ଦ୍ବିପାକ୍ଷିକ ସମ୍ପର୍କ ପ୍ରତି ବାଇଡେନଙ୍କ ଅଙ୍ଗୀକାରବଦ୍ଧତା ଓ ଦୂରଦୃଷ୍ଟିର ପ୍ରଶଂସା କଲେ ମୋଦୀ
ପ୍ରଧାନମନ୍ତ୍ରୀଙ୍କ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ କାଳରେ ହୋଇଥିବା ଆଲୋଚନାର ବିଷୟବସ୍ତୁକୁ ତ୍ବରାନ୍ବିତ କରିବା ଉପରେ ପ୍ରଗତିକୁ ଉଭୟଙ୍କ ପ୍ରଶଂସା
iCET, ପ୍ରତିରକ୍ଷା, ମହାକାଶ ଓ ଅନ୍ୟାନ୍ୟ କ୍ଷେତ୍ର ନେଇ ହୋଇଥିବା ପ୍ରଗତିକୁ ଉଭୟ କଲେ ପ୍ରଶଂସା
ଭାରତର ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ଐତିହାସିକ ଅବତରଣ ପାଇଁ ଅଭିନନ୍ଦନ ଜଣାଇଲେ ବାଇଡେନ
ସେମାନେ ଆଞ୍ଚଳିକ ଓ ବୈଶ୍ବିକ ସମସ୍ୟା ନେଇ କଲେ ମତ ବିନିମୟ
ଭାରତର ଜି-୨୦ ସଭାପତିତ୍ବ ନିମନ୍ତେ ନିରବଚ୍ଛିନ୍ନ ସମର୍ଥନ ନେଇ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ବାଇଡେନଙ୍କୁ ଧନ୍ୟବାଦ ଜଣାଇଲେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ମହାମହିମ ଶ୍ରୀ ଜୋଶେଫ୍ ଆର. ବାଇଡେନଙ୍କୁ ନୂଆଦିଲ୍ଲୀ ଠାରେ (ସେପ୍ଟେମ୍ବର ୦୯ ଓ ୧୦, ୨୦୨୩) ଦିନ ସାକ୍ଷାତ କରିଛନ୍ତି। ରାଷ୍ଟ୍ରପତି ପଦରେ ଆସୀନ ହେବା ପରେ ଶ୍ରୀ ବାଇଡେନ ପ୍ରଥମ ଥର ନିମନ୍ତେ ଭାରତ ପରିଦର୍ଶନରେ ଆସିଛନ୍ତି। ସେ ନୂଆଦିଲ୍ଲୀ ଠାରେ ୦୯-୦୯-୨୦୨୩ ଦିନ ହେବାକୁ ଥିବା ଜି-୨୦ ଶିଖର ବୈଠକରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀ ଆସିଛନ୍ତି।

ପାରସ୍ପରିକ ଗଣତାନ୍ତ୍ରିକ ମୂଲ୍ୟବୋଧ ରଣନୀତିକ ଏକାଭିମୁଖତା ଓ ଦୁଇ ଦେଶ ମଧ୍ୟରେ ମଜଭୁତ ଜନସମ୍ପର୍କ ଉପରେ ପର୍ଯ୍ୟବସିତ ଭାରତ-ଆମେରିକା ବ୍ୟାପକ ବୈଶ୍ବିକ ରଣନୀତିକ ସହଭାଗିତା ନେଇ ରାଷ୍ଟ୍ରପତି ବାଇଡେନଙ୍କ ଦୂରଦୃଷ୍ଟି ଓ ପ୍ରତିବଦ୍ଧତା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଥିଲେ।

ଦୁଇ ନେତା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜୁନ୍ ୨୦୨୩ରେ ଆମେରିକା ଗସ୍ତ କାଳରେ ହୋଇଥିବା ଭବିଷ୍ୟତ ନିମନ୍ତେ ଆଲୋଚନା ବିଶେଷ କରି ଭାରତ-ୟୁଏସ୍ ମଧ୍ୟରେ ଆଗୁଆ ଓ ଆସୁଥିବା ପ୍ରଯୁକ୍ତିବିଦ୍ୟା (iCET) ପାଇଁ ନିଆଯାଇଥିବା ପଦକ୍ଷେପର ଅବଗତି ନେଇ ପ୍ରଶଂସା କରିଥିଲେ।

ଦୁଇ ନେତା ପ୍ରତିରକ୍ଷା, ବାଣିଜ୍ୟ, ପୁଞ୍ଜିନିବେଶ, ଶିକ୍ଷା, ସ୍ବାସ୍ଥ୍ୟ, ଗବେଷଣା, ନବୋନ୍ମେଷ, ସଂସ୍କୃତି ଓ ଲୋକ ସମ୍ପର୍କକୁ ନେଇ ଦ୍ବିପାକ୍ଷିକ ସମ୍ପର୍କର ନିରବଚ୍ଛିନ୍ନ ଅଗ୍ରଗତିକୁ ସ୍ବାଗତ କରିଥିଲେ।

ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ଐତିହାସିକ ଅବତରଣ ପାଇଁ ରାଷ୍ଟ୍ରପତି ବାଇଡେନ ପ୍ରଧାନମନ୍ତ୍ରୀ ଓ ଭାରତର ଜନସାଧାରଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ଦୁଇ ଦେଶ ମଧ୍ୟରେ ଥିବା ମହାକାଶ କ୍ଷେତ୍ରରେ ନିବିଡ଼ ସହଯୋଗ ଉପରେ ଆଲୋକପାତ କରିଥିଲେ।

ଦୁଇ ନେତା ଆଞ୍ଚଳିକ ଓ ବୈଶ୍ବିକ ସମସ୍ୟା ଉପରେ ମଧ୍ୟ ମତ ବିନିମୟ କରିଥିଲେ। ଭାରତ-ଆମେରିକା ସହଭାଗିତା କେବଳ ଦୁଇ ଦେଶ ନୁହେଁ, ବରଂ ସମଗ୍ର ବିଶ୍ବ ପାଇଁ ଉପକାରୀ ବୋଲି ଉଭୟ ସହମତି ପ୍ରକାଶ କରିଥିଲେ।

ଜି-୨୦ ଅଧ୍ୟକ୍ଷତା କରୁଥିବା ଭାରତର ସଫଳତା ନିମନ୍ତେ ଆମେରିକାରୁ ମିଳୁଥିବା ନିରନ୍ତର ସହଯୋଗ ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀ, ରାଷ୍ଟ୍ରପତି ବାଇଡେନଙ୍କୁ ଧନ୍ୟବାଦ ଜଣାଇଥିଲେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Auckland's Sky Tower lights up in India's tricolour as PM Modi begins historic New Zealand visit

Media Coverage

Auckland's Sky Tower lights up in India's tricolour as PM Modi begins historic New Zealand visit
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 11, 2026
July 11, 2026

Record Exports, Record Investments, Record Pride: India’s Rise Under PM Modi is Multi-Dimensional