ସମସ୍ତଙ୍କୁ ନବରାତ୍ରୀର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
22 ସେପ୍ଟେମ୍ବର ଠାରୁ, ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର କାର୍ଯ୍ୟକାରୀ ହେବ: ପ୍ରଧାନମନ୍ତ୍ରୀ
ପ୍ରତ୍ୟେକ ନାଗରିକଙ୍କ ପାଇଁ ଜିଏସଟି ଲାଭର ଏକ ନୂତନ ଲହରୀ ଆସୁଛି: ପ୍ରଧାନମନ୍ତ୍ରୀ
ଜିଏସଟି ସଂସ୍କାର ଭାରତର ଅଭିବୃଦ୍ଧି କାହାଣୀକୁ ତ୍ୱରାନ୍ୱିତ କରିବ: ପ୍ରଧାନମନ୍ତ୍ରୀ
ନୂତନ ଜିଏସଟି ସଂସ୍କାର କାର୍ଯ୍ୟକାରୀ ହେଉଛି, ଏବେ କେବଳ 5% ଏବଂ 18% ଟିକସ ସ୍ଲାବ୍ ରହିବ: ପ୍ରଧାନମନ୍ତ୍ରୀ
ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାରରେ ନାଗରିକମାନଙ୍କ ସେବା କରିବାର ଉଦ୍ଦେଶ୍ୟ ସ୍ପଷ୍ଟ ଭାବରେ ପ୍ରତିଫଳିତ ହୋଇଛି: ପ୍ରଧାନମନ୍ତ୍ରୀ
କମ୍ ଜିଏସଟି ହାର ଫଳରେ ନାଗରିକଙ୍କ ପାଇଁ ସେମାନଙ୍କର ସ୍ୱପ୍ନ ପୂରଣ କରିବା ସହଜ ହେବ: ପ୍ରଧାନମନ୍ତ୍ରୀ
ଦେଶକୁ ଯାହା ଆବଶ୍ୟକ ଏବଂ ଭାରତରେ ଯାହା ତିଆରି କରାଯାଇପାରିବ ତାହା ଦେଶ ଭିତରେ ହିଁ ତିଆରି ହେବା ଉଚିତ: ପ୍ରଧାନମନ୍ତ୍ରୀ
ଭାରତର ସମୃଦ୍ଧି ଦେଶର ଆତ୍ମନିର୍ଭରଶୀଳତାକୁ ଶକ୍ତି ଦେବ: ପ୍ରଧାନମନ୍ତ୍ରୀ
ଆସନ୍ତୁ ଏପରି ଉତ୍ପାଦ କିଣିବା ଯାହା ଭାରତରେ ତିଆରି ହୋଇଛି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସେ ଶକ୍ତି ଉପାସନାର ପର୍ବ ନବରାତ୍ରୀ ପ୍ରାରମ୍ଭରେ ସବୁ ନାଗରିକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନବରାତ୍ରୀର ପ୍ରଥମ ଦିନରୁ ଦେଶ ଆତ୍ମନିର୍ଭର ଭାରତ ଅଭିଯାନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି। 22 ସେପ୍ଟେମ୍ବର ସୂର୍ଯ୍ୟୋଦୟ ଠାରୁ ଦେଶ ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର କାର୍ଯ୍ୟକାରୀ କରିବ। ଏହାସହିତ ସମଗ୍ର ଭାରତରେ ‘ଜିଏସଟି ବଚତ’ ଉତ୍ସବ (ସଞ୍ଚୟ ମହୋତ୍ସବ)ର ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଜୋର ଦେଇ କହିଥିଲେ ଯେ ଏହି ପର୍ବ ସଞ୍ଚୟକୁ ବୃଦ୍ଧି କରିବ ଏବଂ ଲୋକଙ୍କ ପାଇଁ ସେମାନଙ୍କର ପସନ୍ଦର ଜିନିଷ କିଣିବାକୁ ସହଜ କରିବ। ଏହି ସଞ୍ଚୟ ମହୋତ୍ସବର ଲାଭ ଗରିବ, ମଧ୍ୟବିତ୍ତ, ନବମଧ୍ୟବିତ୍ତ ବର୍ଗ, ଯୁବକ, କୃଷକ, ମହିଳା, ଦୋକାନୀ, ବ୍ୟବସାୟୀ ଏବଂ ଉଦ୍ୟୋଗୀମାନଙ୍କ ନିକଟରେ ପହଞ୍ଚିବ। ସେ ଆହୁରି କହିଛନ୍ତି, ଏହି ପାର୍ବଣ ଋତୁରେ ପ୍ରତ୍ୟେକ ପରିବାରର ସୁଖ ଏବଂ ମଧୁରତା ବୃଦ୍ଧି ପାଇବ। ପ୍ରଧାନମନ୍ତ୍ରୀ ଦେଶର କୋଟି କୋଟି ପରିବାରକୁ ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର ଏବଂ ଜିଏସଟି ସଞ୍ଚୟ ମହୋତ୍ସବ ପାଇଁ ଶୁଭକାମନା ଜଣାଇଥିଲେ। ସେ କହିଥିଲେ, ଏହି ସଂସ୍କାରଗୁଡ଼ିକ ଭାରତର ଅଭିବୃଦ୍ଧି କାହାଣୀକୁ ତ୍ୱରାନ୍ୱିତ କରିବ, ବ୍ୟବସାୟିକ କାର୍ଯ୍ୟକୁ ସରଳ କରିବ, ନିବେଶକୁ ଅଧିକ ଆକର୍ଷଣୀୟ କରିବ ଏବଂ ବିକାଶ ଦୌଡ଼ରେ ପ୍ରତ୍ୟେକ ରାଜ୍ୟ ସମାନ ଅଂଶୀଦାର ହେବ।

ଭାରତ 2017ରେ ଜିଏସଟି ସଂସ୍କାର ଦିଗରେ ପ୍ରଥମ ପଦକ୍ଷେପ ନେଇଥିବା କଥା ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ, ଜିଏସଟି ଆଇନ ଲାଗୁ ହେବା ସହିତ ଏକ ପୁରୁଣା ଅଧ୍ୟାୟର ଶେଷ ହୋଇଥିଲା । ଦେଶର ଆର୍ଥିକ ଇତିହାସରେ ଏକ ନୂତନ ଅଧ୍ୟାୟର ଆରମ୍ଭ ହୋଇଥିଲା। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ବହୁ ଦଶନ୍ଧି ଧରି ନାଗରିକ ଏବଂ ବ୍ୟବସାୟୀମାନେ ଏକ ଜଟିଳ କର ଜାଲରେ ଫସି ରହିଥିଲେ । ପ୍ରବେଶ ଶୁଳ୍କ, ବିକ୍ରୟ କର, ଉତ୍ପାଦ କର, ଭାଟ୍ ଏବଂ ସେବା କର ଭଳି ସାରା ଦେଶରେ ଅନେକ ଡଜନ ଶୁଳ୍କ ବ୍ୟବସ୍ଥା ଥିଲା। ଗୋଟିଏ ସହରରୁ ଅନ୍ୟ ସହରକୁ ସାମଗ୍ରୀ ପରିବହନ ପାଇଁ ଅନେକ ଚେକପୋଷ୍ଟ ପାର କରିବା, ଅନେକ ଫର୍ମ ପୂରଣ କରିବା ଏବଂ ପ୍ରତ୍ୟେକ ସ୍ଥାନରେ ଭିନ୍ନ ଟିକସ ନିୟମର ଚକ୍ରକୁ ପାର କରିବା ଆବଶ୍ୟକ ଥିଲା। ସେ 2014 ମସିହାରେ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ସମୟର ଏକ ବ୍ୟକ୍ତିଗତ ସ୍ମୃତି ବିଷୟରେ କହିଥିଲେ । ଗୋଟିଏ ବିଦେଶୀ ଖବରକାଗଜରେ ପ୍ରକାଶିତ ଏକ ଚମତ୍କାର ଉଦାହରଣର ସେ ଉଲ୍ଲେଖ କରିଥିଲେ। ଏହି ଲେଖାଟି ଗୋଟିଏ କମ୍ପାନୀ ଦ୍ୱାରା ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ବର୍ଣ୍ଣନା କରିଥିଲା। ସେତେବେଳେ ବେଙ୍ଗାଲୁରୁରୁ ହାଇଦ୍ରାବାଦକୁ ସାମଗ୍ରୀ ପଠାଇବା ଏତେ କଷ୍ଟକର ଥିଲା ଯେ ବ୍ୟବସାୟୀ ଜଣଙ୍କ ବେଙ୍ଗାଲୁରୁରୁ ୟୁରୋପ ଏବଂ ତା'ପରେ ହାଇଦ୍ରାବାଦକୁ ସାମଗ୍ରୀ ପଠାଇବାକୁ ପସନ୍ଦ କରିଥିଲେ।

 

ପ୍ରଧାନମନ୍ତ୍ରୀ କହିଥିଲେ, ଟିକସ ଏବଂ ଟୋଲର ଜଟିଳତା ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଉଦାହରଣ ଅଗଣିତ ଉଦାହରଣ ମଧ୍ୟରୁ ଗୋଟିଏ। ଲକ୍ଷ ଲକ୍ଷ କମ୍ପାନୀ ଏବଂ କୋଟି କୋଟି ନାଗରିକ ବହୁସଂଖ୍ୟକ ଟିକସର ଜଟିଳ ଜାଲ ଯୋଗୁଁ ଦୈନନ୍ଦିନ କଷ୍ଟର ସମ୍ମୁଖୀନ ହେଉଥିଲେ। ଗୋଟିଏ ସହରରୁ ଅନ୍ୟ ସହରକୁ ସାମଗ୍ରୀ ପରିବହନର ବର୍ଦ୍ଧିତ ଖର୍ଚ୍ଚ ଶେଷରେ ଗରିବ ଲୋକ ବହନ କରନ୍ତି। ଏହି ଖର୍ଚ୍ଚକୁ ସାଧାରଣ ଜନତାଙ୍କ ଭଳି ଗ୍ରାହକମାନଙ୍କଠାରୁ ଆଦାୟ କରାଯାଏ ବୋଲି ଶ୍ରୀ ମୋଦୀ ଜୋର ଦେଇ କହିଥିଲେ ।

ଦେଶକୁ ପୁରୁଣା ଟିକସ ଜଟିଳତାରୁ ମୁକ୍ତ କରିବା ଅତ୍ୟନ୍ତ ଜରୁରୀ ଥିଲା ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ସ୍ମରଣ କରିଥିଲେ ଯେ 2014 ମସିହାରେ ଜନାଦେଶ ପାଇବା ପରେ, ସରକାର ଜନତା ଏବଂ ଦେଶର ସ୍ୱାର୍ଥ ପାଇଁ ଜିଏସଟିକୁ ପ୍ରାଥମିକତା ଦେଇଥିଲେ। ସେ ଉଲ୍ଲେଖ କରିଥିଲେ ଯେ ସମସ୍ତ ଅଂଶୀଦାରଙ୍କ ସହିତ ବ୍ୟାପକ ପରାମର୍ଶ କରାଯାଇଥିଲା, ରାଜ୍ୟଗୁଡ଼ିକ ଦ୍ୱାରା ଉଠାଯାଇଥିବା ପ୍ରତ୍ୟେକ ବିଚାରକୁ ଗ୍ରହଣ କରାଯାଇଥିଲା ଏବଂ ପ୍ରତ୍ୟେକ ପ୍ରଶ୍ନର ସମାଧାନ ଖୋଜାଯାଇଥିଲା। ସବୁ ରାଜ୍ୟକୁ ଏକାଠି କରିବା ଦ୍ୱାରା ସ୍ୱାଧୀନ ଭାରତରେ ଏପରି ଏକ ମହାନ ଟିକସ ସଂସ୍କାର ସମ୍ଭବ ହୋଇପାରିଥିଲା। ପ୍ରଧାନମନ୍ତ୍ରୀ କହିଥିଲେ, କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକର ମିଳିତ ପ୍ରୟାସର ଫଳସ୍ୱରୂପ ଦେଶ ବହୁବିଧ ଟିକସର ଚକ୍ରବ୍ୟୁହରୁ ମୁକ୍ତ ହୋଇଥିଲା ଏବଂ ସମଗ୍ର ଦେଶରେ ଏକ ସମାନ ବ୍ୟବସ୍ଥା ପ୍ରତିଷ୍ଠିତ ହୋଇଥିଲା। ଫଳରେ ଏକ ରାଷ୍ଟ୍ର-ଏକ ଟିକସର ସ୍ୱପ୍ନ ସାକାର ହୋଇଥିଲା ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ, ସଂସ୍କାର ଏକ ନିରନ୍ତର ପ୍ରକ୍ରିୟା। ସମୟ ବଦଳିବା ଏବଂ ଜାତୀୟ ଆବଶ୍ୟକତା ପରିବର୍ତ୍ତିତ ହେବା ସହିତ ପରବର୍ତ୍ତୀ ପିଢ଼ିର ସଂସ୍କାର ସମାନ ଭାବରେ ଅତ୍ୟାବଶ୍ୟକ ହୋଇପଡୁଛି। ଦେଶର ବର୍ତ୍ତମାନର ଆବଶ୍ୟକତା ଏବଂ ଭବିଷ୍ୟତର ଆକାଂକ୍ଷାକୁ ଦୃଷ୍ଟିରେ ରଖି, ଏହି ନୂତନ ଜିଏସଟି ସଂସ୍କାର କାର୍ଯ୍ୟକାରୀ କରାଯାଉଛି। ନୂତନ ଢାଞ୍ଚା ଅଧୀନରେ, କେବଳ 5% ଏବଂ 18% ଟିକସ ସ୍ଲାବ୍ ମୁଖ୍ୟତଃ ରହିବ। ଏହାର ଅର୍ଥ ହେଉଛି ଅଧିକାଂଶ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଅଧିକ ସୁଲଭ ହେବ। ଖାଦ୍ୟ ସାମଗ୍ରୀ, ଔଷଧ, ସାବୁନ, ଟୁଥବ୍ରସ୍, ଟୁଥପେଷ୍ଟ, ସ୍ୱାସ୍ଥ୍ୟ ଏବଂ ଜୀବନ ବୀମା ଭଳି ଅନେକ ସାମଗ୍ରୀ ଏବଂ ସେବା ଟିକସମୁକ୍ତ ହେବ କିମ୍ବା କେବଳ 5% ଟିକସ ଲାଗୁ ହେବ। ପୂର୍ବରୁ 12% ଟିକସ ଲାଗୁଥିବା ସାମଗ୍ରୀ ମଧ୍ୟରୁ 99% ସାମଗ୍ରୀ ଅର୍ଥାତ୍‌ ପ୍ରାୟ ସମସ୍ତକୁ ଏବେ 5% ଟିକସ ପରିଧି ମଧ୍ୟକୁ ଅଣାଯାଇଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।

 

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ଗତ ଏଗାର ବର୍ଷ ମଧ୍ୟରେ 25 କୋଟି ଭାରତୀୟ ଦାରିଦ୍ର୍ୟ କବଳରୁ ମୁକ୍ତ ହୋଇଛନ୍ତି। ଏମାନେ ଦେଶର ପ୍ରଗତିରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ନବମଧ୍ୟବିତ୍ତ ବର୍ଗ ଭାବରେ ଉଭା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଏହି ନବ ମଧ୍ୟବିତ୍ତ ବର୍ଗର ନିଜସ୍ୱ ଆକାଂକ୍ଷା ଏବଂ ସ୍ୱପ୍ନ ଅଛି। ଚଳିତ ବର୍ଷ, ସରକାର 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ କରମୁକ୍ତ କରି ଟିକସ ରିହାତି ଉପହାର ଦେଇଛନ୍ତି, ଯାହା ମଧ୍ୟବିତ୍ତ ବର୍ଗଙ୍କ ଜୀବନକୁ ଯଥେଷ୍ଟ ସହଜ ଏବଂ ସୁବିଧାଜନକ କରିଛି। ଶ୍ରୀ ମୋଦୀ କହିଛନ୍ତି, ଏବେ ଗରିବ ଏବଂ ନବ ମଧ୍ୟବିତ୍ତ ବର୍ଗଙ୍କ ଲାଭ ପାଇବାର ପାଳି। ସେମାନେ ଦ୍ୱିଗୁଣିତ ଲାଭ ପାଉଛନ୍ତି - ପ୍ରଥମେ ଆୟକର ରିହାତି ମାଧ୍ୟମରେ ଏବଂ ଏବେ ଜିଏସଟି ହ୍ରାସ ମାଧ୍ୟମରେ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ, କମ ଜିଏସଟି ହାର ସହିତ, ନାଗରିକମାନଙ୍କ ପାଇଁ ବ୍ୟକ୍ତିଗତ ସ୍ୱପ୍ନ ପୂରଣ କରିବା ସହଜ ହୋଇଯିବ । ଘର ନିର୍ମାଣ ହେଉ, ଟିଭି କିମ୍ବା ରେଫ୍ରିଜରେଟର କିଣା ହେଉ, କିମ୍ବା ସ୍କୁଟର, ବାଇକ୍ କିମ୍ବା କାର କିଣା ହେଉ, ସବୁକିଛି ଏବେ କମ ଖର୍ଚ୍ଚରେ ହେବ। ଅଧିକାଂଶ ହୋଟେଲ ରୁମ ପାଇଁ ଜିଏସଟି ହ୍ରାସ କରାଯାଇଥିବାରୁ ଭ୍ରମଣ ମଧ୍ୟ ଅଧିକ ସୁଲଭ ହେବ। ଶ୍ରୀ ମୋଦୀ ଜିଏସଟି ସଂସ୍କାର ପ୍ରତି ବ୍ୟବସାୟୀମାନଙ୍କ ଉତ୍ସାହୀ ପ୍ରତିକ୍ରିୟାରେ ଖୁସି ପ୍ରକାଶ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ସେମାନେ ଗ୍ରାହକମାନଙ୍କୁ ଜିଏସଟି ହ୍ରାସର ଲାଭ ପ୍ରଦାନ କରିବା ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି। ଅନେକ ସ୍ଥାନରେ ସଂସ୍କାର ପୂର୍ବରୁ ଏବଂ ପରେ ଲାଗୁ ତୁଳନାତ୍ମକ ଦର ଉଲ୍ଲେଖ ଥାଇ ସୂଚନାଫଳକ ପ୍ରଦର୍ଶିତ ହୋଇଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।

ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାରରେ ‘ନାଗରିକ ଦେବୋଭବ’ ମନ୍ତ୍ର ସ୍ପଷ୍ଟ ଭାବରେ ପ୍ରତିଫଳିତ ହେଉଥିବା ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ, ଆୟକର ରିହାତି ଏବଂ ଜିଏସଟି ହ୍ରାସକୁ ମିଶାଇ ଦେଖିଲେ, ଗତ ଗୋଟିଏ ବର୍ଷ ମଧ୍ୟରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକ ଭାରତର ଜନସାଧାରଣଙ୍କ ପାଇଁ 2.5 ଲକ୍ଷ କୋଟି ଟଙ୍କାରୁ ଅଧିକ ସଞ୍ଚୟ କରିବ। ଏହି କାରଣରୁ ସେ ଏହାକୁ ‘ବଚତ ଉତ୍ସବ’ (ସଞ୍ଚୟ ଉତ୍ସବ) ବୋଲି ଅଭିହିତ କରିଥିବା କହିଥିଲେ।

ବିକଶିତ ଭାରତର ଲକ୍ଷ୍ୟ ହାସଲ ପାଇଁ ଆତ୍ମନିର୍ଭରଶୀଳତାର ପଥ ପ୍ରତି ଅତୁଟ ପ୍ରତିବଦ୍ଧତା ଆବଶ୍ୟକ ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଥିଲେ ଯେ ଭାରତକୁ ଆତ୍ମନିର୍ଭରଶୀଳ କରିବାରେ ଏକ ପ୍ରମୁଖ ଦାୟିତ୍ୱ ଏମଏସଏମଇ ବା ଦେଶର ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ, କୁଟୀର ଉଦ୍ୟୋଗ ଉପରେ ରହିଛି । ଯେଉଁ ଜିନିଷ ସବୁ ଲୋକଙ୍କ ଆବଶ୍ୟକତା ପୂରଣ କରିବ ଏବଂ ଦେଶ ମଧ୍ୟରେ ଉତ୍ପାଦିତ ହୋଇପାରିବ ତାହା ଘରୋଇ ଭାବରେ ଉତ୍ପାଦନ କରାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ତାର ସହିତ କହିଥିଲେ।

ଜିଏସଟି ହାର କମିବା ଏବଂ ସରଳୀକୃତ ପ୍ରକ୍ରିୟା ଭାରତର ଏମଏସଏମଇ, କ୍ଷୁଦ୍ର ଶିଳ୍ପ ଓ କୁଟୀର ଉଦ୍ୟୋଗଗୁଡ଼ିକୁ ଯଥେଷ୍ଟ ଲାଭ ଦେବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ କହିଥିଲେ, ଏହି ସଂସ୍କାରଗୁଡ଼ିକ ସେମାନଙ୍କର ବିକ୍ରି ବୃଦ୍ଧି କରିବ ଏବଂ ସେମାନଙ୍କର ଟିକସ ବୋଝ ହ୍ରାସ କରିବ, ଯାହାଫଳରେ ଦ୍ୱିଗୁଣିତ ଲାଭ ହେବ। ଶ୍ରୀ ମୋଦୀ ଏମଏସଏମଇଗୁଡ଼ିକୁ ନେଇ ଉଚ୍ଚ ଆଶା ପ୍ରକଟ କରିଥିଲେ । ସମୃଦ୍ଧିର ଶିଖର ସମୟରେ ଭାରତୀୟ ଅର୍ଥବ୍ୟବସ୍ଥାର ମେରୁଦଣ୍ଡ ଭାବରେ ସେମାନଙ୍କର ଐତିହାସିକ ଭୂମିକା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ଭାରତର ଉତ୍ପାଦନ ଏବଂ ଉତ୍ପାଦ ଗୁଣବତ୍ତା ଏକଦା ବିଶ୍ୱ ସ୍ତରରେ ସ୍ୱୀକୃତିପ୍ରାପ୍ତ ଏବଂ ଉତ୍କୃଷ୍ଟ ଥିଲା। ସେହି ଗୌରବକୁ ପୁନର୍ବାର ହାସଲ କରିବାର ଆବଶ୍ୟକତା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। କ୍ଷୁଦ୍ର ଶିଳ୍ପ ଦ୍ୱାରା ନିର୍ମିତ ଉତ୍ପାଦଗୁଡ଼ିକ ସର୍ବୋଚ୍ଚ ବିଶ୍ୱସ୍ତରୀୟ ମାନଦଣ୍ଡ ପୂରଣ କରିବା ଉଚିତ ବୋଲି ସେ ଆହ୍ୱାନ ଦେଇଥିଲେ। ସେ କହିଥିଲେ, ଭାରତର ଉତ୍ପାଦନ ମର୍ଯ୍ୟାଦା ଏବଂ ଉତ୍କର୍ଷତା ସହିତ ସମସ୍ତ ମାନଦଣ୍ଡକୁ ଅତିକ୍ରମ କରିବା ଉଚିତ। ଭାରତୀୟ ଉତ୍ପାଦର ଗୁଣବତ୍ତା ଦେଶର ବିଶ୍ୱସ୍ତରୀୟ ପରିଚୟ ଏବଂ ପ୍ରତିଷ୍ଠାକୁ ବୃଦ୍ଧି କରିବା ଉଚିତ। ସମସ୍ତ ଅଂଶୀଦାରଙ୍କୁ ଏହି ଲକ୍ଷ୍ୟକୁ ମନରେ ରଖି କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ସ୍ୱଦେଶୀର ମନ୍ତ୍ର ଯେପରି ଭାରତର ସ୍ୱାଧୀନତା ସଂଗ୍ରାମକୁ ସଶକ୍ତ କରିଥିଲା, ଠିକ୍‌ ସେହିପରି ଏହା ସମୃଦ୍ଧି ଆଡକୁ ଦେଶର ଯାତ୍ରାକୁ ଶକ୍ତିଶାଳୀ କରିବ। ସେ ଉଲ୍ଲେଖ କରିଥିଲେ ଯେ ଅନେକ ବିଦେଶୀ ଜିନିଷ ଜାଣତରେ ହେଉ କିମ୍ବା ଅଜାଣତରେ ଆମ ଦୈନନ୍ଦିନ ଜୀବନର ଅଂଶ ପାଲଟିଛି। ନାଗରିକମାନେ ପ୍ରାୟତଃ ଜାଣିପାରନ୍ତି ନାହିଁ ଯେ ସେମାନଙ୍କ ପକେଟରେ ଥିବା ପାନିଆ ବିଦେଶୀ ନା ସ୍ୱଦେଶୀ। ନିଜକୁ ଏପରି ନିର୍ଭରଶୀଳତାରୁ ମୁକ୍ତ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଦେଶର ଯୁବପିଢ଼ିଙ୍କ କଠିନ ପରିଶ୍ରମ ଦ୍ୱାରା ଏବଂ ଭାରତରେ ନିର୍ମିତ ଉତ୍ପାଦ କିଣିବାକୁ ସେ ଲୋକମାନଙ୍କୁ ଆହ୍ୱାନ କରିଥିଲେ। ପ୍ରତ୍ୟେକ ପରିବାରକୁ ସ୍ୱଦେଶୀର ପ୍ରତୀକ ହେବାକୁ ଏବଂ ପ୍ରତ୍ୟେକ ଦୋକାନକୁ ସ୍ୱଦେଶୀ ସାମଗ୍ରୀରେ ସଜ୍ଜିତ କରିବାକୁ ସେ ନିବେଦନ କରିଥିଲେ। ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ସ୍ୱଦେଶୀ ପ୍ରତି ସେମାନଙ୍କର ପ୍ରତିବଦ୍ଧତା – ‘‘ମୁଁ ସ୍ୱଦେଶୀ କିଣେ,’’ ‘‘ମୁଁ ସ୍ୱଦେଶୀ ବିକ୍ରୟ କରେ’’- ବାର୍ତ୍ତାକୁ ଗର୍ବର ସହିତ ଘୋଷଣା କରିବାକୁ ଉତ୍ସାହିତ କରିଥିଲେ। ସେ କହିଥିଲେ ଯେ ଏହି ମାନସିକତା ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ରହିବା ଉଚିତ। ଏପରି ପରିବର୍ତ୍ତନ ଭାରତର ବିକାଶକୁ ତ୍ୱରାନ୍ୱିତ କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ସେ ସମସ୍ତ ରାଜ୍ୟ ସରକାରମାନଙ୍କୁ ପୂର୍ଣ୍ଣ ଶକ୍ତି ଓ ଉତ୍ସାହ ସହିତ ନିଜ ନିଜ ଅଞ୍ଚଳରେ ଉତ୍ପାଦନକୁ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ । ନିବେଶ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରି ଆତ୍ମନିର୍ଭର ଭାରତ ଏବଂ ସ୍ୱଦେଶୀ ଅଭିଯାନକୁ ସକ୍ରିୟ ଭାବରେ ସମର୍ଥନ କରିବାକୁ ସେ ଆହ୍ୱାନ କରିଥିଲେ। ଯେତେବେଳେ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକ ଏକାଠି ଆଗକୁ ବଢ଼ିବେ, ସେତେବେଳେ ଏକ ଆତ୍ମନିର୍ଭରଶୀଳ ଭାରତର ସ୍ୱପ୍ନ ପୂରଣ ହେବ। ପ୍ରତ୍ୟେକ ରାଜ୍ୟ ବିକଶିତ ହେବ ଏବଂ ଭାରତ ଏକ ବିକଶିତ ରାଷ୍ଟ୍ର ହୋଇପାରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ନିଜ ଅଭିଭାଷଣର ସମାପନ କରି ପ୍ରଧାନମନ୍ତ୍ରୀ ‘ଜିଏସଟି ବଚତ’ ଉତ୍ସବ ଏବଂ ନବରାତ୍ରୀର ପବିତ୍ର ଅବସର ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Make in India' radar programme to help Tejas track targets gets Rs 2,205 crore boost

Media Coverage

'Make in India' radar programme to help Tejas track targets gets Rs 2,205 crore boost
NM on the go

Nm on the go

Always be the first to hear from the PM. Get the App Now!
...
Text of PM’s address during inauguration of the Swami Vivekananda Cultural Youth Centre-Viveka Smaraka in Mysuru
August 01, 2026

एल्लरिगू नन्ना नमस्कारगलु।

रामकृष्ण मठ और रामकृष्ण मिशनबेलूर मठ के अध्यक्ष परम पूज्य स्वामी गौतमानंद जी महाराज, श्री रामकृष्ण आश्रम, मैसुरू के अध्यक्ष पूज्य स्वामी मुक्तिदानंद जी, रामकृष्ण मठ और रामकृष्ण मिशन के ट्रस्टी पूज्य स्वामी यादवेंद्रानंद जी, राज्यपाल श्री थावरचंद गहलोत जी, मुख्यमंत्री श्री डी.के. शिवकुमार जी, सांसद यदुवीर कृष्णदत्त चामराज वाडियार जी, विधायक विजयेंद्र येदियुरप्पा जी, के. हरीश गौड़ा जी, अन्य महानुभाव, पूज्य संतगण और भाईयों और बहनों।

सर्वप्रथम मैं मैसूरू की अधिष्ठात्री देवी मां चामुंडेश्वरी को प्रणाम करता हूं। अभी दो दिन पहले ही हम सभी ने गुरू पूर्णिमा भी मनाई है। आप सब जानते हैं, मेरी यात्रा जहां से शुरू हुई और आज मैं जहां हूं, इसमें राम कृष्ण मिशन का बहुत अहम योगदान है। मैं तीन महीने पहले हावड़ा में बेलूर मठ गया था। सभी पूज्य संतों से सतसंग करने का अवसर मिला था। मेरा सौभाग्य है कि आज मुझे फिर मैसूरू में श्री रामकृष्ण आश्रम से जुड़े संतों से, मेरे गुरू बंधुओं से मिलने का, उनसे आशीर्वाद लेने का अवसर मिला है। आप सभी की उपस्थिति की वजह से, आज मैसूरू की इस पवित्र भूमि पर मुझे एक अलग ही ऊर्जा अनुभव हो रही है। मैं आप सभी संतों के चरणों में सादर प्रणाम करता हूं।

साथियों,

मैसूरू भारत की अनादि सांस्कृतिक चेतना का केंद्र रहा है। यहां के मंदिर, यहां की परंपराएं और उत्सव, मैसूरू का दशहरा, यहां के भव्य महल, इसका संगीत और साहित्य, भारत की विरासत इस शहर के कण-कण में रची बसी है। और यह देखकर बहुत संतोष मिलता है। इस शहर ने इस विरासत को उसी कुशलता से सहेजा भी है, संवारा भी है। श्री रामकृष्ण आश्रम और स्वामी विवेकानंद जी की स्मृतियां भी मैसुरू की विरासत का ही एक समृद्ध हिस्सा हैं। कुछ देर पहले मैं उस ऐतिहासिक भवन में भी गया था, जहां स्वामी विवेकानंद जी ने अपने प्रवास के दौरान कुछ समय बिताया था। कर्नाटका के कितने ही विद्वान और मनीषी इस स्थान से जुड़े रहे हैं। राष्ट्रकवि कुवेम्पु जैसे महापुरुष जब मैसुरू में थे, उनका भी श्रीरामकृष्ण आश्रम से गहरा जुड़ाव था। आज स्वामी विवेकानंद कल्चरल यूथ सेंटर, यानी विवेका स्मारका के उद्घाटन के जरिए, हम इस मिशन को नया विस्तार दे रहे हैं। इसके लिए मैं श्रीरामकृष्ण आश्रम और इससे जुड़े सभी विद्वानों को हार्दिक बधाई देता हूं।

साथियों,

व्यक्ति से विभूति का निर्माण एकाएक नहीं होता। इसके लिए हमें जीवन की अनगिनत परीक्षाएँ देनी होती हैं। साधना करनी होती है, तप करना होता है, खुद को तपाना पड़ता है, खपाना पड़ता है। ख्याति के बाद तो संसार पीछे खड़ा होता है। लेकिन, तप के समय महान विभूतियों को पहचानना आसान नहीं होता। जो साधक को तपस्या में पहचानता है, वो उसकी सिद्धि का सहभागी भी होता है।

इसलिए भाइयों बहनों,

स्वामी विवेकानंद के जीवन में मैसुरू का इतना अहम योगदान था। करीब 130 वर्ष पहले, स्वामी जी, एक युवा संन्यासी के रूप में भ्रमण करते हुए मैसुरू आए थे। तब उनकी प्रसिद्धि वैसी नहीं थी। लेकिन, विचार उतने ही ऊंचे थे। उस समय उन्हें जिन लोगों ने पहचाना, जो उनके साथ जुड़े, उनमें से एक प्रमुख नाम मैसुरू के तत्कालीन महाराजा का भी था। जब स्वामी विवेकानंद जी अमेरिका में थे, तो उन्होंने वहाँ से मैसुरू के तत्कालीन महाराजा को एक पत्र लिखा था। उसमें उन्होंने स्वयं महाराजा के सहयोग का उल्लेख किया था।

साथियों,

स्वामी विवेकानंद जी ने भारतीय चेतना को आत्मसात किया था। उन्होंने शास्त्रों को आत्मसात किया था जो कहते हैं- “परं परोपकारार्थं यो जीवति स जीवति”। अर्थात्, वास्तव में वही जीता है जो दूसरों के लिए जीता है। इसी मंत्र पर चलते हुए, मैसुरू के इस श्री रामकृष्ण आश्रम ने पिछले वर्ष अपने सौ साल पूरे किए हैं। शिक्षा और स्वास्थ्य से जुड़ी सेवाएँ हों, या प्राकृतिक आपदा में राहत कार्य, श्री रामकृष्ण आश्रम ने स्वामी विवेकानंद जी की विरासत को जीवंत रखा है। मुझे विश्वास है विवेका स्मारका साधकों और श्रद्धालुओं के लिए आत्मिक उत्थान का तीर्थ बनेगा। स्वामी विवेकानंद जी की प्रेरणा थी- ‘शिव ज्ञाने जीव सेवा’। यानी जीव की सेवा ही शिव की सेवा है। हमें इस विवेका स्मारक में इसलिए, ऐसे युवाओं को गढ़ना है, जिनके लिए समाज और राष्ट्र के हित, गरीब-वंचित के दुःख, अपने सुख-दुःख से ऊपर हों। जिन युवाओं के लिए राष्ट्र प्रथम ही सर्वोपरि मंत्र हो, मां भारती की सेवा ही जिनका जीवन लक्ष्य हो।

साथियों,

स्वामी विवेकानंद जी युवाओँ की शिक्षा को राष्ट्र निर्माण का मजबूत आधार मानते थे। उन्होंने स्वयं ये देखा था कि कैसे दुनिया के देश अपने युवाओं को शिक्षित बना रहे हैं। लेकिन दुर्भाग्य से तब भारत गुलाम था। भारत के युवा भी गुलामी की जंजीरों में जक़ड़े हुए थे। उस दौर से लेकर अब तक, भारत के युवा ने एक लंबी यात्रा तय की है। भारत का जो युवा कभी जंजीरों में था, आज वो युवा दुनिया के विकास को गति दे रहा है।

· आज भारत की अर्थव्यवस्था, सबसे तेजी से आगे बढ़ रही है।

· किसकी वजह से? भारत के युवाओँके सामर्थ्य से।

· आज भारत में दुनिया की तीसरा सबसे बड़ा स्टार्ट-अप इकोसिस्टम है।

· किसकी वजह से? भारत के युवाओँ के सामर्थ्य से।

· आज भारत दुनिया का दूसरा सबसे बड़ा मोबाइल फोन निर्माता बन चुका है।

· किसकी वजह से?

· भारत के युवाओं के सामर्थ्य से।

· आज भारत से बने Digital Solutions, दुनिया के अनेक देशों के लिए प्रेरणा बन रहे हैं।

· किसकी वजह से?

· भारत के युवाओं के सामर्थ्य से।

· आज भारत सेमीकंडक्टर मैन्युफैक्चरिंग की नई यात्रा पर तेज़ी से आगे बढ़ रहा है।

· किसकी वजह से?

· भारत के युवाओं के सामर्थ्य से।

· आज भारत AI, Deep Tech, Space Technology और Innovation के नए अध्याय लिख रहा है।

· किसकी वजह से?

· भारत के युवाओं के सामर्थ्य से।

अभी कुछ दिन पहले ही हमने देखा है, भारत के युवाओं ने अंतरिक्ष में कमाल कर दिया है। पहली बार युवाओं का बनाया हुआ एक प्राइवेट कंपनी का रॉकेट, अंतरिक्ष तक पहुंचा है। आज कोई भी सेक्टर हो, भारत युवा अपना दम-खम दिखा रहा है। हम सभी अपने आसपास देख रहे हैं, आज छोटे से छोटे व्यवसाय में लगा युवा, भारत की डिजिटल इकॉनमी को आगे बढ़ा रहा है। वो मुद्रा लोन के जरिए नई शुरुआत कर रहा है। वो देश की स्टार्टअप revolutionको लीड कर रहा है। आत्मनिर्भर भारत का अभियान हो, मेक इन इंडिया का अभियान हो, इसकी सफलता के पीछे भारत के युवाओं की ही ताकत है।

साथियों,

किसी भी देश में, युवाओं का सामर्थ्य तभी उस राष्ट्र की शक्ति बनता है, जब उसे सही अवसर मिले, जब उसे सही दिशा मिले, और जब उसे अपनी ही धरती पर बड़े सपने देखने, उन्हें पूरा करने का भरोसा मिले। और इसमें बहुत बड़ी भूमिका हमारे शिक्षा संस्थानों की होती है। मुझे खुशी है कि आज भारत में शिक्षण संस्थाओँ की संख्या लगातार बढ़ रही है। पिछले 12 वर्षों में, 650 से ज्यादा नई यूनिवर्सिटीज बनी हैं। पिछले 12 वर्षों में करीब 14 हजार नए कॉलेज बने हैं। 4 हजार से ज्यादा नई ITI बनाई गई हैं। 9 नए आई.आई.एम, 7 नई आई.आई.टी, और13 नए एम्स भी स्थापित किए गए हैं। आज देश में MBBS की सीटें करीब 1 लाख 40 हजार हो चुकी हैं। मेडिकल कॉलेजों की संख्या बढ़कर 823 हो गई है।

साथियों,

एक ओर हम एजुकेशन इनफ्रास्ट्रक्चर को modernize कर रहे हैं। साथ ही, शिक्षा व्यवस्था को भी आधुनिक जरूरतों के हिसाब से ढाला जा रहा है। नेशनल एजुकेशन पॉलिसी, भारत के युवाओँ को 21वीं सदी के अनुरूप तैयार करने का माध्यम बन रही है।

साथियों,

स्कूली शिक्षा में भी बड़े स्तर पर काम हुआ है। देशभर में 14 हजार से ज्यादा पीएम श्री स्कूल विकसित किए गए हैं। शिक्षा केवल किताबी न रहे, बच्चों में इनोवेशन और साइंटिफिक टेंपरामेंट विकसित हो, इसके लिए,10 हजार से ज्यादा अटल टिंकरिंग लैब्स स्थापित हुई हैं।

साथियों,

स्वामी विवेकानंद जी, राष्ट्र उत्थान के लिए शिक्षा के साथ-साथ समानता को भी उतना ही अहम मानते थे। शिक्षा में भेदभाव न हो, अवसरों में भेदभाव न हो, आज ये देश का विज़न बन गया है। आज बेटियाँ भी सैनिक स्कूलों में एड्मिशन ले रहीं हैं। एनडीए में बेटियां राष्ट्र के लिए योगदान दे रही हैं। आज मेडिकल और इंजीनियरिंग जैसी पढ़ाई मातृभाषा में करने की सुविधा हो गई है। इससे, भाषा के आधार पर अवसरों में होने वाले भेदभाव पर लगाम लग रही है।

साथियों,

युवा शक्ति का स्वस्थ, अनुशासित और आत्मविश्वास से भरे रहना उतना ही जरूरी है। जो देश खेलों को महत्व देते हैं, वहां के युवाओं में इन तीनों गुणों का तेजी से विकास होता है। इसलिए आज खेलों को राष्ट्र निर्माण की एक महत्वपूर्ण धारा के रूप में देखा जा रहा है। खेलो इंडिया यूथ गेम्स, यूनिवर्सिटी गेम्स, पैरा गेम्स और विंटर गेम्स जैसे आयोजनों ने देशभर के युवाओं को अपनी प्रतिभा दिखाने का मंच दिया है। आज देशभर में आधुनिक स्पोर्ट्स इंफ्रास्ट्रक्चर का विस्तार हो रहा है, खेलो इंडिया सेंटर के माध्यम से सुविधाएं बढ़ रही हैं, गांवों से लेकर छोटे शहरों तक नई प्रतिभाओं की पहचान की जा रही है।

और साथियों,

आज इस अभियान के परिणाम भी साफ - साफ दिखाई दे रहे हैं। अंतरराष्ट्रीय खेल प्रतियोगिताओं में भारत का प्रदर्शन बेहतर होता जा रहा है। हमारे खिलाड़ी नए-नए कीर्तिमान बना रहे हैं, हमारी बेटियां देश का गौरव बढ़ा रही हैं।

साथियों,

स्वामी विवेकानंद जी की तरह, हमें विवेका स्मारका, बड़े उद्देश्य के लिए कार्य करने की प्रेरणा देता है। ऐसे स्थान पर मैं हमारे युवाओं से कुछ आग्रह करना चाहता हूं।

साथियों,

मैसुरू को अक्सर भारत के सबसे स्वच्छ शहरों में स्थान मिला है। मैं इसके लिए यहां के लोगों को हृदय से बधाई देता हूं। क्या इस अवसर पर हम ये संकल्प ले सकते हैं, कि भविष्य में स्वच्छता के संकल्प को निरंतर मजबूत करते रहेंगे। हमें यहाँ की प्राकृतिक संपदाओं को संरक्षित करना चाहिए। हमें पर्यावरण से जुड़े संकल्प लेने चाहिए। हमें पानी की हर बूंद बचाने के लिए मिशन मोड में काम करना होगा।

साथियों,

आज ही यहां ‘वाल्मीकि रामायण’ के कन्नड़ा अनुवाद का विमोचन भी हुआ है। मैं कन्नड़ा भाषा से जुड़ी एक अपील भी करना चाहता हूं। कर्नाटका महान लेखकों और कवियों की धरती है। कन्नड़ा भाषी लोग हमेशा से पढ़ने की संस्कृति के लिए जाने जाते हैं। स्मार्टफोन के इस युग में इस स्वभाव को और बढ़ावा मिलना चाहिए। क्या हम युवा पीढ़ी को कन्नड़ा साहित्य से गहराई से जुड़ने के लिए प्रेरित कर सकते हैं।

साथियों,

मैसुरू अपने सिल्क, चंदन और हस्तशिल्प के लिए प्रसिद्ध है। जब भी हम किसी को उपहार दें, तो क्या हम ये सुनिश्चित कर सकते हैं कि वो किसी भारतीय के हाथों और पसीने से बनी चीज हो? इससे हमारी संस्कृति को बढ़ावा मिलेगा, साथ ही, एक और परिवार को आर्थिक सहायता भी मिलेगी।

साथियों,

स्वामी विवेकानंद जी ने जिस तरह के भारत का सपना देखा था, उसे पूरा करने का दायित्व आज की पीढ़ी पर है। मुझे विश्वास है, विवेका स्मारका इसके लिए एक ऊर्जा स्रोत का काम करेगा। मैं एक बार फिर, यहां एकत्र पूज्य संतजनों गुरू बंधुओं और मैसुरू के लोगों को नमन करते हुए मेरी वाणी को विराम देता हूं। आप सबका बहुत-बहुत धन्यवाद।