ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାଣୀଙ୍କ ଦେହାନ୍ତରେ ଆଜି ଶୋକବ୍ୟକ୍ତ କରିଛନ୍ତି । ଗତକାଲି ଅହମ୍ମଦାବାଦରେ ଏକ ବିମାନ ଦୁର୍ଘଟଣାରେ ଶ୍ରୀ ରୂପାଣୀଙ୍କର ପରଲୋକ ହୋଇଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ଅବସରରେ ଶ୍ରୀ ରୂପାଣୀଙ୍କର ପ୍ରତିଷ୍ଠିତ ରାଜନୈତିକ ଜୀବନୀ ଉପରେ ଆଲୋକପାତ କରିଛନ୍ତି। ରାଜକୋଟ ମହାନଗର ନିଗମରେ ତାଙ୍କର କାର୍ଯ୍ୟକାଳ, ରାଜ୍ୟସଭା ସାଂସଦ, ଗୁଜରାଟ ବିଜେପି ଅଧ୍ୟକ୍ଷ ଏବଂ ରାଜ୍ୟ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ ତାଙ୍କର ଭିନ୍ନ ଭିନ୍ନ ଭୂମିକାକୁ ଶ୍ରୀ ମୋଦୀ ସ୍ମରଣ କରିଛନ୍ତି ।

ଏକ୍ସରେ ଏକ ଥ୍ରେଡ୍‌ ପୋଷ୍ଟ କରି ଶ୍ରୀ ମୋଦୀ ଲେଖିଛନ୍ତି:

‘‘ଶ୍ରୀ ବିଜୟଭାଇ ରୂପାଣୀଙ୍କ ପରିବାରକୁ ଭେଟିଲି।

ବିଜୟଭାଇ ଆମ ଗହଣରେ ଆଉ ନାହାନ୍ତି, ଏହା ବିଶ୍ୱାସ କରି ହେଉନାହିଁ। ମୁଁ ତାଙ୍କୁ ଅନେକ ଦଶନ୍ଧି ହେବ ଜାଣିଛି। ଆମେ କାନ୍ଧରେ କାନ୍ଧ ମିଶାଇ କାମ କରିଛୁ, ଏଥିରେ ଅନେକ ଆହ୍ୱାନପୂର୍ଣ୍ଣ ସମୟ ମଧ୍ୟ ସାମିଲ ଥିଲା। ବିଜୟଭାଇ ଅତ୍ୟନ୍ତ ନମ୍ର ଏବଂ ପରିଶ୍ରମୀ ଥିଲେ । ଦଳର ବିଚାରଧାରା ପ୍ରତି ସେ ଦୃଢ ଭାବରେ ପ୍ରତିଶ୍ରୁତିବଦ୍ଧ ଥିଲେ। ସେ ଧୀରେ ଧୀରେ ପଦୋନ୍ନତି ହାସଲ କରିଥିଲେ, ସଂଗଠନରେ ବିଭିନ୍ନ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ନିଷ୍ଠାର ସହ ସେବା କରିଥିଲେ।’’

ରାଜକୋଟ ମହାନଗର ନିଗମରେ ହେଉ, ରାଜ୍ୟସଭା ସାଂସଦ ଭାବେ ହେଉ, ଗୁଜରାଟ ବିଜେପି ଅଧ୍ୟକ୍ଷ ଭାବେ ହେଉ, କିମ୍ବା ରାଜ୍ୟ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ ହେଉ, ପ୍ରତ୍ୟେକ ଦାୟିତ୍ୱରେ ସେ ନିଜକୁ ପ୍ରତିଷ୍ଠିତ କରିଥିଲେ।’’

‘‘ବିଜୟଭାଇ ଏବଂ ମୁଁ ସେତେବେଳେ ମଧ୍ୟ ବ୍ୟାପକ ଭାବେ କାର୍ଯ୍ୟ କରିଛୁ ଯେତେବେଳେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ଗୁଜରାଟର ବିକାଶ ଗତିକୁ ବୃଦ୍ଧି କରିବା, ବିଶେଷ କରି ସହଜ ଜୀବନଧାରଣକୁ ପ୍ରୋତ୍ସାହିତ କରିବା ପାଇଁ ସେ ଅନେକ ପଦକ୍ଷେପ ନେଇଥିଲେ । ଆମର ବାର୍ତ୍ତାଳାପକୁ ମୁଁ ସର୍ବଦା ମନେ ରଖିବି। ଏହି ଦୁଃଖଦ ସମୟରେ ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କ ପ୍ରତି ମୋର ସମାବେଦନା ଜଣାଉଛି। ଓମ୍ ଶାନ୍ତି।’’

 

 

“વિજયભાઈ રૂપાણીના પરિવારજનોને મળી સાંત્વના પાઠવી. વિજયભાઈ આપણી વચ્ચે નથી એ વાત મન માનવા તૈયાર નથી. વર્ષોથી મારે તેમની સાથે નાતો રહ્યો છે. કંઈ કેટલાય પડકારજનક સમયમાં અમે ખભે ખભા મિલાવીને કામ કર્યું છે. સરળ અને સાલસ સ્વભાવના વિજયભાઈ ખૂબ મહેનતુ હતા તથા પક્ષની વિચારધારા પ્રત્યે પ્રતિબદ્ધ હતા. એક પાયાના કાર્યકર તરીકે જાહેર જીવનમાં કારકિર્દીની શરૂઆત કરી તેઓ સંગઠનમાં વિવિધ જવાબદારીઓ નિભાવતા નિભાવતા ગુજરાતના મુખ્યમંત્રી બન્યા હતા.”

“તેઓને સોંપાયેલ દરેક ભૂમિકામાં, તે પછી રાજકોટ મ્યુનિસિપલ કોર્પોરેશનમાં હોય કે રાજ્યસભાના સાંસદ તરીકેની હોય, પ્રદેશ ભાજપના પ્રમુખની હોય કે પછી રાજ્ય સરકારમાં કેબિનેટ મંત્રી અને મુખ્યમંત્રી તરીકેની હોય, તેઓએ દરેક વખતે એક અનોખો ચીલો ચાતર્યો હતો.”

“વિજયભાઈ ગુજરાતના મુખ્યમંત્રી હતા ત્યારે મારે તેમની સાથે ઘનિષ્ઠતાથી કામ કરવાનું થયું હતું. તેઓએ ગુજરાતની વિકાસયાત્રાને આગળ ધપાવવા ઘણા પગલાં હાથ ધર્યાં હતા જેમાં 'ઈઝ ઑફ લિવિંગ' એ નોંધપાત્ર છે. તેઓની સાથે થયેલ મુલાકાતો અને ચર્ચા હંમેશાં યાદ રહેશે.

સદ્ગતના આત્માની શાંતિ માટે પ્રાર્થના…

ૐ શાંતિ...!!”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Pyaaz Khaate Hai, Dimaag Nahi': PM Modi's Jhalmuri Video Breaks The Internet With 100M+ Views

Media Coverage

Pyaaz Khaate Hai, Dimaag Nahi': PM Modi's Jhalmuri Video Breaks The Internet With 100M+ Views
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 21, 2026
April 21, 2026

Aatmanirbhar Bharat Goes Global: PM Modi Turns India into Manufacturing Superpower & Innovation Powerhouse