ଏହି ପାଇପ ଲାଇନ ଦ୍ୱାରା ଉଭୟ କେରଳ ଓ କର୍ଣ୍ଣାଟକର ଲୋକେ ଉପକୃତ ହେବେ: ପ୍ରଧାନମନ୍ତ୍ରୀ
ବ୍ଲୁ ଇକନମି ଆତ୍ମନିର୍ଭର ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ହେବାକୁ ଯାଉଛି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ କୋଚି-ମାଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ୍‍ ପାଇପ ଲାଇନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ଘଟଣା ‘ଏକ ରାଷ୍ଟ୍ର ଏକ ଗ୍ୟାସ୍‍ ଗ୍ରୀଡ’ ସ୍ଥାପନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟଭାବେ ପରିଗଣିତ ହୋଇଛି । ଏହି କାର୍ଯ୍ୟକ୍ରମରେ କର୍ଣ୍ଣାଟକ ଏବଂ କେରଳର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଗଣ ଏବଂ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‍ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ଦିନଟି ଉଭୟ କେରଳ ଓ କର୍ଣ୍ଣାଟକ ରାଜ୍ୟବାସୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ । ଉଭୟ ରାଜ୍ୟ ଗୋଟିଏ ପ୍ରାକୃତିକ ଗ୍ୟାସ୍‍ ପାଇପ ଲାଇନ ଦ୍ୱାରା ସଂଯୁକ୍ତ ହୋଇଛନ୍ତି । ଏହି ପାଇପ ଲାଇନ ସଂପୃକ୍ତ ଦୁଇ ରାଜ୍ୟର ଅର୍ଥନୀତି ଅଭିବୃଦ୍ଧି ଉପରେ ଗଠନମୂଳକ ପ୍ରଭାବ ପକାଇବ । ସେ କହିଛନ୍ତି ଯେ ଗ୍ୟାସ୍‍ଭିତ୍ତିକ ଅର୍ଥନୀତିର ଦ୍ରୁତ ସଂପ୍ରସାରଣ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ପାଇଁ ଏକ ଅପରିହାର୍ଯ୍ୟ ଆବଶ୍ୟକତା । ସେଇଥିପାଇଁ ସରକାର ଏକ ରାଷ୍ଟ୍ର ଏକ ଗ୍ୟାସ୍‍ ଗ୍ରୀଡ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ସଂପୃକ୍ତ ଗ୍ୟାସ୍‍ ପାଇପ ଲାଇନର ଲାଭ ଓ ସୁବିଧା ସୁଯୋଗର ବିବରଣୀ ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ ଏହି ପାଇପ ଲାଇନ ଦ୍ୱାରା ଉଭୟ ରାଜ୍ୟର ଲୋକଙ୍କ ଜୀବନଧାରଣ ସହଜ ହେବ ଏବଂ ଗରିବ, ମଧ୍ୟବିତ୍ତ ଶ୍ରେଣୀର ଲୋକ ତଥା ଉଦ୍ୟୋଗୀମାନଙ୍କର ଖର୍ଚ୍ଚ କମିବ । ଏହା ବିଭିନ୍ନ ସହର ଓ ନଗରରେ ଗ୍ୟାସ୍‍ ବଣ୍ଟନର ମୂଳ ଭିତ୍ତି ହେବ । ଏହା ମଧ୍ୟ ସିଏନ୍‍ଜିଭିତ୍ତିକ ପରିବହନ ବ୍ୟବସ୍ଥାକୁ ମୌଳିକ ସୁବିଧା ଯୋଗାଇବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ପାଇପ ଲାଇନ ମାଙ୍ଗାଲୁରୁ ତୈଳ ବିଶୋଧନାଗାରକୁ ସ୍ୱଚ୍ଛ ଉର୍ଜ୍ଜା ଯୋଗାଇଦେବ ଏବଂ ଏହାଦ୍ୱାରା ଉଭୟ ରାଜ୍ୟରେ ପ୍ରଦୂଷଣ ହ୍ରାସ ପାଇବ । ସେ କହିଛନ୍ତି ଯେ ପ୍ରଦୂଷଣ ହ୍ରାସର ସିଧାସଳଖ ପ୍ରଭାବ ପରିବେଶ ଉପରେ ପଡିବ; ଯାହାର ଅର୍ଥ ନିୟୁତ ନିୟୁତ ବୃକ୍ଷରୋପଣ ସହ ସମାନ । ଏହାଦ୍ୱାରା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଅନୁକୂଳ ପ୍ରଭାବ ପଡିବ ଏବଂ ସେମାନଙ୍କର ଚିକିତ୍ସା ବାବଦ ଖର୍ଚ୍ଚ କମିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ପାଇପ ଲାଇନ ନିର୍ମାଣରେ 1.2 ନିୟୁତ ଶ୍ରମ ଦିବସ ସୃଷ୍ଟି ହୋଇପାରିଛି ଏବଂ ଏହାଦ୍ୱାରା ନୂଆ ନିଯୁକ୍ତି ଏବଂ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି ହେବ । ଏହା କାର୍ଯ୍ୟକ୍ଷମ ହେବା ଦ୍ୱାରା ସାର, ପେଟ୍ରୋ ରସାୟନ ଏବଂ ଶକ୍ତି କ୍ଷେତ୍ରକୁ ଲାଭ ମିଳିବ । ଏହା ମଧ୍ୟ ଦେଶର ହଜାର ହଜାର କୋଟି ଟଙ୍କାର ବୈଦେଶିକ ବିନିମୟ ମୁଦ୍ରା ସଞ୍ଚୟରେ ସହାୟକ ହୋଇପାରିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶେଷଜ୍ଞଙ୍କ ମତ ଅନୁସାରେ ଏକବିଂଶ ଶତାବ୍ଦୀରେ ଯେଉଁ ଦେଶ ସଂଯୋଗ ବ୍ୟବସ୍ଥା ଓ ସ୍ୱଚ୍ଛ ଇନ୍ଧନରେ ସର୍ବାଗ୍ରେ ରହିବ ସେ ଦେଶ ବିକାଶର ସେତେ ଉପରେ ତାହାର ସ୍ଥାନ ନିଶ୍ଚିତ କରିବ । ଦେଶରେ ଯେଉଁ ବେଗରେ ସଂଯୋଗ ବ୍ୟବସ୍ଥା ଏବେ କାର୍ଯ୍ୟକାରୀ ହେଉଛି ତାହା ବିଗତ ଦଶନ୍ଧିଗୁଡିକରେ କେବେ ଦେଖାଯାଇ ନ ଥିଲା ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ 2014ର 27 ବର୍ଷ ପୂର୍ବରୁ ଦେଶରେ ମାତ୍ର 15000 କିମି ପ୍ରାକୃତିକ ଗ୍ୟାସ୍‍ ପାଇପ ଲାଇନ ନିର୍ମିତ ହୋଇଥିଲା । ଏବେ କିନ୍ତୁ ଦେଶବ୍ୟାପୀ 16000 କିମି ଲମ୍ବର ଗ୍ୟାସ୍‍ ପାଇପ ଲାଇନ ନିର୍ମାଣ କାର୍ଯ୍ୟ ଚାଲିଛି । ଆଗାମୀ 5-6 ବର୍ଷ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ । ଅଧିକରୁ ଅଧିକ ସିଏନ୍‍ଜି ଫୁଏଲ ଷ୍ଟେସନ, ପିଏନ୍‍ଜି ଓ ଏଲ୍‍ପିଜି ସଂଯୋଗ କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏ କ୍ଷେତ୍ରରେ ତାଙ୍କ ସରକାର ଯେଉଁ ସୁବିଧା ଲୋକଙ୍କୁ ଯୋଗାଉଛନ୍ତି ତାହା ପୂର୍ବରୁ କେବେ ଦେଖାଯାଇ ନ ଥିଲା । ସେ କହିଛନ୍ତି ଯେ ଏହି ବର୍ଦ୍ଧିତ ସଂଯୋଗ ବ୍ୟବସ୍ଥା ଫଳରେ ଆଉ କିରୋସିନିର ଅଭାବ ପଡୁନାହିଁ । କାରଣ ଏହାକୁ ଲୋକେ ଅଧିକ କିଣୁନାହାନ୍ତି । ଅନେକ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଇତିମଧ୍ୟରେ ନିଜ ନିଜକୁ କିରୋସିନି ମୁକ୍ତ ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ 2014ଠାରୁ ସରକାର ତୈଳ ଓ ଗ୍ୟାସ୍‍ କ୍ଷେତ୍ରରେ ଅନେକ ସଂସ୍କାର କାର୍ଯ୍ୟକାରୀ କରିଛନ୍ତି । ତୈଳ ଓ ଗ୍ୟାସ୍‍ ଉତ୍ପାଦନ, ଖନନ, ବିପଣନ ଏବଂ ଆବଣ୍ଟନ ଆଦି ସବୁ କ୍ଷେତ୍ରରେ ସଂସ୍କାର ଆସିଛି । ସେ କହିଛନ୍ତି ଯେ ଏକ ରାଷ୍ଟ୍ର ଏକ ଗ୍ରୀଡ ଲକ୍ଷ୍ୟ ହାସଲ କରି ସରକାର ଗ୍ୟାସ୍‍ଭିତ୍ତିକ ଅର୍ଥନୀତିକୁ ଆପଣାଇବାକୁ ଯୋଜନା କରୁଛନ୍ତି । କାରଣ ଏହି ଗ୍ୟାସ୍‍ର ପରିବେଶଗତ ଲାଭ ଅନେକ ରହିଛି । ଭାରତର ଉର୍ଜ୍ଜା ଆବଶ୍ୟକତାରେ ପ୍ରାକୃତିକ ଗ୍ୟାସ୍‍ର ଅଂଶ ବଢାଇବାକୁ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି । ଏହାକୁ 6 ଶତାଂଶରୁ 15 ଶତାଂଶକୁ ବଢାଇବାକୁ ନିଷ୍ପତ୍ତି ନିଆଯାଇଛି । ଗେଲ୍‍ର କୋଚି-ମାଙ୍ଗାଲୁରୁ ଗ୍ୟାସ୍‍ ପାଇପ ଲାଇନ କାର୍ଯ୍ୟକ୍ଷମ ହେବା ଆମର ଏକ ରାଷ୍ଟ୍ର ଏକ ଗ୍ୟାସ୍‍ ଗ୍ରୀଡ କାର୍ଯ୍ୟକ୍ରମର ଅଂଶବିଶେଷ । ସ୍ୱଚ୍ଛ ଇନ୍ଧନ ଏକ ଉତ୍ତମ ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହି ପାଇପ ଲାଇନ ସ୍ୱଚ୍ଛ ଇନ୍ଧନ ଯୋଗାଣ ପ୍ରକ୍ରିୟାରେ ଉନ୍ନତି ଆଣିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ଭବିଷ୍ୟତ ଉର୍ଜ୍ଜା ଆବଶ୍ୟକତା ପୂରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏହି ଲକ୍ଷ୍ୟ ପୂରଣ ପାଇଁ ଗୋଟିଏ ପଟେ ପ୍ରାକୃତିକ ଗ୍ୟାସ୍‍ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଅନ୍ୟପକ୍ଷେ ଉର୍ଜ୍ଜା ଉତ୍ସଗୁଡିକୁ ବିବିଧ କରାଯାଉଛି । ଏକ ଉଦାହରଣ ଦେଇ ସେ କହିଛନ୍ତି ଯେ ଗୁଜରାଟରେ ବିଶ୍ୱର ସବୁଠୁ ବଡ଼ ଅକ୍ଷୟ ଶକ୍ତି ପ୍ଲାଣ୍ଟ ନିର୍ମାଣର ପରିକଳ୍ପନା ରହିଛି । ଏଥିସିହତ ଜୈବ ଇନ୍ଧନ ଉପରେ ଗୁରୁତ୍ୱ ଦିଆଯାଉଛି । ସେ କହିଛନ୍ତି ଯେ ଚାଉଳ ଏବଂ ଆଖୁରୁ ଇଥାନଲ ବାହାର କରିବା ପାଇଁ ଏକନିଷ୍ଠ ଉଦ୍ୟମ ଚାଲିଛି । ଦଶବର୍ଷ ମଧ୍ୟରେ ପେଟ୍ରୋଲରେ 20 ଶତାଂଶ ପର୍ଯ୍ୟନ୍ତ ଇଥାନଲ ମିଶାଇବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ନାଗରିକଙ୍କୁ ସୁଲଭ, ପ୍ରଦୂଷଣମୁକ୍ତ ବିଜୁଳି ଏବଂ ଇନ୍ଧନ ଯୋଗାଇ ଦେବାକୁ ସରକାର ଅଙ୍ଗୀକାରବଦ୍ଧ ।

 

ଦୁଇ ଉପକୂଳ ରାଜ୍ୟ କେରଳ ଓ କର୍ଣ୍ଣାଟକ ସଂପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଦୁଇ ତଟବର୍ତ୍ତୀ ପ୍ରଦେଶର ସମନ୍ୱିତ ଉପକୂଳ ଉନ୍ନୟନ ସଂପର୍କରେ ତାଙ୍କର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରହିଛି । ଏହି ଦୁଇ ରାଜ୍ୟ ସହିତ ଦକ୍ଷିଣର ଅନ୍ୟାନ୍ୟ ରାଜ୍ୟଗୁଡିକରେ ନୀଳ ଅର୍ଥନୀତି ବା ବ୍ଲୁ ଇକନମିର ବିକାଶ ପାଇଁ ଚୂଡାନ୍ତ ଯୋଜନା ଏବେ କାର୍ଯ୍ୟକାରୀ ହେଉଛି । ବ୍ଲୁ ଅର୍ଥନୀତି ଆତ୍ମନିର୍ଭର ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ହେବ । ଏହାଦ୍ୱାରା ବନ୍ଦର ସହିତ ଉପକୂଳ ସଡ଼କଗୁଡିକୁ ସଂଯୁକ୍ତ କରାଯାଇ ମଲ୍‍ଟି ମୋଡାଲ କନେକ୍ଟିଭିଟି ଉପରେ ଗୁରୁତ୍ୱ ଦିଆଯାଉଛି । ଆମ ଉପକୂଳ ଅଞ୍ଚଳଗୁଡିକୁ ବସବାସ, ଜୀବନଧାରଣ ଏବଂ ବାଣିଜ୍ୟ ବ୍ୟବସାୟ ପାଇଁ ଆଦର୍ଶ ଅଞ୍ଚଳଭାବେ ଗଢି ତୋଳିବାକୁ ଆମେ କାର୍ଯ୍ୟ କରୁଛୁ ।

ସେ କହିଛନ୍ତି ଯେ ତଟବର୍ତ୍ତୀ ଅଞ୍ଚଳର ମତ୍ସ୍ୟଜୀବୀମାନେ କେବଳ ସମୁଦ୍ର ଉପରେ ଜୀବିକା ପାଇଁ ନିର୍ବାହଶୀଳ ନୁହଁନ୍ତି । ସେମାନେ ମଧ୍ୟ ଏହି ସାଗର ସମ୍ପତ୍ତିର ଅଭିଭାବକ । ସେଥିପାଇଁ ସରକାର ଉପକୂଳ ପରିବେଶକୁ ଋଦ୍ଧିମନ୍ତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଗଭୀର ସମୁଦ୍ରରେ ମାଛଧରା, ସ୍ୱତନ୍ତ୍ର ମତ୍ସ୍ୟ ବିଭାଗ ସ୍ଥାପନ, ସୁଲଭ ଋଣ ଯୋଗାଣ ବ୍ୟବସ୍ଥା, କିଷାନ କ୍ରେଡିଟକାର୍ଡ ପ୍ରଦାନ ଆଦି ମତ୍ସ୍ୟଜୀବୀଙ୍କ ପାଇଁ କରାଯାଇଛି । ନିକଟରେ ଆରମ୍ଭ ହୋଇଥିବା 20 ହଜାର କୋଟି ଟଙ୍କା ମତ୍ସ୍ୟ ସମ୍ପଦା ଯୋଜନା ସଂପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହାଦ୍ୱାରା କେରଳ ଓ କର୍ଣ୍ଣାଟକର ଲକ୍ଷ ଲକ୍ଷ ମତ୍ସ୍ୟଜୀବୀ ସିଧାସଳଖ ଉପକୃତ ହେବେ । ଭାରତର ମାଛ ଓ ସାମୁଦ୍ରିକ ଉତ୍ପାଦ ରପ୍ତାନୀ ପରିମାଣ ଦ୍ରୁତଗତିରେ ବଢୁଛି । ଭାରତକୁ ଏକ ଉତ୍ତମ ମାନର ପ୍ରକ୍ରିୟାକୃତ ସିଫୁଡ୍‍ ହବ୍‍ରେ ପରିଣତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ଏବେ ସିୱିଡ୍‍ର ଚାହିଦା ବଢୁଛି । ଏହାକୁ ପୂରଣ କରିବା ପାଇଁ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବ । ସେହିଭଳି ଚାଷୀମାନଙ୍କୁ ମଧ୍ୟ ସିୱିଡ୍‍ ଚାଷ ପାଇଁ ଉତ୍ସାହିତ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi urges people to take 9 pledges on health, saving water, others

Media Coverage

PM Modi urges people to take 9 pledges on health, saving water, others
NM on the go

Nm on the go

Always be the first to hear from the PM. Get the App Now!
...
Prime Minister receives phone call from President Emmanuel Macron, discusses situation in West Asia and maritime security
April 16, 2026

The Prime Minister, Shri Narendra Modi, received a phone call from the President of France, Emmanuel Macron.

During the conversation, the two leaders discussed the prevailing situation in West Asia. They agreed on the urgent need to restore safety and ensure freedom of navigation in the Strait of Hormuz.

Both leaders reiterated their commitment to continue close cooperation in advancing peace and stability in the region and beyond.

The Prime Minister wrote on X;

“Received a phone call from my dear friend President Emmanuel Macron. We discussed the situation in West Asia and agreed on the need to urgently restore safety and freedom of navigation in the Strait of Hormuz.

We will continue our close cooperation to advance peace and stability in the region and beyond.

@EmmanuelMacron”