PM Modi meets H. E. Mrs. Kim Jung-sook, First Lady of the Republic of Korea
PM Modi and First Lady Kim discuss the deep civilizational and spiritual links between India and Korea
First Lady Kim congratulates the Prime Minister on being awarded the Seoul Peace Prize

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋରିଆ ସାଧାରଣତନ୍ତ୍ରର ପ୍ରଥମ ମହିଳା ମହାମହିମ ଶ୍ରୀମତୀ କିମ ଜଙ୍ଗ-ସୁକଙ୍କୁ ସାକ୍ଷାତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣକ୍ରମେ ପ୍ରଥମ ମହିଳା କିମ ଭାରତ ଗସ୍ତରେ ଆସିଛନ୍ତି । ନଭେମ୍ବର06, 2018ରେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଆୟୋଜନ କରାଯିବାକୁ ଥିବା ଦୀପୋତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଏବଂ ଅଯୋଧ୍ୟାରେ ରାଣୀ ସୁରୀରତ୍ନା (ହେଓ ୱାଙ୍ଗ-ଓକ)ଙ୍କ ନୂତନ ସ୍ମାରକୀର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗଦେବେ । ଅଯୋଧ୍ୟା ଏବଂ  କୋରିଆ ମଧ୍ୟରେ ଅତି ପ୍ରାଚୀନ ଐତିହାସିକ ସମ୍ବନ୍ଧ ରହିଛି । ଅଯୋଧ୍ୟାର ପ୍ରସିଦ୍ଧ ରାଜକୁମାରୀ ସୁରୀରତ୍ନା 48 ଖ୍ରୀଷ୍ଟାବ୍ଦରେ କୋରିଆ ଯାତ୍ରା କରିଥିଲେ ଏବଂ କୋରିଆ ରାଜା ସୁରୋଙ୍କୁ ବିବାହ କରିଥିଲେ ।

ଆଜିର ସାକ୍ଷାତ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ଏବଂ ପ୍ରଥମ ମହିଳା କିମ ଭାରତ ଏବଂ କୋରିଆ ମଧ୍ୟରେ ରହିଥିବା ଗଭୀର ସଭ୍ୟତାଭିତ୍ତିକ ଏବଂ ଆଧ୍ୟାତ୍ମିକ ସଂଯୋଗ ବିଷୟରେ ଆଲୋଚନା କରିଥିଲେ ତଥା ଜନ-ଜନ ସମ୍ପର୍କକୁ ପ୍ରୋତ୍ସାହନ ଦେବା ସମ୍ପର୍କରେ ମତ ବିନିମୟ କରିଥିଲେ ।

ସିଓଲ ଶାନ୍ତି ପୁରସ୍କାରରେ ସମ୍ମାନିତ ହୋଇଥିବା ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ମହିଳା କିମ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ସମ୍ମାନ ବାସ୍ତବରେ ସମଗ୍ର ଭାରତବାସୀଙ୍କ ସମ୍ମାନ । 

ଜୁଲାଇ 2018ରେ ରାଷ୍ଟ୍ରପତି ମୁନ ଜେ’ଙ୍କ ସଫଳ ଭାରତ ଗସ୍ତ ସମ୍ପର୍କରେ ଉଦାରତା ପୂର୍ବକ ସ୍ମରଣ କରିଥିଲେ ଯାହା ଭାରତ – କୋରିଆ ମଧ୍ୟରେ ଥିବା ସ୍ଵତନ୍ତ୍ର ରଣନୈତିକ ଭାଗୀଦାରୀକୁ ସତେଜତା ପ୍ରଦାନ କରିଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Khichdi To Moringa Paratha: 7 Traditional Foods PM Modi Loves

Media Coverage

Khichdi To Moringa Paratha: 7 Traditional Foods PM Modi Loves
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 26, 2026
August 26, 2026

Accountability Meets Ambition: Record Low NPAs, Record Defence Output, Record Digital Adoption Under the Leadership of PM Modi