Witnesses Operational Demonstrations by Indian Navy’s ships and special forces
“India salutes the dedication of our navy personnel”
“Sindhudurg Fort instills a feeling of pride in every citizen of India”
“Veer Chhatrapati Maharaj knew the importance of having a strong naval force”
“New epaulettes worn by Naval Officers will reflect Shivaji Maharaj’s heritage”
“We are committed to increasing the strength of our Nari Shakti in the armed forces”
“India has a glorious history of victories, bravery, knowledge, sciences, skills and our naval strength”
“Improving the lives of people in coastal areas is a priority”
“Konkan is a region of unprecedented possibilities”
“Heritage as well as development, this is our path to a developed India”

ଛତ୍ରପତି ବୀର ଶିବାଜୀ ମହାରାଜ କୀ ଜୟ !

ଛତ୍ରପତି ବୀର ଶିବାଜୀ ମହାରାଜ କୀ ଜୟ !

ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀମାନ ରମେଶ ମହୋଦୟ, ମୁଖ୍ୟମନ୍ତ୍ରୀ ଏକନାଥ ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ରାଜନାଥ ସିଂହ ମହାଶୟ, ନାରାୟଣ ରାଣେ ମହାଶୟ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଣବୀସ ମହାଶୟ, ଅଜିତ ପୱାର ମହାଶୟ, ସିଡିଏସ ଜେନରାଲ ଅନୀଲ ଚୌହାନ ମହାଶୟ, ନୌସେନା ପ୍ରମୁଖ ଆଡମିରାଲ ଆର. ହରିକୁମାର, ନୌସେନାର ସମସ୍ତ ସାଥୀ, ଏବଂ ମୋର ସମସ୍ତ ପରିବାରଜନ!

ଆଜି 4 ଡିସେମ୍ବରର ଏହି ଐତିହାସିକ ଦିନ..... ଆମକୁ ଆଶୀର୍ବାଦ ହେଉଛି ସିନ୍ଧୁଦୁର୍ଗର ଐତିହାସିକ ଦୁର୍ଗ... ମାଲୱଣ-ତାରକରଲୀର ଏହି ସୁନ୍ଦର ଉପକୂଳ, ଚାରିଆଡେ ଖେଳେଇ ହୋଇଥିବା ଛତ୍ରପତୀ ବୀର ଶିବାଜୀ ମହାରାଜଙ୍କ ପ୍ରତାପ... ରାଜକୋଟ ଦୁର୍ଗ ଉପରେ ତାଙ୍କର ବିଶାଳ ପ୍ରତିମାର ଉନ୍ମୋଚନ ଆଉ ତାଙ୍କର ହୁଙ୍କାର... ପ୍ରତ୍ୟେକ ଭାରତବାସୀଙ୍କ ଠାରେ ଉତ୍ସାହରେ ଭରି ଦେଇଛି । ଆପଣଙ୍କ ପାଇଁ ହିଁ କୁହାଯାଇଛି-

ଚାଲନ୍ତୁ ନୂତନ ଉଦାହରଣ ହେଉ, ବଢ଼ନ୍ତୁ ନୂତନ ଚମତ୍କାର ହେଉ,

ନଇଁ ପଡ଼ନ୍ତୁ ନାହିଁ, ଅଟକି ଯାଆନ୍ତୁ ନାହିଁ, ଆଗେଇ ଚାଲ, ଆଗେଇ ଚାଲ ।

ମୁଁ ନୌସେନା ପରିବାରର ସମସ୍ତ ସଦସ୍ୟଙ୍କୁ ନୌସେନା ଦିବସ ଅବସରରେ ବିଶେଷ ଭାବେ ଶୁଭେଚ୍ଛା ଜଣାଉଛି । ଆଜିକାର ଦିନରେ ଆମେ ସେହି ଶୁରବୀରଙ୍କୁ ମଧ୍ୟ ପ୍ରଣାମ କରୁଛେ, ଯେଉଁମାନେ ମାତୃଭୂମି ପାଇଁ ନିଜର ସର୍ବୋଚ୍ଚ ବଳିଦାନ ଦେଇଛନ୍ତି ।

ସାଥୀଗଣ,

ଆଜି ସିନ୍ଧୁଦୁର୍ଗର ଏହି ବୀର ଭୂମିରୁ ଦେଶବାସୀଙ୍କୁ ନୌସେନା ଦିବସ ଅବସରରେ ବିଶେଷ ଭାବେ ଶୁଭେଚ୍ଛା ଜଣାଇବା ହେଉଛି ପ୍ରକୃତରେ ନିଜକୁ ନିଜ ମଧ୍ୟରେ ଏକ ବହୁତ ଗୌରବପୂର୍ଣ୍ଣ ଘଟଣା । ସିନ୍ଧୁଦୁର୍ଗର ଐତିହାସିକ ଦୁର୍ଗକୁ ଦେଖି ପ୍ରତ୍ୟେକ ଭାରତୀୟ ଗର୍ବିତ ହୋଇ ଯାଆନ୍ତି । ଛତ୍ରପତି ବୀର ଶିବାଜୀ ମହାରାଜ ଜାଣିଥିଲେ ଯେ କୌଣସି ଦେଶ ପାଇଁ ସାମୁଦ୍ରିକ ସାମର୍ଥ୍ୟ କେତେ ଜରୁରୀ ହୋଇଥାଏ । ତାଙ୍କର ଉଦଘୋଷ ଥିଲା- ଜଳମେବ ଯସ୍ୟ, ବଳମେବ ତସ୍ୟ! ଅର୍ଥାତ ‘ଯିଏ ସମୁଦ୍ର ଉପରେ ନିୟନ୍ତ୍ରଣ ରଖନ୍ତି, ସେମାନେ ହେଉଛନ୍ତି ସର୍ବ ଶକ୍ତିମାନ ।’ ସେ ଏକ ଶକ୍ତିଶାଳୀ ନୌସେନା ଗଠନ କରିଥିଲେ । କାହ୍ନୋଜୀ ଆଂଗ୍ରେ ହୁଅନ୍ତୁ, ମାୟାଜୀ ନାଇକ ଭାଟକର ହୁଅନ୍ତୁ, ହିରୋଜୀ ଇନ୍ଦାଲକର ହୁଅନ୍ତୁ, ଏଭଳି ଅନେକ ଯୋଦ୍ଧା ଆଜି ମଧ୍ୟ ଆମ ପାଇଁ ବହୁତ ବଡ଼ ପ୍ରେରଣାର ଉତ୍ସ । ମୁଁ ଆଜି ନୌସେନା ଦିବସ ଅବସରରେ, ଦେଶର ଏଭଳି ପରାକ୍ରମୀ ଯୋଦ୍ଧାଙ୍କୁ ମଧ୍ୟ ପ୍ରଣାମ କରୁଛି ।

 

ସାଥୀଗଣ,

ଛତ୍ରପତି ବୀର ଶିବାଜୀ ମହାରାଜଙ୍କ ଠାରୁ ପ୍ରେରଣା ନେଇ ଆଜି ଭାରତ, ପରାଧୀନତାର ମାନସିକତାକୁ ପଛରେ ଛାଡ଼ି ଆଗକୁ ଅଗ୍ରସର ହେଉଛି । ମୁଁ ଖୁସି ଯେ ଆମର ନୌସେନା ଅଧିକାରୀମାନେ ଯେଉଁମାନେ ‘ଏପୋ- ଲେଟସ୍‌’ ପିନ୍ଧୁଛନ୍ତି ଏବେ ସେଥିରେ ଛତ୍ରପତି ବୀର ଶିବାଜୀ ମହାରାଜଙ୍କ ପରମ୍ପରାର ପ୍ରତିଛବି ମଧ୍ୟ ଦେଖିବାକୁ ମିଳିବ । ନୂତନ ‘ଏପୋ- ଲେଟସ୍‌’ ମଧ୍ୟ ଏବେ ସେମାନଙ୍କର ନୌସେନାର ପ୍ରତୀକ ଚିହ୍ନ ଭଳି ରହିବ ।

ଏହା ହେଉଛି ମୋର ସୌଭାଗ୍ୟ ଯେ ନୌସେନାର ଧ୍ୱଜକୁ ମୋତେ ଗତବର୍ଷ ଛତ୍ରପତି ବୀର ଶିବାଜୀ ମହାରାଜଙ୍କ ପରମ୍ପରା ସହିତ ଯୋଡ଼ିବାର ସୌଭାଗ୍ୟ ମିଳିଥିଲା । ଏବେ ‘ଏପୋ- ଲେଟସ୍‌’ରେ ମଧ୍ୟ ଛତ୍ରପତି ବୀର ଶିବାଜୀ ମହାରାଜଙ୍କର ପ୍ରତିବିମ୍ବ ଆମ ସସସ୍ତଙ୍କୁ ଦୃଷ୍ଟିଗୋଚର ହେବ । ନିଜ ପରମ୍ପରା ଉପରେ ଗର୍ବର ଭାବନା ସହିତ ମୋତେ ଆଉ ଏକ ଘୋଷଣା କରି ଗର୍ବ ଅନୁଭବ ହେଉଛି । ଭାରତୀୟ ନୌସେନା ଏବେ ନିଜ ମାନ୍ୟତାର ନାମକରଣ, ଭାରତୀୟ ପରମ୍ପରା ଅନୁସାରେ କରିବାକୁ ଯାଉଛି । ଆମେ ସଶସ୍ତ୍ର ବଳରେ ଆମର ନାରୀଶକ୍ତିର ସଂଖ୍ୟା ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦେଉଛୁ । ମୁଁ ନୌସେନାକୁ ଶୁଭେଚ୍ଛା ଜଣାଉଛି ଯେ ନିଜର ନୌଜାହାଜରେ ଦେଶର ପ୍ରଥମ ମହିଳା କମାଣ୍ଡିଙ୍ଗ ଅଫିସର ମୁତୟନ କରିଛି ।

ସାଥୀଗଣ,

ଆଜିର ଭାରତ ନିଜ ପାଇଁ ବଡ଼ ବଡ଼ ଲକ୍ଷ୍ୟ ସ୍ଥିର କରୁଛି, ଆଉ ତାହାକୁ ହାସଲ କରିବା ପାଇଁ ନିଜର ସମ୍ପୂର୍ଣ୍ଣ ଶକ୍ତି ବିନିଯୋଗ କରୁଛି । ଭାରତ ପାଖରେ ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଏକ ବଡ଼ ଶକ୍ତି ରହିଛି । ଏହି ଶକ୍ତି, ହେଉଛି 140 କୋଟି ଭାରତୀୟଙ୍କ ବିଶ୍ୱାସର । ଏହି ଶକ୍ତି, ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ରକୁ ସୁଦୃଢ଼ କରିଛି । ଗତକାଲି ଆପଣ ଦେଶର 4 ରାଜ୍ୟରେ ଏହି ଶକ୍ତିର ଝଲକ ଦେଖିଲେ । ଦେଶ ଦେଖିଲା, ଯେତେବେଳେ ଲୋକମାନଙ୍କର ସଂକଳ୍ପ ଯୋଡ଼ି ହୋଇଥାଏ... ଯେତେବେଳେ ଲୋକଙ୍କ ଭାବନା ଯୋଡ଼ି ହୋଇଥାଏ... ଯେତେବେଳେ ଲୋକଙ୍କର ଆକାଂକ୍ଷା ଯୋଡ଼ି ହୋଇଥାଏ... ସେତେବେଳେ କେତେ ସକାରାତ୍ମକ ପରିଣାମ ସାମ୍ନାକୁ ଆସିଥାଏ।

ଭିନ୍ନ- ଭିନ୍ନ ରାଜ୍ୟଗୁଡ଼ିକର ପ୍ରାଥମିକତା ମଧ୍ୟ ହେଉଛି ଭିନ୍ନ- ଭିନ୍ନ, ସେମାନଙ୍କର ଆକାଂକ୍ଷା ମଧ୍ୟ ଭିନ୍ନ । କିନ୍ତୁ ସବୁ ରାଜ୍ୟର ଲୋକ ରାଷ୍ଟ୍ର ପ୍ରଥମର ଭାବନା ସହିତ ଓତଃପ୍ରୋତ ଭାବେ ଜଡ଼ିତ । ଦେଶ ଅଛି ତେବେ ଆମେ ଅଛୁ, ଦେଶ ଆଗକୁ ବଢ଼ିବ, ତେବେ ଆମେ ଆଗକୁ ବଢ଼ିବା, ଏହି ଭାବନା ଆଜି ପ୍ରତ୍ୟେକ ନାଗରିକଙ୍କ ମନରେ ଅଛି । ଆଜି ଦେଶ, ଇତିହାସରୁ ପ୍ରେରଣା ନେଇ ଉଜ୍ଜ୍ୱଳ ଭବିଷ୍ୟତର ରୋଡ଼ମ୍ୟାପ୍ ପ୍ରସ୍ତୁତ କରିବାରେ ଲାଗି ପଡ଼ିଛି । ଲୋକମାନେ ନକାରାତ୍ମକତାର ରାଜନୀତିକୁ ପରାସ୍ତ କରି, ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବାହାରି ଯିବାର ପ୍ରଣ ନେଇଛନ୍ତି । ଏହି ପ୍ରଣ ଆମକୁ ବିକଶିତ ଭାରତ ଆଡ଼କୁ ନେଇଯିବ । ଏହି ପ୍ରଣ ଦେଶର ସେହି ଗୌରବକୁ ଫେରାଇ ଆଣିବ, ଯାହାର ହକଦାର ଏହି ଦେଶ ସବୁବେଳେ ରହି ଆସିଛି ।

ସାଥୀଗଣ,

ଭାରତ ଇତିହାସ, କେବଳ ଏକ ହଜାର ବର୍ଷର ପରାଧୀନତାର ଇତିହାସ ନୁହେଁ, କେବଳ ହାରିବା ଏବଂ ନିରାଶାର ଇତିହାସ ନୁହେଁ । ଭାରତର ଇତିହାସ, ହେଉଛି ବିଜୟର ଇତିହାସ । ଭାରତର ଇତିହାସ, ହେଉଛି ଶୌର୍ଯ୍ୟର ଇତିହାସ । ଭାରତର ଇତିହାସ, ହେଉଛି ଜ୍ଞାନ ଏବଂ ବିଜ୍ଞାନର ଇତିହାସ । ଭାରତର ଇତିହାସ, ହେଉଛି କଳା ଏବଂ ସୃଜନ କୌଶଳର ଇତିହାସ । ଭାରତର ଇତିହାସ, ହେଉଛି ଆମର ସାମୁଦ୍ରିକ ସାମର୍ଥ୍ୟର ଇତିହାସ । ଶହ- ଶହ ବର୍ଷ ପୂର୍ବେ ଯେତେବେଳେ ଏହିଭଳି ଟୋକ୍ନାଲୋଜି ନ ଥିଲା, ଯେତେବେଳେ ଏଭଳି ସଂସାଧନ ନ ଥିଲା, ସେତେବେଳେ ସେହି ସମୟରେ ସମୁଦ୍ରକୁ ଚିରି ଆମେ ସିନ୍ଧୁଦୁର୍ଗ ଭଳି କେତେ ହିଁ ଦୁର୍ଗ ନିର୍ମାଣ କରିଛୁ ।

ଭାରତର ସାମୁଦ୍ରିକ ସାମର୍ଥ୍ୟ ହେଉଛି ହଜାର- ହଜାର ବର୍ଷ ପୁରୁଣା । ଗୁଜରାଟର ଲୋଥଲରେ ମିଳିଥିବା ସିନ୍ଧୁ ଉପତ୍ୟାକା ସଭ୍ୟତାର ବନ୍ଦର, ଆଜି ହେଉଛି ଆମର ବହୁତ ବଡ଼ ପରମ୍ପରା । ଏକ ସମୟରେ ସୁରଟର ବନ୍ଦରଗୁଡ଼ିକରେ 80ରୁ ଅଧିକ ଦେଶଗୁଡ଼ିକର ଜାହାଜ ଲଙ୍ଗର ପକାଇ ରହୁଥିଲେ । ଚୋଳ ସାମ୍ରାଜ୍ୟ ଭାରତର ଏହି ସାମର୍ଥ୍ୟ ବଳରେ, ଦକ୍ଷିଣ ପୂର୍ବ ଏସିଆର କେତେ ହିଁ ଦେଶ ପର୍ଯ୍ୟନ୍ତ ନିଜର ବ୍ୟବସାୟ ଅଭିବୃଦ୍ଧି କରିଥିଲେ ।

 

ଆଉ ଏଥିପାଇଁ, ଯେତେବେଳେ ବିଦେଶୀ ଶକ୍ତିଗୁଡ଼ିକ ଭାରତ ଉପରେ ଆକ୍ରମଣ କଲେ, ସେତେବେଳେ ସର୍ବପ୍ରଥମେ ଆମର ଏହି ଶକ୍ତିକୁ ଲକ୍ଷ୍ୟ କରାଗଲା । ଯେଉଁ ଭାରତ, ନୌକା ଏବଂ ଜାହାଜ ନିର୍ମାଣ କରିବାରେ ପ୍ରସିଦ୍ଧି ଲାଭ କରିଥିଲା, ତାହାର ଏହି କଳା, ଏହି କୌଶଳ, ସବୁକିଛି ବନ୍ଦ କରି ଦିଆଗଲା । ଆଉ ଏବେ ଯେତେବେଳେ ଆମେ ସମୁଦ୍ର ଉପରେ ଆମର ନିୟନ୍ତ୍ରଣ ହରାଇଲୁ, ଆମେ ଆମର ସାମରିକ- ଆର୍ଥିକ ଶକ୍ତି ମଧ୍ୟ ହରାଇ ଦେଲୁ ।

ଏଥିପାଇଁ, ଆଜି ଯେତେବେଳେ ଭାରତ ବିକଶିତ ହେବାର ଲକ୍ଷ୍ୟକୁ ନେଇ ଚାଲୁଛି, ସେତେବେଳେ ଆମକୁ ଆମର ଏହି ହଜି ଯାଇଥିବା ଗୌରବକୁ ପୁଣିଥରେ ହାସଲ କରିବାକୁ ହିଁ ପଡ଼ିବ । ଏଥିପାଇଁ ହିଁ ଆମ ସରକାର ଆଜି ମଧ୍ୟ ଏହା ସହିତ ଜଡ଼ିତ ପ୍ରତ୍ୟେକ କ୍ଷେତ୍ର ଉପରେ ଦୃଷ୍ଟି ଦେଇ କାର୍ଯ୍ୟ କରୁଛନ୍ତି । ଆଜି ଭାରତ ନୀଳ -ଅର୍ଥନୀତିକୁ ଅଦ୍ଭୂତପୂର୍ବ ପ୍ରୋତ୍ସାହନ ଦେଉଛି । ଆଜି ଭାରତ ‘ସାଗରମାଳା’ ମାଧ୍ୟମରେ ବନ୍ଦର ସହିତ ଜଡ଼ିତ ବିକାଶରେ ଲାଗି ପଡ଼ିଛି । ଆଜି ଭାରତ ‘ମେରିଟାଇମ ଭିଜନ’ ବା ସାମୁଦ୍ରିକ ଦୃଷ୍ଟିଭଙ୍ଗୀ ମାଧ୍ୟମରେ ଆମର ସମୁଦ୍ରଗୁଡ଼ିକର ସମ୍ପୂର୍ଣ୍ଣ ସାମର୍ଥ୍ୟକୁ ଉପଯୋଗ କରିବା ଦିଗରେ ଦ୍ରୁତ ଗତିରେ ଦ୍ରୁତ ଗତିରେ ବଢ଼ୁଛି । ବଣିକ ପରିବହନକୁ ପ୍ରୋତ୍ସାହନ ଦେବା ପାଇଁ ମଧ୍ୟ ସରକାର ନୂତନ ନିୟମ ପ୍ରସ୍ତୁତ କରିଛନ୍ତି । ସରକାରଙ୍କ ପ୍ରୟାସ ଦ୍ୱାରା, ବିଗତ 9 ବର୍ଷରେ ଭାରତରେ ସମୁଦ୍ର ଉପକୂଳ ସଂଖ୍ୟା ମଧ୍ୟ 140 ପ୍ରତିଶତରୁ ଅଧିକ  ବୃଦ୍ଧି ହୋଇଛି ।

ମୋର ସାଥୀଗଣ,

ଏହା ହେଉଛି ଭାରତ ଇତିହାସର ସେହି କାଳଖଣ୍ଡ, ଯାହା କେବଳ 5-10 ବର୍ଷର ନୁହେଁ ବରଂ ଆଗାମୀ ଶତାବ୍ଦୀର ଭବିଷ୍ୟତ ଲେଖିବାକୁ ଯାଉଛି । 10 ବର୍ଷରୁ ମଧ୍ୟ କମ୍ ସମୟରେ ଭାରତ, ବିଶ୍ୱରେ 10 ନମ୍ବରର ଆର୍ଥିକ ଶକ୍ତିରୁ ବୃଦ୍ଧି ପାଇ 5 ନମ୍ବର ପର୍ଯ୍ୟନ୍ତ ପହଂଚି ଯାଇଛି । ଆଉ ଏବେ ବହୁତ ଦ୍ରୁତ ଗତିରେ 3 ନମ୍ବରର ଆର୍ଥିକ ମହାଶକ୍ତି ହେବା ଦିଗକୁ ଆଜି ଭାରତ ଅଗ୍ରସର ହେଉଛି।

ଆଜି ଦେଶ, ବିଶ୍ୱାସ ଏବଂ ଆତ୍ମବିଶ୍ୱାସରେ ଭରି ହୋଇ ରହିଛି । ଆଜି ବିଶ୍ୱକୁ ଭାରତରେ ବିଶ୍ୱ-ମିତ୍ରର ଉଦୟ ହେଉଥିବା ଦେଖିବାକୁ ମିଳୁଛି । ଆଜି ମହାକାଶ ହେଉ ଅବା ପୁଣି ସମୁଦ୍ର, ପ୍ରତ୍ୟେକ କ୍ଷେତ୍ରରେ ବିଶ୍ୱକୁ ଭାରତର ସାମର୍ଥ୍ୟ ଦେଖିବାକୁ ମିଳୁଛି । ଆଜି ସମଗ୍ର ବିଶ୍ୱ ଭାରତ- ମଧ୍ୟପ୍ରାଚ୍ୟ- ୟୁରୋପ ଅର୍ଥନୀତି କୋରିଡରର ଚର୍ଚ୍ଚା କରୁଛି । ଯେଉଁ ସ୍ପାଇସ ରୁଟ ବା ମସଲା ମାର୍ଗକୁ ଆମେ ଅତୀତରେ ହରାଇ ଦେଇଥିଲୁ, ତାହା ଏବେ ପୁଣି ଥରେ ଭାରତର ସଶକ୍ତ ଆଧାର ହେବାକୁ ଯାଉଛି । ଆଜି ମେଡ୍ ଇନ୍ ଇଣ୍ଡିଆର ଚର୍ଚ୍ଚା ସାରା ବିଶ୍ୱରେ ହେଉଛି । ତେଜସ ବିମାନ ହେଉ ଅବା କିସାନ ଡ୍ରୋନ, ୟୁପିଆଇ ବ୍ୟବସ୍ଥା ହେଉ ଅବା ପୁଣି ଚନ୍ଦ୍ରଯାନ-3, ପ୍ରତ୍ୟେକ ସ୍ଥାନରେ, ପ୍ରତ୍ୟେକ କ୍ଷେତ୍ରରେ ମେଡ୍ ଇନ୍ ଇଣ୍ଡିଆର ଧୂମ୍ ରହିଛି । ଆଜି ଆମର ସେନାବାହିନୀର ଅଧିକାଂଶ ଆବଶ୍ୟକତା ମେଡ୍ ଇନ୍ ଇଣ୍ଡିଆ ଅସ୍ତ୍ର- ଶସ୍ତ୍ର ଦ୍ୱାରା ହିଁ ପୂରଣ କରାଯାଉଛି । ଦେଶରେ ପ୍ରଥମଥର ପରିବହନ ଭିତିଭୂମୀର ନିର୍ମାଣ ଆରମ୍ଭ ହେଉଛି । ବିଗତ ବର୍ଷ ହିଁ ମୁଁ କୋଚ୍ଚିରେ ସ୍ୱଦେଶୀ ବିମାନ ପରିବହନକାରୀ, ଆଇଏନଏସ୍ ବିକ୍ରାନ୍ତକୁ ନୌସେନାରେ ସାମିଲ କରାଇଥିଲି । ଆଇଏନଏସ୍ ବିକ୍ରାନ୍ତ ମେକ୍ ଇନ୍ ଇଣ୍ଡିଆ ଆତ୍ମନିର୍ଭର ଭାରତର ହେଉଛି ଏକ ସଶକ୍ତ ଉଦାହରଣ। ଆଜି ଭାରତ ବିଶ୍ୱର କିଛି ହାତଗଣତି ଦେଶ ମଧ୍ୟରେ ରହିଛି ଯାହା ପାଖରେ ଏଭଳି ସାମର୍ଥ୍ୟ ଅଛି ।

ସାଥୀଗଣ,

ବିଗତ ବର୍ଷମାନଙ୍କରେ ଆମେ ପୂର୍ବ ସରକାରମାନଙ୍କର ଆଉ ଏକ ପୁରାତନ ଚିନ୍ତାଧାରାକୁ ବଦଳାଇ ଦେଇଛୁ । ପୂର୍ବ ସରକାରମାନେ, ଆମର ସୀମାନ୍ତବର୍ତୀ ଏବଂ ସମୁଦ୍ର ଉପକୂଳରେ ଥିବା ଗାଁଗୁଡ଼ିକୁ, ଅଂଚଳକୁ ଶେଷ ଗାଁ ବୋଲି ବିବେଚନା କରିଥିଲେ । ଆମର ପ୍ରତିରକ୍ଷାମନ୍ତ୍ରୀ ମହୋଦୟ ଏବେ ଏହାର ଉଲ୍ଲେଖ ମଧ୍ୟ କଲେ । ଏହି ଚିନ୍ତାଧାରା କାରଣରୁ ଆମର ଉପକୂଳବର୍ତୀ କ୍ଷେତ୍ର ମଧ୍ୟ ବିକାଶରୁ ବଂଚିତ ଥିଲା, ଏଠାରେ ମୌଳିକ ସୁବିଧା ସୁଯୋଗ ଗୁଡ଼ିକର ଅଭାବ ଥିଲା । ଆଜି ସମୁଦ୍ର କୂଳରେ ରହୁଥିବା ପ୍ରତ୍ୟେକ ପରିବାରର ଜୀବନକୁ ଉନ୍ନତ କରିବା ପାଇଁ କେନ୍ଦ୍ର ସରକାର ପ୍ରାଥମିକତା ଦେଉଛନ୍ତି ।

ଏହା ହେଉଛି ଆମ ସରକାର ଯିଏ 2019ରେ ପ୍ରଥମ ଥର ପାଇଁ ମତ୍ସ୍ୟଚାଷ କ୍ଷେତ୍ର ପାଇଁ ଭିନ୍ନ ମନ୍ତ୍ରଣାଳୟ ଗଠନ କଲେ । ଆମେ ମତ୍ସ୍ୟ ଚାଷ କ୍ଷେତ୍ରରେ ପ୍ରାୟ 40 ହଜାର କୋଟି ଟଙ୍କା ନିବେଶ କରିଛୁ । ଏହି କାରଣରୁ 2014 ପରେ ଭାରତରେ ମତ୍ସ୍ୟ ଉତ୍ପାଦନ 80 ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । ଭାରତରୁ ମତ୍ସ୍ୟ ରପ୍ତାନୀ ମଧ୍ୟ 110 ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । ଆମର ମତ୍ସ୍ୟଜୀବୀମାନଙ୍କ ସହାୟତା କରିବା ପାଇଁ ସରକାର ଯଥାସମ୍ଭବ ପ୍ରୟାସ କରୁଛନ୍ତି । ଆମ ସରକାର ମତ୍ସ୍ୟଜୀବୀମାନଙ୍କ ପାଇଁ ବୀମାର ପରିସର 2 ଲକ୍ଷରୁ ବୃଦ୍ଧି କରି 5 ଲକ୍ଷ ଟଙ୍କା କରି ଦେଇଛନ୍ତି ।

 

ଦେଶରେ ପ୍ରଥମ ଥର ପାଇଁ ମତ୍ସ୍ୟଜୀବୀମାନଙ୍କୁ କିଷାନ କ୍ରେଡିଟ୍ କାର୍ଡର ଲାଭ ମଧ୍ୟ ମିଳୁଛି । ସରକାର, ମତ୍ସ୍ୟଚାଷ କ୍ଷେତ୍ରରେ ମୂଲ୍ୟଶୃଙ୍ଖଳ ବିକାଶ ଉପରେ ମଧ୍ୟ ଅଧିକ ଗୁରୁତ୍ୱ ଦେଉଛନ୍ତି । ଆଜି ସାଗରମାଳା ଯୋଜନାରେ ସମଗ୍ର ସମୁଦ୍ର ଉପକୂଳରେ ଆଧୁନିକ ଯୋଗାଯୋଗ ଉପରେ ଗୁରୁତ୍ୱ ଦିଆଯାଉଛି । ଏହା ଉପରେ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି, ଫଳରେ ସମୁଦ୍ର ଉପକୂଳରେ ନୂଆ- ନୂଆ ଉଦ୍ୟୋଗ ପ୍ରତିଷ୍ଠା ହେଉ, ନୂଆ ବ୍ୟବସାୟ କେନ୍ଦ୍ର ଖୋଲୁ ।

ମାଛ ହେଉ, ଅନ୍ୟାନ୍ୟ ସାମୁଦ୍ରିକ ଖାଦ୍ୟ ହେଉ, ଏହାର ସାରା ବିଶ୍ୱରେ ବହୁତ ଅଧିକ ଚାହିଦା ରହିଛି । ଏଥିପାଇଁ ଆମେ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ସହିତ ଜଡ଼ିତ ଉଦ୍ୟୋଗ ଉପରେ ଅଧିକ ଗୁରୁତ୍ୱ ଦେଉଛୁ, ଫଳରେ ମତ୍ସ୍ୟଜୀବୀଙ୍କ ଆୟ ବୃଦ୍ଧି ହେବ । ମତ୍ସ୍ୟଜୀବୀ ଗଭୀର ସମୁଦ୍ରକୁ ଯାଇ ମାଛ ଧରି ପାରନ୍ତୁ, ଏଥିପାଇଁ ଡଙ୍ଗାର ଆଧୁନିକୀକରଣ ଉପରେ ମଧ୍ୟ ସେମାନଙ୍କୁ ସହାୟତା ଦିଆ ଯାଉଛି ।

ସାଥୀଗଣ,

କୋଙ୍କଣର ଏହି କ୍ଷେତ୍ର ତ’ ହେଉଛି ଅଦ୍ଭୂତ ସମ୍ଭାବନାର କ୍ଷେତ୍ର । ଆମ ସରକାର ଏହି କ୍ଷେତ୍ରର ବିକାଶ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ସହିତ କାର୍ଯ୍ୟ କରୁଛନ୍ତି । ସିନ୍ଧୁଦୁର୍ଗ, ରତ୍ନଗିରି, ଅଲ୍ଲିବାଗ, ପରଭନୀ ଏବଂ ଧାରାଶିବରେ ମେଡିକାଲ କଲେଜ ଖୋଲିଛି । ଚିପି ବିମାନବନ୍ଦର କାମ ଆରମ୍ଭ ହୋଇ ସାରିଛି । ଦିଲ୍ଲୀ- ମୁମ୍ବଇ ଶିଳ୍ପ କୋରିଡର ମାଣଗାଁୱ ପର୍ଯ୍ୟନ୍ତ ଯୋଡ଼ିବାକୁ ଯାଉଛି ।

ଏଠାକାର କାଜୁ ଚାଷୀମାନଙ୍କ ପାଇଁ ମଧ୍ୟ ବିଶେଷ ଯୋଜନାମାନ ପ୍ରସ୍ତୁତ କରାଯାଉଛି । ସମୁଦ୍ର କୂଳରେ ବସବାସ କରୁଥିବା ଆବାସିକ ଅଂଚଳଗୁଡ଼ିକୁ ରକ୍ଷା କରିବା ହେଉଛି ଆମର ପ୍ରାଥମିକତା। ଏଥିପାଇଁ ହେନ୍ତାଳ ବଣର ପରିସର ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆ ଯାଉଛି । କେନ୍ଦ୍ର ସରକାର ଏଥିପାଇଁ ବିଶେଷ ମିଷ୍ଠି ଯୋଜନା ପ୍ରସ୍ତୁତ କରିଛନ୍ତି । ଆମେ ମାଳୱନ, ଅଚରା- ରତ୍ନାଗିରି, ଦେବଗଢ଼- ବିଜୟଦୁର୍ଗ ସମେତ ମହାରାଷ୍ଟ୍ରର ଅନେକ କ୍ଷେତ୍ରକୁ ହେନ୍ତାଳ ବଣ ପରିଚାଳନା ପାଇଁ ବଛା ଯାଇଛି ।

ସାଥୀଗଣ,

ପରମ୍ପରା ମଧ୍ୟ ଆଉ ବିକାଶ ମଧ୍ୟ, ଏହା ହେଉଛି ଆମର ବିକାଶିତ ଭାରତର ପଥ । ଏଥିପାଇଁ ଆଜି ଏଠାରେ ଏହି କ୍ଷେତ୍ରରେ ମଧ୍ୟ ଆମର ଗୌରବଶାଳୀ ପରମ୍ପରାର ସଂରକ୍ଷଣ ପାଇଁ ପ୍ରୟାସ ହେଉଛି । ଛତ୍ରପତି ବୀର ଶିବାଜୀ ମହାରାଜଙ୍କ କାଳଖଣ୍ଡରେ ଯେଉଁ ଦୁର୍ଗ, ଯେଉଁ ଦୁର୍ଗସବୁ ନିର୍ମାଣ କରାଯାଇଛି, ସେଗୁଡ଼ିକୁ ସଂରକ୍ଷିତ ରଖିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ହେଉଛନ୍ତି ସଂକଳ୍ପିତ । କୋଙ୍କଣ ସମେତ ସମଗ୍ର ମହାରାଷ୍ଟ୍ରରେ ଏହିସବୁ ଐତିହ୍ୟର ସଂରକ୍ଷଣ ନିମନ୍ତେ କୋଟି- କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଆମର ପ୍ରୟାସ ରହିଛି ଯେ ସମଗ୍ର ଦେଶରୁ ଲୋକ ଆମର ଏହି ଗୌରବଶାଳୀ ପରମ୍ପରାକୁ ଦେଖିବାକୁ ଆସନ୍ତୁ । ଏହାଦ୍ୱାରା ଏହି କ୍ଷେତ୍ରରେ ପର୍ଯ୍ୟଟନ ମଧ୍ୟ ବୃଦ୍ଧି ପାଇବ, ରୋଜଗାର- ସ୍ୱରୋଜଗାରର ନୂତନ ସୁଯୋଗ ମଧ୍ୟ ସୃଷ୍ଟି ହେବ ।

ସାଥୀଗଣ,

ଏହିଠାରୁ ଆମକୁ ଏବେ ବିକଶିତ ଭାରତର ଯାତ୍ରାକୁ ଆହୁରି ଦ୍ରୁତତର କରିବାକୁ ହେବ । ଏଭଳି ବିକାଶିତ ଭାରତ ଯେଉଁଥିରେ ଆମ ଦେଶ ସୁରକ୍ଷିତ, ସମୃଦ୍ଧ ଏବଂ ଶକ୍ତିଶାଳୀ ହୋଇ ପାରିବ । ଆଉ ସାଥୀଗଣ, ସାଧାରଣ ଭାବେ ସେନା ଦିବସ, ବାୟୁସେନା ଦିବସ, ନୌସେନା ଦିବସ ... ଏସବୁ ଦିଲ୍ଲୀରେ ପାଳନ କରାଯାଇ ଆସୁଛି । ଆଉ ଦିଲ୍ଲୀରେ ଯେଉଁ ଆଖପାଖର ଲୋକ ଅଛନ୍ତି ସେମାନେ ଏହାର ଅଂଶୀଦାର ହେଉଥିଲେ ଆଉ ଅଧିକାଂଶ ଏହାର ଯେଉଁମାନେ ମୁଖ୍ୟ ରହୁଥିଲେ ସେମାନଙ୍କ ଘରର ଅଗଣାରେ ହିଁ କାର୍ଯ୍ୟକ୍ରମ ହେଉଥିଲା । ମୁଁ ସେହି ପରମ୍ପରାକୁ ବଦଳାଇଛି । ଆଉ ମୋର ପ୍ରୟାସ ଏହା ରହିଛି ଯେ ହୁଏତ ସେନା ଦିବସ ହେଉ, ବାୟୁସେନା ଦିବସ ହେଉ, ନୌସେନା ଦିବସ ହେଉ, ଦେଶର ଭିନ୍ନ ଭିନ୍ନ ଭାଗରେ ହେଉ । ଆଉ ସେହି ଯୋଜନା ଅଧୀନରେ ଚଳିତ ଥରର ନୌସେନା ଦିବସ ଏହି ପବିତ୍ର ଭୁମିରେ ହେଉଛି, ଯେଉଁଠାରେ ନୌସେନାର ଜନ୍ମ ହୋଇଥିଲା ।

ଆଉ ମୋତେ କିଛି ସମୟ ପୂର୍ବରୁ କିଛି ଲୋକ କହୁଥିଲେ ଗତ ସପ୍ତାହରୁ ହଜାର ହଜାର ସଂଖ୍ୟାରେ କିଛି ଲୋକ ଆସୁଛନ୍ତି, ଏହି ଆୟୋଜନ କରଣରୁ । ମୋର ଦୃଢ ବିଶ୍ୱାସ ଯେ, ଏବେ ଦେଶର ଲୋକମାନଙ୍କୁ ଏହି ଭୁମି ପ୍ରତି ଆକର୍ଷଣ ବୃଦ୍ଧି ପାଇବ । ସିନ୍ଧୁ ଦୁର୍ଗ ପ୍ରତି ଏକ ତୀର୍ଥର ଭାବ ସୃଷ୍ଟି ହେବ । ଛତ୍ରପତି ଶିବାଜୀ ମହାରାଜ ଯୁଦ୍ଧ କ୍ଷେତ୍ରକୁ କେତେ ବଡ଼ ଯୋଗଦାନ ଦେଇଥିଲେ । ଯେଉଁ ନୌସେନା ପାଇଁ ଆମେ ଗର୍ବ କରୁଛେ, ତା’ର ମୂଳ ଆଧାର ଛତ୍ରପତି ଶିବାଜୀ ମହାରାଜଙ୍କ ଠାରୁ ଆରମ୍ଭ ହୋଇଛି । ଆପଣ ଦେଶବାସୀମାନେ ଏଥିପାଇଁ ଗର୍ବ କରିବେ।

ଆଉ ଏଥିପାଇଁ ମୁଁ ନୌସେନାର ମୋର ସମସ୍ତ ସାଥୀମାନଙ୍କୁ, ଆମର ପ୍ରତିରକ୍ଷା ମନ୍ତ୍ରୀ ମହୋଦୟଙ୍କୁ, ମୁଁ ଅନ୍ତରର ସହିତ ଶୁଭେଚ୍ଛା ଜଣାଉଛି ଯେ ସେମାନେ ଏହି କାର୍ଯ୍ୟକ୍ରମ ପାଇଁ ଏହି ପ୍ରକାରର ସ୍ଥାନକୁ ବାଛିଛନ୍ତି । ମୁଁ ଜାଣିଛି ଏହି ସମସ୍ତ ବ୍ୟବସ୍ଥାମାନ କରିବା ବହୁତ କଠିନ କିନ୍ତୁ ଏହି କ୍ଷେତ୍ରକୁ ମଧ୍ୟ ଲାଭ ହୋଇଥାଏ, ବହୁତ ବଡ଼ ସଂଖ୍ୟାରେ ଜନ ସାଧାରଣ ମଧ୍ୟ ଏହା ସହିତ ସାମିଲ ହୋଇ ଥାଆନ୍ତି ଆଉ ବିଦେଶରୁ ମଧ୍ୟ ବହୁତ ଅତିଥି ଆଜି ଏଠାରେ ଉପସ୍ଥିତ ଅଛନ୍ତି । ସେମାନଙ୍କ ପାଇଁ ମଧ୍ୟ ବହୁତ କଥା ନୂଆ ଥିବ ଯେ ନୌସେନାର ପରିକଳ୍ପନା ଛତ୍ରପତି ଶିବାଜୀ ମହାରାଜ କେତେ ଶତାବ୍ଦୀ ପୂର୍ବରୁ ଆରମ୍ଭ କରିଥିଲେ ।

ମୁଁ ଦୃଢ଼ ବିଶ୍ୱାସ କରୁଛି ଯେ ଯେଭଳି ଆଜି G-20ରେ ବିଶ୍ୱର ଧ୍ୟାନ ଏହି କଥା ଉପରକୁ ଆସିଛି ଯେ ଭାରତ କେବଳ ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ର ତାହା ନୁହେଁ, ଭାରତ ହେଉଛି ଗଣତନ୍ତ୍ରର ଜନନୀ । ସେହିଭଳି ଭାରତ ହେଉଛି ସେହି ଦେଶ ଯିଏ ନୌସେନାର ପରିକଳ୍ପନାକୁ ଜନ୍ମ ଦେଇଥିଲା । ସାମର୍ଥ୍ୟ ଦେଲା ଆଉ ଆଜି ବିଶ୍ୱ ତାହାକୁ ସ୍ୱୀକାର କରୁଛି । ଆଉ ଏଥିପାଇଁ ଆଜିର ଏହି ଅବସର ବିଶ୍ୱ ଦୃଶ୍ୟପଟ୍ଟରେ ମଧ୍ୟ ଏକ ନୂଆ ଚିନ୍ତାଧାରା ପାଇଁ ନିର୍ମାଣର କାରଣ ହେବାକୁ ଯାଉଛି ।

ମୁଁ ପୁଣିଥରେ ଆଜି ନୌସେନା ଦିବସରେ ଦେଶର ସମସ୍ତ ଯବାନଙ୍କୁ, ସେମାନଙ୍କ ପରିବାଜନଙ୍କୁ ଆଉ ଦେଶବାସୀଙ୍କୁ ବହୁତ- ବହୁତ ଶୁଭକାମନା ଜଣାଉଛି, ବହୁତ- ବହୁତ ଶୁଭେଚ୍ଛା ଜଣାଉଛି । ମୋ ସହିତ ସମ୍ପୂର୍ଣ୍ଣ ଶକ୍ତିର ସହିତ ପୁଣି ଥରେ କୁହନ୍ତୁ-

ଭାରତ ମାତା କୀ ଜୟ!

ଭାରତ ମାତା କୀ ଜୟ! 

ଭାରତ ମାତା କୀ ଜୟ!

ବହୁତ- ବହୁତ ଧନ୍ୟବାଦ !   

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'History Created In Glasgow': PM Modi Hails Indian Athletes For CWG 2026 Glory

Media Coverage

'History Created In Glasgow': PM Modi Hails Indian Athletes For CWG 2026 Glory
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on Global Tiger Day, reaffirms commitment to tiger conservation
July 29, 2026

The Prime Minister, Shri Narendra Modi, has extended greetings to all wildlife enthusiasts on Global Tiger Day.

The Prime Minister said that the people of India are proud that the country is home to almost 70 per cent of the global tiger population.

He noted that India’s tiger conservation efforts are inspired by the country’s centuries-old culture of living in harmony with nature and powered by the collective will of its people.

Shri Modi reaffirmed the commitment to science-based conservation, community participation and sustainable development that strengthens tiger conservation.

Shri Modi also lauded the efforts and dedication of forest personnel, scientists and conservationists for their key role in tiger protection. The Prime Minister added that India remains committed to empowering local communities and reducing human-wildlife conflict.

In a thread posts on X, Shri Modi said;

“Greetings to all wildlife enthusiasts on Global Tiger Day. The people of India are proud of the fact that we are home to almost 70% of the global tiger population. India’s tiger conservation efforts are inspired by our centuries-old culture of living in harmony with nature and powered by the collective will of our people. We also reaffirm our commitment to science-based conservation, community participation and sustainable development that strengthens tiger conservation.”

“The efforts and dedication of our forest personnel, scientists and conservationists have also played a key role in tiger protection. In that spirit, India remains committed to empowering local communities and reducing human-wildlife conflict.”