ଦୈନନ୍ଦିନ ଜୀବନରେ ଯୋଗକୁ ସାମିଲ କରିବା ସହ ସେମାନଙ୍କର ପ୍ରେରଣାଦାୟ ପ୍ରତି          ବଦ୍ଧତା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ରପଦେଶର ଲୋକମାନଙ୍କର ପ୍ରଶଂସା କରିଛନ୍ତି । ଏହା ଦ୍ୱାରା ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ଦେଶବ୍ୟାପୀ ଆନ୍ଦୋଳନକୁ ଆହୁରି ପ୍ରେରଣା ମିଳିବ ବୋଲି ସେ କହିଛନ୍ତି ।

ଶ୍ରୀ ମୋଦୀ ଗତ କାଲି ବିଶାଖାପାଟଣାରେ ଅନୁଷ୍ଠିତ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ରାଜ୍ୟର ତୃଣମୂଳସ୍ତରର ଉତ୍ସାହ ଏବଂ ଯୋଗାନ୍ଧ୍ରା ପଦକ୍ଷେପ ଅଧିନରେ ଦେଖାଦେଇଥିବା ସକ୍ରିୟ ସମର୍ଥନକୁ ପ୍ରଶଂସା କରିଛନ୍ତି ।

ଗୀନିଜ୍ ୱାର୍ଲ୍ଡ ରେକଡର୍ସ ଦ୍ୱାରା ଏକ୍ସରେ କରାଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;

 “ପୁଣି ଥରେ ଯୋଗ ଲୋକମାନଙ୍କୁ ଏକତ୍ର କରିଛି!

ଆନ୍ଧ୍ରପ୍ରଦେଶର ଲୋକମାନଙ୍କୁ ଅଭିନନ୍ଦନ । ଯୋଗକୁ ନିଜ ଜୀବନର ଏକ ଅଂଶ କରିବା ପାଇଁ ସେମାନେ ଯେଭଳି ଭାବରେ ଆନ୍ଦୋଳନକୁ ମଜବୁତ କରିଛନ୍ତି ତାହା ପ୍ରଶଂସାଯୋଗ୍ୟ । ଯୋଗାନ୍ଧ୍ରା ପଦକ୍ଷେପ ଏବଂ ବିଶାଖାପାଟଣାରେ ହୋଇଥିବା କାର୍ଯ୍ୟକ୍ରମ, ଯେଉଁଥିରେ ମୁଁ ମଧ୍ୟ ଅଂଶଗ୍ରହଣ କରିଥିଲି, ସବୁବେଳେ ଅନେକ ଲୋକଙ୍କୁ ଭଲ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ପ୍ରେରିତ କରିବ ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 16, 2026
July 16, 2026

Atmanirbhar to Inclusive: PM Modi’s Blueprint for a Self-Reliant, Empowered & Culturally Rooted Bharat