PM Modi interacts with the recipients of National Teacher Awards’ 2018, congratulates them for their exceptional work
Encourage brainstorming amongst the students to find solutions for the various day to day problems: PM to teachers
Encouraging creativity will act as self-motivation for children and enable them to compete with oneself: PM to teachers

ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକ କଲ୍ୟାଣ ମାର୍ଗଠାରେ ଜାତୀୟ ଶିକ୍ଷକ ପୁରସ୍କାର-2018ର ବିଜେତାମାନଙ୍କ ସହିତ ଆଲୋଚନା କରିଛନ୍ତି ।

ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କାର ବିଜେତାମାନଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ । ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଲାଗି କଠିନ ପ୍ରୟାସ ଜାରି ରଖିବା ଲାଗି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଆହ୍ୱାନ କରିଥିଲେ ।

ଏହି ବାର୍ତ୍ତାଳାପ ସମୟରେ ପ୍ରଧାନମନ୍ତ୍ରୀ ଶିକ୍ଷାଦାନରେ ସହାୟତା ଲାଗି ପ୍ରଯୁକ୍ତିର ଉପଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ । ଦୈନନ୍ଦିନ ସମସ୍ୟାର ସମାଧାନ ଲାଗି ଛାତ୍ରଛାତ୍ରୀଙ୍କ ଚିନ୍ତନ ଶକ୍ତିକୁ ବଢ଼ାଇବା ଲାଗି ଶିକ୍ଷକମାନଙ୍କୁ ସେ ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ପିଲାଙ୍କୁ ସୁଯୋଗ ଦେବା ଏବଂ ଜଣେ ହେଲେ ବିଦ୍ୟାର୍ଥୀକୁ ଭାଙ୍ଗି ନପଡ଼ିବାକୁ ଦେବା ଲାଗି ପୁରସ୍କାର ବିଜେତା ଶିକ୍ଷକମାନଙ୍କୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ ।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା ବୃଦ୍ଧି କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ ସୃଜନଶୀଳତାର ପ୍ରୋତ୍ସାହନ ଫଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଓ ଏହା ସେମାନଙ୍କୁ ନିଜ ସହ ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ସକ୍ଷମ କରିବ ।

ବିଭିନ୍ନ ପ୍ରସଙ୍ଗରେ ବିଦ୍ୟାର୍ଥୀଙ୍କ ଦୃଷ୍ଟିକୋଣ ବୁଝିବା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ । ଛାତ୍ରସୁଲଭ ମନୋଭାବ ନେଇ ଶିକ୍ଷାଗ୍ରହଣ ଜାରି ରଖିବା ଲାଗି ମଧ୍ୟ ସେ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ ।

ବିଦ୍ୟାଳୟଗୁଡ଼ିକରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ସେମାନଙ୍କ ରୂପାନ୍ତରଣକାରୀ କାର୍ଯ୍ୟ ବିଷୟରେ ପୁରସ୍କାର ବିଜେତାମାନେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ । ଅଟଳ ଟିଙ୍କରିଂ ଲ୍ୟାବ ଛାତ୍ରଛାତ୍ରୀଙ୍କୁ କିଭଳି ଉଦ୍ଭାବନ ଏବଂ ପ୍ରଯୁକ୍ତିର ଉପଯୋଗ ଲାଗି ସମର୍ଥ କରିଛି ସେ ବିଷୟରେ ମଧ୍ୟ ସେମାନେ ଉଲ୍ଲେଖ କରିଥିଲେ ।

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟଲ ନିଶଙ୍କ ଓ ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସଞ୍ଜୟ ଶାମରାଓ ଧୋତ୍ରେ ଏହି ଅବସରରେ ଉପସ୍ଥିତ ଥିଲେ । 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jumbo Indian contingent comprising 768 athletes, support staff and officials for Asian Games

Media Coverage

Jumbo Indian contingent comprising 768 athletes, support staff and officials for Asian Games
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 4, 2026
September 04, 2026

Make in India, Power India, Play for India: Multi-Sector Momentum Under PM Modi’s Leadership