ଆଜି ଆରମ୍ଭ କରାଯାଇଥିବା ବିକାଶମୂଳକ ପ୍ରକଳ୍ପ କେରଳର ସମସ୍ତ ଅଞ୍ଚଳ ଏବଂ ବ୍ୟାପକ କ୍ଷେତ୍ରରେ ବ୍ୟାପୀ ରହିଛି : ପ୍ରଧାନମନ୍ତ୍ରୀ
ବିଗତ ଛଅ ବର୍ଷ ମଧ୍ୟରେ ଭାରତର ସୌର ଶକ୍ତି କ୍ଷମତା 13 ଗୁଣା ବୃଦ୍ଧି ପାଇଛି : ପ୍ରଧାନମନ୍ତ୍ରୀ
ଆମର ଅନ୍ନଦାତାମାନଙ୍କୁ ଉର୍ଜ୍ଜାଦାତା କରିବା ଲାଗି ଚାଷୀମାନଙ୍କୁ ସୌର କ୍ଷେତ୍ର ସହିତ ଯୋଡ଼ାଯାଉଛି : ପ୍ରଧାନମନ୍ତ୍ରୀ
ବିକାଶ ଓ ଉତ୍ତମ ପ୍ରଶାସନ ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ କିମ୍ବା ଭାଷା ଦେଖିନଥାଏ : ପ୍ରଧାନମନ୍ତ୍ରୀ

କେରଳ ରାଜ୍ୟପାଳ ଶ୍ରୀ ଆରିଫ ମହମ୍ମଦ ଖାନ, ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାୟୀ ବିଜୟନ, ମୋ କ୍ୟାବିନେଟ ସହଯୋଗୀ ଶ୍ରୀ ଆର.କେ.ସିଂହ, ଶ୍ରୀ ହରଦୀପ ସିଂହ ପୁରୀ ଓ ଅନ୍ୟ ସମ୍ମାନିତ ଅତିଥିଗଣ

 

ବନ୍ଧୁଗଣ,

ନମସ୍କାରମ କେରଳ! କିଛିଦିନ ପୂର୍ବେ କିଛି ଗୁରୁତ୍ୱପୂର୍ଣ୍ଣ ପେଟ୍ରୋଲିୟମ ପ୍ରକଳ୍ପର ଉଦଘାଟନୀ ପାଇଁ କେରଳ ଆସିଥିଲି । ପ୍ରଯୁକ୍ତିକୁ ଧନ୍ୟବାଦ, ଆଜି ଆପଣମାନଙ୍କ ସହିତ ପୁଣି ଯୋଡି ହୋଇଛି । ଆମେ କେରଳର ବିକାଶଯାତ୍ରାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛୁ । ଆଜିଠାରୁ ସମଗ୍ର କେରଳରେ ବିକାଶମୂଳକ କାମ ଆରମ୍ଭ ହେଉଛି । ଏଥିରେ ଅନେକଗୁଡିଏ କ୍ଷେତ୍ର ସାମିଲ ରହିଛି । ଭାରତର ପ୍ରଗତି ପାଇଁ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିଙ୍କୁ ନେଇ ସମୃଦ୍ଧ ଏହି ସୁନ୍ଦର ରାଜ୍ୟକୁ ଏଗୁଡିକ ଶକ୍ତିଶାଳୀ ଓ ସଶକ୍ତ କରିବ । ଦୁଇ ହଜାର ମେଗାୱାଟ ବିଶିଷ୍ଟ ସ୍ୱଦେଶୀ ଜ୍ଞାନ କୌଶଳ ସମୃଦ୍ଧ ପୁଗାଲୁର- ଥ୍ରିସୁର ହାଇ ଭୋଲଟେଜ ଡାଇରେକ୍ଟ କରେଂଟ ସିଷ୍ଟମ ଉଦଘାଟିତ ହେଉଛି । ଜାତୀୟ ଗ୍ରୀଡ ସହିତ କେରଳକୁ ଯୋଡୁଥିବା ଏହା ପ୍ରଥମ ଏଚଡିଭିସି । ଥ୍ରିସୁର କେରଳର ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ କେନ୍ଦ୍ର । ଏବେ ଏହା କେରଳର ଶକ୍ତି କେନ୍ଦ୍ର ପାଲଟିବ । ରାଜ୍ୟର ବର୍ଦ୍ଧିଷ୍ଣୁ ବିଦୁ୍ୟତ ଚାହିଦା ପୂରଣ ପାଇଁ ଏହି ବ୍ୟବସ୍ଥା ବିପୁଳ ଶକ୍ତି ସ୍ଥାନାନ୍ତରଣରେ ସାହାଯ୍ୟ କରିବ । ଦେଶର ବିଦୁ୍ୟତ ସଂଚରଣ କ୍ଷେତ୍ରରେ ପ୍ରଥମ ଥର ପାଇଁ ଏଠାରେ ଭିଏସସି କନଭର୍ଟର ପ୍ରଯୁକ୍ତି ବ୍ୟବହାର ହୋଇଛି । ନିଃସନେ୍ଦହରେ ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ମୁହୂର୍ତ ।

ବନ୍ଧୁଗଣ,

କେରଳର ଆଭ୍ୟନ୍ତରୀଣ ବିଦୁ୍ୟତ ଉତ୍ପାଦନର ଉତ୍ସ ଋତୁକାଳୀନ । ତେଣୁ ଜାତୀୟ ଗ୍ରୀଡରୁ ଆସୁଥିବା ବିଦୁ୍ୟତ ଉପରେ ରାଜ୍ୟ ଅଧିକ ନିର୍ଭରଶୀଳ । ଏହି ବ୍ୟବଧାନ କମାଇବାକୁ ପଡିବ । ଏଚଡିଭିସି ବ୍ୟବସ୍ଥା ଏଥିରେ ଆମକୁ ସାହାଯ୍ୟ କରିବ । ଏବେ ନିର୍ଭରଯୋଗ୍ୟ ଭାବେ ଶକ୍ତି ମିଳିପାରିବ । ଘରୋଇ ଓ ଶିଳ୍ପ ସଂସ୍ଥାଗୁଡିକୁ ବିଦୁ୍ୟତ ଯୋଗାଣ ପାଇଁ ଆନ୍ତଃରାଜ୍ୟ ସଂଚରଣ ନେଟୱର୍କକୁ ଏହା ସୁଦୃଢ କରିବ । ପ୍ରକଳ୍ପରେ ବ୍ୟବହାର ହୋଇଥିବା ଏଚଭିଡିସି ଉପକରଣଗୁଡିକ ଭାରତରେ ନିର୍ମିତ । ଏହା ଆତ୍ମନିର୍ଭର ଭାରତ ଅଭିଯାନକୁ ସୁଦୃଢ କରିଛି ।

ବନ୍ଧୁଗଣ,

ଆମେ କେବଳ ବିଦୁ୍ୟତ ସଂଚରଣ ପ୍ରକଳ୍ପ ଉତ୍ସର୍ଗ କରୁନାହୁଁ । ବିଦୁ୍ୟତ ଉତ୍ପାଦନ ପାଇଁ ମଧ୍ୟ ପ୍ରକଳ୍ପଟିଏ ହେଉଛି । ୫୦ ମେଗାୱାଟ କ୍ଷମତା ବିଶିଷ୍ଟ ସ୍ୱଚ୍ଛ ଶକ୍ତି ସମ୍ପଦ- କସରଗଡ ସୌର ପ୍ରକଳ୍ପ ଏହି ଅବସରରେ ଉତ୍ସର୍ଗ କରିବା ସୁଖର କଥା । ସବୁଜ ଓ ସ୍ୱଚ୍ଛ ଶକ୍ତି ସ୍ୱପ୍ନ ହାସଲ ଦିଗରେ ଏହା ଏକ ପଦକ୍ଷେପ । ଭାରତ ସୌର ଶକ୍ତିକୁ ଅଧିକ ଗୁରୁତ୍ୱ ପ୍ରଦାନ କରୁଛି । ସୌର ଶକ୍ତିରେ ଆମ ସଫଳତା ପରିବେଶ ପରିବର୍ତନ ବିରୋଧୀ ଲଢେଇକୁ ଜୋରଦାର କରିବା ସହ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବ । କୃଷକମାନଙ୍କୁ ସୌର କ୍ଷେତ୍ର ସହିତ ଯୋଡିବାକୁ ଉଦ୍ୟମ ଜାରି ରହିଛି- ଏହା ଅନ୍ନଦାତାଙ୍କୁ ଉର୍ଜାଦାତାରେ ପରିଣତ କରିବ । ପିଏସ-କୁସୁମ ଯୋଜନାରେ ଚାଷୀମାନଙ୍କୁ ୨୦ ଲକ୍ଷରୁ ଅଧିକ ସୌରଚାଳିତ ପମ୍ପ ପ୍ରଦାନ କରାଯିବ । ଗତ ୬ ବର୍ଷ ମଧ୍ୟରେ ଭାରତର ସୌର ଶକ୍ତି କ୍ଷମତା ୧୩ ଗୁଣ ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ସୌର ଗଠବନ୍ଧନ ଜରିଆରେ ଭାରତ ସାରା ବିଶ୍ୱକୁ ଏକାଠି କରିପାରିଛି ।

 

ବନ୍ଧୁଗଣ,

ଆମ ସହରଗୁଡିକ ବିକାଶର ଇଞ୍ଜିନ ଓ ନବାଚାରର ଗନ୍ତାଘର । ସହରଗୁଡିକରେ ତିନୋଟି ଉତ୍ସାହଜନକ ପ୍ରବଣତା ପରିଲକ୍ଷିତ ହେଉଛି । ପ୍ରଯୁକ୍ତିଗତ ବିକାଶ, ସକାରାତ୍ମକ ଜନସଂଖ୍ୟା ବୃଦ୍ଧି ଜନିତ ଘରୋଇ ଚାହିଦା ବୃଦ୍ଧି । ଏହି ବିକାଶକୁ ଆଗେଇ ନେବାକୁ ଆମେ ସ୍ମାର୍ଟ ସିଟି ମିଶନ ଆରମ୍ଭ କରିଛୁ । ମିଶନ ଅନ୍ତର୍ଗତ ସମନ୍ୱିତ କମାଣ୍ଡ ତଥା ନିୟନ୍ତ୍ରଣ କେନ୍ଦ୍ର ଉନ୍ନତ ସହରୀ ଯୋଜନା ଓ ପ୍ରବନ୍ଧନରେ ସହରଗୁଡିକୁ ସାହାଯ୍ୟ କରୁଛି । ଖୁସିର କଥା ୫୪ଟି କମାଣ୍ଡ କେନ୍ଦ୍ର ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ପାରିଛି । ଏଭଳି ୩୦ଟି ପ୍ରକଳ୍ପ କାର୍ଯ୍ୟାନ୍ୱୟନର ବିଭିନ୍ନ ପର୍ଯ୍ୟାୟରେ ରହିଛି । ମହାମାରୀ ବେଳେ ଏହି କେନ୍ଦ୍ରଗୁଡିକ ବେଶ ଉପଯୋଗୀ ସାବ୍ୟସ୍ତ ହୋଇଥିଲା । କେରଳର ଦୁଇଟି ସ୍ମାର୍ଟ ସିଟି ପ୍ରକଳ୍ପ ମଧ୍ୟରୁ କୋଚି ସ୍ମାର୍ଟ ସିଟି ନିଜର କମାଣ୍ଡ କେନ୍ଦ୍ର ସ୍ଥାପନ କରିସାରିଛି । ଥିରୁଭାନନ୍ତପୁରମ ସ୍ମାର୍ଟ ସିଟି ନିୟନ୍ତ୍ରଣ କେନ୍ଦ୍ର ପ୍ରସ୍ତୁତ କରୁଛି । ସ୍ମାର୍ଟ ସିଟି ମିଶନ ଅନ୍ତର୍ଗତ କେରଳର ଦୁଇଟି ସ୍ମାର୍ଟ ସିଟି- କୋଚି ଓ ଥିରୁଭାନନ୍ତପୁରମ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି । ଏପର୍ଯ୍ୟନ୍ତ ଦୁଇଟି ସ୍ମାର୍ଟ ସିଟିରେ ୭୭୩ କୋଟି ଟଙ୍କାର ୨୭ଟି ପ୍ରକଳ୍ପ କାମ ସରିଛି । ପ୍ରାୟ ୨ ହଜାର କୋଟି ଟଙ୍କାର ୬୮ଟି ପ୍ରକଳ୍ପ ପାଇପଲାଇନରେ ରହିଛି ।

ବନ୍ଧୁଗଣ,

ସହର ଭିତିଭୂମି ସୁଧାରିବା ପାଇଁ ଅମୃତ ଆଉ ଏକ ଉପକ୍ରମ । ବର୍ଜ୍ୟ ଜଳ ବିଶୋଧନ ଭିତିଭୂମି ବିକାଶ ସାଙ୍ଗକୁ ସହର ବିସ୍ତାରରେ ଅମୃତ ସାହାଯ୍ୟ କରୁଛି । କେରଳରେ ଅମୃତ ଯୋଜନାରେ ୧୧ଶହ କୋଟି ଟଙ୍କା ବିନିଯୋଗରେ ସମୁଦାୟ ୧୭୫ଟି ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଛି । ୯ଟି ଅମୃତ ସହରରେ ବ୍ୟାପକ କଭରେଜ ପ୍ରଦାନ କରାଯାଉଛି । ଆଜି ଆମେ ୭୦ କୋଟି ଟଙ୍କା ବିନିଯୋଗରେ ଦୈନିକ ୭.୫ କୋଟି ଲିଟର କ୍ଷମତା ବିଶିଷ୍ଟ ଆରୁବିକାରା ଜଳ ବିଶୋଧନ ପ୍ଲାଂଟ ଉଦ୍ଘାଟନ କରୁଛୁ । ଏହାଦ୍ୱାରା ୧୩ ଲକ୍ଷ ନାଗରିକ ଲାଭାନ୍ୱିତ ହେବେ । ମୋ ମନ୍ତ୍ରୀମଣ୍ଡଳର ସହଯୋଗୀଙ୍କ ବକ୍ତବ୍ୟ ଅନୁଯାୟୀ ଏହି ପରିଯୋଜନା ତିରୁଅନନ୍ତପୁରର ପ୍ରତି ବ୍ୟକ୍ତିଙ୍କୁ ଦୈନିକ ୧୫୦ ଲିଟର ଜଳ ଯୋଗାଇବ । ପୂର୍ବରୁ ଏହା ଦୈନିକ ୧୦୦ ଲିଟର ଥିଲା ।

ବନ୍ଧୁଗଣ,

ଆଜି ଆମେ ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ ପାଳନ କରୁଛୁ । ଛତ୍ରପତି ଶିବାଜୀ ମହାରାଜଙ୍କ ଜୀବନ ସମଗ୍ର ଭାରତବାସୀଙ୍କୁ ପ୍ରେରଣା ଯୋଗାଉଛି । ସେ ସ୍ୱରାଜ୍ୟ ଉପରେ ଜୋର ଦେଉଥିଲେ, ଯେଉଁଠି ବିକାଶର ସୁଫଳ ସମାଜର ସବୁବର୍ଗର ଲୋକଙ୍କ ପାଖରେ ପହଁଚୁଥିଲା । ଛତ୍ରପତି ଶିବାଜୀ ମହାରାଜଙ୍କ ଭାରତର ଉପକୂଳବର୍ତୀ ଅଂଚଳ ସହିତ ଭଲ ସମ୍ପର୍କ ଥିଲା । ଗୋଟିଏ ପଟେ ସେ ସୁଦୃଢ ନୌସେନା ନିର୍ମାଣ କରିଥିବା ବେଳେ ଅନ୍ୟ ପଟେ ଉପକୂଳ ବିକାଶ ଓ ମତ୍ସ୍ୟଜୀବିଙ୍କ କଲ୍ୟାଣ ପାଇଁ ସେ କଠିନ ପରିଶ୍ରମ କରିଥିଲେ । ଆମେ ସେହି ଦୃଷ୍ଟିକୋଣ ବଜାୟ ରଖିଛୁ । ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହେବାରେ ଲାଗିଛି । ପ୍ରତିରକ୍ଷା ଓ ମହାକାଶ କ୍ଷେତ୍ରରେ ବେଶ ସଫଳତା ମିଳି ପାରିଛି । ଫଳରେ ଭାରତର ପ୍ରତିଭାବାନ ଯୁବପୀଢିଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଛି । ସେହିପରି ଆମ ଦେଶ ଉନ୍ନତ ଉପକୂଳ ଭିତିଭୂମି ସୃଷ୍ଟି କରିବାରେ ବଡ ଅଭିଯାନ ଆରମ୍ଭ କରିଛି । ଭାରତ ନୀଳ ଅର୍ଥନୀତିରେ ନିବେଶ କରୁଛି । ମତ୍ସ୍ୟଜୀବିଙ୍କ ପ୍ରୟାସକୁ ପ୍ରୋତ୍ସାହିତ କରାଯାଉଛି । ମତ୍ସ୍ୟଜୀବି ସମ୍ପ୍ରଦାୟ ପାଇଁ ଆମ ଉପକ୍ରମଗୁଡିକ ଅଧିକ ଋଣ, ଅଧିକ ପ୍ରଯୁକ୍ତି, ଉନ୍ନତମାନର ଭିତିଭୂମି, ସହାୟକ ସରକାରୀ ନୀତି ଉପରେ ଆଧାରିତ । ମତ୍ସ୍ୟଜୀବିମାନଙ୍କୁ କିସାନ କ୍ରେଡିଟ କାର୍ଡ ପ୍ରଦାନ କରାଯାଉଛି । ନୂଆ ପ୍ରଯୁକ୍ତି ବ୍ୟବହାରକୁ ପ୍ରୋତ୍ସାହନ ଦେଉଛୁ, ଯାହା ସେମାନଙ୍କୁ ଜଳଯାତ୍ରାରେ ସାହାଯ୍ୟ କରିବ । ସେମାନେ ବ୍ୟବହାର କରୁଥିବା ଡଙ୍ଗାଗୁଡିକ ଆଧୁନିକୀକରଣ କରାଯାଉଛି । ସାମୁଦ୍ରିକ ଖାଦ୍ୟ ରପ୍ତାନୀ କେନ୍ଦ୍ର ଭାବେ ଭାରତକୁ ଗଢି ତୋଳିବା ପାଇଁ ସରକାରୀ ନୀତି ପ୍ରସ୍ତୁତ ହୋଇଛି । ବଜେଟରେ କୋଚିରେ ଏକ ମାଛଧରା ଜେଟି ସମ୍ପର୍କରେ ଘୋଷଣା ହୋଇଛି ।

ବନ୍ଧୁଗଣ,

ମହାନ ମାଲୟାଲମ କବି କୁମାରନସନ କରିଥିଲେ ମୁଁ ଆପଣଙ୍କ ଜାତି ପଚାରୁ ନାହିଁ ଭଉଣୀ, ପାଣି ମାଗୁଛି, ମୁଁ ତୃଷାର୍ତ ଅଛି । ବିକାଶ ଓ ସୁଶାସନ ଜାତି, ବର୍ଣ୍ଣ, ଲିଙ୍ଗ, ଧର୍ମ କିମ୍ବା ଭାଷା ଜାଣିନଥାଏ । ବିକାଶ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ । ଏହା ହିଁ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସର ମୁଖ୍ୟ ଉଦେ୍ଦଶ୍ୟ । ବିକାଶ ଆମର ଲକ୍ଷ୍ୟ । ଏକତା ଓ ବିକାଶକୁ ଆଗେଇ ନେବା ପାଇଁ ମୁଁ କେରଳ ଅଧିବାସୀଙ୍କ ସହଯୋଗ ଲୋଡୁଛି । ନନ୍ଦୀ । ନମସ୍କାରମ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways clears ₹755-crore project to build third line between Champa and Korba

Media Coverage

Indian Railways clears ₹755-crore project to build third line between Champa and Korba
NM on the go

Nm on the go

Always be the first to hear from the PM. Get the App Now!
...
Prime Minister hails India-UK Comprehensive Economic and Trade Agreement as a historic milestone for bilateral relations
June 17, 2026

The Prime Minister, Shri Narendra Modi, has expressed delight that the India-UK Comprehensive Economic and Trade Agreement will enter into force on 15 July 2026.

The Prime Minister said that the agreement will significantly boost bilateral trade and investment.

Shri Modi stated that the agreement will unlock numerous opportunities for Indian farmers, workers, MSMEs, startups and innovators and contribute meaningfully to the realisation of Viksit Bharat 2047.

The Prime Minister noted that both he and UK Prime Minister Keir Starmer, who are in Evian for the G7 Summit, are very happy with the significant momentum being added to India-UK economic ties.

The Prime Minister wrote on X;

“A historic milestone for India-UK relations.

Delighted to note that the India-UK Comprehensive Economic and Trade Agreement will enter into force on 15th July 2026.

This agreement will significantly boost our bilateral trade and investment.

It will also unlock numerous opportunities for Indian farmers, workers, MSMEs, startups and innovators and contribute meaningfully to the realisation of Viksit Bharat 2047.

Both PM Starmer and I, who are in Evian for the G7 Summit, are naturally very happy with the significant momentum being added to our economic ties.

@Keir_Starmer”