"130 କୋଟି ଭାରତୀୟଙ୍କ ହୃଦୟରେ ଭୁଟାନ ଲାଗି ସ୍ୱତନ୍ତ୍ର ସ୍ଥାନ ରହିଛି : ପ୍ରଧାନମନ୍ତ୍ରୀ ମୋଦୀ "
"ଭୁଟାନର ବିକାଶ ଯାତ୍ରାରେ ଭାରତର ଭାଗିଦାରୀ ଭାରତ ପାଇଁ ଏକ ସମ୍ମାନର ବିଷୟ :ପ୍ରଧାନମନ୍ତ୍ରୀ ମୋଦୀ "
"ଖୁସିର ବିଷୟ ଯେ ,ଆଜି ଆମେ ଭୁଟାନରେ ରୂପେକାର୍ଡ ଶୁଭାରମ୍ଭ କରିଛନ୍ତି : ପ୍ରଧାନମନ୍ତ୍ରୀ ମୋଦୀ "

ଭୂଟାନର ମହାମହିମ ପ୍ରଧାନମନ୍ତ୍ରୀ

ଏବଂ ମୋର ମିତ୍ର ଡକ୍ଟର ସେରିଙ୍ଗ,

ଗଣମାନ୍ୟ ଅତିଥି,

ଭାଇ ଓ ଭଉଣୀମାନେ,

ନମସ୍କାର ।

ଭାରତର ଅଭିନ୍ନ ଏବଂ ବିଶେଷ ବନ୍ଧୁ ଭୂଟାନରେ ଆପଣମାନଙ୍କ ଗହଣରେ ଉପସ୍ଥିତ ହୋଇ ମୁଁ ଅତ୍ୟନ୍ତ ଆନନ୍ଦିତ । ମୋ ସହିତ ଆସିଥିବା ପ୍ରତିନିଧି ଦଳ ଏବଂ ମୋତେ ଉଦାରତା ପୂର୍ବକ ସ୍ୱାଗତ ସକ୍ରାର ଲାଗି, ପ୍ରଧାନମନ୍ତ୍ରୀ ମହାଶୟ, ମୁଁ ଆପଣଙ୍କୁ ଏବଂ ଭୂଟାନର ରାଜତନ୍ତ୍ରକୁ ହୃଦୟରୁ କୃତଜ୍ଞତା ବ୍ୟକ୍ତ କରୁଛି ।

ମହାମହିମ,

ଭାରତ-ଭୂଟାନର ଅଦ୍ୱିତୀୟ ବନ୍ଧୁତ୍ୱ ପାଇଁ ମୁଁ ଆପଣଙ୍କ ଉଦାର ବିଚାର ଲାଗି ମଧ୍ୟ ଆପଣଙ୍କୁ ହାର୍ଦ୍ଦିକ କୃତଜ୍ଞତା ବ୍ୟକ୍ତ କରୁଛି । 130 କୋଟି ଭାରତୀୟଙ୍କ ହୃଦୟରେ ଭୂଟାନ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି । ମୋର ବିଗତ କାର୍ଯ୍ୟକାଳ ସମୟରେ, ପ୍ରଧାନମନ୍ତ୍ରୀ ଭାବେ ମୋର ପ୍ରଥମ ଗସ୍ତ ପାଇଁ ଭୂଟାନକୁ ବାଛିବା ସ୍ୱାଭାବିକ ଥିଲା । ଏଥର ମଧ୍ୟ, ନିଜର ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭରେ ହିଁ ଭୂଟାନକୁ ଆସି ମୁଁ ଆନନ୍ଦିତ । ଭାରତ ଏବଂ ଭୂଟାନ ମଧ୍ୟରେ ସମ୍ପର୍କ ଦୁଇ ଦେଶର ଲୋକମାନଙ୍କ ବିକାଶ, ସମୃଦ୍ଧି ଏବଂ ସୁରକ୍ଷାର ଆପୋସ ହିତ ଉପରେ ଆଧାରିତ । ତେଣୁ ସେଥିପାଇଁ ଦୁଇ ଦେଶରେ ଏଥିପ୍ରତି ସମ୍ପୂର୍ଣ୍ଣ ଜନସମର୍ଥନ ରହିଛି ।

ମହାମହିମ,

ଏହା ମୋର ସୌଭାଗ୍ୟ ଯେ ଭାରତର ଜନସାଧାରଣଙ୍କ ନିର୍ଣ୍ଣାୟକ ଜନାଦେଶ ଏହି ସମ୍ପର୍କକୁ ଆହୁରି ମଜବୁତ କରିବା ଲାଗି ଭୂଟାନ ନରେଶ ଏବଂ ଆପଣଙ୍କ ସହିତ କାମ କରିବାର ସୁଯୋଗ ମୋତେ ପୁଣିଥରେ ଦେଇଛନ୍ତି । ମୋତେ ଆଜି ଭୂଟାନର ମହାମହିମ ରାଜାଙ୍କ ସହିତ ଆମ ଭାଗୀଦାରୀ ବିଷୟରେ ଆଲୋଚନା କରିବାର ସୁଯୋଗ ମିଳିଲା । କିଛି ସମୟ ପରେ ମୁଁ ମହାମହିମ ଚତୁର୍ଥ ନରେଶଙ୍କୁ ମଧ୍ୟ ଭେଟିବି । ଭୂଟାନ ନରେଶଙ୍କ ବୁଦ୍ଧିମତା ଏବଂ ଦୂରଦର୍ଶିତା ଦୀର୍ଘ ସମୟ ଧରି ଆମର ଦ୍ୱିପାକ୍ଷିକ ସମ୍ପର୍କକୁ ମାର୍ଗଦର୍ଶନ ଦେଇଆସିଛି । କେବଳ ସେତିକି ନୁହେଁ, ତାଙ୍କର ସଂକଳ୍ପ ଭୂଟାନକୁ ସାରା ବିଶ୍ୱ ସମ୍ମୁଖରେ ଏପରି ଏକ ଅଭିନବ ଉଦାହରଣ ରୂପରେ ଉପସ୍ଥାପିତ କରିଛି, ଯେଉଁଠି ବିକାଶକୁ ତଥ୍ୟ ଜରିଆରେ ନୁହେଁ, ଖୁସି ଆଧାରରେ ମପା ଯାଉଛି । ଯେଉଁଠି ପରମ୍ପରା ଏବଂ ପରିବେଶ ସହିତ ଆର୍ଥିକ ବିକାଶ ଆଗକୁ ବଢ଼ୁଛି । ଏପରି ବନ୍ଧୁ ଏବଂ ଏପରି ପଡ଼ୋଶୀ କିଏ ନ ଚାହେଁ ।

ସାଥୀଗଣ,

ଏହା ଭାରତର ସୌଭାଗ୍ୟ ଯେ ଆମେ ଭୂଟାନର ବିକାଶରେ ପ୍ରମୁଖ ଭାଗୀଦାର । ଭୂଟାନର ପଞ୍ଚବର୍ଷୀୟ ଯୋଜନାରେ ଭାରତର ସହଯୋଗ ଆପଣଙ୍କ ଇଚ୍ଛା ଓ ପ୍ରାଥମିକତା ଆଧାରରେ ଆଗକୁ ମଧ୍ୟ ଜାରି ରହିବ ।

ସାଥୀଗଣ,

ଜଳବିଦ୍ୟୁତ ଆମ ଦୁଇ ଦେଶ ମଧ୍ୟରେ ସହଯୋଗର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର । ଦୁଇ ଦେଶ ମିଶି ଭୂଟାନ ନଦୀର ଶକ୍ତିକୁ ବିଦ୍ୟୁତରେ ନୁହେଁ, ପାରସ୍ପରିକ ସମୃଦ୍ଧିରେ ମଧ୍ୟ ରୂପାନ୍ତରିତ କରିଛୁ । ଆଜି ଆମେ ମାଙ୍ଗଦେଚ୍ଛୁ ପ୍ରକଳ୍ପର ଉଦଘାଟନ ସହିତ ଏହି ଯାତ୍ରାର ଆଉ ଏକ ଐତିହାସିକ ସୋପାନ ହାସଲ କରିଛୁ । ଦୁଇ ଦେଶର ସହଯୋଗରେ ଭୂଟାନର ଜଳବିଦୁ୍ୟତ ଉତ୍ପାଦନ କ୍ଷମତା 2 ହଜାର ମେଗାୱାଟକୁ ଅତିକ୍ରମ କରିଯାଇଛି । ମୋର ବିଶ୍ୱାସ ଯେ ଆମେ ଅନ୍ୟ ପ୍ରକଳ୍ପଗୁଡ଼ିକୁ ମଧ୍ୟ ଆଗକୁ ନେଇଯିବା ।

ମହାମହିମ,

ଭୂଟାନର ସାଧାରଣ ଲୋକମାନଙ୍କ ବୃଦ୍ଧି ପାଉଥିବା ଆବଶ୍ୟକତାକୁ ପୂରଣ କରିବା ଲାଗି ଭାରତରୁ ଏଲପିଜି ଯୋଗାଣ ମାସିକ 700ରୁ ବୃଦ୍ଧି କରି 1ହଜାର ମେଟ୍ରିକ ଟନ କରିଦିଆଯାଇଛି । ଏଥିରୁ ସ୍ୱଚ୍ଛ ଇନ୍ଧନ ଗ୍ରାମାଂଚଳ ପର୍ଯ୍ୟନ୍ତ ପହଁଚିବାରେ ସହାୟତା ମିଳିପାରିବ ।

ସାଥୀଗଣ,

ଡକ୍ଟର ସେରିଙ୍ଗ ଆମର ପ୍ରଥମ ସାକ୍ଷାତ ଅବସରରେ ମୋତେ କହିଥିଲେ ଯେ ରାଜନୀତିକୁ ଆସିବା ଲାଗି ତାଙ୍କର ପ୍ରମୁଖ ପ୍ରେରଣା ହେଉଛି ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା । ମୁଁ ତାଙ୍କ ଦୂରଦୃଷ୍ଟି ଦ୍ୱାରା ଅତ୍ୟନ୍ତ ପ୍ରଭାବିତ । ଭୂଟାନରେ ବହୁମୁଖୀ ସୁପର ସ୍ପେଶାଲିଟି ହସପିଟାଲ ପ୍ରତିଷ୍ଠା ଲାଗି ତାଙ୍କର ସ୍ୱପ୍ନକୁ ସାକାର କରିବାରେ ଭାରତ ଯଥାସମ୍ଭବ ସହାୟତା କରିବ ।

ମହାମହିମ,

ସାର୍କ କରେନ୍ସି ସ୍ୱାପ ଫ୍ରେମୱାର୍କ ଅନ୍ତର୍ଗତ ଭୂଟାନ ଲାଗି କରେନ୍ସି ସ୍ୱାପ (ମୁଦ୍ରା ବିନିମୟ) ର ସୀମା ବୃଦ୍ଧି କରିବା ଲାଗି ଆମର ଉଦ୍ଦେଶ୍ୟ ସକାରାତ୍ମକ । ଇତିମଧ୍ୟରେ ବିଦେଶୀ ମୁଦ୍ରାର ଆବଶ୍ୟକତାକୁ ପୂରଣ କରିବା ଲାଗି ଷ୍ଟାଣ୍ଡବାଏ ସ୍ୱାପ ବ୍ୟବସ୍ଥା ଅନ୍ତର୍ଗତ ଅତିରିକ୍ତ 100 ମିଲିୟନ ଡଲାର ଭୂଟାନ ପାଇଁ ଉପଲବ୍ଧ ହେବ ।

ସାଥୀଗଣ,

ମହାକାଶ ପ୍ରଯୁକ୍ତିର ଉପଯୋଗ ଦ୍ୱାରା ଭୂଟାନର ବିକାଶକୁ ତ୍ୱରାନ୍ୱିତ କରିବା ଲାଗି ଭାରତ ସଂକଳ୍ପବଦ୍ଧ । ଆମେ ଆଜି ଦକ୍ଷିଣ ଏସିଆ ଉପଗ୍ରହର ଆର୍ଥ ଷ୍ଟେସନକୁ ଉଦଘାଟନ କରିଛୁ । ଏହା ଭୂଟାନରେ ସଂଚାର, ସାର୍ବଜନୀନ ପ୍ରସାରଣ, ଏବଂ ବିପର୍ଯ୍ୟୟ ପରିଚାଳନାକୁ ବୃଦ୍ଧି କରିବ । ଏହି ଉଦ୍ଦେଶ୍ୟ ଲାଗି ଭୂଟାନର ଆବଶ୍ୟକତା ଅନୁଯାୟୀ ଏକ୍ସଟ୍ରା ବ୍ୟାଣ୍ଡୱିଡଥ  ଓ ଟ୍ରାନ୍ସପଣ୍ଡର ଉପଲବ୍ଧ କରାଯିବ । ଦୁଇ ଦେଶ କ୍ଷୁଦ୍ର ଉପଗ୍ରହର ନିର୍ମାଣ ଏବଂ ମହାକାଶ ପ୍ରଯୁକ୍ତି ସହିତ ଯୋଡ଼ି ହେବା ଦ୍ୱାରା ଭୂଟାନର ଛାତ୍ରଛାତ୍ରୀ ଏବଂ ଗବେଷକମାନଙ୍କୁ ଭାରତୀୟ ବିଶ୍ୱ ବିଦ୍ୟାଳୟର ନୂତନ ସାଧନ ସହିତ ଯୋଡ଼ିବ । ଏହା ଦୁଇ ଦେଶ ମଧ୍ୟରେ ସହଭାଗୀ ଜ୍ଞାନ ସମାଜର ପ୍ରତିଷ୍ଠା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ, ଯାହା ସ୍ୱତନ୍ତ୍ର ଭାବେ ଆମର ଯୁବକମାନଙ୍କୁ ଲାଭାନ୍ୱିତ କରିବ ।

ରୟାଲ ଭୂଟାନ ବିଶ୍ୱବିଦ୍ୟାଳୟ ଏବଂ ଭାରତର ଆଇଆଇଟି ଓ କେତେକ ଅନ୍ୟ ଶୀର୍ଷସ୍ତରୀୟ ଶିକ୍ଷା ପ୍ରତିଷ୍ଠାନ ମଧ୍ୟରେ ସହଯୋଗ ଓ ସମ୍ପର୍କ, ଶିକ୍ଷା ଓ ପ୍ରଯୁକ୍ତି ଲାଗି ଆଜିର ଆବଶ୍ୟକତା ଅନୁରୂପ ଅଟେ । ଆସନ୍ତାକାଲି ରୟାଲ ଭୂଟାନ ବିଶ୍ୱ ବିଦ୍ୟାଳୟରେ ଏ ଦେଶର ପ୍ରତିଭାବାନ ଯୁବକମାନଙ୍କୁ ଭେଟିବା ଲାଗି ମୁଁ ଉତ୍ସାହର ସହ ଅପେକ୍ଷା କରି ରହିଛି ।

ସାଥୀଗଣ,

ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ଆଜି ଆମେ ଭୂଟାନରେ ରୂପେ କାର୍ଡର ଶୁଭାରମ୍ଭ କରିଛୁ । ଏହାଦ୍ୱାରା ଡିଜିଟାଲ ପଇଠ ଏବଂ ବ୍ୟବସାୟ ତଥା ପର୍ଯ୍ୟଟନ କ୍ଷେତ୍ରରେ ଆମ ସମ୍ପର୍କ ଆହୁରି ବୃଦ୍ଧି ପାଇବ । ଆମର ସହଭାଗୀ ଆଧ୍ୟାତ୍ମିକ ପରମ୍ପରା ଏବଂ ମଜବୁତ ଲୋକ ସମ୍ପର୍କ ଆମ ବନ୍ଧୁତାର ଆଧାର । ଏହାକୁ ଦୃଷ୍ଟିରେ ରଖି, ନାଳନ୍ଦା ବିଶ୍ୱବିଦ୍ୟାଳୟରେ ଭୂଟାନ ଲାଗି, ସ୍ନାତୋକୋତର ବୃତ୍ତିକୁ 2ରୁ ବଢ଼ାଇ 5 କରାଯାଉଛି । ମୁଁ ଆଜି ଏଠାରେ ଶବ ଡୁରୁଙ୍ଗଙ୍କ ଆଶୀର୍ବାଦ ପ୍ରାପ୍ତ କରିଛି । ମୁଁ ଏହି ଘୋଷଣା କରି ଆନନ୍ଦିତ ଯେ ଏହି ବିଲକ୍ଷଣ ପ୍ରତିମାଙ୍କୁ ଭୂଟାନରେ ଆହୁରି 5 ବର୍ଷ ରଖିବା ଲାଗି ଭାରତ ସହମତ ।

ମହାମହିମ,

ଭାରତ-ଭୂଟାନ ସମ୍ପର୍କର ଇତିହାସ ଯେତେ ଗୌରବଶାଳୀ, ଭବିଷ୍ୟତ ମଧ୍ୟ ସେତିକି ଆଶାଜନକ । ମୋର ବିଶ୍ୱାସ ଅଛି ଯେ ଭାରତ ଏବଂ ଭୂଟାନ ବିଶ୍ୱରେ ଦୁଇ ଦେଶ ମଧ୍ୟରେ ସମ୍ପର୍କର ଆଦର୍ଶ ଉଦାହରଣ ହୋଇ ରହିବେ ।

ଏହି ସୁନ୍ଦର ଡ୍ରୁକ ୟୁଲକୁ ପୁଣିଥରେ ଆସିବାର ସୁଯୋଗ ଦେବା ଲାଗି, ଆପଣମାନଙ୍କ ସ୍ୱାଗତ ସତ୍କାର ଓ ସ୍ନେହ ପାଇଁ ପୁଣିଥରେ ବହୁତ ବହୁତ ଧନ୍ୟବାଦ ।

ତାଶୀ ଦେଲକ!

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Small towns emerge big growth driver for connected TV in India

Media Coverage

Small towns emerge big growth driver for connected TV in India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates H.E. President Hakainde Hichilema on re-election as President of Zambia
August 20, 2026

The Prime Minister, Shri Narendra Modi, has extended his heartiest congratulations to President H.E. Hakainde Hichilema on his re-election as the President of Zambia.

The Prime Minister said that India greatly values its multifaceted partnership with Zambia.

Shri Modi expressed his desire to work together with President Hakainde Hichilema to further strengthen the relations between India and Zambia under his leadership.

The Prime Minister said in a X post;

“Heartiest Congratulations to President Hakainde Hichilema on being re-elected as the President of Zambia.

India greatly values its multifaceted partnership with Zambia and I look forward to working together to further strengthen our relations under his leadership.

@HHichilema”