ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ରାମଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସଦସ୍ୟ ଏବଂ ରାଜସଦନ ଅଯୋଧ୍ୟାର ମୁଖ୍ୟ ଶ୍ରୀ ବିମଳେନ୍ଦ୍ର ମୋହନ ପ୍ରତାପ ମିଶ୍ରଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଶ୍ରୀ ବିମଳେନ୍ଦ୍ର ମୋହନ ପ୍ରତାପ ମିଶ୍ର ଧର୍ମୀୟ ଓ ସମାଜିକ ସେବା ଭାବନାରେ ଜୀବନକୁ ଉତ୍ସର୍ଗ କରିଥିଲେ ।
ଏକ୍ସ ର ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;
“ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସଦସ୍ୟ ଏବଂ ରାଜସଦନ ଅଯୋଧ୍ୟାର ମୁଖ୍ୟ ବିମଳେନ୍ଦ୍ର ମୋହନ ପ୍ରତାପ ମିଶ୍ରଙ୍କ ଦେହାବସାନରେ ଅତ୍ୟନ୍ତ ଦୁଃଖିତ । ତାଙ୍କ ଜୀବନ ଧାର୍ମିକ ଓ ସାମାଜିକ କାର୍ଯ୍ୟ ପ୍ରତି ସମର୍ପିତ ଥିଲା । ତାଙ୍କୁ ଚରଣରେ ଆଶ୍ରୟ ଦେବାକୁ ପ୍ରଭୁ ଶ୍ରୀରାମଙ୍କୁ ପ୍ରାର୍ଥନା କରୁଛି । ତାଙ୍କ ଶୋକାକୁଳ ପରିଜନ ଏବଂ ପ୍ରଶଂସକଙ୍କୁ ଧୈର୍ଯ୍ୟ ପ୍ରଦାନ କରନ୍ତୁ । ଓମ୍ ଶାନ୍ତି!”
श्री राम जन्मभूमि तीर्थ क्षेत्र ट्रस्ट के सदस्य और राजसदन अयोध्या के मुखिया विमलेंद्र मोहन प्रताप मिश्र जी के देहावसान से अत्यंत दुख हुआ है। उनका जीवन धार्मिक और सामाजिक कार्यों को समर्पित रहा। प्रभु श्री राम से प्रार्थना है कि उन्हें अपने श्रीचरणों में स्थान दें और उनके शोकाकुल… pic.twitter.com/DIBWorxuwX
— Narendra Modi (@narendramodi) August 24, 2025


