Prime Minister reviews rescue and relief operations in areas affected by Cyclone Ockhi
PM announces package of relief measures for cyclone affected States
#CycloneOckhi: PM Modi assures Centre's help, says Union Government stands shoulder to shoulder with them in this hour of crisis
#CycloneOckhi: Centre to dispatch immediate financial assistance worth Rs. 325 crore to cater to the requirements of Kerala, Tamil Nadu and Lakshadweep

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲାକ୍ଷାଦ୍ୱୀପ, ତାମିଲନାଡ଼ୁ ଏବଂ କେରଳର ‘ଓଖି’ ବାତ୍ୟା ପ୍ରଭାବିତ ଅଂଚଳକୁ ଗସ୍ତ କରିଥିଲେ । ସେ ବାତ୍ୟା ପ୍ରପୀଡ଼ିତ ମତ୍ସ୍ୟଜୀବୀ ଏବଂ କୃଷକଙ୍କ ସମେତ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ । ଗସ୍ତ କାଳରେ ସେ କନ୍ୟାକୁମାରୀ ଏବଂ କାଭାରାତିର ଲୋକମାନଙ୍କ ସହିତ ମତବିନିମୟ କରିଥିଲେ । ସେ ମଧ୍ୟ ବାତ୍ୟା ଦ୍ୱାରା ସର୍ବାଧିକ ପ୍ରଭାବିତ ଥିରୁଭନନ୍ତପୁରମ ନିକଟବର୍ତ୍ତୀ ପୁନ୍ଥୁରା ଗ୍ରାମକୁ ଯାଇଥିଲେ । ବାତ୍ୟା ଯୋଗୁ ଲୋକମାନେ କଠିନ ପରିସ୍ଥିତି ମଧ୍ୟ ଦେଇ ଗତି କରୁଥିବା ତାଙ୍କ ନିକଟରେ ବର୍ଣ୍ଣନା କରିଥିଲେ । ସେଠାକାର ଲୋକମାନଙ୍କୁ ଆଶ୍ୱାସନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନଙ୍କୁ ସବୁପ୍ରକାରର ସହାୟତା ଯୋଗାଇ ଦିଆଯିବ । ଏହି ସଂକଟମୟ ପରିସ୍ଥିତିରେ କେନ୍ଦ୍ର ସରକାର ସେମାନଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ଛିଡ଼ା ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

କାଭାରାତି, କନ୍ୟାକୁମାରୀ ଏବଂ ଥିରୁବନନ୍ତପୁରମରେ ବର୍ତ୍ତମାନର ପରିସ୍ଥିତି ଏବଂ ରିଲିଫ ପଦକ୍ଷେପର ସମୀକ୍ଷା ଲାଗି ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ଭାବେ ବିସ୍ତୃତ ବୈଠକମାନ କରିଥିଲେ । ଏହିସବୁ ବୈଠକରେ କେରଳ ଓ ତାମିଲନାଡ଼ୁର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ତାମିଲନାଡ଼ୁ ଉପମୁଖ୍ୟମନ୍ତ୍ରୀ, ଲୋକସଭା ଉପବାଚସ୍ପତି ଏବଂ ଲାକ୍ଷାଦ୍ୱୀପ ପ୍ରଶାସକଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

 

  • ପ୍ରଧାନମନ୍ତ୍ରୀ କହିଥିଲେ ଯେ ରିଲିଫ ପ୍ୟାକେଜ ମାଧ୍ୟମରେ କେନ୍ଦ୍ର ସରକାର ବାତ୍ୟା ପ୍ରଭାବିତ ରାଜ୍ୟଗୁଡ଼ିକୁ ସହାୟତା ଯୋଗାଇଦେବେ ।

    -କେରଳ, ତାମିଲନାଡ଼ୁ ଏବଂ ଲାକ୍ଷାଦ୍ୱୀପରେ ଆବଶ୍ୟକତା ମେଣ୍ଟାଇବା ଲାଗି 325 କୋଟି ଟଙ୍କାର ତ୍ୱରିତ ସହାୟତା କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ ।
    -ଆଜି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ତ୍ୱରିତ ଆର୍ଥିକ ସହାୟତା ଘୋଷଣା କରାଯାଇଥିଲା । ଚଳିତ ମାସରେ ବାତ୍ୟା ଓଖି ଏହି ଦୁଇ ରାଜ୍ୟ/କେନ୍ଦ୍ର ଶାସିତ ଅଂଚଳରେ ସଂଘଟିତ ହେବା ପରେ ଏବଂ ପୂର୍ବରୁ, ତାମିଲନାଡ଼ୁକୁ 280 କୋଟି ଏବଂ କେରଳକୁ 76 କୋଟି ଟଙ୍କା ଅନୁଦାନ ଯୋଗାଇ ଦିଆଯାଇସାରିଛି ।

    – ବାତ୍ୟା ଓଖି ଯୋଗୁ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ପାଖାପାଖି 1400 ପକ୍କା ଘର ପୁନଃନିର୍ମାଣ ପାଇଁ ଭାରତ ସରକାର ସହାୟତା ଯୋଗାଇଦେବେ । ପ୍ରାଥମିକତା ଭିତ୍ତିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ଅଧୀନରେ ଏହି ସହାୟତା ଯୋଗାଇ ଦିଆଯିବ । ନୂଆ ଘର ନିର୍ମାଣ ପାଇଁ ପ୍ରତ୍ୟେକ ହିତାଧିକାରୀ 1.5ଲକ୍ଷ ଟଙ୍କାର ସହାୟତା ପାଇପାରିବେ ।
    -ଓଖି ପ୍ରପୀଡ଼ିତ ଲୋକମାନଙ୍କୁ ବୀମା ଦାବି ତୁରନ୍ତ ପଇଠ କରିବା ଲାଗି ବୀମା କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।

    – ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି (ପିଏମଏନଆରଏଫ) ଅଧୀନରେ ଓଖି ବାତ୍ୟା ଯୋଗୁ ପ୍ରାଣ ହରାଇଥିବା ଲୋକମାନଙ୍କ ନିକଟ ସମ୍ପର୍କୀୟମାନଙ୍କୁ 2 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଏବଂ ଗୁରୁତର ଭାବେ ଆହତ ହୋଇଥିବା ଲୋକମାନଙ୍କୁ 50 ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦେବାକୁ ଅନୁମୋଦନ କରାଯାଇଛି ।

 

ଗତ 125 ବର୍ଷ ମଧ୍ୟରେ ଏହି ଧରଣର ତୃତୀୟ ସବୁଠୁ ବଡ଼ ବାତ୍ୟା ଓଖିର ପ୍ରଭାବ ସମ୍ପର୍କରେ ପୂର୍ବରୁ ଏବଂ ସମୀକ୍ଷା ବୈଠକରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ସୂଚନା ଦିଆଯାଇଥିଲା । ଏହି ବାତ୍ୟା ନଭେମ୍ବର 30, 2017ରେ ମାଡ଼ ହୋଇଥିଲା ଏବଂ ସେହିଦିନ ହିଁ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା । ଏବେ ସୁଦ୍ଧା, ଭାରତୀୟ ତଟରକ୍ଷୀ ବାହିନୀ ଦ୍ୱାରା 197ଜାହାଜ ଚଳାଚଳ ଦିବସ ସହିତ 20ଟି ସର୍ଫେସ ପ୍ଲାଟଫର୍ମ ଏବଂ 186 ଘଂଟାର ବୈମାନିକ ସମୟ ଉପଯୋଗ କରାଯାଇଛି । ଏଥିସହିତ ଭାରତୀୟ ନୌସେନା ଦ୍ୱାରା 156ଟି ଜାହାଜ ଚଳାଚଳ ଦିବସ ଏବଂ 399 ଘଂଟାର ବୈମାନିକ ସମୟ ଉପଯୋଗ ହୋଇଛି । ଏଥିରେ 10ଟି ଜାହାଜ ଏବଂ 7 ପ୍ରକାରର ବିମାନ ଉପଯୋଗ କରାଯାଇଥିଲା । ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ଲାଗି ଏହି ଜାହାଜରେ 183 ଜଣ ମତ୍ସ୍ୟଜୀବୀ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ନିଆଯାଇଥିଲା । ମୋଟ 845 ଜଣ ମତ୍ସ୍ୟଜୀବୀଙ୍କୁ ଆଜିସୁଦ୍ଧା ଉଦ୍ଧାର କରାଯାଇଛି ।

ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା ଯେ ଉପକୂଳ ଠାରୁ 700 ନଟିକାଲ ମାଇଲ ପର୍ଯ୍ୟନ୍ତ ସଂନିରୀକ୍ଷଣ କରାଯାଇଥିଲା ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'We'll provide AI skill training to 1 crore youth': PM Modi's big announcement on Independence Day 2026

Media Coverage

'We'll provide AI skill training to 1 crore youth': PM Modi's big announcement on Independence Day 2026
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 15, 2026
August 15, 2026

Azadi Ka Amrit Mahotsav Continues: PM Modi’s Independence Day Vision Unites Growth, Youth Power & National Pride