ନମସ୍କାର, ପ୍ରାକୃତିକ ଚିକିତ୍ସା କେନ୍ଦ୍ରର ଉଦଘାଟନ ଅବସରରେ ନ୍ୟୁୟର୍କ ରାଜ୍ୟରେ ଏକତ୍ରିତ ହୋଇଥିବା ମାନ୍ୟଗଣ୍ୟ ବ୍ୟକ୍ତି ଓ ନିମନ୍ତ୍ରିତ ଅତିଥିଗଣ, ଅନ୍ଲାଇନରେ ଏବଂ ଟେଲିଭିଜନରେ ଏହି କାର୍ଯ୍ୟକ୍ରମ ଦେଖୁଥିବା ଦର୍ଶକଗଣ । ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିମାନେ, ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ଅନେକ ଅନେକ ଶୁଭେଚ୍ଛା ।
ଆଜି ସକାଳେ, ହିମାଳୟର ପାଦ ଦେଶରେ ଅବସ୍ଥିତ ସୁନ୍ଦର ଡେରାଡୁନ ସହରରେ ସମାଜର ବିଭିନ୍ନ ବର୍ଗର ହଜାର ହଜାର ଲୋକଙ୍କ ସହିତ ଏକାଠି ହୋଇ ଏହି ଉତ୍ସବକୁ ପାଳନ କରି ମୁଁ ବେଶ ଆନନ୍ଦିତ । ବିଗତ କିଛି ଦିନ ହେବ ସମଗ୍ର ଦୁନିଆର ଲୋକ ଏହି ସମାରୋହରେ ଭାଗ ନେଉଥିବାର ସ୍ପଷ୍ଟ ଚିତ୍ର ମୁଁ ଦେଖି ପାରୁଛି । କେବଳ ମାତ୍ର ତିନି ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ ବିଶ୍ୱବ୍ୟାପୀ ଏକ ସାର୍ବଜନିକ ଆନ୍ଦୋଳନ ଭାବେ ଜନ୍ମ ନେଇଛି । ଅନେକ ଦେଶରେ ଏହା ସାର୍ବଜନିକ ଜୀବନର ଏକ ଅଭିନ୍ନ ଅଙ୍ଗ ପାଲଟି ଯାଇଛି । ଦୈନନ୍ଦିନ ଅନୁଧ୍ୟାନରୁ ଏହାର ପ୍ରଭାବ ସୁଦୂର ପ୍ରସାରୀ ବୋଲି ଅନୁଭବ କରାଯାଉଛି । ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ ଅବସରରେ, ମୁଁ ତିନୋଟି ଭିନ୍ନ ଭିନ୍ନ ବିଷୟ ଅନୁଧ୍ୟାନ କରୁଛି । ଅନ୍ୟ କେତେକ ଦେଶରେ ମଧ୍ୟ ତାହା ସେହି ସମାନ ବିଷୟ ବୋଲି ମୁଁ ବିଶ୍ୱାସ କରୁଛି ।
ସର୍ବ ପ୍ରଥମେ, ଏହା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଦୀକ୍ଷାର ଅବସର ପାଲଟି ଯାଇଛି । ଯୋଗ ଭାବନାରେ ପ୍ରେରିତ ହୋଇ ସେମାନେ ନିଜକୁ ଏଥିରେ ସାମିଲ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି ।
ଦ୍ୱିତୀୟରେ, ଏହା ହେଉଛି ଏକ ଅବସର ଯେତେବେଳେ ଯୋଗ ସହିତ ପୂର୍ବରୁ ଜଡିତ ସେହି ଲୋକମାନେ ନିଜକୁ ନିଜେ ଅନୁଧାବନ କରିବା ପାଇଁ ସମର୍ପିତ ହୋଇଛନ୍ତି ।
ତୃତୀୟରେ, ଏକ ସୁନ୍ଦର ଶବ୍ଦର ପରିପ୍ରକାଶ । ହଜାର ହଜାର ବ୍ୟକ୍ତି ଓ ସଂସ୍ଥାନ, ଯୋଉଁମାନେ ପ୍ରଥମରୁ ଯୋଗ ମାଧ୍ୟମରେ କିଛି ପ୍ରାପ୍ତ କରିଛନ୍ତି, ସେମାନେ ଅନ୍ୟମାନଙ୍କ ପାଖରେ ପହଞ୍ଚୁଛନ୍ତି ଯେଉଁମାନଙ୍କ ପାଖରେ ଏହା ପହଞ୍ଚି ନାହିଁ । ଏହି ପ୍ରକ୍ରିୟାରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ, ବିଶ୍ୱର ଅନେକ ଭାଗରେ ଉତ୍ସବ ଭାବେ ପାଳନ କରାଯାଉଛି । ଯୋଗ ଶବ୍ଦର ଅର୍ଥ ହେଉଛି ‘ଏକାଠି ହେବା’ ଯୋଡିବା । ସେଥିପାଇଁ, ଯୋଗ ପ୍ରତି ରୁଚି ବା ଆଗ୍ରହ ବୃଦ୍ଧି ପାଉଛି । ମୋର ବିଶ୍ୱାସ ଯେ, ଯୋଗ ସମଗ୍ର ବିଶ୍ୱକୁ ଏକାଠି ବାନ୍ଧି ରଖିବାର ଶକ୍ତି ପାଲଟିବ ।
ମୁଁ ଆନନ୍ଦିତ ଯେ, ଆପଣମାନେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସକୁ ପ୍ରାକୃତିକ ଆରୋଗ୍ୟ କେନ୍ଦ୍ର ଉଦଘାଟନ ଦିବସ ଭାବେ ବାଛିଛନ୍ତି । ମୁଁ ଆଶାବାଦୀ ଯେ ଏହି କେନ୍ଦ୍ର ଯୋଗର ମହତ୍ୱ ସହିତ ସମନ୍ୱିତ ହୋଇ ଆପଣମାନଙ୍କର ସମସ୍ତ ପଦକ୍ଷେପ ଓ କାର୍ଯ୍ୟକ୍ରମକୁ ସୁଦୃଢ କରିବାରେ ପ୍ରୟାସ କରିବ ।
ବନ୍ଧୁଗଣ, ପାରମ୍ପରିକ ଭାରତୀୟ ଜ୍ଞାନ ବ୍ୟବସ୍ଥା, ଯେପରି ଯୋଗ ଏବଂ ଆୟୁର୍ବେଦ, ଆମକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ତାହା ଆମ ଶରୀର ଏବଂ ମସ୍ତିଷ୍କ ଉଭୟର ଅନ୍ତର୍ନିହିତ ଦୁର୍ବଳତାକୁ ଦୂର କରିବାରେ ମାର୍ଗଦର୍ଶନ କରିଥାଏ । ଏହା ହେଉଛି ସେହି ବ୍ୟବସ୍ଥା, ଯାହା ଲୋକଙ୍କୁ ଆରୋଗ୍ୟ ଏବଂ ସମ୍ମାନ ପ୍ରଦାନ କରିଥାଏ । ଏହା ପ୍ରତି ସେମାନଙ୍କର ଦୃଷ୍ଟିକୋଣ ନା ଅନଧିକାର ପ୍ରବେଶ ଅଥବା ଅଚାନକ ନୁହେଁ । ଏହା ବେଳେ ବେଳେ ପାରମ୍ପରିକ ଉପଚାର ଏବଂ ଏହାକୁ ଉପଯୋଗ କରୁଥିବା ଲୋକଙ୍କ ଜୀବନରେ ପରିବର୍ତ୍ତନ ଓ ସତେଜତା ଆଣିଥାଏ । ଆଧୁନିକ ଜୀବନ ଶୈଳୀ ଆମ ଶରୀର ଓ ମସ୍ତିଷ୍କକୁ ସୁପ୍ତ କରିଦେଇଥାଏ । । ସ୍ୱାସ୍ଥ୍ୟ ରକ୍ଷା ଦିଗରେ ପାରମ୍ପରିକ ଉପଚାର ବେଶ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଦୁର୍ଭାଗ୍ୟ ଜନକ ଭାବେ ଏହା ଆରୋଗ୍ୟ ଅପେକ୍ଷା ଅଧିକ ପ୍ରତିରୋଧକାରୀ । ଏକଥା କେହି ଅସ୍ୱୀକାର କରିବେ ନାହିଁ ଯେ, ଆମେ ବର୍ତ୍ତମାନର ବିଶାଳ ସ୍ୱାସ୍ଥ୍ୟଗତ ଆହ୍ୱାନର ସମାଧାନ କରିବା ପାଇଁ ପାରମ୍ପରିକ ଔଷଧର ଆବଶ୍ୟକତା ରହିଛି । କିନ୍ତୁ ଏହା ମଧ୍ୟ ସତ୍ୟ ଅବା ତଥ୍ୟ ଯେ, ଉଭୟ ମଧ୍ୟରେ ଅନେକ ଅସମାହିତ ପ୍ରଭେଦ ରହିଛି । ସମଗ୍ର ଦୁନିଆର ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଏବେ ଏହି ତଥ୍ୟକୁ ସ୍ୱୀକାର କରିବା ସହିତ ପ୍ରଶଂସା କରୁଛନ୍ତି କି ଯୋଗ ଏବଂ ଆର୍ୟୁବେଦ ଭଳି ପଦ୍ଧତି ପାରମ୍ପରିକ ଔଷଧିୟ ବ୍ୟବସ୍ଥା ଠାରୁ ବହୁତ ଭଲ ଏବଂ ପରିପୂରକ ମଧ୍ୟ । ଏହି ସାମଗ୍ରିକ ପଦ୍ଧତି ଆରୋଗ୍ୟ ଏବଂ ପ୍ରତିଶେଧକ ଉପରେ ଧ୍ୟାନ କେନ୍ଦ୍ରୀତ କରିଥାଏ । ଏହି ସାମଗ୍ରିକ ପଦ୍ଧତି ଆପଣେଇବା ଦ୍ୱାରା ବ୍ୟକ୍ତି ଏବଂ ସମୁଦାୟର ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟର ମାତ୍ରା ବୃଦ୍ଧି କରିଥାଏ । କେତେକ ଲୋକଙ୍କ ଧାରଣା ଯେ ଯୋଗ କେବଳ ବ୍ୟାୟାମ ଓ ମୁଦ୍ରା ମଧ୍ୟରେ ସୀମିତ । କିନ୍ତୁ ଏଥିରେ ମନ, ଶରୀର ଏବଂ ଆତ୍ମା ମଧ୍ୟରେ ଗଭୀର ଅନ୍ୱେଷଣ ସାମିଲ ହୋଇ ରହିଥାଏ । ନିଜେ ନିଜକୁ ଅଧିକ ପରିମାଣରେ ବୁଝିବା ପାଇଁ ଏହା ଭିନ୍ନ ଭାବକୁ ଜନ୍ମ ଦେଇଥାଏ । ଚିନ୍ତାରୁ ମୁକ୍ତି, ମୋକ୍ଷ ମାର୍ଗରେ ଆମକୁ ଅଗ୍ରସର କରାଇବାରେ ଯୋଗ ହେଉଛି ଏକ ଗଭୀର ଦର୍ଶନ ।

ବନ୍ଧୁଗଣ,
ମୁଁ ସବୁବେଳେ ବଶ୍ୱାସ କରି ଆସିଛି ଯେ, ଯୋଗର କୌଣସି ଧର୍ମ ନାହିଁ । ଏଥିରେ ବ୍ୟବହାରିକ ପଦକ୍ଷେପ ରହିଛି ଯାହା ପ୍ରତ୍ୟେକଙ୍କୁ ଲାଭ ଦେଇପାରେ, ଏପରିକି ସେମାନଙ୍କୁ ଯେଉଁମାନେ ନିଜକୁ ଧାର୍ମିକ ବୋଲି ଭାବନ୍ତି ନାହିଁ । ଆଧୁନିକ ଯୋଗ ପଦ୍ଧତିରେ ସବୁବେଳେ ପ୍ରାଚୀନ ତତ୍ତ୍ଵ ଏବଂ ଜ୍ଞାନ ସାମିଲ ହୋଇ ରହିଛି । ତାହା ହେଉଛି ମୌଳିକ ଏବଂ ନୈତିକ ସିଦ୍ଧାନ୍ତ, ଶରୀରକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ମୁଦ୍ରା, ଆଧ୍ୟାତ୍ମିକ ଦର୍ଶନ, ଗୁରୁମାନଙ୍କର ନିର୍ଦ୍ଦେଶ, ମନ୍ତ୍ର ଜପ କରିବା, ଶ୍ୱାସ କ୍ରିୟାକୁ ଶାନ୍ତ କରିବା ଏବଂ ଧ୍ୟାନ ମାଧ୍ୟମରେ ମସ୍ତିଷ୍କକୁ ସ୍ଥିର ରଖିବା । ଯୋଗ ବ୍ୟକ୍ତିର ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବା ଉପରେ ଗୁରୁତ୍ୱ ଦିଏ, ଫଳରେ ଜୀବନ ଶୈଳୀରେ ଦେଖାଦେଉଥିବା ବ୍ୟତିକ୍ରମକୁ ସହଜରେ ରୋକାଯାଇ ପାରିବ ଓ ନିୟନ୍ତ୍ରିତ କରାଯାଇ ପାରିବ । ଯୋଗ ବିଶେଷଜ୍ଞମାନେ ନିଜର ଦୈନନ୍ଦିନ ଅଭ୍ୟାସକୁ ନିଜ ମଧ୍ୟରେ ବେଶ ଲାଭ ପ୍ରଦାନକାରୀ ଭାବିଥାଆନ୍ତି, ଯାହାଦ୍ୱାରା ସ୍ୱାସ୍ଥ୍ୟରେ ଉନ୍ନତି, ଚିନ୍ତା ଶକ୍ତିରେ ବିକାଶ ଏବଂ ମାନସିକ ସ୍ପଷ୍ଟତା ଆଉ ଜୀବନରେ ଆନନ୍ଦ ମିଳିଥାଏ । ବିଶ୍ୱାସ କରାଯାଏ ଯେ, କିଛି ଯୋଗ ମୁଦ୍ରା ଏବଂ ପ୍ରାଣାୟାମ ଅନେକ ରୋଗକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ, ଯାହା ଶତାବ୍ଦୀ ଶତାବ୍ଦୀ ଧରି ଭାରତରେ ପ୍ରଚଳିତ ହେଉଛି । ଏବେ ଆଧୁନିକ ବିଜ୍ଞାନ ଏଥିପାଇଁ ନିର୍ଭର ଯୋଗ୍ୟ ସହାୟତା ପ୍ରଦାନ କରୁଛି । ବିଜ୍ଞାନ ଏହା ଦର୍ଶାଇଛି ଯେ ଯୋଗ ମାଧ୍ୟମରେ ହୃଦୟ, ମସ୍ତିଷ୍କ, ଅନ୍ତସ୍ରାବୀ ଗ୍ରନ୍ଥୀ ସହିତ ଶରୀର ଅନେକ ଅଙ୍ଗର କାର୍ଯ୍ୟକୁ ନିୟନ୍ତ୍ରିତ କରିବା ସମ୍ଭବ ହୋଇଥାଏ ।
ଆଜି, ପାଶ୍ଚାତ୍ୟ ଦେଶରେ ଯୋଗ ପ୍ରତି ଦୃତ ଗତିରେ ଆଗ୍ରହ ବୃଦ୍ଧି ପାଉଛି । ଏହା କହିବା ଅତିଶୟୋକ୍ତି ହେବ ନାହିଁ ଯେ ପାଶ୍ଚାତ୍ୟ ଦୁନିଆରେ ଯୋଗକୁ ବହୁତ ପ୍ରଶଂସା କରାଯାଉଛି । ମୋତେ ଅବଗତ କରାଯାଇଛି ଯେ, କେବଳ ଯୁକ୍ତରାଷ୍ଟ୍ର ଆମେରିକାରେ 20 ନିୟୁତରୁ ଅଧିକ ଲୋକ ଯୋଗ ଅଭ୍ୟାସ କରୁଛନ୍ତି ଏବଂ ପ୍ରତି ବର୍ଷ ସେମାନଙ୍କ ସଂଖ୍ୟା ପାଞ୍ଚ ପ୍ରତିଶତ ବୃଦ୍ଧି ପାଇବାରେ ଲାଗିଛି । ଯୁକ୍ତରାଷ୍ଟ୍ର ଆମେରିକା ଏବଂ ୟୁରୋପରେ ଅନେକ ଆଧୁନିକ ଚିକିତ୍ସା ସଂସ୍ଥାନ ଯୋଗକୁ ଅନେକ ବ୍ୟତିକ୍ରମ ପାଇଁ ବିକଳ୍ପ ଉପଚାର ଭାବେ ଆପଣାଇଛନ୍ତି । ବିଳମ୍ବରେ ହେଲେ ମଧ୍ୟ ଯୋଗ ଉପରେ ବହୁତ ଗବେଷଣା କରାଯାଉଛି । ଭାରତ ସରକାର ସାର୍ବଜନିକ ସ୍ୱାସ୍ଥ୍ୟ ସେବାରେ ପରିକ୍ଷାମୂଳକ ଭାବେ ପାରମ୍ପରିକ ପଦ୍ଧତି ବ୍ୟବହାର କରିବା ପାଇଁ ପ୍ରତିଶ୍ରୃତିବଦ୍ଧ । ବିଗତ ବର୍ଷ ଆମେ ଘେଷଣା କରିଥିବା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ନୀତିରେ ପ୍ରତିଶେଧକ ଆରୋଗ୍ୟ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛୁ । ଆମେ ସାରା ଦେଶରେ ସଂକ୍ରାମକ ରୋଗର ନିୟନ୍ତ୍ରଣ ଓ ପ୍ରତିରୋଧ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଆରମ୍ଭ କରିଛୁ । ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ସବୁଠାରୁ ଅଧିକ ଜନସଂଖ୍ୟା ଥିବା ବିଶାଳ ଦେଶ । ଆଜି ଗ୍ରହଣ ଯାଉଥିବା ପଦକ୍ଷେପରୁ ପରିଣାମ ମିଳିବା ପାଇଁ ହୁଏତ କିଛି ବର୍ଷ ଲାଗିବ କିନ୍ତୁ ମୋର ସଂପୂର୍ଣ୍ଣ ବିଶ୍ୱାସ ଫଳପ୍ରଦ ପରିଣାମ ଖୁବଶୀଘ୍ର ଦୃଶ୍ୟମାନ ହେବ ।
ଶେଷରେ, ମୁଁ ପୁଣିଥରେ କହିବାକୁ ଚାହିଁବି କି ଆପଣଙ୍କର ପ୍ରକୃତିକ ଆରୋଗ୍ୟ ସୁବିଧା, ଯେଉଁମାନେ ଏଠାକୁ ଆରାମ ଏବଂ ଆରୋଗ୍ୟ ଲାଭ କରିବାକୁ ଆସିବେ ସେମାନଙ୍କୁ ଯୋଗର ସୁଫଳ ପ୍ରଦାନ କରିବା ଦିଗରେ କାର୍ଯ୍ୟ କରିବ । ମୁଁ ଏହା ଜାଣି ଆନନ୍ଦିତ ଯେ, ଆପଣଙ୍କର ଆରୋଗ୍ୟ କେନ୍ଦ୍ର ମଣିଷର ବ୍ୟକ୍ତିଗତ ଜୀବନର ଅବଷାଦ ଦୂର କରିବା ପ୍ରତ୍ୟେକ ପଦକ୍ଷେପରେ ସାହାଯ୍ୟ କରିବ । ଏହା ଗୁରୁତ୍ୱପୂର୍ଣ୍ଣ ଯେ ସାରା ଜୀବନ ଆରୋଗ୍ୟ ରଖିବା ଏହାର ଉଦ୍ଦେଶ୍ୟ । ମୁଁ ଭାବୁଛି ଯେ, ବୈଜ୍ଞାନିକ ଦୃଷ୍ଟିକୋଣରୁ ପ୍ରାମାଣିକତା ଏବଂ ବିଶ୍ୱାସ ପ୍ରତି ସମ୍ମାନ ଏହି ଉଦ୍ଦେଶ୍ୟରେ ନିହିତ ରହିଛି । ଏହିଭଳି ଦୃଷ୍ଟିକୋଣ ସହିତ ଆରୋଗ୍ୟ କେନ୍ଦ୍ର ଆନ୍ଦୋଳନ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବ ଆଉ ଯୁକ୍ତରାଷ୍ଟ୍ର ଆମେରିକାରେ ବୃହତ ସଂଖ୍ୟାର ଲୋକ ଯୋଗର ଲାଭ ପାଇପାରିବେ । ଏହା ମଧ୍ୟ ମେତେ ଆନନ୍ଦ ପ୍ରଦାନ କରୁଛି ଯେ ଆପଣଙ୍କର ଏହି କେନ୍ଦ୍ର ପ୍ରତ୍ୟେକ୍ଷ ଭାବେ ପାଞ୍ଚ ଶହ ଏବଂ ଅପ୍ରତ୍ୟକ୍ଷ ଭାବେ ପନ୍ଦର ଶହ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ । ଏହିପରି ଭାବେ ଏହା ସମୁଦାୟର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ହୋଇପାରିବ । ଆପଣମାନଙ୍କର ଏହି ଉଦ୍ୟମ ପାଇଁ ମୁଁ ଶୁଭକାମନା ଜଣାଉଛି ।
ଧନ୍ୟବାଦ । ବହୁତ ବହୁତ ଧନ୍ୟବାଦ


