍ଥାତ ଏଠାରେ ଗତି ବି ଅଛି ଆଉ ପ୍ରଗତି ବି ହେଉଛି, ଯେଉଁଠି ଜନହିତ ସର୍ବୋପରି ହେଉ, ଯେଉଁଠି ସରକାରଙ୍କ ଯୋଜନା ଦେଶବାସୀଙ୍କ ଜୀବନକୁ ସହଜ କରୁ। ଯଦି ଆପଣ ଗତ ୧୧ ବର୍ଷର ଯାତ୍ରା ଉପରେ ନଜର ପକାଇବେ, ତେବେ ଦେଖିବେ ଭାରତର କୋଣ ଅନୁକୋଣରେ ଏହି ଭାବନାରେ ଦ୍ରୁତ ଗତିରେ କାମ ହେଉଛି। ଯେତେବେଳେ ବନ୍ଦେ ଭାରତ ସେମି ହାଇସ୍ପିଡ୍ ଟ୍ରେନ ଧାରଣାରେ ଦୌଡ଼େ, ଯେତେବେଳେ ବୁଲେଟ ଟ୍ରେନର କାମ ଦ୍ରୁତ ଗତିରେ ହୁଏ, ଯେତେବେଳେ ପ୍ରଶସ୍ତ ରାଜପଥ ଓ ଏକ୍ସପ୍ରେସ୍ ଓ୍ୱେ ନୂଆ ନୂଆ ସହରକୁ ସଂଯୋଗ କରେ, ଯେତେବେଳେ ପାହାଡ଼କୁ ଚିରି କରି ସୁଦୀର୍ଘ ସୁଡ଼ଙ୍ଗ ତିଆରି ହୁଏ, ଯେତେବେଳେ ଦୀର୍ଘ ଓ ଉଚ୍ଚ ସମୁଦ୍ର-ସେତୁ ସାଗରର ଦୁଇ କୂଳକୁ ସଂଯୋଗ କରେ, ସେତେବେଳେ ଭାରତର ଗତି ମଧ୍ୟ ଦେଖାଯାଏ ଓ ଭାରତର ପ୍ରଗତି ମଧ୍ୟ ଦେଖାଯାଏ। ସେତେବେଳେ ଭାରତର ଯୁବବର୍ଗଙ୍କ ଉଡ଼ାଣରେ ଲାଗେ ନୂଆ ଡେଣା ।

 

ବନ୍ଧୁଗଣ,

ଆଜିର କାର୍ଯ୍ୟକ୍ରମ ମଧ୍ୟ ଏହି ଧାରାକୁ ଆଗକୁ ନେଉଛି। ନଭି ମୁମ୍ୱାଇ ଅନ୍ତର୍ଜାତୀୟ ବିମାନ ବନ୍ଦର, ଏହା ହେଉଛି ଏପରି ଏକ ପ୍ରକଳ୍ପ ଯେଉଁଥିରେ ରହିଛି ବିକଶିତ ଭାରତର ଝଲକ। ଏହା ଛତ୍ରପତି ଶିବାଜୀ ମହାରାଜଙ୍କ ମାଟିରେ ନିର୍ମିତ ହୋଇଛି ଏବଂ ଏହାର ଆକାର ହେଉଛି ପଦ୍ମଫୁଲ ପରି। ଅର୍ଥାତ ଏହା ହେଉଛି ସଂସ୍କୃତି ଓ ସମୃଦ୍ଧିର ଜୀବନ୍ତ ପ୍ରତୀକ। ଏହି ନୂଆ ବିମାନବନ୍ଦର ଦ୍ୱାରା ମହାରାଷ୍ଟ୍ରର ଚାଷୀ ୟୁରୋପ ଓ ମଧ୍ୟପ୍ରାଚ୍ୟର ସୁପର୍ ମାର୍କେଟ ସହିତ ଯୋଡ଼ି ହେବେ। ଅର୍ଥାତ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ସତେଜ ସାମଗ୍ରୀ, ଫଳମୂଳ, ପନିପରିବା ଓ ମତ୍ସ୍ୟଜୀବୀଙ୍କ ସାମଗ୍ରୀ ତୁରନ୍ତ ବିଶ୍ୱସ୍ତରୀୟ ବଜାରରେ ପହଞ୍ଚି ପାରିବ। ଏହି ବିମାନ ବନ୍ଦରର ଆଖପାଖରେ ଥିବା କ୍ଷୁଦ୍ର ଓ ଲଘୁ ଉଦ୍ୟୋଗ ପାଇଁ ରପ୍ତାନୀ ଖର୍ଚ୍ଚ କମ୍ ହେବ, ଏଠାରେ ନିବେଶ ବଢ଼ିବ, ନୂଆ ଉଦ୍ୟୋଗ, ନୂଆ ଉଦ୍ୟମ ଲାଗିବ। ମୁଁ ମହାରାଷ୍ଟ୍ର ଓ ମୁମ୍ୱାଇର ସମସ୍ତ ଲୋକଙ୍କୁ ଏହି ବିମାନ ବନ୍ଦର ପାଇଁ ବହୁତ ବହୁତ ଅଭିନନ୍ଦନ ଜଣାଉଛି।

ବନ୍ଧୁଗଣ,

ଯେତେବେଳେ ସ୍ୱପ୍ନକୁ ସାକାର କରିବାର ସଂକଳ୍ପ ରହେ, ଯେତେବେଳେ ଦେଶବାସୀଙ୍କ ନିକଟରେ ଦ୍ରୁତ ବିକାଶର ଲାଭ ପହଞ୍ଚାଇବାର ଇଚ୍ଛାଶକ୍ତି ଥାଏ, ସେତେବେଳେ ଭଲ ପରିଣାମ ମଧ୍ୟ ମିଳିଥାଏ। ଆମର ବିମାନ ସେବା ଓ ଏଥି ସହିତ ଜଡ଼ିତ ଶିଳ୍ପ ହେଉଛି ଏହାର ବହୁତ ବଡ଼ ପ୍ରମାଣ। ଆପଣଙ୍କର ମନେଥିବ, ୨୦୧୪ ରେ ଯେତେବେଳେ ଦେଶ ମତେ ସୁଯୋଗ ଦେଇଥିଲା, ସେତେବେଳେ ମୁଁ କହିଥିଲି – ମୋର ସ୍ୱପ୍ନ ହେଉଛି ହଓ୍ୱାଇ ଚପଲ ପିନ୍ଧୁଥିବା ଲୋକ ବି ଉଡ଼ାଜାହାଜ ବସିପାରିବ। ସେହି ସ୍ୱପ୍ନକୁ ସାକାର କରିବା ପାଇଁ ଦେଶରେ ନୂଆ ନୂଆ ବିମାନ ବନ୍ଦର ନିର୍ମାଣ କରିବା ଜରୁରୀ ଥିଲା। ଆମର ସରକାର ଏହି ପ୍ରସଙ୍ଗରେ ଗମ୍ଭୀରତାର ସହିତ କାମ ଆରମ୍ଭ କରିଥିଲା। ଗତ ୧୧ ବର୍ଷରେ ଦେଶରେ ଗୋଟିଏ ପରେ ଗୋଟିଏ ବିମାନ ବନ୍ଦର ନିର୍ମିତ ହେଲା। ୨୦୧୪ରେ ଆମର ଦେଶରେ କେବଳ ୭୪ଟି ବିମାନ ବନ୍ଦର ଥିଲା। ଆଜି ଭାରତରେ ବିମାନ ବନ୍ଦର ସଂଖ୍ୟା ୧୬୦ ଅତିକ୍ରମ କରିଛି।

ବନ୍ଧୁଗଣ,

ଯେତେବେଳେ ଦେଶର ଛୋଟ ଛୋଟ ସହରରେ ମଧ୍ୟ ବିମାନ ବନ୍ଦର ନିର୍ମିତ ହୁଏ, ଆକାଶମାର୍ଗରେ ଯିବା ଆସିବାର ବିକଳ୍ପ ସେଠାକାର ଲୋକଙ୍କୁ ମିଳିଥାଏ। ଏବଂ ସେଥିରେ ମଧ୍ୟ ପଇସାର ସମସ୍ୟାକୁ କମ୍ କରିବା ପାଇଁ ଆମେ ଉଡ଼ାନ ଯୋଜନା ଆରମ୍ଭ କରିଥିଲୁ। ଏହା ଦ୍ୱାରା ଶସ୍ତାରେ ଲୋକଙ୍କୁ ବିମାନ ଟିକଟ ମିଳିପାରିବ। ଉଡ଼ାନ ଯୋଜନା ଦ୍ୱାରା ଗତ ଦଶନ୍ଧିରେ ଲକ୍ଷ ଲକ୍ଷ ଲୋକ ପ୍ରଥମ ଥର ପାଇଁ ଉଡ଼ାଜାହାଜ ବସି ପାରିଛନ୍ତି, ନିଜର ସ୍ୱପ୍ନ ପୂରଣ କରିପାରିଛନ୍ତି।

 

ବନ୍ଧୁଗଣ,

ନୂଆ ବିମାନବନ୍ଦର ନିର୍ମିତ ହେବାରୁ ଓ ଉଡ଼ାଣ ଯୋଜନା ଯୋଗୁଁ ଲୋକଙ୍କୁ ତ ସୁବିଧା ମିଳିଛି, ଏହା ସହିତ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଘରୋଇ ଏଭିଏସନ୍ ବଜାର ମଧ୍ୟ ପାଲଟିଛି। ଏବେ ତ ଆମର ଏୟାରଲାଇନ୍ସ ଲଗାତର ଭାବେ ନିଜର ସଂପ୍ରସାରଣ କରୁଛନ୍ତି। ବିମାନ ନିର୍ମାଣ କରୁଥିବା କମ୍ପାନି ପାଖରେ ଏବେ କେବଳ ହିନ୍ଦୁସ୍ତାନରୁ ପ୍ରାୟ ୧ ହଜାର ବିମାନର ଅର୍ଡର ଅଛି। ଏହା ଜାଣି ଦୁନିଆର ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି। ଏହା ଦ୍ୱାରା ପାଇଲଟ, କ୍ୟାବିନ କ୍ରୁ, ଇଂଜିନିୟର୍ସ, ଗ୍ରାଉଣ୍ଡ ଓ୍ୱାର୍କର୍ସଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହେଉଛି।

ବନ୍ଧୁଗଣ,

ଯେତେବେଳେ ବିମାନ ସଂଖ୍ୟା ବୃଦ୍ଧି ହୁଏ, ସେତେବେଳେ ମେଣ୍ଟେନାମ୍ସ, ମରାମତି କାମ ମଧ୍ୟ ବଢ଼ି ଥାଏ। ଆମର ଲକ୍ଷ୍ୟ ହେଉଛି ଏହି ଦଶକ ଶେଷ ସୁଦ୍ଧା ଭାରତ ଏକ ବହୁତ ବଡ଼ ଏମ୍‌ଆର୍‌ଓ ହବ୍ ହେଉ। ଏଥିରେ ମଧ୍ୟ ଭାରତର ଯୁବକମାନଙ୍କ ପାଇଁ ରୋଜଗାରର ଅନେକ ସୁଯୋଗ ସୃଷ୍ଟି ହେଉଛି।

ବନ୍ଧୁଗଣ,

ଆଜି ଭାରତ ହେଉଛି ବିଶ୍ୱର ସବୁଠୁ ଯୁବ ଦେଶ। ଆମର ଯୁବାବର୍ଗ ହେଉଛନ୍ତି ଆମର ଶକ୍ତି। ଏଥିପାଇଁ ଆମର ପ୍ରତ୍ୟେକ ନୀତିର ଫୋକସ୍ ହେଉଛି ଯୁବବର୍ଗଙ୍କୁ ଅଧିକରୁ ଅଧିକ ରୋଜଗାରର ସୁଯୋଗ ପ୍ରଦାନ। ଯେତେବେଳେ ଭିତ୍ତିଭୂମି ଉପରେ ଅଧିକ ନିବେଶ ହୁଏ, ସେତେବେଳେ ରୋଜଗାର ସୃଷ୍ଟି ହୁଏ। ଯେତେବେଳେ ୭୬ ହଜାର କୋଟି ଟଙ୍କା ବିନିଯୋଗରେ ଓ୍ୱାଢ଼ବଣ ପରି ବନ୍ଦର ନିର୍ମିତ ହୁଏ, ସେତେବେଳେ ହିଁ ରୋଜଗାର ସୃଷ୍ଟି ହୁଏ। ଯେତେବେଳେ ବାଣିଜ୍ୟ ବ୍ୟବସାୟର କାରବାର ବଢ଼େ, ଲଜିଷ୍ଟିକ୍ସ ସଂପର୍କିତ କ୍ଷେତ୍ରକୁ ଗତି ମିଳିଥାଏ, ସେତେବେଳେ ଅସଂଖ୍ୟ ରୋଜଗାର ବଢ଼ି ବଢ଼ି ଯାଏ।

 

ଭାଇ ଓ ଭଉଣୀମାନେ,

ଆମେ ସେହି ସଂସ୍କାରରେ ଲାଳିତ ପାଳିତ ହୋଇଛୁ ଯେଉଁଠି ରାଷ୍ଟ୍ରନୀତି ହିଁ ହେଉଛି ରାଜନୀତିର ଆଧାର। ଆମ ପାଇଁ ଭିତ୍ତିଭିମି ଉପରେ ଲାଗୁଥିବା ଗୋଟିଏ ଗୋଟିଏ ପଇସା ହେଉଛି ଦେଶବାସୀଙ୍କ ସୁବିଧା ସାମର୍ଥ୍ୟକୁ ବୃଦ୍ଧି କରିବାର ମାଧ୍ୟମ। କିନ୍ତୁ ଅପର ପଟେ ଦେଶରେ ଏପରି ଏକ ରାଜନୀତିର ଧାରା ବି ଅଛି, ଯାହାକି ଜନତାଙ୍କ ସୁବିଧା ନୁହେଁ, ବରଂ କ୍ଷମତାର ସୁବିଧାକୁ ଉପରେ ରଖିଥାଏ। ସେମାନେ ହେଉଛନ୍ତି ସେହି ଲୋକ ଯିଏ କି ବିକାଶର କାମରେ ବାଧା ସୃଷ୍ଟି କରନ୍ତି, ଦୁର୍ନୀତି କରି ବିକାଶର ସହିତ ଜଡ଼ିତ ଥିବା ପ୍ରକଳ୍ପକୁ ଲାଇନଚ୍ୟୁତ କରି ଦିଅନ୍ତି। ଦଶନ୍ଧି ଦଶନ୍ଧି ଧରି ଦେଶ ଏପରି କ୍ଷତି ଦେଖି ଆସିଛି।

ବନ୍ଧୁଗଣ,

ଆଜି ଯେଉଁ ମେଟ୍ରୋ ଲାଇନ୍‌ର ଲୋକାର୍ପଣ ହୋଇଛି, ଏହା ସେହି ଲୋକଙ୍କ କାରନାମାକୁ ମଧ୍ୟ ମନେ ପକାଇ ଦେଉଛି। ମୁଁ ଯେତେବେଳେ ଏହାର ଭୂମିପୂଜନରେ ସାମିଲ ହୋଇଥିଲି, ସେତେବେଳେ ମୁମ୍ୱାଇର ଲକ୍ଷ ଲକ୍ଷ ପରିବାର ମନରେ ଆଶା ଜନ୍ମିଥିଲା ସେମାନଙ୍କ କଷ୍ଟ କମିବ। କିନ୍ତୁ କିଛି ଦିନ ପାଇଁ ଯେଉଁ ସରକାର ଆସିଥିଲା, ସେମାନେ ଏହି କାମକୁ ବନ୍ଦ କରିଦେଇଥିଲେ। ସେମାନଙ୍କୁ କ୍ଷମତା ମିଳିଲା, କିନ୍ତୁ ଦେଶର ହଜାର ହଜାର କୋଟି ଟଙ୍କା କ୍ଷତି ହେଲା। ଏତେ ବର୍ଷ ଧରି ଅସୁବିଧା ହେଲା। ବର୍ତ୍ତମାନ ଏହି ମେଟ୍ରୋ ଲାଇନ ନିର୍ମିତ ହେବା ଦ୍ୱାରା ଦୁଇ ଅଢ଼େଇ ଘଣ୍ଚାର ଯାତ୍ରା ମାତ୍ର ୩୦ରୁ ୪୦ ମିନିଟ ଲାଗିବ। ଯେଉଁ ମୁମ୍ୱାଇରେ ଗୋଟିଏ ଗୋଟିଏ ମିନିଟର ବହୁତ ମୂଲ୍ୟ ରହିଛି, ସେଠାରେ ତିନି ଚାରି ବର୍ଷ ଯାଏ ଏହି ସୁବିଧାରୁ ମୁମ୍ୱାଇବାସୀ ବଞ୍ଚିତ ଥିଲେ। ଏହା କୌଣସି ପାପଠାରୁ କମ୍ ନୁହେଁ।

 

ବନ୍ଧୁଗଣ,

ଗତ ୧୧ ବର୍ଷ ଧରି ଦେଶବାସୀଙ୍କ ଜୀବନକୁ ସହଜ କରିବା ପାଇଁ ଇଜ୍ ଅଫ୍ ଲିଭିଂ ଉପରେ ବହୁତ ଅଧିକ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ରେଳ, ସଡ଼କ, ଏୟାରପୋର୍ଟ, ମେଟ୍ରୋ, ଇଲେକଟ୍ରିକ ବସ୍ ଏପରି ପ୍ରତ୍ୟେକ ସୁବିଧା ଉପରେ ଅଭୂତପୂର୍ବ ନିବେଶ କରାଯାଉଛି। ଅଟଳ ସେତୁ ଓ କୋଷ୍ଟାଲ ସଡ଼କ ପରି ପ୍ରକଳ୍ପ ନିର୍ମିତ ହୋଇଛି।

ବନ୍ଧୁଗଣ,

ଆମେ ଯିବାଆସିବାର ପ୍ରତ୍ୟେକ ମାଧ୍ୟମକୁ ପରସ୍ପର ସହିତ ଯୋଡୁଛୁ। ଲୋକଙ୍କୁ ସିମ୍‌ଲେସ୍‌ ଯାତ୍ରାର ସୁବିଧା ଯେମିତି ମିଳିବ, ଗୋଟିଏ ମାଧ୍ୟମରୁ ଆଉ ଏକ ମାଧ୍ୟମ ଯାଏ ପହଞ୍ଚିବାରେ ଯେମିତି କୌଣସି ବାଧ୍ୟବାଧକତା ନ ରହେ, ସେହି ଚେଷ୍ଟା କରାଯାଉଛି। ଆଜି ଦେଶ ୱାନ୍ ନେସନ୍ ୱାନ ମୋବିଲିଟି ଦିଗରେ ଆଗକୁ ବଢୁଛି। ମୁମ୍ୱାଇ ଓ୍ୱାନ ଆପ୍ ମଧ୍ୟ ଏହି ଦିଗରେ ଆଉ ଏକ ପ୍ରୟାସ । ଏବେ ମୁମ୍ବାଇବାସୀଙ୍କୁ ଟିକଟ ପାଇଁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବ ନାହିଁ। ମୁମ୍ୱାଇ ୱାନ୍ ଆପ୍ ରେ ଟିକଟ ନିଅନ୍ତୁ ଏବଂ ସେହି ଟିକଟରେ ଲୋକାଲ ଟ୍ରେନ, ବସ୍, ମେଟ୍ରୋ କିମ୍ୱା ଟ୍ୟାକ୍ସି – ସବୁଥିରେ ଯାତ୍ରା କରନ୍ତୁ।

ବନ୍ଧୁଗଣ,

ମୁମ୍ୱାଇ ଭାରତର ଆର୍ଥିକ ରାଜଧାନୀ ହେବା ସହିତ ଭାରତର ସବୁଠୁ ସମୃଦ୍ଧ ସହର ମଧ୍ୟରେ ଅନ୍ୟତମ। ଏଥିପାଇଁ ୨୦୦୮ରେ ଆତଙ୍କବାଦୀମାନେ ବଡ଼ ଧରଣର ଆକ୍ରମଣ କରିବା ପାଇଁ ମୁମ୍ୱାଇକୁ ହିଁ ବାଛିଥିଲେ। କିନ୍ତୁ ସେତେବେଳେ ଯେଉଁ କଂଗ୍ରେସ ସରକାର କ୍ଷମତାରେ ଥିଲା, ସେହି ସରକାର ଦୁର୍ବଳତାର ସନ୍ଦେଶ ଦେଇଥିଲା, ଆତଙ୍କବାଦ ଆଗରେ ନତମସ୍ତକ ହେବାର ବାର୍ତ୍ତା ଦେଇଥିଲା। ଏବେ ଏବେ କିଛି ଦିନ ତଳେ କେନ୍ଦ୍ର ଗୃହମନ୍ତ୍ରୀ ପରି ବଡ଼ ପଦବୀରେ ଥିବା କଂଗ୍ରେସର ଜଣେ ନେତା ଏକ ସାକ୍ଷାତକାରରେ ବହୁତ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି, ମୁମ୍ୱାଇ ଆକ୍ରମଣ ପରେ ପରେ ଆମର ସେନା ପାକିସ୍ତାନ ଉପରେ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ଥିଲେ। ପୂରା ଦେଶ ମଧ୍ୟ ସେହି ସମୟରେ ଏହା ଚାହୁଁଥିଲା। କିନ୍ତୁ ସେହି କଂଗ୍ରେସ ନେତାଙ୍କ କଥାକୁ ଯଦି ଆମେ ଗ୍ରହଣ କରିବା, ଅନ୍ୟ କୌଣସି ଦେଶର ଚାପ ଯୋଗୁଁ ସେତେବେଳେ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ସେନାକୁ ରୋକିଥିଲା କଂଗ୍ରେସ ସରକାର। କଂଗ୍ରେସକୁ ଏବେ କହିବାକୁ ପଡ଼ିବ, ସେ ବ୍ୟକ୍ତି ଜଣକ କିଏ ଯିଏ କି ବିଦେଶୀ ଚାପରେ ଏହି ନିଷ୍ପତ୍ତି ନେଇଥିଲା ? ସେ ବ୍ୟକ୍ତି ଜଣକ କିଏ ଯିଏ କି ମୁମ୍ବାଇର, ଦେଶର ଭାବନା ସହିତ ଖେଳ ଖେଳିଥିଲା ? ଏବଂ ତାହା ଜାଣିବାର ଅଧିକାର ଦେଶର ଅଛି। କଂଗ୍ରେସର ଏହି ଦୁର୍ବଳତା ଆତଙ୍କବାଦୀଙ୍କୁ ଶକ୍ତିଶାଳୀ କରିଥିଲା। ଦେଶର ସୁରକ୍ଷାକୁ ଦୁର୍ବଳ କରିଥିଲା, ବାରମ୍ୱାର ଜୀବନ ଦେଇ ଦେଶକୁ ଏହାର ବହୁମୂଲ୍ୟ ଦେବାକୁ ପଡ଼ିଛି।

 

ବନ୍ଧୁଗଣ,

ଆମ ପାଇଁ ଦେଶ ଓ ଦେଶବାସୀଙ୍କ ସୁରକ୍ଷାଠାରୁ ବଡ଼ ଆଉ କିଛି ବି ନାହିଁ। ଆଜିର ଭାରତ ଦମଦାର୍ ଜବାବ ଦିଏ। ଆଜିର ଭାରତ ଘରେ ପଶି ଶତ୍ରୁକୁ ମାରିଥାଏ। ଅପରେସନ ସିନ୍ଦୂର ବେଳେ ଏହା ଦୁନିଆ ଦେଖିଛି ଏବଂ ଗର୍ବ ଅନୁଭବ ମଧ୍ୟ କରିଛି।

ବନ୍ଧୁଗଣ,

ଗରିବ ହୁଅନ୍ତୁ, ନିଓ ମଧ୍ୟବିତ୍ତ ଶ୍ରେଣୀ ହୁଅନ୍ତୁ କି ମଧ୍ୟବିତ୍ତ ହୁଅନ୍ତୁ, ଆଜି ସେମାନଙ୍କର ସଶକ୍ତିକରଣ ହେଉଛି ଦେଶର ପ୍ରାଥମିକତା । ଯେତେବେଳେ ଏହି ପରିବାରଗୁଡ଼ିକୁ ସୁବିଧା ମିଳେ, ସମ୍ମାନ ମିଳେ, ସେତେବେଳେ ଏମାନଙ୍କର ସାମର୍ଥ୍ୟ ବଢ଼େ। ଦେଶବାସୀଙ୍କ ସାମର୍ଥ୍ୟ ଯୋଗୁଁ ଦେଶ ସଶକ୍ତ ହୁଏ। ଏବେ ଜିଏସ୍‌ଟିରେ ଯେଉଁ ପରବର୍ତ୍ତୀ ପୀଢ଼ିର ସଂସ୍କାର ହେଲା, ସାମଗ୍ରୀଗୁଡ଼ିକ ଯେଉଁ ଶସ୍ତା ହେଲା, ଏହା ଦ୍ୱାରା ମଧ୍ୟ ଦେଶବାସୀଙ୍କ ସାମର୍ଥ୍ୟ ବଢ଼ିଛି। ବଜାରରୁ ଆସିଥିବା ପରିସଂଖ୍ୟାନ କହୁଛି,ଏଥର ନବରାତ୍ରିରେ ବିକ୍ରିବଟାରେ କାହିଁ କେତେ ବର୍ଷର ରେକର୍ଡ ଭାଙ୍ଗିଛି। ରେକର୍ଡ ସଂଖ୍ୟାରେ ଲୋକେ ସ୍କୁଟର, ବାଇକ, ଟିଭି, ଫ୍ରିଜ୍, ଓ୍ୱାସିଂ ମେସିନ ପରି ସାମଗ୍ରୀ କିଣିଛନ୍ତି।

ବନ୍ଧୁଗଣ,

ଯାହା ଦ୍ୱାରା ଦେଶବାସୀଙ୍କ ଜୀବନରେ ଉନ୍ନତି ହେବ, ଯାହା ଦ୍ୱାରା ଦେଶକୁ ଶକ୍ତି ମିଳିବ, ଆମ ସରକାର ଆଗକୁ ମଧ୍ୟ ସେମିତି ପଦକ୍ଷେପ ନେବ। ତେବେ ଆପଣଙ୍କୁ ମୋର ଏକ ଅନୁରୋଧ ଅଛି। ସ୍ୱଦେଶୀକୁ ଗ୍ରହଣ କରନ୍ତୁ, ଗର୍ବର ସହିତ କୁହନ୍ତୁ-ଏହା ହେଉଛି ସ୍ୱଦେଶୀ। ଏହା ପ୍ରତ୍ୟେକ ଘରର, ପ୍ରତ୍ୟେକ ବଜାରର ମନ୍ତ୍ର ହେବା ଉଚିତ। ପ୍ରତ୍ୟେକ ବ୍ୟକ୍ତି ସ୍ୱଦେଶୀ ପୋଷାକ-ଜୋତା କିଣିବ, ସ୍ୱଦେଶୀ ସାମଗ୍ରୀ ଘରକୁ ଆଣିବ, ଯଦି କାହାକୁ ଉପହାର ଦେବାର ଅଛି ତ ସ୍ୱଦେଶୀ ସାମଗ୍ରୀ ଉପହାର ଦେବ, ତା ହେଲେ ଦେଶର ପଇସା ଦେଶରେ ହିଁ ଲାଗିବ।

ବନ୍ଧୁଗଣ,

ଏହା ଦ୍ୱାରା ଭାରତର ଶ୍ରମିକଙ୍କୁ ହିଁ କାମ ମିଳିବ, ଭାରତର ଯୁବବର୍ଗକୁ ରୋଜଗାର ମିଳିବ। କଳ୍ପନା କରନ୍ତୁ ଯେତେବେଳେ ସାରା ଭାରତ ସ୍ୱଦେଶୀକୁ ଆପଣେଇ ନେବ ତ ଭାରତର ସାମର୍ଥ୍ୟ କେତେ ବଢ଼ିଯିବ।

ବନ୍ଧୁଗଣ,

ମହାରାଷ୍ଟ୍ର ଦେଶର ବିକାଶକୁ ଗତି ଦେବାରେ ସବୁବେଳେ ଆଗରେ ରହି ଆସିଛି। ଏନ୍‌ଡିଏର ଡବଲ୍ ଇଂଜିନ ସରକାର, ମହାରାଷ୍ଟ୍ରର ପ୍ରତ୍ୟେକ ନଗର, ପ୍ରତ୍ୟେକ ଗାଁର ସାମର୍ଥ୍ୟ ବୃଦ୍ଧି କରିବା ପାଇଁ ଲଗାତର କାମ କରିବ। ବିକାଶ କାମ ପାଇଁ ପୁଣି ଥରେ ଆପଣ ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ ଦେଉଛି, ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା ଦେଉଛି। ମୋ ସହିତ କୁହନ୍ତୁ – ଭାରତ ମାତା କୀ ଜୟ ! ଦୁଇ ହାତ ଉପରକୁ ଉଠାଇ ବିଜୟ ଉତ୍ସବ ପାଳନ କରନ୍ତୁ ।

 

ଭାରତ ମାତା କୀ ଜୟ !

ଭାରତ ମାତା କୀ ଜୟ !

ବହୁତ – ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Cabinet approves Rs 4,415 crore upgrade of 233 km NH-347B in Madhya Pradesh

Media Coverage

Cabinet approves Rs 4,415 crore upgrade of 233 km NH-347B in Madhya Pradesh
NM on the go

Nm on the go

Always be the first to hear from the PM. Get the App Now!
...
UK Foreign Secretary meets Prime Minister
June 04, 2026

UK Foreign Secretary Yvette Cooper today met Prime Minister Shri Narendra Modi.

The Prime Minister expressed his pleasure upon the meeting and appreciated the deepening of the India-UK partnership in recent times which has unlocked unprecedented growth opportunities for both countries.

The Prime Minister affirmed that the India-UK Vision 2035 will continue to guide the partnership and strengthen joint efforts for the global good.

The Prime Minister posted on X:

"Pleased to meet UK Foreign Secretary Yvette Cooper. Appreciated the deepening of the India-UK partnership in recent times that has unlocked unprecedented growth opportunities for both our countries.

India-UK Vision 2035 will continue to guide our partnership and strengthen our joint efforts for global good.@YvetteCooperMP"