ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ କେୱଡ଼ିଆସ୍ଥିତ ଷ୍ଟାଚ୍ୟୁ ଅଫ ୟୁନିଟିଠାରେ ଜନସାଧାରଣଙ୍କୁ ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ କରାଇଥିଲେ ।

2014ଠାରୁ ପ୍ରତିବର୍ଷ 31 ଅକ୍ଟୋବରକୁ ରାଷ୍ଟ୍ରୀୟ ଏକତା ଦିବସ ରୂପରେ ପାଳନ କରାଯାଉଛି । ସମାଜର ପ୍ରତ୍ୟେକ ବର୍ଗର ଲୋକ ସାରା ଦେଶରେ “ଏକତା ଦୌଡ଼”ରେ ଅଂଶଗ୍ରହଣ କରୁଛନ୍ତି ।

ସାରା ଦେଶରରୁ  ଆସିଥିବା ପତାକାଧାରୀ ଏବଂ ଗୁଜରାଟ ଛାତ୍ର କ୍ୟାଡେଟ କୋର ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ “ଏକ ଭାରତ ଶ୍ରେଷ୍ଠ ଭାରତ” ଉପରେ ଡ୍ରିଲ ପ୍ରସ୍ତୁତ କରାଯାଇଥିଲା । ଏଥିସହିତ ଏନଏସଜି, ସିଆଇଏସଏଫ, ଏନଡିଆରଏଫ, ସିଆରପିଏଫ, ଗୁଜରାଟ ଏବଂ ଜମ୍ମୁ-କଶ୍ମୀର ପୁଲିସର ଯବାନମାନେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ମୁଖରେ ନିଜ ନିଜ ପ୍ରଦର୍ଶନ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଏହା ପରେ କେୱଡ଼ିଆରେ ପ୍ରଯୁକ୍ତି ପ୍ରଦର୍ଶନୀ ସ୍ଥଳର ଉଦଘାଟନ କରିଥିଲେ । ପ୍ରଧାନମନ୍ତ୍ରୀ ପୁଲିସବାହିନୀର ଷ୍ଟଲ ପରିଦର୍ଶନ ମଧ୍ୟ କରିଥିଲେ ଯେଉଁଥିରେ ବିମାନଚଳାଚଳ ସୁରକ୍ଷା, ପୁଲିସ ବାହିନୀର ଆଧୁନିକୀକରଣ ସମେତ ଅନେକ ବିଷୟ ଉପରେ ଆଧୁନିକ ପ୍ରଯୁକ୍ତି ପ୍ରଦର୍ଶିତ ହୋଇଥିଲା ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jan Dhan accounts hold Rs 2.75 lakh crore in banks: Official

Media Coverage

Jan Dhan accounts hold Rs 2.75 lakh crore in banks: Official
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 7, 2025
December 07, 2025

National Resolve in Action: PM Modi's Policies Driving Economic Dynamism and Inclusivity