‘‘ଆମେ ବିଶ୍ୱ ଆଗରେ – ‘ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ’ ର ଲକ୍ଷ୍ୟ ରଖିଛୁ। ଏଥିରେ ସମ୍ପୂର୍ଣ୍ଣ ଜୀବଜଗତ- ମଣିଷ, ପଶୁ ଓ ପୃଥିବୀ ପାଇଁ ଏକ ସାମଗ୍ରିକ ସ୍ୱାସ୍ଥ୍ୟସେବା ସାମିଲ ରହିଛି’’
‘‘ଚିକିତ୍ସାକୁ ଶସ୍ତା ଓ ସୁଲଭ କରିବା ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ହୋଇ ରହିଆସିଛି’’
‘‘ଆୟୁଷ୍ମାନ ଭାରତ ଓ ଜନ ଔଷଧି ଯୋଜନା ଗରିବ ଓ ମଧ୍ୟବିତ୍ତମାନଙ୍କର ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ସଞ୍ଚୟ କରିଛି’’
‘‘ପିଏମ-ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ଦ୍ୱାରା କେବଳ ନୂଆ ଡାକ୍ତରଖାନା ନିର୍ମାଣ ହେଉ ନାହିଁ ବରଂ ଏକ ନୂଆ ଏବଂ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଇକୋସିଷ୍ଟମ ପ୍ରସ୍ତୁତ ହେଉଛି’’
‘‘ସ୍ୱାସ୍ଥ୍ୟ ସେବା କ୍ଷେତ୍ରର ପ୍ରଯୁକ୍ତି ଉପରେ ଗୁରୁତ୍ୱ ଦିଆଯିବା ଉଦ୍ୟମୀମାନଙ୍କ ପାଇଁ ଏକ ଶ୍ରେଷ୍ଠ ସୁଯୋଗ ସୃଷ୍ଟି କରିଛି ଏବଂ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ପାଇଁ ଆମର ପ୍ରୟାସକୁ ଏହା ତ୍ୱରାନ୍ୱିତ କରିବ’’
‘‘ଆଜି ଫାର୍ମା କ୍ଷେତ୍ର ଆକାର ୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଘରୋଇ କ୍ଷେତ୍ର ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକର ସହଭାଗିତାରେ ଏହାକୁ ୧୦ ଲକ୍ଷ କୋଟି ଟଙ୍କାରେ ପରିଣତ କରାଯାଇପାରିବ’’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ସ୍ୱାସ୍ଥ୍ୟ ଓ ଚିକିତ୍ସା ଗବେଷଣା’ ବିଷୟବସ୍ତୁ ଉପରେ ଆଧାରିତ ଏକ ବଜେଟ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି । ୨୦୨୩ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିବା ଯୋଜନା ଓ କାର୍ଯ୍ୟକ୍ରମକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବା ଲାଗି ମତାମତ ଓ ପରାମର୍ଶ ଲୋଡ଼ିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଆୟୋଜିତ ୧୨ଟି ବଜେଟ୍‌ ପରବର୍ତ୍ତୀ ୱେବିନାର ମଧ୍ୟରୁ ଏହା ନବମ ।

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶରେ ସ୍ୱାସ୍ଥ୍ୟ ସେବାକୁ କୋଭିଡ ମହାମାରୀ ପୂର୍ବ ଏବଂ ପରବର୍ତ୍ତୀ ବ୍ୟବସ୍ଥା ଭାବେ ଦେଖାଯିବା ଉଚିତ୍‌ । ସେ କହିଥିଲେ ଯେ, ମହାମାରୀ ସବୁଠୁ ସମୃଦ୍ଧ ଦେଶର ମଧ୍ୟ ପରୀକ୍ଷା ଦେଇଥିଲା। ମହାମାରୀ କାରଣରୁ ବିଶ୍ୱସ୍ତରରେ ସ୍ୱାସ୍ଥ୍ୟସେବା ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା, ଅନ୍ୟପଟେ ଭାରତ ଗୋଟିଏ ପାଦ ଆଗକୁ ଯାଇ ୱେଲନେସ ବା ଆରୋଗ୍ୟ ଉପରେ ଗୁରୁତ୍ୱାରୋପ କରିଥିଲା ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ‘‘ଏହି କାରଣରୁ ‘‘ଆମେ ବିଶ୍ୱ ଆଗରେ – ‘ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ’ ର ଲକ୍ଷ୍ୟ ରଖିଛୁ। ଏଥିରେ ସମ୍ପୂର୍ଣ୍ଣ ଜୀବଜଗତ- ମଣିଷ, ପଶୁ ଓ ପୃଥିବୀ ପାଇଁ ଏକ ସାମଗ୍ରିକ ସ୍ୱାସ୍ଥ୍ୟସେବା ସାମିଲ ରହିଛି’’, ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ମହାମାରୀ ସମୟରେ ଯୋଗାଣ ଶୃଙ୍ଖଳା ସଂକ୍ରାନ୍ତରେ ସମସ୍ତଙ୍କୁ ଏକ ଶିକ୍ଷା ମିଳିଛି ଏବଂ ଏହା ଚିନ୍ତାର ଏକ କାରଣ ପାଲଟିଯାଇଛି । ମହାମାରୀ ସଂକ୍ରମଣ ଶୀର୍ଷ ଛୁଇଁଥିବା ସମୟରେ ଔଷଧ, ଟିକା ଓ ଚିକିତ୍ସା ଉପକରଣ ଭଳି ଜୀବନ ରକ୍ଷାକାରୀ ଉପକରଣକୁ ଅସ୍ତ୍ରଶସ୍ତ୍ର ଭାବେ ବ୍ୟବହାର କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନିରାଶା ବ୍ୟକ୍ତ କରିଥିଲେ। ଗତ କିଛି ବର୍ଷଗୁଡ଼ିକରେ ଆଗତ ବଜେଟରେ ବିଦେଶୀ ରାଷ୍ଟ୍ର ଉପରେ ଭାରତର ନିର୍ଭରଶୀଳତାକୁ ହ୍ରାସ କରିବା ଉପରେ ସରକାର ଜୋର ଦେଇଥିବା ଶ୍ରୀ ମୋଦୀ କହିଥିଲେ ଏବଂ ଏ ସଂକ୍ରାନ୍ତ ସବୁ ଅଂଶୀଦାରମାନଙ୍କର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସ୍ୱାଧୀନତାର ବହୁ ଦଶନ୍ଧି ପରେ ମଧ୍ୟ ଦେଶରେ ସ୍ୱାସ୍ଥ୍ୟସେବା ପାଇଁ ଏକ ସମନ୍ୱିତ ଦୀର୍ଘକାଳୀନ ଦୂରଦୃଷ୍ଟିର ଅଭାବ ରହିଆସିଥିଲା। ଆମେ ଏବେ କେବଳ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟରେ ସ୍ୱାସ୍ଥ୍ୟସେବା ବିଷୟକୁ ସୀମିତ ନକରି ଏକ ସାମଗ୍ରିକ ସରକାର ବା ହୋଲ୍‌-ଅଫ୍‌ ଦ ଗଭର୍ଣ୍ଣମେଣ୍ଟ ଦୃଷ୍ଟିକୋଣ ନେଇ ଆଗକୁ ବଢ଼ୁଛୁ । ‘‘ଚିକିତ୍ସାକୁ ଶସ୍ତା ଓ ସୁଲଭ କରିବା ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ହୋଇ ରହିଆସିଛି’’, ବୋଲି ସେ କହିବା ସହିତ ଆୟୁଷ୍ମାନ ଭାରତ ଯୋଜନାରେ ଗରିବ ଲୋକମାନଙ୍କୁ ମାଗଣା ଚିକିତ୍ସା ମିଳିବା କାରଣରୁ ସେମାନଙ୍କର ୮୦ ହଜାର କୋଟି ଟଙ୍କାରୁ ଅଧିକ ସଞ୍ଚୟ ହୋଇଥିବା ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ଆସନ୍ତାକାଲି ଅର୍ଥାତ୍‌ ମାର୍ଚ୍ଚ ୭ ତାରିଖରେ ଜନ ଔଷଧି ଦିବସ ପାଳନ କରାଯିବ। ଦେଶରେ ଏବେ ୯ ହଜାର ଜନ ଔଷଧି କେନ୍ଦ୍ର ଜରିଆରେ ଶସ୍ତା ଦରରେ ଲୋକମାନଙ୍କୁ ଔଷଧ ଯୋଗାଇ ଦିଆଯାଉଛି । ଏହାଦ୍ୱାରା ସାରା ଦେଶର ଗରିବ ଓ ମଧ୍ୟବିତ୍ତ ଲୋକମାନଙ୍କର ପ୍ରାୟ ୨୦ ହଜାର କୋଟି ଟଙ୍କା ସଞ୍ଚୟ ହୋଇପାରିଛି । ଏହାର ଅର୍ଥ ହେଉଛି କେବଳ ଏହି ଦୁଇଟି ଯୋଜନା ନାଗରିକମାନଙ୍କର ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ସଞ୍ଚୟ କରିପାରିଛି ।

ଗମ୍ଭୀର ରୋଗ ଚିକିତ୍ସା ପାଇଁ ଏକ ଦୃଢ଼ ସ୍ୱାସ୍ଥ୍ୟ ଭିତ୍ତିଭୂମି ଜରୁରି ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ । ସରକାରଙ୍କ ପ୍ରାଥମିକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ସାରା ଦେଶରେ ଜନବସତି ନିକଟରେ ଦେଢ଼ ଲକ୍ଷ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବିକଶିତ କରାଯାଉଛି ଯେଉଁଠି ସ୍ୱାସ୍ଥ୍ୟ ପରୀକ୍ଷା କେନ୍ଦ୍ର ଏବଂ ପ୍ରାଥମିକ ଚିକିତ୍ସା ସୁବିଧା ମିଳିପାରିବ । ମଧୁମେହ, କର୍କଟ ଓ ହୃଦରୋଗ ଭଳି ଗମ୍ଭୀର ଅସୁସ୍ଥତାର ଯାଞ୍ଚ କରିବା ପାଇଁ ମଧ୍ୟ ଏସବୁ କେନ୍ଦ୍ରରେ ସୁବିଧା ମିଳିପାରିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ଅଧୀନରେ ବିକଶିତ ସ୍ୱାସ୍ଥ୍ୟ ଭିତ୍ତିଭୂମି ଛୋଟ ସହର ଓ ଗ୍ରାମାଞ୍ଚଳରେ ମଧ୍ୟ ଉପଲବ୍ଧ ହେଉଛି । ଏହାଦ୍ୱାରା କେବଳ ନୂଆ ଡାକ୍ତରଖାନା ନିର୍ମାଣ ହେଉ ନାହିଁ ବରଂ ଏକ ନୂଆ ଏବଂ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଇକୋସିଷ୍ଟମ ପ୍ରସ୍ତୁତ ହେଉଛି । ଯାହାଫଳରେ, ସ୍ୱାସ୍ଥ୍ୟ ଉଦ୍ୟମୀ, ନିବେଶ ଓ ପେସାଦାରଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି ହୋଇପାରୁଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।

ଏହି କ୍ଷେତ୍ରରେ ମାନବ ସମ୍ବଳ ସୃଷ୍ଟି ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗତ କିଛି ବର୍ଷ ମଧ୍ୟରେ ଦେଶରେ ୨୬୦ରୁ ଅଧିକ ନୂଆ ମେଡ଼ିକାଲ କଲେଜ ଖୋଲାଯାଇଛି । ଫଳରେ ୨୦୧୪ ତୁଳନାରେ ଡାକ୍ତରୀ ସ୍ନାତକ ଏବଂ ସ୍ନାତକୋତ୍ତର ସିଟ୍‌ ସଂଖ୍ୟା ଦୁଇଗୁଣା ବୃଦ୍ଧି ପାଇଛି । ଚଳିତ ବର୍ଷର ବଜେଟରେ ନର୍ସିଂ କ୍ଷେତ୍ର ପ୍ରତି ଗୁରୁତ୍ୱାରୋପ କରାଯାଇଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ସେ କହିଥିଲେ, ‘‘ମେଡ଼ିକାଲ କଲେଜ ନିକଟରେ ୧୫୭ଟି ନୂଆ ନର୍ସିଂ କଲେଜ ଖୋଲାଯିବାର ନିଷ୍ପତ୍ତି ସ୍ୱାସ୍ଥ୍ୟ ସେବା ମାନବ ସମ୍ବଳ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ। ଏହା ଘରୋଇ ଆବଶ୍ୟକତା ସହିତ ବିଶ୍ୱସ୍ତରରେ ଦେଖାଦେବାକୁ ଥିବା ଚାହିଦା ପୂରଣ କ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହୋଇପାରିବ।’’

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରଯୁକ୍ତିର ଭୂମିକା ନିରନ୍ତର ଭାବେ ସ୍ୱାସ୍ଥ୍ୟ ସେବାକୁ ସୁଲଭ ଓ ଶସ୍ତା କରୁଛି । ଏହି କ୍ଷେତ୍ରରେ ପ୍ରଯୁକ୍ତିକୁ କାର୍ଯ୍ୟକାରୀ କରିବା ଲାଗି ସରକାର ଧ୍ୟାନ ଦେଉଥିବା ସେ ସୂଚନା ଦେଇଥିଲେ । ‘‘ଡିଜିଟାଲ ହେଲଥ୍‌ ଆଇଡି ମାଧ୍ୟମରେ ଆମେ ନାଗରିକମାନଙ୍କୁ ଠିକ୍‌ ସମୟରେ ଚିକିତ୍ସା ଦେବା ଯୋଗାଇ ଦେବାକୁ ଚାହୁଁଛୁ । ୧୦ କୋଟି ଲୋକ ଇ-ସଞ୍ଜିବନୀ ଭଳି ଯୋଜନା ମାଧ୍ୟମରେ ଟେଲି ଚିକିତ୍ସା ପରାମର୍ଶ ପାଇବାରେ ସଫଳ ହୋଇଛନ୍ତି,’’ ସେ କହିଥିଲେ । ଏହି କ୍ଷେତ୍ରରେ ଷ୍ଟାର୍ଟଅପ୍ସ ପାଇଁ 5ଜି ପ୍ରଯୁକ୍ତି ଏକ ନୂଆ ସୁଯୋଗ ସୃଷ୍ଟି କରୁଛି । ଔଷଧ ବିତରଣ ଏବଂ ଯାଞ୍ଚ ସେବା ଯୋଗାଇ ଦେବା ଦିଗରେ ଡ୍ରୋନ ଭଳି ପ୍ରଯୁକ୍ତି ଏହି କ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିଛି। ‘‘ଉଦ୍ୟମୀମାନଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ଏବଂ ଏହା ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ପାଇଁ ଆମ ପ୍ରୟାସକୁ ଏକ ବଡ଼ ପ୍ରୋତ୍ସାହନ ଦେବ,’’ ସେ କହିଥିଲେ । ତେବେ କୌଣସି ପ୍ରଯୁକ୍ତି ଆମଦାନୀ ନକରିବାକୁ ସେ ଉଦ୍ୟମୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି କ୍ଷେତ୍ରରେ ଆବଶ୍ୟକ ସଂସ୍ଥାଗତ ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ମେଡ଼ିକାଲ ଉପକରଣ କ୍ଷେତ୍ରରେ ଅଣାଯାଇଥିବା ନୂଆ ଯୋଜନା ଉପରେ ସେ ଆଲୋକପାତ କରିଥିଲେ। ପାଇକାରୀ ଔଷଧ ଉତ୍ପାଦନ ପାର୍କ, ଚିକିତ୍ସା ଉପକରଣ ପାର୍କ, ପିଏଲଆଇ ଯୋଜନା ଉପରେ ୩୦ ହଜାରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବା ବିଷୟରେ ପ୍ରଧାନମନ୍ତ୍ରୀ କହିବା ସହିତ ଗତ କିଛି ବର୍ଷ ମଧ୍ୟରେ ମେଡ଼ିକାଲ ଉପକରଣ କ୍ଷେତ୍ରରେ ୧୨-୧୪ ପ୍ରତିଶତ ଅଭିବୃଦ୍ଧି ଆସିଥିବା ସୂଚନା ଦେଇଥିଲେ । ସେ କହିଥିଲେ ଯେ ଏହି କ୍ଷେତ୍ରର ଆକାର ଆଉ କିଛି ବର୍ଷ ମଧ୍ୟରେ ୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବାକୁ ଯାଉଛି ।  ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ଭବିଷ୍ୟତର ଚିକିତ୍ସା ପ୍ରଯୁକ୍ତି ଏବଂ ହାଇ ଏଣ୍ଡ ଉତ୍ପାଦନ ଓ ଗବେଷଣା କ୍ଷେତ୍ରରେ ଭାରତ କୁଶଳୀ ଶ୍ରମ ଶକ୍ତିଙ୍କୁ ପ୍ରସ୍ତୁତ କରିବା ଲାଗି କାର୍ଯ୍ୟ ଆରମ୍ଭ କରିଛି । ଆଇଆଇଟି ଭଳି ଶିକ୍ଷାନୁଷ୍ଠାନରେ ବାୟୋମେଡ଼ିକାଲ ଇଞ୍ଜିନିୟରିଂ ପାଠ୍ୟକ୍ରମ ଆରମ୍ଭ କରାଯିବ । ଏ କ୍ଷେତ୍ରରେ ଉଦ୍ୟୋଗ-ଶିକ୍ଷାନୁଷ୍ଠାନ ଏବଂ ସରକାରଙ୍କ ସହଭାଗିତା ପାଇଁ ମାର୍ଗ ସନ୍ଧାନ କରିବା ନିମନ୍ତେ ସେ ଆହ୍ୱାନ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତର ଫାର୍ମା କ୍ଷେତ୍ର ପ୍ରତି ବିଶ୍ୱର ବିଶ୍ୱାସ ବୃଦ୍ଧି ପାଉଛି । ଏହାର ସଦୁପଯୋଗ କରିବା ସହିତ ଭାରତର ସମ୍ମାନ ବଜାୟ ରଖିବା ଉପରେ ସେ ଜୋର ଦେଇଥିଲେ । ଶ୍ରୀ ମୋଦୀ ଏହି ଅବସରରେ ସୂଚନା ଦେଇଥିଲେ ଯେ, ଉତ୍କର୍ଷ କେନ୍ଦ୍ର ଜରିଆରେ ଫାର୍ମା କ୍ଷେତ୍ରରେ ଗବେଷଣା ଓ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଲାଗି ଏକ ନୂଆ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଉଛି । ଏହା ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ‘‘ଭାରତରେ ଫାର୍ମା କ୍ଷେତ୍ରର ଆକାର ଆଜି ୪ ଲକ୍ଷ କୋଟି ଟଙ୍କା ରହିଛି,’’ ପ୍ରଧାନମନ୍ତ୍ରୀ କହିଥିଲେ। ଘରୋଇ କ୍ଷେତ୍ର ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ସମନ୍ୱୟ ଆଣିବା ଉପରେ ସେ ଜୋର ଦେଇଥିଲେ କାରଣ ଏହାଦ୍ୱାରା ଫାର୍ମା ବଜାରର ଆକାର ୧୦ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଯିବ । ଏହି କ୍ଷେତ୍ରରେ ଅଧିକ ଗବେଷଣା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଗବେଷଣା ଉଦ୍ୟୋଗ ପାଇଁ ଆଇସିଏମଆର ଦ୍ୱାରା ବହୁସଂଖ୍ୟାରେ ନୂଆ ପରୀକ୍ଷାଗାର ଖୋଲାଯାଉଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ।

ନିରାକରଣ ଆଧାରିତ ସ୍ୱାସ୍ଥ୍ୟ ସେବା ଦିଗରେ ସରକାରଙ୍କ ପ୍ରୟାସର ପ୍ରଭାବ ବିଷୟରେ ଶ୍ରୀ ମୋଦୀ ଆଲୋକପାତ କରିଥିଲେ । ସ୍ୱଚ୍ଛତା ପାଇଁ ସ୍ୱଚ୍ଛ ଭାରତ ଅଭିଯାନ, ଧୂଆଁଜନିତ ରୋଗ ପାଇଁ ଉଜ୍ଜ୍ୱଳା ଯୋଜନା, ଜଳବାହିତ ରୋଗ ମୁକାବିଲା ପାଇଁ ଜଳ ଜୀବନ ମିଶନ ଏବଂ ଆନିମିଆ ଓ ଅପପୁଷ୍ଟି ଭଳି ରୋଗ ମୁକାବିଲା ପାଇଁ ଜାତୀୟ ପୋଷଣ ଅଭିଯାନ ଭଳି କାର୍ଯ୍ୟକ୍ରମ ବିଷୟରେ ସେ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ଉପରେ ମାଣ୍ଡିଆ, ବାଜରା ଜାତୀୟ ଶସ୍ୟ ବା ମିଲେଟ୍‌ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେବ । ସରକାର ଏହାକୁ ଶ୍ରୀ ଅନ୍ନ ନାମ ଦେଇଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା, ମିଶନ ଇନ୍ଦ୍ରଧନୁଷ, ଯୋଗ, ଫିଟ୍‌ ଇଣ୍ଡିଆ ଆନ୍ଦୋଳନ ଏବଂ ଆୟୁର୍ବେଦ ଆଦି ଲୋକମାନଙ୍କୁ ରୋଗ ସଂକ୍ରମଣରୁ ରକ୍ଷା କରୁଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅଧୀନରେ ଭାରତରେ ପାରମ୍ପରିକ ଚିକିତ୍ସା ପାଇଁ ବୈଶ୍ୱିକ କେନ୍ଦ୍ର ପ୍ରତିଷ୍ଠା ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ଆୟୁର୍ବେଦ କ୍ଷେତ୍ରରେ ପ୍ରମାଣ ଆଧାରିତ ଗବେଷଣା ପାଇଁ ତାଙ୍କର ଅନୁରୋଧକୁ ଦୋହରାଇଥିଲେ ।

ଆଧୁନିକ ଚିକିତ୍ସା ଭିତ୍ତିଭୂମି ଠାରୁ ଆରମ୍ଭ କରି ଡାକ୍ତରୀ ମାନବ ସମ୍ବଳ ସୃଷ୍ଟି ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପ ବିଷୟରେ ରେଖାପାତ କରି ଶ୍ରୀ ମୋଦୀ କହିଥିଲେ ଯେ, ଭାରତର ନୂତନ ସାମର୍ଥ୍ୟ କେବଳ ନିଜର ନାଗରିକମାନଙ୍କ ପାଇଁ ସ୍ୱାସ୍ଥ୍ୟ ସୁବିଧା ସୁଯୋଗାଇ ଦେବାରେ ସୀମିତ ନୁହେଁ ବରଂ ଭାରତକୁ ବିଶ୍ୱର ସବୁଠୁ ଆକର୍ଷଣୀୟ ଚିକିତ୍ସା ପର୍ଯ୍ୟଟନ ଲକ୍ଷ୍ୟସ୍ଥଳୀରେ ପରିଣତ କରିବା ଏହାର ଲକ୍ଷ୍ୟ। ସେ କହିଥିଲେ ଯେ, ଚିକିତ୍ସା ପର୍ଯ୍ୟଟନ ଭାରତରେ ଏକ ବିଶାଳ କ୍ଷେତ୍ର ଏବଂ ଏହା ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଏକ ବିଶାଳ ମାଧ୍ୟମ ପାଲଟିଛି ।

ଅଭିଭାଷଣ ଶେଷରେ, ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ସବ୍‌କା ପ୍ରୟାସ (ସମସ୍ତଙ୍କ ଉଦ୍ୟମ) ବଳରେ ଭାରତରେ ଏକ ବିକଶିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଇକୋସିଷ୍ଟମ ନିର୍ମାଣ କରାଯାଇପାରିବ ଏବଂ ଏହି କ୍ଷେତ୍ରରେ ନିଜ ନିଜର ମୂଲ୍ୟବାନ ପରାମର୍ଶ ଦେବା ପାଇଁ ସେ ସବୁ ଅଂଶୀଦାରମାନଙ୍କୁ ଅନୁରୋଧ କରିଥିଲେ । ‘‘ଏକ ସୁଦୃଢ଼ ରୋଡମ୍ୟାପ ସହିତ ବାଞ୍ଛିତ ଲକ୍ଷ୍ୟ ହାସଲ ପାଇଁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆମେ ବଜେଟ୍‌ରେ ଘୋଷଣା କରାଯାଇଥିବା ବ୍ୟବସ୍ଥାଗୁଡ଼ିକୁ କାର୍ଯ୍ୟକାରୀ କରିବା ଉଚିତ୍‌ । ସବୁ ଅଂଶୀଦାରମାନଙ୍କୁ ସାଥୀରେ ନେଇ ଆସନ୍ତା ବଜେଟ୍‌ ପୂର୍ବରୁ ସବୁ ସଂକଳ୍ପକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା ପାଇଁ ନିଜ ଅଭିଜ୍ଞତାର ଲାଭ ଉଠାଇବାକୁ ପଡ଼ିବ,’’ ସେ ଅଂଶୀଦାରମାନଙ୍କୁ କହିଥିଲେ ।

 

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s Defence Exports Explode: ₹40,000 Crore Milestone Signals a New Manufacturing Era

Media Coverage

India’s Defence Exports Explode: ₹40,000 Crore Milestone Signals a New Manufacturing Era
NM on the go

Nm on the go

Always be the first to hear from the PM. Get the App Now!
...
Text of PM’s remarks during inauguration of Swaminarayan Hindu Temple in Paris
September 06, 2026

पूज्य महंत स्वामी, फ्रांस सरकार के सम्मानित प्रतिनिधिगण, उपस्थित अतिथिगण, इंडियन कम्युनिटी के मेरे साथी, देश दुनिया से जुड़े सभी हरि भक्त, देवियों और सज्जनों, जय स्वामीनारायण!

आज फ्रांस की राजधानी पेरिस में भव्य स्वामीनारायण मंदिर का लोकार्पण हो रहा है। यह लोकार्पण भारत और फ्रांस के सांस्कृतिक संबंधों का नया युग स्तंभ है। पूज्य संत जनों और सनातन परंपरा के श्रेष्ठ जनों के आशीर्वाद के साथ आज इस लोकार्पण का मंच ‘वसुधैव कुटुम्बकम’ के भाव का मंच बन गया है। भगवान स्वामीनारायण की कृपा और हमारे संतों का स्नेह, संतों का आशीर्वाद, मेरा सौभाग्य है कि मुझे ऐसे पुण्य अवसरों से जुड़ने का अवसर हमेशा मिलता रहता है। आज भी मैं भले ही पेरिस में आप सबके बीच उपस्थित नहीं हूं, लेकिन मन से और हृदय से, मैं स्वयं को आपके बीच ही अनुभव कर रहा हूं।

साथियों,

आज इस अवसर पर मैं परम पूज्य प्रमुख स्वामी जी महाराज का भी श्रद्धापूर्वक स्मरण करता हूं। प्राचीन काल में भारत का जो सांस्कृतिक आध्यात्मिक वैभव था, उन्होंने उसके पुनर्जागरण का एक अभियान शुरू किया था। आज उसका प्रकाश यूरोप समेत पूरी दुनिया में फैल रहा है। 2024 में अबू धाबी में भव्य मंदिर का लोकार्पण हुआ था। आज वहां हजारों लोग दर्शन करने जाते हैं और अब यहां पेरिस में स्वामीनारायण मंदिर का निर्माण सृजन की यह निरंतरता, यह संतों की संकल्प शक्ति का ही प्रमाण है। मैं पुनीत कार्य के लिए पूज्य महंत स्वामी का आभार प्रकट करता हूं, मैं उनके चरणों में प्रणाम करता हूं। मैं BAPS स्वामीनारायण संस्था को और करोड़ों हरि भक्तों को इस अवसर पर हृदय की गहराई से बधाई देता हूं।

साथियों,

BAPS के माध्यम से जब अलग-अलग देश में मंदिरों की प्राण प्रतिष्ठा होती है, तो वहां भारत के प्राचीन विचार और मानवीय मूल्य भी साथ-साथ ही जाते हैं और भारत का विचार कहता है ‘समानं मनः सह चित्तमेषाम्’ अर्थात हमारे मन समान हो, हमारे हृदय साथ जुड़े। इसलिए आज जब फ्रांस में इतना भव्य मंदिर बनकर तैयार हुआ है, यह फ्रांस की विविधता को तो समृद्ध करेगा ही, इससे भारत और फ्रांस के सांस्कृतिक संबंधों को भी ऊर्जा मिलेगी।

साथियों,

बीते वर्षों में भारत और फ्रांस के संबंध नई ऊंचाइयों तक पहुंचे हैं। मेरे मित्र, प्रेसिडेंट मैक्रों के साथ मिलकर दोनों देश एक Special Global Strategic Partnership बना रहे हैं। Technology, AI और Defence से लेकर Space और Climate Action तक हम एक नई गति और नई ऊर्जा के साथ मिलकर के आगे बढ़ रहे हैं। हम 2026 को India-France Year of Innovation के रूप में भी सेलिब्रेट कर रहे हैं। भारत-फ्रांस की ये Strategic Partnership इसलिए भी खास है, क्योंकि ये हमारे पुराने सांस्कृतिक-राजनैतिक सम्बन्धों की मजबूत बुनियाद पर टिकी है। इतिहास गवाह है, फ्रांस में भारतीय सैनिकों के बलिदान का इतिहास आज भी मन-मंदिर में जीवित है। भाषा से जुड़े विषयों में रुचि रखने वाले लोग यह भी जानते हैं कि फ्रेंच स्कॉलर्स ने संस्कृत को लोकप्रिय बनाने में कितनी अहम भूमिका निभाई है। रामकृष्ण परमहंस और स्वामी विवेकानंद पर रोमाँ रोलाँ की की लेखनी हमारी सोसाइटीज़ को और करीब लाई है। पेरिस से पुडुचेरी के अरबिंदो आश्रम तक 'The mother' की spiritual journey, उसने कितने ही भारतीय और फ्रेंच साधकों को inspire किया है।

साथियों,

दशकों पहले श्रील प्रभुपाद स्वामी भी फ्रांस आए थे। इस्कॉन के जरिए भारत फ्रांस के बीच आध्यात्मिक सम्बन्धों का नया अध्याय उन्होंने शुरू किया था। आज योग भी भारत-फ्रांस के people to people कनेक्ट का एक माध्यम बन चुका है। 'इंटरनेशनल योगा डे' पर एफिल टॉवर के सामने से आने वाली तस्वीरें फ्रांस में योग की लोकप्रियता का उदाहरण बनती हैं और अब BAPS के इस भव्य मंदिर के जरिए, हमारे उन सांस्कृतिक सम्बन्धों में एक नया अध्याय जुड़ रहा है।

साथियों,

इन दिनों, भारत फ्रांस Joint Ventures की संभावनाओं पर बातें होती हैं। स्वामीनारायण मंदिर ने इस संभावना में भी एक नया आयाम जोड़ा है। यह मंदिर 'मेड इन इंडिया' है और 'बिल्ट इन फ्रांस' है। इसके काफी पत्थरों को भारत में तराशा गया है। भारत की प्राचीन प्रतिभा यहाँ फ्रांस में आधुनिक इंजीनियरिंग से आकर जुड़ चुकी है। पेरिस में इस भव्य मंदिर ने आकार लिया है। इसलिए, मैं आशा करता हूँ, यह मंदिर सदियों तक भारत और फ्रांस के बीच सहयोग और संभावनाओं का भी प्रतीक बनकर उभरेगा।

साथियों,

स्वामीनारायण मंदिर हमेशा से भक्ति के साथ-साथ सेवा का माध्यम भी रहे हैं। मुझे बताया गया है, यह मंदिर भी सेवा प्रकल्पों का वैसा ही केंद्र बनेगा। मुझे विश्वास है कि यहाँ से भारतीय संस्कृति के जो स्वर निकलेंगे, उनका लाभ पूरे यूरोप में लोगों को मिलेगा। भविष्य में मुझे जब भी समय मिलेगा, मैं इस मंदिर में दर्शन करने का प्रयास अवश्य करूंगा। इन्हीं शब्दों के साथ, एक बार फिर आज के इस लोकार्पण समारोह में सम्मिलित सभी अतिथिगणों को, सभी परिवारों को, सभी हरि भक्तों को और पूरी Indian Diaspora को मेरी ओर से इस शुभारंभ पर्व की ढेरों शुभकामनाएं!

बहुत-बहुत धन्यवाद!

मर्सी बोकू!

जय स्वामीनारायण!