Seychelles is central to India's vision of 'SAGAR' - 'Security and Growth for All in the Region': PM Modi
India is honoured to be a partner of Seychelles in the development of its security capabilities and in meeting its infrastructural and developmental needs: PM
India is committed to strengthening the maritime security of Seychelles: PM Modi

ସେଶେଲ୍ସ ଗଣରାଜ୍ୟର ରାଷ୍ଟ୍ରପତି

ମହାମହିମ ଓ୍ୱାଭେଲ ରାମକଲାଓ୍ୱନ ଜୀ,

ବିଶିଷ୍ଟ ଅତିଥିବୃନ୍ଦ,

ନମସ୍କାର,

ସେଶେଲ୍ସ ରାଷ୍ଟ୍ରପତି ରାମକଲାଓ୍ୱନ ଜୀଙ୍କୁ ଶୁଭେଚ୍ଛା ଜଣାଇ ବକ୍ତବ୍ୟ ଆରମ୍ଭ କରୁଛି । ସେ ଭାରତୀୟ ବଂଶଜ, ବିହାରର ଗୋପାଳଗଞ୍ଜ ଜିଲ୍ଲାରେ ତାଙ୍କ ଭିଟାମାଟି । ତାଙ୍କ ସଫଳତାରେ କେବଳ ତାଙ୍କ ଗାଁ ପରସୌନି ବାସିନ୍ଦା ନୁହନ୍ତି ସମସ୍ତ ଭାରତୀୟ ଗର୍ବିତ । ଜନସେବା ପ୍ରତି ଉତ୍ସର୍ଗୀକୃତ ଭାବନା ଉପରେ ଆସ୍ଥା ରଖି ସେଶେଲ୍ସବାସୀ ତାଙ୍କୁ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିଛନ୍ତି ।

ବନ୍ଧୁଗଣ,

୨୦୧୫ର ସେଶେଲ୍ସ ଗସ୍ତ ମୋର ମନେ ଅଛି । ଭାରତ ମହାସାଗର ଅଞ୍ଚଳର ପଡୋଶୀ ଦେଶଗୁଡିକୁ ଗସ୍ତର ଏହା ପ୍ରଥମ ଗନ୍ତବ୍ୟ ଥିଲା । ଭାରତ ଓ ସେଶେଲ୍ସ ଭାରତ ମହାସାଗର ଅଞ୍ଚଳରେ ମଜବୁତ ଓ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ତୁଲାଇଥାନ୍ତି । 

ସେଶେଲ୍ସ ଭାରତର ‘ସାଗର’– ସମସ୍ତ ଆଞ୍ଚଳିକ ଦେଶର ସୁରକ୍ଷା ଓ ବିକାଶ ଭିଜନର କେନ୍ଦ୍ରରେ ରହିଛି । ସେଶେଲ୍ସର ସୁରକ୍ଷା କ୍ଷମତା ଓ ଭିତ୍ତିଭୂମିର ବିକାଶ ଆବଶ୍ୟକତା ପୂରଣ ପାଇଁ ଭାରତ ଭାଗିଦାର ହେବାର ସମ୍ମାନ ହାସଲ କରିପାରିଛି । ଆଜି ଆମ ବନ୍ଧୁତ୍ୱରେ ଆଉ ଏକ ମାଇଲ ଖୁଣ୍ଟ ସାମିଲ ହୋଇଛି । ବିକାଶ ଭାଗିଦାରୀରେ ସମାପ୍ତ କିଛି ନୂତନ ପ୍ରକଳ୍ପ ଉନ୍ମୋଚନ କରିବାକୁ ଆମେ ଏକାଠି ହୋଇଛୁ ।

ବନ୍ଧୁଗଣ,

ସମସ୍ତ ଗଣତନ୍ତ୍ର ପାଇଁ ମୁକ୍ତ, ସ୍ୱାଧୀନ ଓ ଦକ୍ଷ ନ୍ୟାୟିକ ବ୍ୟବସ୍ଥା ପାଇଁ ଗୁରୁତ୍ୱପୂର୍ଣ୍ଣ । ସେଶେଲ୍ସରେ ନୂଆ ମାଜିଷ୍ଟ୍ରେଟ କୋର୍ଟ ବିଲ୍ଡିଂ ନିର୍ମାଣରେ ଭାଗିଦାର ହୋଇ ପାରିଥିବାରୁ ଆମେ ବେଶ ଖୁସି । ଏହି ଅତ୍ୟାଧୁନିକ କୋଠାର ନିର୍ମାଣ କୋଭିଡ-୧୯ ମହାମାରୀ କାଳରେ ଶେଷ ହୋଇଥିଲା । ଦୁଇ ଦେଶର ଗଭୀର ଓ ସ୍ଥାୟୀ ବନ୍ଧୁତ୍ୱର ପ୍ରତୀକ ଭାବେ ଏହା ଦୀର୍ଘଦିନ ଯାଏଁ ସ୍ମରଣୀୟ ରହିବ ବୋଲି ମୋର ବିଶ୍ୱାସ ରହିଛି ।

ଭାରତ ସବୁବେଳେ ବିକାଶ ସହଯୋଗର ମାନବ କୈନ୍ଦ୍ରିକ ଆଭିମୁଖ୍ୟ ଉପରେ ବିଶ୍ୱାସ କରେ । ୧୦ଟି ଖୁବ ପ୍ରଭାବଶାଳୀ ସାର୍ବଜନୀନ ବିକାଶ ପ୍ରକଳ୍ପ ଉନ୍ମୋଚନରେ ଆଜି ଏହି ଦର୍ଶନ ପରିଲକ୍ଷିତ ହେଉଛି । ଏହି ପ୍ରକଳ୍ପଗୁଡିକ ସେଶେଲ୍ସବାସୀଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବ । 

ବନ୍ଧୁଗଣ,

ସେଶେଲ୍ସର ସାମୁଦ୍ରିକ ସୁରକ୍ଷା ମଜବୁତ କରିବାକୁ ଭାରତ ସଂକଳ୍ପବଦ୍ଧ । ଆଜି ଆମେ ସେଶେଲ୍ସ ତଟରକ୍ଷା ବାହିନୀକୁ ଏକ ନୂତନ, ଅତ୍ୟାଧୁନିକ, ଭାରତରେ ନିର୍ମିତ ଫାଷ୍ଟ ପାଟ୍ରୋଲ ଭେସେଲ ପ୍ରଦାନ କରୁଛୁ । ସାମୁଦ୍ରିକ ସମ୍ପଦ ସୁରକ୍ଷିତ ରଖିବାରେ ଏହି ଭେସେଲ ସେଶେଲ୍ସକୁ ସାହାଯ୍ୟ କରିବ । ଜଳବାୟୁ ପରିବର୍ତ୍ତନ ଦ୍ୱୀପ ଦେଶଗୁଡିକ ପାଇଁ ବିପଦ ସୃଷ୍ଟି କରୁଛି । ଭାରତ ସହାୟତାରେ ସେଶେଲ୍ସକୁ ଏକ ମେଗାଓ୍ୱାଟ ସୌର ଶକ୍ତି ପ୍ରକଳ୍ପ ମିଳି ପାରିଥିବାରୁ ମୁଁ ଖୁସି । ଏସବୁ ପ୍ରକଳ୍ପଗୁଡିକ ଦ୍ୱାରା ସେଶେଲ୍ସର ବିକାଶ ପ୍ରାଥମିକତା ପ୍ରତିଫଳିତ ହୋଇଛି, ଯେଉଁଥିରେ ପ୍ରକୃତିର ଯତ୍ନ ସାଙ୍ଗକୁ ବିକାଶକୁ ପ୍ରାଥମିକତା ପ୍ରଦାନ କରାଯାଉଛି ।

ବନ୍ଧୁଗଣ,

କରୋନା ମହାମାରୀ ବିରୋଧୀ ଲଢେଇରେ ସେଶେଲ୍ସର ପ୍ରମୁଖ ଭାଗିଦାର ଭୂମିକା ନିର୍ବାହ କରିବା ଭାରତ ପାଇଁ ସମ୍ମାନର କଥା । ଏହି ସମୟରେ ଆମେ ସେଶେଲ୍ସକୁ ଦରକାରୀ ଔଷଧ ଓ ଟୀକାର ୫୦ ହଜାର ମେଡ ଇନ ଇଣ୍ଡିଆ ଡୋଜ ଯୋଗାଇ ଦେବାରେ ସକ୍ଷମ ହୋଇଛୁ । ମେଡ ଇନ ଇଣ୍ଡିଆ  କୋଭିଡ-୧୯ ଟୀକା ପାଇବାରେ ସେଶେଲ୍ସ ପ୍ରଥମ ଆଫ୍ରିକୀୟ ଦେଶ ଥିଲା । ମୁଁ ରାଷ୍ଟ୍ରପତି ରାମକଲାଓ୍ୱନ ଜୀଙ୍କୁ ଭରସା ଦେବାକୁ ଚାହୁଁଛି କି କୋଭିଡ ପରବର୍ତ୍ତୀ ଆର୍ଥିକ ସୁଧାର ପାଇଁ ଭାରତ ସେଶେଲ୍ସକୁ ଦୃଢ ସମର୍ଥନ ଯୋଗାଇଦେବ ।

ବନ୍ଧୁଗଣ,

ଭାରତ- ସେଶେଲ୍ସ ବନ୍ଧୁତା ପ୍ରକୃତରେ ବେଶ ଗୁରୁତ୍ୱପୂର୍ଣ୍ଣ । ଏବଂ ଭାରତ ଏହି ସମ୍ପର୍କକୁ ନେଇ ଗର୍ବିତ । ମୁଁ ପୁଣି ଥରେ ରାଷ୍ଟ୍ରପତି ରାମକଲାଓ୍ୱନ ଜୀ ଓ ସେଶେଲ୍ସର ସମସ୍ତ ନାଗରିକଙ୍କୁ ଶୁଭେଚ୍ଛା ଜଣାଉଛି ।

ଧନ୍ୟବାଦ

ଆପଣମାନଙ୍କ ବହୁତ ବହୁତ ଧନ୍ୟବାଦ

ନମସ୍କାର ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India a ‘front-runner’ market, plans to deepen AI and manufacturing presence: Ericsson CEO

Media Coverage

India a ‘front-runner’ market, plans to deepen AI and manufacturing presence: Ericsson CEO
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with Amir of Qatar
March 03, 2026

The Prime Minister, Shri Narendra Modi spoke with H.H. Sheikh Tamim bin Hamad Al Thani, the Amir of Qatar.

During the conversation, the Prime Minister conveyed that India stands firmly in solidarity with Qatar and strongly condemns any violation of its sovereignty and territorial integrity.

The two leaders emphasized the urgent need to restore peace and stability in the region through dialogue and diplomacy.

The Prime Minister also conveyed his appreciation for the continued support and care extended by the Qatari leadership to the Indian community in Qatar during this challenging time.

The Prime Minister wrote on X;

“Spoke with my brother, H.H. Sheikh Tamim bin Hamad Al Thani, the Amir of Qatar. We stand firmly in solidarity with Qatar and strongly condemn any violation of its sovereignty and territorial integrity. We emphasized the urgent need to restore peace and stability in the region through dialogue and diplomacy. I also conveyed my appreciation for his continued support and care for the Indian community in Qatar during this challenging time.

@TamimBinHamad”