ଦୈନନ୍ଦିନ ଜୀବନରେ ଯୋଗକୁ ସାମିଲ କରିବା ସହ ସେମାନଙ୍କର ପ୍ରେରଣାଦାୟ ପ୍ରତି ବଦ୍ଧତା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ରପଦେଶର ଲୋକମାନଙ୍କର ପ୍ରଶଂସା କରିଛନ୍ତି । ଏହା ଦ୍ୱାରା ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ଦେଶବ୍ୟାପୀ ଆନ୍ଦୋଳନକୁ ଆହୁରି ପ୍ରେରଣା ମିଳିବ ବୋଲି ସେ କହିଛନ୍ତି ।
ଶ୍ରୀ ମୋଦୀ ଗତ କାଲି ବିଶାଖାପାଟଣାରେ ଅନୁଷ୍ଠିତ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ରାଜ୍ୟର ତୃଣମୂଳସ୍ତରର ଉତ୍ସାହ ଏବଂ ଯୋଗାନ୍ଧ୍ରା ପଦକ୍ଷେପ ଅଧିନରେ ଦେଖାଦେଇଥିବା ସକ୍ରିୟ ସମର୍ଥନକୁ ପ୍ରଶଂସା କରିଛନ୍ତି ।
ଗୀନିଜ୍ ୱାର୍ଲ୍ଡ ରେକଡର୍ସ ଦ୍ୱାରା ଏକ୍ସରେ କରାଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;
“ପୁଣି ଥରେ ଯୋଗ ଲୋକମାନଙ୍କୁ ଏକତ୍ର କରିଛି!
ଆନ୍ଧ୍ରପ୍ରଦେଶର ଲୋକମାନଙ୍କୁ ଅଭିନନ୍ଦନ । ଯୋଗକୁ ନିଜ ଜୀବନର ଏକ ଅଂଶ କରିବା ପାଇଁ ସେମାନେ ଯେଭଳି ଭାବରେ ଆନ୍ଦୋଳନକୁ ମଜବୁତ କରିଛନ୍ତି ତାହା ପ୍ରଶଂସାଯୋଗ୍ୟ । ଯୋଗାନ୍ଧ୍ରା ପଦକ୍ଷେପ ଏବଂ ବିଶାଖାପାଟଣାରେ ହୋଇଥିବା କାର୍ଯ୍ୟକ୍ରମ, ଯେଉଁଥିରେ ମୁଁ ମଧ୍ୟ ଅଂଶଗ୍ରହଣ କରିଥିଲି, ସବୁବେଳେ ଅନେକ ଲୋକଙ୍କୁ ଭଲ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ପ୍ରେରିତ କରିବ ।”
Yoga brings people together, once again!
— Narendra Modi (@narendramodi) June 22, 2025
Compliments to the people of Andhra Pradesh for the manner in which they have strengthened the movement to make Yoga a part of their lives. The #Yogandhra initiative and the programme in Visakhapatnam, which I also took part in, will… https://t.co/p00EQGm0o0


