PM Modi to visit Karnataka, address three public meetings
PM Modi in Karnataka: To distribute RuPay cards to beneficiaries at the Shri Kshetra Dharmasthala Rural Development Project at Ujire
PM Modi to address the gathering at the Dashamah Soundarya Lahari Parayanotsava Mahasarmapane in Bengaluru
Karnataka: PM Modi to inaugurate the Bidar - Kalaburagi New Railway Line

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି 29.10.2017 ରେ କର୍ଣ୍ଣାଟକ ଗସ୍ତରେ ଯିବେ  । ସେ ଏହି ଦିନିକିଆ ଗସ୍ତରେ 3 ଟି ସାଧାରଣ ସଭାରେ ଉଦ୍ବୋଧନ ଦେବେ ।

ଧର୍ମସ୍ଥଳଠାରେ ଥିବା ଶ୍ରୀ ମଞ୍ଜୁନାଥ ସ୍ୱାମୀ ମନ୍ଦିରରେ ପ୍ରାର୍ଥନା କରିବା ପରେ ପ୍ରଧାନମନ୍ତ୍ରୀ ତାଙ୍କର କର୍ଣ୍ଣାଟକ ଗସ୍ତ ଆରମ୍ଭ କରିବେ । ଉଜିର ଠାରେ ଥିବା ଶ୍ରୀ କ୍ଷେତ୍ର ଧର୍ମସ୍ଥଳ ଗ୍ରାମାଞ୍ଚଳ ଉନ୍ନୟନ ପ୍ରକଳ୍ପରେ ଅନୁଷ୍ଠିତ ସାଧାରଣ ସଭାରେ ଉଦବୋଧନ ଦେବା ସହିତ ହିତାଧିକାରୀମାନଙ୍କୁ ରୂପେ କାର୍ଡ (RuPay Card) ବଣ୍ଟନ କରିବେ । ଏହାଦ୍ୱାରା ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକ ନଗଦବିହୀନ କାରବାର କରିପାରିବେ ।

ପ୍ରଧାନମନ୍ତ୍ରୀ ଏହାପରେ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିବେ । ସେଠାରେ ସେ ଦଶମ ସୌନ୍ଦର୍ଯ୍ୟ ଲହରୀ ପରାୟନୋତ୍ସବ ମହାସର୍ମାପନେଠାରେ ସମବେତ ଜନତାଙ୍କୁ ଉଦ୍ବୋଧନ ଦେବେ ।

ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ସୌନ୍ଦର୍ଯ୍ୟ ଲହରୀ ଶ୍ଳୋକାବଳି ରଚନା କରାଯାଇଥିଲା । ସୌନ୍ଦର୍ଯ୍ୟ ଲହରୀ ଶ୍ଳୋକଗୁଡ଼ିକୁ ସମତାନରେ ସମବେତ ଗାନ ନିମନ୍ତେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି  ।

ଗସ୍ତର ପରବର୍ତ୍ତୀ ପର୍ଯ୍ୟାୟରେ ବିଦାରଠାରେ ପ୍ରଧାନମନ୍ତ୍ରୀ ବିଦାର-କାଲବୁରଗୀ ନୂଆ ରେଳ ଲାଇନ ଉଦ୍ଘାଟନ କରିବେ । ଏହି ଅବସରରେ ସେଠାରେ ସେ ଏକ ସାଧାରଣ ସଭାରେ ମଧ୍ୟ ଉଦ୍ବୋଧନ ଦେବେ  ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From school to PG, girls now outnumber boys

Media Coverage

From school to PG, girls now outnumber boys
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 1, 2026
May 01, 2026

From Stolen Treasures to Smart Trains: PM Modi’s Blueprint for a Proud, Connected, Self-Reliant India