ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚାଇନାର ହାଙ୍ଗଜୋଠାରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ମହିଳା ପାରା ପାୱାରଲିଫ୍ଟିଂ ୬୧ କେଜି ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ରାଜ କୁମାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:
ମହିଳା ପାରା ପାୱାରଲିଫ୍ଟିଂରେ ରାଜ କୁମାରୀ ୬୧ କେଜି ବର୍ଗରେ ଚମତ୍କାର ବ୍ରୋଞ୍ଜ ପଦକ ଜିତିଛନ୍ତି। ଏଥିପାଇଁ ସମଗ୍ର ଭାରତ ଆନନ୍ଦିତ । ତାଙ୍କ ସଫଳତା ଭବିଷ୍ୟତର ଅନେକ ଖେଳାଳିଙ୍କୁ ପ୍ରେରଣା ଯୋଗାଇବ।
A fantastic Bronze by Raj Kumari in Women's Para Powerlifting 61 kgs event. India is elated. Her success will inspire several upcoming athletes. pic.twitter.com/j4ee2ffSAz
— Narendra Modi (@narendramodi) October 25, 2023


