ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରାଣସୀ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ବାରାଣସୀର ଲାଲ ବାହାଦୁର ଶାସ୍ତ୍ରୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଲାଲ ବାହାହୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ।

ପରେ ସେ ବାରାଣସୀର ଆନନ୍ଦ କାନନ ବାଟିକାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।




ଏହାପରେ ପ୍ରଧାନମନ୍ତ୍ରୀ ମନ ମହଲରେ ଥିବା ଆଭାସୀ ସଂଗ୍ରହାଳୟ ଗସ୍ତ କରିଥିଲେ ।

ଦଶାଶ୍ୱମେଧ ଘାଟ ନିକଟରେ ଥିବା ଏହି ସଂଗ୍ରହାଳୟ ବାରାଣସୀ ସହରର ଏକ ମହାନ ସାଂସ୍କୃତିକ ପୀଠ, ଯାହାକି ଆମ ସାଂସ୍କୃତିକ ଐତିହ୍ୟର ବିଭିନ୍ନ ଦିଗକୁ ପ୍ରଦର୍ଶିତ କରିଥାଏ ।
Tribute to an exemplary leader admired by all sections of society.
— PMO India (@PMOIndia) July 6, 2019
On landing in Varanasi, PM @narendramodi unveiled a statue of former PM Shri Lal Bahadur Shastri Ji. This statue is located at the Varanasi airport. pic.twitter.com/MWFBDzDsnK


