ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ଟେକ୍ନୋଲୋଜି ଏବଂ ନବସୃଜନ କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ଅଂଶୀଦାରମାନଙ୍କୁ ଏକାଠି କରିଥିବା ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀରେ ସିଇଓ ରାଉଣ୍ଡଟେବୁଲର ଫଳାଫଳକୁ ସ୍ୱାଗତ କରିଛନ୍ତି।

ଏହି ଆଲୋଚନା ଅନ୍ତର୍ଦୃଷ୍ଟିସମ୍ପନ୍ନ ଏବଂ ଦୂରଦୃଷ୍ଟିସମ୍ପନ୍ନ ଥିଲା, ଯେଉଁଥିରେ ଏଆଇକୁ ଦାୟିତ୍ୱର ସହ ବୃଦ୍ଧି କରିବା, ବୈଶ୍ୱିକ ସହଯୋଗକୁ ସୁଦୃଢ଼ କରିବା ଏବଂ ଅଭିବୃଦ୍ଧି ପାଇଁ ସୁଯୋଗ ସୃଷ୍ଟି କରିବା ଉପରେ ଧ୍ୟାନ ଦିଆଯାଇଥିଲା।
ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ମାନବ ପ୍ରଗତି ଏବଂ ନିରନ୍ତର ବିକାଶ ପାଇଁ ଏଆଇକୁ ଉପଯୋଗ କରିବା ଲାଗି ସହଭାଗୀ ପ୍ରତିବଦ୍ଧତାର ସାକ୍ଷୀ ହେବା ଅତ୍ୟନ୍ତ ଆନନ୍ଦଦାୟକ।

ଏକ୍ସର ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି:
"ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀରେ ସିଇଓ ରାଉଣ୍ଡଟେବୁଲ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଟେକ୍ନୋଲୋଜି ଏବଂ ନବସୃଜନ ବିଶ୍ୱର ବିଭିନ୍ନ ଅଂଶୀଦାରଙ୍କୁ ଏକାଠି କରିଥିଲା। ଏହି ଆଲୋଚନା ଅନ୍ତର୍ଦୃଷ୍ଟିସମ୍ପନ୍ନ ଏବଂ ଦୂରଦୃଷ୍ଟିସମ୍ପନ୍ନ ଥିଲା, ଯେଉଁଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ଦାୟିତ୍ୱର ସହ ବୃଦ୍ଧି କରିବା, ବୈଶ୍ୱିକ ସହଯୋଗକୁ ସୁଦୃଢ଼ କରିବା ଏବଂ ଅଭିବୃଦ୍ଧି ପାଇଁ ସୁଯୋଗ ସୃଷ୍ଟି କରିବା ଉପରେ ଧ୍ୟାନ ଦିଆଯାଇଥିଲା।

ମାନବ ପ୍ରଗତି ଏବଂ ନିରନ୍ତର ବିକାଶ ପାଇଁ ଏଆଇକୁ ଉପଯୋଗ କରିବା ପାଇଁ ଏକ ସହଭାଗୀ ପ୍ରତିବଦ୍ଧତା ଦେଖି ଖୁସି ଲାଗିଲା ।’’
The CEO Roundtable at the AI Impact Summit brought together various stakeholders from the world of AI, technology and innovation. The discussions were insightful and forward-looking, focused on scaling AI responsibly, strengthening global collaboration and unlocking opportunities… pic.twitter.com/ZFbrfksL86
— Narendra Modi (@narendramodi) February 19, 2026


