“ରୋଟାରୀଆନମାନେ ସଫଳତା ଏବଂ ସେବାର ପ୍ରକୃତ ମିଶ୍ରଣ”
“ଆମେ ବୁଦ୍ଧ ଏବଂ ମହାତ୍ମା ଗାନ୍ଧୀଙ୍କ ଭୂମିରେ ଅଛୁ, ଯେଉଁମାନେ କି ଅନ୍ୟମାନଙ୍କ ପାଇଁ ବଞ୍ଚିବା କ’ଣ ତାହା କାର୍ଯ୍ୟରେ କରି ଦେଖାଇଛନ୍ତି”
“ପ୍ରକୃତି ସହିତ ସୁସମ୍ପର୍କ ରଖିବାର ଆମର ଶତାବ୍ଦୀ ପୁରୁଣା ନୈତିକତା ଦ୍ୱାରା ଅନୁପ୍ରାଣିତ ହୋଇ ୧.୪ ବିଲିୟନ ଭାରତୀୟ ଆମ ପୃଥିବୀକୁ ଅଧିକ ପରିଷ୍କାର ଏବଂ ସବୁଜ କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରୁଛନ୍ତି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ରୋଟାରୀ ଇଣ୍ଟରନେସନାଲ ବିଶ୍ୱ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ରୋଟାରୀଆନମାନଙ୍କୁ ଏକ "ସେବା ଓ ସଫଳତାର ପ୍ରକୃତ ମିଶ୍ରଣ” ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ପ୍ରକାରର ପ୍ରତ୍ୟେକ ରୋଟାରୀ ସମାବେଶ ଏକ ମିନି-ଗ୍ଲୋବାଲ୍ ଆସେମ୍ବଲି । ସେଠାରେ ବିବିଧତା ଏବଂ ସ୍ପନ୍ଦନ ଅଛି ।

ରୋଟାରୀର ଦୁଇଟି ଆଦର୍ଶ " ନିଜସ୍ୱ ଉପରେ ସେବା” ଏବଂ "ଏକ ଲାଭ ଯିଏ ସର୍ବାଧିକ ସେବା କରେ”  ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ସମଗ୍ର ମାନବଜାତିର କଲ୍ୟାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ନୀତି ଅଟେ ଏବଂ ଆମର ସାଧୁ ଓ ସନ୍ଥମାନଙ୍କ ଶିକ୍ଷା ସହିତ ପୁନଃ ପ୍ରତିରୂପିତ ହୁଏ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ବୁଦ୍ଧ ଏବଂ ମହାତ୍ମା ଗାନ୍ଧୀଙ୍କ ଭୂମିରେ ଅଛୁ ଯେଉଁମାନେ ଅନ୍ୟମାନଙ୍କ ପାଇଁ ବଞ୍ଚିବା କ’ଣ ତାହାକୁ କାର୍ଯ୍ୟରେ କରି ଦେଖାଇଛନ୍ତି ।

ସ୍ୱାମୀ ବିବେକାନନ୍ଦଙ୍କ ଉକ୍ତିକୁ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ସମସ୍ତେ ଏକ ର୍ନିଭରଶୀଳ, ଆନ୍ତଃ - ସମ୍ପର୍କ ଏବଂ ଆନ୍ତଃ-ସଂଯୁକ୍ତ ଦୁନିଆରେ ରହିଛେ । ସେଥିପାଇଁ ଆମ ଗ୍ରହକୁ ଅଧିକ ସମୃଦ୍ଧ ଏବଂ ସ୍ଥାୟୀ କରିବା ପାଇଁ ବ୍ୟକ୍ତିବିଶେଷ, ସଂଗଠନ ଏବଂ ସରକାର ମିଳିତ ଭାବରେ କାର୍ଯ୍ୟ କରିବା ଜରୁରୀ ଅଟେ ।  ପୃଥିବୀ ଉପରେ ସକରାତ୍ମକ ପ୍ରଭାବ ପକାଉଥିବା ବିଭିନ୍ନ କାର୍ଯ୍ୟ ପାଇଁ କଠିନ ପରିଶ୍ରମ କରୁଥିବାରୁ ସେ ରୋଟାରୀ ଇଣ୍ଟରନେସନାଲକୁ ପ୍ରଶଂସା କରିଥିଲେ ।

 

ପରିବେଶ ସୁରକ୍ଷା ପ୍ରୟାସରେ ଭାରତ ଅଗ୍ରଣୀ ବୋଲି ସେ କହିଛନ୍ତି । ସ୍ଥାୟୀ ବିକାଶ ହେଉଛି ବର୍ତ୍ତମାନର ଆବଶ୍ୟକତା ।  ପ୍ରକୃତି ସହିତ ସୁସମ୍ପର୍କ ରଖିବାର ଆମର ଶତାବ୍ଦୀ ପୁରୁଣା ନୈତିକତା ଦ୍ୱାରା ଅନୁପ୍ରାଣିତ ହୋଇ ୧.୪ ବିଲିୟନ ଭାରତୀୟ ଆମ ପୃଥିବୀକୁ ଅଧିକ ପରିଷ୍କାର ଏବଂ ସବୁଜ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ଭାରତର ପଦକ୍ଷେପଗୁଡ଼ିକୁ ମଧ୍ୟ ତାଲିକାଭୁକ୍ତ କରିଛନ୍ତି ଯଥା ଆନ୍ତର୍ଜାତୀୟ ସୌର ସଂଗଠନ, "ଗୋଟିଏ ସୂର୍ଯ୍ୟ, ଗୋଟିଏ ବିଶ୍ୱ, ଗୋଟିଏ ଗ୍ରୀଡ୍‌” ଏବଂ ଲାଇଫ୍‍ - ପରିବେଶ ପାଇଁ ଜୀବନଶୈଳୀ । ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ୨୦୭୦ ସୁଦ୍ଧା ନେଟ୍ ଜିରୋ ଉପରେ ଭାରତର ପ୍ରତିବଦ୍ଧତାକୁ ବିଶ୍ୱ ସମ୍ପ୍ରଦାୟ ମଧ୍ୟ ପ୍ରଶଂସା କରିଛନ୍ତି ।

ବିଶୁଦ୍ଧ ପାନୀୟ ଜଳ, ପରିମଳ ଏବଂ ସ୍ୱଚ୍ଛତା ଯୋଗାଇବା ପାଇଁ ରୋଟାରୀ ଇଣ୍ଟରନେସନାଲର କାର୍ଯ୍ୟକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ମିଶନର ଲାଭ ବିଷୟରେ କହିଥିଲେ, ଯେପରିକି ପାଞ୍ଚ ବର୍ଷ ମଧ୍ୟରେ ସମସ୍ତ ପରିମଳ ବ୍ୟବସ୍ଥା ହୋଇପାରିବ । ନୂତନ ଭାବେ ସଚେତନତା ଓ ବାସ୍ତବତା ଯୋଗୁଁ ନୂଆ ରୂପ ନେଉଥିବା ଜଳ ସଂରକ୍ଷଣ ଏବଂ ଆତ୍ମନିର୍ଭର ଭାରତ ଭଳି ଅଭିଯାନ ବିଷୟରେ ସେ ମଧ୍ୟ ଆଲୋଚନା କରିଥିଲେ । ସେ ଭାରତର ଆଗକୁ ବଢୁଥିବା ଷ୍ଟାର୍ଟଅପ୍ କ୍ଷେତ୍ର ବିଷୟରେ ମଧ୍ୟ କହିଥିଲେ ।

ସେ କହିଛନ୍ତି ଯେ ଭାରତ ମାନବିକତାର ଏକ ସପ୍ତମାଂଶ ସ୍ଥାନ ହୋଇଥିବାରୁ ଭାରତର କୌଣସି ସଫଳତା ବିଶ୍ୱ ଉପରେ ସକରାତ୍ମକ ପ୍ରଭାବ ପକାଇବ । ସେ କୋଭିଡ -୧୯ ଟିକାକରଣର ସଫଳତା ଏବଂ ୨୦୨୫ ସୁଦ୍ଧା ଯକ୍ଷ୍ମା ଦୂର କରିବା, ଯାହାକି ବିଶ୍ୱରେ ଧାର୍ଯ୍ୟ ଲକ୍ଷ୍ୟ ୨୦୩୦ର ୫ବର୍ଷ ପୂର୍ବରୁ, ତାହାର ଉଦାହରଣ ଦେଇଛନ୍ତି ।

ତୃଣମୂଳ ସ୍ତରରେ ଏହି ପ୍ରୟାସକୁ ସମର୍ଥନ କରିବାକୁ ଶ୍ରୀ ମୋଦୀ ରୋଟାରୀ ପରିବାରକୁ ଆମନ୍ତ୍ରଣ କରିଥିଲେ ଏବଂ ସେମାନଙ୍କୁ ସମଗ୍ର ବିଶ୍ୱରେ ବହୁ ସଂଖ୍ୟାରେ ଯୋଗ ଦିବସ ପାଳନ କରିବାକୁ ମଧ୍ୟ କହିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
99.92% villages in India covered with banking outlets within 5 km radius: Govt

Media Coverage

99.92% villages in India covered with banking outlets within 5 km radius: Govt
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 31, 2026
March 31, 2026

 Building a Resilient Bharat: Record Progress in Banking, Infrastructure, EVs, and Conservation Under PM Modi