ପ୍ରଧାନମନ୍ତ୍ରୀ ମୋଦୀ ଦୋହାରେ ହୋଇଥିବା ଆକ୍ରମଣକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ଏବଂ କତାରର ସାର୍ବଭୌମତ୍ୱର ଉଲ୍ଲଂଘନକୁ ନିନ୍ଦା କରିଛନ୍ତି
କୂଟନୀତି ମାଧ୍ୟମରେ ସମାଧାନ, ଉତ୍ତେଜନାକୁ ଏଡ଼ାଇବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନ
ସମସ୍ତ ପ୍ରକାରର ଆତଙ୍କବାଦ ବିରୋଧରେ ଭାରତର ଦୃଢ଼ ଆଭିମୁଖ୍ୟ ଉପରେ ପ୍ରଧାନମନ୍ତ୍ରୀଙ୍କ ଆଲୋକପାତ
ସମସ୍ତ କ୍ଷେତ୍ରରେ ଭାରତ-କତାର ସମ୍ପର୍କ ସୁଦୃଢ କରିବାକୁ ଦୁଇ ନେତାଙ୍କ ପ୍ରତିବଦ୍ଧତା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆଜି କତାରର ଆମୀର ମହାମହିମ ଶେଖ୍ ତମିମ୍ ବିନ୍ ହମଦ୍ ଅଲ୍-ଥାନିଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି।

ଦୋହାରେ ହୋଇଥିବା ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ଗଭୀର ଉଦବେଗ ପ୍ରକାଶ କରିଥିଲେ ଏବଂ କତାରର ସାର୍ବଭୌମତ୍ୱର ଉଲ୍ଲଂଘନକୁ ନିନ୍ଦା କରିଥିଲେ। ଗାଜାରେ ଯୁଦ୍ଧବିରତି ଲାଗୁ କରିବା ଏବଂ ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ କରିବା ପାଇଁ ମଧ୍ୟସ୍ଥତା ପ୍ରୟାସ ସମେତ, ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତାକୁ ପ୍ରୋତ୍ସାହିତ କରିବାରେ କତାରର ଭୂମିକାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମସ୍ତ ପ୍ରସଙ୍ଗର ସମାଧାନ ତଥା ଉତ୍ତେଜନା ବୃଦ୍ଧି ଏଡ଼ାଇବାର ଆବଶ୍ୟକତାକୁ ଦୋହରାଇଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଭାରତ ଏହି କ୍ଷେତ୍ରରେ ଶାନ୍ତି ଏବଂ ସ୍ଥିରତା ତଥା ଆତଙ୍କବାଦର ସମସ୍ତ ରୂପ ଏବଂ ଅଭିବ୍ୟକ୍ତି ବିରୁଦ୍ଧରେ ଦୃଢ ଭାବରେ ଛିଡା ହୋଇଛି।

କତାରର ଜନସାଧାରଣ ଏବଂ ଦେଶ ସହିତ ଏକତା ପ୍ରକାଶ କରିଥିବାରୁ ଶେଖ ତମିମ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ଉଭୟ ନେତା ଭାରତ-କତାର ରଣନୈତିକ ଭାଗିଦାରୀର ନିରନ୍ତର ପ୍ରଗତି ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ପାରସ୍ପରିକ ସ୍ୱାର୍ଥର ସମସ୍ତ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆଗକୁ ବଢାଇବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ଘନିଷ୍ଠ ସମ୍ପର୍କରେ ରହିବାକୁ ଉଭୟ ନେତା ରାଜି ହୋଇଥିଲେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian economy navigated well external uncertainties: RBI Bulletin

Media Coverage

Indian economy navigated well external uncertainties: RBI Bulletin
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 23, 2026
July 23, 2026

Digital Rails, PLI Jobs & Swift Justice: How PM Modi’s Governance is Rewiring India’s Future