ଇଣ୍ଡୋନେସିଆ, ମାଲେସିଆ ଓ ସିଙ୍ଗାପୁର ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତି ନିମ୍ନରେ ପ୍ରଦାନ କରାଗଲା ।
“2018 ମେ 29ରୁ ଜୁନ 2 ମଧ୍ୟରେ ମୁଁ ଇଣ୍ଡୋନେସିଆ, ମାଲେସିଆ ଓ ସିଙ୍ଗାପୁର ଗସ୍ତ କରିବି । ଏହି 3 ଟି ଯାକ ରାଷ୍ଟ୍ର ସହ ଭାରତର ବଳିଷ୍ଠ ରଣନୈତିକ ଭାଗିଦାରୀତା ରହିଛି ।

ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କ ନିମନ୍ତ୍ରଣ ରକ୍ଷା କରି ମେ 29 ତାରିଖରେ ମୁଁ ଜାକର୍ତ୍ତାରେ ଥିବି । ପ୍ରଧାନମନ୍ତ୍ରୀ ଭାବେ ଏହା ହେଉଛି ମୋର ପ୍ରଥମ ଇଣ୍ଡୋନେସିଆ ଗସ୍ତ । ମେ 30 ରେ ରାଷ୍ଟ୍ରପତି ୱିଡୋଡୋଙ୍କ ସହ ହେବାକୁ ଥିବା ଆଲୋଚନା ଓ ଭାରତ-ଇଣ୍ଡୋନେସିଆ ସିଇଓ ମଂଚ ସହ ହେବାକୁ ଥିବା ମିଳିତ ଭାବ ବିନିମୟ କାର୍ଯ୍ୟକୁ ନେଇ ମୁଁ ଅତ୍ୟନ୍ତ ଆଗ୍ରହୀ । ମୁଁ ମଧ୍ୟ ଇଣ୍ଡୋନେସିଆରେ ରହୁଥିବା ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିବି ।

ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଦୃଢ଼ ଓ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି ଏବଂ ଉଭୟ ଦେଶ ମଧ୍ୟରେ ଗଭୀର ଐତିହାସିକ ଏବଂ ସଭ୍ୟତାଗତ ସମ୍ପର୍କ ରହିଛି । ଉଭୟ ଦେଶର ସଂସ୍କୃତି ଏବଂ ଧର୍ମ ବହୁବିଧ ଏବଂ ଏଠାରେ ବିବିଧ ମୁକ୍ତ ସମାଜ ରହିଛି । ମୋର ଦୃଢ଼ ବିଶ୍ୱାସ ରହିଛି ଯେ ମୋର ଏହି ଇଣ୍ଡୋନେସିଆ ଗସ୍ତ ଫଳରେ ଏସିଆର ଏହି ଦୁଇ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରେ ସହଭାଗିତା ବୃଦ୍ଧି ପାଇବ ଏବଂ ପୁନଶ୍ଚ ଏହା ଆମର ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଢ଼ୀଭୁତ କରିବ ।

ମେ 31 ରେ ସିଙ୍ଗାପୁର ଯିବା ବାଟରେ ମୁଁ ସ୍ୱଳ୍ପ ସମୟ ପାଇଁ ମାଲେସିଆ ଯାଇ ସେଠାକାର ନୂତନ ନେତୃତ୍ୱକୁ ଅଭିନନ୍ଦନ ଜଣାଇବି । ପ୍ରଧାନମନ୍ତ୍ରୀ ଡଃ ମହାଥିର ମହମ୍ମଦଙ୍କୁ ଭେଟିବା ଲାଗି ମୁଁ ଖୁବ ଆଗ୍ରହୀ ।

ସିଙ୍ଗାପୁରରେ ମୁଁ ଭାରତ ଓ ଏହି ଦେଶ ମଧ୍ୟରେ ଫିନଟେକ, ଦକ୍ଷତା ବିକାଶ, ସହରୀକରଣ ଯୋଜନା ଏବଂ କୃତ୍ରିମ ଧୀଶକ୍ତି କ୍ଷେତ୍ରରେ ଭାଗିଦାରୀତା ବୃଦ୍ଧି ନେଇ ଗୁରୁତ୍ୱାରୋପ କରିବି । ସହରୀକରଣ ବିକାଶ, ଯୋଜନା ପ୍ରସ୍ତୁତି, ସ୍ମାର୍ଟ ସିଟି ଏବଂ ଭିତ୍ତିଭୂମି ଉନ୍ନୟନ କ୍ଷେତ୍ରରେ ସିଙ୍ଗାପୁରର ବିଭିନ୍ନ ଅନୁଷ୍ଠାନ ଭାରତ ସହିତ ପ୍ରମୁଖ ଅଂଶୀଦାର ହୋଇଛନ୍ତି । ଉଭୟ ଦେଶ ପରସ୍ପର ମଧ୍ୟରେ ସହଭାଗିତାକୁ ପୁନଶ୍ଚ ବୃଦ୍ଧି କରିବା ପାଇଁ ମୋର ସିଙ୍ଗାପୁର ଗସ୍ତ ଏକ ସୁଯୋଗ ପ୍ରଦାନ କରୁଛି ।

ମେ 31ରେ ମୁଁ ଭାରତ-ସିଙ୍ଗାପୁର ଉଦ୍ୟୋଗ ଓ ନବସୃଜନ ପ୍ରଦର୍ଶନୀରେ ଭାଗନେବି । ମୁଁ ମଧ୍ୟ ସେଠାରେ ଏକ ବ୍ୟବସାୟିକ ସମୁଦାୟକୁ ଉଦବୋଧନ ଦେବା ପରେ ସିଙ୍ଗାପୁରର କେତେକ ବଛା ବଛା ପ୍ରମୁଖ ସିଇଓଙ୍କ ସହ ବ୍ୟବସାୟ ଏବଂ ପୁଞ୍ଜିନିବେଶ ସୁଯୋଗ ସମ୍ବନ୍ଧରେ ଆଲୋଚନା କରିବି ।

ଜୁନ 1ରେ ମୁଁ ସିଙ୍ଗାପୁର ରାଷ୍ଟ୍ରପତି ହାଲିମା ୟାକୋବଙ୍କୁ ଭେଟିବି । ମୁଁ ମଧ୍ୟ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲିଙ୍କ ସହ ଏକ ପ୍ରତିନିଧିସ୍ତରୀୟ ଆଲୋଚନାରେ ଭାଗନେବି । ମୁଁ ନାନ୍ୟାଙ୍ଗ ବୈଷୟିକ ବିଶ୍ୱବିଦ୍ୟାଳୟକୁ ଯିବି ଏବଂ ସେଠାରେ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବି ।
ସେହିଦିନ ସଂଧ୍ୟାରେ ସାଙ୍ଗ୍ରି-ଲା ସମ୍ମିଳନୀରେ ପ୍ରମୁଖ ବକ୍ତା ଭାବେ ମୁଁ ଉଦବୋଧନ ପ୍ରଦାନ କରିବି । ପ୍ରଥମ ଥର ପାଇଁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀକୁ ସମ୍ବୋଧିତ କରିବେ । ଆଂଚଳିକ ସୁରକ୍ଷା ବିଷୟ ଏବଂ ଏଠାରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ନେଇ ଭାରତର ପକ୍ଷ ରଖିବା ପାଇଁ ଏହା ଏକ ସୁଯୋଗ ପ୍ରଦାନ କରିବ ।

ଜୁନ 2ରେ ମୁଁ କ୍ଲିଫୋର୍ଡ ପିଏରରେ ଏକ ଫଳକ ଉନ୍ମୋଚନ କରିବି, ଯେଉଁଠାରେ ସମୁଦ୍ରରେ 1948 ମାର୍ଚ୍ଚ 27 ରେ ଗାନ୍ଧିଜୀଙ୍କ ଚିତାଭସ୍ମ ବିସର୍ଜନ କରାଯାଇଥିଲା । ମୁଁ ମଧ୍ୟ କେତେକ ପୂଜା ସ୍ଥଳକୁ ଗସ୍ତ କରିବି ଯାହାର ସଭ୍ୟତାଗତ ସମ୍ପର୍କ ଭାରତ ସହିତ ରହିଛି ।

ଗସ୍ତର ଶେଷ କାର୍ଯ୍ୟକ୍ରମ ରହିବ ସିଙ୍ଗାପୁରର ଚାଙ୍ଗି ନୌଘାଟି ପରିଦର୍ଶନ ଯେଉଁଠାରେ କି ମୁଁ ଭାରତୀୟ ନୌସେନା ଜାହାଜ ଆଇଏନଏସ ସାତପୁରାକୁ ଯିବି ଏବଂ ପଦାଧିକାରୀ ଓ ଭାରତୀୟ ନୌସେନା ଏବଂ ରୟାଲ ସିଙ୍ଗାପୁର ନୌସେନାର ନାବିକମାନଙ୍କ ସହ ଭାବ ବିନିମୟ କରିବି ।

ମୋର ଦୃଢ଼ ବିଶ୍ୱାସ ଯେ ଇଣ୍ଡୋନେସିଆ, ମାଲେସିଆ ଏବଂ ସିଙ୍ଗାପୁରକୁ ମୋର ଏହି ଗସ୍ତ ଆମର ପୂର୍ବାଂଚଳ ନୀତି ନିର୍ଦ୍ଧାରଣକୁ ଅଧିକ ଶକ୍ତି ପ୍ରଦାନ କରିବା ସହ ଏହି ତିନୋଟି ରାଷ୍ଟ୍ର ସହ ଆମର ସମ୍ପର୍କ ଓ ସହଭାଗିତା ଆହୁରି ଅଧିକ ବୃଦ୍ଧି ହେବ ।”

 
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Move from endless war to end of war': PM Modi to Russian President Putin

Media Coverage

Move from endless war to end of war': PM Modi to Russian President Putin
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates the nation on achieving 7.8% GDP growth; highlights surging economic confidence
September 01, 2026

Prime Minister Shri Narendra Modi today congratulated the nation on achieving a Gross Domestic Product (GDP) growth rate of 7.8% in the first quarter of the financial year. Sharing a video message, the Prime Minister highlighted the strong economic numbers, emphasizing that these figures reflect a surging economic confidence.

In a post on X, the Prime Minister shared:

"7.8% growth.

Strong numbers.

Even stronger confidence."