ମୁମ୍ବାଇ

ପ୍ରଧାନମନ୍ତ୍ରୀ ମୁମ୍ବାଇ ମେଟ୍ରୋର ତିନୋଟି ଲାଇନ ପାଇଁ ଆଧାରଶିଳା ରଖିବେ । ଏହି ତିନି ଲାଇନ ଦ୍ଵାରା ସହରର ମେଟ୍ରୋ ନେଟୱାର୍କରେ 42 କିଲୋମିଟରରୁ ଅଧିକ ରାସ୍ତା ଯୋଡିହେବ । ତିନି ଲାଇନ ମଧ୍ୟରେ 9.2 କିଲୋମିଟର ଲମ୍ବା ଗାୟମୁଖରୁ ଶିବାଜୀ ଛକ (ମିରାରୋଡ) ମେଟ୍ରୋ – 10 ଲାଇନ, 12.7 କିଲୋମିଟର ଲମ୍ବା ବଣ୍ଡାଲାରୁ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ ମେଟ୍ରୋ – 11 ଲାଇନ ଏବଂ 20.7 କିଲୋମିଟର ଲମ୍ବା କଲ୍ୟାଣରୁ ତଲୋଜା ମେଟ୍ରୋ – 12 ଲାଇନ ରହିଛି ।

ପ୍ରଧାନମନ୍ତ୍ରୀ ଅତ୍ୟାଧୁନିକ ମେଟ୍ରୋ ଭବନର ଆଧାରଶିଳା ମଧ୍ୟ ରଖିବେ । 32 ମହଲା ବିଶିଷ୍ଟ ଏହି କେନ୍ଦ୍ର 340 କିଲୋମିଟର ଅବଧିର 14 ମେଟ୍ରୋ ଲାଇନର ସଂଚାଳନ ଏବଂ ନିୟନ୍ତ୍ରଣ କରିବ ।

ପ୍ରଧାନମନ୍ତ୍ରୀ ବନ୍ଦୋଗାରି ମେଟ୍ରୋ ଷ୍ଟେସନ, କାଣ୍ଡିବାଲି ପୂର୍ବର ଉଦ୍ଘାଟନ କରିବେ ।

ପ୍ରଧାନମନ୍ତ୍ରୀ ଅତ୍ୟାଧୁନିକ ମେଟ୍ରୋ କୋଚର ମଧ୍ୟ ଉଦ୍ଘାଟନ କରିବେ । ଏହା ମେକ ଇନ ଇଣ୍ଡିଆ ଅନ୍ତର୍ଗତ ପ୍ରଥମ ମେଟ୍ରୋ କୋଚ ହେବ ।

ପ୍ରଧାନମନ୍ତ୍ରୀ ମହା ମୁମ୍ବାଇ ମେଟ୍ରୋ ପାଇଁ ବ୍ରାଣ୍ଡ ଭିଜନ ଦସ୍ତାବିଜ ଉନ୍ମୋଚନ କରିବେ । 

ଔରଙ୍ଗାବାଦ

ଔରଙ୍ଗାବାଦରେ, ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ର ରାଜ୍ୟ ଗ୍ରାମୀଣ ଜୀବିକା ମିଶନ ଦ୍ଵାରା ଆୟୋଜିତ ରାଜ୍ୟସ୍ତରୀୟ ମହିଳା ସକ୍ଷମ ମେଳାକୁ ସମ୍ବୋଧିତ କରିବେ ।

ପ୍ରଧାନମନ୍ତ୍ରୀ ଔରଙ୍ଗାବାଦଠାରେ ସେପ୍ଟେମ୍ବର 7, 2019ରେ AURIC ବାଣିଜ୍ୟ ଓ ପ୍ରଶାସନିକ କୋଠା ଉଦ୍ଘାଟନ କରିବେ ଏବଂ DMIC AURIC ସିଟି ରାଷ୍ଟ୍ରକୁ ଉତ୍ସର୍ଗ କରିବେ । ଦିଲ୍ଲୀ–ମୁମ୍ବାଇ ଶିଳ୍ପାଞ୍ଚଳ କରିଡର ପ୍ରକଳ୍ପ ଯାହାକି ଭାରତ ସରକାରଙ୍କ ଦ୍ଵାରା ଘୋଷଣା କରାଯାଇଥିବା ପ୍ରଥମ ଶିଳ୍ପାଞ୍ଚଳ କରିଡର ପ୍ରକଳ୍ପ । ଏହା ସଂପୂର୍ଣ୍ଣ ହୋଇଗଲେ, DMIC ପ୍ରକଳ୍ପ ପାଖାପାଖି ଏକ କୋଟି ଟଙ୍କାର ନିବେଶ ଆଣିପାରିବ ଏବଂ ପାଖାପାଖି 10 ଲକ୍ଷ ଲୋକଙ୍କୁ ରୋଜଗାର ସୁଯୋଗ ଯୋଗାଇପାରିବ । ଏହି ପ୍ରକଳ୍ପ ଔରଙ୍ଗାବାଦ ଶିଳ୍ପାଞ୍ଚଳ ସିଟି ବା AURIC ସିଟି ନାମରେ ନାମିତ ହୋଇଛି  ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour