ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସେନାକୁ ଅର୍ଜୁନ ମେନ ବ୍ୟାଟେଲ ଟ୍ୟାଙ୍କ (ଏମକେ-1ଏ) ଅର୍ପଣ କରାଗଲା
ପ୍ରଧାନମନ୍ତ୍ରୀ ପୁଲୱାମା ଆକ୍ରମଣର ଶହୀଦମାନଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି
ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ଉପରେ ଧ୍ୟାନ କେନ୍ଦ୍ରିତ
ଏହିସବୁ ପ୍ରକଳ୍ପ ନବୋନ୍ମେଷ ଏବଂ ସ୍ୱଦେଶୀ ବିକାଶର ପ୍ରତୀକ ଓ ତାମିଲନାଡ଼ୁର ବିକାଶକୁ ପ୍ରୋତ୍ସାହିତ କରିବ : ପ୍ରଧାନମନ୍ତ୍ରୀ
ବଜେଟରେ ଭାରତର ଉପକୂଳବର୍ତ୍ତୀ କ୍ଷେତ୍ରର ବିକାଶ ପ୍ରତି ବିଶେଷ ଗୁରୁତ୍ୱାରୋପ କରାଯାଇଛି : ପ୍ରଧାନମନ୍ତ୍ରୀ
ଦେଦେବନ୍ଦ୍ରକୁଲା ଭ‍େଲ୍ଲାଲର ସମୁଦାୟ ଏବେ ନିଜ ପାରମ୍ପରିକ ନାମରେ ପରିଚିତ ହେବେ; ଦୀର୍ଘ ସମୟ ଧରି ପଡ଼ି ରହିଥିବା ଦାବି ପୂରଣ କରାଗଲା
ସରକାର ସବୁବେଳେ ଶ୍ରୀଲଙ୍କାରେ ଥିବା ଆମ ତାମିଲ ଭାଇ ଓ ଭଉଣୀଙ୍କ କଲ୍ୟାଣ ଓ ଆକାଂକ୍ଷା ପ୍ରତି ଧ୍ୟାନ ଦେଇଛନ୍ତି : ପ୍ରଧାନମନ୍ତ୍ରୀ
ତାମିଲନାଡ଼ୁ ସଂସ୍କୃତିକୁ ସଂରକ୍ଷିତ କରିବା ଏବଂ ଉତ୍ସବ ପାଳନ କରିବା ଦିଗରେ କାମ କରିବା ଆମ ପାଇଁ ସମ୍ମାନର ବିଷୟ; ତାମିଲନାଡ଼ୁର ସଂସ୍କୃତି ବିଶ୍ୱ ସ୍ତରରେ ଅତ୍ୟନ୍ତ ଲୋକପ୍ରିୟ : ପ୍ରଧାନମନ୍ତ୍ରୀ

ୱଣକ୍କମ୍ ଚେନ୍ନାଇ!
ୱଣକ୍କମ ତାମିଲନାଡୁ!


ତାମିଲନାଡୁର ରାଜ୍ୟପାଳ ବନୱାରିଲାଲ୍ ପୁରୋହିତ ମହୋଦୟ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଶ୍ରୀ ପାଲାନିସ୍ୱାମୀ ମହୋଦୟ, ଉପମୁଖ୍ୟମନ୍ତ୍ରୀ ଶ୍ରୀ ପନୀରସେଲଭମ୍ ମହୋଦୟ, ତାମିଲନାଡୁ ବିଧାନସଭା ବାଚସ୍ପତି ଶ୍ରୀ ଧନପଲ୍ ମହୋଦୟ, ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଥ ମହୋଦୟ, ମାନ୍ୟଗଣ୍ୟ ବ୍ୟକ୍ତିମାନେ, ଭଦ୍ରମହିଳା ଏବଂ ସୁଧୀଜନ,
ମୋର ପ୍ରିୟ ବନ୍ଧୁଗଣ,
ମୁଁ ଆଜି ଚେନ୍ନାଇ ଆସି ବହୁତ ଖୁସି । ମତେ ଆଜି ଏଠାରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦେଇଥିବାରୁ ମୁଁ ଏହି ସହରବାସୀଙ୍କୁ ଧନ୍ୟବାଦ ଜଣାଉଛି । ଏହି ସହର ଶକ୍ତି ଓ ଉତ୍ସାହରେ ପରିପୂର୍ଣ୍ଣ । ଏହା ହେଉଛି ଜ୍ଞାନ ଓ ସୃଜନଶୀଳତାର ସହର । ଚେନ୍ନାଇରୁ ଆଜି ଆମେ ବିଭିନ୍ନ ପ୍ରମୁଖ ଭିତିଭୂମୀ ପ୍ରକଳ୍ପ ଆରମ୍ଭ କରିବା । ଏହି ପ୍ରକଳ୍ପଗୁଡିକ ଅଭିନବତା ଏବଂ ସ୍ୱଦେଶୀ ବିକାଶର ପ୍ରତୀକ । ଏହି ପ୍ରକଳ୍ପଗୁଡିକ ତାମିଲନାଡୁର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବ ।


ବନ୍ଧୁଗଣ,
ଏହା ଏକ ବିଶେଷ କାର୍ଯ୍ୟକ୍ରମ କାରଣ ଆମେ ୬୩୬ କିଲୋମିଟର ଦୀର୍ଘ ଗ୍ରାଣ୍ଡ ଆନିକଟ କେନାଲ ପ୍ରଣାଳୀର ଆଧୁନିକୀକରଣ ପାଇଁ ଭିତିପ୍ରସ୍ତର ସ୍ଥାପନ କରିଛୁ । ଏହାର ପ୍ରଭାବ ଖୁବ୍ ବିଶାଳ ହେବାକୁ ଯାଉଛି । ଏହା ୨.୨୭ ଲକ୍ଷ ଏକର ଜମି ପାଇଁ ଜଳସେଚନ ସୁବିଧାକୁ ଆହୁରି ଉନ୍ନତ କରିବ । ବିଶେଷକରି ତାଞ୍ଜାଭୁର ଓ ପୁଡୁକୋଟ୍ଟାଇର ଜିଲ୍ଲାଗୁଡିକ ବିଶେଷ ଲାଭବାନ ପାଇବେ । ରେକର୍ଡ ପରିମାଣ ଖାଦ୍ୟଶସ୍ୟ ଉତ୍ପାଦନ ଓ ଜଳ ଉତ୍ସର ସଠିକ୍ ବ୍ୟବହାର ପାଇଁ ମୁଁ ତାମିଲନାଡୁର କୃଷକମାନଙ୍କୁ ପ୍ରଶଂସା କରିବାକୁ ଚାହେଁ । ହଜାର ହଜାର ବର୍ଷ ଧରି, ଏହି ଗ୍ରାଣ୍ଡ ଆନିକଟ ଏବଂ ଏହାର କେନାଲ ପ୍ରଣାଳୀ, ତାମିଲନାଡୁର ଭାତହାଣ୍ଡି ଭାବେ ପରିଚିତ ଅଂଚଳର ଜୀବନରେଖା ହୋଇ ରହିଆସିଛି । ଗ୍ରାଣ୍ଡ ଆନିକଟ ହେଉଛି ଆମ ଗୌରବମୟ ଅତୀତର ଜୀବନ୍ତ ପ୍ରମାଣ । ଆମ ଦେଶର ‘ଆତ୍ମନିର୍ଭର ଭାରତ’ ଲକ୍ଷ୍ୟ ପାଇଁ ଏହା ମଧ୍ୟ ଏକ ପ୍ରେରଣା । ପ୍ରସିଦ୍ଧ ତାମିଲ କବି ଅଭୈୟାରଙ୍କ ଭାଷାରେ:
ବରପ୍ପୁ ଓୟରା ନୀର ଓୟରୁମ
ନୀର ଓୟରା ନେଲ ଓୟରୁମ
ନେଲ ଓୟରା କୁଡୀ ଓୟରୁମ
କୁଡୀ ଓୟରା କୋଲ ଓୟରୁମ
କୋଲ ଓୟରା କୋଣ ଓୟରୱାନ

 

ଯେତେବେଳ ଜଳସ୍ତର ବୃଦ୍ଧି ପାଏ, କୃଷିର ଅଭିବୃଦ୍ଧି ଘଟେ, ଲୋକମାନେ ସମୃଦ୍ଧ ହୁଅନ୍ତି ଏବଂ ରାଷ୍ଟ୍ର ସମୃଦ୍ଧ ହୁଏ । ଜଳ ସଂରକ୍ଷଣ ପାଇଁ ଆମେ ଯେତେଦୂର ସମ୍ଭବ ତାହା କରିବା । ଏହା କେବଳ ଏକ ଜାତୀୟ ପ୍ରସଙ୍ଗ ନୁହେଁ । ଏହା ଏକ ବିଶ୍ୱସ୍ତରୀୟ ବିଷୟବସ୍ତୁ । ସବୁବେଳେ “Per Drop More Crop” ବୁନ୍ଦା ପିଛା ଅଧିକ ଫସଲର ମନ୍ତ୍ରକୁ ମନେରଖ, ଏହା ଆଗାମୀ ପିଢୀ ପାଇଁ ସହାୟକ ହେବ ।


ବନ୍ଧୁଗଣ,
ଏହା ସମସ୍ତଙ୍କୁ ଆନନ୍ଦିତ କରିବ ଯେ ଆମେ ଚେନ୍ନାଇ ମେଟ୍ରୋ ରେଳର ପ୍ରଥମ ପର୍ଯ୍ୟାୟର ୯ କିଲୋମିଟର ଦୀର୍ଘ ରାସ୍ତାକୁ ଆଜି ଉଦଘାଟନ କରୁଛୁ । ଏହା ୱାଶରମେନପେଟରୁ ୱିମକୋ ନଗର ପର୍ଯ୍ୟନ୍ତ ଯିବ । ବୈଶ୍ୱିକ ମହାମାରୀ ସତ୍ୱେ ଏହି ପ୍ରକଳ୍ପ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଶେଷ ହୋଇଛି । ଏହାର ସାଧାରଣ ନିର୍ମାଣ କାର୍ଯ୍ୟ ଭାରତୀୟ ଠିକାଦାରମାନଙ୍କ ଦ୍ୱାରା କରାଯାଇଛି । ଏହାର ସମସ୍ତ ରେଳ ଯାନ ସ୍ଥାନୀୟ ଭାବେ କ୍ରୟ କରାଯାଇଛି । ଏହା ଆତ୍ମନିର୍ଭର ଭାରତକୁ ପ୍ରୋତ୍ସାହନ ଯୋଗାଇ ଦେଉଛି । ଚେନ୍ନାଇ ମେଟ୍ରୋ ଦୃତ ଗତିରେ ବିକଶିତ ହେଉଛି । ଚଳିତ ବର୍ଷ ବଜେଟରେ ୧୧୯ କିଲୋମିଟର ଦୀର୍ଘ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟରେ ୬୩ କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ ହୋଇଛି । କୌଣସି ସହର ପାଇଁ ଏତେ ବୃହତ ପ୍ରକଳ୍ପ ଗୋଟିଏ ଥରରେ ମଞ୍ଜୁର ହେବା ଏହା ପ୍ରଥମ ଘଟଣା । ସହରାଂଚଳ ପରିବହନ ଉପରେ ଧ୍ୟାନ ଏଠାକାର ନାଗରିକମାନଙ୍କର ସହଜରେ ଜୀବନ ଧାରଣ କରିବାର ମାର୍ଗ ପ୍ରଶସ୍ତ କରିବ ।

ବନ୍ଧୁଗଣ,
ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ସ୍ୱାଚ୍ଛନ୍ଦ୍ୟ ଆଣିଥାଏ । ଏହା ମଧ୍ୟ ବାଣିଜ୍ୟକୁ ସାହାଯ୍ୟ କରେ । ସୁବର୍ଣ୍ଣ ଚତୁର୍ଭୁଜର ଚେନ୍ନାଇ ବିଚ୍ ଏନ୍ନୋର-ଆଟ୍ଟିପଟ୍ଟୁ ରାସ୍ତା ଅଧିକ ବ୍ୟସ୍ତବହୁଳ । ଚେନ୍ନାଇ ବନ୍ଦର ଓ କାମରାଜର ବନ୍ଦର ମଧ୍ୟରେ ଶୀଘ୍ର ମାଲ୍ ପରିବହନକୁ ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି । ଚେନ୍ନାଇ ବେଳାଭୂମୀ ଓ ଆଟ୍ଟିପଟ୍ଟୁ ମଧ୍ୟରେ ଚତୁର୍ଥ ଲାଇନ୍ ଏହି ଦିଗରେ ସାହାଯ୍ୟ କରିବ । ଭିଲ୍ଲୁପୁର-ତାଞ୍ଜାଭୁର-ଥୁରୁଭାରୁର ପ୍ରକଳ୍ପର ବିଦ୍ୟୁତକରଣ ତ୍ରିକୋଣଭୂମୀ ଜିଲ୍ଲାଗୁଡିକ ପାଇଁ ଏକ ବରଦାନ ସଦୃଶ ହେବ । ଏହି ୨୨୮ କିଲୋମିଟର ଦୀର୍ଘ ସଡକ ଖାଦ୍ୟଶସ୍ୟର ଦୃତତର ପରିବହନ ସୁନିଶ୍ଚିତ କରିବ ।

ବନ୍ଧୁଗଣ,
କୌଣସି ଭାରତୀୟ ଏହି ଦିନକୁ ଭୁଲିପାରିବ ନାହିଁ । ଦୁଇ ବର୍ଷ ପୂର୍ବେ, ପୁଲୱାମା ଆକ୍ରମଣ ଘଟିଥିଲା । ସେହି ଆକ୍ରମଣରେ ଆମେ ହରାଇଥିବା ସମସ୍ତ ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ । ଆମେ ଆମ ସୁରକ୍ଷା ବାହିନୀ ପାଇଁ ଗର୍ବିତ । ସେମାନଙ୍କ ସାହସିକତା ପିଢୀ ପରେ ପିଢୀକୁ ପ୍ରେରଣା ଯୋଗାଇବ ।

ବନ୍ଧୁଗଣ,
ବିଶ୍ୱର ସର୍ବପୁରାତନ ଭାଷା ତାମିଲରେ ମହାକବି ସୁବ୍ରମଣ୍ୟ ଭାରତୀ କହିଛନ୍ତି:
ଆୟୁଥମ ସେୟବୋମ ନଲ୍ଲା କାୀତମ ସେୟବୋମ
ଆଲେକଲ ବାଇପ୍ପୋମ କଲ୍ୱୀ ସାଲାଇକଲ ବାଇପ୍ପୋମ
ନଡେୟୁମ ପରପ୍ପୁ ମୁନର ବଣ୍ଡିକଲ ସେୟବୋମ
ଗନ୍ୟଲୁମ ନଡୁନକା ବରଂ କପ୍ପଲକଲ ସେୟବୋମ
ଏହାର ଅର୍ଥ:-
ଚାଲ ଅସ୍ତ୍ର ତିଆରି କରିବା; ଚାଲ କାଗଜ ତିଆରି କରିବା ।
ଚାଲ କାରଖାନା ତିଆରି କରିବା; ଚାଲ ବିଦ୍ୟାଳୟ ତିଆରି କରିବା ।
ଚାଲ ଯାନବାହନ ତିଆରି କରିବା ଯାହା ଚଳପ୍ରଚଳ କରିପାରିବ ଓ ଉଡିପାରିବ ।
ଚାଲ ଜାହାଜ ତିଆରି କରିବା ଯାହା ଦୁନିଆକୁ ଦୋହଲାଇଦେବ ।

ଏହି ଲକ୍ଷ୍ୟ ଦ୍ୱାରା ଅନୁପ୍ରାଣିତ ହୋଇ, ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବା ପାଇଁ ଏକ ବିଶାଳ ପଦକ୍ଷେପ ନେଇଛି । ଦେଶର ଦୁଇଟି ପ୍ରତିରକ୍ଷା କରିଡରରୁ ଗୋଟିଏ ତାମିଲନାଡୁରେ ରହିଛି । ଏହି କରିଡରକୁ ୮୧୦୦ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶୃତି ମିଳିସାରିଛି । ଆମ ସୀମାକୁ ସୁରକ୍ଷା ଦେବା ଲାଗି ଆଜି ଆଉ ଏକ ଯୋଦ୍ଧାକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରି ମୁଁ ଗର୍ବିତ । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଓ ପ୍ରସ୍ତୁତ “ଅର୍ଜୁନ ମାର୍କ ୱାନ୍‌ଏ”ଟ୍ୟାଙ୍କକୁ ହସ୍ତାନ୍ତର କରି ମୁଁ ଗର୍ବିତ । ଏଥିରେ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ଗୁଳି ମଧ୍ୟ ବ୍ୟବହୃତ ହୋଇଛି । ତାମିଲନାଡୁ ଦେଶର ଅଗ୍ରଣୀ ଅଟୋମୋବାଇଲ ନିର୍ମାଣ ପେଣ୍ଠ ଭାବେ ପରିଚିତ ।
ବର୍ତମାନ, ମୁଁ ଦେଖୁଛି ତାମିଲନାଡୁ ଭାରତର ଟ୍ୟାଙ୍କ ନିର୍ମାଣ ପେଣ୍ଠ ଭାବେ ବିକଶିତ ହେବାକୁ ଆରମ୍ଭ କରିଛି । ତାମଲନାଡୁରେ ନିର୍ମିତ ଏକ ଟ୍ୟାଙ୍କ ଦେଶକୁ ସୁରକ୍ଷା ଦେବା ସକାଶେ ଆମର ଉତର ସୀମାନ୍ତରେ ବ୍ୟବହୃତ ହେବ । ଏହା ଭାରତର ଐକ୍ୟ ଭାବ – ଭାରତର ଏକତା ଦର୍ଶନକୁ ପ୍ରଦର୍ଶିତ କରେ । ଆମେ ଆମ ସଶସ୍ତ୍ର ବାହିନୀକୁ ବିଶ୍ୱର ଅନ୍ୟତମ ସବୁଠାରୁ ଆଧୁନିକ ସେନାରେ ପରିଣତ କରିବା ଦିଗରେ କାର୍ଯ୍ୟ କରିବୁ । ଏଥିସହିତ, ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବା ଲକ୍ଷ୍ୟ ଦୃତ ଗତିରେ ଆଗେଇ ଚାଲିବ । ଆମ ସଶସ୍ତ୍ର ବାହିନୀ ଭାରତର ପରାକ୍ରମୀ ବିଚାରଧାରାର ବୈଶିଷ୍ଟ୍ୟ ପ୍ରତିପାଦନ କରେ । ସେମାନେ ବାରମ୍ବାର ଏହା ପ୍ରମାଣିତ କରିଛନ୍ତି ଯେ ଆମ ମାତୃଭୂମିର ସୁରକ୍ଷା ପାଇଁ ସେମାନେ ପୂର୍ଣ୍ଣମାତ୍ରାରେ ସକ୍ଷମ । ସଦାସର୍ବଦା ସେମାନେ ଏକଥା ପ୍ରମାଣିତ କରିଛନ୍ତି ଯେ ଭାରତ ଶାନ୍ତିରେ ବିଶ୍ୱାସ କରେ । ମାତ୍ର ଯେ କୌଣସି ପରିସ୍ଥିତିରେ ମଧ୍ୟ ଭାରତ ଆମର ସାର୍ବଭୌମତ୍ୱକୁ ସୁରକ୍ଷା ପାଇଁ ପ୍ରସ୍ତୁତ । ଧୀର ଭି ହେ, ବୀର ଭି ହେ, ଆମ ସୁରକ୍ଷାବଳର ସୈନ୍ୟ ଶକ୍ତି ଓ ଧୈର୍ଯ୍ୟ ଶକ୍ତି ଅତୁଳନୀୟ ।

ବନ୍ଧୁଗଣ,
ଆଇଆଇଟି ମାଡ୍ରାସର ଡିସକଭରି କ୍ୟାମ୍ପସରେ ବିଶ୍ୱସ୍ତରୀୟ ଗବେଷଣା କେନ୍ଦ୍ରଗୁଡିକ ପାଇଁ ୨ଲକ୍ଷ ବର୍ଗମିଟର ବିଶିଷ୍ଟ ଭିତିଭୂମୀର ବ୍ୟବସ୍ଥା କରାଯିବ । ମୁଁ ନିଶ୍ଚିତ ଯେ ଖୁବ ଶୀଘ୍ର, ଆଇଆଇଟି ମାଡ୍ରାସର ଡିସକଭରି କ୍ୟାମ୍ପସ ଆବିଷ୍କାରର ଏକ ଅଗ୍ରଣୀ କେନ୍ଦ୍ର ହେବ । ଏହା ଭାରତର ସର୍ବୋତମ ପ୍ରତିଭାମାନଙ୍କୁ ଆକର୍ଷିତ କରିବ ।

ବନ୍ଧୁଗଣ,
ଗୋଟିଏ କଥା ନିଶ୍ଚିତ ଯେ - ପୂରା ବିଶ୍ୱ ଭାରତକୁ ଉତ୍ସାହ ଓ ସକରାତ୍ମକତା ସହ ଦେଖୁଛି । ଏହା ଭାରତର ଦଶନ୍ଧି ହେବାକୁ ଯାଉଛି । ଏବଂ ୧୩୦ କୋଟି ଭାରତୀୟଙ୍କ ଝାଳବୁହା କଠିନ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇଛି । ଆକାଂକ୍ଷା ଏବଂ ନବସୃଜନର ଏହି ଅଭ୍ୟୁଦୟକୁ ସହାୟତା ଦେବା ପାଇଁ ଭାରତ ସରକାର ଯଥାସମ୍ଭବ ପ୍ରୟାସ କରିବାକୁ ପ୍ରତିଶୃତିବଦ୍ଧ । ଚଳିତ ବଜେଟ ସଂସ୍କାର ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପୁଣିଥରେ ପ୍ରତିଫଳିତ କରିଛି । ଏହା ଜାଣି ଆପଣମାନେ ଖୁସି ହେବେ ଯେ ଚଳିତ ବଜେଟରେ ଦେଶର ଉପକୂଳବର୍ତୀ ଅଂଚଳର ବିକାଶ ପାଇଁ ବିଶେଷ ଗୁରୁତ୍ୱ ଦିଆଯାଇଛି ।
ଭାରତ ଏହାର ମତ୍ସ୍ୟଜୀବୀ ସମ୍ପ୍ରଦାୟ ପାଇଁ ବେଶ୍ ଗର୍ବିତ । ସେମାନେ ପରିଶ୍ରମ ଓ ସହୃଦୟତାର ପ୍ରତୀକ । ଏହି ବଜେଟରେ ସେମାନଙ୍କ ପାଇଁ ଅତିରିକ୍ତ ଋଣ ବ୍ୟବସ୍ଥା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ମାଛଧରା ସମ୍ପର୍କିତ ଭିତିଭୂମୀକୁ ବିକଶିତ କରାଯାଇଛି । ଚେନ୍ନାଇ ସମେତ ୫ଟି ସ୍ଥାନରେ ଆଧୁନିକ ମାଛଧରା ବନ୍ଦର ପ୍ରତିଷ୍ଠା କରାଯିବ । ସାମୁଦ୍ରିକ ଶୈବାଳ ଚାଷକୁ ନେଇ ଆମେ ବେଶ୍ ଆଶାବାଦୀ । ଏହା ତଟବର୍ତୀ ଅଂଚଳରେ ବସବାସ କରୁଥିବା ସମ୍ପ୍ରଦାୟଙ୍କ ଜୀବନ ଜୀବିକାରେ ଉନ୍ନତି ଆଣିବ । ସାମୁଦ୍ରିକ ଶୈବାଳ ଚାଷ ପାଇଁ ତାମିଲନାଡୁରେ ଏକ ବହୁମୁଖୀ ସାମୁଦ୍ରିକ-ଶୈବାଳ ପାର୍କ ପ୍ରତିଷ୍ଠା କରାଯିବ ।

ବନ୍ଧୁଗଣ,
ଭାରତ ବାସ୍ତବ ଓ ସାମାଜିକ ଭିତିଭୂମୀର ବିକାଶ ଦୃତଗତିରେ ବୃଦ୍ଧି କରିଚାଲିଛି । ଆଜି, ଭିତିଭୂମୀ ବିକାଶ କ୍ଷେତ୍ରରେ ଭାରତ ବିଶ୍ୱର ଅଗ୍ରଣୀ ରାଷ୍ଟ୍ରମାନଙ୍କ ମଧ୍ୟରୁ ଅନ୍ୟତମ । ନିକଟରେ ଆମେ ଦେଶର ସମସ୍ତ ଗ୍ରାମକୁ ଇଂଟରନେଟ୍ ସଂଯୋଗ ପ୍ରଦାନ କରିବା ପାଇଁ ଅଭିଯାନ ଆରମ୍ଭ କରିଛୁ । ସେହିପରି, ଭାରତରେ ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ରହିଛି । ଭାରତ ମଧ୍ୟ ଅଭିନବ ଶିକ୍ଷା ଓ ପ୍ରଯୁକ୍ତିବିଦ୍ୟାକୁ ଗୁରୁତ୍ୱ ଦେଇ ଶିକ୍ଷାକ୍ଷେତ୍ରକୁ ରୂପାନ୍ତରିତ କରୁଛି । ଏହି ବିକାଶ ଯୁବଶକ୍ତି ପାଇଁ ପର୍ଯ୍ୟାପ୍ତ ସୁଯୋଗ ଆଣିଦେବ ।

ବନ୍ଧୁଗଣ,
ତାମିଲନାଡୁର ସଂସ୍କୃତିର ସଂରକ୍ଷଣ ଓ ପାଳନ କରିବା ଦିଗରେ କାର୍ଯ୍ୟ କରିବା ଆମ ପାଇଁ ଗୌରବର ବିଷୟ । ତାମିଲନାଡୁର ସଂସ୍କୃତି ସମଗ୍ର ବିଶ୍ୱରେ ବେଶ ଲୋକପ୍ରିୟ । ତାମିଲନାଡୁର ଦେବେନ୍ଦ୍ରକୁଲ୍ଲା ଭେଲ୍ଲାଲାର ସମ୍ପ୍ରଦାୟର ଭାଇଭଉଣୀମାନଙ୍କୁ ମୁଁ ଏକ ଖୁସିର ସନ୍ଦେଶ ଦେବାକୁ ଚାହେଁ । ଦେବେନ୍ଦ୍ରକୁଲ୍ଳା ଭେଲ୍ଲାଲାର ନାମରେ ପରିଚିତ ହେବା ପାଇଁ ସେମାନଙ୍କର ଦୀର୍ଘ ଦିନର ଦାବିକୁ କେନ୍ଦ୍ର ସରକାର ମାନି େନେଇଛନ୍ତି । ସେମାନେ ଏଣିକି ସମ୍ବିଧାନର ଅନୁସୂଚୀରେ ଥିବା ୬-୭ଟି ତାଲିକାଭୁକ୍ତ ନାମରେ ପରିଚିତ ନହୋଇ ସେମାନଙ୍କର ଐତିହ୍ୟ ନାମରେ ପରିଚିତ ହେବେ । ଦେବେନ୍ଦ୍ରକୁଲ୍ଲା ଭେଲ୍ଲାଲାର ଭାବେ ପରିଚିତ ହେବା ପାଇଁ ସମ୍ବିଧାନର ଅନୁସୁଚୀରେ ସଂଶୋଧନ ଆଣିବା ସକାଶେ କେନ୍ଦ୍ର ସରକାର ଚିଠା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ପରବର୍ତୀ ଅଧିବେଶନରେ ଏହା ପାରିତ ହେବା ସକାଶେ ସଂସଦରେ ଉପସ୍ଥାପିତ ହେବ । ଏହି ଦାବି ଉପରେ ବିସ୍ତୃତ ଅଧ୍ୟୟନ କରିଥିବାରୁ ମୁଁ ତାମିଲନାଡୁ ସରକାରଙ୍କୁ ବିଶେଷ ଧନ୍ୟବାଦ ଦେବାକୁ ଚାହୁୁଁଛି । ଦୀର୍ଘ ଦିନ ଧରି ତାମିଲନାଡୁ ସରକାର ଏହି ଦାବିକୁ ସମର୍ଥନ କରିଆସୁଛନ୍ତି ।

ବନ୍ଧୁଗଣ,
୨୦୧୫ ମସିହାରେ ନୂଆଦିଲ୍ଲୀରେ ଦେବେନ୍ଦ୍ରମାନଙ୍କ ପ୍ରତିନିଧିମାନଙ୍କୁ ଭେଟିବାର ମୁହୁର୍ତକୁ ମୁଁ କେବେବି ଭୁଲିପାରିବି ନାହିଁ । ସେମାନଙ୍କ ଦୁଃଖ ସେମାନଙ୍କ ଚେହେରାରୁ ସ୍ପଷ୍ଟ ପରିଲକ୍ଷିତ ହେଉଥିଲା । ଉପନିବେଶବାଦୀ ଶାସକମାନେ ସେମାନଙ୍କ ଗୌରବ ଓ ସମ୍ମାନ ଛଡାଇ ନେଇଥିଲେ । ଦଶନ୍ଧି ଦଶନ୍ଧି କିଛି ବି କରାଗଲା ନାହିଁ । ସେମାନେ ମତେ କହିଲେ – ସେମାନେ ସରକାରଙ୍କୁ ନିବେଦନ ପରେ ନିବେଦନ କରିଚାଲିଥିଲେ କିନ୍ତୁ କିଛି ପରିବର୍ତନ ହେଲା ନାହିଁ । ମୁଁ ସେମାନଙ୍କୁ ଗୋଟିଏ କଥା କହିଲି । ମୁଁ କହିଲି ସେମାନଙ୍କ ନାମ ଦେବେନ୍ଦ୍ର ମୋ ନାମ ନରେନ୍ଦ୍ର ସହ ଯତିପାତ ହେଉଛି । ମୁଁ ସେମାନଙ୍କ ଭାବାବେଗକୁ ବୁଝିପାରିଲି । ଏହା କେବଳ ଏକ ନାମ ପରିବର୍ତନ ନିଷ୍ପତିଠାରୁ ବହୁତ ଅଧିକ । ଏହା ନ୍ୟାୟ, ସମ୍ମାନ ଓ ସୁଯୋଗର କଥା । ଦେବେନ୍ଦ୍ରକୁଲ୍ଲା ସମ୍ପ୍ରଦାୟରୁ ଆମମାନଙ୍କୁ ବହୁତ କିଛି ଶିଖିବାର ଅଛି । ସେମାନେ ବନ୍ଧୁତ୍ୱ, ଭ୍ରାତୃତ୍ୱ ଓ ସଂହତିକୁ ଉତ୍ସବ ଭାବେ ପାଳନ କରିଥାଆନ୍ତି । ଏହା ସେମାନଙ୍କ ଆତ୍ମବିଶ୍ୱାସ ଓ ଆତ୍ମଗୌରବକୁ ପ୍ରତିଫଳିତ କରେ ।

ବନ୍ଧୁଗଣ,
ଆମ ସରକାର ସର୍ବଦା ଶ୍ରୀଲଙ୍କାରେ ଥିବା ଆମର ତାମିଲ୍ ଭାଇ ଭଉଣୀମାନଙ୍କର ଆଙ୍କାକ୍ଷା ଓ ହିତ ପ୍ରତି ଧ୍ୟାନ ଦେଇଆସୁଛି । ଏକମାତ୍ର ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଜାଫ୍‌ନା ପରିଦର୍ଶନ କରିବା ମୋ ପାଇଁ ସୌଭାଗ୍ୟର ବିଷୟ । ବିକାଶମୂଳକ କାର୍ଯ୍ୟ ମାଧ୍ୟମରେ ଆମେ ଶ୍ରୀଲଙ୍କାର ତାମିଲ୍ ସମ୍ପ୍ରଦାୟମାନଙ୍କ କଲ୍ୟାଣ ସୁନିଶ୍ଚିତ କରୁଛୁ । ଆମ ସରକାର ପୂର୍ବାପେକ୍ଷା ତାମିଲମାନଙ୍କୁ ଅଧିକ ସମ୍ବଳ ଯୋଗାଇ ଦେଉଛନ୍ତି । ଏହି ସବୁ ପ୍ରକଳ୍ପ ମଧ୍ୟରେ ରହିଛି: ଉତର-ପୂର୍ବ ଶ୍ରୀଲଙ୍କାରେ ବିସ୍ଥାପିତ ତାମିଲମାନଙ୍କ ପାଇଁ ପଚାଶ ହଜାର ଆବାସ, ବୃକ୍ଷରୋପଣ ଅଂଚଳରେ ୪ହଜାର ଘର । ସ୍ୱାସ୍ଥ୍ୟ କ୍ଷେତ୍ରରେ, ଆମେ ଏକ ମାଗଣା ଆମ୍ବୁଲାନସ ଯୋଗାଇ ଦେଇଛୁ ଯାହା ତାମିଲ ସମ୍ପ୍ରଦାୟମାନଙ୍କ ଦ୍ୱାରା ବହୁଳ ଭାବେ ବ୍ୟବହାର କରାଯାଉଛି । ଡିକୋୟାରେ ଏକ ଡାକ୍ତରଖାନା ନିର୍ମାଣ କରାଯାଇଛି । ସଂଯୋଗକୁ ଉନ୍ନତ କରିବା ପାଇଁ ଜାଫନା ଓ ମନ୍ନାରକୁ ରେଳ ନେଟୱର୍କ ପୁନଃନିର୍ମାଣ କରାଯାଉଛି । ଚେନ୍ନାଇରୁ ଜାଫନାକୁ ବିମାନସେବା ଆରମ୍ଭ କରାଯାଇଛି । ମୁଁ ଖୁସି ଯେ ଭାରତ ଜାଫନା ସାଂସ୍କୃତିକ କେନ୍ଦ୍ର ନିର୍ମାଣ କରିଛି ଯାହା ଖୁବଶୀଘ୍ର ଖୋଲିବ ବୋଲି ଆମେ ଆଶା କରୁଛୁ । ତାମିଲମାନଙ୍କ ଅଧିକାର ପ୍ରସଙ୍ଗକୁ ନେଇ ଶ୍ରୀଲଙ୍କାର ନେତାମାନଙ୍କ ସହ ମଧ୍ୟ ନିରନ୍ତର ଭାବେ ଆଲୋଚନା କରାଯାଉଛି । ସମାନତା, ନ୍ୟାୟ, ଶାନ୍ତି ଏବଂ ସମ୍ମାନର ସହ ସେମାନେ କିପରି ଜୀବନଯାପନ କରିବେ ତାହା ସୁନିଶ୍ଚିତ କରିବା ପାଇଁ ଆମେ ପ୍ରତିଶୃତିବଦ୍ଧ ।

ବନ୍ଧୁଗଣ,
ଆମ ମତ୍ସ୍ୟଜୀବୀମାନେ ଦୀର୍ଘଦିନ ହେବ ସମସ୍ୟାର ସମ୍ମୁଖୀନ ହୋଇଆସୁଛନ୍ତି । ମୁଁ ଏହି ସମସ୍ୟାର ଇତିହାସକୁ ଯିବାକୁ ଚାହେଁ ନାହିଁ । କିନ୍ତୁ ମୁଁ ଆପଣମାନଙ୍କୁ ନିଶ୍ଚିତ କରିବାକୁ ଚାହେଁ ଯେ ମୋ ସରକାର ସବୁବେଳେ ସେମାନଙ୍କ ସ୍ୱାର୍ଥରକ୍ଷା ଦିଗରେ କାର୍ଯ୍ୟ କରିବ । ଆମ ମତ୍ସ୍ୟଜୀବୀମାନେ ଯେତେବେଳେ ଶ୍ରୀଲଙ୍କାରେ ଗିରଫ ହେଉଛନ୍ତି ସେମାନଙ୍କୁ ଶୀଘ୍ର ମୁକ୍ତ କରିବା ପାଇଁ ସୁନିଶ୍ଚିତ କରାଯାଉଛି । ଆମ କାର୍ଯ୍ୟକାଳରେ ୧୬୦୦ରୁ ଅଧିକ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରାଯାଇଛି । ଏବେବି ଜଣେବି ମତ୍ସ୍ୟଜୀବୀ ଶ୍ରୀଲଙ୍କା ଜେଲରେ ନାହାନ୍ତି । ସହିଭଳି ୩୧୩ଟି ଜବତ ଡଙ୍ଗା ମଧ୍ୟ ମୁକୁଳାଯାଇଛି ଏବଂ ଅବଶିଷ୍ଟ ଡଙ୍ଗାଗୁଡିକ ଫେରାଇ ଆଣିବା ପାଇଁ ଆମେ ଉଦ୍ୟମ କରୁଛୁ ।

ବନ୍ଧୁଗଣ,
ମାନବକୈନ୍ଦ୍ରିକ ଆଭିମୁଖ୍ୟରେ ଅନୁପ୍ରାଣିତ ହୋଇ ଭାରତ କୋଭିଡ-୧୯ ବିରୋଧରେ ବିଶ୍ୱର ସଂଗ୍ରାମକୁ ଆହୁରି ଶକ୍ତିଶାଳୀ କରିଛି । ଆମ ଦେଶର ବିକାଶ ତଥା ବିଶ୍ୱକୁ ଏକ ଉନ୍ନତ ସ୍ଥାନରେ ପରିଣତ କରିବା ପାଇଁ ଆମେ ଯେତେଦୂର ସମ୍ଭବ ସେସବୁ କରିବା ଆବଶ୍ୟକ । ଆମ ସମ୍ବିଧାନ ପ୍ରଣେତାମାନେ ଆମଠାରୁ ଏହିଭଳି କାର୍ଯ୍ୟ ଆଶା କରୁଥିଲେ । ଆଜି ଏଠାରେ ଶୁଭାରମ୍ଭ ହୋଇଥିବା ବିକାଶମୂଳକ ପ୍ରକଳ୍ପ ପାଇଁ ମୁଁ ତାମିଲନାଡୁବାସୀଙ୍କୁ ପୁଣି ଥରେ ଅଭିନନ୍ଦନ ଜଣାଉଛି ।
ଧନ୍ୟବାଦ!

ଆପାଣଙ୍କୁ ବହୁତ ବହୁତ ଧନ୍ୟବାଦ ।
ୱଣକ୍କମ୍‌!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UPI platforms processes over 241 billion transactions with value exceeding ₹340 lakh crore in 2025-26, says Nirmala Sitharaman

Media Coverage

UPI platforms processes over 241 billion transactions with value exceeding ₹340 lakh crore in 2025-26, says Nirmala Sitharaman
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting the true resolve of a representative
April 29, 2026

Prime Minister Shri Narendra Modi shared a Sanskrit Subhashitam today highlighting the true resolve of a representative.

The Prime Minister remarked that as vigilant citizens of the country, it is our duty to ensure record voting to make democracy even stronger.

The Prime Minister wrote on X:

"देश के एक सजग नागरिक के रूप में हमारा कर्तव्य है कि हम लोकतंत्र को और अधिक सशक्त बनाने के लिए रिकॉर्ड मतदान सुनिश्चित करें। इस तरह हम न केवल भारतवर्ष के नवनिर्माण में अपनी सक्रिय भागीदारी निभा सकते हैं, बल्कि एक समर्थ और समृद्ध राष्ट्र की नींव को और मजबूत कर सकते हैं।

राज्ञो हि व्रतमुत्थानं यज्ञः कार्यानुशासनम्।

दक्षिणा वृत्तिसाम्यं च दीक्षितस्याभिषेचनम्॥"

From the perspective of the welfare of the people, continuously uplifting them, faithfully performing duties as a sacred responsibility, ensuring fair judgment, giving generously, treating everyone with equality, and keeping oneself pure, disciplined and dedicated with a consecrated spirit, this is the true resolve of a representative.