ସାଧାରଣ ପ୍ରଶାସନରେ ଉତ୍କର୍ଷତା ପାଇଁ ୧୬ ଜଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର ପ୍ରଦାନ କରାଯାଇଛି
ଇ-ପୁସ୍ତକ ବିକଶିତ ଭାରତ - ନାଗରିକଙ୍କୁ ସଶକ୍ତିକରଣ ଏବଂ ଶେଷ ସ୍ଥାନରେ ପହଞ୍ଚିବାର ଭାଗ ୧ ଏବଂ ୨ର ଲୋକାର୍ପଣ
“ଏକ ବିକଶିତ ଭାରତ ପାଇଁ ସରକାରୀ ବ୍ୟବସ୍ଥା ସାଧାରଣ ଲୋକଙ୍କ ଆକାଂକ୍ଷାକୁ ସମର୍ଥନ କରିବା ଉଚିତ୍”
“ପୂର୍ବରୁ ଚିନ୍ତା କରାଯାଉଥିଲା ଯେ ସରକାର ସବୁକିଛି କରିବେ, କିନ୍ତୁ ଏବେ ଚିନ୍ତା ହେଉଛି ସରକାର ସମସ୍ତଙ୍କ ପାଇଁ କାମ କରିବେ”
“ସରକାରଙ୍କ ଉଦ୍ଦେଶ୍ୟ ହେଉଛି "ଦେଶ ପ୍ରଥମ-ନାଗରିକ ପ୍ରଥମ”, ଆଜିର ସରକାର ବଞ୍ଚିତମାନଙ୍କୁ ପ୍ରାଥମିକତା ଦେଉଛନ୍ତି”
“ଆଜିର ଆଗ୍ରହୀ ନାଗରିକମାନେ ବ୍ୟବସ୍ଥାରେ ପରିବର୍ତ୍ତନ ଦେଖିବାକୁ ଅଧିକ ସମୟ ଅପେକ୍ଷା କରିବାକୁ ପ୍ରସ୍ତୁତ ନୁହଁନ୍ତି”
“ଯେହେତୁ ବିଶ୍ୱ କହୁଛି ଯେ ଭାରତର ସମୟ ଆସିଛି, ଦେଶର ପ୍ରଶାସକମାନଙ୍କ ଦ୍ୱାରା ସମୟ ନଷ୍ଟ ହେବାକୁ ଦିଆଯିବ ନାହିଁ”
“ତୁମର ସମସ୍ତ ନିଷ୍ପତ୍ତିର ଆଧାର ସର୍ବଦା ଜାତୀୟ ସ୍ୱାର୍ଥ ହେବା ଉଚିତ୍”
“ରାଜନୈତିକ ଦଳ ଟିକସଦାତାଙ୍କ ଟଙ୍କାକୁ ନିଜ ସଂଗଠନ ପାଇଁ କିମ୍ବା ଦେଶ ପାଇଁ ବ୍ୟବହାର କରୁଛନ୍ତି ତାହା ବିଶ୍ଳେଷଣ କରିବା ଅମଲାତନ୍ତ୍ରର କର୍ତ୍ତବ୍ୟ”
“ଉତ୍ତମ ଶାସନ ହେଉଛି ମୁଖ୍ୟ । ଲୋକକୈନ୍ଦ୍ରିକ ଶାସନ ସମସ୍ୟାର ସମାଧାନ କରିଥାଏ ଏବଂ ଉତ୍ତମ ଫଳାଫଳ ଦେଇଥାଏ”
“ସ୍ୱାଧୀନତାର ଶତାବ୍ଦୀ ଦେଶର ସୁବର୍ଣ୍
ପ୍ରଧାନମନ୍ତ୍ରୀ ମଧ୍ୟ ସାଧାରଣ ପ୍ରଶାସନରେ ଉତ୍କର୍ଷତା ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାର ପ୍ରଦାନ କରିଥିଲେ ଏବଂ ପୁସ୍ତକ ଉନ୍ମୋଚନ କରିଥିଲେ ।
ଦେଶର ପ୍ରତ୍ୟେକ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନକୁ ସାକାର କରିବା ଦାୟିତ୍ୱ ପ୍ରତ୍ୟେକ କାନ୍ଧରେ ଅଛି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ସମୟର ସ୍ୱଳ୍ପତା ଉପରେ ଟିପ୍ପଣୀ ଦେଇଥିଲେ କିନ୍ତୁ ଦେଶରେ ସମ୍ଭାବ୍ୟତା ଏବଂ ସାହସର ପ୍ରଚୁରତା ରହିଛି ।
ଏହି ବ୍ୟବସ୍ଥାରେ ଘଟିଥିବା ପରିବର୍ତ୍ତନ ପାଇଁ ସେ ପ୍ରଶାସନିକ ଅଧିକାରୀଙ୍କୁ ଶ୍ରେୟ ଦେଇଛନ୍ତି ଯେଉଁଠାରେ ପ୍ରାୟ ୩ ଲକ୍ଷ କୋଟି ଟଙ୍କା ଭୁଲ ହାତରେ ପଡିବାରୁ ରକ୍ଷା କରାଯାଇପାରିଛି, ଯାହା ବର୍ତ୍ତମାନ ଗରୀବ ଲୋକଙ୍କ କଲ୍ୟାଣ ପାଇଁ ବ୍ୟବହୃତ ହେଉଛି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ୧୬ ତମ ପ୍ରଶାସନିକ ସେବା ଦିବସ, ୨୦୨୩ ରେ ପ୍ରଶାସନିକ ଅଧିକାରୀମାନଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ସାଧାରଣ ପ୍ରଶାସନରେ ଉତ୍କର୍ଷତା ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାର ପ୍ରଦାନ କରିଥିଲେ ଏବଂ ପୁସ୍ତକ ଉନ୍ମୋଚନ କରିଥିଲେ ।

 

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ପ୍ରଶାସନିକ ସେବା ଦିବସ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଚଳିତ ବର୍ଷ ପ୍ରଶାସନିକ ସେବା ଦିବସ ପାଳନ ଅଧିକ ସ୍ୱତନ୍ତ୍ର ହୋଇପଡିଛି କାରଣ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିସାରିଛି ଏବଂ ଏକ ବିକଶିତ ଭାରତର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ହାସଲ କରିବାକୁ ଆଗକୁ ବଢିବାକୁ ଆରମ୍ଭ କରିଛି । ସେ ୧୫-୨୫ ବର୍ଷ ପୂର୍ବେ ଏହି ସେବାରେ ଯୋଗ ଦେଇଥିବା ସେହି ପ୍ରଶାସନିକ ଅଧିକାରୀଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ ଏବଂ ଅମୃତ କାଳର ଆଗାମୀ ୨୫ ବର୍ଷ ମଧ୍ୟରେ ରାଷ୍ଟ୍ର ର୍ନିମାଣରେ ସହଯୋଗ କରୁଥିବା ଯୁବ ଅଧିକାରୀଙ୍କ ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଏହି ଅମୃତ କାଳରେ ଦେଶର ସେବା କରିବା ଯୁବ ଅଫିସରମାନେ ଅତ୍ୟନ୍ତ ଭାଗ୍ୟବାନ । ଦେଶର ପ୍ରତ୍ୟେକ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନକୁ ସାକାର କରିବା ଦାୟିତ୍ୱ ପ୍ରତ୍ୟେକ କାନ୍ଧରେ ଅଛି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ସମୟର ସ୍ୱଳ୍ପତା ଉପରେ ଟିପ୍ପଣୀ ଦେଇଥିଲେ କିନ୍ତୁ ଦେଶରେ ସମ୍ଭାବ୍ୟତା ଏବଂ ସାହସର ପ୍ରଚୁରତା ରହିଛି ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ କରାଯାଇଥିବା କାର୍ଯ୍ୟ ଯୋଗୁଁ ଦେଶ ଉଡିବା ପାଇଁ ପ୍ରସ୍ତୁତ ଅଛି । ସମାନ ଅମଲାତନ୍ତ୍ର ଏବଂ ପ୍ରଶାସକଙ୍କ ସହ ବିଭିନ୍ନ ଫଳାଫଳ ମିଳୁଛି ବୋଲି ସେ କହିଛନ୍ତି । ବିଶ୍ୱ ସ୍ତରରେ ଦେଶର ବଢୁଥିବା ଛବି, ଗରିବରୁ ଗରିବ ଶ୍ରେଣୀର ଲୋକଙ୍କ ଆତ୍ମବିଶ୍ୱାସ ତଥା ଦେଶର ବିକାଶକୁ ଏକ ନୂତନ ଗତି ଦେବା ପାଇଁ ସେ କର୍ମଯୋଗୀମାନଙ୍କ ଭୂମିକାକୁ ସ୍ୱୀକାର କରିଛନ୍ତି । ଡିଜିଟାଲ କାରବାରରେ ଭାରତ ଏକ ନମ୍ବର, ଅନ୍ୟତମ ସବୁଠାରୁ ଶସ୍ତା ମୋବାଇଲ୍ ଡାଟା ଦେଶ ତଥା ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଭାବରେ ଆର୍ଥିକ ଅଗ୍ରଗତି କରି ଭାରତକୁ ବିଶ୍ୱର ୫ମ ବୃହତ୍ତମ ଅର୍ଥନୀତି ଭାବରେ ବୃଦ୍ଧି କରୁଥିବା ସେ ଉଲ୍ଲେଖ କରିଛନ୍ତି । ଗ୍ରାମୀଣ ଅର୍ଥନୀତି, ରେଳବାଇ, ରାଜପଥ, ବନ୍ଦର କ୍ଷମତା ବୃଦ୍ଧି ଏବଂ ବିମାନବନ୍ଦର ସଂଖ୍ୟାରେ ପରିବର୍ତ୍ତନ ଉପରେ ସେ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ଆଜିର ପୁରସ୍କାରଗୁଡିକ କର୍ମଯୋଗୀଙ୍କ ଅବଦାନ ଏବଂ ସେବାର ଭାବନାକୁ ପ୍ରତିଫଳିତ କରିଥାଏ ।

ଗତ ବର୍ଷ ଅଗଷ୍ଟ ୧୫ ରେ ଲାଲ କିଲ୍ଲାର ପ୍ରାଚୀରରୁ ତାଙ୍କ ଅଭିଭାଷଣକୁ ମନେ ପକାଇ ଯେତେବେଳେ ପ୍ରଧାନମନ୍ତ୍ରୀ ‘ପଞ୍ଚ ପ୍ରାଣ' ଅର୍ଥାତ ବିକାଶିତ ଭାରତ କିମ୍ବା ଭାରତର ବିକାଶ, ଦାସତ୍ୱ ମାନସିକତାକୁ ବିଲୋପ, ଭାରତର ଐତିହ୍ୟରେ ଗର୍ବ, ଏକତା ଏବଂ ଦେଶର ବିବିଧତା ଏବଂ ଅନ୍ୟ କୌଣସି କାର୍ଯ୍ୟ ପୂର୍ବରୁ ନିଜର କର୍ତ୍ତବ୍ୟ ପାଳନ କରି ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ଏହି ପାଞ୍ଚଟି ସଂକଳ୍ପରୁ ଉତ୍ପନ୍ନ ଶକ୍ତି ଦେଶକୁ ବିଶ୍ୱର ଯୋଗ୍ୟ ସ୍ଥାନକୁ ନେଇଯିବ ।

 

ବିକାଶିତ ଭାରତର ଧାରଣା ଉପରେ ଆଧାର କରି ଚଳିତ ବର୍ଷର ପ୍ରଶାସନିକ ସେବା ଦିବସର ବିଷୟବସ୍ତୁ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିକାଶି ଭାରତ କେବଳ ଆଧୁନିକ ଭିତ୍ତିଭୂମିରେ ସୀମିତ ନୁହେଁ । ବିକାଶିତ ଭାରତ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଯେ ଭାରତର ସରକାରୀ ବ୍ୟବସ୍ଥା ପ୍ରତ୍ୟେକ ଭାରତୀୟଙ୍କ ଆକାଂକ୍ଷାକୁ ସମର୍ଥନ କରେ ଏବଂ ପ୍ରତ୍ୟେକ ସରକାରୀ କର୍ମଚାରୀ ପ୍ରତ୍ୟେକ ନାଗରିକଙ୍କୁ ସେମାନଙ୍କର ସ୍ୱପ୍ନକୁ ସାକାର କରିବାରେ ସାହାଯ୍ୟ କରନ୍ତି ଏବଂ ପୂର୍ବ ବର୍ଷରେ ଏହି ବ୍ୟବସ୍ଥା ସହିତ ଜଡିତ ନକାରାତ୍ମକତା ସକରାତ୍ମକତାରେ ପରିଣତ ହୁଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।  

ଭାରତର ସ୍ୱାଧୀନତା ପରେ ଦଶନ୍ଧିର ଅଭିଜ୍ଞତାକୁ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସରକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ଶେଷ ମାଇଲ୍ ବିତରଣର ଗୁରୁତ୍ୱ ବିଷୟରେ କହିଥିଲେ । ସେ ପୂର୍ବ ସରକାରଙ୍କ ନୀତିର ଉଦାହରଣ ଦେଇଛନ୍ତି ଏବଂ ଉଲ୍ଲେଖ କରିଛନ୍ତି ଯେ ସେଠାରେ ୪ କୋଟିରୁ ଅଧିକ ନକଲି ଗ୍ୟାସ ସଂଯୋଗ, ୪ କୋଟିରୁ ଅଧିକ ନକଲି ରାସନ କାର୍ଡ ରହିଛି ଏବଂ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ୧ କୋଟି କାଳ୍ପନିକ ମହିଳା ଏବଂ ଶିଶୁଙ୍କୁ ସହାୟତା ପ୍ରଦାନ କରାଯାଇଛି, ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ପ୍ରାୟ ୩୦ଲକ୍ଷ ଯୁବକଙ୍କୁ ନକଲି ବୃତ୍ତି ପ୍ରଦାନ ଏବଂ ଏମ୍‍ଜିନରେଗା ଅଧିନରେ ଲକ୍ଷ ଲକ୍ଷ ନକଲି ଆକାଉଣ୍ଟ ଖୋଲାଯାଇ ଆଦୌ କାମ କରନଥିବା ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଛି । ଏହି ନକଲି ହିତାଧିକାରୀଙ୍କ ବାହାନାରେ ଦେଶରେ ଏକ ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥା ଉତ୍ପନ୍ନ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି । ଏହି ବ୍ୟବସ୍ଥାରେ ଘଟିଥିବା ପରିବର୍ତ୍ତନ ପାଇଁ ସେ ପ୍ରଶାସନିକ ଅଧିକାରୀଙ୍କୁ ଶ୍ରେୟ ଦେଇଛନ୍ତି ଯେଉଁଠାରେ ପ୍ରାୟ ୩ ଲକ୍ଷ କୋଟି ଟଙ୍କା ଭୁଲ ହାତରେ ପଡିବାରୁ ରକ୍ଷା କରାଯାଇପାରିଛି, ଯାହା ବର୍ତ୍ତମାନ ଗରୀବ ଲୋକଙ୍କ କଲ୍ୟାଣ ପାଇଁ ବ୍ୟବହୃତ ହେଉଛି ।

 

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ସମୟ ସୀମିତ ହେଲେ ଦିଗ ଏବଂ କାର୍ଯ୍ୟ ଶୈଳୀ ସ୍ଥିର କରିବା ଅତ୍ୟନ୍ତ ଜଟିଳ ହୋଇଯାଏ । ସେ କହିଛନ୍ତି, ଆଜିର ଆହ୍ୱାନ ଦକ୍ଷତା ଉପରେ ନୁହେଁ ବରଂ ଅଭାବକୁ ଖୋଜି ବାହାର କରିବା ପାଇଁ । ସେ ସେହି ସମୟକୁ ମନେ ପକାଇଲେ ଯେତେବେଳେ ଅଭାବର ମଧ୍ୟରେ ମଧ୍ୟ ଛୋଟ ଦିଗକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଇଥିଲା । ବକ୍ତବ୍ୟ ଜାରି ରଖି କହିଛନ୍ତି ଯେ ଆଜି ସମାନ ଅଭାବକୁ ଦକ୍ଷତା ଏବଂ ବ୍ୟବସ୍ଥାରେ ଥିବା ପ୍ରତିବନ୍ଧକକୁ ହଟାଇବାରେ ପରିଣତ ହେଉଛି । ଏହାପୂର୍ବରୁ ଚିନ୍ତା କରାଯାଉଥିଲା ଯେ ସରକାର ସବୁକିଛି କରିବେ, ବର୍ତ୍ତମାନ ଚିନ୍ତା ହେଉଛି ସରକାର ସମସ୍ତଙ୍କ ପାଇଁ କାମ କରିବେ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମସ୍ତଙ୍କ ସେବା ପାଇଁ ସମୟ ଏବଂ ସମ୍ବଳର ଦକ୍ଷ ଉପଯୋଗ ଉପରେ ଆଲୋକପାତ କରାଯାଇଛି । ସରକାରଙ୍କ ଉଦ୍ଦେଶ୍ୟ ହେଉଛି "ଦେଶ ପ୍ରଥମ-ନାଗରିକ ପ୍ରଥମ”, ଆଜିର ସରକାରଙ୍କ ପ୍ରାଥମିକତା ବଞ୍ଚିତମାନଙ୍କୁ ପ୍ରାଥମିକତା ଦେଉଛି' ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ସରକାର ଆଙ୍କାକ୍ଷୀ ଜିଲ୍ଲା ଏବଂ ଆଙ୍କାକ୍ଷୀ ବ୍ଲକ୍ ପର୍ଯ୍ୟନ୍ତ ଯାଉଛନ୍ତି । ସେ କହିଛନ୍ତି ଯେ ଆଜିର ସରକାର ସୀମାନ୍ତବର୍ତ୍ତୀ ଗ୍ରାମକୁ ଶେଷ ଗ୍ରାମ ଅପେକ୍ଷା ପ୍ରଥମ ଗ୍ରାମ ଭାବରେ ବିଚାର କରୁଛନ୍ତି । ସେ କହିଛନ୍ତି ଯେ ଶତପ୍ରତିଶତ ପରିପୂର୍ଣ୍ଣତା ପାଇଁ ଆମକୁ ଆହୁରି କଠିନ ପରିଶ୍ରମ ଏବଂ ଅଭିନବ ସମାଧାନର ଆବଶ୍ୟକତା ପଡିବ । ସେ ଏନ୍‍ଓସି ଏବଂ ବ୍ୟବସ୍ଥାର କୌଣସି ସ୍ଥାନରେ ଉପଲବ୍ଧ ସୂଚନା ମାଗୁଥିବା ବିଭାଗଗୁଡିକର ଉଦାହରଣ ଦେଇଛନ୍ତି । ଜୀବନର ସହଜତା ଏବଂ ବ୍ୟବସାୟ କରିବାରେ ସହଜତା ପାଇଁ ଏଗୁଡିକର ସମାଧାନ ଖୋଜିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଗତିଶକ୍ତି ମାଷ୍ଟର ପ୍ଲାନର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ କୌଣସି ଭିତ୍ତିଭୂମି ପ୍ରକଳ୍ପ ସହ ଜଡିତ ସମସ୍ତ ତଥ୍ୟ ଗୋଟିଏ ପ୍ଲାଟଫର୍ମରେ ମିଳିପାରିବ ଏବଂ ସାମାଜିକ କ୍ଷେତ୍ରରେ ଉନ୍ନତ ଯୋଜନା ଏବଂ କାର୍ଯ୍ୟକାରିତା ପାଇଁ ଏହାକୁ ସର୍ବାଧିକ ଉପଯୋଗ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ନାଗରିକଙ୍କ ଆବଶ୍ୟକତା ଚିହ୍ନଟ କରିବାରେ, ଶିକ୍ଷା ସହ ଜଡିତ ସମସ୍ୟାର ମୁକାବିଲା କରିବାରେ ଏବଂ ବିଭାଗ, ଜିଲ୍ଲା ଏବଂ ବ୍ଲକ ମଧ୍ୟରେ ଯୋଗାଯୋଗ ବୃଦ୍ଧି କରିବାରେ ଏହା ବହୁ ଲାଭଦାୟକ ହେବ ଏବଂ ଭବିଷ୍ୟତର ରଣନୀତି ପ୍ରସ୍ତୁତ କରିବାରେ ମଧ୍ୟ ଏହା ସହାୟକ ହେବ ।

ପ୍ରଧାନମନ୍ତ୍ରୀ ଜୋର ଦେଇଛନ୍ତି ଯେ ଅମୃତ କାଳ ବଡ଼ ସୁଯୋଗ ସହିତ ବିପୁଳ ଆହ୍ୱାନ ଆଣିଛି । ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି ଯେ ଆଜିର ଆକାଂକ୍ଷୀ ନାଗରିକମାନେ ବ୍ୟବସ୍ଥାରେ ପରିବର୍ତ୍ତନ ଦେଖିବା ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ଇଛୁକ ନୁହଁନ୍ତି ଏବଂ ଏଥିପାଇଁ ଆମର ସମ୍ପୂର୍ଣ୍ଣ ପ୍ରୟାସ ଆବଶ୍ୟକ ହେବ ବୋଲି ସେ କହିଛନ୍ତି । ଭାରତରୁ ବିଶ୍ୱର ଆଶା ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇଥିବାରୁ ଶୀଘ୍ର ନିଷ୍ପତ୍ତି ନେବା ଏବଂ ଏହାକୁ ଶୀଘ୍ର କାର୍ଯ୍ୟକାରୀ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପାରିଛି । ଯେହେତୁ ବିଶ୍ୱ କହୁଛି ଯେ ଭାରତର ସମୟ ଆସିଛି, ଦେଶର ଅମଲାତନ୍ତ୍ର ଦ୍ୱାରା ସମୟକୁ ନଷ୍ଟ କରିବାର ନାହିଁ । ଦେଶ ତୁମ ଉପରେ ବିଶ୍ୱାସ ରଖିଛି, ସେହି ବିଶ୍ୱାସକୁ ବଜାୟ ରଖି କାମ କର । ତୁମର ସମସ୍ତ ନିଷ୍ପତ୍ତିର ଆଧାର ସର୍ବଦା ଜାତୀୟ ସ୍ୱାର୍ଥ ହେବା ଉଚିତ ବୋଲି ସେ କହିଛନ୍ତି ।

 

ଗଣତନ୍ତ୍ରରେ ଭିନ୍ନ ଭିନ୍ନ ଚିନ୍ତାଧାରା ଥିବା ରାଜନୈତିକ ଦଳର ମହତ୍ତ୍ୱ ଏବଂ ଆବଶ୍ୟକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ କ୍ଷମତାରେ ଥିବା ରାଜନୈତିକ ଦଳ ଟିକସଦାତାଙ୍କ ଅର୍ଥକୁ ଦେଶର ହିତ ପାଇଁ ବ୍ୟବହାର କରୁଛନ୍ତି କି ନାହିଁ ତାହା ଅମଲାତାନ୍ତ୍ର ଦେଖିବା ଆବଶ୍ୟକ । ପ୍ରଧାନମନ୍ତ୍ରୀ ବକ୍ତବ୍ୟ ଜାରି ରଖି କହିଛନ୍ତି ଯେ ଯଦି ରାଜନୈତିକ ଦଳ ଟିକସଦାତାଙ୍କ ଟଙ୍କାକୁ ନିଜ ସଂଗଠନ କିମ୍ବା ଦେଶର ଲାଭ ପାଇଁ ବ୍ୟବହାର କରୁଛନ୍ତି; ନାଗରିକଙ୍କ ଜୀବନକୁ ସହଜ କରିବା; ଯଦି ଏହା ସରକାରୀ ଭଣ୍ଡାର ସହିତ ନିଜକୁ ବିଜ୍ଞାପନ କରୁଛି କିମ୍ବା ଲୋକଙ୍କୁ ସଚେତନ କରୁଛି; ଯଦି ଏହା ବିଭିନ୍ନ ସଂଗଠନରେ ନିଜର ଦଳୀୟ କର୍ମୀ ନିଯୁକ୍ତ କରୁଛି କିମ୍ବା ନିଯୁକ୍ତି ପାଇଁ ଏକ ସ୍ୱଚ୍ଛ ପ୍ରକ୍ରିୟା ସୃଷ୍ଟି କରୁଛି ତାହା ବିଶ୍ଳେଷଣ କରିବା ଅମଲାତନ୍ତ୍ରର କର୍ତ୍ତବ୍ୟ । ପ୍ରଶାସନ ସଂକ୍ରାନ୍ତରେ ଭାରତର ଲୌହ ମାନବ ସର୍ଦ୍ଦାର ପଟେଲଙ୍କ କଥାକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଶା ପୂରଣ କରିବା ଏବଂ ଟିକସଦାତାଙ୍କ ଟଙ୍କା ନଷ୍ଟ ହେବାକୁ ରୋକିବା ସହିତ ଯୁବକମାନଙ୍କ ସ୍ୱପ୍ନକୁ ସାକାର କରିବାର ସମୟ ଆସିଛି ।

ପ୍ରଧାନମନ୍ତ୍ରୀ ପ୍ରଶାସନିକ ଅଧିକାରୀମାନଙ୍କୁ କହିଥିଲେ ଯେ ଜୀବନରେ ଦୁଇଟି ଆଭିମୁଖ୍ୟ ଅଛି, ପ୍ରଥମଟି ହେଉଛି କାର୍ଯ୍ୟ ସମାପ୍ତ କରିବା ଏବଂ ଦ୍ୱିତୀୟରେ ଘଟଣା ଘଟିବା । ପ୍ରଥମଟି ହେଉଛି ଏକ ସକ୍ରିୟ ମନୋଭାବ ଏବଂ ଦ୍ୱିତୀୟଟି ଏକ ନିଷ୍କ୍ରିୟ ମନୋଭାବ ପ୍ରତିଫଳିତ କରେ । କାର୍ଯ୍ୟ ସମାପ୍ତ କରିବାରେ ବିଶ୍ୱାସ ଥିବା ବ୍ୟକ୍ତିମାନେ ଏକ ସକ୍ରିୟ ଢଙ୍ଗରେ ମାଲିକାନା ଗ୍ରହଣ କରନ୍ତି ଏବଂ ସେମାନଙ୍କ ଟିମ୍‍ର ମୁଖିଆ ହୁଅନ୍ତି । ଲୋକଙ୍କ ଜୀବନରେ ପରିବର୍ତ୍ତର୍ନ ଆଣିବାକୁ ଏହି ପ୍ରବଳ ଆଗ୍ରହ ଦ୍ୱାରା ଆପଣ ଏକ ସ୍ମରଣୀୟ ଉତ୍ତରାଧିକାରୀ ଦେଇ ପାରିବେ । ତୁମେ ନିଜ ପାଇଁ ଯାହା କରିଛ ତାହା ତୁମ ଦ୍ୱାରା ଆକଳନ ହେବନାହିଁ ବରଂ ତୁମେ ଲୋକଙ୍କ ଜୀବନରେ ପରିବର୍ତ୍ତନ ପାଇଁ କ’ଣ କରିଛ ବୋଲି ପ୍ରଧାନମନ୍ତ୍ରୀ କର୍ମଯୋଗୀଙ୍କୁ କହିଛନ୍ତି । ତେଣୁ ସେ କହିଛନ୍ତି ଉତ୍ତମ ଶାସନ ହେଉଛି ଚାବିକାଠି । ଲୋକକେନ୍ଦ୍ରିକ ଶାସନ ସମସ୍ୟାର ସମାଧାନ କରିଥାଏ ଏବଂ ଉନ୍ନତ ଫଳାଫଳ ଦେଇଥାଏ ବୋଲି ସେ କହିଛନ୍ତି । ଉତ୍ତମ ପ୍ରଶାସନ ଏବଂ ଶକ୍ତିଶାଳୀ ଯୁବ ଅଧିକାରୀଙ୍କ ଉଦ୍ୟମ ଯୋଗୁଁ ସେ ଅନେକ ବିକାଶମୂଳକ ମାନଦଣ୍ଡରେ ଅନ୍ୟ ଜିଲ୍ଲା ଅପେକ୍ଷା ଭଲ ପ୍ରଦର୍ଶନ କରୁଥିବା ଆଙ୍କାକ୍ଷୀ ଜିଲ୍ଲାଗୁଡ଼ିକର ଉଦାହରଣ ଦେଇଛନ୍ତି । ଲୋକଙ୍କ ଅଂଶଗ୍ରହଣ ଉପରେ ଧ୍ୟାନ ଦେଇ ଲୋକଙ୍କ ମଧ୍ୟରେ ମାଲିକାନାର ଏକ ଭାବନା ସୃଷ୍ଟି ହୁଏ ଏବଂ ଏହି ଲୋକଙ୍କର ମାଲିକାନା ଅଭୂତପୂର୍ବ ଫଳାଫଳକୁ ସୁନିଶ୍ଚିତ କରେ ବୋଲି ସେ କହିଛନ୍ତି । ସେ ସ୍ୱଚ୍ଛ ଭାରତ, ଅମୃତ ସରୋବର ଏବଂ ଜଳ ଜୀବନ୍ ମିଶନର ଉଦାହରଣ ଦେଇ ଏହାକୁ ବର୍ଣ୍ଣନା କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ପ୍ରସ୍ତୁତି ଚାଲିଥିବା ଜିଲ୍ଲା ଭିଜନ ୧୦୦ କୁ ସୂଚାଇ କହିଛନ୍ତି ଯେ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ଏହି ଲକ୍ଷ୍ୟ ପ୍ରସ୍ତୁତ କରାଯିବା ଉଚିତ । ପଞ୍ଚାୟତ, ବ୍ଲକ, ଜିଲ୍ଲା ତଥା ରାଜ୍ୟରେ କେଉଁ କ୍ଷେତ୍ରଗୁଡିକ ଧ୍ୟାନ ଦିଆଯିବା ଉଚିତ, ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବା ଏବଂ ରପ୍ତାନି ପାଇଁ ନିଆଯାଇଥିବା ଉତ୍ପାଦର ଚିହ୍ନଟ ପାଇଁ ପରିବର୍ତ୍ତନ, ଏସବୁ ପାଇଁ ଏକ ସ୍ପଷ୍ଟ ଦୃଷ୍ଟିକୋଣ ବିକାଶ କରାଯିବା ଉଚିତ ବୋଲି ସେ କହିଛନ୍ତି । ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହିତ କରିବା ପାଇଁ ସେ ଏମ୍ଏସ୍‌ଏମ୍‌ଇ ଏବଂ ସ୍ୱୟଂ ସହାୟିକା ଗୋଷ୍ଠିର ଶୃଙ୍ଖଳାକୁ ଯୋଡିବା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ସ୍ଥାନୀୟ ପ୍ରତିଭାଙ୍କୁ ଉତ୍ସାହିତ କରିବା, ସ୍ଥାନୀୟ ଉଦ୍ୟୋଗୀତା ଏବଂ ଷ୍ଟାର୍ଟ ଅପ୍ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଆପଣଙ୍କ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ସେ ବର୍ତ୍ତମାନ ୨୦ ବର୍ଷରୁ ଅଧିକ ସମୟ ଧରି ସରକାରର ମୁଖ୍ୟ ରହିଆସିଛନ୍ତି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ପ୍ରଶାସନିକ ଅଧିକାରୀଙ୍କ ସହ କାମ କରିବାର ସୁଯୋଗ ପାଇ ଖୁସି ବ୍ୟକ୍ତ କରିଛନ୍ତି । ଦକ୍ଷତା ବୃଦ୍ଧି ଉପରେ ସେ ଗୁରୁତ୍ୱାରୋପ କରି ଖୁସି ବ୍ୟକ୍ତ କରିଛନ୍ତି ଯେ ସମସ୍ତ ପ୍ରଶାସକଙ୍କ ମଧ୍ୟରେ "ମିଶନ କର୍ମଯୋଗୀ” ଏକ ବଡ଼ ଅଭିଯାନରେ ପରିଣତ ହୋଇଛି । ଦକ୍ଷତା ବିକାଶ ଆୟୋଗ ଏହି ଅଭିଯାନକୁ ପୂର୍ଣ୍ଣ ସାମର୍ଥ୍ୟ ସହିତ ଆଗକୁ ନେଉଛନ୍ତି ବୋଲି ସେ ଦର୍ଶାଇଛନ୍ତି ଏବଂ କହିଛନ୍ତି ଯେ ପ୍ରଶାସନିକ ଅଧିକାରୀଙ୍କ ପୂର୍ଣ୍ଣ ସାମର୍ଥ୍ୟକୁ ଉପଯୋଗ କରିବା ମିଶନ୍ କର୍ମଯୋଗୀଙ୍କ ଉଦ୍ଦେଶ୍ୟ । ସବୁ ସ୍ଥାନରେ ଗୁଣାତ୍ମକ ତାଲିମ ସାମଗ୍ରୀର ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ସୃଷ୍ଟି ହୋଇଥିବା ଆଇଜିଓଟି ପ୍ଲାଟଫର୍ମ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଜୋର ଦେଇଛନ୍ତି ଯେ ତାଲିମ ଏବଂ ଶିକ୍ଷା କିଛି ମାସ ପାଇଁ ଏକ ଔପଚାରିକତା ହେବା ଉଚିତ ନୁହେଁ । ଶ୍ରୀ ମୋଦୀ ଆହୁରି କହିଛନ୍ତି, ବର୍ତ୍ତମାନ, ସମସ୍ତ କର୍ମକର୍ତ୍ତାଙ୍କୁ "କର୍ମଚଯୋଗୀ ପ୍ରାରମ୍ଭ” ର ପ୍ରଶିକ୍ଷଣ ମଡ୍ୟୁଲ୍ ସହିତ ଆଇଜିଓଟି ପ୍ଲାଟଫର୍ମରେ ତାଲିମ ଦିଆଯାଉଛି ।

 

ପ୍ରୋଟୋକଲର ଢାଞ୍ଚାକୁ ହଟାଇବା ପାଇଁ ସରକାରଙ୍କ ପଦକ୍ଷେପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ସଚିବ, ସହକାରୀ ସଚିବ ଏବଂ ପ୍ରଶିକ୍ଷଣ ଅଧିକାରୀଙ୍କ ସହ ନିରନ୍ତର ସାକ୍ଷାତ କରନ୍ତି । ନୂତନ ଚିନ୍ତାଧାରା ପାଇଁ ବିଭାଗ ମଧ୍ୟରେ ସମସ୍ତଙ୍କ ଅଂଶଗ୍ରହଣକୁ ବଢାଇବା ପାଇଁ ସେ ମିଳିତ ଆଲୋଚନା ଶିବିରର ଉଦାହରଣ ମଧ୍ୟ ଦେଇଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରଥମ ବର୍ଷ ରାଜ୍ୟରେ ରହିବା ପରେ ଡେପୁଟେସନରେ କେନ୍ଦ୍ର ସରକାରରେ ଅଧିକାରୀଙ୍କ ଅଭିଜ୍ଞତା ହାସଲ କରିଥିବା ଅଧିକାରୀଙ୍କୁ ସହକାରୀ ସଚିବ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ପାର୍ଥକ୍ୟ ପୂରଣ କରାଯାଇଛି ଯେଉଁଠାରେ ଯୁବ ଆଇଏଏସ୍ ଅଧିକାରୀମାନେ ସେମାନଙ୍କ ଚାକିରି ଆରମ୍ଭରେ ବର୍ତ୍ତମାନ କେନ୍ଦ୍ର ସରକାରରେ କାର୍ଯ୍ୟ କରିବାର ସୁଯୋଗ ପାଇଛନ୍ତି । 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୫ ବର୍ଷର ଅମୃତ ଯାତ୍ରା ଏକ କର୍ତ୍ତବ୍ୟ ସମୟ (କର୍ତ୍ତବ୍ୟ କାଳ) ଭାବରେ ବିବେଚନା କରାଯାଏ । ସ୍ୱାଧୀନତାର ଶତାବ୍ଦୀ ଦେଶର ସୁବର୍ଣ୍ଣ ଶତାବ୍ଦୀ ହେବ ଯେତେବେଳେ ଆମେ ଆମର କର୍ତ୍ତବ୍ୟକୁ ପ୍ରାଥମିକତା ଦେବୁ । କର୍ତ୍ତବ୍ୟ ଆମ ପାଇଁ ବିକଳ୍ପ ନୁହେଁ ବରଂ ଏକ ସଂକଳ୍ପ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହା ହେଉଛି ଦ୍ରୁତ ପରିବର୍ତ୍ତନର ସମୟ । ତୁମର ଭୂମିକା ମଧ୍ୟ ତୁମର ଅଧିକାର ଦ୍ୱାରା ନୁହେଁ, ବରଂ ତୁମର କର୍ତ୍ତବ୍ୟ ଏବଂ ସେମାନଙ୍କର କାର୍ଯ୍ୟଦକ୍ଷତା ଦ୍ୱାରା ର୍ନିଣ୍ଣୟ ହେବ । ନୂତନ ଭାରତରେ ଦେଶର ନାଗରିକଙ୍କ ଶକ୍ତି ବୃଦ୍ଧି ପାଇଛି, ଭାରତର ଶକ୍ତି ବୃଦ୍ଧି ପାଇଛି । ଏହି ନୂତନ ଉଦୀୟମାନ ଭାରତରେ ତୁମେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ସୁଯୋଗ ପାଇଛ ବୋଲି ସେ କହିଛନ୍ତି ।

ସମ୍ବୋଧନକୁ ସମାପ୍ତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯୁବ ପ୍ରଶାସନିକ ଅଧିକାରୀମାନେ ଇତିହାସରେ ଏକ ସ୍ଥାନ ପାଇବାର ସୁଯୋଗ ପାଇଛନ୍ତି ଯେତେବେଳେ ସ୍ୱାଧୀନତାର ୧୦୦ ବର୍ଷ ପରେ ଦେଶର ସଫଳତାକୁ ମୂଲ୍ୟାଙ୍କନ କରାଯିବ । ଆପଣ ଗର୍ବର ସହିତ କହିପାରିବେ ଯେ ମୁଁ ଦେଶ ପାଇଁ ନୂତନ ବ୍ୟବସ୍ଥା ସୃଷ୍ଟି କରିବାରେ ଏବଂ ଏହାର ଉନ୍ନତିରେ ମଧ୍ୟ ଏକ ଭୂମିକା ଗ୍ରହଣ କରିଛି । ମୁଁ ନିଶ୍ଚିତ ଯେ ଆପଣ ସମସ୍ତେ ରାଷ୍ଟ୍ର ର୍ନିମାଣରେ ଆପଣଙ୍କର ଭୂମିକାକୁ ଆଗକୁ ବଢାଇବେ ବୋଲି ଶ୍ରୀ ମୋଦୀ କହିଛନ୍ତି ।

 

ଏହି ଅବସରରେ କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶ୍ରୀ ପି କେ ମିଶ୍ର, କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୌବା ଏବଂ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ ସଚିବ ଶ୍ରୀ ଭି ଶ୍ରୀନିବାସ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ରାଷ୍ଟ୍ର ର୍ନିମାଣରେ ପ୍ରଶାସନିକ ଅଧିକାରୀଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ କ୍ରମାଗତ ଭାବରେ ପ୍ରଶଂସା କରୁଛନ୍ତି ଏବଂ ସେମାନଙ୍କୁ ଅଧିକ ପରିଶ୍ରମ କରିବାକୁ ଉତ୍ସାହିତ କରୁଛନ୍ତି । ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ଉପଯୁକ୍ତ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିଛି ଯାହାକି ସାରା ଦେଶରେ ପ୍ରଶାସନିକ ଅଧିକାରୀଙ୍କୁ ଉତ୍ସାହ ଏବଂ ପ୍ରେରଣା ଯୋଗାଇବ ଯାହା ଦ୍ୱାରା ସେମାନେ ସମାନ ଆଗ୍ରହର ସହିତ ଦେଶର ସେବା ଜାରି ରଖିବେ, ବିଶେଷ କରି ଅମୃତ କାଳର ଏହି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ।

ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ସାଧାରଣ ପ୍ରଶାସନରେ ଉତ୍କର୍ଷତା ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି । ସାଧାରଣ ନାଗରିକଙ୍କ କଲ୍ୟାଣ ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଜିଲ୍ଲା ତଥା ସଂଗଠନଗୁଡ଼ିକ ଦ୍ୱାରା କରାଯାଇଥିବା ଅସାଧାରଣ ତଥା ଅଭିନବ କାର୍ଯ୍ୟକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ଏହି ପୁରସ୍କାର ପ୍ରତିଷ୍ଠା କରାଯାଇଛି ।

ଚିହ୍ନିତ ହୋଇଥିବା ଚାରୋଟି ଅଗ୍ରାଧିକାର ଯୋଜନାରେ କରାଯାଇଥିବା ଉଲ୍ଲେଖନୀୟ କାର୍ଯ୍ୟକୁ ପୁରସ୍କାର ପ୍ରଦାନ କରାଯାଇଛି: ହର ଘର ଜଳ ଯୋଜନା ମାଧ୍ୟମରେ ସ୍ୱଚ୍ଛ ଜଳକୁ ପ୍ରୋତ୍ସାହିତ କରିବା; ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର ମାଧ୍ୟମରେ ସ୍ୱାସ୍ଥ୍ୟ ଭାରତକୁ ପ୍ରୋତ୍ସାହନ କରିବା; ସମଗ୍ର ଶିକ୍ଷା ମାଧ୍ୟମରେ ଏକ ସମାନ ଏବଂ ଅନ୍ତର୍ଭୂକ୍ତ ଶ୍ରେଣୀଗୃହ ପରିବେଶ ସହିତ ଗୁଣାତ୍ମକ ଶିକ୍ଷାକୁ ପ୍ରୋତ୍ସାହିତ କରିବା; ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ମାଧ୍ୟମରେ ସାମଗ୍ରିକ ବିକାଶ – ସଂତୃପ୍ତିକରଣ ଆଭିମୁଖ୍ୟ ଉପରେ ବିଶେଷ ଧ୍ୟାନ ଦେଇ ସାମଗ୍ରିକ ଅଗ୍ରଗତି । ଉପରୋକ୍ତ ଚାରୋଟି ଚିହ୍ନିତ କାର୍ଯ୍ୟକ୍ରମ ପାଇଁ ଆଠଟି ପୁରସ୍କାର ପ୍ରଦାନ କରାଯାଇଛି ଏବଂ ଉଦ୍ଭାବନ ପାଇଁ ସାତୋଟି ପୁରସ୍କାର ପ୍ରଦାନ କରାଯାଇଛି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
APEDA Facilitates First Export Of Premium Areko Cherries And Scentrose Plums From J&K To Singapore

Media Coverage

APEDA Facilitates First Export Of Premium Areko Cherries And Scentrose Plums From J&K To Singapore
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to the great revolutionary Mangal Pandey ji
July 19, 2026

Prime Minister Shri Narendra Modi today, paid tributes to the great revolutionary Mangal Pandey ji on his birth anniversary. Shri Modi remarked that his courageous life continues to fill every Indian with pride even today, and his saga of valor will keep inspiring every generation of the nation.

Shri Modi posted on X;

महान क्रांतिकारी मंगल पांडे जी को उनकी जयंती पर शत-शत नमन। मातृभूमि के स्वाभिमान और सम्मान की रक्षा के लिए उन्होंने अपना सर्वस्व न्योछावर कर दिया। उनका साहसिक जीवन आज भी हर भारतीय को गर्व से भर देता है। राष्ट्रभक्ति से ओतप्रोत उनकी शौर्यगाथा देश की हर पीढ़ी को प्रेरित करती रहेगी।