ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଛଟ ମହାପର୍ବର ସମାପ୍ତି ଅବସରରେ ଶ୍ରଦ୍ଧାଳୁମାନଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ଭଗବାନ ସୂର୍ଯ୍ୟଦେବଙ୍କୁ ସକାଳ ଅର୍ଘ୍ୟ ଅର୍ପଣ ସହିତ ଏହି ଚାରି ଦିନିଆ ମହୋତ୍ସବ ଶେଷ ହୋଇଛି । ଏହି ମହୋତ୍ସବ ସମୟରେ ଗୌରବମୟ ଛଟ୍ ପୂଜା ପରମ୍ପରାର ଦିବ୍ୟ ମହିମା ଦେଖାଯାଇଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏହି ମହୋତ୍ସବରେ ଅଂଶଗ୍ରହଣ କରିଥିବା ସମସ୍ତ ଶ୍ରଦ୍ଧାଳୁ ଏବଂ ସେମାନଙ୍କ ପରିବାରମାନଙ୍କୁ ଶୁଭକାମନା ଜଣାଇବା ସହିତ ଛଟି ମାତାଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନକୁ ଆଲୋକ ଏବଂ ଆନନ୍ଦରେ ପରିପୂର୍ଣ୍ଣ କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;

“ଭଗବାନ ସୂର୍ଯ୍ୟଦେବଙ୍କୁ ପ୍ରାତଃ ଅର୍ଘ୍ୟ ପ୍ରଦାନ ସହିତ ଆଜି ଛଟ ମହାପର୍ବର ଶୁଭ ସମାପ୍ତ ହୋଇଛି । ଚାରି ଦିନର ଏହି ଉତ୍ସବ ସମୟରେ ଛଟ ପୂଜାର ଗୌରବମୟ ପରମ୍ପରାର ଦିବ୍ୟ ଦର୍ଶନ ହୋଇଛି । ସମସ୍ତ ବ୍ରତଧାରୀ ଏବଂ ଶ୍ରଦ୍ଧାଳୁମାନଙ୍କ ସହିତ ଏହି ପବିତ୍ର ପର୍ବରେ ଅଂଶଗ୍ରହଣ କରିଥିବା ସମସ୍ତ ପରିବାରକୁ ହୃଦୟରୁ ଅଭିନନ୍ଦନ! ଛଟି ମାତାଙ୍କର ଅସୀମ କୃପାରୁ ଆପଣମାନଙ୍କର ଜୀବନ ସର୍ବଦା ଆଲୋକିତ ରହୁ ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IIT Madras incubates 112 startups, files 431 patents in FY26 milestone year

Media Coverage

IIT Madras incubates 112 startups, files 431 patents in FY26 milestone year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 28, 2026
April 28, 2026

From Orchids to Expressways: PM Modi’s Blueprint for a Self-Reliant, Connected & Proud India