PM Modi inaugurates the Arunachal Civil Secretariat in Itanagar, Arunachal Pradesh
I can tell you with great pride that ministers & officials from the Centre are visiting the Northeast very regularly: PM Modi
I am delighted to visit Arunachal Pradesh and be among the wonderful people of this state: PM Modi in Itanagar
For farmers, we are ensuring they get better access to markets, says PM Modi
#AyushmanBharat scheme will take the lead in providing quality and affordable healthcare: PM in Itanagar
PM Modi says that development will originate in Arunachal Pradesh in the coming days & this development will illuminate India

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅରୁଣାଚଳ ପ୍ରଦେଶ ଗସ୍ତ କରିବା ସହ ଇଟାନଗରରେ ଆୟୋଜିତ ଏକ ସମାରୋହରେ ଦୋର୍ଜୀ ଖାଣ୍ଡୁ ରାଜ୍ୟ ସମ୍ମେଳନ କେନ୍ଦ୍ରର ଉଦ୍ଘାଟନ କରିଥିଲେ  । ଏହି ସମ୍ମେଳନ କେନ୍ଦ୍ରରେ ଏକ ସଭାଗୃହ, ଏକ ସମ୍ମିଳନୀ କକ୍ଷ ସହ ପ୍ରଦର୍ଶନୀ କକ୍ଷ ରହିଛି ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ରାଜ୍ୟ ପ୍ରଶାସନିକ ସଚିବାଳୟ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ ଏବଂ ତୋମୋରୀବା ପ୍ରତିଷ୍ଠାନର ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ବିଜ୍ଞାନ ଏକାଡେମୀ ବ୍ଲକର ଶିଳାନ୍ୟାସ କରିଥିଲେ । ଏହାପରେ ସେ ଉତ୍ସାହୀ ଜନତାଙ୍କ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ କହିଥିଲେ ଯେ ସେ ଅରୁଣାଚଳ ପ୍ରଦେଶକୁ ଆସି ଏବଂ ଏଠାକାର ଲୋକମାନଙ୍କ ସହ ମିଶି ଅତି ଆନନ୍ଦ ଅନୁଭବ କରୁଛନ୍ତି ।

ସେ କହିଥିଲେ ଯେ ଅଧିକାଂଶ ପ୍ରମୁଖ ବିଭାଗ ନୂଆ ସଚିବାଳୟରେ ରହିଛି, ଯାହାଫଳରେ ଦୂରଦୂରାନ୍ତ ଗ୍ରାମରୁ ଏଠାକୁ ଆସୁଥିବା ଲେକାମାନଙ୍କ ପାଇଁ କାର୍ଯ୍ୟ ହାସଲ କରିବା ସହଜ ହେବ । ଏହାଦ୍ୱାରା ସମନ୍ୱୟ ଏବଂ ସୁବିଧା ଉଭୟରେ ବୃଦ୍ଧି ଘଟିବ ।

ଇଟାନଗରରେ ସମ୍ମେଳନ କେନ୍ଦ୍ର ଉଦ୍ଘାଟନ କରିବା ଅବସରରେ ପ୍ରସନ୍ନତା ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା କେବଳ ଏକ ଭବନ ନୁହେଁ ବରଂ ଏହା ଠାରୁ ଅନେକ ଉର୍ଦ୍ଧ୍ଵରେ । ଏହା ଏପରି ଏକ ଜୀବନ୍ତ କେନ୍ଦ୍ର ଯାହା ଅରୁଣାଚଳ ପ୍ରଦେଶର ଜନସାଧାରଣଙ୍କ ଆଶା ଆକାଂକ୍ଷାକୁ ବଢ଼ାଇବାରେ ସହାୟକ ହେବ । ସେ କହିଥିଲେ ଯେ ସମ୍ମେଳନ ଏବଂ ସାଂସ୍କୃତିକ ଗତିବିଧି ଜରିଆରେ ସରକାରୀ ଅଧିକାରୀ ଏବଂ ଘରୋଇ କମ୍ପାନୀଗୁଡ଼ିକୁ ଏଥିରେ ଭାଗିଦାର କରାଯାଇପାରିବ । ସେ କହିଥିଲେ ଯେ, ଅରୁଣାଚଳ ପ୍ରଦେଶ ଯାଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜନ କରିବା ଲାଗି ନୂଆ ସମ୍ମେଳନ କେନ୍ଦ୍ରର ଉପଯୋଗ କରିବା ଲାଗି ସେ ବ୍ୟକ୍ତିଗତ ଭାବେ ଲୋକମାନଙ୍କୁ ପରାମର୍ଶ ଦେଉଛନ୍ତି  । ଏହି ଅବସରରେ ଉତ୍ତର-ପୂର୍ବ ପରିଷଦର ବୈଠକରେ ଭାଗ ନେବା ଲାଗି ଶିଲଂକୁ ତାଙ୍କର ପୂର୍ବ ଗସ୍ତ ସମ୍ପର୍କରେ ଉଲ୍ଲେଖ କରି ସେ କହିଥିଲେ ଯେ ଏହି ସମୟରେ ସିକ୍କିମରେ କୃଷି ସହ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମଧ୍ୟ ହୋଇଥିଲା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କ ଅଧିକାରୀମାନେ ଉତ୍ତର-ପୂର୍ବାଂଚଳକୁ ନିୟମିତ ଭାବେ ଗସ୍ତ କରୁଛନ୍ତି । ସ୍ୱାସ୍ଥ୍ୟ କ୍ଷେତ୍ର ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି କ୍ଷେତ୍ରରେ ମାନବ ସମ୍ବଳ ବିକାଶ, ମୌଳିକ ଭିତ୍ତିଭୂମି ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିର ବ୍ୟବହାର ଉପରେ ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି । ସେ କହିଥିଲେ ଯେ କେନ୍ଦ୍ର ସରକାର ଦେଶର ସବୁ ଭାଗରେ ମେଡ଼ିକାଲ କଲେଜ ନିର୍ମାଣ କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଯେତେବେଳେ କୌଣସି ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଜଣେ ଅଧ୍ୟୟନ କରିଥାଏ, ସେ ସ୍ଥାନୀୟ ସ୍ୱାସ୍ଥ୍ୟ ଆହ୍ୱାନ ବିଷୟରେ ଅଧିକ ଭଲ ଭାବେ ପରିଚିତ ହୋଇଥାଏ । ସେଥିପାଇଁ ଏପରି କରାଯାଉଥିବା ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାସ୍ଥ୍ୟ ସେବା ସୁଲଭ ଏବଂ ଉନ୍ନତମାନର ହେବା ଆବଶ୍ୟକ । ସେ କହିଥିଲେ ଯେ ଷ୍ଟେଣ୍ଟର ମୂଲ୍ୟ ହ୍ରାସ କରାଯାଇଛି । ଯାହାଦ୍ୱାରା ଗରିବ ଏବଂ ମଧ୍ୟବିତ୍ତ ପରିବାରଗୁଡ଼ିକୁ ଏହାର ଲାଭ ମିଳିପାରିବ । ସେ କହିଥିଲେ ଯେ ଆୟୁଷ୍ମାନ ଭାରତ ଯୋଜନା ସୁଲଭ ଏବଂ ଗୁଣବତ୍ତାଯୁକ୍ତ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଇବା ଲାଗି ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ ।

ରାଜ୍ୟରେ ଭଲ କାମ କରୁଥିବା କାରଣରୁ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ପେମା ଖାଣ୍ଡୁଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ 2027ରେ ଅରୁଣାଚଳ ପ୍ରଦେଶର ସ୍ୱରୂପ କିଭଳି ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ଏକ ରୋଡମେପ ପ୍ରସ୍ତୁତ କରିଛନ୍ତି । ସେ କହିଥିଲେ ଯେ ଏହାକୁ ପ୍ରସ୍ତୁତ କରିବା ଲାଗି କେବଳ ଅଧିକାରୀମାନେ ନୁହନ୍ତି ବରଂ ଜୀବନର ସମସ୍ତ କ୍ଷେତ୍ର ସହ ଜଡ଼ିତ ଲୋକମାନଙ୍କ ଠାରୁ ପରାମର୍ଶ ନିଆଯାଉଛି  ।

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Celebrate ‘Har Ghar Tiranga’drive, PM Modi calls on every household

Media Coverage

Celebrate ‘Har Ghar Tiranga’drive, PM Modi calls on every household
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights India’s strong conservation efforts on World Elephant Day
August 12, 2026

Prime Minister Shri Narendra Modi today stated that on World Elephant Day, we celebrate the majestic elephant, which has remained an integral part of India’s ecological heritage. He expressed gladness that India is home to over 60% of the world’s wild Asian elephants.

The Prime Minister noted that our nation has 33 Elephant Reserves, which provide habitats for elephants and strengthen our efforts towards their long-term conservation. Shri Modi also expressed pride in all forest personnel, scientists, veterinarians, mahouts, and the local communities who are integral to all such efforts.

In a post on X, the Prime Minister shared:

"On World Elephant Day, we celebrate the majestic elephant which has remained an integral part of India’s ecological heritage. It is gladdening that India is home to over 60% of the world’s wild Asian elephants. Our nation has 33 Elephant Reserves, which provide habitats for elephants and strengthen our efforts towards their long-term conservation. We are also proud of all forest personnel, scientists, veterinarians, mahouts and the local communities who are integral to all such efforts."