ରାଷ୍ଟ୍ରପତିଙ୍କ ଅଭିଭାଷଣ ଭାରତର ଉଲ୍ଲେଖନୀୟ ବିକାଶ ଯାତ୍ରାକୁ ପ୍ରତିଫଳିତ କରି ଭବିଷ୍ୟତ ପାଇଁ ଏକ ସ୍ପଷ୍ଟ ଦିଗକୁ ଦର୍ଶାଉଛି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବଜେଟ୍ ଅଧିବେଶନ ଆରମ୍ଭ ଅବସରରେ ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ପ୍ରଶଂସା କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଆଜିର ଅଭିଭାଷଣ ବ୍ୟାପକ ଏବଂ ଅନ୍ତର୍ଦୃଷ୍ଟିପୂର୍ଣ୍ଣ ଥିଲା। ଏହା ନିକଟ ଅତୀତରେ ଭାରତର ଉଲ୍ଲେଖନୀୟ ବିକାଶ ଯାତ୍ରାକୁ ପ୍ରତିଫଳିତ କରିବା ସହିତ ଭବିଷ୍ୟତ ପାଇଁ ଏକ ସ୍ପଷ୍ଟ ଦିଗକୁ ମଧ୍ୟ ଦର୍ଶାଉଛି।

ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ, ଆଜିର ଅଭିଭାଷଣରେ ଏକ ବିକଶିତ ଭାରତ ନିର୍ମାଣ ଉପରେ ଗୁରୁତ୍ୱ ସମ୍ପୂର୍ଣ୍ଣ ଭାବେ ଉପସ୍ଥାପିତ ହୋଇଛି, ଯାହା ଏକ ଶକ୍ତିଶାଳୀ ଏବଂ ଆତ୍ମନିର୍ଭରଶୀଳ ରାଷ୍ଟ୍ର ନିର୍ମାଣ ପାଇଁ ଆମର ସହଭାଗୀ ଆକାଂକ୍ଷାକୁ ପ୍ରତିଫଳିତ କରୁଛି। ଏହା ସଂସ୍କାର ଏକ୍ସପ୍ରେସକୁ ଆହୁରି ତ୍ୱରାନ୍ୱିତ କରିବା ଏବଂ ନବସୃଜନ ତଥା ସୁଶାସନ ଉପରେ ଗୁରୁତ୍ୱ ଦେବା ପାଇଁ ଆମର ସାମୂହିକ ପ୍ରତିବଦ୍ଧତାକୁ ଦୋହରାଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି:

"ଆଜି ସଂସଦର ବଜେଟ୍ ଅଧିବେଶନ ରାଷ୍ଟ୍ରପତିଙ୍କ ଉଭୟ ସଦନକୁ ଦିଆଯାଇଥିବା ପ୍ରେରଣାଦାୟକ ଭାଷଣ ସହ ଆରମ୍ଭ ହୋଇଛି। ଆମ ସଂସଦୀୟ ପରମ୍ପରାରେ ଏହି ଭାଷଣର ବିଶେଷ ଗୁରୁତ୍ୱ ରହିଛି, କାରଣ ଏହା ଆଗାମୀ ଦିନଗୁଡ଼ିକରେ ଦେଶର ବିକାଶ ଯାତ୍ରାକୁ ନେତୃତ୍ୱ ଦେବାକୁ ଥିବା ନୀତିଗତ ଦିଗଦର୍ଶନ ଓ ସାମୂହିକ ସଙ୍କଳ୍ପକୁ ସ୍ପଷ୍ଟ କରେ।

ଆଜିର ଅଭିଭାଷଣ ବ୍ୟାପକ ଏବଂ ଅନ୍ତର୍ଦୃଷ୍ଟିପୂର୍ଣ୍ଣ ଥିଲା। ଏହା ନିକଟ ଅତୀତରେ ଭାରତର ଉଲ୍ଲେଖନୀୟ ବିକାଶ ଯାତ୍ରାକୁ ପ୍ରତିଫଳିତ କରିବା ସହିତ ଭବିଷ୍ୟତ ପାଇଁ ଏକ ସ୍ପଷ୍ଟ ଦିଗ ମଧ୍ୟ ଦର୍ଶାଉଛି। ‘ବିକଶିତ ଭାରତ’ ଗଠନ ଉପରେ ଦିଆଯାଇଥିବା ଗୁରୁତ୍ୱ ଆମ ସମସ୍ତଙ୍କ ସହଭାଗୀ ଆକାଂକ୍ଷାକୁ ପ୍ରତିଫଳିତ କରି, ଏକ ଶକ୍ତିଶାଳୀ ଏବଂ ଆତ୍ମନିର୍ଭରଶୀଳ ରାଷ୍ଟ୍ର ଗଢ଼ିବାକୁ ସୁସ୍ପଷ୍ଟ ଭାବେ ପ୍ରତିବିମ୍ବିତ କରେ। ଏହି ଅଭିଭାଷଣରେ କୃଷକ, ଯୁବକ, ଗରିବ ଏବଂ ଅବହେଳିତଙ୍କ ପାଇଁ ନିରନ୍ତର ପ୍ରୟାସ ଉପରେ ଆଲୋକପାତ କରି ବିଭିନ୍ନ ବିଷୟବସ୍ତୁ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଥିଲା। ଏହା ସଂସ୍କାର ଏକ୍ସପ୍ରେସ୍‌କୁ ଅଧିକ ତ୍ୱରାନ୍ୱିତ କରିବା ସହ ନବସୃଜନ ଓ ସୁଶାସନ ଉପରେ ଆମ ସାମୂହିକ ପ୍ରତିବଦ୍ଧତାକୁ ପୁନଃନିଶ୍ଚିତ କରେ।”

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From school to PG, girls now outnumber boys

Media Coverage

From school to PG, girls now outnumber boys
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 1, 2026
May 01, 2026

From Stolen Treasures to Smart Trains: PM Modi’s Blueprint for a Proud, Connected, Self-Reliant India