ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ସେପ୍ଟେମ୍ବର 17-18, 2018 ରେ ନିଜ ସଂସଦୀୟ ନିର୍ବାଚନ କ୍ଷେତ୍ର ବାରାଣସୀ ଗସ୍ତରେ ଯିବେ ।

ପ୍ରଧାନମନ୍ତ୍ରୀ ପ୍ରଥମେ ବାରାଣସୀରେ ସେପ୍ଟେମ୍ବର 17 ଅପରାହ୍ନରେ ପହଂଚିବେ । ସେଠାରୁ ନରୁର ଗ୍ରାମକୁ ଯାଇ ଅଣ-ଲାଭକାରୀ ସ୍ଵେଚ୍ଛାସେବୀ ସଂଗଠନ ‘ରୁମ-ଟୁ ରିଡ’ ସହାୟତାରେ ଚାଲିଥିବା ଏକ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ମତ ବିନିମୟ କରିବେ । ପରେ ପରେ ଡିଏଲଡବ୍ଲୁ ପରିସରରେ ପ୍ରଧାନମନ୍ତ୍ରୀ କାଶୀ ବିଦ୍ୟାପୀଠର ଛାତ୍ର ଏବଂ ସେମାନଙ୍କ ଦ୍ୱାରା ସହାୟତା ପ୍ରାପ୍ତ ପିଲାମାନଙ୍କ ସହ ସାକ୍ଷାତ କରିବେ ।

ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର18 ରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଏମପିଥିଏଟରଠାରେ ମୋଟ 500 କୋଟି ଟଙ୍କାର ବିଭିନ୍ନ ବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିବେ । ଉଦଘାଟନ ହେବାକୁ ଥିବା ପ୍ରକଳ୍ପ ମଧ୍ୟରେ ରହିଛି – ପୁରୁଣା କାଶୀ ପାଇଁ ସମନ୍ୱିତ ଶକ୍ତି ବିକାଶ ଯୋଜନା (Integrated Power Development Scheme), ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଅଟଳ ନବୋନ୍ମେଷ କେନ୍ଦ୍ର । ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଆଞ୍ଚଳିକ ଚକ୍ଷୁ ଚିକିତ୍ସା କେନ୍ଦ୍ରର ଆଧାରଶିଳା ସ୍ଥାପନ କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ଜନସଭାକୁ ମଧ୍ୟ ସମ୍ବୋଧିତ କରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi pens heartfelt letter to BJP's new Thiruvananthapuram mayor; says

Media Coverage

PM Modi pens heartfelt letter to BJP's new Thiruvananthapuram mayor; says "UDF-LDF fixed match will end soon"
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜାନୁୟାରୀ 2, 2026
January 02, 2026

PM Modi’s Leadership Anchors India’s Development Journey