ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସେନାକୁ ଅର୍ଜୁନ ମେନ ବ୍ୟାଟେଲ ଟ୍ୟାଙ୍କ (ଏମକେ-1ଏ) ଅର୍ପଣ କରାଗଲା
ପ୍ରଧାନମନ୍ତ୍ରୀ ପୁଲୱାମା ଆକ୍ରମଣର ଶହୀଦମାନଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି
ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ଉପରେ ଧ୍ୟାନ କେନ୍ଦ୍ରିତ
ଏହିସବୁ ପ୍ରକଳ୍ପ ନବୋନ୍ମେଷ ଏବଂ ସ୍ୱଦେଶୀ ବିକାଶର ପ୍ରତୀକ ଓ ତାମିଲନାଡ଼ୁର ବିକାଶକୁ ପ୍ରୋତ୍ସାହିତ କରିବ : ପ୍ରଧାନମନ୍ତ୍ରୀ
ବଜେଟରେ ଭାରତର ଉପକୂଳବର୍ତ୍ତୀ କ୍ଷେତ୍ରର ବିକାଶ ପ୍ରତି ବିଶେଷ ଗୁରୁତ୍ୱାରୋପ କରାଯାଇଛି : ପ୍ରଧାନମନ୍ତ୍ରୀ
ଦେଦେବନ୍ଦ୍ରକୁଲା ଭ‍େଲ୍ଲାଲର ସମୁଦାୟ ଏବେ ନିଜ ପାରମ୍ପରିକ ନାମରେ ପରିଚିତ ହେବେ; ଦୀର୍ଘ ସମୟ ଧରି ପଡ଼ି ରହିଥିବା ଦାବି ପୂରଣ କରାଗଲା
ସରକାର ସବୁବେଳେ ଶ୍ରୀଲଙ୍କାରେ ଥିବା ଆମ ତାମିଲ ଭାଇ ଓ ଭଉଣୀଙ୍କ କଲ୍ୟାଣ ଓ ଆକାଂକ୍ଷା ପ୍ରତି ଧ୍ୟାନ ଦେଇଛନ୍ତି : ପ୍ରଧାନମନ୍ତ୍ରୀ
ତାମିଲନାଡ଼ୁ ସଂସ୍କୃତିକୁ ସଂରକ୍ଷିତ କରିବା ଏବଂ ଉତ୍ସବ ପାଳନ କରିବା ଦିଗରେ କାମ କରିବା ଆମ ପାଇଁ ସମ୍ମାନର ବିଷୟ; ତାମିଲନାଡ଼ୁର ସଂସ୍କୃତି ବିଶ୍ୱ ସ୍ତରରେ ଅତ୍ୟନ୍ତ ଲୋକପ୍ରିୟ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଚେନ୍ନାଇ ଠାରେ ଅନେକଗୁଡ଼ିକ ପ୍ରମୁଖ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ ଭାରତୀୟ ସେନାକୁ ଅର୍ଜୁନ ମେନ ବ୍ୟାଟେଲ ଟ୍ୟାଙ୍କ (ଏମକେ-1ଏ) ଅର୍ପଣ କରିଥିଲୋ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହିସବୁ ପ୍ରକଳ୍ପ ନବୋନ୍ମେଷ ଏବଂ ସ୍ୱଦେଶୀ ବିକାଶର ପ୍ରତୀକ। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ତାମିଲନାଡ଼ୁର ବିକାଶକୁ ଆହୁରି ପ୍ରୋତ୍ସାହନ ମିଳିପାରିବ। ସେ କହିଥିଲେ ଯେ ତାଞ୍ଜାଭୁର ଏବଂ ପୁଦୁକ୍କୋଟ୍ଟଇକୁ ବିଶେଷ ଭାବେ ଲାଭ ମିଳିବ। କାରଣ ଏଠାରେ ଆଜି 636 କିମି ଲମ୍ବ ଗ୍ରାଣ୍ଡ ଆନିକଟ କେନାଲ ପ୍ରଣାଳୀର ଆଧୁନିକୀକରଣ କରିବା ଲାଗି ଶିଳାନ୍ୟାସ ସ୍ଥାପନ କରାଯାଉଛି। ଏହି ପ୍ରକଳ୍ପ ଫଳରେ ବ୍ୟାପକ ପ୍ରଭାବ ପଡ଼ିବ। ଏହା ଦ୍ୱାରା 2.27 ଲକ୍ଷ ଏକ ଜମିକୁ ଜଳସେଚନ ସୁବିଧା ମିଳିପାରିବ। ପ୍ରଧାନମନ୍ତ୍ରୀ ଖାଦ୍ୟଶସ୍ୟର ରେକର୍ଡ ଉତ୍ପାଦନ ଏବଂ ଜଳସମ୍ପଦର ଉଚିତ ଉପଯୋଗ ଲାଗି ତାମିଲନାଡ଼କୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଗ୍ରାଣ୍ଡ ଆନିକଟ ଆମର ଗୌରବଶାଳୀ ଅତୀତର ଏକ ଜୀବନ୍ତ ପ୍ରମାଣ। ଏହା ଆମ ଦେଶର ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପାଇଁ ଏକ ପ୍ରେରଣା ମଧ୍ୟ। ପ୍ରଧାନମନ୍ତ୍ରୀ ତାମିଲ କବି ଅବ୍ବୟାରଙ୍କ ଉଦାହରଣ ଦେଇ ଜଳ ସଂରକ୍ଷଣର ଆବଶ୍ୟକତା ଉପରେ ଜୋର ଦେଇଥିଲେ, କାରଣ ଏହା କେବଳ ଏକ ଜାତୀୟ ପ୍ରସଙ୍ଗ ନୁହେଁ, ବରଂ ଏକ ବିଶ୍ୱ ପ୍ରସଙ୍ଗ। ସେ ‘ପ୍ରତି ବୁନ୍ଦା ଅଧିକ ଫସଲ (ୱାନ ଡ୍ରପ୍ ମୋର କ୍ରପ୍) ମନ୍ତ୍ରକୁ ମନେ ରଖିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ। 

ପ୍ରଧାନମନ୍ତ୍ରୀ ଆଜି ଚେନ୍ନାଇ ମେଟ୍ରୋ ରେଳର ପ୍ରଥମ ପର୍ଯ୍ୟାୟର ନ କିମି ଲମ୍ବ ଭାଗକୁ ଉଦଘାଟନ କରିଥିଲେ । କୋଭିଡ଼ ମହାମାରୀ ସତ୍ତ୍ବେ ଏହି ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ ହୋଇଛି। ଏହି ପ୍ରକଳ୍ପ ଆତ୍ମନିର୍ଭର ଭାରତକୁ ପ୍ରୋତ୍ସାହନ ଦେବା ଅନୁରୂପ ହୋଇପାରିଛି। ଏହି ପ୍ରକଳ୍ପ ଲାଗି ରୋଲିଂ ଷ୍ଟକ ସ୍ଥାନୀୟ ଭାବେ କ୍ରୟ କରାଯାଇଛି ଏବଂ ନିର୍ମାଣ ଗତିବିଧି ଭାରତୀୟ ଠିକାଦାରମାନେ ସମ୍ପୂର୍ଣ୍ଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଚଳିତ ବର୍ଷ ବଜେଟରେ ଏହି ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟର 119 କିମି ନିର୍ମାଣ ନିମନ୍ତେ 63 ହଜାର କୋଟି ଟଙ୍କାରୁ ଅଧିକ ଅର୍ଥରାଶି ଆବଣ୍ଟିତ କରାଯାଇଛି। ଏହା ଗୋଟିଏ ଥରକେ କୌଣସି ସହର ପାଇଁ ମଞ୍ଜୁର କରାଯାଇଥିବା ସବୁଠୁ ବଡ଼ ପ୍ରକଳ୍ପ ମଧ୍ୟରେ ଅନ୍ୟତମ। ସେ କହିଥିଲେ ଯେ ସହରୀ ପରିବହନ ଉପରେ ଉଚିତ୍ ଧ୍ୟାନ ଦେବା ଫଳରେ ଏଠାକାର ନାଗରିକମାନଙ୍କ ପାଇଁ ‘ଇଜ୍ ଅଫ ଲିଭିଂ’କୁ ପ୍ରୋତ୍ସାହନ ମିଳିବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉନ୍ନତ କନେକ୍ଟିଭିଟି ସୁବିଧା ଉପଲବ୍ଧ ହେବା ଫଳରେ ବ୍ୟବସାୟ କ୍ଷେତ୍ରରେ ସହାୟତା ମିଳିପାରିବ। ଚେନ୍ନାଇ ବେଳାଭୂମି, ଗୋଲ୍ଡେନ କ୍ବାଡ୍ରିଲ୍ୟାଟରାଲ ଅଧୀନସ୍ଥ ଇନ୍ନୋର ଅଟ୍ଟିପଟ୍ଟୁ ଭାଗ ରାସ୍ତା ଅତ୍ୟନ୍ତ ବ୍ୟସ୍ତବହୁଳ। ଏଠାରେ ଅଧିକ ଟ୍ରାଫିକ ଭିଡ଼ ହୋଇଥାଏ। ସେ କହିଥିଲେ ଯେ ଚେନ୍ନାଇର ବନ୍ଦର ଏବଂ କାମରାଜାର ବନ୍ଦର ମଧ୍ୟରେ ଦ୍ରୁତଗତିରେ ମାଲ ପରିବହନ ସୁନିଶ୍ଚିତ କରାଯିବାର ଆବଶ୍ୟକତା ରହିଛି। ସେ ଏହି ବିଶ୍ୱାସ ପ୍ରକଟ କରିଥିଲେ ଯେ ଚେନ୍ନାଇ ବେଳାଭୂମି ଏବଂ ଅଟ୍ଟିପଟ୍ଟୁ ମଧ୍ୟରେ ଚତୁର୍ଥ ଲାଇନ ଏ ଦିଗରେ ସହାୟକ ହେବ। ସେ ଏହା ମଧ୍ୟ କହିଥିଲେ ଯେ ଭେଲ୍ଲୁପୁରମ, ତଞ୍ଜାଭୁର ତିରୁଭରୁଭର ପ୍ରକଳ୍ପର ବିଦ୍ୟୁତିକରଣ ଡେଲ୍ଟା ଜିଲ୍ଲା ପାଇଁ ବଡ଼ ବରଦାନ ସିଦ୍ଧ ହେବ।

 

ପ୍ରଧାନମନ୍ତ୍ରୀ ଆଜି ପୁଲ ୱାମା ଆକ୍ରମଣର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେ କହିଥିଲେ ଯେ ଆମେ ସେହିସବୁ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛୁ ଯେଉଁମାନଙ୍କୁ ଆମେ ଏହି ଆକ୍ରମଣରେ ହରାଇଥିଲୁ। ଆମେ ଆମ ସୁରକ୍ଷାବାହିନୀଙ୍କୁ ନେଇ ଗର୍ବିତ। ସେମାନଙ୍କର ସାହସ ଆଗାମୀ ପିଢ଼ି ପାଇଁ ପ୍ରେରଣା ପାଲଟିବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଲାଗି ବ୍ୟାପକ ଭାବେ ପ୍ରୟାସ ଆରମ୍ଭ କରିଛି। ସେ କହିଥିଲେ ଯେ ଏହି ପ୍ରୟାସ ବିଶ୍ୱର ସବୁଠୁ ପୁରୁଣା ଭାଷା ତାମିଲର ମହାକବି ସୁବ୍ରମଣ୍ୟମ ଭାରତୀଙ୍କ ଲେଖନୀରୁ ଅନୁପ୍ରାଣିତ ହୋଇଛି। ସେ କହିଥିଲେ ଆସନ୍ତୁ ଆମେ ଅସ୍ତ୍ରଶସ୍ତ୍ର ତିଆରି କରିବା, ଆସନ୍ତୁ ଆମେମାନେ କାଗଜ ତିଆରି କରିବା, କାରଖାନା, ବିଦ୍ୟାଳୟ, ଗାଡ଼ି ତିଆରି କରିବା ଏବଂ ଉଡ଼ିପାରିବା। ଆସନ୍ତୁ ଆମେ ଏପରି ଜାହାଜ ତିଆରି କରିବା ଯାହା ବିଶ୍ୱକୁ ଚମକାଇ ଦେବ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ଦୁଇଟି ପ୍ରତିରକ୍ଷା କରିଡର ମଧ୍ୟରୁ ଗୋଟିଏ ତାମିଲନାଡ଼ୁରେ ରହିଛି। ଏହି କରିଡରକୁ ପୂର୍ବରୁ 8100 କୋଟି ଟଙ୍କାରୁ ଅଧିକ ନିବେଶ ପ୍ରତିବଦ୍ଧତା ଆସିସାରିଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାମିଲନାଡ଼ୁରେ ପୂର୍ବରୁ ଭାରତର ଏକ ପ୍ରମୁଖ ଅଟୋ ମୋବାଇଲ ନିର୍ମାଣ କେନ୍ଦ୍ର ଭାବେ ରହିଆସିଛି। ପ୍ରଧାନମନ୍ତ୍ରୀ ତାମିଲନାଡ଼ୁକୁ ଭାରତର ଟ୍ୟାଙ୍କ ନିର୍ମାଣ କେନ୍ଦ୍ର ଭାବେ ବିକଶିତ ହେବାର ଦେଖିଥିଲେ। ଏମବିଟି ଅର୍ଜୁନ ମାର୍କ-1 ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ ଏହା ସ୍ୱଦେଶୀ ଭାବେ ଡିଜାଇନ ଏବଂ ନିର୍ମିତ। ଏହି ଟ୍ୟାଙ୍କକୁ ସେନାକୁ ଅର୍ପଣ କରି ଗର୍ବ ଅନୁଭବ କରୁଛି। ଏହି ଟ୍ୟାଙ୍କ ସ୍ୱଦେଶୀ ଗୋଳାବାରୁଦ ମଧ୍ୟ ଉପଯୋଗ କରିପାରେ। ତାମିଲନାଡ଼ୁରେ ନିର୍ମିତ ଟ୍ୟାଙ୍କ ଦେଶର ସୁରକ୍ଷା ପାଇଁ ଉତ୍ତର ସୀମାରେ ଉପଯୋଗ କରାଯିବ। ଏହା ଭାରତର ଏକଜୁଟତା ଭାବନା-ଭାରତର ଏକତା ଦର୍ଶନକୁ ପ୍ରତିଫଳିତ କରୁଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ଉପରେ ଧ୍ୟାନ ଦିଆଯିବା ଫଳରେ ଏହି କ୍ଷେତ୍ର ସମ୍ପୂର୍ଣ୍ଣ ଗତିରେ ଆଗକୁ ବଢ଼ିବ। ଆମର ସଶସ୍ତ୍ର ସେନାବାହିନୀ ଭାରତର ସାହସର ପ୍ରତୀକ ଅଟନ୍ତି। ସେମାନେ ସଠିକ ସମୟରେ ଦର୍ଶାଇଛନ୍ତି ଯେ ସେମାନେ ନିଜ ମାତୃଭୂମିର ରକ୍ଷା କରିବାରେ ସମ୍ପୂର୍ଣ୍ଣ ଭାବେ ସମର୍ଥ ଅଟନ୍ତି। ସେମାନେ ବିଭିନ୍ନ ସମୟରେ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ଭାରତ ଶାନ୍ତିରେ ବିଶ୍ୱାସ କରିଥାଏ। କିନ୍ତୁ ଭାରତ ପ୍ରତ୍ୟେକ ପରିସ୍ଥିତିରେ ନିଜ ସାର୍ବଭୌତମତ୍ୱର ରକ୍ଷା କରିପାରିବ।

ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଆଶା ବ୍ୟକ୍ତ କରିଥିଲେ ଯେ ଦୁଇ ଲକ୍ଷ ବର୍ଗ ମିଟର ମୌଳିକ ଭିତ୍ତିଭୂମି ସହିତ ଆଇଆଇଟି ମାଡ୍ରାସର ଡିସ୍କଭରୀ କ୍ୟାମ୍ପସରେ ବିଶ୍ୱସ୍ତରର ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏହି କ୍ୟାମ୍ପସ ଅନୁସନ୍ଧାନର ଏକ ପ୍ରମୁଖ କେନ୍ଦ୍ର ହେବ ଓ ସାରା ଭାରତରୁ ଶ୍ରେଷ୍ଠ ପ୍ରତିଭାମାନଙ୍କୁ ଆକର୍ଷିତ କରିବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚଳିତ ବର୍ଷ ବଜେଟରେ ପୁଣିଥରେ ସରକାର ସଂସ୍କାର ବିଷୟରେ ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି। ଚଳିତ ବଜେଟରେ ଭାରତର ଉପକୂଳବର୍ତ୍ତୀ କ୍ଷେତ୍ରର ବିକାଶ ଉପରେ ଅଧିକ ଗୁରୁତ୍ୱାରୋପ କରାଯାଇଛି। ମତ୍ସ୍ୟଜୀବୀ ସମୁଦାୟଙ୍କ ପାଇଁ ଅତିରିକ୍ତ ଋଣ ବ୍ୟବସ୍ଥା ଓ ସାମୁଦ୍ରିକ ଶୈବାଳର ଚାଷ ତଥା ଚେନ୍ନାଇ ସମେତ ପାଞ୍ଚଟି କେନ୍ଦ୍ରରେ ଆଧୁନିକ ମାଛ ଧରିବା ଲାଗି ବନ୍ଦର ସହିତ ଏହା ସହ ଜଡ଼ିତ ମୌଳିକ ଭିତ୍ତିଭୂମିର ଉନ୍ନତିକରଣ ଲାଗି ଅତିରିକ୍ତ ଋଣ ବ୍ୟବସ୍ଥା ଫଳରେ ଉପକୂଳବର୍ତ୍ତୀ ଲୋକମାନଙ୍କ ଜୀବନରେ ସୁଧାର ଆସିବ। ସେ ଏହା ମଧ୍ୟ କହିଥିଲେ ଯେ ସାମୁଦ୍ରିକ ଶୈବାଳ ଚାଷ କରିବା ଲାଗି ତାମିଲନାଡ଼ୁରେ ଏକ ବହୁଉଦ୍ଦେଶ୍ୟ ସମ୍ପନ୍ନ ସମୁଦ୍ର ଶୈବାଳ ପାର୍କ ପ୍ରତିଷ୍ଠା କରାଯିବ।

ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଥିଲେ ଯେ କେନ୍ଦ୍ର ସରକାର ଦେବେନ୍ଦ୍ରକୁଲା ଭେଲ୍ଲାଲର ସମୁଦାୟର ଦୀର୍ଘଦିନର ଦାବି ଗ୍ରହଣ କରିଛନ୍ତି ଏବଂ ସେମାନଙ୍କୁ ସମ୍ବିଧାନର ଅନୁସୂଚୀରେ ସୂଚୀବଦ୍ଧ ଛଅରୁ ସାତଟି ନାମରେ ନୁହେଁ ବରଂ ସେମାନଙ୍କର ପାରମ୍ପରିକ ନାମରେ ହିଁ ପରିଚିତ ହେବେ। ସେମାନଙ୍କର ନାମକୁ ଦେବେନ୍ଦ୍ରକୁଲା ଭେଲ୍ଲାଲର ରୂପରେ ସଠିକ କରିବା ଲାଗି ସମ୍ବିଧାନ ଅନୁସୂଚୀରେ ସଂଶୋଧନ କରିବାର ଗେଜେଟକୁ କେନ୍ଦ୍ର ସରକାର ଅନୁମୋଦନ କରିସାରିଛନ୍ତି। ଏହାକୁ ଆଗାମୀ ଅଧିବେଶନର ଆରମ୍ଭ ପୂର୍ବରୁ ସଂସଦରେ ଉପସ୍ଥାପନ କରାଯିବ। ଏହି ଦାବି ସମ୍ପର୍କରେ ବିସ୍ତୃତ ଅଧ୍ୟୟନ କରିବା ଲାଗି ସେ ତାମିଲନାଡ଼ୁ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ନିଷ୍ପତ୍ତି ନାମ ବଦଳାଇବା ଠାରୁ ଆହୁରି ଅଧିକ ମହତ୍ୱପୂର୍ଣ୍ଣ। ଏହା ନ୍ୟାୟ, ଗରିମା ଏବଂ ଅବସର ସହ ଜଡ଼ିତ। ତାମିଲନାଡ଼ୁର ସଂସ୍କୃତି ସଂରକ୍ଷଣ ଏବଂ ଉତ୍ସବ ପାଳନ ଆମ ପାଇଁ ବଡ଼ ସମ୍ମାନର ବିଷୟ। ତାମିଲନାଡ଼ୁର ସଂସ୍କୃତି ସାରା ବିଶ୍ୱରେ ଲୋକପ୍ରିୟ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଶ୍ରୀଲଙ୍କାରେ ଥିବା ଆମର ତାମିଲ ଭାଇ ଓ ଭଉଣୀମାନଙ୍କର କଲ୍ୟାଣ ଓ ଆକାଂକ୍ଷାକୁ ସବୁବେଳେ ଧ୍ୟାନରେ ରଖିଛି। ସୂଚନାଯୋଗ୍ୟ ଯେ ଶ୍ରୀ ମୋଦୀ ହେଉଛନ୍ତି ଜାଫନା ଗସ୍ତ କରିଥିବା ଏକମାତ୍ର ଭାରତୀୟ ପ୍ରଧାନମନ୍ତ୍ରୀ। ତାମିଲମାନଙ୍କ ପାଇଁ ଏ ସରକାରଙ୍କ ଦ୍ୱାରା ଉପଲବ୍ଧ କରାଯାଇଥିବା ସମ୍ବଳ ବିଗତ ତୁଳନାରେ ଅନେକ ଗୁଣ ଅଧିକ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଉତ୍ତରପୂର୍ବ ଶ୍ରୀଲଙ୍କାରେ ବିସ୍ଥାପିତ ତାମିଲମାନଙ୍କ ପାଇଁ 50 ହଜାର ଗୃହ ନିର୍ମାଣ, ବୃକ୍ଷରୋପଣ କ୍ଷେତ୍ରରେ ଚାରି ହଜାର ଗୃହ ନିର୍ମାଣ ସାମିଲ ରହିଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ଆମେ ଏକ ମାଗଣା ଆମ୍ବୁଲାନ୍ସ ସେବା ପାଇଁ ଅର୍ଥ ଯୋଗାଇ ଦେଇଛୁ ଯାହାକୁ ତାମିଲ ସମୁଦାୟର ଲୋକମାନେ ଅଧିକ ମାତ୍ରାରେ ଉପଯୋଗ କରୁଛନ୍ତି। ଡିକୋୟାରେ ଏକ ହସ୍ପିଟାଲ ନିର୍ମାଣ କରାଯାଇଛି। କନେକ୍ଟିଭିଟିକୁ ପ୍ରୋତ୍ସାହନ ଦେବା ଲାଗି ଜାଫନା ଓ ମନ୍ନାର ମଧ୍ୟରେ ରେଳ ନେଟୱର୍କ ପୁନଃନିର୍ମାଣ କରାଯାଇଛି। ଚେନ୍ନାଇରୁ ଜାଫନା ପର୍ଯ୍ୟନ୍ତ ବିମାନ ଉଡ଼ାଣ ଆରମ୍ଭ ମଧ୍ୟ କରାଯାଇଛି। ଭାରତ-ଜାଫନା ସାଂସ୍କୃତିକ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ଯାହାକି ଖୁବଶୀଘ୍ର ଆରମ୍ଭ ହୋଇଯିବ। ଶ୍ରୀଲଙ୍କାର ନେତାମାନଙ୍କ ସହିତ ତାମିଲମାନଙ୍କର ଅଧିକାର ପ୍ରସଙ୍ଗ ବି ଲଗାତାର ଉତ୍ଥାପନ କରାଯାଉଛି। ଆମେ ସବୁବେଳେ ଏହା ସୁନିଶ୍ଚିତ କରିବା ଲାଗି ପ୍ରତିବଦ୍ଧ ଅଟୁ ଯେ ତାମିଲମାନେ ସମାନତା, ନ୍ୟାୟ, ଶାନ୍ତି ଓ ସମ୍ମାନର ସହିତ ରୁହନ୍ତୁ।

ପ୍ରଧାନମନ୍ତ୍ରୀ ଏହି ଆଶ୍ୱାସନା ମଧ୍ୟ ଦେଇଥିଲେ ଯେ ସରକାର ସବୁବେଳେ ମତ୍ସ୍ୟଜୀବୀମାନଙ୍କର ଉଚିତ ହିତ ରକ୍ଷା କରିବେ ଏବଂ ସରକାର ସବୁବେଳେ ଶ୍ରୀଲଙ୍କାରେ ଧରାପଡ଼ିଥିବା ମତ୍ସ୍ୟଜୀବୀମାନଙ୍କର ଶ୍ରୀଘାତିଶୀଘ୍ର ମୁକ୍ତି ସୁନିଶ୍ଚିତ କରିଛନ୍ତି। ବର୍ତ୍ତମାନର ସରକାରଙ୍କ କାର୍ଯ୍ୟକାଳ ସମୟରେ 1600ରୁ ଅଧିକ ମତ୍ସ୍ୟଜୀବୀ ମୁକ୍ତି ପାଇଛନ୍ତି ଏବଂ କୌଣସି ଭାରତୀୟ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ପକ୍ଷରୁ ଗିରଫ କରାଯାଇନାହିଁ। ଏହିପରି ଭାବେ 313 ନୌକାକୁ ମଧ୍ୟ ମୁକ୍ତ କରାଯାଇଛି।

ପ୍ରଧାନମନ୍ତ୍ରୀ ଚେନ୍ନାଇ ମେଟ୍ରୋ ରେଳ ପର୍ଯ୍ୟାୟ-1ର ସମ୍ପ୍ରସାରଣ, ଚେନ୍ନାଇ ବିଚ ଓ ଅଟ୍ଟୀପଟ୍ଟୁ ମଧ୍ୟରେ ଚତୁର୍ଥ ରେଳ ଲାଇନ, ଭିଲ୍ଲୁପୁରମ-କୁଡ୍ଡାଲୋର-ମୟିଲାଦୁଥୁରାଇ-ତଞ୍ଜାଭୁର ଏବଂ ମଇଲାଦୁଥୁରଇ-ଥିରୁଭରୁଭରରେ ସିଙ୍ଗଲ ଲାଇନ ସେକ୍ସନର ବିଦ୍ୟୁତିକରଣ କାର୍ଯ୍ୟକୁ ଉଦଘାଟନ କରିଥିଲେ। ସେ ଗ୍ରାଣ୍ଡ ଆନିକଟ କେନାଲ ସିଷ୍ଟମ ଏବଂ ଆଇଆଇଟି ମାଡ୍ରାସର ଡିସ୍କଭରି କ୍ୟାମ୍ପସ ପାଇଁ ଆଧାରଶୀଳା ରଖିଥିଲେ।

ଏହି ଅବସରରେ ତାମିଲନାଡ଼ୁର ରାଜ୍ୟପାଳ, ମୁଖ୍ୟମନ୍ତୀ, ଉପମୁଖ୍ୟମନ୍ତ୍ରୀ, ତାମିଲନାଡ଼ୁ ବିଧାନସଭା ବାଚସ୍ପତି, ତାମିଲନାଡ଼ୁର ଉଦ୍ୟୋଗ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Kamal Haasan Backs PM Modi's Call To Save Energy Amid US-Iran War: 'India Will Emerge Stronger'

Media Coverage

Kamal Haasan Backs PM Modi's Call To Save Energy Amid US-Iran War: 'India Will Emerge Stronger'
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the loss of lives in China mining accident
May 23, 2026

Prime Minister Shri Narendra Modi today expressed deep sadness over the tragic loss of lives resulting from a mining accident in the Shanxi Province of China.

On behalf of the people of India, the Prime Minister extended his heartfelt condolences to President Xi Jinping and the people of China. Shri Modi prayed that the bereaved families find strength in this tragic hour, while also wishing for the early and safe recovery of all remaining missing persons.

The Prime Minister posted on X:

"Saddened by the loss of lives in a mining accident in Shanxi Province in China. On behalf of the people of India, my condolences to President Xi Jinping and the people of China. May the bereaved families find strength in this tragic hour. Praying for the early and safe recovery of all remaining missing persons."