ଭାରତୀୟ ନୌସେନା ଜାହାଜ ଓ ସ୍ୱତନ୍ତ୍ର ବଳ ଦ୍ୱାରା ପ୍ରଦର୍ଶିତ ପରୀକ୍ଷାମୂଳକ କାର୍ଯ୍ୟକଳାପ କଲେ ପରିଦର୍ଶନ
“ଭାରତ ଆମ ନୌସେନା କର୍ମଚାରୀଙ୍କ ଉତ୍ସର୍ଗୀକୃତ ମନୋଭାବକୁ ପ୍ରଣାମ କରୁଛି”
“ପ୍ରତେକ ଭାରତୀୟ ନାଗରିକଙ୍କ ମନରେ ସିନ୍ଧୁଦୁର୍ଗ କିଲ୍ଲା ଗର୍ବ ଆଣି ଦେଇଥାଏ”
“ଏକ ମଜଭୁତ ନୌବଳର ଗୁରୁତ୍ୱ ନେଇ ଛତ୍ରପତି ଶିବାଜୀ ମହାରାଜ ଅବଗତ ଥିଲେ”
“ନୌସେନା ଅଧିକାରୀ ପିନ୍ଧିବାକୁ ଥିବା ସ୍କନ୍ଧଭୂଷଣରେ ଶିବାଜୀ ମହାରାଜଙ୍କ ଐତିହ୍ୟର ପ୍ରତିଫଳନ ଦେଖିବାକୁ ମିଳିବ”
“ସଶସ୍ତ୍ର ସେନାରେ ନାରୀଶକ୍ତି ବୃଦ୍ଧି କରିବା ପାଇଁ ଆମେ ଅଙ୍ଗୀକାରବଦ୍ଧ”
“ବିଜୟ, ଶୌର୍ଯ୍ୟ, ଜ୍ଞାନ, ବିଜ୍ଞାନ ଓ ଆମର ନୌଶକ୍ତି ନେଇ ଭାରତୀୟ ଗୌରବମୟ ଇତିହାସ ରହିଛି”
“ଉପକୂଳ ଅଞ୍ଚଳବାସୀଙ୍କ ଜୀବନମାନର ଉନ୍ନତି ହେଉଛି ଆମର ପ୍ରାଥମିକତା”
“କୋଙ୍କଣ ହେଉଛି ଅଭୁତପୂର୍ବ ସମ୍ଭାବନାର ଅଞ୍ଚଳ”
“ଆମର ଏକ ବିକଶିତ ଭାରତ ପାଇଁ ବିକାଶ ଓ ଐତିହ୍ୟ ହେଉଛି ରାସ୍ତା”

ସିନ୍ଧୁଦୁର୍ଗରେ ନୌସେନା ଦିବସ ୨୦୨୩ ପାଳନ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ । ସେ ମଧ୍ୟ ଭାରତୀୟ ନୌସେନାର ଜାହାଜ, ବୁଡ଼ାଜାହାଜ ଓ ସଶସ୍ତ୍ର ବଳର ପରୀକ୍ଷାମୂଳ ଯୁଦ୍ଧ କୌଶଳ ସିନ୍ଧୁଦୁର୍ଗର ତାରକାର୍ଲିର୍ ବେଳାଭୂମିରୁ ଅବଲୋକନ କରିବା ସହ ଗାର୍ଡ ଅଫ୍ ଅନରର ନିରୀକ୍ଷଣ କରିଥିଲେ ।

ସମବେତ ଜନସାଧାରଣଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡିସେମ୍ବର ୪ ତାରିଖର ଐତିହାସିକ ଦିବସ ଅବସରରେ ନୌସେନା ଦିବସ ସିନ୍ଧୁଦୁର୍ଗ କିଲ୍ଲାର ମାଲଭନଓ ତାଲକାର୍ଲି ସମୁଦ୍ର ବେଳାଭୂମିରେ ପାଳନ ସାଙ୍ଗକୁ ରାଜକୋଟ ଦୁର୍ଗରେ ବୀର ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତିର ଅନାବରଣ ସହ ଭାରତୀୟ ନୌସେନାର ହୁଙ୍କାର ଭାରତର ପ୍ରତ୍ୟେକ ନାଗରିକଙ୍କ ପ୍ରାଣରେ ଅପୂର୍ବ ପୁଲକର ସ୍ପନ୍ଦନ ଆଣିଦେଇଛି । ନୌସେନା ଦିବସ ଅବସରରେ ଶ୍ରୀ ମୋଦୀ ଦେଶ ପାଇଁ ଜୀବନ ଉତ୍ସର୍ଗ କରିଥିବା ସାହସୀ ନୌସୈନିକମାନଙ୍କ ସ୍ମୃତି ଉଦେଶ୍ୟରେ ନତମସ୍ତକ ହୋଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଜୟର ମାଟି ସିନ୍ଧୁ ଦୁର୍ଗରୁ ନୌସେନା ଦିବସ ପାଳନ କରିବା ବାସ୍ତବିକ ଏକ ଅସ୍ୱଭାବିକ ଗର୍ବର ବିଷୟ । “ସିନ୍ଧୁ ଦୁର୍ଗ କିଲ୍ଲା ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ମନକୁ ଗର୍ବରେ ଭରି ଦେଇଥାଏ ବୋଲି କହି ଶିବାଜୀ ମହାରାଜଙ୍କ ଦେଶର ନୌସେନା ସାମର୍ଥ୍ୟର ଦୂରଦୃଷ୍ଟି ଯଥେଷ୍ଟ ଥିଲା ବୋଲି ଶ୍ରୀ ମୋଦୀ ପ୍ରକାଶ କରିଥିଲେ । ସମୁଦ୍ର ଉପରେ ଯାହାର ନିୟନ୍ତ୍ରଣ ଅଛି, ସେ ହିଁ ନିର୍ଣ୍ଣାୟକ ଶକ୍ତିର ଅଧିକାରୀ ବୋଲି ଶିବାଜୀ ମହାରାଜଙ୍କ ଘୋଷଣା ପ୍ରତି ଗୁରୁତ୍ୱ ଦେଇ ଶିବାଜୀ ମହାରାଜ ଏକ ଶକ୍ତିଶାଳୀ ନୌସେନା ଗଠନ କରିଥିଲେ ବୋଲି କହଥିଲେ । ଏହି ଅବସରରେ ଶ୍ରୀ ମୋଦୀ କାନୋଜୀ ଆଙ୍ଗୋରେ, ମାୟାଜୀ ନାଏକ ଭଟ୍ଟକର ଓ ହୀରୋନୀ ଇନ୍ଦୁଲକରଙ୍କୁ ପ୍ରଣାମ ଜଣାଇବା ସହ ସେମାନେ ଆଜି ବି ଉତ୍ସାହର ଉତ୍ସ ବୋଲି କହିଥିଲେ ।

 

ଛତ୍ରପତି ଶିବାଜୀ ମହାରାଜଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭାରତ ଆଜି ଦାସତ୍ୱ ମାନସିକତାକୁ ପରିହାର କରି ଆଗେଇ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ନୌସେନା ଅଧିକାରୀମାନେ ପରିଧାନ କରିବାକୁ ଥିବା ସ୍କନ୍ଧଭୂଷଣ ଏଣିକି ଛତ୍ରପତି ଶିବାଜୀ ମହାରାଜଙ୍କ ଐତିହ୍ୟ ଗାଥା ଅନୁରୂପ ହେବ ଓ ଏହି ନୂତନ ସ୍କନ୍ଧଭୂଷଣ ନୌସେନାର ନିଶାଣ ସୁଦୃଢ଼ ହେବ । ସେ ମଧ୍ୟ ଗତବର୍ଷ ନୌସେନା ନିଣାଣର ଉନ୍ମୋଚନର ସ୍ମୃତିଚାରଣ କରିଥିଲେ । ନିଜର ଐଥିହ୍ୟର ଗର୍ବ ସ୍ୱରୂପ ଭାରତୀୟ ନୌସେନା ଏଣିକି ଭାରତୀୟ ପରମ୍ପରା ଅନୁରୂପ ନିଜର ପଦବୀ ସ୍ଥିର କରିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ସେ ମଧ୍ୟ ସଶକ୍ତ ସେନାରେ ନାରୀ ଶକ୍ତିକୁ ମଜଭୁତ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଏକ ନୌସେନା ଜାହାଜରେ ପ୍ରଥମ ଥର ପାଇଁ ମହିଳା କମାଣ୍ଡିଂ ଅଧିକାରୀଙ୍କୁ ନିଯୁକ୍ତି ଦେଇଥିବାରୁ ଶ୍ରୀ ମୋଦୀ ଭାରତୀୟ ନୌସେନାକୁ ଅଭିନନ୍ଦନ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ୧୪୦ କୋଟି ଭାରତୀୟଙ୍କ ଆସ୍ଥା ହେଉଛି ଭାରତର ବୃହତ ଶକ୍ତି ଓ ଭାରତ ମଧ୍ୟ ବିରାଟ ଲକ୍ଷ୍ୟ ସ୍ଥିର କରି ତାହାକୁ ସମ୍ପୂର୍ଣ୍ଣ ସଂକଳ୍ପର ସହ ହାସଲ କରିବାକୁ ଆଗେଇ ଚାଲିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକତାର ସଂକଳ୍ପ ଭାବାବେଗ ଓ ଉତ୍ସାହର ଝଲକ ଆଜି ଦେଶବାସୀଙ୍କ ପାଖରେ ମିଳୁଛି । ଦେଶ ପ୍ରଥମ କରି ଏହି ମନୋଭାବ ଯୋଗୁ ବିବିଧ ଚିନ୍ତାଧାରାର ରାଜ୍ୟ ସତ୍ତ୍ୱେ ଜନସାଧାରଣ ସେହି ଉତ୍ସାହକୁ ଉପଜୀବ୍ୟ କରି ଆଗେଇ ଚାଲିଛନ୍ତି । “ଆଜି ଦେଶ ଇତିହାସରୁ ପ୍ରେରଣା ପାଇ ଉଜ୍ଜ୍ୱଳ ଭବିଷ୍ୟତର ରୋଡ୍ ମ୍ୟାପ୍ ପ୍ରସ୍ତୁତ କରୁଛି । ନକାରାତ୍ମକ ରାଜନୀତିକୁ ପରାସ୍ତ କରି ଆଜି ଜନସାଧାରଣ ସଂକଳ୍ପର ସହ ଆଗେଇ ଚାଲିଛନ୍ତି । ଏହି ସଂକଳ୍ପ ଦେଶକୁ ବିକଶିତ ଭାରତ ଦିଗକୁ ନେଇଯିବ” ବୋଲି ସେ କହିଥିଲେ ।

ଭାରତର ବିସ୍ତୃତ ଇତିହାସ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଥିଲେ ଯେ ଏହା କେବଳ ଦାସତ୍ୱ, ପରାଜୟ ଓ ହତାଶା ନୁହଁ ଏହା ଭାରତର ବିଜୟ, ଶୌର୍ଯ୍ୟ, ଜ୍ଞାନ ଓ ବିଜ୍ଞାନ, କଳା ଓ ସୃଜନାତ୍ମକ କୌଶଳ ଓ ଭାରତୀୟ ସାମୁଦ୍ରିକ ସାମର୍ଥ୍ୟର ଗୌରବରେ ମହୀୟାନ । ସେ ଭାରତୀୟ ସାମର୍ଥ୍ୟର ଉଦାହରଣ ଭାବେ ସିଦ୍ଧୁ ଦୁର୍ଗକୁ ନେଇ ଯେତେବେଳେ ବୈଷୟିକ ଜ୍ଞାନ ନାହିଁ ଭଳି ସ୍ଥିତିରେ ଥିବାବେଳେ କିପରି ଏତେ ବିଶାଳ ଦୁର୍ଗ ନିର୍ମିତ ହୋଇଥିଲା, ତା’ ଉପରେ ଆଲୋକପାତ କରିଥିଲେ ।

 

ସେ ଗୁଜରାଟର ଲୋଥାଲ ଠାରେ ହୋଇଥିବା ସିନ୍ଧୁ ଉତପ୍ୟକା ସଭ୍ୟତାର ବନ୍ଦର ଉପରେ କହିବା ସହ ସୁରାଟ ବନ୍ଦରରେ କିପରି ୮୦ଟି ଜାହାଜ ଲଙ୍ଗର ପକାଇ ପାରୁଥିଲେ ତା’ର ଉଦାହରଣ ଦେଇଥିଲେ । ଚୋଳ ସାମ୍ରାଜ୍ୟ ଦ୍ୱାରା ଦକ୍ଷିଣ ପୂର୍ବ ଏସିଆର ଦେଶଗୁଡ଼ିକୁ ବାଣିଜ୍ୟର ସମ୍ପ୍ରସାରଣର ଶ୍ରେୟ ସେ ଭାରତୀୟ ସାମୁଦ୍ରିକ ଶକ୍ତିକୁ ଦେଇଥିଲେ । ଭାରତୀୟ ସାମୁଦ୍ରିକ ଶକ୍ତି ବିଦେଶୀ ଶକ୍ତିର ଆକ୍ରମଣର ଶିକାର ହେବାରୁ ଦେଶରେ ଜାହାଜ ଓ ନୌକା ନିର୍ମାଣରେ ପ୍ରସିଦ୍ଧି ଲାଭ କରିଥିବା ଭାରତବର୍ଷ ସମୁଦ୍ରରୁ ନିଜର ନିୟନ୍ତ୍ରଣ ହରାଇବା ସହ ଏହାର ରଣନୀତିକ ଆର୍ଥିକ ଶକ୍ତି ମଧ୍ୟ ହରାଇଲା ବୋଲି କହି ସେ ଦୁଃଖ ପ୍ରକାଶ କରିଥିଲେ । ଭାରତ ବିକାଶ ଦିଗରେ ଅଗ୍ରସର ହେଉଥିବା ବେଳେ, ପ୍ରଧାନମନ୍ତ୍ରୀ ହୃତଗୌରବ ପୁନଃ ଅକ୍ତିଆର କରିବା ସହ ସରକାର ନୀଳ ଅର୍ଥନୀତି ଉପରେ ଅସ୍ୱାଭାବିକ ଗୁରୁତ୍ୱ ଦେଉଥିବା ବିଷୟରେ ଅବତାରଣା କରିଥିଲେ । ସାଗରମାଳା ଅଧୀନରେ ବନ୍ଦରଭିତ୍ତିକ ବିକାଶ ଉପରେ କହିବା ସହ ଭାରତ ଏହାର ସାମୁଦ୍ରିକ ଦୃଶ୍ୟପଟ୍ଟର ସମ୍ପୂର୍ଣ୍ଣ ଉପଯୋଗ କରିବାକୁ ପ୍ରୟାସ କରୁଛି ବୋଲି କହିଥିଲେ । ସରକାର ଆଇନ ପ୍ରଣୟନ କରି ବାଣିଜି୍ୟକ ଜାହାଜ ଚଳାଚଳକୁ ପ୍ରୋତ୍ସାହନ ଦେବା ଫଳରେ ଭାରତରେ ଗତ ନଅ ବର୍ଷ ମଧ୍ୟରେ ଜାହାଜ ଗମନାଗମନ । ଶତକଡ଼ା ୧୪୦ ଭାଗ ବୃଦ୍ଧି ପାଇଥିବା ପ୍ରକାଶ କରିଥିଲେ ।

ବର୍ତ୍ତମାନ ସମୟର ଗୁରୁତ୍ୱ ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, “ଭାରତୀୟ ଇତିହାସର ଇୟେ ହେଉଛି ସେହି ସମୟ ଯାହା କେବଳ ୫-୧୦ ବର୍ଷର ଭବିଷ୍ୟତ ହେବ ନାହିଁ, ଏହା ଆଗାମୀ ଶତାବ୍ଦୀର ଇତିହାସ ରଚନା କରିବ ।” ଭାରତ ଗତ ଦଶବର୍ଷ ମଧ୍ୟରେ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥ ବ୍ୟବସ୍ଥାରେ ପରିଣତ ହୋଇଛି ଓ ଏହା ତୃତୀୟ ସ୍ଥାନ ଆଡ଼କୁ ଅଗ୍ରସର ହେଉଛି । “ବିଶ୍ୱ ବିଶ୍ୱମିତ୍ରର ଉତଥାନ ଦେଖୁଛି ଭାରତ ମଧ୍ୟ” ବୋଲି କହି ଶ୍ରୀ ମୋଦୀ ଲୁପ୍ତ ପ୍ରାୟ ମସଲା ରାସ୍ତା ମଧ୍ୟପ୍ରଦେଶ ୟୁରୋପୀୟ କରିଡର ପୁଣି ଜନ୍ମଲାଭ କରିବ” ବୋଲି କହିଥିଲେ । ସେ ମଧ୍ୟ ଭାରତର ଶକ୍ତି ବୃଦ୍ଧିର ଉଦାହରଣ ଦେଇ ତେଜସ୍, କିଷାନ ଡ୍ରୋନ, ୟୁପିଆଇ ପଦ୍ଧତି ଓ ଚନ୍ଦ୍ରଯାନ-୩, ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ପରିବହନ ଏୟାରକ୍ରାଫ୍ଟ, ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନଏସ ବିକ୍ରାନ୍ତର ଆସନ୍ନ ଉତ୍ପାଦନରୁ ସୁସ୍ପଷ୍ଟ ବୋଲି କହିଥିଲେ ।

ଉପକୂଳ ଓ ସୀମାବର୍ତ୍ତୀ ଗ୍ରାମଗୁଡ଼ିକୁ ଶେଷ ନୁହଁ ଦେଶର ପ୍ରଥମ ଗ୍ରାମ ଭାବେ ବିବେଚନା କରୁଥିବା ସରକାରଙ୍କ ଆଭିମୁଖ୍ୟ ଦୃଷ୍ଟିରୁ ଶ୍ରୀ ମୋଦୀ କହିଥିଲେ ଯେ, “ବର୍ତ୍ତମାନ ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ପ୍ରତ୍ୟେକଙ୍କ ପରିବାରର ଜୀବନଧାରଣ ମାନରେ ଉନ୍ନତି ଆଣିବା ସରକାରଙ୍କ ପ୍ରାଥମିକତା ହୋଇଛି ।” ସେ ପୃଥକ ମତ୍ସ୍ୟ ଉତ୍ପାଦନ ମନ୍ତ୍ରଣାଳୟ ୨୦୧୯ରେ ସୃଷ୍ଟି କରାଯାଇ ସେଥିପାଇଁ ୪୦ ହଜାର କୋଟି ପୁଞ୍ଜି ବିନିଯୋଗ କରାଯାଇଥିବା ବିଷୟରେ କହିଥିଲେ । ୨୦୧୪ ପରଠାରୁ ମତ୍ସ୍ୟ ଉତ୍ପାଦନ ଶତକଡ଼ା ୮ ଭାଗ ବୃଦ୍ଧି ପାଇବା ସହ ଏହାର ରପ୍ତାନୀ ମଧ୍ୟ ଶତକଡ଼ା ୧୧୦ ଭାଗ ବୃଦ୍ଧି ପାଇଥିବା ପ୍ରକାଶ କରିଥିଲେ । ଏହାଛଡ଼ା ଚାଷୀ ବୀମା ଦୁଇରୁ ୫ ଲକ୍ଷକୁ ବୃଦ୍ଧି ପାଇଛି ଓ ସେମାନେ କିଶାନ କ୍ରେଡିଟ୍ କାର୍ଡର ସୁବିଧା ପାଉଛନ୍ତି ।

ମତ୍ସ୍ୟ କ୍ଷେତ୍ରରେ ମୂଲ୍ୟ ଶୃଙ୍ଖଳାର ବିକାଶ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉପକୂଳ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାରେ ସାଗରମାଳା ଯୋଜନା ଯୋଗୁ ଉନ୍ନତି ଘଟିଛି । ଲକ୍ଷ ଲକ୍ଷ କୋଟି ଟଙ୍କା ଏ କ୍ଷେତ୍ରରେ ଖର୍ଚ୍ଚ ହେଉଥିବାରୁ ଉପକୂଳ ଅଞ୍ଚଳରେ ଶିଳ୍ପ ଓ ବ୍ୟବସାୟ କ୍ଷେତ୍ରରେ ବୃଦ୍ଧି ଘଟିବ । ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ସଂଶ୍ଳିଷ୍ଟ ଶିଳ୍ପ ଓ ମାଛଧରା ନୌକାର ଆଧୁନିକୀକରଣ କାର୍ଯ୍ୟ ମଧ୍ୟ ହାତକୁ ନିଆଯାଇଛି ।

 

“କୋଙ୍କଣ ଅସ୍ୱାଭାବିକ ସମ୍ଭାବନାର ଅଞ୍ଚଳ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ଅଞ୍ଚଳର ବିକାଶକୁ ନେଇ ସେ ସିନ୍ଧୁ ଦୁର୍ଗ, ରତ୍ନଗିରି, ଆଲ୍ଲୀବାଗ, ପର୍ବାଣୀ ଓ ଧରାଶିବରେ ଭେଷଜ ମହାବିଦ୍ୟାଳୟ ଉଦଘାଟନ, ଟି.ପି. ବିମାନବନ୍ଦରର କାର୍ଯ୍ୟକାରିତା ଓ ମାଜଗାଓଁକୁ ଯୋଡୁଥିବା ଦିଲ୍ଲୀ-ମୁମ୍ବାଇ ଶିଳ୍ପ କରିଡର ବିଷୟରେ ଅବତାରଣା କରିଥିଲେ ।

ସରକାର ସେଠାକାର କାଜୁ ଚାଷୀମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଯୋଜନା ଚିଠା ପ୍ରସ୍ତୁତ କରୁଥିବା ସେ କହିଥିଲେ । ସମୁଦ୍ର ତଟରେ ଥିବା ଆବାସିକ ଅଞ୍ଚଳଗୁଡ଼ିକର ସୁରକ୍ଷା ପାଇଁ ସରକାର ଅଗ୍ରାଧିକାର ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ହେନ୍ତାଳ ବଣ ସମ୍ପ୍ରସାରଣ ଦିଗରେ ଉଦ୍ୟମ ହେଉଛି । ମହାରାଷ୍ଟ୍ରର ମାଲଭନ, ଆଚାର-ରତ୍ନଗିରି ଓ ଦେବଗିରି-ବିଜୟ ଦୁର୍ଗ ଭଳି ଅଞ୍ଚଳକୁ ହେନ୍ତାଳ ବଣ ପରିଚାଳନା ନିମନ୍ତେ ବଛାଯାଇଛି ।

“ଏକ ବିକଶିତ ଭାରତର ରାସ୍ତା ହେଉଛି ଐତିହ୍ୟ ଓ ବିକାଶ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାର ଦୁର୍ଗଗୁଡ଼ିକର ସୁରକ୍ଷା ପାଇଁ ବଦ୍ଧ ପରିକର । ଛତ୍ରପତି ଶିବାଜୀ ମହାରାଜଙ୍କ ଦ୍ୱାରା ନିର୍ମିତ ଦୁର୍ଗଗୁଡ଼ିକ ସଂରକ୍ଷଣ ନିମନ୍ତେ ଶହ ଶହ କୋଟି ଟଙ୍କା ମହରାଷ୍ଟ୍ର ଓ କୋଙ୍କଣ ଅଞ୍ଚଳରେ ଖର୍ଚ୍ଚ ହେଉଛି । ଏଗୁଡ଼ିକ ମଧ୍ୟ ଏହି ଅଞ୍ଚଳରେ ପର୍ଯ୍ୟଟନ ବିଭବର ବିକାଶ ଘଟାଇବା ସହ ନୂତନ କର୍ମନିଯୁକ୍ତି ଓ ଆତ୍ମନିଯୁକ୍ତିର ରାସ୍ତା ଖୋଲିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସଶସ୍ତ୍ର ସେନା ବା ସେନା ଦିବସ, ନୌସେନା ଦିବସ ଇତ୍ୟାଦି ଦିଲ୍ଲୀ ବାହାରେ ପାଳନ କରିବାର ନୂତନ ପରମ୍ପରା ବିଷୟରେ କହି ଏହା ଦ୍ୱାରା ଦେଶର ନୂତନ ସ୍ଥାନ ପ୍ରତି ଆକର୍ଷଣ ବୃଦ୍ଧି ପାଇବ ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କର ଭାଷଣର ଅନ୍ତ ଘଟାଇଥିଲେ ।

ମହାରାଷ୍ଟ୍ର ରାଜ୍ୟପାଳ ଶ୍ରୀ ରମେଶ ବୈଶ୍ୟ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ସିନେ୍ଧ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ, କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ନାରାୟଣ ରାଣେ, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡ଼ନାବିସ ଓ ଶ୍ରୀ ଅଜିତ ପାୱାର, ପ୍ରତିରକ୍ଷା ଷ୍ଟାଫ ମୁଖ୍ୟ ଜେନେରାଲ ଅନୀଲ ଚୌହାନ, ନୌସେନା ମୁଖ୍ୟ ଆଡମିରାଲ ଆର୍ ହରିକୁମାର ପ୍ରମୁଖ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ନୌସେନା ଦିବସ ପ୍ରତିବର୍ଷ ଡିସେମ୍ବର ୪ ତାରିଖ ଦିନ ପାଳନ କରାଯାଇଥାଏ । ସିନ୍ଧୁ ଦୁର୍ଗରେ ନୌସେନା ଦିବସ-୨୦୨୩ ପାଳନ ସମାରୋହ ଛତ୍ରପତି ଶିବାଜୀ ମହାରଜଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି । ତାଙ୍କର ମୋହର ନୌସେନାର ନୂତନ ନିଶାଣ ଭାବେ ଗତବର୍ଷ ଗ୍ରହଣ କରାଯାଇଥିଲା ଓ ପ୍ରଧାନମନ୍ତ୍ରୀ ସ୍ୱଦେଶୀ ଢାଞ୍ଚାରେ ନିର୍ମିତ ଆଇଏନଏସ ବିକ୍ରାନ୍ତ ଏୟାରକ୍ରାଫ୍ଟ କ୍ୟାରିଅରକୁ ନୌସେନାରେ ସାମିଲ କରିଥିଲେ ।

ପ୍ରତିବର୍ଷ ନୌସେନା ଦିବସ ପାଳନ ଅବସରରେ ନୌସେନାର ରଣକୌଶଳର ପରୀକ୍ଷାମୂଳଳକ ପ୍ରଦର୍ଶନ ପରମ୍ପରା ରହି ଆସିଛି । ଏହା ନୌସେନାର ଜାତୀୟ ସୁରକ୍ଷା ଓ ସାମୁଦ୍ରିକ ସଚେତନତା ନେଇ ଜନସାଧାରଣଙ୍କୁ ସଚେତନ କରାଇଥାଏ ।

ପ୍ରଧାନମନ୍ତ୍ରୀ ଅବଲୋକନ କରିଥିବା ପରୀକ୍ଷାମୂଳକ ପ୍ରଦର୍ଶନଗୁଡ଼ିକ ମଧ୍ୟରେ କମ୍ବାଟ ଫ୍ରି ଫଲ, ଉଚ୍ଚଗତି ଦୌଡ଼, ଏସଏଆଇ ପ୍ରଦର୍ଶନ ଭୀରଟ୍ରିପ ଓ ଏସଏମଏସ ଲଞ୍ଚ ଡ୍ରିଲ, ସି କିଙ୍ଗ୍ ଅପରେସନ, ଡଙ୍ଗ ଡେମୋ ଓ ସବମେରାଇନ ଟ୍ରାନଜଟି, କେମୋଭ ଅପରେସନ, ଶତ୍ରୁର ପୋଷ୍ଟକୁ ଅକାମୀ କରିବା ଓ ନୌସେନା କେନ୍ଦ୍ରୀୟ ବ୍ୟାଣ୍ଡ୍ ପ୍ରଦର୍ଶନ, ହୋମ ପାଇପ ନୃତ୍ୟ, ସୂର୍ଯ୍ୟାସ୍ତ ଉତ୍ସବ ସମାପନ ଇତ୍ୟାଦି ଅନ୍ତର୍ଭୁକ୍ତ ।

 

 

 

 

 

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Gyan Bharatam Portal Houses Over 88,800 Manuscripts, Government Informs Lok Sabha

Media Coverage

Gyan Bharatam Portal Houses Over 88,800 Manuscripts, Government Informs Lok Sabha
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses delight as Sarnath is inscribed on the UNESCO World Heritage List
July 25, 2026

Prime Minister Shri Narendra Modi today expressed that it is a proud moment for every Indian, sharing his delight that Sarnath in Uttar Pradesh has been inscribed on the UNESCO World Heritage List.

He noted that Sarnath has a close association with Lord Buddha, whose timeless message of wisdom, compassion and harmony inspires the world.

Shri Modi highlighted that this recognition celebrates India’s profound civilisational and spiritual heritage. The Prime Minister observed that it will also inspire more people across the world to come to Sarnath and connect with the ideals of Lord Buddha.

In a post on X, the Prime Minister shared:

 "A proud moment for every Indian!

Delighted that Sarnath in Uttar Pradesh has been inscribed on the UNESCO World Heritage List.

Sarnath has a close association with Lord Buddha, whose timeless message of wisdom, compassion and harmony inspires the world.

This recognition celebrates India’s profound civilisational and spiritual heritage. It will also inspire more people across the world to come to Sarnath and connect with the ideals of Lord Buddha.

@UNESCO"