“ଭାରତ ଟେକ୍ସ ସୂତ୍ର ଭାରତୀୟ ଗୌରବମୟ ଇତିହାସ ଓ ଆଜିର ମେଧା, ପ୍ରଯୁକ୍ତି ଓ ପରମ୍ପରକୁ ସଂଯୋଗ କରେ ଓ ଏହି ସୂତ୍ର ଶୈଳୀ, ନିରନ୍ତରତା, ବ୍ୟାପ୍ତି ଓ କୌଶଳକୁ ଏକାଠି କରେ”
“ଆମେ ପରମ୍ପରା, ପ୍ରଯୁକ୍ତି, ମେଧା ଓ ତାଲିମ ଉପରେ ଆଲୋକପାତ କରଛୁ”
ଏକ ବିକଶିତ ଭାରତ ନିର୍ମାଣ ନିମନ୍ତେ ବୟନ କ୍ଷେତ୍ରର ଅବଦାନ ବୃଦ୍ଧି ପାଇଁ ଆମେ ଚେଷ୍ଟା କରୁଛୁ’
“ବୟନ ଓ ଖଦୀ ଭାରତୀୟ ମହିଳାଙ୍କୁ ସଶକ୍ତ କରିଛି”
“ଆଜି ପ୍ରଯୁକ୍ତି ଓ ଆଧୁନିକୀକରଣ ଅନନ୍ୟତା ଓ ପ୍ରାମାଣିକା ସହ ଏକାଠି ରହିପାରିବେ”
“ଭାରତରେ ନିଜସ୍ୱ ପରିଚୟ ସୃଷ୍ଟି ନିମନ୍ତେ କସ୍ତୁରୀ କଟନ ଏକ ବିରାଟ ପଦକ୍ଷେପ ହେବାକୁ ଯାଉଛି”
“ପିଏମ୍ ମିତ୍ର ଉଦ୍ୟାନରେ ସରକାର ସମସ୍ତ ପରିବେଶ ଅନୁକୂଳ ଆଧୁନିକ ଭିତ୍ତିଭୂମି ଗୋଟିଏ ସ୍ଥାନରେ ରଖି ଆବଶ୍ୟକ ସ୍ଥଳେ ଏହାକୁ ଉପଯୋଗ କରିପାରିବେ”
“ବର୍ତ୍ତମାନ ଦେଶରେ ଭୋକାଲ ଫର ଲୋକାଲ ଏବଂ ଲୋକାଲ ଟୁ ଗ୍ଲୋବାଲ’ ଜନ ଆନ୍ଦୋଳନ ଚାଲିଛି”
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୬.୦୨.୨୦୨୪) ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ବୈଶ୍ୱିକ ବୃହତ୍ତମ ବୟନ ମେଳା ଭାରତ ଟେକ୍ସ-୨୦୨୪କୁ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ମଧ୍ୟ ପ୍ରଧାନମନ୍ତ୍ରୀ ବୁଲି ଦେଖିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୬.୦୨.୨୦୨୪) ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ବୈଶ୍ୱିକ ବୃହତ୍ତମ ବୟନ ମେଳା ଭାରତ ଟେକ୍ସ-୨୦୨୪କୁ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ମଧ୍ୟ ପ୍ରଧାନମନ୍ତ୍ରୀ ବୁଲି ଦେଖିଥିଲେ । 

 

 ସମବେତ ଜନତାକୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଭାରତ ଟେକ୍ସ -୨୦୨୪କୁ ସ୍ୱାଗତ ଜଣାଇଥିଲେ । ଆଜିର କାର୍ଯ୍ୟକ୍ରମ ଭାରତରେ ଦୁଇଟି ବୃହତ୍ତମ ପ୍ରଦର୍ଶନୀ କେନ୍ଦ୍ର ଯଥା ଭାରତ ମଣ୍ଡପମ୍ ଓ ଯଶୋଭୂମିଠାରେ ଆୟୋଜିତ ହେଉଥିବାରୁ ଏହା ସ୍ୱତନ୍ତ୍ର ବୋଲି କହିଥିଲେ । ତିନିହଜାର ପ୍ରଦର୍ଶନୀ ଆୟୋଜକ ଓ ବ୍ୟବସାୟୀ ପ୍ରାୟ ଶହେଟି ଦେଶରୁ ଏଠାକୁ ଆସିଛନ୍ତି । ପ୍ରାୟ ୪୦ହଜାର ପରିଦର୍ଶକ ମଧ୍ୟ ବୁଲି ଆସିଥିବା ସ୍ୱୀକାର କରି ଭାରତ ଟେକ୍ସ ସମସ୍ତଙ୍କ ନିମନ୍ତେ ଏକ ମଂଚ ପ୍ରଦାନ କରିଛି ବୋଲି କହିଥିଲେ । ଆଜିର ଭାରତ ଟେକ୍ସ ଅନେକ ଦୃଷ୍ଟିରୁ ବିଶାଳ ହୋଇଥିବାବେଳେ ଏହାର ସୂତ୍ର ଭାରତୀୟ ଗୌରବମୟ ଇତିହାସ ଓ ଆଜିର ମେଧା ପ୍ରଯୁକ୍ତି ଓ ପରମ୍ପରାକୁ ସଂଯୋଗ କରିବା ସହ ଏହି ସୂତ୍ର ଶୈଳୀ, ନିରନ୍ତରତା, ବ୍ୟାପ୍ତି ଓ କୌଶଳକୁ ଏକାଠି କରେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସାରା ଭାରତ ବର୍ଷର ଅସଂଖ୍ୟ ବୟନ ପରମ୍ପରାକୁ ଏକାଠି କରିଥିବାରୁ ଏହି କାର୍ଯ୍ୟକ୍ରମ ଏକ ଭାରତ ଶ୍ରେଷ୍ଠ ଭାରତର ଏକ ଦୃଷ୍ଟାନ୍ତ । ସେ ମଧ୍ୟ ପ୍ରଦର୍ଶନୀସ୍ଥଳୀ, ଗଭୀରତା, ସ୍ଥାୟିତ୍ୱ ଓ ସାମର୍ଥ୍ୟ ଭାରତୀୟ ବୟନ ପରମ୍ପରାକୁ ଦେଉଥିବାରୁ ତାହାର ପ୍ରଶଂସା କରିଥିଲେ । 

ବିଭିନ୍ନ ଅଂଶୀଦାରଙ୍କ ବୟନ ପ୍ରକ୍ରିୟାକରଣରେ ଉପସ୍ଥିତି ଥିବାରୁ ପ୍ରଧାନମନ୍ତ୍ରୀ ସେମାନଙ୍କ ଭାରତୀୟ ବୟନ କ୍ଷେତ୍ରରେ ଥିବା ବିିଭିନ୍ନ ଆହ୍ୱାନ ଓ ଆକାଂକ୍ଷା ଉପରେ ଆଲୋକପାତ କରିଥିଲେ । ସେ ମଧ୍ୟ ବୁଣାକାରମାନଙ୍କ ଉପସ୍ଥିତିକୁ ଦର୍ଶାଇ ସେମାନଙ୍କ ତୃଣମୂଳସ୍ତରରୁ ବଂଶାନୁକ୍ରମିକ ଅଭିଜ୍ଞତା ସମ୍ପୂର୍ଣ୍ଣ ବୟନ ପ୍ରକ୍ରିୟାକରଣ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ସେମାନଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିକଶିତ ଭାରତର ସଂକଳ୍ପକୁ ସାକାର କରିବାକୁ ହେଲେ ଯେଉଁ ଚାରିଟି ସ୍ତମ୍ଭ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି ବୟନ କ୍ଷେତ୍ର ସେସବୁ ସହ ଯଥା ଗରିବ, ଯୁବା, ଚାଷୀ ଓ ମହିଳାଙ୍କ ସହ ସଂଶ୍ଳିଷ୍ଟ । ସେ ଦୃଷ୍ଟିରୁ ଭାରତ ଟେକ୍ସ -୨୦୨୪ର ଗୁରୁତ୍ୱ ଖୁବ୍ ମହତ୍ୱପୂର୍ଣ୍ଣ । 

ବିକଶିତ ଭାରତ ଯାତ୍ରାରେ ବୟନ କ୍ଷେତ୍ର ପରିସର ନେଇ ସରକାର ଏହାର ଭୂମିକା ସମ୍ପ୍ରସାରଣ କରିବା ଦିଗରେ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । “ଆମେ ପରମ୍ପରା, ପ୍ରଯୁକ୍ତି, ମେଧା ଓ ତାଲିମ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି” ବୋଲି ସେ କହିଥିଲେ । ସେ ଆହୁରି କହିଥିଲେ ଯେ ସାମ୍ପ୍ରତିକ ବିଶ୍ୱର ଚାହିଦା ମୁତାବକ ପାରମ୍ପରିକ ପରିପାଟୀକୁ ଅଧୁନାତନ କରିବା ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ସେ ପାଞ୍ଚଟି ପରିକଳ୍ପନା ଫାଇଭ ଏଫ-ଉପରେ ଜୋର ଦେଇ କହିଥିଲେ ଯେ କ୍ଷେତରୁ ତନ୍ତୁ, ତନ୍ତୁରୁ କାରଖାନା, କାରଖାନାରୁ ଫ୍ୟାସନ ଓ ଫ୍ୟାସନରୁ ବିଦେଶ ସମଗ୍ର ପ୍ରକ୍ରିୟାକୁ ଗୋଟିଏ ଡୋରିରେ ବାନ୍ଧି ରଖିଛି । ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ସାହାଯ୍ୟ କରିବା ପାଇଁ ଏହାର ସଂଜ୍ଞା ପରିବର୍ତ୍ତନ କରାଯାଇ ଅଭିବୃଦ୍ଧି ସତ୍ୱେ ନିରବିଚ୍ଛନ୍ନ ସୁବିଧା ସୁନିଶ୍ଚିତ କରିବାକୁ ଚେଷ୍ଟା କରାଯାଇଛି । ସେ ମଧ୍ୟ ସିଧାସଳଖ ବିକ୍ରୟ, ପ୍ରଦର୍ଶନୀ ଓ ଅନଲାଇନ ପୋର୍ଟାଲ ଯୋଗୁଁ କାରିଗର ଓ ବଜାର ମଧ୍ୟରେ ଦୂରତା ଅନେକଟା ହ୍ରାସ ପାଇଛି ବୋଲି କହିଥିଲେ । 

 

ପ୍ରଧାନମନ୍ତ୍ରୀ ସରକାରୀଙ୍କ ସମ୍ପ୍ରସାରଣ ଯୋଜନା ସାତଟି ପିଏମ୍ ମିତ୍ର ଉଦ୍ୟାନ ସୃଷ୍ଟି ବିଭିନ୍ନ ରାଜ୍ୟରେ କରିବା ସହ ସମଗ୍ର ବୟନ କ୍ଷେତ୍ର ପ୍ରତି ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । “ସରକାର ସମଗ୍ର ପ୍ରକ୍ରିୟା ବାତାବରଣ ଗୋଟିଏ ସ୍ଥାନରେ ରଖିବାକୁ ଚାହୁଁଛନ୍ତି ଯାହା ଫଳରେ ଆଧୁନିକ ଭିତ୍ତିଭୂମି ସହ ସମସ୍ତ ସୁବିଧା ଗୋଟିଏ ସ୍ଥାନରେ ମିଳିପାରିବ ପ୍ରଧାନମନ୍ତ୍ରୀ କହିଥିଲେ । ଏହା ଆକାର ଓ କାର୍ଯ୍ୟକାରିତାରେ ଉନ୍ନତି ଆଣିବା ସହ ଲଜିଷ୍ଟିକ୍‌ସ ଖର୍ଚ୍ଚ ମଧ୍ୟ ହ୍ରାସ କରିପାରିବ ।” 

ନିଯୁକ୍ତି ସାମର୍ଥ୍ୟ ଏବଂ ଗ୍ରାମୀଣ ଜନସାଧାରଣ ଓ ମହିଳାଙ୍କ ଅଂଶଗ୍ରହଣ ନେଇ ସେ କହିଥିଲେ ଯେ ଦଶ ଜଣ ପୋଷାକ ପ୍ରସ୍ତୁତକାରୀଙ୍କ ମଧ୍ୟରେ ସାତ ଜଣ ମହିଳା ଥିବାବେଳେ ହସ୍ତତନ୍ତ କ୍ଷେତ୍ରରେ ସେମାନଙ୍କ ସଂଖ୍ୟା ଆହୁରି ଅଧିକ । ଗତ ୧୦ବର୍ଷ ମଧ୍ୟରେ ପଦକ୍ଷେପ ନିଆଯିବାରୁ ଖଦୀ ବିକାଶ ଓ ରୋଜଗାରର ଏକ ମଜବୁତ ମାଧ୍ୟମ ହୋଇପାରିଛି । ସେହିପରି କଲ୍ୟାଣକାରୀ ଯୋଜନା ଓ ଭିତ୍ତିଭୂମି ଉପଲବ୍ଧତା ଯୋଗୁ ଗତ ଦଶନ୍ଧି ମଧ୍ୟରେ ବୟନ କ୍ଷେତ୍ର ବିଶେଷ ଉପକୃତ ହୋଇଛି ବୋଲି ଶ୍ରୀ ମୋଦୀ କହିଥିଲେ । 

 

ଭାରତରେ କପା, ଝୋଟ ଓ ସିଲ୍‌କ ଉତ୍ପାଦନରୁ କ୍ରମବର୍ଦ୍ଧିଷ୍ଣୁ ଗତି ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର କପା ଚାଷୀଙ୍କୁ ସାହାଯ୍ୟ କରିବା ସହ ସେମାନଙ୍କ ଠାରୁ କପା କିଣୁଛନ୍ତି । କସ୍ତୁର, କପା, ଯାହା ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଛି ବିଶ୍ୱରେ ଏହା ପ୍ରସିଦ୍ଧି ହେବା ପାଇଁ ଏକ ବିରାଟ ପଦକ୍ଷେପ । ଝୋଟ ଓ ସିଲ୍‌କ କ୍ଷେତ୍ରରେ ମଧ୍ୟ ପଦକ୍ଷେପ ନିଆଯାଉଛି । ଔଦ୍ୟୋଗିକ ବୟନ ଭଳି ନୂତନ କ୍ଷେତ୍ରକୁ ନେଇ ପ୍ରଧାନମନ୍ତ୍ରୀ ଜାତୀୟ ଔଦ୍ୟୋଗିକ ବୟନ ମିଶନ ଓ ଷ୍ଟାର୍ଟଅପ ମାନଙ୍କ ଏହି କ୍ଷେତ୍ରରେ ଥିବା ଭୂମିକା ଉପରେ କହିଥିଲେ ।

ପ୍ରଧାନମନ୍ତ୍ରୀ ପ୍ରଯୁକ୍ତି ଓ ଯାନ୍ତ୍ରିକକରଣ ଉପରେ ଆଲୋକପାତ କରି କହିଥିଲେ ଯେ ଅନନ୍ୟ ଓ ପ୍ରାମଣିକତା ଓ ଆଧୁନିକ ଯାନ୍ତ୍ରିକକରଣ ଭାରତରେ ଏକାଠି ରହିପାରିବେ । ଭାରତୀୟ କାରିଗର ମାନଙ୍କ ଦ୍ୱାରା ତିଆରି କରାଯାଇଥିବା ସାମଗ୍ରୀର ଅନନ୍ୟ ବୈଶିଷ୍ଟ୍ୟ ରହିଛି ଓ ଅଭିନବ ଫେଶନ ଯୋଗୁଁ ଏହାର ଚାହିଦା ମଧ୍ୟ ବୃଦ୍ଧି ପାଇଥାଏ । ସେଥିପାଇଁ ସରକାର କୌଶଳ ଓ ପରିମାଣ ଉଭୟ ଉପରେ ଗୁରୁତ୍ୱ ଦେଉଥିବାରୁ ଦେଶରେ ଜାତୀୟ ଫେସନ ଟେକ୍ନୋଲୋଜି ପ୍ରତିଷ୍ଠାନ (ଏନଆଇଏଫଟି) ସଂଖ୍ୟା ୧୯କୁ ବୃଦ୍ଧି ପାଇଛି । ସ୍ଥାନୀୟ ବୁଣାକାର ଓ ଶିଳ୍ପୀମାନେ ନିଫ୍ଟ ସହ ସଂଯୋଗ ସ୍ଥାପନ କରି ନୂତନ ବୈଷୟିକ ତତ୍ତ୍ୱ ଉପରେ ସ୍ୱତନ୍ତ୍ର ତାଲିମ ନେଉଛନ୍ତି । ଏପର୍ଯ୍ୟନ୍ତ ସମର୍ଥ ଯୋଜନାରେ ୨.୫ଲକ୍ଷ ଜନସାଧାରଣ ସାମର୍ଥ୍ୟ ବିକାଶ ଓ କୌଶଳ ବିକାଶ ତାଲିମ ନେଇଛନ୍ତି । ଏଥିରେ ଅଧିକାଂଶ ମହିଳା ଅଂଶଗ୍ରହଣ କରିସାରିଥିବାବେଳେ ପ୍ରାୟ ୧. ୭୫ ଲକ୍ଷ ଜନସାଧାରଣ ବିଭିନ୍ନ ଶିଳ୍ପ ସଂସ୍ଥାରେ ନିଯୁକ୍ତି ପାଇଛନ୍ତି । 

ପ୍ରଧାନମନ୍ତ୍ରୀ ମଧ୍ୟ ଭୋକାଲ ଫର ଲୋକାଲ ଗତି ଉପରେ ଆଲୋକପାତ କହିଥିଲେ ଯେ ଆଜି ଦେଶର ଜନସାଧାରଣଙ୍କ ଗତି ଭୋକାଲ ଫର ଲୋକାଲ ଓ ଲୋକାଲରୁ ଗ୍ଲୋବାଲ’ ଦିଗରେ ଯାଉଛି । କ୍ଷୁଦ୍ର କାରିଗରଙ୍କ ନିମନ୍ତେ ସରକାର ପ୍ରଦର୍ଶନୀ ଓ ମଲ୍ ମାନ ବିକାଶ କରୁଛନ୍ତି ।

 

ସକାରାତ୍ମକ, ସ୍ଥିର ଓ ଦୂରଦୃଷ୍ଟି ସମ୍ପନ୍ନ ସରକାରୀ ନୀତିର ପ୍ରଭାବ ସମ୍ପର୍କରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୪ ମସିହାରେ ଭାରତୀୟ ବୟନ ବଜାର ସାତଲକ୍ଷ କୋଟିରୁ କମ୍ ଥିବାବେଳେ ଏବେ ତାହା ୧୨ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ବୁଣା ସୂତା, କପଡା ଓ ଲୁଗାପଟା ଉତ୍ପାଦନ ବୃଦ୍ଧି ପାଇଛି । ୩୮୦ ନୂତନ ବିଆଇଏସ ମାନକ ଏହି କ୍ଷେତ୍ରର ଗୁଣାତ୍ମକ ନିୟନ୍ତ୍ରଣ କରୁଛି । ଗତ ଦଶବର୍ଷରେ ଏ ଦିଗରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ଦ୍ୱିଗୁଣିତ ହୋଇଛି । 

ଭାରତୀୟ ବୟନ କ୍ଷେତ୍ରରେ ଉଚ୍ଚ ଆଶାକୁ ନେଇ ସେ କହିଥିଲେ ଯେ ଭାରତୀୟ ବୟନ କ୍ଷେତ୍ର କୋଭିଡ ବୈଶ୍ୱିକ ମହାମାରୀ କାଳରେ ପିପିଇ କିଟ୍ ଓ ମୁଖା ତିଆରି କରିଥିଲା । ସରକାର ଓ ବୟନ କ୍ଷେତ୍ର ମିଳିମିଶି ପିପିଇ କିଟ୍ ଓ ମୁଖା ତିଆରି କରି ତାହା ସାରା ବିଶ୍ୱକୁ ଯୋଗାଇଥିଲେ । ଏହାକୁ ଆଧାର କରି ଭାରତ ଦିନେ ବିଶ୍ୱରେ ରପ୍ତାନୀ ପେଣ୍ଠ ହେବ ବୋଲି ବିଶ୍ୱାସ ପ୍ରକଟ କରିଥିଲେ । ସରକାର ଆପଣମାନଙ୍କ ପଛରେ ଅଛି ଓ ରହିବ ବୋଲି ସେ ଭାଗିଦାରମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ବିଭିନ୍ନ ଭାଗିଦାରଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରହିଲେ ଏକ ବଡ ସଂକଳ୍ପ ମଧ୍ୟ ସାକାର ହୋଇପାରିବ । ପ୍ରଧାନମନ୍ତ୍ରୀ କପଡା ସହ ରସାୟନ ବିହୀନ ରଙ୍ଗୀନ ସୂତା ଗହଣା ଉତ୍ପାଦନ ପାଇଁ ଯୁକ୍ତି ବାଢିଥିଲେ । ବୟନଶିଳ୍ପ କେବଳ ଘରୋଇ ବ୍ୟବହାର ନିମନ୍ତେ ଉତ୍ପାଦନ ମାନସିକତା ଛାଡି ରପ୍ତାନୀରେ ମନୋନିବେଶ ପାଇଁ ସେ ପରାମର୍ଶ ଦେଇଥିଲେ । ସେ ଆଫ୍ରିକୀୟ ବଜାରର ନିର୍ଦ୍ଦିଷ୍ଟ ପୋଷାକ ଆବଶ୍ୟକତା ଉପରେ ମଧ୍ୟ କହିଥିଲେ । 

 

ଖଦୀର ପାରମ୍ପାରିକ ଚଳଣିଠାରୁ ଦୂରେଇ ଏହାକୁ ଅଧିକ ସୌଖୀନ କରାଗଲେ ତାହା ଯୁବାଗୋଷ୍ଠୀ ମଧ୍ୟରେ ଆଦୃତ ହେବ । ବୟନ କ୍ଷେତ୍ରରେ ଅଧିକ ଗବେଷଣା ଉପରେ ସେ ମତବ୍ୟକ୍ତ କରିଥିଲେ । ଯେପରି ହୀରା ଶିଳ୍ପ ବର୍ତ୍ତମାନର ସମସ୍ତ ଉପକରଣ ଭାରତରେ ତିଆରି କରୁଛି ସେପରି ବୟନ ମଧ୍ୟ ବୟନ ଉପକରଣ ତିଆରି କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

ସରକାର ସବୁବେଳେ କାର୍ଯ୍ୟ ତ୍ୱରାନ୍ୱିତ କରି ଜନସାଧାରଣଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରସ୍ତୁତ ଓ ସେ ଦୃଷ୍ଟିରୁ ବୈଶ୍ୱିକ ଆବଶ୍ୟକତାକୁ ଆଖି ଆଗରେ ରଖି ଶିଳ୍ପ ସଂସ୍ଥାମାନେ ନୂତନ ଦୂରଦୃଷ୍ଟି ନେଇ ଆଗେଇ ଆସିବାକୁ କହି ଶ୍ରୀ ମୋଦୀ ତାଙ୍କର ବକ୍ତବ୍ୟ ଶେଷ କରିଥିଲେ । 

 

କେନ୍ଦ୍ର ବାଣିଜ୍ୟ, ଶିଳ୍ପ ଓ ବୟନ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋଏଲ ଓ କେନ୍ଦ୍ର ବୟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଦର୍ଶନା ଜାର୍ଦୋଷ ଏହି ଅବସରରେ ଉପସ୍ଥିତ ଥିଲେ ।

 ଭିତ୍ତିଭୂମି :- ଭାରତ ଟେକ୍ସ-୨୦୨୪ ଫେବୃୟାରୀ ୨୬ରୁ ୨୯ ମଧ୍ୟରେ ଆୟୋଜିତ ହେଉଛି । ପ୍ରଧାନମନ୍ତ୍ରୀଙ୍କ ଫାଇଭ ଏଫ ଦୂରଦୃଷ୍ଟି ପ୍ରେରଣା ପାଇ ଏହି କାର୍ଯ୍ୟକ୍ରମ ଫାର୍ମାରୁ ବିଦେଶ ପର୍ଯ୍ୟନ୍ତ ଫାଇବର,ଫେସନ ଓ ଫେବ୍ରିକ୍ ମାଧ୍ୟମରେ ଏକତ୍ର କରୁଛି । ଏହା ଭାରତର ବୈଶ୍ୱିକ ବୟନ କ୍ଷେତ୍ରରେ ଥିବା କ୍ଷମତା ଓ ସାମର୍ଥ୍ୟକୁ ପ୍ରଦର୍ଶିତ କରିବ ।

ଏଗାରଟି ବୟନ ରପ୍ତାନୀ କାର୍ଯ୍ୟକାରୀ ପରିଷଦର ବ୍ୟାବସାୟିକ ସଂଗଠନ ଓ ସରକାରଙ୍କ ସମର୍ଥନରେ ଭାରତ ଟେକ୍‌ସ-୨୦୨୪ ଆୟୋଜିତ ହେଉଛି । ନିରନ୍ତର ବାଣିଜ୍ୟ ଓ ପୁଞ୍ଜିନିବେଶ ଭଳି ଦୁଇଟି ସ୍ତମ୍ଭ ଉପରେ ଏହା ଆଧାରିତ ହୋଇଥିବାବେଳେ ଏଥିରେ ବିଶ୍ୱର ବୈଶ୍ୱିକ ବିଶେଷଜ୍ଞମାନଙ୍କ ଦ୍ୱାରା୬୫ରୁ ଅଧିକ ଜ୍ଞାନ ବିନିମୟ ଅଧିବେଶନ ଚାରିଦିନ ଧରି ଚାଲିବ । ଏଥିରେ ଇଣ୍ଡିହାଟ ଭଳି ପ୍ୟାଭିଲିୟନ ମଧ୍ୟ ରହିବ । 

୩୫୦୦ରୁ ଅଧିକ ପ୍ରଦର୍ଶନୀ ଆୟୋଜକ, ୧୦୦ଟି ଦେଶରୁ ୩, ୦୦୦କ୍ରେତା ଓ ୪୦, ୦୦୦ ବ୍ୟାବସାୟିକ ପରିଦର୍ଶକ ଏଥିରେ ଯୋଗଦେବେ । ଏଥିରେ ମଧ୍ୟ ବୟନ କ୍ଷେତ୍ର ବିଦ୍ୟାର୍ଥୀ, ବୁଣାକାର, କାରିଗର ଓ ବୟନ ଶ୍ରମିକ ମଧ୍ୟ ଭାଗ ନେବେ । ଏଥିରେ ୫୦ରୁ ଅଧିକ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ସହ ଅନେକ ଘୋଷଣା ମଧ୍ୟ ହେବ । ଏହା ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଆତ୍ମନିର୍ଭର ଓ ବିକଶିତ ଭାରତ ସଂକଳ୍ପକୁ ସାକାର କରିବ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian scientists break a century-old limit on turning heat into electricity

Media Coverage

Indian scientists break a century-old limit on turning heat into electricity
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Italian PM Giorgia Meloni on becoming the longest continuously serving Prime Minister in Italy's postwar history
September 04, 2026

Prime Minister Shri Narendra Modi today congratulated Italian Prime Minister Giorgia Meloni on becoming the longest continuously serving Prime Minister in Italy's postwar history.

The Prime Minister stated that this milestone is a reflection of the trust and confidence of the Italian people in her leadership. He further noted that her friendship has been instrumental in strengthening the India-Italy Special Strategic Partnership, adding that he looks forward to continuing their close cooperation to build a prosperous future for the people of both countries. He extended his best wishes for her continued success in the years ahead.

In a post on X, the Prime Minister shared:

"Congratulations to my friend Prime Minister Meloni on becoming the longest continuously serving Prime Minister in Italy's postwar history. This milestone is a reflection of the trust and confidence of the Italian people in her leadership.

Her friendship has also been instrumental in strengthening the India-Italy Special Strategic
Partnership and I look forward to continuing our close cooperation to build a prosperous future for the people of our countries.

My best wishes for her continued success in the years ahead.

@GiorgiaMeloni"