ଭାରତୀୟତାର ପରିଚୟ ସୁରକ୍ଷାରେ ମହାରାଜ ସୁହେଲ ଦେବଙ୍କ ଅବଦାନକୁ ଉପେକ୍ଷା କରାଯାଇଛି: ପ୍ରଧାନମନ୍ତ୍ରୀ
ଇତିହାସ ନିର୍ମାତାଙ୍କ ପ୍ରତି ଲେଖକମାନେ କରିଥିବା ଅନ୍ୟାୟକୁ ଏବେ ସଂଶୋଧନ କରାଯାଉଛି: ଶ୍ରୀ ମୋଦୀ
ଏହି ବସନ୍ତ ଭାରତ ପାଇଁ ନୂଆ ଆଶା ଆଣିଛି ଏବଂ ମହାମାରୀର ନୈରାଶ୍ୟକୁ ପଛରେ ପକାଇ ଦେଇଛି: ପ୍ରଧାନମନ୍ତ୍ରୀ
ନୂଆ କୃଷି ଆଇନ ବିଷୟରେ ଚାଲିଥିବା ମିଥ୍ୟା ଓ ଭିତ୍ତିହୀନ ପ୍ରଚାର ପଦାରେ ପଡିଯାଇଛି: ଶ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ ଉତ୍ତର ପ୍ରଦେଶର ବହରାଇଚରେ ମହାରାଜା ସୁହେଲ ଦେବ ସ୍ମାରକ ଏବଂ ଚିତ୍ତୌରା ହ୍ରଦ ବିକାଶର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ମହାରାଜା ସୁଢଲ ଦେବଙ୍କ ନାମରେ ନାମିତ ମେଡିକାଲ କଲେଜ ଭବନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉପନିବେଶବାଦୀ ଶକ୍ତି ଦ୍ୱାରା ଭାରତୀୟ ଇତିହାସ କେବଳ ରଚନା ହୋଇନାହିଁ ; ବିଦେଶୀ ଶାସନ ପ୍ରତି ଅନୁରକ୍ତ ଓ ସମଭାବାପନ୍ନ ବ୍ୟକ୍ତିବିଶେଷଙ୍କ ଦ୍ୱାରା ମଧ୍ୟ ଏହା ଲିଖିତ ହୋଇଛି । ଭାରତର ଇତିହାସ ଲୋକଙ୍କ ଦ୍ୱାରା ପ୍ରତିପାଳିତ ହୋଇଛି ଏବଂ ଲୋକକଥାରେ ଏହା ପିଢି ପରେ ପିଢି ଆଗକୁ ବଢିଛି । ଯେଉଁମାନେ ଭାରତ ଓ ଭାରତୀୟତା ପାଇଁ ନିଜର ସବୁ କିଛି ତ୍ୟାଗ କରିଥିଲେ ସେମାନଙ୍କୁ ଦେଶର ଇତିହାସରେ ଉପଯୁକ୍ତ ଗୁରୁତ୍ୱ ଦିଆଯାଇନାହିଁ; ସେମାନଙ୍କୁ ଉପେକ୍ଷା କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କ୍ଷୋଭ ପ୍ରକାଶ କରିଥିଲେ । ସେ କହିଛନ୍ତି ଯେ ଭାରତୀୟ ଇତିହାସର ନିର୍ମାତାଙ୍କ ପ୍ରତି ଇତିହାସକାରମାନେ ଯେଉଁ ଅନ୍ୟାୟ ଓ ଅନିୟମିତତା କରିଛନ୍ତି ତାହାର ସଂଶୋଧନ କରାଯାଉଛି । ଆମେ ଆମ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଥିବାବେଳେ ଆମେ ଆମ ସ୍ୱାଧୀନତା ସଂଗ୍ରାମୀ ଓ ଇତିହାସ ନିର୍ମାତାମାନଙ୍କ ଅବଦାନକୁ ମନେ ପକାଇବା ଗୁରୁତ୍ୱପୂର୍ଣ୍ଣ ଏବଂ ସେଥିପାଇଁ ଉଦ୍ୟମ ଜାରି ରହିଛି ।

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ଲାଲକିଲ୍ଲାଠାରୁ ଆଣ୍ଡାମାନ ନିକୋବର ପର୍ଯ୍ୟନ୍ତ ତାଙ୍କ ଅବଦାନକୁ ସ୍ମରଣକରି ତାହା ପାଳନ କରୁଛୁ । ସେହିଭଳି ଷ୍ଟାଚ୍ୟୁ ଅଫ୍‍ ୟୁନିଟ ମାଧ୍ୟମରେ ସର୍ଦ୍ଦାର ପଟେଲ ଏବଂ ପଞ୍ଚତୀର୍ଥ ଜରିଆରେ ବାବା ସାହେବ ଆମ୍ବେଦକରଙ୍କୁ ମନେ ପକାଉଛୁ । ଦେଶରେ ଅଗଣିତ ବ୍ୟକ୍ତିବିଶେଷ ଯେଉଁମାନେ ସ୍ୱାଧୀନତା ଆନ୍ଦୋଳନରେ ପ୍ରମୁଖ ଭୂମିକ ଗ୍ରହଣ କରିଥିଲେ ସେମାନଙ୍କୁ ବିଭିନ୍ନ କାରଣରୁ ମାନ୍ୟତା ଓ ସ୍ୱୀକୃତି ଆଜିଯାଏଁ ମିଳିପାରି ନାହିଁ । ଚଉରି ଚଉରାର ସାହସୀମାନଙ୍କ କ୍ଷେତ୍ରରେ ଯାହା ଘଟିଥିଲା ତାହାକୁ ଆମେ କ’ଣ ଭୁଲିପାରିବା ବୋଲି ସେ ପ୍ରଶ୍ନ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେହିଭଳି ଭାରତୀୟତା ଓ ଭାରତ ପାଇଁ ମହାରାଜା ସୁହେଲ ଦେବଙ୍କ ଅବଦାନକୁ ଉପେକ୍ଷା କରାଯାଇଛି । ଏହି ଉପେକ୍ଷା ସତ୍ତ୍ୱେ ମହାରାଜ ସୁହେଲ ଦେବ ଅବଧ, ତରାଇ ଏବଂ ପୂର୍ବାଞ୍ଚଳର ଲୋକଙ୍କ ହୃଦୟରେ ଲୋକକଥା ମାଧ୍ୟମରେ ବଞ୍ଚି ରହିଛନ୍ତି ; ଅଥଚ ତାଙ୍କ ବିଷୟରେ ପଢା ବହିରେ ଉଲ୍ଲେଖ ନାହିଁ । ସେ କହିଛନ୍ତି ଯେ ମହାରାଜା ସୁହେଲ ଦେବ ଜଣେ ସମ୍ବେଦନଶୀଳ, ପ୍ରଜାନୁରଞ୍ଜନ ଓ ବିକାଶମୁଖୀ ଶାସକ ଥିଲେ । ତାଙ୍କ ପାଇଁ ଯେଉଁ ସ୍ମାରକ ନିର୍ମିତ ହେବ ତାହା ଆଗାମୀ ପିଢିକୁ ଅନୁପ୍ରାଣିତ କରିବ । ସେହିଭଳି ତାଙ୍କ ନାମରେ ନାମିତ ହୋଇଥିବା ମେଡିକାଲ କଲେଜ ଏବଂ ସ୍ୱାସ୍ଥ୍ୟସେବା ସୁବିଧାର ସଂପ୍ରସାରଣ ଦ୍ୱାରା ଏହି ଆକାଂକ୍ଷୀ ଜିଲା ଏବଂ ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ଲୋକେ ଉପକୃତ ହେବେ । ସୂଚନାଯୋଗ୍ୟ ଯେ ଦୁଇବର୍ଷ ପୂର୍ବେ ମହାରାଜା ସୁହେଲ ଦେବଙ୍କ ସ୍ମୃତିରେ ପ୍ରଧାନମନ୍ତ୍ରୀ ଏକ ସ୍ମାରକ ଡାକଟିକଟ ଉନ୍ମୋଚନ କରିଥିଲେ ।

ଆଜି ବସନ୍ତ ପଞ୍ଚମୀ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଜନସାଧାରଣଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ । ସେ କହିଥିଲେ ଯେ ଏହି ବସନ୍ତ କରୋନା ମହାମାରୀଜନିତ ନୈରାଶ୍ୟକୁ ପଛରେ ପକାଇ ଭାରତ ପାଇଁ ନୂଆ ଆଶା ଆଣିଛି । ମୁଁ ଆଶା କରୁଛି ମା’ ସରସ୍ୱତୀ ଭାରତର ଜ୍ଞାନ ଓ ବିଜ୍ଞାନକୁ ଆଶିଷ ପ୍ରଦାନ କରିବେ । ଆହୁରି ମଧ୍ୟ ଗବେଷଣା ଓ ନବସୃଜନ ମାଧ୍ୟମରେ ଯେଉଁମାନେ ରାଷ୍ଟ୍ର ନିର୍ମାଣ କାର୍ଯ୍ୟରେ ନିମଗ୍ନ ସେମାନଙ୍କୁ ମା’ ବାଗ୍‍ଦେବୀ ଆଶୀର୍ବାଦ ରହିବ ବୋଲି ମୋର ଆଶା ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଇତିହାସ, ବିଶ୍ୱାସ ଓ ଅଧ୍ୟାତ୍ମ ସହ ଜଡିତ ଯେତେସବୁ କୀର୍ତ୍ତିରାଜି ଗତ କେଇବର୍ଷ ମଧ୍ୟରେ ନିର୍ମିତ ହୋଇଛି ସେସବୁର ପ୍ରମୁଖ ଲକ୍ଷ୍ୟ ହେଲା ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା । ଉତ୍ତର ପ୍ରଦେଶ ଉଭୟ ପର୍ଯ୍ୟଟନ ଓ ତୀର୍ଥାଟନ ଦୃଷ୍ଟିରୁ ସମୃଦ୍ଧ । ଏ କ୍ଷେତ୍ରରେ ଏହାର ଅନନ୍ତ ସମ୍ଭାବନା ରହିଛି । ରାମାୟଣ ସର୍କିଟ, ଆଧ୍ୟାତ୍ମିକ ସର୍କିଟ ଓ ବୌଦ୍ଧ ସର୍କିଟଗୁଡିକୁ ବିକଶିତ କରାଯାଉଛି । ଏହାଛଡା ପ୍ରଭୁ ଶ୍ରୀରାମ, ଶ୍ରୀକୃଷ୍ଣ ଓ ବୁଦ୍ଧଦେବଙ୍କ ଜୀବନୀ ସହ ସଂପୃକ୍ତ ସ୍ଥାନଗୁଡିକୁ ବିକଶିତ କରିବା ପାଇଁ ଅଯୋଧ୍ୟା, ଚିତ୍ରକୁଟ, ମଥୁରା, ବୃନ୍ଦାବନ, ଗୋବର୍ଦ୍ଧନ, କୁଶିନଗର ଏବଂ ଶ୍ରାବସ୍ତି ଆଦି ସ୍ଥାନରେ ପର୍ଯ୍ୟଟନ ବିକାଶ କାର୍ଯ୍ୟ ହାତକୁ ନିଆଯାଇଛି । ଏସବୁ କାର୍ଯ୍ୟର ଉତ୍ତମ ଫଳ ମଧ୍ୟ ମିଳୁଛି । ଉତ୍ତର ପ୍ରଦେଶକୁ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ ପର୍ଯ୍ୟଟକ ଆସିବା ତାହାର ପ୍ରମାଣ । ସେହିଭଳି ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ଉତ୍ତର ପ୍ରଦେଶ ଦେଶର ଶ୍ରେଷ୍ଠ ୩ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପର୍ଯ୍ୟଟକଙ୍କ ଆବଶ୍ୟକତା ପୂରଣ ପାଇଁ ଉତ୍ତର ପ୍ରଦେଶରେ ଆଧୁନିକ ସଂଯୋଗ ଓ ଗମନାଗମନ ବ୍ୟବସ୍ଥା କରାଯାଉଛି । ଅଯୋଧ୍ୟା ଏବଂ କୁଶିନଗର ଆନ୍ତର୍ଜାତିକ ବିମାନ ବନ୍ଦର ପର୍ଯ୍ୟଟକଙ୍କ ପାଇଁ ବିଶେଷ ଉପଯୋଗୀ ହେବ । ଭବିଷ୍ୟତରେ ଉଭୟ ଦେଶୀ ଓ ବିଦେଶୀ ପର୍ଯ୍ୟଟକ ଏହାର ସୁଯୋଗ ନେବେ । ସେହିଭଳି ଉତ୍ତର ପ୍ରଦେଶରେ ଯେଉଁ ଛୋଟବଡ଼ 10-12ଟି ବିମାନ ବନ୍ଦର ତିଆରି ହେଉଛି ସେଥିମଧ୍ୟରୁ ଅଧିକାଂଶ ପୂର୍ବାଞ୍ଚଳରେ ଅବସ୍ଥିତ । ସେ କହିଛନ୍ତି ଯେ ପୂର୍ବାଞ୍ଚଳ ଏକ୍ସପ୍ରେସ, ବୁନ୍ଦେଲଖଣ୍ଡ ଏକ୍ସପ୍ରେସ, ଗଙ୍ଗା ଏକ୍ସପ୍ରେସ, ଗୋରଖପୁର ଲିଙ୍କ୍‍ ଏକ୍ସପ୍ରେସ, ବଲିଆ ଲିଙ୍କ୍‍ ଏକ୍ସପ୍ରେସ ଭଳି ଯେଉଁସବୁ ଆଧୁନିକ ଓ ପ୍ରଶସ୍ତ ସଡକମାନ ତିଆରି ଚାଲିଛି ତାହା ଆଧୁନିକ ଉତ୍ତର ପ୍ରଦେଶର ଆଧୁନିକ ଭିତ୍ତିଭୂମି ନିର୍ମାଣର ଅୟମାରମ୍ଭ । ସେ କହିଛନ୍ତି ଯେ ଦୁଇଟି ବୃହତ୍‍ ସମର୍ପିତ ଫ୍ରେଟ କରିଡରର ସଂଗମସ୍ଥଳ ଉତ୍ତର ପ୍ରଦେଶ । ଏହି ରାଜ୍ୟରେ ଆଧୁନିକ ଭିତ୍ତିଭୂମି ସୃଷ୍ଟି କରାଯିବା ଫଳରେ ନିବେଶକମାନେ ପୁଞ୍ଜି ନିବେଶ ପାଇଁ ବିଶେଷ ଆଗ୍ରହ ପ୍ରକାଶ କରୁଛନ୍ତି । ଉତ୍ତର ପ୍ରଦେଶରେ ଉଭୟ ଉଦ୍ୟୋଗ ଓ ଯୁବକମାନଙ୍କ ପାଇଁ ନୂଆ ସୁବିଧା ସୁଯୋଗ ତିଆରି ହେଉଛି ।

କରୋନା ମହାମାରୀର ସଫଳ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶ ସରକାରଙ୍କୁ ପ୍ରଶଂସା କରିଛନ୍ତି । ସେହିଭଳି ରାଜ୍ୟରେ ମସ୍ତିଷ୍କ ପ୍ରଦାହ ରୋଗ ସଂକ୍ରମଣ ଉଲ୍ଲେଖନୀୟଭାବେ ହ୍ରାସ ପାଇବା ଏକ ଭଲ ଖବର; ଏହା ଫଳରେ ପୂର୍ବାଞ୍ଚଳବାସୀ ଆଶ୍ୱସ୍ତ ହୋଇଛନ୍ତି ବୋଲି ସେ କହିଛନ୍ତି । ଏହା ପଛରେ ରାଜ୍ୟ ସରକାରଙ୍କ ନିଷ୍ଠା କଥା ସେ ଉଲ୍ଲେଖ କରିଛନ୍ତି । ଗତ 6 ବର୍ଷ ମଧ୍ୟରେ ଉତ୍ତର ପ୍ରଦେଶରେ ମେଡିକାଲ କଲେଜ ସଂଖ୍ୟା 14ରୁ 24କୁ ବୃଦ୍ଧି ପାଇଛି ବୋଲି ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୋରଖପୁର ଏବଂ ବରେଲିରେ ଦୁଇଟି ଏମ୍ସର ନିର୍ମାଣ କାର୍ଯ୍ୟ ଚାଲିଛି । ଏହା ବ୍ୟତୀତ ଆଉ 22ଟି ନୂଆ ମେଡିକାଲ କଲେଜ ତିଆରି ହେଉଛି । ବାରାଣସୀରେ ଖୋଲିଥିବା ଆଧୁନିକ କ୍ୟାନସ୍‍ର ହସପିଟାଲ ସୁବିଧା ପୂର୍ବାଞ୍ଚଳବାସୀ ପାଇପାରିବେ । ସେ ମଧ୍ୟ ଏହି ଅବସରରେ ଉତ୍ତର ପ୍ରଦେଶ ଜଳଜୀବନ ମିସନର କାର୍ଯ୍ୟକୁ ପ୍ରଶଂସା କରିଥିଲେ । ସ୍ୱଚ୍ଛ ପାନୀୟଜଳ ଲୋକେ ପାଇଲେ ଅନେକ ବ୍ୟାଧିରୁ ରକ୍ଷା ପାଇବେ ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ ।

ଉତ୍ତରପ୍ରଦେଶ ଚାଷୀଙ୍କ ସଂପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ଗରିବ ଲୋକ ଓ ଚାଷୀମାନେ ଉନ୍ନତ ବିଦ୍ୟୁତ୍‍, ଜଳ ଯୋଗାଣ, ସଡକ ଏବଂ ସ୍ୱାସ୍ଥ୍ୟ ସୁବିଧାରୁ ସିଧାସଳଖ ଉପକୃତ ହେଉଛନ୍ତି । ପିଏମ୍‍ କିଷାନ ସମ୍ମାନ ନିଧି ଯୋଜନାରେ ରାଜ୍ୟର 2.5 କୋଟି ଚାଷୀ ସିଧାଳସଖ ଲାଭ ପାଉଛନ୍ତି । ଆଗରୁ ସେମାନେ ସାର ବସ୍ତାଏ କିଣିବା ପାଇଁ ଋଣ କରୁଥିଲେ । ଏବେ ସେ ଅବସ୍ଥା ନାହିଁ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୃଷି ଉତ୍ପାଦକ ସଂଗଠନ ତିଆରି ହେବା ଫଳରେ ଚାଷୀମାନେ ବିଶେଷ ଉପକୃତ ହେବେ । ଏଥିରେ ଚାଷଜମିର ଚକବନ୍ଦୀ ସୁବିଧା ମିଳିବ । ଛୋଟ ଛୋଟ ଚାଷୀ ମିଶି ଯେଉଁ ଚକ ତିଆରି କରିବେ ତାହା ବଡ଼ ବଡ଼ ଚାଷୀଙ୍କ ଜମିଠାରୁ ଅଧିକ ହେବ ଏବଂ ସେମାନେ ଏହାଦ୍ୱାରା ଲାଭବାନ ହେବେ । ସହଯୋଗଭିତ୍ତିରେ ସେମାନେ ନିଜର ଉତ୍ପାଦିତ ପନିପରିବା, ଫଳ, ଦୁଗ୍ଧ, ମାଛ ଓ ଅନ୍ୟାନ୍ୟ ସାମଗ୍ରୀକୁ ସୁବିଧାରେ ବିକ୍ରିବଟା କରି ନିଜର ରୋଜଗାର ବଢାଇପାରିବେ । ବଡ଼ ବଡ଼ ବଜାରରେ ପହଞ୍ଚିବା ପାଇଁ କିଷାନ ରେଳ ପ୍ରଚଳନ କରାଯାଇଛି । ଏହାର ସୁବିଧା ମଧ୍ୟ ଚାଷୀ ନେଲେଣି । କୃଷି କ୍ଷେତ୍ରରେ ଯେଉଁସବୁ ସଂସ୍କାର ଆସିଛି ତାହା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ । ଏହି ସଂସ୍କାର ସପକ୍ଷରେ ଚାଷୀ ମହଲରୁ ଅନୁକୂଳ ପ୍ରସ୍ତାବ ବହୁ ସଂଖ୍ୟାରେ ମିଳୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ କୃଷି ଆଇନ ସଂପର୍କରେ ନାନାପ୍ରକାର ଅପପ୍ରଚାର ଓ ଭୁଲତଥ୍ୟ ପ୍ରଚାର କରାଯାଉଛି । ସେ କହିଛନ୍ତି ଯେ ଦେଶକୁ ବିଦେଶୀ କମ୍ପାନୀମାନଙ୍କୁ ଡାକିବା ପାଇଁ ଯେଉଁମାନେ ଆଇନ ତିଆରି କରିଥିଲେ ଏବେ ସେହି ଲୋକମାନେ ଭାରତୀୟ କମ୍ପାନୀଗୁଡିକ ବିରୋଧରେ ଚାଷୀଙ୍କୁ ମତାଇ ଉଦ୍‍ଭ୍ରାନ୍ତ କରୁଛନ୍ତି । ସେମାନଙ୍କର ଏହି ମିଥ୍ୟା ଓ ଅପପ୍ରଚାର ପଦାରେ ପଡିଯାଇଛି । ନୂଆ କୃଷି ଆଇନ ପ୍ରଣୀତ ହେବା ପରେ ଧାନର ସଂଗ୍ରହ ପରିମାଣ ଉତ୍ତର ପ୍ରଦେଶରେ ଗତବର୍ଷ ତୁଳନାରେ ଦ୍ୱିଗୁଣିତ ହୋଇଛି । ଯୋଗୀ ସରକାର ଇତିମଧ୍ୟରେ ଆଖୁଚାଷୀଙ୍କ ପାଇଁ 1 ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଆଖୁଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ଦେବା ନିମନ୍ତେ କେନ୍ଦ୍ର ସରକାର ମଧ୍ୟ ହଜାର ହଜାର କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି । ଏହି ଟଙ୍କା ରାଜ୍ୟ ସରକାର ଚିନିକଳ ମାଲିକଙ୍କୁ ଦେବେ ଓ ସେମାନଙ୍କଠାରୁ ଚାଷୀ ସେମାନଙ୍କ ପ୍ରାପ୍ୟ ପାଇବେ । ଆଖୁଚାଷୀ ଯେପରି ଠିକ୍‍ ସମୟରେ ସେମାନଙ୍କର ପ୍ରାପ୍ୟ ପାଆନ୍ତି ରାଜ୍ୟ ସରକାର ତାହା ନିଶ୍ଚିତ କରିବେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗ୍ରାମାଞ୍ଚଳ ଲୋକ ଓ ଚାଷୀଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ଏଥିପାଇଁ ସବୁ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି । ସ୍ୱାମିତ୍ୱ ଯୋଜନାରେ ଘର ଓ ଆବାସିକସ୍ଥଳର ଜବରଦଖଲ ସମ୍ଭାବନା ଦୂର ହୋଇଛି । ପ୍ରକୃତ ମାଲିକଙ୍କୁ ଏହାର ସ୍ୱତ୍ୱ ମିଳୁଛି । ଉତ୍ତର ପ୍ରଦେଶର ପ୍ରାୟ 50ଟି ଜିଲାରେ ଏହି ଯୋଜନାରେ ଘର ଓ ଜମି ଆଦିର ସର୍ଭେ କାର୍ଯ୍ୟ ଡ୍ରୋନ ସାହାଯ୍ୟରେ କରାଯାଉଛି । ସେଥିମଧ୍ୟରୁ 12 ହଜାର ଗ୍ରାମରେ ସର୍ଭେ ଶେଷ ହୋଇଛି ଏବଂ ଦୁଇଲକ୍ଷରୁ ଅଧିକ ପରିବାରକୁ ସଂପତ୍ତି କାର୍ଡ ଯୋଗାଇ ଦିଆଯାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର ଯେତେବେଳେ ଭୂମି ଉପରେ ମାଲିକର ଅଧିକାରକୁ ସାବ୍ୟସ୍ତ କରି ସେମାନଙ୍କୁ କାର୍ଡ ପ୍ରଦାନ କରୁଛି ସେତେବେଳେ କୃଷି ଆଇନ ଦ୍ୱାରା ଚାଷୀଙ୍କଠାରୁ ଜମି ଛଡାଇ ନେବାର ସମ୍ଭାବନା ଆସିଲା କେଉଁଠି ? ସେ କହିଛନ୍ତି ଯେ ପ୍ରତ୍ୟେକ ନାଗରିକଙ୍କୁ ସଶକ୍ତ ଏବଂ ଦେଶକୁ ଆତ୍ମନିର୍ଭର କରିବା ଆମର ଲକ୍ଷ୍ୟ । ଏଥିପାଇର୍ ଆମେ ଅଙ୍ଗୀକୃତ ହୋଇ କାର୍ଯ୍ୟ କରୁଛୁ । ଗୋସ୍ୱାମୀ ତୁଳସୀ ଦାସଙ୍କ ରାମରଚିତ ମାନସରୁ ଏକ ଚୌପଦି ଉଦ୍ଧାର କରି ପ୍ରଧାନମନ୍ତ୍ରୀ ତାଙ୍କର ବକ୍ତବ୍ୟ ଶେଷ କରିଥିଲେ । ଏହାର ଅର୍ଥ ହେଲା ଯେ ସତ୍‍ ଉଦ୍ଦେଶ୍ୟ ନେଇ କୌଣସି କାର୍ଯ୍ୟ ଆରମ୍ଭ କଲେ ଏବଂ ହୃଦୟରେ ପ୍ରଭୁ ଶ୍ରୀରାମଙ୍କୁ ରଖିଲେ ଏଥିରେ ସଫଳ ହେବା ନିଶ୍ଚିତ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Praises Farmers For Taking India's Rich Mango Heritage To Global Markets

Media Coverage

PM Modi Praises Farmers For Taking India's Rich Mango Heritage To Global Markets
NM on the go

Nm on the go

Always be the first to hear from the PM. Get the App Now!
...
Prime Minister hold talks with Myanmar President U Min Aung Hlaing
June 01, 2026

The Prime Minister, Shri Narendra Modi, today held productive talks with the President of Myanmar, U Min Aung Hlaing.

The Prime Minister noted that India is honoured that President U Min Aung Hlaing chose India for his first foreign visit as President. He also expressed happiness that the President began his programme in India from Bodh Gaya with the blessings of Lord Buddha.

During the talks, the two leaders reviewed the full range of India-Myanmar relations and discussed ways to further strengthen bilateral cooperation.

The discussions covered avenues to deepen cooperation in trade, rare earths, healthcare, connectivity, heritage restoration and capacity building. The two sides also agreed to work closely in areas such as maritime security, cyber security and other sectors of mutual interest.

The Prime Minister underlined that Myanmar is vital to India’s ‘Neighbourhood First’, ‘Act East’ and Indo-Pacific policies, reaffirming the importance India attaches to its relations with Myanmar.

The Prime Minister wrote on X;

“Had a productive meeting with President U Min Aung Hlaing of Myanmar. We in India are honoured that he has chosen India for his first foreign visit as President. Equally gladdening is the fact that he began the visit from Bodh Gaya, with the blessings of Lord Buddha. We reviewed the full range of India-Myanmar relations. Myanmar is vital to India’s policies of ‘Neighbourhood First’, ‘Act East’ and Indo-Pacific.”

“Our talks covered ways to deepen cooperation in trade, rare earths, healthcare, connectivity, heritage restoration and capacity building. We also agreed to work closely in areas such as maritime security, cyber security and more.”