Along with Varanasi, the entire country is now witness to how next gen infrastructure can transform the means of transport: PM Modi
Inland waterway would save time and money, reduce congestion on roads, reduce the cost of fuel, and reduce vehicular pollution: PM Modi
Modern infrastructure has been built at a rapid pace in the last four years: PM Modi
Airports in remote areas, rail connectivity in parts of the Northeast, rural roads and highways have become a part of the Union Government's identity: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀ ଗସ୍ତ କରିଥିଲେ ।

ସେ 2400 କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପଗୁଡ଼ିକର ଲୋକାର୍ପଣ, ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ ।

ସେ ଗଙ୍ଗା ନଦୀ ଉପରେ ବହୁମୁଖୀ ଟର୍ମିନାଲ ରାଷ୍ଟ୍ରକୁ ସମର୍ପିତ କରିଥିଲେ, ଏବଂ ପ୍ରଥମ ମାଲବାହୀ ଜାହାଜକୁ ସ୍ୱାଗତ କରିଥିଲେ । ସେ ବାରଣାସୀ ରିଙ୍ଗ ରୋଡ ପର୍ଯ୍ୟାୟ-1 ଏବଂ 56ନଂ ଜାତୀୟ ରାଜପଥର ବାବତପୁର-ବାରଣାସୀ ସେକ୍ସନକୁ 4 ଲେନ ବିଶିଷ୍ଟ କରିବାର ବିକାଶ ଏବଂ ନିର୍ମାଣ କାର୍ଯ୍ୟର ଉଦଘାଟନ କରିଥିଲେ । ସେ ମଧ୍ୟ ବାରଣାସୀରେ ଅନ୍ୟ ବିକାଶମୂଳକ ପ୍ରକଳ୍ପଗୁଡ଼ିକୁ ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ ।

ବିପୁଳ ସଂଖ୍ୟାରେ ସମବେତ ଉତ୍ସାହୀ ଜନତାଙ୍କୁ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଦିବସ କାଶୀ, ପୂର୍ବାଞ୍ଚଳ ଏବଂ ପୂର୍ବ ଭାରତ ଏବଂ ସମଗ୍ର ଦେଶ ପାଇଁ ଐତିହାସିକ । ସେ କହିଥିଲେ ଯେ ଆଜି ସମ୍ଭବ ହୋଇଥିବା ବିକାଶ କାର୍ଯ୍ୟ କିଛି ଦଶନ୍ଧି ପୂର୍ବରୁ ଶେଷ ହେବା କଥା । ସେ କହିଥିଲେ ଯେ ବାରଣାସୀ ସହିତ ସାରା ଦେଶ ଏବେ ପରବର୍ତ୍ତୀ ପିଢ଼ିର ଭିତ୍ତିଭୂମି କିଭଳି ଭାବେ ଦେଶରେ ପରିବହନର ପରିଭାଷାକୁ ବଦଳାଉଛି ତାହା ଅନୁଭବ କରିବ ।

ବାରଣାସୀରେ ପ୍ରଥମ ଅର୍ନ୍ତଦେଶୀୟ ମାଲବାହୀ ଜାହାଜ ପହଞ୍ଚିବା ସମ୍ପର୍କରେ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୂର୍ବ ଉତ୍ତରପ୍ରଦେଶ ବର୍ତ୍ତମାନ ଜଳମାର୍ଗ ଦେଇ ବଙ୍ଗୋପସାଗର ସହିତ ସଂଯୁକ୍ତ ହେଲା ।

ଆଜି ଉଦଘାଟିତ କିମ୍ବା ଶିଳାନ୍ୟାସ ହୋଇଥିବା ଅନ୍ୟ ସଡ଼କ ଏବଂ ନମାମୀ ଗଙ୍ଗେ ସହିତ ଜଡ଼ିତ ଅନ୍ୟ ପ୍ରକଳ୍ପଗୁଡ଼ିକ ବିଷୟରେ ସେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନ୍ତର୍ଦେଶୀୟ ଜଳମାର୍ଗ ସମୟ ଏବଂ ଅର୍ଥ ସଂଚୟ କରିବ, ସଡ଼କରେ ଭିଡ଼ ହ୍ରାସ କରିବ, ଇନ୍ଧନ ମୂଲ୍ୟ କମାଇବ ଏବଂ ବାହନଜନିତ ପ୍ରଦୂଷଣ ହ୍ରାସ କରିବ ।

ସେ କହିଥିଲେ ଯେ ବାବତପୁର ବିମାନବନ୍ଦରକୁ ବାରଣାସୀ ସହ ଯୋଡ଼ୁଥିବା ସଡ଼କ ପର୍ଯ୍ୟଟକମାନଙ୍କୁ ଯାତ୍ରା ସୁବିଧା ଦେବା ସହ ସେମାନଙ୍କ ପାଇଁ ଆକର୍ଷଣ ପାଲଟିଛି ।

 
 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ଚାରି ବର୍ଷ ମଧ୍ୟରେ ଦ୍ରୁତ ଗତିରେ ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ କରାଯାଉଛି । ସେ କହିଥିଲେ ଯେ ଉପାନ୍ତ ଅଞ୍ଚଳରେ ବିମାନବନ୍ଦର, ଉତ୍ତର-ପୂର୍ବାଞ୍ଚଳର କେତେକ ଅଂଶକୁ ରେଳ ସଂଯୋଗ, ଗ୍ରାମୀଣ ସଡ଼କ ଏବଂ ରାଜପଥ କେନ୍ଦ୍ର ସରକାରଙ୍କ ପରିଚୟର ଏକ ଅଂଶବିଶେଷ ପାଲଟିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ନମାମି ଗଙ୍ଗେ ଅଧୀନରେ 23,000 କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ ଲାଭ କରିସାରିଛି । ସେ କହିଥିଲେ ଗଙ୍ଗା ନଦୀ କୂଳରେ ଥିବା ପ୍ରାୟତଃ ସବୁ ଗ୍ରାମବର୍ତ୍ତମାନ ଖୋଲା ଶୌଚ ମୁକ୍ତ ହୋଇସାରିଛନ୍ତି । ସେ କହିଥିଲେ ଯେ ଏହି ପ୍ରକଳ୍ପଗୁଡ଼ିକ ଗଙ୍ଗା ନଦୀକୁ ସ୍ୱଚ୍ଛ କରିବା ଲାଗି କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାର ଅଂଶବିଶେଷ ।

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s startup game-changer? ₹10,000 crore FoF 2.0 set to attract investors

Media Coverage

India’s startup game-changer? ₹10,000 crore FoF 2.0 set to attract investors
NM on the go

Nm on the go

Always be the first to hear from the PM. Get the App Now!
...
Members of the Governing Body of Shri Ram College of Commerce meets the Prime Minister
April 25, 2026

A delegation comprising members of the Governing Body of Shri Ram College of Commerce, met the Prime Minister, Shri Narendra Modi, today. Shri Modi noted that this year marks the centenary of the institution, a significant milestone in its illustrious journey of academic excellence and nation-building. He lauded the college’s long-standing contribution to higher education and its role in nurturing generations of leaders across diverse fields.

On the occasion, a commemorative stamp marking the centenary year of Shri Ram College of Commerce was also released.

The Prime Minister posted on X:

"Met a delegation consisting of the Governing Body of the Shri Ram College of Commerce, one of India’s most reputed educational institutions. This year, we are marking the centenary of this institution. A commemorative stamp was released too. My best wishes to this institution."