ହିନ୍ଦୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ, ହିନ୍ଦୀକୁ ଭାରତର ପରିଚୟ ଏବଂ ମୂଲ୍ୟବୋଧର ଜୀବନ୍ତ ପ୍ରତୀକ ଭାବେ ବର୍ଣ୍ଣନା କରିଛନ୍ତି। ସେ ଏହାର ସାଂସ୍କୃତିକ ଏବଂ ଭାବପ୍ରବଣ ମହତ୍ତ୍ୱକୁ ଉଲ୍ଲେଖ କରି, ଏକତାର ସୁତ୍ର ଭାବେ ହିନ୍ଦୀର ଭୂମିକାକୁ ଗୁରୁତ୍ୱାରୋପ କରିଛନ୍ତି। ସେ ନାଗରିକମାନଙ୍କୁ ସମସ୍ତ ଭାରତୀୟ ଭାଷାକୁ ସମୃଦ୍ଧ କରିବା ଏବଂ ସେଗୁଡିକୁ ଗର୍ବର ସହିତ ଭବିଷ୍ୟତ ପିଢ଼ିକୁ ହସ୍ତାନ୍ତର କରିବା ପାଇଁ ସାମୂହିକ ଭାବରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;
“ଆପଣମାନଙ୍କୁ ହିନ୍ଦୀ ଦିବସର ଶୁଭକାମନା । ହିନ୍ଦୀ କେବଳ ଯୋଗାଯୋଗର ମାଧ୍ୟମ ନୁହେଁ, ବରଂ ଆମର ପରିଚୟ ଏବଂ ମୂଲ୍ୟବୋଧର ଏକ ଜୀବନ୍ତ ଐତିହ୍ୟ । ଏହି ଅବସରରେ ଆସନ୍ତୁ, ଆମେ ସମସ୍ତେ ଏକତ୍ର ହିନ୍ଦୀ ସହିତ ସମସ୍ତ ଭାରତୀୟ ଭାଷାକୁ ସମୃଦ୍ଧ କରିବା ଏବଂ ସେଗୁଡିକୁ ଆଗାମୀ ପିଢ଼ିକୁ ଗର୍ବର ସହିତ ହସ୍ତାନ୍ତର କରିବା ପାଇଁ ସଂକଳ୍ପ ନେବା । ବିଶ୍ୱ ଦରବାରରେ ହିନ୍ଦୀର ବୃଦ୍ଧି ପାଉଥିବା ସମ୍ମାନ ଆମ ସମସ୍ତଙ୍କ ପାଇଁ ଗର୍ବ ଏବଂ ପ୍ରେରଣାର ବିଷୟ ।
आप सभी को हिंदी दिवस की अनंत शुभकामनाएँ। हिंदी केवल संवाद का माध्यम नहीं, बल्कि हमारी पहचान और संस्कारों की जीवंत धरोहर है। इस अवसर पर आइए, हम सब मिलकर हिंदी सहित सभी भारतीय भाषाओं को समृद्ध बनाने और उन्हें आने वाली पीढ़ियों तक गर्व के साथ पहुँचाने का संकल्प लें। विश्व पटल पर…
— Narendra Modi (@narendramodi) September 14, 2025


