We are working towards ensuring that income of our hardworking farmers double by 2022: PM Modi
For the first time we have decided that MSP will be 1.5 times the input cost of farmers: PM Modi
The country has seen record production of pulses, fruits, vegetables and milk: PM Modi
Due to blue revolution, pisciculture has seen a jump of 26%: PM Modi
We are focussing on 'Beej Se Bazar Tak'. We are creating a system which benefits farmers from the time of sowing the seeds till selling the produce in markets: PM
Neem coating of urea has benefitted the farmers immensely, says PM Modi
Through e-NAM, farmers can now directly sell their produce in the markets; this has eliminated middlemen: PM Modi
We are promoting organic farming across the country, especially the eastern region: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବ୍ରିଜ କାର୍ଯ୍ୟକ୍ରମ ଜରିଆରେ ଦେଶର ବିଭିନ୍ନ ସ୍ଥାନରେ ଥିବା ଚାଷୀମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି । ଏଥିଲାଗି 2 ଲକ୍ଷ ଜନସେବା କେନ୍ଦ୍ର ଏବଂ 600 କୃଷି ବିଜ୍ଞାନ କେନ୍ଦ୍ରକୁ ଉପଗ୍ରହ ଭିଡିଓ ଲିଙ୍କ ଜରିଆରେ ସଂଯୁକ୍ତ କରାଯାଇଥିଲା । ଶହ ଶହ ସଂଖ୍ୟାରେ ଚାଷୀମାନେ ଏହିସବୁ କେନ୍ଦ୍ରରେ ବସି ପ୍ରଧାନମନ୍ତ୍ରୀଙ୍କ ସହ ନିଜର ଅନୁଭୂତି ବାଣ୍ଟିବା ସହ କୃଷି ସମ୍ବନ୍ଧିତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅନେକ ପ୍ରସ୍ତାବ ଦେଇଥିଲେ । ଦେଶର ଜନସାଧାରଣ ତଥା ବିଭିନ୍ନ କେନ୍ଦ୍ରୀୟ ଯୋଜନାର ହିତାଧିକାରୀମାନଙ୍କ ସହ ଏହା ପ୍ରଧାନମନ୍ତ୍ରୀଙ୍କ ସପ୍ତମ ପ୍ରତ୍ୟକ୍ଷ ବାର୍ତ୍ତାଳାପ ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ 600 ଜିଲ୍ଲାର ଚାଷୀମାନେ ଆଜିର ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ଏଥିରେ ସନ୍ତୋଷ ପ୍ରକାଶ କରି କହିଥିଲେ ଯେ, କୃଷକ ହେଉଛି ଦେଶର ଅନ୍ନଦାତା । ରାଷ୍ଟ୍ରର ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବାର ଶ୍ରେୟ କେବଳ ଚାଷୀଙ୍କର । ଏଥିରେ ଦ୍ୱିମତ ହେବାର କୌଣସି ଅବକାଶ ନାହିଁ ।

ଆଜିର ବାର୍ତ୍ତାଳାପ କାଳରେ ପ୍ରଧାନମନ୍ତ୍ରୀ ଦେଶର ଚାଷୀମାନଙ୍କ ସହ ଜୈବିକ କୃଷି, ନୀଳ ବିପ୍ଳବ, ପଶୁପାଳନ ଓ ଦୁଗ୍ଧ ଉନ୍ନୟନ, ଉଦ୍ୟାନ କୃଷି, ଫୁଲ ଚାଷ ଆଦି ବିଷୟ ଉପରେ ବିଶେଷ ଭାବେ ମତବିନିମୟ କରିଥିଲେ ।

ଦେଶର ଚାଷୀମାନଙ୍କ ପାଇଁ ତାଙ୍କର ଭବିଷ୍ୟ ଦୃଷ୍ଟି ସମ୍ପର୍କରେ ଅବତାରଣା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ,2022 ସୁଦ୍ଧା କୃଷକମାନଙ୍କ ଆୟ 2 ଗୁଣ କରିବା ଲକ୍ଷ୍ୟ ନେଇ ସରକାର କାର୍ଯ୍ୟ କରୁଛନ୍ତି । ଚାଷୀଙ୍କୁ ସେମାନଙ୍କ ଉତ୍ପାଦ ଓ ପରିଶ୍ରମର ଯେଭଳି 2 ଗୁଣ ଆୟ ମିଳିବ ସେ ଦିଗରେ ପ୍ରୟାସ ଜାରି ରହିଛି । ଚାଷୀମାନେ ଫସଲ କାର୍ଯ୍ୟକ୍ରମର ଆରମ୍ଭରୁ ଅମଳ ଓ ସଂରକ୍ଷଣ ପର୍ଯ୍ୟନ୍ତ ଯେଭଳି ସବୁସ୍ତରରେ ସରକାର, ସରକାରୀ ଏଜେନ୍ସି ଏବଂ ସମ୍ବନ୍ଧିତ ବିଭାଗମାନଙ୍କ ଠାରୁ ଯେପରି ସାହାଯ୍ୟ ସହଯୋଗ ପାଇବେ ସେ ଦିଗରେ ପଦକ୍ଷେପ ନିଆଯାଉଛି । ଚାଷ ପାଇଁ ଉଦ୍ଦିଷ୍ଟ ସମସ୍ତ ଆବଶ୍ୟକ ଉପାଦାନ, ଉପକରଣ ଓ ସଂରଜାମ ଯେପରି ସୁଲଭ ମୂଲ୍ୟରେ ଚାଷୀଙ୍କୁ ମିଳିବ ତାହା ସୁନିଶ୍ଚିତ କରାଯାଉଛି । ଏହା ଫଳରେ ଫସଲ ଉତ୍ପାଦନଜନିତ ବ୍ୟୟଭାର ହ୍ରାସ ପାଇବ ଏବଂ ଚାଷୀଙ୍କୁ ଲାଭ ମିଳିବ । ଅମଳ ପରବର୍ତ୍ତୀ ଫସଲ କ୍ଷତିକୁ ରୋକିବା ଏବଂ ଚାଷୀଙ୍କ ପାଇଁ ରୋଜଗାରର ବିକଳ୍ପ ପନ୍ଥା ପ୍ରଦାନ କରିବା ଦିଗରେ ମଧ୍ୟ ସରକାର ପ୍ରୟାସ କରୁଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବୀଜରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ ଯେଭଳି ଚାଷୀମାନେ ପାରମ୍ପରିକ ଚାଷ କାର୍ଯ୍ୟବେଳେ ସୁରକ୍ଷିତ ମଣିବେ ସେ ଦିଗରେ ପଦକ୍ଷେପ ନିଆଯାଉଛି ।

କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ 48 ମାସ ମଧ୍ୟରେ ଏ କ୍ଷେତ୍ରରେ ଅନେକ କିଛି ଦୃତ ବିକାଶ ହୋଇଛି । ଦୁଗ୍ଧ, ଫଳ, ପନିପରିବା ଆଦି କ୍ଷେତ୍ରରେ ରେକର୍ଡ ପରିମାଣର ଉତ୍ପାଦନ ହୋଇଛି ।

2014-2019 ମଧ୍ୟରେ କେନ୍ଦ୍ର ସରକାର କୃଷି କ୍ଷେତ୍ର ଲାଗି ବଜେଟ ଅଟକଳ 2.12 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । ପୂର୍ବ ସରକାରଙ୍କ 5 ବର୍ଷ କାଳରେ ବଜେଟ ଅଟକଳ ମାତ୍ର 1.21 ଲକ୍ଷ କୋଟି ଥିଲା । ଦେଶରେ 2017-18 ବର୍ଷ ଖାଦ୍ୟ ଶସ୍ୟ ଉତ୍ପାଦନ 27.9 କୋଟି ଟନରୁ ଅଧିକ ହୋଇଛି । 2010-14 ମଧ୍ୟରେ ଖାଦ୍ୟ ଶସ୍ୟ ଉତ୍ପାଦନ 25.5 କୋଟି ଟନ ଥିଲା । ନୀଳ ବିପ୍ଳବ ଯୋଗୁ ଦେଶର ମାଛ ଉତ୍ପାଦନ କ୍ଷେତ୍ରରେ 26 ପ୍ରତିଶତ ଏବଂ ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ଉଦ୍ୟୋଗ କ୍ଷେତ୍ରରେ 24 ପ୍ରତିଶତ ଅଭିବୃଦ୍ଧି ଘଟିଛି ।

ଚାଷୀଙ୍କ ସହ ମତବିନିମୟ କାଳରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନିୟମିତ ଭାବେ କିଷାନ କ୍ରେଡିଟ୍ କାର୍ଡ ମାଧ୍ୟମରେ ଚାଷୀଙ୍କୁ ଋଣ ପ୍ରଦାନ ହାର ବୃଦ୍ଧି ପାଇଛି । ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବିତରଣ ଜାରି ରହିଛି । ୟୁରିଆରେ ନିମ ପ୍ରଲେପ ଯୋଗୁ ଚାଷୀଙ୍କୁ ଠିକଣା ସମୟରେ ବିନାଦ୍ୱଧାରେ ସାର ମିଳୁଛି ଏବଂ ଏହାର ବାଟମାରଣା ବନ୍ଦ ହୋଇଯାଇଛି । ଫସଲ ବୀମା ଯୋଜନା ଜରିଆରେ ଚାଷୀଙ୍କୁ ଫାଇଦା ମିଳିଛି । ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନାରେ ଅଧିକରୁ ଅଧିକ ଚାଷ ଜମିକୁ ଜଳସେଚନ ନେଟୱର୍କ ମଧ୍ୟକୁ ଅଣାଯାଇଛି । ଏହି ଯୋଜନା ଅଧୀନରେ 100ଟି ନିର୍ମାଣାଧିନ ସେଚ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରାଯାଉଛି ଏବଂ ଅଧିକ 29 ଲକ୍ଷ ହେକ୍ଟର ଜମିକୁ ସେଚ ବ୍ୟବସ୍ଥା ମଧ୍ୟକୁ ଅଣାଯାଇଛି ।

ସରକାର ଚାଷୀଙ୍କ ପାଇଁ ଇ-ନାମ ଅନଲାଇନ ପ୍ଲାଟଫର୍ମ ସୃଷ୍ଟି କରିଛନ୍ତି । ଏହା ମାଧ୍ୟମରେ ଚାଷୀ ତାର କୃଷି ଉତ୍ପାଦ ବିନା ମଧ୍ୟସ୍ଥିରେ ବିକ୍ରି କରିବାକୁ ସକ୍ଷମ ହେଉଛି ଏବଂ ଅଧିକ ଦୁଇ ପଇସା ଲାଭ ମିଳୁଛି । ଗତ 4 ବର୍ଷ ମଧ୍ୟରେ 585ଟି ନିୟନ୍ତ୍ରିତ ପାଇକାରୀ ବଜାରକୁ ଇ-ନାମ ବ୍ୟବସ୍ଥା ମଧ୍ୟକୁ ଅଣାଯାଇଛି । ପ୍ରାୟ 22 ଲକ୍ଷ ହେକ୍ଟର ଜମିରେ ଜୈବିକ ଚାଷ ପଦ୍ଧତି ଆରମ୍ଭ କରାଯାଇଛି ଯାହାକି 2013-14 ବର୍ଷରେ ମାତ୍ର 7 ଲକ୍ଷ ହେକ୍ଟର ଥିଲା । କେନ୍ଦ୍ର ସରକାର ଉତରପୂର୍ବାଂଚଳ ରାଜ୍ୟଗୁଡିକୁ ଜୈବିକ କୃଷିର ପେଣ୍ଠସ୍ଥଳୀ ଭାବେ ଗଢ଼ିବାକୁ ଯୋଜନା କରିଛନ୍ତି ।

ଭିଡିଓ ବ୍ରିଜ ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ଚାଷୀମାନଙ୍କ ପକ୍ଷରୁ ପ୍ରଦର୍ଶିତ ହୋଇଥିବା ସମ୍ମିଳିତ ଉତ୍ସାହ ଏବଂ ଅନୁଭୂତି ବାଣ୍ଟିବାର ପରମ ଆଗ୍ରହକୁ ଭୂରିଭୂରି ପ୍ରଶଂସା କରିଥିଲେ । ଦେଶରେ ଏବେ ଚାଷୀ ଉତ୍ପାଦକ ଗୋଷ୍ଠୀ ଏବଂ ଚାଷୀ ଉତ୍ପାଦକ ସଂଗଠନମାନ ଗଠନ କରାଯାଉଥିବାରୁ ତାହା କୃଷି କ୍ଷେତ୍ର ପାଇଁ ଅତ୍ୟନ୍ତ ଲାଭପ୍ରଦ ହେବ ବୋଲି ସେ କହିଥିଲେ । ଏଭଳି ସଂଗଠନ ଜରିଆରେ ଚାଷୀମାନେ କମ ଖର୍ଚ୍ଚରେ ସେମାନଙ୍କ ଉତ୍ପାଦର ଅଧିକ ଲାଭ ପାଇବେ ଏବଂ ଅଧିକରୁ ଅଧିକ ବଜାର ସୁବିଧା ଉପଲବ୍ଧ ହେବ । ଗତ 4 ବର୍ଷ ମଧ୍ୟରେ ଏଭଳି 517ଟି ଚାଷୀ ଉତ୍ପାଦକ ସଂଗଠନ ସୃଷ୍ଟି କରାଯାଇଛି ଏବଂ ଚାଷୀ ଉତ୍ପାଦକ ସଂସ୍ଥାମାନଙ୍କୁ  ଆୟକର ରିହାତି ଦିଆଯାଉଛି ।

ପ୍ରଧାନମନ୍ତ୍ରୀଙ୍କ ସହ ମତବିନିମୟ କାଳରେ ବିଭିନ୍ନ କୃଷି ଯୋଜନାର ହିତାଧିକାରୀମାନେ ଉତ୍ପାଦନ ବୃଦ୍ଧି ଦିଗରେ ସରକାରୀ ଯୋଜନାମାନ କିପରି ସହାୟକ ହୋଇଛି ତାହା ବର୍ଣ୍ଣନା କରିଥିଲେ । ବିଶେଷ ଭାବେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଉପକାରସିଦ୍ଧ ପ୍ରମାଣିତ ହୋଇଛି ବୋଲି ଚାଷୀମାନେ କହିଥିଲେ । ସମବାୟ ଆନ୍ଦୋଳନକୁ ସୁଦୃଢ଼ କରିବା କ୍ଷେତ୍ରରେ ଚାଷୀମାନେ ସେମାନଙ୍କର ଅନୁଭୂତି ପ୍ରଧାନମନ୍ତ୍ରୀଙ୍କ ଆଗରେ କହିଥିଲେ ।

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From ISM 1.0 to 2.0: How India plans to scale its semiconductor ecosystem

Media Coverage

From ISM 1.0 to 2.0: How India plans to scale its semiconductor ecosystem
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights values of harmony and compassion on Good Friday
April 03, 2026

The Prime Minister, Shri Narendra Modi, said that Good Friday reminds us of the sacrifice of Jesus Christ.

Shri Modi expressed hope that the day deepens the values of harmony, compassion and forgiveness.

He said that brotherhood and hope should guide everyone.

In a X post, Shri Modi said;

“Good Friday reminds us of Jesus Christ’s sacrifice. May this day further deepen the values of harmony, compassion and forgiveness. May brotherhood and hope guide us all.”