ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶର କୌଶାମ୍ବିରେ ମେଡିକାଲ ଭ୍ୟାନଗୁଡିକୁ ଉପଯୋଗ କରି ସାଧାରଣ ସ୍ୱାସ୍ଥ୍ୟ ସେବା ମଜବୁତ କରିବା ପାଇଁ ହେଉଥିବା ଉଦ୍ୟମକୁ ପ୍ରଶଂସା କରିଛନ୍ତି ।
ମେଡିକାଲ ଭ୍ୟାନଗୁଡିକୁ ଉପଯୋଗ କରି ୨,୪୭,୫୦୦ରୁ ଅଧିକ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷଣ ଓ ୨୫ ହଜାରରୁ ଅଧିକ ଲୋକଙ୍କୁ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀ ଭାବେ ପଞ୍ଜୀକୃତ କରାଯାଇଥିବା ସମ୍ପର୍କରେ ଉତ୍ତର ପ୍ରଦେଶର କୌଶାମ୍ବି ସାଂସଦ ଶ୍ରୀ ବିନୋଦ ସୋନକରଙ୍କ ଟ୍ୱିଟ ଶୃଙ୍ଖଳ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଅଦ୍ଭୁତ ପ୍ରୟାସ! ଜନ ସେବା ପାଇଁ ଏଭଳି ଅଭିଯାନ ବିକାଶକୁ ନୂଆ ଗତି ପ୍ରଦାନ କରିବ ।”
अद्भुत प्रयास! जन सेवा के ऐसे अभियान विकास को नई गति देने वाले हैं। https://t.co/4iupUQQHk4
— Narendra Modi (@narendramodi) March 23, 2023


