PM Modi inaugurates first Uttarakhand Investors Summit in Dehradun
Potential, Policy and Performance are the key sources of our progress: PM Modi
Doing business has become easier in India due to Insolvency & Bankruptcy Code. The banking system has also got strengthened: PM Modi
PM Modi says Housing for All, Power for All, Clean Fuel for All, Health for All, Banking for All and other schemes by the Govt are helping it reach the target
PM Modi says #AyushmanBharat will help in building hospitals in tier II and tier III cities and will also help in improving the medical infrastructure
PM Modi urges Investors to Make in India, not only for India but for the whole World

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଡେରାଡୁନରେ ଲକ୍ଷ୍ୟସ୍ଥଳୀ ଉତ୍ତରାଖଣ୍ଡ : ନିବେଶକ ସମ୍ମିଳନୀ 2018ରେ ଉଦବୋଧନ ଦେଇଥିଲେ ।

ସେ କହିଥିଲେ ଯେ ଭାରତ ଦ୍ରୁତ ପରିବର୍ତ୍ତନର ସମୟ ଦେଇ ଗତି କରୁଛି । ସେ କହିଥିଲେ ଯେ ଏହା ବ୍ୟାପକ ଭାବେ ସ୍ୱୀକାର୍ଯ୍ୟ ହୋଇପାରିଛି ଯେ ଭାରତ ଆଗାମୀ ଦଶନ୍ଧୀରେ ବିଶ୍ୱ ବିକାଶର ଏକ ପ୍ରମୁଖ ବାହକ ହେବ । ସେ କହିଥିଲେ ଯେ ଭାରତରେ ଆର୍ଥିକ ସଂସ୍କାରର ଗତି ଏବଂ ପରିମାଣ ଅଭୂତପୂର୍ବ । 

ଏହି ସନ୍ଦର୍ଭରେ ସେ ଉଲ୍ଲେଖ କରିଥିଲେ ଯେ ଭାରତ ବ୍ୟବସାୟ କରିବାର ସୁଗମତା ମାନ୍ୟତାରେ 42ଟି ଅଙ୍କରେ ସୁଧାର ଆସିପାରିଛି । ପ୍ରଧାନମନ୍ତ୍ରୀ କରାଧାନରେ ଆରମ୍ଭ କରାଯାଇଥିବା ସଂସ୍କାର ବିଷୟରେ ଆଲୋଚନା କରିଥିଲେ । ସେ କହିଥିଲେ ଯେ ଦେବାଳିଆ ଏବଂ ଦେବାଳିଆପଣ କୋଡ ଦ୍ୱାରା ବ୍ୟବସାୟ କାରବାର ଆହୁରି ସହଜ ହୋଇଯାଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜିଏସଟିର କାର୍ଯ୍ୟାନ୍ୱୟନ ସ୍ୱାଧୀନତା ପରେ ବର୍ତ୍ତମାନସୁଦ୍ଧା ସବୁଠୁ ବଡ଼ ଟିକସ ସଂସ୍କାର ଅଟେ । ସେ କହିଥିଲେ ଯେ ଏହାଦ୍ୱାରା ଦେଶକୁ ଗୋଟିଏ ବଜାରରେ ରୂପାନ୍ତରିତ କରାଯାଇଛି ଏବଂ ଟିକସ ଆଧାର ବଢ଼ାଇବାରେ ସହାୟତା ମିଳିପାରିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୌଳିକ ଭିତ୍ତିଭୂମି କ୍ଷେତ୍ର ଦ୍ରୁତ ଗତିରେ ବିକାଶ ଲାଭ କରୁଛି । ସେ ସଡ଼କ ନିର୍ମାଣ, ରେଳ ଲାଇନ ନିର୍ମାଣ, ନୂଆ ମେଟ୍ରୋ ଲାଇନ, ଦ୍ରୁତ ଗତିରେ ରେଳ ପ୍ରକଳ୍ପ ଏବଂ ସମର୍ପିତ ମାଲବାହୀ କରିଡର ପ୍ରଗତି ବିଷୟରେ କହିଥିଲେ ।

ପ୍ରଧାନମନ୍ତ୍ରୀ ବିମାନ ଚଳାଚଳ କ୍ଷେତ୍ର ଏବଂ ଆବାସ, ବିଦ୍ୟୁତ, ସ୍ୱଚ୍ଛ ଶକ୍ତି, ସ୍ୱାସ୍ଥ୍ୟ ଏବଂ ଲୋକମାନଙ୍କ ପାଇଁ ବ୍ୟାଙ୍କିଙ୍ଗ ସେବା କ୍ଷେତ୍ରରେ ହୋଇଥିବା ଅଗ୍ରଗତି ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ନିକଟରେ ଆରମ୍ଭ କରାଯାଇଥିବା ଆୟୁଷ୍ମାନ ଭାରତ ଯୋଜନା ଟାୟର-2 ଏବଂ ଟାୟର-3 ଶ୍ରେଣୀର ନଗରରେ ଚିକିତ୍ସା ଭିତ୍ତିଭୂମିର ବିକାଶକୁ ପ୍ରୋତ୍ସାହନ ଦେବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୂତନ ଭାରତ ନିବେଶ ଲାଗି ଏକ ମହାନ ଲକ୍ଷ୍ୟସ୍ଥଳୀ ଅଟେ ଏବଂ ଏବଂ “ଲକ୍ଷ୍ୟସ୍ଥଳୀ ଉତ୍ତରାଖଣ୍ଡ” ଏହି ଭାବନାକୁ ପ୍ରତିଫଳିତ କରୁଛି । ସେ ରାଜ୍ୟରେ ନିବେଶକମାନଙ୍କୁ ସୁବିଧା ଦେବା ଲାଗି ନିଆଯାଇଥିବା ପଦକ୍ଷେପ ବିଷୟରେ ମଧ୍ୟ ଚର୍ଚ୍ଚା କରିଥିଲେ । ସେ ସବୁଦିନିଆ ଚାରି ଧାମ ସଡ଼କ ପ୍ରକଳ୍ପ ଏବଂ ହୃଷିକେଶ-କର୍ଣ୍ଣ ପ୍ରୟାଗ ରେଳ ଲାଇନ ପ୍ରକଳ୍ପ ସହିତ ରାଜ୍ୟରେ ଯୋଗାଯୋଗରେ ସୁଧାର ଆଣିବା ଲାଗି ନିଆଯାଇଥିବା ପଦକ୍ଷେପ ବିଷୟରେ ମଧ୍ୟ ଚର୍ଚ୍ଚା କରିଥିଲେ । ପ୍ରଧାନମନ୍ତ୍ରୀ ପର୍ଯ୍ୟଟନ କ୍ଷେତ୍ରରେ ରାଜ୍ୟରେ ପ୍ରଚୁର କ୍ଷମତା ରହିଥିବା ବିଷୟରେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ ଖାଦ୍ୟ ପ୍ରକ୍ରିୟାକରଣ ଏବଂ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ସେ “ମେକ୍ ଇନ୍ ଇଣ୍ଡିଆ”ର ଉପଲବ୍ଧୀ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ।

Click here to read full text speech

Explore More
୭୭ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ମୂଳ ପାଠ

ଲୋକପ୍ରିୟ ଅଭିଭାଷଣ

୭୭ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ମୂଳ ପାଠ
How digital tech and AI are revolutionising primary health care in India

Media Coverage

How digital tech and AI are revolutionising primary health care in India
NM on the go

Nm on the go

Always be the first to hear from the PM. Get the App Now!
...
Delegation from Catholic Bishops' Conference of India calls on PM
July 12, 2024

A delegation from the Catholic Bishops' Conference of India called on the Prime Minister, Shri Narendra Modi today.

The Prime Minister’s Office posted on X:

“A delegation from the Catholic Bishops' Conference of India called on PM Narendra Modi. The delegation included Most Rev. Andrews Thazhath, Rt. Rev. Joseph Mar Thomas, Most Rev. Dr. Anil Joseph Thomas Couto and Rev. Fr. Sajimon Joseph Koyickal.”